spot_img
Home Blog Page 7126

କଳାହାଣ୍ଡି: ଭବାନୀପାଟଣା ଜୁଗସାଏପାଟଣା ଜଙ୍ଗଲରେ SOG ଓ ମାଓବାଦୀ ଗୁଳି ବିନିମୟ । ବିପୁଳ ମାଓ ସାମଗ୍ରୀ ଜବତ, ସର୍ଚ୍ଚ ଅପରେସନ ଜାରି ନେଇ କଳାହାଣ୍ଡି ଏସପି ବତୁଲା ଗଙ୍ଗାଧରଙ୍କ ସୂଚନା । 

କଳାହାଣ୍ଡି: ଭବାନୀପାଟଣା ଜୁଗସାଏପାଟଣା ଜଙ୍ଗଲରେ SOG ଓ ମାଓବାଦୀ ଗୁଳି ବିନିମୟ । ବିପୁଳ ମାଓ ସାମଗ୍ରୀ ଜବତ, ସର୍ଚ୍ଚ ଅପରେସନ ଜାରି ନେଇ କଳାହାଣ୍ଡି ଏସପି ବତୁଲା ଗଙ୍ଗାଧରଙ୍କ ସୂଚନା ।

ଓଡ଼ିଶାରେ କରୋନା ଷ୍ଟେଜ-୨ ରୁ ଷ୍ଟେଜ-୩କୁ ପ୍ରବେଶ କରିଥିବା ଆଶଙ୍କା: ସୁବ୍ରତ ବାଗଚୀ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା ତୃତୀୟ କରୋନା ପଜିଟିଭଙ୍କ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି କରେନା ମୁ୍କାବିଲା କମିଟିର ମୁ୍ଖ୍ୟ ମୁ୍ଖପାତ୍ର ସୁବ୍ରତ ବାଗଚୀ। ସମ୍ପୃକ୍ତ ବ୍ୟକ୍ତି ମାର୍ଚ୍ଚ ୭ ତାରିଖରେ ଦିଲ୍ଲୀ ଯାଇଥିଲେ ସେଠାରୁ ସେ ହରିୟାଣା ଯାଇଥିଲେ । ୧୦ ମାର୍ଚ୍ଚରେ ଦିଲ୍ଲୀରୁ ଇଣ୍ଡିଗୋ ବିମାନ ଯୋଗେ ତାଙ୍କ ସ୍ତ୍ରୀ ଓ ଝିଅ ସହ ଭୁବନେଶ୍ବରରେ ପହଞ୍ଚିଥିଲେ । ୧୩ ମାର୍ଚ୍ଚରେ ସେ ସାମାନ୍ୟ ଅସୁସ୍ଥ ଅନୁଭବ କଲେ। ୧୬ ମାର୍ଚ୍ଚରେ ସେ ବିଧାନସଭା  ଡିସପେନସାରିକୁ ଯାଇଥିଲେ । ତା ପରେ ୨୧ ରେ ଅଧିକ ଚିକିତ୍ସା ପାଇଁ ଭୂବନେଶ୍ବରର ୟୁନିଟ ୩ରେ ଥିବା  କର କ୍ଲିନିକକୁ ଯାଇଥିଲେ ।

ଦର୍ଶକଙ୍କ ମନ ମୋହିବା ପାଇଁ ଦୂରଦର୍ଶନରେ ପୁଣି ଆସିବ ରାମାୟଣ

୨୩ରେ ତାଙ୍କୁ ଆଇସିୟୁରେ  ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା । ୨୪ ମାର୍ଚ୍ଚରେ ଡିସଚାର୍ଜ ହୋଇ ୨୫ରେ କ୍ୟାପିଟାଲ ହସପିଟାଲ ଆଡମିଟ ହୋଇଥିଲେ ଓ ସେହିଦିନ ତାଙ୍କ ନମୁ୍ନା ସଂଗ୍ରହ କରି କରୋନା ଟେଷ୍ଟ ପାଇଁ ପଠାଯାଇଥିଲା । ଏବଂ ୨୬ ତାରିଖରେ ସମ୍ପୃକ୍ତ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ ଆସିଲା । ଏବେ ତାଙ୍କ  ସଂସ୍ପର୍ଶରେ ଆସିଥିବା ତାଙ୍କ ସ୍ତ୍ରୀ ଓ ଝିଅ ଓ ଡ୍ରାଇଭରକୁ କ୍ବାରେଣ୍ଟାଇନରେ ରହିଛନ୍ତି । ତା ଛଡା ସେହି ସମୟରରେ ଇଣ୍ଡିଗୋ ବିମାନ, ବିଧାନସଭା ଡିସପେନସନାରୀ ଓ କର କ୍ଲିନକିକୁ ଯାଇଥିବା ବ୍ୟକ୍ତି ନିଜକୁ କ୍ବାରେଣ୍ଟାଇନ କରିବାକୁ ଅନୁରୋଧ କରିଛନ୍ତି ସୁବ୍ରତ ବାଗଚୀ ।  ସବୁଠୁ ଗୁରୁତ୍ବପୁର୍ଣ୍ଣ କଥା ହେଉଛି  ଏ ହେଉଛି ସବୁଠୁ ସମ୍ବେଦନଶୀଳ ସମୟ ଆମ ସମସ୍ତଙ୍କୁ ଅଧିକ ଯତ୍ନବାନ ହେବାର ଆକଶ୍ୟକ ଆସିଛି । କାହିଁକି ନା  ଏହି କ୍ୟକ୍ତିଙ୍କ ଲକ୍ଷଣରୁ ଓଡିଶାରେ କରୋନା ଷ୍ଟେଜ-୨ରୁ ଷ୍ଟେଜ-୩କୁ ଯାଇଥିବା ଆଶଙ୍କା କରିଛନ୍ତି ସୁବ୍ରତ ବାଗଚୀ ।

ଲୋକସେବା ଭବନରେ ବସିବ ବିଧାନସଭା, ୨ ମିଟର ଦୂରତାରେ ବସିବେ ବିଧାୟକ

ଭୁବନେଶ୍ୱର: ୩୦ରେ ଲୋକସେବା ଭବନ କନଭେନ୍‌ସନ୍‌ ହଲରେ ବିଧାନସଭା ବସିବ। ବିଧାୟକମାନେ ପରସ୍ପର ଠାରୁ ୨ ମିଟର ଦୂରରେ ବସିବେ। ସବୁ ଦଳର ୩୦ ପ୍ରତିଶତ ବିଧାୟକଙ୍କୁ ନେଇ ଆସିବାକୁ କୁହାଯାଇଛି। ବିଧାନସଭା କାର୍ଯ୍ୟସୂଚୀ ଅନୁସାରେ ମାର୍ଚ୍ଚ ୩୧ ପରିବର୍ତ୍ତେ ୩୦ରେ ବ୍ୟୟ ମଞ୍ଜୁରୀ ବିଲ୍‌ ଆସିଥାନ୍ତା ।

ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ

ହେଲେ ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ବିଧାନସଭାର ଜଣେ କର୍ମଚାରୀ ଆସିଥିବା ଜଣାପଡ଼ିଛି । ତେଣୁ, ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି । ଏଥିସହ ବିଧାନସଭା ବିଲ୍ଡିଂକୁ ସଂକ୍ରମଣମୁକ୍ତ କରାଯିବ । ସେପଟେ ବିଧାୟକଙ୍କୁ ନଅଟକାଇବାକୁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ସୂଚନା ଦିଆଯାଇଛି ।

ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ଲକ୍ ଡାଉନ୍ ଭିତରେ ସାଧାରଣ ଜନତାକୁ ଆଶ୍ୱସ୍ତି ଦେବା ପାଇଁ  କେନ୍ଦ୍ର ସରକାର ଗୁରୁବାର ଦିନ ୧ ଲକ୍ଷ ୭୦ ହଜାର କୋଟିର ପ୍ୟାକେଜ୍ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଗୁରୁବାର ଦିନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଏନେଇ କିଛି ବଡ ଘୋଷଣା କରିଛି ।  ଆରବିଆଇ ରେପୋ ରେଟ୍ ୭୫ ବେସିସ୍ ପଏଣ୍ଟ୍ ହ୍ରାସ କରିଛି । ଏହାସହ ଟର୍ମ ଲୋନ୍ EMI ଉପରେ ତିନି ମାସର ରିହାତି ଦେବାକୁ ବ୍ୟାଙ୍କମାନଙ୍କୁ ପରାମର୍ଶ ଦେଇଛି ।

ତେବେ ସାଧାରଣ ଲୋକ ଯେଉଁମାନେ କ୍ରେଡିଟ୍ କାର୍ଡ୍ ବିଲ୍,ପର୍ସନାଲ ଲୋନ୍ ଆଦି ଉପରେ EMI ଦିଅନ୍ତି ସେମାନେ କିନ୍ତୁ ଆରବିଆଇ ଘୋଷଣା ପରେ ନିରାଶ ହୋଇଛନ୍ତି ।  ପ୍ରଥମ କାରଣ ହେଉଛି ଆରବିଆଇ କେବଳ ଟର୍ମ ଲୋନ୍ EMI  କଥା କହିଛି । ତାହା ପୁଣି ଆଦେଶ ନୁହେଁ ପରାମର୍ଶ । ଯାହାର ଅର୍ଥ ହେଲା EMI  ଉପରେ ରିହାତି ଦେବା ନଦେବା ବ୍ୟାଙ୍କଙ୍କ ଉପରେ ନିର୍ଭର କରୁଛି । ସିଧା ସଳଖ କହିଲେ,ବ୍ୟାଙ୍କ ଏବେ ନିର୍ଣ୍ଣୟ ନେବେ ଯେ, ସେମାନେ ସାଧାରଣ ଲୋକଙ୍କୁ EMI ରିହାତି ଦେବେ କି ନାହିଁ ।

  • ଏହା ସହ ବ୍ୟାଙ୍କ ଏହା ନିଷ୍ପତ୍ତି ନେବେ ଯେ, କେଉଁ ଲୋନ୍ ଉପରେ ସେମାନେ EMI ଛାଡ ଦେବେ । ଅର୍ଥାତ ରିଟେଲ,କମର୍ଶିଆଲ କିମ୍ବା ଅନ୍ୟପ୍ରକାରର ଲୋନ୍ ନେଇଥିବା ବ୍ୟାକ୍ତିକୁ ରିହାତି ମିଳିବ କି ନାହିଁ ତାହା ଏବେ ମଧ୍ୟ ଅସ୍ପଷ୍ଟ
  • ତେବେ ଆରବିଆଇର ରେପୋ ରେଟ ହ୍ରାସ ନିଷ୍ପତ୍ତି ଐତିହାସିକ । ଏହା ଆରବିଆଇ ଇତିହାସରେ ସବୁଠୁ ବଡ ରେପୋ ରେଟ୍ ହ୍ରାସ

EMI ଉପରେ ତିନି ମାସର ରିହାତି ଅର୍ଥ କଣ ?
କିସ୍ତି ଶୁଝିବାରେ ରିହାତିର ଅର୍ଥ ନୁହେଁ ଯେ, ଆପଣଙ୍କୁ ତିନି ମାସର କିସ୍ତି କେବେ ମଧ୍ୟ ଶୁଝିବାକୁ ପଡିବ ନାହିଁ । ଏହାର ଅର୍ଥ ହେଉଛି ଆପଣଙ୍କୁ ତିନି ମାସ ପାଇଁ କିସ୍ତି ଟଙ୍କା ଦେବାକୁ ପଡିବ ନାହିଁ । କିନ୍ତୁ ତିନି ମାସ ପରେ ଟଙ୍କା ଦେବାକୁ ପଡିବ । ଲକ୍ ଡାଉନ୍ କାରଣରୁ ଯେଉଁମାନଙ୍କ ପାଖରେ ନଗଦ ଟଙ୍କା ନାହିଁ ସେମାନଙ୍କୁ ଦୃଷ୍ଟିରେ ରଖି ଏହି ରିହାତି ଦିଆଯାଇଛି । କିନ୍ତୁ ଯଦି ଆପଣ ଚାକିରିଆ ଓ ନିୟମିତ ଦରମା ପାଉଛନ୍ତି ତେବେ ଏହାର ଲାଭ ଉଠାଇବା ଚକ୍କରରେ ନିଜ ଆର୍ଥିକ ବୋଝ ବଢାନ୍ତୁ ନାହିଁ । ଯଦି ଆପଣଙ୍କୁ ଟଙ୍କ ମିଳୁଛି ତେବେ କିସ୍ତି ତୁରନ୍ତ ଶୁଝି ଦିଅନ୍ତୁ ।

ଦର୍ଶକଙ୍କ ମନ ମୋହିବା ପାଇଁ ଦୂରଦର୍ଶନରେ ପୁଣି ଆସିବ ରାମାୟଣ

କରୋନା ଭାଇରସ କାରଣରୁ ସମଗ୍ର ଦେଶରେ ୨୧ ଦିନିଆ ଲକଡାଉନ ହୋଇଛି | ଏପରି ପରିସ୍ଥିତିରେ ଲୋକଙ୍କ ପାଇଁ ସମୟ ଅତିବାହିତ କରିବା କଷ୍ଟକର ହୋଇପଡୁଛି | କିନ୍ତୁ ଏହା ମଧ୍ୟରେ ବଡ ଖବର ଆସିଛି। ଏକ ବଡ଼ ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ରମାନନ୍ଦ ସାଗରଙ୍କ ରାମାୟଣ ପୁଣି ଥରେ ଟିଭିରେ ପ୍ରସାରିତ ହେବ।

ପୁନର୍ବାର ରମାନନ୍ଦ ସାଗରଙ୍କ ରାମାୟଣ ଦେଖିବାକୁ ମିଳିବ 

ପ୍ରକାଶ ଜାଭଡେକର ଟୁଇଟ୍ କରି ଲୋକଙ୍କୁ ଏହି ଖୁସି ଖବର ଦେଇଛନ୍ତି। ସେ ଟ୍ୱିଟ୍ ରେ କହିଛନ୍ତି ଯେ – ଶନିବାର, ମାର୍ଚ୍ଚ ୨୮ ରେ, ଜନସାଧାରଣଙ୍କ ଦାବି ଅନୁଯାୟୀ, ‘ରାମାୟଣ’ର ଟେଲିକାଷ୍ଟ ପୁଣିଥରେ ଟିଭିରେ ଆରମ୍ଭ ହେବ | ପ୍ରଥମ ଏପିସୋଡ୍ ସକାଳ ୯ ଟାରେ ରେ ଏବଂ ଦ୍ୱିତୀୟ ଏପିସୋଡ୍ ରାତି ୯ ଟାରେ ପ୍ରସାରଣ ହେବ |

ସବୁ କ୍ଷେତ୍ରରେ ରାମାନନ୍ଦ ସାଗରଙ୍କ ରାମାୟଣ ଐତିହାସିକ ଥିଲା | ଶୋ’ର ପ୍ରତ୍ୟେକ ଚରିତ୍ର ଅମର ହୋଇଯାଇଥିଲେ | ଲୋକମାନେ ଏହି ଶୋ’କୁ ଏତେ ଭଲପାଉଥିଲେ ଯେ ଏହା ପରେ ଅନେକ ଥର ରାମାୟଣ ତିଆରି ହୋଇଥିଲା, କିନ୍ତୁ ରାମାନନ୍ଦ ସାଗରଙ୍କ ରାମାୟଣ ଦେଖିବାର ଯେଉଁ ଅନୁଭବ ଦେଇଥିଲା ତାକୁ ଅନ୍ୟ କୌଣସି ସିରିଜ୍ ପୁନଃ ସୃଷ୍ଟି କରି ପାରିନଥିଲା ।

ଲକଡାଉନ୍‌କୁ ନେଇ ଆରବିଆଇର ସାମ୍ବାଦିକ ସମ୍ମିଳନୀ, ରେପୋ ରେଟ୍‌ରେ ୭୫ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ବେଳେ ରିଜର୍ଭ ବ୍ୟାଙ୍କ୍‌ ଆଶା କରାଯାଉଥିବା ରେପୋ ହାରକୁ ହ୍ରାସ କରିଛି । ରେପୋ ହାରରେ ଏହି ହ୍ରାସ ଆରବିଆଇ ଇତିହାସରେ ସବୁଠାରୁ ବଡ  ।

ଲକ୍‌ଡାଉନ୍‌ ବେଳେ ଦେଶର ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଏହା ଅଧୀନରେ ରିଜର୍ଭ ବ୍ୟାଙ୍କ ଆଶା ଅନୁଯାୟୀ ରେପୋ ହାରକୁ ୭୫ ପଏଣ୍ଟ ହ୍ରାସ କରିଛି । ଏହି ହ୍ରାସ ପରେ ରେପୋ ହାର ୫.୧୫ ରୁ ୪.୪୫ ପ୍ରତିଶତକୁ ଖସି ଆସିଛି ।

ରେପୋ ରେଟ୍ ହ୍ରାସର ଲାଭ କୋଟି କୋଟି ଲୋକଙ୍କ ପାଇଁ ଉପଲବ୍ଧ ହେବ ବୋଲି ଆଶା କରାଯାଏ, ଯେଉଁମାନେ ଘର, କାର କିମ୍ବା ଅନ୍ୟାନ୍ୟ ପ୍ରକାରର ଲୋନ ସହିତ ଅନେକ EMI ପୂରଣ କରିଛନ୍ତି  । ଏହା ସହିତ ଆରବିଆଇ ରିଭର୍ସ ରେପୋ ହାରକୁ ୯୦ ପଏଣ୍ଟକୁ ୪ ପ୍ରତିଶତକୁ ହ୍ରାସ କରିଛି।

ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ କରୋନା ଭାଇରସ୍‌ ଦ୍ୱାରା ସୃଷ୍ଟି ହୋଇଥିବା ନଗଦ ପ୍ରବାହ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି। କ୍ୟାସ ରିଜର୍ଭ ଅନୁପାତ (CRR) ୧୦୦ ପଏଣ୍ଟକୁ ୩ ପ୍ରତିଶତକୁ ହ୍ରାସ କରାଯାଇଛି । ଏକ ବର୍ଷ ପର୍ଯ୍ୟନ୍ତ ଏହା କରାଯାଇଛି ବୋଲି ଆରବିଆଇ ଗଭର୍ଣ୍ଣରଙ୍କ ଅନୁଯାୟୀ ସମସ୍ତ ବାଣିଜ୍ୟିକ ବ୍ୟାଙ୍କକୁ ସୁଧ ଏବଂ ଲୋନ ପରିଶୋଧ କରିବାକୁ ୩ ମାସର ରିହାତି ଦିଆଯାଉଛି । ଏହି ନିଷ୍ପତ୍ତି ସହିତ ସିଷ୍ଟମରେ ୩.୭୪ କୋଟି ଟଙ୍କା ନଗଦ ଆସିବ |

ଦେଶରେ ବଡ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, Covid-19ରେ ଗଲାଣି ୧୬ ଜୀବନ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ୮୯ଟି ନୂଆ ମାମଲା ସାମନାକୁ ଆସିଛି । ପୂରା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୨୦ ଟପିଛି । ସେପଟେ Covid-19ରେ ୧୬ଜଣଙ୍କର ଜୀବନ ଯାଇଛି । ତେବେ ଚିନ୍ତା ବଢାଇଛି ମହାରାଷ୍ଟ୍ର ସ୍ଥିତି ।

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ

ଏଯାଏଁ ରାଜ୍ୟରେ ୧୨୫ ଆକ୍ରାନ୍ତ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ରୋଗର ଶୀକାର ଅଧିକାଂଶ ଯୁବବର୍ଗର ବୋଲି ଜଣାପଡିଛି । ୩୧ରୁ ୪୦ ବର୍ଷ ମଧ୍ୟରେ ସର୍ବାଧିକ ରୋଗୀ ଥିବା ଜଣାପଡିଛି । ସେହିପରି ରାଜ୍ୟର ସାଂଗଲି ଜିଲ୍ଲାର ଇସ୍‌ଲାମପୁର ଗାଁରେ ଗୋଟିଏ ପରିବାରର ୧୨ଜଣ ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସେହିଭଳି ରାଜସ୍ଥାନ କେରଳରେ ମଧ୍ୟ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି।

ରାତି ହେଲେ ଗାଁ ମୁହାଁ ହେଉଛନ୍ତି ହାତୀ ପଲ୍ଲ, ଘର ଭାଙ୍ଗିବା ସହ ଧାନ ଚାଉଳ ନଷ୍ଟ କରୁଛନ୍ତି

କଳାହାଣ୍ଡି: ଲାଞ୍ଜିଗଡ ଦୁର୍ଗମ ଅଞ୍ଚଳରେ ମାତିଛନ୍ତି ଗଜରାଜ। ବିଭିନ୍ନ ପଞ୍ଚାୟତରେ ହାତୀପଲ୍ଲ ଉତ୍ପାତ କରିବା ସହ ଘରଦ୍ଵାର ଭଙ୍ଗାରୁଜା କରିଛନ୍ତି । କୁମାଖାଲ ପଞ୍ଚାୟତର ବିଭିନ୍ନ ଜଙ୍ଗଲରେ ରହି ରାତି ହେଲେ ଗାଁ ମୁହାଁ ହେଉଛନ୍ତି ।

ଗୁରୁବାର ରାତିରେ ହାତୀମାନେ କୁମାଖାଲ ପଞ୍ଚାୟତର ପୁନିଗୁଡା ପାଲଖନରେ ଥିବା ଡୁଦୁ ମାଝୀଙ୍କ ଘରେ ଆତଙ୍କ ଖେଳାଇଥିଲେ । ୧୦ ରୁ ଅଧିକ ହାତୀପଲ୍ଲ ଡୁଦୁଙ୍କ ମାଟି ଘର ଭାଙ୍ଗିବା ସହ ଘରେ ଥିବା ଧାନ, ଚାଉଳ, ମାଣ୍ଡିଆ କୋଳଥ ସହ ଘରେ ଥିବା ବିଭିନ୍ନ ସାମଗ୍ରୀକୁ ନଷ୍ଟ କରିଥିଲେ । ଫଳରେ ଜୀବନ ବିକଳରେ ଡୁଦୁର ସ୍ତ୍ରୀ ଓ ପିଲା କୁମ୍ଭାରପଡାରେ ଆଶ୍ରୟ ନେଇଛନ୍ତି ।

ଲକ୍‌ଡାଉନ୍‌ ପାଇଁ ତାମିଲନାଡୁରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ଫେରାଇ ଆଣିବାକୁ କଲେ ସରକାରଙ୍କୁ ନିବେଦନ

ଭୁବନେଶ୍ୱର: ତାମିଲନାଡୁ ତିରୁପୁରରେ ଫସିଛନ୍ତି ଓଡିଆ । ଜଗତସିଂହପୁର ନାଉଗାଁ ଅଞ୍ଚଳର କିଛି ଓଡିଆ ଶ୍ରମିକ ତିରୁପୁରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ତେବେ ଲକ୍‌ଡାଉନ୍‌ ଯୋଗୁଁ କମ୍ପାନୀ ବନ୍ଦ ହୋଇଯାଇଥିବାରୁ ସେମାନେ ସମସ୍ୟା ଭୋଗୁଛନ୍ତି । ଏଭଳି ସ୍ଥିତିରେ ଘରକୁ ଫେରାଇ ଆଣିବା ପାଇଁ ସେମାନେ ଭିଡିଓ ମାଧ୍ୟମରେ ସରକାରଙ୍କୁ ନିବେଦନ କରିଛନ୍ତି । ସେପଟେ ବୌଦ୍ଧ ହରଭଙ୍ଗାର ୨୦ ଶ୍ରମିକ ଆନ୍ଧ୍ରପ୍ରଦେଶରେ ଫସି ରହିଛନ୍ତି ।

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ

ଲକ୍‌ଡାଉନ୍‌ ପାଇଁ ଟ୍ରେନ୍‌ ବସ ବନ୍ଦ ରହିଥିବାରୁ ସେମାନେ ଘରକୁ ଫେରି ପାରୁନାହାନ୍ତି। ପାଖରେ ପଇସା ସରିଯାଇଥିବାରୁ ଖାଇବା ପାଇଁ ସମସ୍ୟା ଭୋଗୁଛନ୍ତି। ତାମିଲନାଡୁ ମଦୁରାଇରେ ଫସିଛନ୍ତି ୪୦ରୁ ଅଧିକ ଓଡିଆ ଶ୍ରମିକ। ଏମାନେ ନୟାଗଡ଼, ଖୋର୍ଦ୍ଧା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର। ମଦୁରାଇ ପେରିଆରରେ ନିର୍ମାଣ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ତେବେ ଲକ୍‌ଡାଉନ୍‌ ଯୋଗୁଁ ସେମାନେ ସେଠାରେ ଫସିରହିଛନ୍ତି।

ମୁକାବିଲା ପାଇଁ ୫ ଟ୍ରିଲିୟନ ଡଲାର ଦେବେ ୧୯ ଦେଶ, ଲାଭ କ୍ଷତି ଛାଡ଼ି ମାନବିକତାକୁ ଧ୍ୟାନ ଦେବାକୁ ମୋଦିଙ୍କ ପରାମର୍ଶ

ବିଶ୍ୱ ଅର୍ଥନୀତିକୁ ଧ୍ୱଂଶ କରିଦେଲା କରୋନା ଭାଇରସ । ଲକଡାଉନ ପାଇଁ ଆମେରିକା, ଚୀନ, ସ୍ପେନରେ ବେରୋଜଗାର ପ୍ରତିଶତ ଇତିହାସର ସବୁଠୁ ଅଧିକା ହୋଇଛି । ଜି-20 ବୈଠକ ବେଳେ ଏଭଳି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ୧୯ଟି ଦେଶ ।

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ

ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଭ କ୍ଷତିକୁ ଛାଡ଼ି ମାନବିକତା ଉପରେ ସବୁ ଦେଶ ଧ୍ୟାନ ଦେବା ଦରକାର ବୋଲି ବୈଠକରେ ପରାମର୍ଶ ଦେଇଛନ୍ତି । ବୈଠକରେ ବିଶ୍ୱ ଅର୍ଥନୀତିର ସ୍ଥିତି ନେଇ ମଧ୍ୟ ଆଲୋଚନା ହୋଇଛି । କରୋନା ମୁକାବିଲା ପାଇଁ ଜି-20 ଦେଶ ୫ ଟ୍ରିଲିୟନ ଡଲାର ଦେବେ ବୋଲି ସ୍ଥିର ହୋଇଛି । ତେବେ ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜି-20 ବୈଠକ ହୋଇଛି ।