spot_img
Home Blog Page 7112

ଦଇତାପତି ନିଯୋଗ କାର୍ଯ୍ୟକାରୀ କମିଟିର ବୈଠକ, ରଥଯାତ୍ରାକୁ ନେଇ ହେବ ଆଲୋଚନା

ପୁରୀ: ସାରା ଦେଶରେ କରୋନା ଭୟ । ଓଡ଼ିଶାରେ ମଧ୍ୟ ଏହାର ବିଶେଷ ପ୍ରଭାବ ଦେଖାଯାଇଛି । କୋଭିଡ୍‌-୧୯ କାରଣରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ବିଳମ୍ବରେ ରଥ ନିର୍ମାଣ ଆରମ୍ଭ ହୋଇଇଛି । ତେବେ ଏହି କରୋନା କାୟା ମେଲାଇଥିବାରୁ ମହାପ୍ରଭୁଙ୍କ ରଥଯାତ୍ରା, ସ୍ନାନ ପୂର୍ଣ୍ଣିମା, ଅଣସରନୀତି ଇତ୍ୟାଦି ହେବା ନେଇ ମଧ୍ୟ ସନ୍ଦେହ ଉପୁଜିଛି ।

ତେଣୁ ଆଜି ଏନେଇ ଶ୍ରୀମନ୍ଦିର ଦଇତାପତି ନିଯୋଗର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଟିତ ହେବାକୁ ଯାଉଛି । ସ୍ନାନପୁର୍ଣିମା, ଅଣସର ନୀତି ଓ ରଥଯାତ୍ରା ନେଇ ବୈଠକରେ ବିସ୍ତୃତ ଆଲୋଚନା ହେବ ବୋଲି ସୂଚନା ମିଳିଛି । କୋଭିଡ୍‌-୧୯ ପରିସ୍ଥିତିରେ ରଥଯାତ୍ରା କିଭଳି ଶୃଙ୍ଖଳିତ ଭାବେ କରାଯିବ ସେନେଇ ନିଯୋଗର କାର୍ଯ୍ୟକାରୀ ସଦସ୍ୟ ମାନଙ୍କ ମତାମତ ଗ୍ରହଣ କରାଯିବ । ମଙ୍ଗଳବାର ଦଇତାପତି ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସକଙ୍କ ସହ ବୈଠକରେ ହୋଇଥିବା ଆଲୋଚନା ମୁତାବକ କି ପଦକ୍ଷେପ ଦଇତାପତି ନିଯୋଗ ନେବେ ସେଦିଗରେ ମଧ୍ୟ ଆଲୋଚନା କରାଯିବ । ପରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯିବ ବୋଲି ସୂଚନା ମିଳିଛି ।

ପୁଣି ପ୍ରବାସୀଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ, ୧୨ ଆହତ

ଅନଗୁଳ: ପୁଣି ପ୍ରବାସୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଅନୁଗୋଳ ଜିଲ୍ଲା ଠାକୁରଗଡ଼ ନିକଟରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ୧୨ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେଥିମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବ ସୂଚନା ମିଳିଛି ।

ଲକ୍‌ଡାଉନ ଯୋଗୁଁ ଆନ୍ଧ୍ରପ୍ରଦେଶର ପଲାସାରେ କାମ କରୁଥିବା ୧୫ ଜଣ ଶ୍ରମିକ ଓଡ଼ିଶା ଫେରିବାକୁ ଚାହିଁଥିଲେ । ହେଲେ ଗାଡ଼ିମଟର ସବୁ ବନ୍ଦ ଥିବାରୁ ସେମାନେ ଚାଲିଚାଲି ଫେରିବାକୁ ମନସ୍ଥ କଲେ । ପଲାସାରୁ ଚାଲିଚାଲି ଓଡ଼ିଶା, ଅନଗୁଳ ପୁରୁଣାକୋର୍ଟ ଅଭିମୁଖେ ବାହାରିଲେ ।

ହେଲେ ଚାଲିଚାଲି ଆସିବର ବେଳେ ବୌଦ୍ଧ ଜିଲ୍ଲାରେ ଜଣେ ସ୍ଥାନୀୟ ସରପଞ୍ଚ ସେମାନଙ୍କୁ ଅଟକାଇଥିଲେ ଓ ସେମାନଙ୍କ ପାଇଁ ଏକ ମିନିଟ୍ରକର ବ୍ୟବସ୍ଥା କରି ଘରକୁ ପଠାଇଥିଲେ । ହେଲେ ଦୁର୍ଭାଗ୍ୟ ବସତଃ ସେହି ମିନିଟ୍ରକଟି ଅନଗୁଳ ଠାକୁରଗଡ଼ଠାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥଲା । ଖବର ପାଇ ସ୍ଥାନୀୟ ପ୍ରଶାସନ ଆହତ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛି । ସେମାନଙ୍କ ମଧ୍ୟରୁ ୧୨ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି ।

ଫେସ୍‌ବୁକ୍‌ ଉପଭୋକ୍ତାଙ୍କ ତଥ୍ୟ ମାଗୁଛନ୍ତି ଭାରତ ସରକାର !

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଉପଭୋକ୍ତାଙ୍କ ତଥ୍ୟର ଅଧିକରୁ ଅଧିକ ପାଇବା ପାଇଁ ଭାରତୀୟ ପ୍ରତିଷ୍ଠାନଗୁଡ଼ିକର ଉତ୍ସାହ ବଢ଼ିବାରେ ଲାଗିଛି । ଗତ ବର୍ଷର ତଥ୍ୟ ବିଶ୍ଳେଷଣରୁ ଏହା ସ୍ପଷ୍ଟ ଜଣାପଡ଼ୁଛି । ଭାରତ ସରକାର ଓ ସମ୍ବିଧାନକୁ ମାନୁଥିବା ଏଜେନ୍ସିଗୁଡ଼ିକ ୨୦୧୯ର ଶେଷ ୬ ମାସରେ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ୍‌ରୁ ଉପଭୋକ୍ତାଙ୍କ ତଥ୍ୟ ଆଣିବା ପାଇଁ ଆଗ୍ରହ ବଢ଼ିଥିବା ଦେଖାଯାଇଛି ।

ମଙ୍ଗଳବାର ଫେସବୁକ୍‌ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ୨୦୧୯ ଜୁଲାଇରୁ-ଡିସେମ୍ବର ମଧ୍ୟରେ ୨୬୬୮୪ ନିବେଦନ ଗ୍ରହଣ କରିଛି । ସେହିଭଳି ଜାନୁଆରୀରୁ-ଜୁନ୍ ମଧ୍ୟରେ ୨୨୬୮୪ ଅନୁରୋଧ ଗ୍ରହଣ କରିଥିଲା ଫେସ୍‌ବୁକ୍‌ । ତେବେ ଫେସବୁକକୁ କେବେଳ ନିବେଦନ କରିଦେଲେ ହେଁ, ସେ ସରକାରଙ୍କୁ ସମସ୍ତ ତଥ୍ୟ ଦେଇନଥାଏ । ୬ ମାସ ମଧ୍ୟରେ ମୋଟ ଆବେଦନ ମଧ୍ୟରୁ ୫୭ ପ୍ରତିଶତ ମାମଲାର ତଥ୍ୟ ପ୍ରଦାନ କରିଛି ।

ପ୍ରଥମେ ସମୀକ୍ଷା ପରେ ତଥ୍ୟ

କମ୍ପାନୀ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଆବେଦନଗୁଡ଼ିକର ପ୍ରଥମେ ନିୟମ ଅନୁଯାୟୀ ସମୀକ୍ଷା କରାଯାଏ ପରେ ତଥ୍ୟ ପ୍ରଦାନ ନେଇ ନିଷ୍ପତ୍ତି ନିଆଯାଇଥାଏ । ସମୀକ୍ଷା ସଠିକ୍‌ ଦିଗ ସୂଚାଉଥିଲେ ହିଁ ଆବେଦନକାରୀଙ୍କୁ ତଥ୍ୟ ଦିଆଯାଏ । ଯଦି ଆବେଦନ ପ୍ରକ୍ରିୟାରେ କୌଣସି ତ୍ରୁଟି ଦେଖାଯାଏ ତେବେ ତଥ୍ୟ ଦିଆଯାଇନଥାଏ ।

ପିଏମ୍‌ କେୟାର୍ସ ଫଣ୍ଡରୁ ଖର୍ଚ୍ଚ ହେବ ୩୧୦୦ କୋଟି: ପ୍ରବାସୀ ଶ୍ରମିକଙ୍କ ପାଇଁ ୧ହଜାର କୋଟି

ନୂଆଦିଲ୍ଲୀ: କରୋନା ବିରୋଧୀ ମୁକାବିଲାରେ ପିଏମ୍‌ କେୟାର୍ସ ଫଣ୍ଡରୁ ଖର୍ଚ୍ଚ ହେବ ୩୧୦୦ କୋଟି ଟଙ୍କା । ଏ ନେଇ ବୁଧବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ମଧ୍ୟରୁ ୨୦୦୦ ହଜାର କୋଟି ଟଙ୍କା ଭେଣ୍ଟିଲେଟର ଖରିଦ କରିବା ପାଇଁ ଖର୍ଚ୍ଚ କରାଯିବ ଏବଂ ଅନ୍ୟ ୧ ହଜାର କୋଟି ଟଙ୍କା ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ନିମନ୍ତେ ଖର୍ଚ୍ଚ କରାଯିବ ।   ଏବଂ ବଳକା ୧୦୦ କୋଟି ଟଙ୍କା ଭ୍ୟାକ୍ସିନ୍ ପ୍ରସ୍ତୁତି ନିମନ୍ତେ ଆରମ୍ଭ ହୋଇଥିବା କାର୍ଯ୍ୟରେ ଖର୍ଚ୍ଚ କରାଯିବ ।

ସୂଚନା ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୭ ମାର୍ଚ୍ଚରେ କରୋନା ଭୂତାଣୁର ମାମଲା ସାମ୍ନାକୁ ଆସିଲା ପରେ ଦେଶର ପିଏମ୍‌ କେୟାର୍ସ ଫଣ୍ଡର ଆରମ୍ଭ କରିଥିଲେ । ଏବଂ ଲୋକଙ୍କୁ ଫଣ୍ଡକୁ ଦାନ କରିବାକୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶକୁ ସମ୍ବୋଧିତ କରି ୨୦ ଲକ୍ଷ କୋଟି ଟଙ୍କା ଘୋଷଣା କରିଛନ୍ତି ।

୫୦ ହଜାର ଭେଣ୍ଟିଲେଟର କିଣାଯିବ

ଦେଶରେ କୋଭିଡ-୧୯ ବିରୋଧୀ ମୁକାବିଲାରେ ଭୂତ୍ତିଭୁମି ବ୍ୟବସ୍ଥା ସୁଦୃଢ଼ କରିବାକୁ ଭାରତ ୫୦ ହଜାର ଭେଣ୍ଟିଲେଟର କିଣାଯିବ । ୨ ହଜାର ଟଙ୍କା ଲେଖାଏଁ କିଣାଯିବ ଏହି ଭେଣ୍ଟିଲେଟର । ଏହି ଭେଣ୍ଟିଲେଟରଗୁଡ଼ିକୁ ବିଭିନ୍ନ ରାଜ୍ୟକୁ ଦିଆଯିବ ।

ଦେଶରେ ନିର୍ମିତ ହେବ ଭ୍ୟାକ୍ସିନ  

କୋଭିଡ-୧୯କୁ ରୋକିବା ନେଇ ଭ୍ୟାକ୍ସିନ ଉପରେ ବେଶ୍ ଗୁରୁତ୍ୱ ଦେଉଛନ୍ତି ଭାରତ ସରକାର । ପିଏମ୍‌ଓରୁ ମିଳିଥିବା ସୂଚନା ମୁତାବକ ଭ୍ୟାକ୍ସିନ୍ ପ୍ରସ୍ତୁତ କରିବା ପାଇଁ ୧୦୦ କୋଟି ଟଙ୍କା ପିଏମ୍‌ କେୟାର୍ସ ଫଣ୍ଡ ଖର୍ଚ୍ଚ କରାଯିବ ।

ଲୋକଙ୍କ ଆକାଉଣ୍ଟକୁ ସିଧା ସଳଖ ଟଙ୍କା ପଠାଯିବାର ଆବଶ୍ୟକତା ରହିଛି: ପି. ଚିଦାମ୍ୱରମ୍

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଘୋଷିତ ଆର୍ଥିକ ପ୍ୟାକେଜ୍‌କୁ ସମାଲୋଚନା କରିଛନ୍ତି ପୂର୍ବ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ୍‌ । ସେ କହିଛନ୍ତି, ନିର୍ମଳା ସୀତାରମଣ ଗିରବଙ୍କ ପାଇଁ କିଛି କହିନାହାନ୍ତି । ଯେଉଁମାନେ କଠିନ ପରିଶ୍ରମ କରନ୍ତି ସେମାନଙ୍କ ଉପରେ ଏହା ଏକ କୁଠାରଘାତ । ଏମ୍ଏସ୍ଏମ୍‌ଇ କ୍ଷେତ୍ର ପାଇଁ ଘୋଷିତ ଛୋଟ ପ୍ୟାକେଜ୍‌ ବ୍ୟତୀତ ଅର୍ଥମନ୍ତ୍ରୀଙ୍କ ଘୋଷଣାକୁ ନେଇ ଆମେ ନିରାଶ । ଯେଉଁମାନେ ପ୍ରତିଦିନ କଠିନ ପରିଶ୍ରମ କରନ୍ତି ସେମାନଙ୍କୁ ଅଣଦେଖା କରାଯାଇଛି । ଅର୍ଥମନ୍ତ୍ରୀ ନିଜ ଘୋଷଣାରେ ଲକ୍ଷ ଲକ୍ଷ ଗରିବ, ଭୋକିଲା ପ୍ରବାସୀ ଶ୍ରମିକ ଓ ଯେଉଁମାନେ ପାଦରେ ନିଜ ଘରକୁ ଯାଉଛନ୍ତି ସେମାନଙ୍କ ପାଇଁ କିଛି କହିନାହାନ୍ତି ।

ବର୍ତ୍ତମାନ ସମୟରେ ଲୋକେ ଚାକିରି ହରାଇଛନ୍ତି ଏବଂ ଶ୍ରମିକ ସହର ଛାଡ଼ିଛନ୍ତି । ସେ ଖାଲି ପାଦରେ ଘରକୁ ଯାଉଛନ୍ତି । ଏପରି ପରିସ୍ଥିତିରେ ସେମାନେ ସାହାଯ୍ୟ ଆବଶ୍ୟକ କରନ୍ତି, କିନ୍ତୁ ଏ ପର୍ଯ୍ୟନ୍ତ କିଛି କୁହାଯାଇ ନାହିଁ ଏବଂ କରାଯାଇ ନାହିଁ ଯାହା ଏପରି ଲୋକଙ୍କୁ ଆଶ୍ୱସ୍ତି ଦେବ । ବର୍ତ୍ତମାନର ସମୟରେ ସିଧା ସଳଖ ଲୋକଙ୍କ ଆକାଉଣ୍ଟକୁ ଟଙ୍କା ଯିବାର ଆବଶ୍ୟକତା ରହିଥିବା କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ୍ ।

‘ଏମ୍‌ଏସ୍‌ଏମ୍ଇ ସେକ୍ଟରରେ ଲକ୍ଷାଧିକ ନିଯୁକ୍ତି ସୃଷ୍ଟି କରିବ’

ଭୁବନେଶ୍ୱର: କୋଭିଡି-୧୯ ଯୋଗୁଁ ସମ୍ରଗ ଦେଶରେ ଉଜୁଡ଼ି ଯାଇଥିବା ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣମ । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋଜଗାର ସୃଷ୍ଟି ଏବଂ ଆର୍ଥିକ ବ୍ୟବସ୍ଥାକୁ ପୁନର୍ଜୀବିତ କରିବାକୁ ଊଦ୍ଧିଷ୍ଟ । ଯାହା ବହୁ ମାତ୍ରାରେ ଶ୍ରମିକ ଶ୍ରେଣୀର ଲୋକଙ୍କ ଦୁଃଖ ଦୂର କରିବାରେ ସହାୟକ ହେବ । ଯେଉଁମାନେ ମହାମାରୀ କରୋନା ଏବଂ ଲକ୍‌ଡାଉନ୍‌ ଦ୍ୱାରା ବିଶେଷ ପ୍ରଭାବିତ ହୋଇଛନ୍ତି । ଅର୍ଥ ମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଏହି ପ୍ୟାକେଜ୍‌   ମାଇକ୍ରୋ, ସ୍ମଲ୍‌ ଏବଂ ମିଡିୟମ୍ ଏଣ୍ଟରପ୍ରାଇଜେସ୍ ପାଇଁ ନୂଆ ଆଶା ଆଣିଦେଇଛି । ଏହି ପ୍ୟାକେଜ୍‌ ମାଇକ୍ରୋ ସ୍ମଲ୍ ଏବଂ ମିଡିୟମ୍ ଏଣ୍ଟରପ୍ରାଇଜେସ୍‌ ସେକ୍ଟରରେ ଲୋକଙ୍କ ପାଇଁ ଲକ୍ଷ ଲକ୍ଷ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି କରିବ ।

ପୋଲିସ ବାବୁଙ୍କ ବିରୋଧରେ ପ୍ରେମ ଓ ପ୍ରତାରଣାର ଅଭିଯୋଗ: ନିଲମ୍ୱିତ କଲେ ଏସ୍‌ପି ସାରା ଶର୍ମା

ଗଜପତି: ପୁଣି ଖାକିରେ ଲାଗିଲା ଦାଗ । ପୋଲିସ ବାବୁଙ୍କ ବିରୋଧରେ ଲଭ୍‌, ସେକ୍ସ ଓ ଧୋକ୍କାର ଅଭିଯୋଗ । ଆର. ଉଦୟଗିରି ଥାନା ଏସ୍‌ଆଇ ରମେଶ ଜେନାଙ୍କ ବିରୋଧ ଆସିଛି ଏଭଳି ଅଭିଯୋଗ । ଆଉ ଏହା ପରେ କାର୍ଯ୍ୟରୁ ନିଲମ୍ୱିତ ହୋଇଛନ୍ତି ସମ୍ପୃକ୍ତ ପୋଲିସ ଅଧିକାରୀ ।

R Udayagiri SDPO – prameyanews.com

ଅଭିଯୋଗ ଅନୁଯାୟୀ, ଜନୈକ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ ଆର. ଉଦୟଗିରି ଥାନା ଏସ୍‌ଆଇ । କିନ୍ତୁ ପରେ ବିବାହ ପାଇଁ କହିବାରୁ ପ୍ରତାରିତା କରିଥିବା ଅଭିଯୋଗ ହୋଇଛି । ଏଭଳି କି ଆର ଉଦୟଗିରି ଥାନା ଅଧିକାରୀଙ୍କ ସମ୍ମୁଖରେ ବିବାହର ପ୍ରତିଶ୍ରୁତି ଦେଇଥିବା ନିଜ ଅଭିଯୋଗରେ ଦର୍ଶାଇଛନ୍ତି ପୀଡ଼ିତା ।

ଏ ନେଇ ପୂର୍ବରୁ ପୁରୀ ସଦର ଥାନାରେ ଅଭିଯୋଗ କରିଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଗଜପତି ଏସ୍‌ପି ସାରା ଶର୍ମାଙ୍କ ନିକଟରେ ଅଭିଯୋଗ କରିଥିଲେ ସମ୍ପୃକ୍ତ ଯୁବତୀ । ଯୁବତୀଙ୍କ ଅଭିଯୋଗ ଆଧାରରେ ଏବଂ ବିନା ଅନୁମତିରେ ଦୀର୍ଘ ଦିନ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଥିବା ଅଭିଯୋଗରେ ତାଙ୍କୁ କାର୍ଯ୍ୟରୁ ନିଲମ୍ୱିତ କରିଛନ୍ତି ଗଜପତି ଏସ୍‌ପି । ତେବେ ସମ୍ପୃକ୍ତ ଅଧିକାରୀ ଜଣଙ୍କ ଆଗୁଆ ଜାମିନ ଆଣିଛନ୍ତି । ଏବଂ ପୁରୀରୁ ଭୁବନେଶ୍ୱର ଦେଇ ଆର ଉଦଗିରିରେ ରହିଥିବାରୁ କ୍ୱାରେଣ୍ଟାଇନ୍‌ରେ ରହିଥିବା ସୂଚନା ରହିଛି ।

୩ ଆଇଏଏସ୍‌ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର: ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ବରିଷ୍ଠ ଆଇଏଏସ୍‌ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କୁ ଶକ୍ତି ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତି । ସେ ବର୍ତ୍ତମାନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେହିଭଳି ସାଧାରଣ ପ୍ରଶାସନ  ଏବଂ ପବ୍ଳିକ ଗ୍ରିଭେନ୍ସର ସ୍ୱତନ୍ତ୍ର ଡ୍ୟୁଟିରେ  ଥିବା ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଏଥିସହିତ ବିଷ୍ଣୁ ପଦ ସେଠୀଙ୍କୁ ମଧ୍ୟ ମିଳିଛି ନୂଆ ଦାୟିତ୍ୱ । ତାଙ୍କୁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଭାଗର ପ୍ରମୁଖ ସଚିବଭାବେ ନିଯୁକ୍ତି ମିଳିଛି । ସେ ବର୍ତ୍ତମାନ ଶକ୍ତି ବିଭାଗ ପ୍ରମୁଖ ସଚିବଭାବେ କାର୍ଯ୍ୟରତ ।

ଭୁବନେଶ୍ୱରରେ ଲକ୍ ହୋଇ ରହିଥିଲେ ବମ୍ବେର ଅଭିନେତ୍ରୀ ମାହି

ଭୁବନେଶ୍ୱର: ମାର୍ଚ୍ଚ ୨୫ରୁ ଲକଡାଉନ୍ । ଭୁବନେଶ୍ୱରରେ ଲକ୍ ହୋଇ ରହିଥିଲେ ଅଭିନେତ୍ରୀ ରକ୍ ମାହି । ସୁଟିଂ ପାଇଁ ଆସିଥିବା ବେଳେ ଦେଶରେ ଲାଗୁ ହୋଇଥିଲା ଲକଡାଉନ୍ । ଫଳରେ ରକ୍ ମାହି ଆଉ ମୁମ୍ବାଇ ଫେରିପାରି ନଥିଲେ ।ଦେଢ଼ ମାସରୁ ଅଧିକ ଦିନ ହେଲା ଓଡ଼ିଶାରେ ରହିଥିଲେ । ଭୁବନେଶ୍ୱର ଛାଡ଼ିବା ବେଳେ ସେ ଲକଡାଉନର ସ୍ମୃତିକୁ ବାଣ୍ଟିଛନ୍ତି ।

ଲକଡାଉନରେ ସରକାର ନେଇଥିବା ପଦକ୍ଷେପକୁ ସେ ପ୍ରଶଂସା କରିବା ସହ ପୋଲିସ, ମିଡିଆ, ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଶେଷରେ ଦିଲ୍ଲୀ ଯାଉଥିବା ଟ୍ରେନ୍ ଯୋଗେ ସେ ଫେରିଯାଇଛନ୍ତି ।

EPF, ଶିଳ୍ପ, ଋଣ… ଜାଣନ୍ତୁ କାହାକୁ କେତେ ଦେଲେ ନିର୍ମଳା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିବା ୨୦ ଲକ୍ଷ କୋଟି ପ୍ୟାକେଜକୁ ବାଣ୍ଟିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆତ୍ମନିର୍ଭର ଭାରତ ପ୍ୟାକେଜ୍ ଦ୍ୱାରା ଦେଶର ଅର୍ଥନୀତି ପୁଣି ଦୌଡ଼ିବ ବୋଲି ସରକାର ଆଶା ରଖିଛନ୍ତି । ନଜର ପକାନ୍ତୁ କାହାକୁ କେତେ ମିଳିଲା…

କରଦାତାଙ୍କୁ ଆଶ୍ୱସ୍ତି

ଇନକମ୍ ରିଟର୍ଣ୍ଣ ଫାଇଲିଂ ସମୟସୀମାକୁ ବୃଦ୍ଧି କରାଯାଇଛି । ଏହାକୁ ୩୧ ଜୁଲାଇପୁ ନଭେମ୍ବର ୩୧ ଯାଏଁ ବୃଦ୍ଧି କରାଯାଇଛି । ବିବାଦରୁ ବିଶ୍ୱାସ ସ୍କିମ୍ ଡେଡଲାଇନକୁ ଡିସେମ୍ବର ୩୧ ଯାଏ ବୃଦ୍ଧି ହୋଇଛି ।

କରଦାତାଙ୍କ ଟିଡିଏସ୍ ୨୫ ପ୍ରତିଶତ ହ୍ରାସ ପାଇଛି । ଏହା ୩୧ ମାର୍ଚ୍ଚ ୨୦୨୧ ଯାଏଁ ଲାଗୁ ହେବ ।

ରିୟଲ ଇଷ୍ଟେଟ

ନିର୍ମାଣ କ୍ଷେତ୍ର ବା ରିୟଲ ଇଷ୍ଟେଟର ସମସ୍ତ ପ୍ରୋଜେକ୍ଟକୁ ୬ ମାସ ଯାଏଁ ମହଲତ ମିଳିଛି ।

ବିଦ୍ୟୁତ୍

ଡିସକମ୍ ବା ବିଦ୍ୟୁତ ବିତରଣ କମ୍ପାନୀଙ୍କୁ ସହାୟତା ପାଇଁ ଜରୁରୀକାଳୀ ଲିକ୍ୱିଡିଟି ୯୦ ହଜାର କୋଟି ଟଙ୍କା ଦିଆଯିବ ।

ରହିବନି ଅର୍ଥାଭାବ

ଅଣ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ, ମାଇକ୍ରୋ ଫାଇନାନ୍ସ କମ୍ପାନୀଙ୍କୁ ୩୦ ହଜାର କୋଟି ଟଙ୍କାର ବିଶେଷ ଲିକ୍ୱିଡିଟି ସ୍କିମ୍ ଆସିବ । ଏହାଦ୍ୱାରା ନଗଦ ଅର୍ଥର ଅଭାବ ରହିବ ନାହିଁ ।

ଇପିଏଫରେ ଆଶ୍ୱସ୍ତି

ଅଗଷ୍ଟ ଯାଏଁ ସରକାର ଇପିଏଫ ଜମା କରିବେ । କମ୍ପାନୀ ଓ କର୍ମଚାରୀ ଦେଉଥିବା ୧୨ ପ୍ରତିଶତ ଲେଖାଏଁ ୨୪ ପ୍ରତିଶତ ଜମା ସରକାର କରିବେ । ଏହାଦ୍ୱାରା ୭୫ ଲକ୍ଷରୁ ଅଧିକ କର୍ମଚାରୀ ଲାଭ ପାଇବେ । ତେବେ, ୧୦୦ରୁ କମ୍ କର୍ମଚାରୀ ଥିବା କମ୍ପାନୀରେ ୯୦ ପ୍ରତିଶତ କର୍ମଚାରୀଙ୍କ ଦରମା ୧୫ ହଜାରରୁ କମ୍ ଥିଲେ ଏହି ସୁବିଧା ମିଳିବ ।

ବଦଳିଲା MSME ପରିଭାଷା

ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଶିଳ୍ପର ପରିଭାଷା ବଦଳିଯାଇଛି । ଏଥିରେ ନିବେଶ ସୀମାରେ ପରିବର୍ତ୍ତନ କରାଯାଇଛି । ୧ କୋଟି ନିବେଶ ଓ ବାର୍ଷିକ ୧୦ କୋଟି ଟର୍ଣ୍ଣ ଓଭର ଥିଲେ ତାକୁ ଅଣୁ ଉଦ୍ୟୋଗ କୁହାଯିବ ।

୧୦ କୋଟି ନିବେଶ ଅବା ବାର୍ଷିକ ୫୦ କୋଟି ଟର୍ଣ୍ଣଓଭର ଥିବା ଶିଳ୍ପକୁ କ୍ଷୁଦ୍ର ଉଦ୍ୟୋଗ କୁହାଯିବ । ୨୦ କୋଟି ନିବେଶ ଥାଇ ବାର୍ଷିକ ୧୦୦ କୋଟି ଟର୍ଣ୍ଣଓଭର ଥିଲେ ମଧ୍ୟମ ଶିଳ୍ପ ମାନ୍ୟତା ଦିଆଯିବ ।

ଟେଣ୍ଡର ବନ୍ଦ

୨୦୦ କୋଟି ଯାଏଁ ଗ୍ଲୋବାଲ ଟେଣ୍ଡର ହେବନାହିଁ । ଏହା MSME ପାଇଁ ବଡ଼ ପଦକ୍ଷେପ । ଏଥିସହ MSMEକୁ ଇ-ମାର୍କେଟ୍ ସହ ଯୋଡ଼ାଯିବ । ସରକାର ବାକିଥିବା ପେମେଣ୍ଟକୁ ୪୫ ଦିନ ଭିତରେ ଦେବେ ।

MSMEକୁ ୩ ଲକ୍ଷ କୋଟି

ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଶିଳ୍ପ ପାଇଁ ୩ ଲକ୍ଷ କୋଟି ଦିଆଯାଇଛି । ଏଥିରେ ବିନା ଗ୍ୟାରେଣ୍ଟିରେ ଲୋନ୍ ଦିଆଯିବ । ସମୟସୀମା ୪ ବର୍ଷ ରହିବ । ବର୍ଷେ ଯାଏଁ ଇଏମ୍ଆଇ ଭରିବାକୁ ପଡ଼ିବ ନାହିଁ । ଏହି ଅଫର ଅକ୍ଟୋବର ୩୧ ଯାଏଁ ଉପଲବ୍ଧ ରହିବ ।

MSME ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା