spot_img
Home Blog Page 7130

ଦେଶରେ ବେକାବୁ କରୋନା ସଂକ୍ରମଣ । ୩ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଏଯାଏଁ ୮ ହଜାର ୮ଶହ ୮୪ ମୁଣ୍ଡ ନେଲାଣି ଭୂତାଣୁ । କେବଳ ମହାରାଷ୍ଟ୍ରରେ ପଜିଟିଭ ସଂଖ୍ୟା ଲକ୍ଷେ ପାର୍ ।

ଦେଶରେ ବେକାବୁ କରୋନା ସଂକ୍ରମଣ । ୩ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଏଯାଏଁ ୮ ହଜାର ୮ଶହ ୮୪ ମୁଣ୍ଡ ନେଲାଣି ଭୂତାଣୁ । କେବଳ ମହାରାଷ୍ଟ୍ରରେ ପଜିଟିଭ ସଂଖ୍ୟା ଲକ୍ଷେ ପାର୍‌ ।

ରାଜ୍ୟରେ ଦିନକରେ ସର୍ବାଧିକ କରୋନା ପଜିଟିଭ୍, ୨୨୫ ଚିହ୍ନଟ… କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୯୬, ସ୍ଥାନୀୟ ୨୯ । କେବଳ କଟକରୁ ୯୨ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ୭୨୩କୁ ବୃଦ୍ଧି । କଳାହାଣ୍ଡିରେ ୨ ଡାକ୍ତର ସଂକ୍ରମିତ ।

ରାଜ୍ୟରେ ଦିନକରେ ସର୍ବାଧିକ କରୋନା ପଜିଟିଭ୍‌, ୨୨୫ ଚିହ୍ନଟ… କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୧୯୬, ସ୍ଥାନୀୟ ୨୯ ।  କେବଳ କଟକରୁ ୯୨ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ୭୨୩କୁ ବୃଦ୍ଧି । କଳାହାଣ୍ଡିରେ ୨ ଡାକ୍ତର ସଂକ୍ରମିତ ।

ରାଜ୍ୟରେ ଏବେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩୭୨୩ରେ ପହଞ୍ଚିଛି । ସେଥି ମଧ୍ୟରୁ ୨୪୭୪ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୧୨୩୪ଜଣ ସକ୍ରିୟ ରହିଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ ଏବେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩୭୨୩ରେ ପହଞ୍ଚିଛି । ସେଥି ମଧ୍ୟରୁ ୨୪୭୪ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୧୨୩୪ଜଣ ସକ୍ରିୟ ରହିଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ ୨୨୫ ସଂକ୍ରମିତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୯୨ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ୍ ଉପର ମୁହାଁ । ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପୂର୍ବର ସବୁ ରେକର୍ଡ ଭାଙ୍ଗିଛି ଆଜିର ସଂକ୍ରମିତ ସଂଖ୍ୟା । ପୂର୍ବରୁ ସଂକ୍ରମିତଙ୍କ ସଂଖ୍ୟା ଶହେ ପାର ହେଉଥିବା ବେଳେ ଆଜି ଦୁଇ ଶହ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୨୫ କରୋନା ସଂକ୍ରମିତ ।  ଗତକାଲି ରାଜ୍ୟରେ ୧୧୨ଟି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ ୨୨୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସର ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭୨୩ରେ ପହଞ୍ଚିଛି । ଏହି ୨୨୫ ଟି ପଜିଟିଭରେ ରହିଛି ୧୬ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ୨୨୫ ଜଣ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୯୬ ଜଣ ଚିହ୍ନଟ ହୋଇଥିବା ବେଳେ ୨୯ ଜଣ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି ।

୨୪ ଘଣ୍ଟାରେ ସର୍ବାଧିକ ସଂକ୍ରମିତ କଟକରୁ ୯୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ୧୩, ଖୋର୍ଦ୍ଧା ୧୯, ନୟାଗଡ଼ ୭, ଢେଙ୍କାନାଳ ୭, ବାଲେଶ୍ୱର ୨, ଅନୁଗୁଳ ୧, ଭଦ୍ରକ ୫ , କଳାହାଣ୍ଡି ୩, କନ୍ଧମାଳ ୧୫, ଗଞ୍ଜାମ ୨୦, ସୁନ୍ଦରଗଡ଼୧, ପୁରୀ ୧୫, ବଲାଙ୍ଗୀର ୧୨, କେନ୍ଦ୍ରାପଡ଼ା ୪, ମୟୁଭଞ୍ଜରୁ ୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଶୁକ୍ରବାର ଦିନ ଗଞ୍ଜାମର ୫୫ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଏହାଫଳରେ ୧୦ ରେ ପହଞ୍ଚିଛି କରୋନା ମୃତ୍ୟୁ ସଂଖ୍ୟା ।

ରାଜ୍ୟରେ ଏବେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩୭୨୩ରେ ପହଞ୍ଚିଛି । ସେଥି ମଧ୍ୟରୁ ୨୪୭୪ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୧୨୩୪ଜଣ ସକ୍ରିୟ ରହିଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ।

ବିଳମ୍ବିତ ରାତିରେ ପୋଲିସ କ୍ୱାର୍ଟରେ ପଶିଲେ ଚୋର

ପୁରୀ: ପୋଲିସ ଘରେ ଚୋରି । କିଛି ଦିନର ବ୍ୟବଧାନ ପରେ ଆରମ୍ଭ ହେଲା ଚୋରି ଡକାୟତି ଭଳି ଘଟଣା । ଲକଡାଉନ ଏବଂ ସଟଡାଉନ୍ ପାଇଁ ପ୍ରାୟ ସବୁ ପ୍ରକାର ଘଟଣା ଦୁର୍ଘଟଣା ବନ୍ଦ ଥିବା ବେଳେ  ଚୋରି ତ ହେଲା କିନ୍ତୁ ପୋଲିସ ଘରୁ ।

ସାଧାରଣ ଭାବେ ପୋଲିସକୁ ଚୋରଙ୍କ ଭୟ ତ ଆପଣ ଜାଣିଥିବେ କିନ୍ତୁ ପୋଲିସ ଘରୁ ଚୋରି ଘଟଣା ଆପଣ ବହୁତ କମ ଶୁଣିଥିବେ । ଏବେ ଏହି  ଘଟଣାକୁ ନେଇ ଚାରି ଆଡ଼େ ଚର୍ଚ୍ଚା । ତେବେ ଚୋରମାନେ ଅଜାଣନ୍ତ ପୋଲିସ ଘରୁ ଚୋରୀ କରିନାହାଁନ୍ତି ବରଂ ଜାଣିଶୁଣି ଚୋରି କରିଥିବା ଜଣାପଡ଼ୁଛି । କାରଣ ସେମାନେ ବିଳମ୍ବିତ ରାତି ପୋଲିସ କ୍ୱାର୍ଟରୁ ହିଁ ଚୋରି କରିଛନ୍ତି ।

ପୋଲିସକୁ ବି ଛାଡ଼ିନାହାଁନ୍ତି, ପୋଲିସ ଘରେ ପସି ଚୋରି କଲେ ଚୋର । ପୁରୀ କ୍ଲର୍କ ରୋଡରେ ଥିବା ପୋଲିସ କ୍ୱାର୍ଟରରୁ ଚୋରି ହୋଇଥିବା ସୂଚନା ମିଳିଛି । କାକଟପୁର ଥାନା ଆଇଆଇସି ସୁଜିତ କୁମାର ଦାସଙ୍କ କ୍ୱାର୍ଟରରୁ ଚୋରି ହୋଇଛି। ଖବର ପାଇ ଅନୁସନ୍ଧାନ ପାଇଁ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ପହଞ୍ଚି ଯାଞ୍ଚ କରୁଛନ୍ତି । କୁମ୍ଭାରପଡ଼ା ପୋଲିସ ବି ସନ୍ଧାନ ଜାରି ରଖିଛି । ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ବେଳେ କଣ ଚୋରି ହୋଇଛି ଏନେଇ ବର୍ତ୍ତମାନ ସୁଦ୍ଧା କୈାଣସି ସ୍ପଷ୍ଟ ସୂଚନା ନାହିଁ। ଏନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

୨୪ ଘଣ୍ଟା ଭିତରେ ନିରଂଜନ ସମର୍ଥକଙ୍କୁ ଗିରଫ କର : ଇତିଶ ପ୍ରଧାନ

ଭୁବନେଶ୍ୱର: ପଦାରେ ପଡୁଛି କଂଗ୍ରେସର ଗୋଷ୍ଠୀ କନ୍ଦଳ । କଂଗ୍ରେସ ବିରୋଧରେ ଲଢୁଛି କଂଗ୍ରେସ । ଏବଂ ଥମିବାର ନାଁ ନେଉନି କଂଗ୍ରେସର ଗୋଷ୍ଠୀ କନ୍ଦଳ । କେତେ ବେଳେ ବଡ଼ବଡ଼ିଆଙ୍କ ମଧ୍ୟରେ ତ କେତେବେଳେ ତଳିଆ କର୍ମଚାରୀଙ୍କ ମଧ୍ୟରେ ତେଜୁଛି ଗୋଷ୍ଠୀ କନ୍ଦଳ ।

 ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କରାଯାଇଛି ତୀବ୍ର ବିରୋଧ । ଗତକାଲି ସଂଧ୍ୟାରେ ଦଳରୁ ନିଲମ୍ବିତ ହୋଇଥିବା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ସମର୍ଥକଙ୍କ ସହ ପିସିସି ସଭାପତିଙ୍କ ପୋଷ୍ଟର ଜାଳିବା ,ସହ ଜୋରଦାର ପ୍ରତିବାଦ କରିଛନ୍ତି । ସେ ଅଭିଯୋଗ କରିଛନ୍ତି,  ପିସିସି ସଭାପତି ଗୁଣ୍ଡା ଲଗାଇ ଯୁବ କଂଗ୍ରେସ କର୍ମକର୍ତ୍ତାଙ୍କୁ ମାଡ଼ ମାରିଛନ୍ତି ।

ଏନେଇ ସେ ଖାରବେଳ ଥାନାରେ ଅଭିଯୋଗ କରିଛନ୍ତି  । ୨୪ ଘଣ୍ଟା ଭିତରେ ନିରଂଜନ ସମର୍ଥକଙ୍କୁ ଗିରଫ କରାନଗଲେ ସେ, ଘରେ ପଶି ମାଡ଼ ମାରିବେ ବୋଲି ଚେତାବନୀ ଦେଇଛନ୍ତି । ସୂଚନା ଥାଉକି, କଂଗ୍ରେସର ନୂଆ ପ୍ୟାନେଲିଷ୍ଟ ତାଲିକାକୁ ନେଇ ୩ ଦିନ ହେବ ଦଳର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି ।

ଟାଇଗର ଶ୍ରଫଙ୍କ ପୂର୍ବରୁ ଏହି ଟିଭି ଅଭିନେତାଙ୍କ ସହ ରିଲେସନଶିପରେ ଥିଲେ ଦିଶା ପଟାନୀ

ମୁମ୍ବାଇ: ଅଭିନେତ୍ରୀ ଦିଶା ପାଟାନୀ ବଲିଉଡରେ ନିଜ ବୋଲ୍ଡନେସ ଓ କ୍ୟୁଟନେସ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଫିଲ୍ମ ଜଗତରେ ଦିଶା ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଆଜି ଦିଶାଙ୍କର ଜନ୍ମଦିନ । ୧୯୯୨ ମସିହା ଜୁନ୍ ମାସ ୧୩ ତାରିଖ ପୁପିରେ ତାଙ୍କ ଜନ୍ମ ହୋଇଥିଲା । ଆଜି ସେ ତାଙ୍କର ୨୮ ତମ ଜନ୍ମଦିନ ପାଳନ କରୁଛନ୍ତି । ବର୍ତ୍ତମାନ ବଲିଉଡର ସେ ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ । ଲକଡାଉନ୍ ପୂର୍ବରୁ ତାଙ୍କର ଶେଷ ଚଳଚ୍ଚିତ୍ର ‘ମଲଙ୍ଗ’ ହିଟ୍ ହୋଇଥିଲା । ଦିଶା ପଟ୍ଟନୀ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାଆନ୍ତି।

ବଲିଉଡରେ ଖୁବକମ ସମୟରେ କୋଟି କୋଟି ଦର୍ଶକଙ୍କ ଦିଲରେ ରାଜ କରିବାରେ ସଫଳ ହୋଇପାରିଛନ୍ତି ଦିଶା । ଅଭିନୟ ପାଇଁ କମ ଓ ନିଜ କ୍ୟୁଟ ସ୍ମାଇଲ ପାଇଁ ସେ ଅଧିକ ଫେମସ । ତାଙ୍କୁ ବୋଲ୍ଡନେସ, ହଟନେସ ଓ କ୍ୟୁଟନେସର ମିକ୍ସଚର କୁହାଯାଏ। ଟାଇଗର ଶ୍ରଫଙ୍କ ପ୍ରେମିକା ଭାବେ ମଧ୍ୟ ସେ ଜଣା ଶୁଣା। କିନ୍ତୁ ଟାଇଗରଙ୍କ ପୂର୍ବରୁ ଦିଶା ଆଉ ଏକ ରିଲୋସନଶିପ୍ ରେ ଥିଲେ । ପଟାନୀଙ୍କର ପ୍ରଥମ ପ୍ରେମ ଜଣେ ଜଣାଶୁଣା ଟିଭି ଅଭିନେତା । ଗୋଟେ ବର୍ଷ ରିଲୋସନଶିପରେ ରହିବା ପରେ ଉଭୟ ବ୍ରେକ ଅପ୍ କରିଥିଲେ ।

ତେବେ ପପୁଲାର ଟିଭି କଳାକାର ପାର୍ଥ ସମଥାନଙ୍କ ସହ ରିଲେସନଶିପରେ ଥିଲେ ଦିଶା । ଏକତା କପୁରଙ୍କ ଶୋ’ “କଶୌଟି ଜିନ୍ଦଗୀ କି”ରେ ଅଭିନୟ କରି ପାର୍ଥ ଅନେକ ପ୍ରତିଷ୍ଠା ଲାଭ କରିଥିଲେ । ଉଭୟଙ୍କ ବ୍ରେକ ଅପ୍ ପରେ ଦିଶା ନିଜର ସମସ୍ତ ଧ୍ୟାନ ବଲିଉଡରେ ନିଜ କ୍ୟାରିଅର ତିଆରି କରିବାରେ ଲଗାଇଥିଲେ । ଦିଶା ଓ ପାର୍ଥଙ୍କର କିଛି ପୁରୁଣା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ପାର୍ଥ ଓ ଦିଶାଙ୍କ ବ୍ରେକଅପ୍ ପରେ ସେ ଟାଇଗର ଶ୍ରଫଙ୍କ ସହ ଦେଖା ହୋଇଥିଲେ । ଶୁଟିଂ ସେଟ୍ ରୁ ଦୁହେଁ କ୍ଲୋଜ୍ ହୋଇଥିଲେ । ଫିଲ୍ମ ସହ ରିଅଲ ଲସାଇଫରେ ଦିଶା ଓ ଟାଇଗରଙ୍କ କେମିଷ୍ଟ୍ରି ଚର୍ଚ୍ଚାରେ ରହେ । ହେଲେ ଟାଇଗର ଓ ଦିଶା ଉଭୟଙ୍କ ରିଲେସନଶିପ ନେଇ ଏଯାଏଁ କୌଣସି ଘୋଷଣା କରିନାହାନ୍ତି । ଟାଇଗର ଓ ଦିଶାଙ୍କୁ ସୁଟିଂ ସେଟ୍ ବ୍ୟତୀତ ଅନେକ ସ୍ଥାନରେ ଏକା ସହ ସ୍ପଟ୍ କରାଯାଇଛି । ଏମିତିକି ଦୁହେଁ ସବୁ ଇଭେଣ୍ଟ ଓ ପାର୍ଟିକୁ ମଧ୍ୟ ଏକା ସହ ଯାଆନ୍ତି । ଉଭୟଙ୍କ ଯୋଡିକୁ ବିଟାଉନ୍ ସହ ଦର୍ଶକମାନେ ବହୁତ ପସନ୍ଦ କରନ୍ତି ।

କଳାହାଣ୍ଡିର ଦୁଇ ଡାକ୍ତର ହେଲେ କରୋନା ପଜିଟିଭ୍

କଳାହାଣ୍ଡି: କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ । କରୋନା ପାଇଁ ପୂରା ଦେଶର ସ୍ଥିତି ଏବେ ଗମ୍ଭୀର । କରୋନାଠୁ ବଞ୍ଚିବା ସବୁ ପ୍ରକାର ପ୍ରୟାସ ଏବେ ଫେଲ ମରୁଛି । କରେନା ଟାର୍ଗେଟରେ ଅଛନ୍ତି ଏବେ କରୋନା ଯୋଦ୍ଧା । କଳାହାଣ୍ଡି ଜିଲ୍ଲାରେ ଦୁଇ ମହିଳା ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଉଭୟ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ହୋଇଥିବା ବେଳେ ପୂର୍ବରୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ନେଇ ସୂଚନା ରହିଛି । ଗତକାଲି ଦୁଇ ଡାକ୍ତରଙ୍କ ସହିତ ଆଉ ଜଣେ ତେଲେଙ୍ଗାନା ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ସେପଟେ ନର୍ଲା ସିଏଚସିକୁ ଗତକାଲି ରାତି ୧୦ଟାରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସଟ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ସ୍ୱାବ ଟେଷ୍ଟ କରାଯାଇଛି । ଏହା ସହିତ ସିଏଚସିକୁ ସାନିଟାଇଜ୍‌ କରାଯାଇଛି । ଏନେଇ କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଜଗୁଲାଲ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ମହାରାଷ୍ଟ୍ରରେ ଲକ୍ଷେରୁ ଅଧିକ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଗ୍ରାଫ୍‌ । ଗତକାଲି ଆସିଲା ସର୍ବଧିକ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା । ବିଶ୍ୱ ମାନଚିତ୍ରରେ ବଢିଲା ଭାରତର ପଏଣ୍ଟ । ବ୍ରିଟେନକୁ ପଛରେ ପକାଇଲା ଭାରତ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ପାଖରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା । ମୋଟ୍‌ ମୃତ୍ୟୁ ସଂଖ୍ୟା  ୮ ହଜାର ଟପିଛି । ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୨,୯୭,୫୩୫ରେ ପହଞ୍ଚିଛି ଏବଂ ସମୁଦାୟ ମୃତ୍ୟୁ ସଂଖ୍ୟା ଏବଂ ୮,୪୯୮ରେ ପହଞ୍ଚିଛି ।

ସେହିଭଳି ଦେଶରେ ୧ ଲକ୍ଷ ୪୬ ହଜାରରୁ ଅଧିକ ଆକ୍ଟିଭ୍‌ କେସ ରହିଛି । ଭାରତରେ ମହାରାଷ୍ଟ୍ର, ଗୁଜରାଟ, ପଶ୍ଚିମବଙ୍ଗ, ଅହମ୍ମଦାବାଦ, ଉତ୍ତର ପ୍ରଦେଶ, ଦିଲ୍ଲୀରେ ସ୍ଥିତି ସାଂଘାତିକ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୧ଲକ୍ଷରୁ ଅଧିକ  ଆକ୍ରାନ୍ତ ହୋଇଥିବା ବେଳେ ୩ ହଜାରୁ ଅଧିକ ଜଣକ ଜୀବନ ନେଇଛି କରୋନା ।

ସେହିଭଳି ଗୁଜରାଟରେ ୧୩ ଶହ , ପଶ୍ଚିମବଙ୍ଗରେ ଚାରିଶହ  ଓ ଦିଲ୍ଲୀରେ ଏକ ହଜାର ଟପିଛି ମୃତ୍ୟୁ ସଂଖ୍ୟା । ତେବେ ସୁସ୍ଥ ସଂଖ୍ୟା ଦେଶବାସୀଙ୍କୁ ସାମନ୍ୟ ଆଶ୍ୱସ୍ଥି ଦେଇଛି । ଏପର୍ଯ୍ୟନ୍ତ ଭାରତରେ ୧ ଲକ୍ଷ  ୫୪ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି  ।

ଦୁଇଦିନିଆ ସଟଡାଉନରେ ଚେକିଂ କଡ଼ାକଡ଼ି

ଭୁବନେଶ୍ୱର: ଆଜିଠୁ ସାପ୍ତାହିକ ଦୁଇ ଦିନ ସଟ୍‌ଡାଉନର  ଦ୍ୱିତୀୟ ପର୍ଯ୍ୟାୟ । ଅଧିକ କରୋନା ଆକ୍ରାନ୍ତ ୧୧ ଜିଲ୍ଲା ଆଜି ଓ କାଲି ସଟ୍‌ଡାଉନ୍‌ ରହିବ । ଉପକୂଳ ଓଡ଼ିଶାର ୧୦ ଜିଲ୍ଲା ସହ ବଲାଙ୍ଗୀର ସଟଡାଉନ୍‌ ରହିଛି । ଗଞ୍ଜାମ, ନୟାଗଡ, ପୁରୀ, କଟକ, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଜଗତସିଂପୁର, ଯାଜପୁର, ବଲାଙ୍ଗୀର ଓ ଖୋର୍ଦ୍ଧା ଶନିବାର ଓ ରବିବାର ସଟଡାଉନ୍‌ କରାଯାଇଛି । ସମସ୍ତ ଜିଲ୍ଲାରେ ସଟଡାଉନ୍‌ ପାଇଁ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିବ ।

2ndଜରୁରୀ ସେବାକୁ ଛାଡି ଅନ୍ୟ ସମସ୍ତ ସେବା ବନ୍ଦ ରହିବ । ମେଡିସିନ୍‌ ଦୋକନ୍‌, ମେଡିକାଲ ଓ ପେଟ୍ରୋଲ୍‌ପମ୍ପ ଖୋଲା ରହିବ । ତେବେ ଆଗକୁ ରଜ ଥିବାରୁ ଗତକାଲି ନିୟମକୁ ସାମାନ୍ୟ କୋହଳ କରାଯାଇଥିଲା । ଏବଂ ସମସ୍ତ ଦୋକାନ ବଜାରକୁ ରାତି ୧୦ ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଥିଲା । ତେବେ ଦିନକ ପରେ ରଜ ଥିବାରୁ ସମସ୍ତ ଜିଲ୍ଲାରେ ପୋଲିସ ପକ୍ଷରୁ ଚେକିଂ କଡା କଡି କରାଯିବ ।