spot_img
Home Blog Page 7129

ଜୁନ୍ ପହିଲା ଯାଏଁ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କଲା ବ୍ରିଟେନ: ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ୧୨୭୮ ନୂଆ ମାମଲା

ନୂଆଦିଲ୍ଲୀ: ଥମୁନି କରୋନା । ସାରା ବିଶ୍ୱରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନର ବଢ଼ୁଥିବା ଏହି ସଂଖ୍ୟାକୁ ଦେଖିଲେ ମନରେ ପ୍ରଶ୍ନ ଉଠୁଛି କେବେ ଥମିବ କରୋନା । କିନ୍ତୁ ବର୍ତ୍ତମାନ ସମୟରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ହାରକୁ ଦେଖିଲେ ମନେ ହେଉଛି ନିକଟ ଭବିଷ୍ୟତରେ ଯେମିତି କରୋନାର ଅନ୍ତ ନାହିଁ ।

The coronavirus seems unstoppable. What should the world do now ...

ସୋମବାର ସୁଦ୍ଧା ସାରା ବିଶ୍ୱରେ ୪୧ ଲକ୍ଷ ୮୦ ହଜାର ୩୦୩ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ଲକ୍ଷ ୮୩ ହଜାର ୮୫୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଲକ୍ଷ ୯୦ ହଜାର ୭୭୬ ଜଣ ସୁସ୍ଥ ହେଲେଣି । ଏଯାବତ୍‌ ଯୁକ୍ତ ରାଷ୍ଟ୍ର ଆମେରିକାରେ  ମୋଟ ୧୩ ଲକ୍ଷ ୬୭ ହଜାର ୬୩୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୮୦ ହଜାର ଲୋକଙ୍କ ମୁଣ୍ଡ ନେଇଛି କରୋନା ।

Coronavirus outbreak: 85 Indian students stranded in Italy reach ...

ଅପରପକ୍ଷରେ କରୋନା କବଳରୁ ମୁକୁଳି ଯାଇଛନ୍ତି ୨ଲକ୍ଷ ୫୬ ହଜାର ୩୩୬ ଜଣ । ସେହିପରି ସ୍ପେନ୍‌ରେ  ମୋଟ ୨ଲକ୍ଷ ୬୪ହଜାର ୬୬୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୬ ହଜାର ୬୨୧ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୧ଲକ୍ଷ ୬୭ ହଜାର ୪୩୯ ରୋଗୀ । ସେହିପରି ଦୀର୍ଘ ଦିନ ଧରି ତାଲିକାର ତୃତୀୟ ସ୍ଥାନରେ ରହିଆସୁଥିବା ଇଟାଲୀରେ ସ୍ଥିତି ଉପରେ କିଛିଟି ନିୟନ୍ତ୍ରଣ ଆସିଛି । କିନ୍ତୁ ବ୍ରିଟେନରେ ସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଛି । ଏଠାରେ ମୋଟ ୨ଲକ୍ଷ ୧୯ ହଜାର ୧୮୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୧ ହଜାର ୮୫୫ ଜଣଙ୍କ ମୃତ୍ୟୁ ହୋଇଛି । ଯାହା ଇଟାଲୀରେ ମୃତ୍ୟୁ ସଂଖ୍ୟାକୁ ଟପିଯାଇଛି । ଏଣୁ  ବ୍ରିଟେନରେ ଲକ୍‌ଡାଉନ୍ ଅବଧିକୁ ଜୁନ୍ ୧ ଯାଏଁ ବୃଦ୍ଧି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ । ତେବେ ଇଟାଲୀରେ ମୋଟ ୨ଲକ୍ଷ ୧୯ ହଜାର ୭୦ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୩୦ ହଜାର ୫୬୦ ଜଣଙ୍କ ମୃତ୍ୟୁ ହୋଇଛି ।

 

ଅରପକ୍ଷରେ ଆମ ଦେଶରେ ମୋଟ ୬୨ ହଜାର ୯୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୯ ହଜାର ୩୫୮ ଜଣ ସୁସ୍ଥ ହୋଇଛନ୍ତି । ତେବେ ଏତଦ୍‌ବ୍ୟତୀତ ମୋଟ ୨ହଜାର ୧୦୯ ଜଣଙ୍କ ମୃତ୍ୟୁ ଘଟିଛି ।

ସେହିପରି ଗତ କିଛି ଦିନ ମଧ୍ୟ ଓଡ଼ିଶାରେ ଟେଷ୍ଟିଂ ସଂଖ୍ୟା ବଢ଼ିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିଛି । ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ରାଜ୍ୟରେ ଏଯାବତ୍‌ ମୋଟ ୩୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ… ଜଳିଗଲା ୨୦ ବଖରା ଘର, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ଭଦ୍ରକ: ଭଦ୍ରକ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ରେ ବ୍ୟାପକ ସମ୍ପତି ନଷ୍ଟ ହୋଇଛି । ୨ଟି ସ୍ଥାନରେ ୨୦ ବଖରା ଘର ଜଳିଯାଇଛି। ନିଆଁରେ ପୋଡି ହୋଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

ଭଦ୍ରକ ଗ୍ରାମାଞ୍ଚଳ ଥାନା ଗୁଆମାଳ ପଞ୍ଚାୟତ ନୂଆ ଶାସନ ଗାଁର ୬ଟି ପରିବାରର ୧୮ ବଖରା ଘର ଜଳିଯାଇଛି। ସେହିପରି ଭଦ୍ରକ ସହରର ଜାନୁଗଞ୍ଜ ଦାଢିଆ ସାଗିରେ ୨ଟି ପରିବାରର ୨ବଖରା ଘର ପୋଡିଯାଇଛି। ଭଦ୍ରକ ଅଗ୍ନିଶମ ବାହିନୀ ନିଆଁ କୁ ଆୟତ୍ତ କରିଛି ।

ସୂଚନାଯୋଗ୍ୟ ଯେ, ଅଗ୍ନିକାଣ୍ଡ ବିଲମ୍ବିତ ରାତି ରେ ହୋଇଥିବାରୁ ଲୋକେ ଜୀବନବିକଳ ରେ ଘରୁ ବାହାରି ଆସିଥିଲେ । ତେବେ ଏଯାଏଁ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ଆସନ୍ତା ୧୨ରୁ ଦେଶରେ ଚାଲିବ ଟ୍ରେନ । ଆଜି ଅପରାହ୍ନ ୪ ଟାରୁ IRCTC ଓ୍ବେବସାଇଟରେ ହେବ ଟିକେଟ ବୁକିଂ । ପ୍ରଥମ ପର୍ଯ୍ୟାୟରେ ୧୫ ଯୋଡା ଟ୍ରେନ ଚଳାଇବାକୁ ଯୋଜନା…ସାମାଜିକ ଦୂରତା ରକ୍ଷା କରି ଟ୍ରେନରେ ଯାତ୍ରା

ଆସନ୍ତା ୧୨ରୁ ଦେଶରେ ଚାଲିବ ଟ୍ରେନ…ଆଜି ଅପରାହ୍ନ ୪ ଟାରୁ IRCTC ଓ୍ବେବସାଇଟରେ ହେବ ଟିକେଟ ବୁକିଂ…ପ୍ରଥମ ପର୍ଯ୍ୟାୟରେ ୧୫ ଯୋଡା ଟ୍ରେନ ଚଳାଇବାକୁ ଯୋଜନା…ସାମାଜିକ ଦୂରତା ରକ୍ଷା କରି ଟ୍ରେନରେ ଯାତ୍ରା

କାମକୁ ନେଇ ଅଶାନ୍ତି ରହିବେ… ପରିବାର ମଧ୍ୟରେ ମନାନ୍ତର ବୃଦ୍ଧି ହେବ

ମେ ୧୧, ୨୦୨୦ ମସିହା, ମେଷ ୨୯ ଦିନ

୧୯୪୨ ଶକାଦ୍ଦଃ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଜ୍ୟେଷ୍ଠା ମାସ, କୃଷ୍ଣପକ୍ଷ, ଚତୁର୍ଥୀ  ତିଥି ,ସୋମବାର

ପୂର୍ବା ଫାଲଗୁନି ନକ୍ଷତ୍ର, ଧନୁ ରାଶିରେ ଚନ୍ଦ୍ର ରହିବେ

ଯୋଗିନୀ ରହିବେ ନୈଋତରେ ସକାଳ ୬ଟା ୩୮ ପର୍ଯ୍ୟନ୍ତ

ଏହା ପରେ ଯୋଗିନୀ ରହିବେ ଦକ୍ଷିଣରେ

ସକାଳ ୬ଟା ୩୮ ପରେ ଯାତ୍ରା କରିଲେ ଶୁଭ ରହିବ

ଦକ୍ଷିଣ,ପୂର୍ବଆଗ୍ନେୟକୁ ଯାତ୍ରା ନିଷେଧ

ଘାତଚନ୍ଦ୍ର- କନ୍ୟା ଓ ମକର ରାଶିର ମହିଳାଙ୍କ ପାଇଁ

ଘାତବାର- ମିଥୁନ ରାଶିର

ଶୁଭ ସମୟ- ଦିନ ୧ଟା ୨୦ ରୁ ଦିନ  ୨ଟା ୫୮ ମିନିଟ୍‌ ପର୍ଯ୍ୟନ୍ତ

ଅଶୁଭ ସମୟ- ସକାଳ ୬ ଟା ୫୧ ରୁ ରାତି  ୮ ଟା ୨୮ମିନିଟ୍‌

ମେଷରାଶି

ଅଶ୍ବିନୀ ନକ୍ଷତ୍ର- ଗୁରୁଜନଙ୍କର ଆର୍ଶିବାଦ ମିଳିବାର ଯୋଗ ରହିଛି, ସଫଳତା ନିଶ୍ଚୟ ପାଇବେ

ଦ୍ବିଜା ନକ୍ଷତ୍ର- ବହୁ ଦିନରୁ ଅପେକ୍ଷାରେ ଥିବା କାର୍ଯ୍ୟ ଗୁଡିକ ଆଗେଇଯିବ

କୃତ୍ତିକାନକ୍ଷତ୍ର- ପୂର୍ବରୁ କରିଥିବା କାର୍ଯ୍ୟକୁ ନେଇ ଅନୁତାପ କରିବେ

ପ୍ରତିକାର- ମା’ଦୁର୍ଗାଙ୍କୁ ସିନ୍ଦୁର ଅଭିଷେକ କରନ୍ତୁ

ବୃଷରାଶି

କୃତ୍ତିକା ନକ୍ଷତ୍ର- ଦୁର୍ଘଟଣାର ଭୟ ରହିଛି , ସତର୍କ ରୁହନ୍ତୁ ଆଜିର ଦିନରେ

ରୋହିଣୀ ନକ୍ଷତ୍ର – ପୂଜାପାଠରେ ବାଧା ରହିପାରେ, ଅଶାନ୍ତି ଭୋଗର ଯୋଗ

ମୃଗଶିରା- ସ୍ବାସ୍ଥ୍ୟକୁ ନେଇ ଚିନ୍ତା ବଢିଯିବ, ଧୈର୍ଯ୍ୟ ରଖନ୍ତୁ

ପ୍ରତିକାର- ତୁଳସୀ ଗଛର ମାଟି ମଥାରେ ଲଗାନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର- ବ୍ୟବସାୟ କରୁଥିଲେ ସେଥିର ଲାଭ ପାଇପାରନ୍ତି

ଆର୍ଦ୍ରା ନକ୍ଷତ୍ର- ଅର୍ଥ ଅଟକି ରହୁଥିଲେ ତାହା ଆଜି କୈାଣସି ଦିଗରୁ ଆସିଯିବ

ପୁନର୍ବସୁ ନକ୍ଷତ୍ର- ଅନେକ କିଛି କରିବା ପାଇଁ  ଯୋଜନା ସବୁ କରିବେ

ପ୍ରତିକାର- ସ୍ନ।ନ ପରେ ବଟବୃକ୍ଷକୁ ପରିକ୍ରମା କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର- କାମକୁ ନେଇ ଅଶାନ୍ତି ରହିବେ, ଠିକ୍‌ ଭାବରେ କାମ ହେବ ନାହିଁ

ପୁଷ୍ୟ। ନକ୍ଷତ୍ର- ପରିବାର ମଧ୍ୟରେ ମନାନ୍ତର ବୃଦ୍ଧି ହେବ

ଅଶ୍ଲେଷା ନକ୍ଷତ୍ର- ସମାଜରେ ନିଜର କର୍ମ ପାଇଁ ଉଚ୍ଚ ପ୍ରଶଂସିତ ହୋଇପାରନ୍ତି

ପ୍ରତିକାର- ସକାଳ ସମୟରେ ଗୀତା ପାଠ କରନ୍ତୁ

ସିଂହ ରାଶି

ମଘାନକ୍ଷତ୍ର-  ନିଜର ସନ୍ତାନର କର୍ମକୁ ନେଇ ଚିନ୍ତାରେ ରହିବେ

ପୂର୍ବା ଫାଲଗୁନୀ ନକ୍ଷତ୍ର- ଶିକ୍ଷାରେ ଉନ୍ନତି କରିବା ସହ କିଛି ଉପହାର ପାଇପାରନ୍ତି

ଉତ୍ତରା ଫାଲଗୁନୀ ନକ୍ଷତ୍ର- ଯଦି କିଛି କୃଷି କାମ କରୁଛନ୍ତି ତେବେ ସେଥିରେ ସଫଳ ରହିବେ

ପ୍ରତିକାର- କିଛି ମହୁ ଶିବଲିଙ୍ଗରେ ଅର୍ପଣ କରନ୍ତୁ

କନ୍ୟା ରାଶି

ଉତ୍ତରା ଫାଲଗୁନୀ ନକ୍ଷତ୍ର- ମନରେ ପ୍ରସନ୍ନତା ରହିବ, କାମ କରିବାର ଆନନ୍ଦ ପାଇବେ

ହସ୍ତା ନକ୍ଷତ୍ର- ବିରୋଧୀମାନଙ୍କ ଠାରୁ ବିଜୟ ଲାଭ କରିବେ

ଚିତ୍ରା ନକ୍ଷତ୍ର-  କିଛି ସୁସମ୍ବାଦ ପାଇପାରନ୍ତି , ଦିନଟି ଖୁସିରେ କଟିବ

ପ୍ରତିକାର- ବେଲପତ୍ରରେ ଚନ୍ଦନ ଲଗାଇ ବୃଷଭକୁ ଅର୍ପଣ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର- ମନରେ ଆସୁଥିବା କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ

ସ୍ବାତୀ ନକ୍ଷତ୍ର- ପଡୋଶୀଙ୍କ ସହ ବ୍ୟବହାରରେ ମନସ୍ତାପରେ ରହିବେ

ବିଶାଖା ନକ୍ଷତ୍ର- କେହି ଆପଣଙ୍କୁ କିଛି ଆଭୂଷଣ ଉପହାର ଭାବରେ ଦେଇପାରନ୍ତି

ପ୍ରତିକାର- ଓଁ ଗଣେଶାୟ ନମଃ ପାଠ କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର- ହୃଦୟଜନିତ ସମସ୍ୟାରେ ପୀଡିତ ହୋଇପାରନ୍ତି, ସତର୍କ ରୁହନ୍ତୁ

ଅନୁରାଧା ନକ୍ଷତ୍ର- ପରିବାର ମଧ୍ୟରେ କୈାଣସି ଅଘଟଣ ଘଟିବାର ଯୋଗ ରହିଛି

ଜ୍ୟେଷ୍ଠା ନକ୍ଷତ୍ର- ନିଶ୍ବାସପ୍ରଶ୍ବାସରେ ହଠାତ୍‌ କଷ୍ଟ ଆସିପାରେ, ଦିନଟି ଜଗିରଖି ଚଳନ୍ତୁ

ପ୍ରତିକାର- ପକ୍ଷୀଙ୍କୁ ଖାଦ୍ୟ ଦାନ କରନ୍ତୁ

ଧନୁରାଶି

ମୂଳାନକ୍ଷତ୍ର- ଦିନଟିରେ ଖୁସି,ଆନନ୍ଦ ମିଳିବ

ପୂର୍ବାଷାଢା ନକ୍ଷତ୍ର- ବନ୍ଧୁମାନଙ୍କର ସାହାଯ୍ୟ,ସହଯୋଗ ମନକୁ ଦୃଢ କରିବ

ଉତ୍ତରଷାଢା- ଅନ୍ୟ କାହାରି ଗାଡିରେ ଯିବାଆସିବା କରନ୍ତୁ ନାହିଁ

ପ୍ରତିକାର- ଗୁରୁଜନଙ୍କ ପାଦ ସ୍ପର୍ଶ କରି ଆଶିବାଦ୍‌ ନିଅନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର- ଅଜାଣତରେ କୈାଣସି ଦ୍ରବ୍ୟ ନଷ୍ଟ ହୋଇପାରେ

ଶ୍ରବଣା ନକ୍ଷତ୍ର- ଆଜି ଆପଣଙ୍କର ଅଧିକ ଖର୍ଚ୍ଚ ହୋଇପାରେ, ସତର୍କ ରହିଥିବେ

ଧନିଷ୍ଠା ନକ୍ଷତ୍ର- ନିଜ ଲୋକମାନେ ଶତୃଭଳି ଆଚରଣ କରିବେ

ପ୍ରତିକାର- ଗାୟତ୍ରୀ ମନ୍ତ୍ର ୨୧ ଥର ପାଠ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର- କ୍ଷୀର ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଦିନଟି ଭଲ ରହିବ

ଶତଭିଷା ନକ୍ଷତ୍ର- ଧନ ଲାଭ ସହିତ, ମାନସମ୍ମାନ ବୃଦ୍ଧି ହେବ

ପୂର୍ବାଭାଦ୍ରପଦ ନକ୍ଷତ୍ର- ଲକ୍ଷ୍ମୀପ୍ରାପ୍ତିର ଯୋଗ ରହିଛି

ପ୍ରତିକାର- କୈାଣସି ମନ୍ଦିରରେ ଛୁରୀ ଦାନ କରନ୍ତୁ

ମୀନ ରାଶି

ପୂର୍ବାଭାଦ୍ରପଦ ନକ୍ଷତ୍ର- କିଛି କାରଣକୁ ନେଇ ମନରେ ଅନୁଶୋଚନା ରହିବ

ଉତ୍ତରାଭାଦ୍ରପଦ ନକ୍ଷତ୍ର- ଆଇ.ଟି କ୍ଷେତ୍ରରେ ରହିଥିଲେ ସେଥିରେ ବିଫଳ ରହିବେ

ରେବତୀ ନକ୍ଷତ୍ର- ଚାକିରୀ କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ

ପ୍ରତିକାର-  ଶିବ ମନ୍ଦିରରେ ଝାଡୁ,ପୋଛା କରନ୍ତୁ

 

ଜ୍ୟୋତିର୍ବିଦ୍‌  ପ୍ରଜ୍ଞା ତ୍ରିପାଠୀ

ଯୋଗାଯୋଗ – 8984684801

 

 

 

 

 

 

 

 

 

 

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥ ହୋଇ ପଡ଼ିଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ଏମ୍ସ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମନମୋହନ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ସୂଚନା ଦିଆଯାଇଛି ।

୮୭ ବର୍ଷୀୟ ମନମୋହନ ସିଂହଙ୍କୁ ଏମ୍ସର କାର୍ଡିଓ ୱାର୍ଡରେ ଅବଜରଭେସନରେ ରଖାଯାଇଛି । ୨୦୦୯ ମସିହାରେ ସେ ଏମ୍ସରେ ହାର୍ଟ ବାଇପାସ୍ ସର୍ଜରୀ କରାଇଥିଲେ । ଏହା ପୂର୍ବରୁ ୧୯୯୦ ମସିହାରେ ମଧ୍ୟ ହାର୍ଟର ବାଇପାସ୍ ସର୍ଜରୀ କରାଇଥିଲେ ।

ସେ ଏବେ ରାଜସ୍ଥାନରୁ ରାଜ୍ୟ ସଭାକୁ ପ୍ରତିନିଧିତ୍ୱ କରୁଛନ୍ତି । ୨୦୦୪ ମସିହାରୁ ୨୦୧୪ ମସିହା ଯାଏଁ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

ଯାତ୍ରୀବାହୀ ଟ୍ରେନ୍ ସେବା ଆରମ୍ଭ ପରେ ଚାଲିବ କି ଶ୍ରମିକ ସ୍ପେଶାଲ ?

ନୂଆଦିଲ୍ଲୀ: ମହାମାରୀ କରୋନା ମଧ୍ୟରେ ଆସନ୍ତା ୧୨ ତାରିଖରୁ ଦେଶରେ ଆଂଶିକ ଭାବେ ଆରମ୍ଭ ହେବ ଯାତ୍ରୀବାହୀ ଟ୍ରେନ୍ ସେବା । ଆସନ୍ତାକାଲି ଠାରୁ ଆଇଆରସିଟିସି ୱେବସାଇଟରେ ଟିକେଟ ବୁକିଂ ଆରମ୍ଭ ହେବ । ମଙ୍ଗଳବାର ଠାରୁ ଯାତ୍ରୀବାହୀ ଟ୍ରେନ୍ ସେବା ଆରମ୍ଭ ହେବାକୁ ଥିବାବେଳେ ଶ୍ରମିକ ସ୍ପେଶାଲ ଟ୍ରେନ୍ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିଲା ।

ଏହି ଦ୍ୱନ୍ଦ୍ୱକୁ ଭାରତୀୟ ରେଳବାଇ ଦୂର କରିଛି । ପାସେଞ୍ଜର ଟ୍ରେନ୍ ସେବା ଆରମ୍ଭ ପରେ ବି ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଚଳାଚଳ ଜାରି ରହିବ । ଶ୍ରମିକ ସ୍ପେଶାଲ ଟ୍ରେନ୍ ଗୁଡ଼ିକ ପୂର୍ବଭଳି ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଚାଲିବ ବୋଲି ଭାରତୀୟ ରେଳବାଇ ସ୍ପଷ୍ଟ କରିଛି ।

ଟ୍ରେନ୍ ଏବଂ ବିମାନ ଚଳାଚଳ ନେଇ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେଲା ମନ୍ତ୍ରୀ ସ୍ତରୀୟ କମିଟି

ଲକଡାଉନରେ ବଣ ଭୋଜି କରି ବନ୍ଧାହେଲେ ୮ ଜଣ

ଦିଗପହଣ୍ଡି: କରୋନା ସଂକ୍ରମଣ ରୋକିବାକୁ ସରକାର ଲକଡାଉନକୁ କଡ଼ାକଡ଼ି କରିଛନ୍ତି । ଭୋଜିଭାତ ଉପରେ ପ୍ରତିବନ୍ଧକ ଲାଗିଛି । ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨୫ରେ ପହଞ୍ଚିଲାଣି । ତଥାପି କେତେକ ଅମାନିଆ ସୁଧୁରୁନାହାଁନ୍ତି । ପାଟପୁର ଥାନା ଅଞ୍ଚଳରେ ଭୋଜି କରୁଥିବା ବେଳେ ପୋଲିସ ୮ ଜଣଙ୍କୁ ଗିରଫ କରିଛି ।

ପାଟପୁର ଥାନା ଅନ୍ତର୍ଗତ ଗୋକର୍ଣ୍ଣ ମେରିପଲ୍ଲୀରେ ମଦ, ମାଂସ ଭୋଜି ବେଳେ ପୋଲିସ ଚଢ଼ାଉ କରିଥିଲା । ଭୋଜି ଭାତ କରି ଜୁଆ ଆଡ୍ଡା ଚାଲିଥିଲା । ପୋଲିସ ୮ ହଜାର ଟଙ୍କା ସହ ହଣ୍ଡାହାଣ୍ଡି, ଗ୍ୟାସ୍ ଏବଂ ଚୁଲା ଜବତ କରିଛି ।

ସୁରତରୁ ଆସୁଥିବା ଟ୍ରେନରୁ ୨୦ ପ୍ରବାସୀ ଚମ୍ପଟ୍, ୬ ଜଣ କାବୁ

ଅନୁଗୁଳ: ରାଜ୍ୟ ସରକାର ବାହାର ରାଜ୍ୟର ଫସିଥିବା ଓଡ଼ିଆମାନଙ୍କୁ ଫେରାଇ ଆଣୁଛନ୍ତି । ତେବେ, ପ୍ରବାସୀମାନେ ଅଧିକାଂଶ ସ୍ଥାନରେ ନିୟମ ମାନୁନାହାଁନ୍ତି । ନିଜେ ସଂକ୍ରମିତ ହେବା ସହ ଅନ୍ୟମାନଙ୍କ ଜୀବନକୁ ବିପନ୍ନ କରିବାକୁ ଉଦ୍ୟମ କରୁଛନ୍ତି । ସୁରତରୁ ଓଡ଼ିଶା ଆସୁଥିବା ଏକ ଟ୍ରେନରୁ ପ୍ରାୟ ୨୦ ଜଣ ପ୍ରବାସୀ ଓଡ଼ିଆ ଖସି ପଳାଇଛନ୍ତି ।

ଅନୁଗୁଳ ଜିଲ୍ଲାର ମଝିକା ନିକଟରେ ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଟ୍ରେନର ଚେନ୍ ଟଣାଯାଇଛି । ଟ୍ରେନ୍ ଚେନ୍ ଟାଣିବା ପରେ ପ୍ରାୟ ୨୦ ଜଣ ପ୍ରବାସୀ ଟ୍ରେନରୁ ଖସି ଯାଉଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ୬ ଜଣଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି ।

ଟ୍ରେନ୍ ଏବଂ ବିମାନ ଚଳାଚଳ ନେଇ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେଲା ମନ୍ତ୍ରୀ ସ୍ତରୀୟ କମିଟି

ଧରାପଡ଼ିଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣ ଦେବଗଡ଼ ଜିଲ୍ଲାର ହୋଇଥିବା ଜଣାପଡ଼ିଛି । ତେବେ, ଅନ୍ୟମାନଙ୍କ ସନ୍ଧାନ ମିଳିନାହିଁ । ପୋଲିସ ଖୋଜାଖୋଜି କରୁଛି ।

ପ୍ରଥମ ପର୍ଯ୍ୟାୟରେ ଦେଶର ଏହି ସବୁ ସ୍ଥାନକୁ ଗଡ଼ିବ ଯାତ୍ରୀବାହୀ ଟ୍ରେନ୍

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଥମିନଥିବା ବେଳେ ଭାରତୀୟ ରେଳବାଇ ଏକ ବଡ଼ ନିଷ୍ପତ୍ତି ନେଇଛି । ରେଳ ମନ୍ତ୍ରାଳୟ ଅନୁସାରେ, ରେଳବାଇ ମେ ୧୨ ତାରିଖରୁ ପାସେଞ୍ଜର ଟ୍ରେନ୍ ସେବା ଆରମ୍ଭ କରିବ । ପ୍ରଥମ ପର୍ଯ୍ୟାୟରେ ଦେଶର ବିଭିନ୍ନ ସ୍ଥାନକୁ ୩୦ଟି ଟ୍ରେନ୍ ଚାଲିବ ।

ଏହି ସ୍ୱତନ୍ତ୍ର ଟ୍ରେନ୍ ସବୁ ନୂଆଦିଲ୍ଲୀରୁ ଦିବ୍ରୁଗଡ଼, ଅଗରତାଲା, ହାୱଡ଼ା, ପାଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗଳୁରୁ, ଚେନ୍ନାଇ, ଥିରୁଭନନ୍ଥପୁରମ, ମଦଗାଓଁ, ମୁମ୍ବାଇ ସେଣ୍ଟ୍ରାଲ୍, ଅହମଦାବାଦ ଓ ଜମ୍ମୁ ତାୱିକୁ ଚଳାଚଳ କରିବ । ଗୋଟିଏ ଟ୍ରେନ୍ ଦିଲ୍ଲୀରୁ ଗନ୍ତବ୍ୟ ସ୍ଥଳକୁ ଆସିବାକୁ ଥିବାବେଳେ ଅନ୍ୟଟି ଉପରୋକ୍ତ ସ୍ଥାନରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ ।

ଏଥିପାଇଁ ଆଇଆରସିଟିସି ୱେବସାଇଟରେ ବୁକିଂ ଆରମ୍ଭ ହେବ । ୧୧ ତାରିଖ ଅପରାହ୍ଣ ୪ଟାରୁ ଆଇଆରସିଟିସି ୱେବସାଇଟରେ ଟିକେଟ୍ ମିଳିବ । ଏନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ, ଯାତ୍ରା ସମୟରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯିବ ।

ଟ୍ରେନ୍ ଏବଂ ବିମାନ ଚଳାଚଳ ନେଇ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେଲା ମନ୍ତ୍ରୀ ସ୍ତରୀୟ କମିଟି

ଖାଇବା ପାଇଁ ଧାଡ଼ି ବାନ୍ଧି ଛିଡ଼ା ହେଉଛନ୍ତି ଏହି ଧନୀ ଦେଶର ଲୋକ

ବର୍ଣ୍ଣ: ମହାମାରୀ କରୋନା ଯୋଗୁଁ ଦୁନିଆର କେତକ ଦେଶର ଅବସ୍ଥା ବହୁତ ଖରାପ ହୋଇଯାଇଛି । ସବୁଠାରୁ ଧନୀ ଦେଶ କୁହାଯାଉଥିବା ୟୁରୋପୀୟ ଦେଶ ସ୍ୱିଜରଲାଣ୍ଡର ଲୋକ ବି ମାଗଣା ଖାଇବା ପାଇବା ପାଇଁ ଧାଡ଼ିରେ ଛିଡ଼ା ହେଉଛନ୍ତି । ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି ଅନୁସାରେ, ଶନିବାର ଜେନିଭାରେ ଏକ ହଜାରରୁ ଅଧିକ ଲୋକ ଖାଇବା ପାଇଁ ଏମିତି ଧାଡ଼ିରେ ଛିଡ଼ା ହୋଇଥିଲେ ।

ସ୍ୱିଜରଲାଣ୍ଡରେ ଏବେ ଯାଏଁ କରୋନାର ୩୦ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ୧୮୦୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଯେତେବେଳେ କି ସ୍ୱିଜରଲାଣ୍ଡର ଜନସଂଖ୍ୟା ପ୍ରାୟ ୮୬ ଲକ୍ଷ । କରୋନା ପ୍ରଭାବରେ ଜେନିଭାର ଲୋକ ଏକ କିଲୋମିଟର ଲମ୍ବା ଲାଇନରେ ଛିଡ଼ା ହୋଇ ଖାଇବା ପ୍ୟାକେଟ୍ ନେଇଥିଲେ । ସକାଳ ୫ଟାରୁ ଲୋକମାନେ ଲାଇନରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା ।

୨୦୧୮ ମସିହାର ଏକ ରିପୋର୍ଟ ଅନୁସାରେ, ୮୬ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶରେ ମାତ୍ର ୬.୬ ଲକ୍ଷ ଲୋକ ଗରିବ ଥାନ୍ତି । ବିଶେଷକରି ଏକୁଟିଆ ପରିବାର ଓ କମ୍ ପାଠ ପଢ଼ିଥିବା ଲୋକଙ୍କୁ ଚାକିରି ପାଇବାରେ ଅସୁବିଧା ହୁଏ । ସ୍ୱିସ୍ ବ୍ୟାଙ୍କ ମୁତାବକ, ତିନି ଜଣିଆ ପରିବାର ଚଳିବା ପାଇଁ ଜେନେଭା ଦେଶର ଏକ ମହଙ୍ଗା ସହର ।

ମାଆକୁ କରୋନା, ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ: ଶବ ପାଖେ ବସି କାନ୍ଦୁଛି ଛୁଆ