spot_img
Home Blog Page 7129

ଅଭିନେତ୍ରୀଙ୍କ ମାଆଙ୍କୁ କରୋନା, ସୋସିଆଲ ମିଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କୁ କଲେ ନିବେଦନ

ମୁମ୍ବାଇ: ଟେଲି ଜଗତର ଚର୍ଚ୍ଚିତ ଅଭିନେତ୍ରୀଙ୍କ ମାଆଙ୍କୁ କରୋନା । ଷ୍ଟାର ପ୍ଲସର ଏକ ସୋ ଦିଆ ଅର ବାତୀ ସିରିଏଲରେ ନିଜର ଅଭିନୟର ଯାଦୁ ଦେଖାଇଥିବା ଏହି ଅଭିନେତ୍ରୀଙ୍କ ମାଆ ଏବେ କରୋନା ସଂକ୍ରମିତ ହୋଇଛନ୍ତି । ସେ ମୁମ୍ବାଇରେ ଥିବା ବେଳେ ତାଙ୍କ ମାଆ ଦିଲ୍ଲୀରେ ରୁହନ୍ତି । ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ମାଆଙ୍କୁ ନେଇ ଖୁବ୍ ଚିନ୍ତିତ ଅଛନ୍ତି ।

ତେଣୁ ସୋସିଆଲ୍‌ ମିଡିଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲକୁ ନିବେଦନ କଲେ ଟେଲି ଅଭିନେତ୍ରୀ ଦୀପିକା ସିଂହ । ନିଜ ମାଆଙ୍କ ଶୀଘ୍ର ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଲୋଡିଛନ୍ତି । ଦୀପିକାଙ୍କ ମାଆଙ୍କୁ ଜ୍ୱର ନଛାଡିବାରୁ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଟେଷ୍ଟ ହେବା ପରେ ତାଙ୍କ  କରୋନା ପଜିଟିଭ ଆସିଥିଲା । ହେଲେ ସେମାନଙ୍କୁ ହସ୍ପିଟାଲ କର୍ତ୍ତପକ୍ଷ ରିପୋର୍ଟ ଦେଉନଥିବା ସେ ଅଭିଯୋଗ କରିଛନ୍ତି । ଫଳରେ ତାଙ୍କ ପରିବାର ଏବେ ଚିନ୍ତାରେ ପଡିଯାଇଛନ୍ତି ।

https://www.facebook.com/deepikasinghofficialpage/videos/2978192462297022/

ରିପୋର୍ଟ ମିଳିବା ପରେ ସେ ତାଙ୍କର ଭଲ ହସ୍ପିଟାଲରେ ଚିକିତ୍ସା କରାଇବାକୁ ଚାହୁଁଛନ୍ତି । କେବଳ ସେତିକି ନୁହେଁ ରିପୋର୍ଟ ନମିଳିବାରୁ ମାଆଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ପରିବାର ସଦସ୍ୟଙ୍କ ସଂକ୍ରମଣ ଭୟ ନେଇ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି । ତେବେ ଦୀପିକା ମୁମ୍ବାଇରେ ରୁହନ୍ତି, ସେ ତାଙ୍କ ମାଆଙ୍କ ପାଖକୁ ଯାଇପାରୁନଥିବାରୁ ସୋସିଆଲ ମିଡିଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

ବ୍ୟାଙ୍କର ହୃଦୟହୀନତା, ୧୫ଶହ ଟଙ୍କା ପାଇଁ ଖଟିଆରେ ଭିଡ଼ା ହୋଇଗଲେ ୧୨୦ ବର୍ଷର ବୃଦ୍ଧା !

ନୂଆପଡା: କରୋନା ମାଡରେ ଦୁନିଆ ଠପ୍ । ଲୋକଙ୍କ ପାଖରେ କାମ ନାହିଁ । ମୁଠାଏ ଦାନା ପାଇଁ ହନ୍ତସନ୍ତ ହେଉଛନ୍ତି ଖଟିକିଆ,ନିରାଶ୍ରୟ । ଏମିତିରେ ସରକାର ସେମାନଙ୍କ ଆକାଉଣ୍ଟକୁ କିଛି ଟଙ୍କା ପଠାଉଛନ୍ତି । ମହଙ୍ଗା ବଜାରରେ ସେଇ ଟଙ୍କାର ମୂଲ୍ୟ କିଛି ନାହିଁ । କିନ୍ତୁ ବୁଡିଯାଉଥିବା ଲୋକ ପାଇଁ କୁଟାଖିଅ ଆଶ୍ରା ଭଳି ଅନେକ ଏହି ଟଙ୍କା ଉପରେ ନିର୍ଭରଶୀଳ । କିନ୍ତୁ ବ୍ୟାଙ୍କରୁ ଟଙ୍କା ନେବା ପାଇଁ ସେମାନଙ୍କୁ କରିବାକୁ ପଡୁଛି ସଂଘର୍ଷ । ସେହିଭଳି ଗୋଟିଏ ହୃଦୟ ବିଦାରକ ଖବର ଆସିଛି ନୂଆପଡା ଜିଲ୍ଲାରେ ଖଡ଼ିଆଲ ବରଗାଁରୁ । ଏମିତି ଦୃଷ୍ୟ ଯାହାକୁ ଦେଖିଲେ ଆପଣଙ୍କ ହୃଦୟ ଖିନଭିନ୍ ହୋଇଯିବ । ଆପଣ ନିଜକୁ ନିଜେ ପ୍ରଶ୍ନ କରିବେ ଯେ, ମାନବତା କ’ଣ ସତରେ ବଂଚିଛି ନା ଭୂତାଣୁ ଭୟରେ ମାନବତା ମଧ୍ୟ ଲକଡାଉନ୍ ଭିତରେ ଅଛି?

 ସରକାରଙ୍କ ନିର୍ଦ୍ଦେଶ ଅଛି ବରିଷ୍ଠ ନାଗରିକଙ୍କୁ ଘର ଦୁଆର ମୁହଁରେ ବ୍ୟାଙ୍କ ସେବା ଯୋଗାଇ ଦେବେ । କିନ୍ତୁ ଲାଗୁଛି ସେସବୁ ଫାଇଲରେ ଅଛି । ନାଲିଫିତା ଟପି ତାହା ବରିଷ୍ଠ ନାଗରିକଙ୍କ ପାଖରେ ପହଂଚିନାହିଁ କିମ୍ବା ତାକୁ ପହଂଚାଇବା ନିଜ କାମ ବୋଲି ଭାବୁନାହାନ୍ତି ବ୍ୟାଙ୍କ କର୍ତ୍ତୁପକ୍ଷ । ଯଦି ସେମିତି ହୋଇନଥାନ୍ତା ତେବେ ଖଡିଆଳ ବରଗାଁର ୧୨୦ ବର୍ଷୀୟ ବୃଦ୍ଧାଙ୍କୁ ଟଙ୍କା ୧୫ଶହ ପାଇଁ ଏମିତି ସଂଘର୍ଷ କରିବାକୁ ପଡିନଥାନ୍ତା । ଜନଧନ ଆକାଉଣ୍ଟରେ ଆସିଥିବା ୧୫ଶହ ଟଙ୍କା ପାଇଁ ତାଙ୍କୁ ଖଟିଆରେ ଶୁଆଇ ବ୍ୟାଙ୍କକୁ ଟାଣିଟାଣି ନେଇନଥାନ୍ତେ ତାଙ୍କ ଝିଅ ।

ଘଟଣା ହେଉଛି ଏମିତି  । ବରଗାଁର ପୁଞ୍ଜିମତି ଶିଖାଙ୍କ ମା ହେଉଛନ୍ତି ଲବେ ବାଗ । ପୁଞ୍ଜିମତିଙ୍କ ବୟସ ୬୦ ହୋଇଥିବା ବେଳେ ତାଙ୍କ ମା’ଙ୍କ ବୟସ ୧୨୦ ବୋଲି ସେ କୁହାନ୍ତି । ପୁଞ୍ଜିମତି ଓ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ୱଛଳ ନୁହେଁ । ପୁଞ୍ଜିମତି ଓ ତାଙ୍କ ସ୍ୱାମୀ ବାର୍ଦ୍ଧକ୍ୟ ଭତ୍ତାରେ ଚଳନ୍ତି । ତାଙ୍କ ମା’ ଲବେ ବାଗଙ୍କ ଜନଧନ ଆକାଉଣ୍ଟକୁ ୧୫ଶହ ଟଙ୍କା ଆସିଥିଲା । ଏହି ଟଙ୍କା ପାଇଁ ସେ  ଉତ୍କଳ ଗ୍ରାମୀଣ ବ୍ୟାଙ୍କକୁ ଯାଇଥିଲେ । ବ୍ୟାଙ୍କ କର୍ତ୍ତୁପକ୍ଷ କିନ୍ତୁ ତାଙ୍କୁ ମା’ଙ୍କୁ ନେଇ ବ୍ୟାଙ୍କ୍ ଆସିଲେ ଟଙ୍କା ମିଳିବ ବୋଲି ରୋକଠୋକ୍ ଶୁଣାଇ ଦେଇଥିଲେ । ୧୨୦ ବର୍ଷର ବୟସ୍କ ଜଣେ ବ୍ୟକ୍ତି କେମିତି ବ୍ୟାଙ୍କ ଆସିବ ବୋଲି ଝିଅ ପୁଞ୍ଜିମତି  ଯେତେ କହିଥିଲେ ମଧ୍ୟ ବ୍ୟାଙ୍କ ମ୍ୟାନେଜର କିଛି ମଧ୍ୟ ଶୁଣିନଥିଲେ । କୌଣସି ଉପାୟ ନପାଇଁ ପୁଞ୍ଜିମତି ଗାଁ ୱାର୍ଡ ମେମ୍ବର ହୁମାୟୁନ ବାଘେଲଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ । ହୁମାୟୁନ ତାଙ୍କ ସହିତ ବ୍ୟାଙ୍କକୁ ଯାଇ ବୃଦ୍ଧାଙ୍କ ଟଙ୍କା ତାଙ୍କ ଝିଅକୁ ଦେବାକୁ ଅନୁରୋଧ କରିଥିଲେ । କିନ୍ତୁ ମ୍ୟାନେଜର ସିଧାସଳଖ ସେପରି ହୋଇ ପାରିବ ନାହିଁ ବୋଲି କହିଥିବା ଅଭିଯୋଗ କରିଛନ୍ତି ପୁଞ୍ଜିମତି । ଅନେକ ଥର ଚେଷ୍ଟା କରିବା ପରେ ସେ ନିଜ ମା’ଙ୍କୁ ବ୍ୟାଙ୍କ ନେବାକୁ ପ୍ରସ୍ତୁତ ହୋଇଥିଲେ । ବ୍ୟାଙ୍କ ଯିବାକୁ ନିଜର କୌଣସି ଯାନବାହାନ ସୁବିଧା ନଥିବାରୁ ଖଟିଆରେ ମା’ଙ୍କୁ ଶୁଆଇ ପୁଞ୍ଜିମତି ବ୍ୟାଙ୍କ ପର୍ଯ୍ୟନ୍ତ ଟାଣି ଟାଣି ନେଇଥିଲେ । ଘରଠାରୁ ୪ଶହ ମିଟର ଦୂରରେ ଥିବା ବ୍ୟାଙ୍କକୁ ପୁଞ୍ଜିମତି ଖଟିଆ ଟାଣିଟାଣି ଯାଇଥିଲେ । ପୁଞ୍ଜିମତିଙ୍କ ବୟସ ୬୦ । ସେ ମଧ୍ୟ ବରିଷ୍ଠ ନାଗରିକ । କିନ୍ତୁ ତାଙ୍କ ଦୟନୀୟ ଅବସ୍ଥା ବ୍ୟାଙ୍କ ମ୍ୟାନେଜରଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥିଲା । ଏହାପରେ ତାଙ୍କୁ ଟଙ୍କା ମିଳିଥିଲା ।

ଏହି ଘଟଣା ପ୍ରଚାରିତ ହେବା ପରେ ବ୍ୟାଙ୍କ ମ୍ୟାନେଜର ନିଜ ମୁଣ୍ଡରୁ ଦୋଷ ଛଡାଇବା ପାଇଁ ବୟାନ ଦେଇଛନ୍ତି । କହିଛନ୍ତି ଯେ, ବ୍ୟାଙ୍କ ଭିଡ ଥିଲା ତେଣୁ ତାଙ୍କୁ ସାହାଯ୍ୟ କରି ପାରିନଥିଲୁ । କିନ୍ତୁ ତାଙ୍କର ଏହି କୈଫତ ବ୍ୟାଙ୍କର ଦୋଷକୁ ଘୋଡାଇ ପାରିବ ନାହିଁ । ୧୨୦ ବର୍ଷର ଜଣେ ବୃଦ୍ଧାଙ୍କୁ ୬୦ ବର୍ଷର ଆଉ ଜଣେ ବୃଦ୍ଧା ଖଟିଆରେ ଟାଣିଟାଣି ନେବା ଘଟଣାକୁ ସହଜରେ ସାଧାରଣ ଲୋକ ଗ୍ରହଣ କରୁନାହାନ୍ତି । ଭୂତାଣୁଠାରୁ ବ୍ୟାଙ୍କର ହୃଦୟହୀନତା ବଢିଗଲା ବୋଲି ସାଧାରଣରେ ଆଲୋଚନା ହେଉଛି ।

ଜାତିରେ ପୁଣି ସାମିଲ କରିବାକୁ ଦୁଇ ଝିଅଙ୍କୁ ଲଣ୍ଡା କଲେ ସମାଜର ବଡପଣ୍ଡା !

କୋରାପୁଟ : ବାପା ଛେଉଁଣ୍ଡଠୁ ବଳିଗଲା ଜାତିରେ ମିଶାଇବାର ଚିନ୍ତା । କୋରାପୁଟ ଜିଲ୍ଲା ଜୟପୁର ବଦଳିଗୁଡ଼ାରେ କୁତ୍ସିତ ସାମାଜିକ ପ୍ରଥାର ବିକଳ ଚିତ୍ର । ସବୁ ବେଳେ ସବୁ କ୍ଷେତ୍ରରେ ପ୍ରଥମେ ନାରୀଙ୍କୁ ପ୍ରାଧାନ୍ୟ ଦିଆଯାଉଛି । କିନ୍ତୁ କିଛି ଏମିତି କୁତ୍ସିତ ଚିନ୍ତାଧାରା ଏବେ ବି ଜୀବିତ ଅଛି । ଯେଉଁଠି ବାପାଙ୍କ ଶେଷକୃତ୍ୟ କରିବାରୁ ଝିଅମାନଙ୍କୁ ଲଣ୍ଡା କରାଯାଇଛି ।

 

ଏଭଳି ନିନ୍ଦନୀୟ ଘଟଣା ଘଟିଛି ବଦଳିଗୁଡା ଗାଁରେ ।  ସୂଚନା ଅନୁଯାୟୀ ଗାଁର ଅର୍ଜୁନ ମାଳୀଙ୍କର ଗତ ୫ ତାରିଖରେ ମୃତ୍ୟୁ ହୋଇଥିଲା । ମାତ୍ର ତାଙ୍କର ପୁଅ ନଥିବାରୁ ଦୁଇ ଝିଅ ଶେଷକୃତ୍ୟ କରିଥିଲେ । ଯାହାକୁ ବିରୋଧ କରିଥିଲା ମାଳି ସମାଜ । ଏପରିକି ଜୋର୍‌ ଜବରଦସ୍ତ ଦୁଇଝିଅଙ୍କୁ ଲଣ୍ଡାକରି ପରେ ଜାତିରେ ମିଶାଇଥିବା ଅଭିଯୋଗ ହୋଇଛି ।

ବାପାଙ୍କ ଶେଷକୃତ୍ୟ କରିବା ସହ ଅନ୍ୟଜାତିର ଲୋକଙ୍କ ଘରେ ଖାଇଥିବାରୁ ଏହି ଦୁଇ ଝିଅଙ୍କୁ ସମାଜର ବଡପଣ୍ଡାମାନେ ଏଭଳି ଦଣ୍ଡ ଦେଇଛନ୍ତି । ଏଦି ଦୁଇ ଝିଅଙ୍କ ସହ ଏଭଳି ଅମାନବୀୟ ବ୍ୟବହାରର ଦୁଇଟି କାରଣ ରହିଛି । ପ୍ରଥମତଃ ସେମାନେ ଝିଅ ହୋଇ କିଭଳି ପିତାଙ୍କ ଶେଷକୃତ୍ୟ କଲେ ତାହା ସମାଜର ବଡପଣ୍ଡାଙ୍କ ପାଇଁ ଅସହନୀୟ ଥିଲା । ଦ୍ୱିତୀୟତଃ,ଏହି ଦୁଇ ଝିଅ ଅନ୍ୟ ଜାତିର ଲୋକଙ୍କ ଘରେ ଭୋଜନ କରିବା ମଧ୍ୟ ଏହି ଅସାମାଜିକ ଲୋକଙ୍କ ନଜରରେ ଦଣ୍ଡନୀୟ ଅପରାଧ ଥିଲା । ତେଣୁ ସେମାନଙ୍କୁ ଲଣ୍ଡା କରି ଜାତିରେ ମିଶାଇବାକୁ ଉଦ୍ୟମ ହୋଇଥିଲା ।

ଏହି ଘଟଣାକୁ ରାଜ୍ୟବ୍ୟାପି ନିନ୍ଦା କରାଯାଉଛି ।  ସ୍ଥାନୀୟ ସରପଞ୍ଚ ଘଟଣାକୁ ନିନ୍ଦା କରିଛନ୍ତି । ସେପଟେ କୋରାପୁଟ ଜିଲ୍ଲା ମାଳି ସମାଜ ପକ୍ଷରୁ ଜୟପୁର ଏସ୍‌ଡିପିଓଙ୍କ ପାଖରେ ଅଭିଯୋଗ କରାଯାଇଛି । ଗୋଟିଏ ପଟେ ଝିଅ ଓ ପୁଅଙ୍କ ମଧ୍ୟରେ ପ୍ରଭେଦ ନକରି ସାମାଜିକ ଭେଦଭାବ ଦୁର କରିବା ପାଇଁ ବିଭିନ୍ନସ୍ତରରେ ଉଦ୍ୟମ ହେଉଥିବା ବେଳେ କୋରାପୁଟରୁ ଆସୁଥିବା ଏହି ଖବର ନିଶ୍ଚିତ ଭାବେ ଚିନ୍ତାଜନକ ।

ଭାରତକୁ କିଏ କହିଲେ ସଢା ସେଓ ? ଆଉ କାହିଁକି କହିଲେ ଜାଣନ୍ତୁ..

ୱାସିଂଟନ: କରୋନା ଭାଇରସ ବିରୋଧରେ ଦୁନିଆ ଯୁଦ୍ଧ ଲଢୁଛି  । ବର୍ତ୍ତମାନ ସୁଧା ଏହି ଭାଇରସ ୪ଲକ୍ଷ ୨୮ ହଜାରର ଲୋକଙ୍କ ଜୀବନ ନେଇ ସାରିଲାଣି । ୭୭ ଲକ୍ଷରୁ ଅଧିକ ଏହାଦ୍ୱାର ସଂକ୍ରମିତ ହୋଇଛନ୍ତି । ଏହାରି ଭିତରେ ଆମେରିକାର ଜଣାଶୁଣା ବିଶ୍ୱବିଦ୍ୟାଳୟ ଜନ୍ ହପକିନ୍ସର ପ୍ରଫେସର ସ୍ଟିଭ୍ ହେଙ୍କ୍ ଭାରତ ସମେତ ୫ ଦେଶକୁ ସଢା ସେଓ ବୋଲି କହିଛନ୍ତି । ସେ କରୋନା ମୁକାବିଲାକୁ ନେଇ ଭାରତ ସରକାରଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି ।

ପ୍ରଫେସର ସ୍ଟିଭ୍ ହେଙ୍କ୍ ଅଭିଯୋଗ କରିଛନ୍ତି ଯେ, ‘ ଭାରତ,ଭେନିଜୁଏଲା,ମିଶର,ସିରିଆ,ୟମନ ତୁର୍କୀ ଓ ଚୀନ୍ କରୋନା ଭାଇରସ ଡାଟାର ସଢା ସେଓ । ଏହି ଦେଶଗୁଡିକ କରୋନା ଭାଇରସ ଡାଟା ଲୁଚାଉଛନ୍ତି କିମ୍ବା ସନ୍ଦେହସ୍ପଦ ହିସାବ ଦେଉଛନ୍ତି ’’ ସେ ନିଜ ଟ୍ୱିଟର ବିଶ୍ୱବିଦ୍ୟାଳୟର ଦ୍ୱାରା କରାଯାଇଥିବା ହିସାବର ଗ୍ରାଫ୍ ସେୟାର କରିଛନ୍ତି,ଯେଉଁଥଇରେ ଭାରତକୁ ‘ସଢା ସେଓ’ବୋଲି କୁହାଯାଇଛି । ସ୍ଟିଭ୍ ଏଭଳି ଅଭିଯୋଗ ସେହି ସମୟରେ କରିଛନ୍ତି ଯେତେବେଳେ ଭାରତ ସରକାର ପ୍ରତିଦିନ ନୂଆ ଡାଟା ଜାରି କରୁଛନ୍ତି ।

https://twitter.com/steve_hanke/status/1270419137336971264

ଖୁବଶୀଘ୍ର ଭାରତରେ ଇଟାଲୀ ଅବସ୍ଥା

ସ୍ଟିଭ୍ ଚେତାବନୀ ଦେଇଛନ୍ତି ଯେ, ଖୁବଶୀଘ୍ର ଭାରତରେ ଇଟାଲୀ ଭଳି ଅବସ୍ଥା ଦେଖିବାକୁ ମିଳିବ । ପ୍ରଫେସରଙ୍କ ତାଲିକାରେ ଯେଉଁ ସବୁ ଦେଶଙ୍କ ନାମ ରହିଛି ତାହା ମଧ୍ୟରୁ କେବଳ ଦୁଇଟି ଦେଶରେ ଗଣତାନ୍ତ୍ରିକ ସରକାର ରହିଛି । ଭାରତ ସରକାର କମ ଟେଷ୍ଟ କରୁଛନ୍ତି ବୋଲି ସ୍ଟିଭ୍ ଅଭିଯୋଗ କରିଛନ୍ତି ।

ଆମେରିକା ତଟକା,ଭାରତ ସଢା !

ଆମେରିକାରେ କରୋନାରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । କିନ୍ତୁ ସ୍ଟିଭ୍ ନିଜ ଦେଶକୁ ସଢା ସେଓ ତାଲିକାରେ ରଖି ନାହାନ୍ତି । ଏହାକୁ ନେଇ ସ୍ଟିଭଙ୍କୁ ସମାଲୋଚନା କରାଯାଉଛି ।

ଭାଇରାଲ ହେଲା ଚାହତ ଖନ୍ନାଙ୍କ ବ୍ୟାକଲେସ୍ ଫଟୋ…

ମୁମ୍ବାଇ: ଟିଭି ଅଭିନେତ୍ରୀ ଚାହତ ଖନ୍ନା ଅଧିକାଂଶ ସମୟ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି । ଚାହତ ସବୁଦିନ ନିଜର ନୂଆ ନୂଆ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରନ୍ତି । ନିକଟରେ ଚାହତ ନିଜର ଏକ ବୋଲ୍ଡ ଫଟୋ ସେୟାର କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଫଟୋରେ ଚାହତ ବ୍ୟାକଲେସ ପୋଜ୍ ଦେଇଛନ୍ତି୍ । ଏହି ବୋଲ୍ଡ ଅବତାର ପାଇଁ ଫଟୋ ଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫଟୋ ପୋଷ୍ଟ କରି ଚାହତ ଲେଖିଛନ୍ତି ଯେ, ଏମିତି ଜଣେ ରାଣୀ ହୁଅ ଯାହାକୁ କୌଣସି ରାଜାର ଆବଶ୍ୟକତା ରହିବ ନାହିଁ । ଚାହତଙ୍କର ଏହି ଫଟୋକୁ ଫ୍ୟାନ୍ସମାନେ ବହୁତ ପସନ୍ଦ କରିଛନ୍ତି । ତାଙ୍କର ଏହି ଫଟୋ ଦର୍ଶକଙ୍କ ଦ୍ୱାରା ଖୁବ ସେୟାର କରାଯାଇଛି । ଚାହତ ଏବେ ଜଣେ ସିଙ୍ଗଲ ମଦର ଭାବେ ନିଜ ଛୁଆ ପିଲାଙ୍କ ଦେଖାରେଖା କରୁଛନ୍ତି । ଚାହତ ଦୁଇ ଥର ବିବାହ କରିଥିଲେ ।

୨୦୦୬ ମସିହାରେ ଭରତ ନରସିଂହାନୀଙ୍କୁ ବିବାହ କରିଥିଲେ ଚାହତ । କିଛି ମାସ ପରେ କୌଣସି ବ୍ୟକ୍ତିଗତ କାରଣ ପାଇଁ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା । ପୁଣି ୨୦୧୩ ମସିହାରେ ଚାହତ ଫରହାନ ମିର୍ଜାଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ । ହେଲେ ଏହି ବିବାହ ମଧ୍ୟ ୫ ବର୍ଷରୁ ଅଧିକ ଚାଲିନଥିଲା । ଫରହାନଙ୍କୁ ବିବାହର ୫ ବର୍ଷ ପରେ ଛାଡପତ୍ର ଦେିଥିଲେ ଚାହତ ।

https://www.instagram.com/p/CBV1uPun-CG/?utm_source=ig_embed

ଗତ କିଛି ଦିନ ହେବ ଚାହତଙ୍କ ନାଁ ଗାୟକ ମିକା ସିଂହଙ୍କ ସହ ଯୋଡା ଯାଉଛି । ଲକଡାଉନରେ ମିକା ଓ ଚାହତଙ୍କ ଫଟୋ ସାମ୍ନାକୁ ଆସିଥିଲା । ଉଭୟଙ୍କର ବୋଲ୍ଡ ଫଟୋ ଦେଖି ଦୁହେଁ ରିଲେସନଶିପରେ ଅଛନ୍ତି ବୋଲି କୁହାଯାଉଛି । ଅଭିନେତ୍ରୀଙ୍କୁ ଏଥିପାଇଁ ଖୁବ ଟ୍ରୋଲ କରାଯାଉଛି । ତେବେ ରିପୋର୍ଟ ଅନୁସାରେ ଉଭୟ ଏକ ଭିଡିଓ ସଙ୍ଗ କ୍ୱାରେଣ୍ଟାଇନ୍ ଲଭ ପାଇଁ ଏକାଠି ନଜର ଆସିଥିଲେ ।

 

ଛତ୍ରପୁରର ଦୁଇ ପୋଲିସ ଆଧିକାରୀ କରୋନା ସଂକ୍ରମିତ,ଟ୍ୱିଟ୍ କରି ସୂଚନା ଦେଲେ ଗଞ୍ଜାମ ଏସପି

ଗଞ୍ଜାମ: କରୋନା ଯୋଦ୍ଧା କରୋନା ଆକ୍ରାନ୍ତ  । କଳାହାଣ୍ଡିରେ ଦୁଇ ଜଣ ଡାକ୍ତର କରୋନା ସଂକ୍ରମିତ ହେବା ପରେ ଏବେ ଦୁଇଜଣ ପୋଲିସ ଅଧିକାରୀ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ବିରୋଧ ଯୁଦ୍ଧରେ ଫ୍ରଣ୍ଟ ଲାଇନରେ ଥିବା ଏହି ଯୋଦ୍ଧା କରୋନା ସଂକ୍ରମିତ ହେବା ଚିନ୍ତା ବଢାଇ ଦେଇଛି । ନୂଆ ଖବର ଅନୁସାରେ ଛତ୍ରପୁରର ଏସଡିପିଓ ଓ ଆଇଆଇସିଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଏନେଇ ଜିଲ୍ଲା ଏସପି ବ୍ରିଜେଶ କୁମାର ରାୟ ସୂଚନା ଦେଇଛନ୍ତି ।

ଗଞ୍ଜାମ ପୋଲିସର ଆଉ ୨ଜଣ ପୋଲିସ ଅଧିକାରୀ ଛତ୍ରପୁର ଏସଡିପିଓ ଓ ଆଇଆଇସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଥିବା ଗଞ୍ଜାମ ଏସପି ଟ୍ୱିଟ୍‌ କରି ଜଣାଇଛନ୍ତି। କରୋନା ନିୟନ୍ତ୍ରଣରେ ଯୋଦ୍ଧା ସାଜିଥିବା ଏହି ଅଫିସରଙ୍କ କାର୍ଯ୍ୟାଦକ୍ଷତା ପ୍ରେରଣାଦାୟୀ ବୋଲି ଏସପି କହିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାର ଜରଡ଼ା ଥାନାର ପୂରା ଷ୍ଟାଫ ହୋମ କ୍ୱାରେଣ୍ଟାଇନରେ ଯାଇଥିଲେ । ଅପରାଧିଙ୍କୁ ଧରିବାକୁ ଯାଇ ଜରଡ଼ା ଥାନାର ଦୁଇ ଅଧିକାରୀ କରୋନା ସଂକ୍ରମିତ ହୋଇଥିଲେ । ଗିରଫ ଅଭିଯୁକ୍ତଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ପୋଲିସ ଅଧିକାରୀଙ୍କ ଟେଷ୍ଟ ହୋଇଥିଲା  ପରେ ରିପୋର୍ଟ ପଜିଟିଭ୍ ଆସିଥିଲା ।

ସୁରଟରୁ ପ୍ରବାସୀ ଶ୍ରମିକଙ୍କ ଫେରିବା ପରଠାରୁ ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଠାରେ ସୂଚନା ଯୋଗ୍ୟ ଯେ, ସୁରଟରୁ ଅଧିକ ସଂଖ୍ୟାକ ପ୍ରବାସୀ ଗଞ୍ଜାମ ଜିଲ୍ଲାରୁ ଫେରିଛନ୍ତି । ପ୍ରବାସୀଙ୍କ ପରେ ଏବେ କରୋନା ଯୋଦ୍ଧାଙ୍କୁ ତା କବଳକି ଆଣିଛି କରୋନା ।

ସେବାୟତମାନେ ପିନ୍ଧିବେ ରଥ ରଙ୍ଗର ମାସ୍କ, ବୟନିକା ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ପୁରୀ: ରଥଯାତ୍ରାରେ ସେବାୟତମାନେ ପିନ୍ଧିବେ ବୟନିକା ଦ୍ଵାରା ପ୍ରସ୍ତୁତ ମାସ୍କ । ୫ ହଜାର ମାସ୍କ ପ୍ରସ୍ତୁତ କରିବା ଲାଗି ବୟନିକାକୁ ଅନୁରୋଧ କରିଛି ଶ୍ରୀ ମନ୍ଦିର ପ୍ରଶାସନ । ଏ ନେଇ ଚିଠି ମିଳିବା ପରେ ଆଜିଠାରୁ ଆରମ୍ଭ ହୋଇଛି ମାସ୍କ ତିଆରି ପ୍ରସ୍ତୁତି । ତିନିରଥର କପଡା ରଙ୍ଗ ଅନୁସାରେ ମାସ୍କ ମଧ୍ୟ ତିନି ପ୍ରକାର ଡିଜାଇନରେ ପ୍ରସ୍ତୁତ ହେବ । ନାଲି-ହଳଦିଆ, କଳା-ନାଲି ଓ ସବୁଜ-ନାଲି ରଙ୍ଗ କପଡାରେ ପ୍ରସ୍ତୁତ ହେବ ମାସ୍କ ।

ରଥାଯାତ୍ରା ପୂର୍ବରୁ ମାସ୍କ ଶ୍ରୀ ମନ୍ଦିର ପ୍ରଶାସନକୁ ଯୋଗାଇ ଦିଆଯିବ ବୋଲି ବୟନିକା ପକ୍ଷରୁ ସୂଚନା ଦିଆଯାଇଛି । ସେବାୟତଙ୍କ ସୁରକ୍ଷା ଲାଗି ସମସ୍ତ ସେବାୟତଙ୍କୁ ମାସ୍କ ଯୋଗାଇ ଦେବା ଲାଗି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଓଡିଶାର ପ୍ରସିଦ୍ଧ ବାନ୍ଧ ବସ୍ତ୍ରରେ ବୟନିକା ଦ୍ଵାରା ତିଆରି କରି ସେବାୟତଙ୍କୁ ଯ଼ୋଗାଇ ଦେବା ଲାଗି ସରକାରୀ ସ୍ଥରରେ ନିଷ୍ପତ୍ତି ହୋଇଛି ।

ରାସ୍ତା କଡ଼ରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ

ବାଲେଶ୍ୱର: ରାସ୍ତାକଡରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ ସମୟରେ ରାସ୍ତାଗଡ଼ରୁ ମହିଳାଙ୍କ ମୃତଦେହ ପଡ଼ିଥିବାର ଦେଖିଥିଲା । ବାଲେଶ୍ୱର ସୋର ୧୬ ନମ୍ବର ଜାତୀୟ ରାଜପଥ ତଳନଗର ଛକ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି । 

ଗତକାଲି ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ ବେଳେ ଜଣେ ଅଜଣା ମହିଳାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ମୃତଦେହ ଉଦ୍ଧାର ପରେ ସୋର ଡାକ୍ତରଖାନାରେ ରଖାଯାଇଥିବା ବେଳେ ମହିଳାଙ୍କ କୈାଣସି ପରିଚୟ ମିଳିପାରି ନାହିଁ । ମହିଳାଙ୍କୁ ହତ୍ୟା ସନ୍ଦେହ କରାଯାଉଥିବା ବେଳେ ପୋଲିସର ତଦନ୍ତ ଆରମ୍ଭ ହୋଇଛି ।

ଜମ୍ମୁ କାଶ୍ମୀରର ୩ଟି ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମୁହାମୁହିଁ, ୪ ଆତଙ୍କୀ ନିହତ

ଜମ୍ମୁ କାଶ୍ମୀରରେ ଗଡ଼ିଲା ୪ ଆତଙ୍କବାଦୀଙ୍କ ମୁଣ୍ଡ। ଜମ୍ମୁରେ ୩ଟି ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମୁହାମୁହିଁ ହୋଇଛନ୍ତି । ୪ଜଣଙ୍କୁ ଏନକାଉଣ୍ଟର କରିଛି ସୁରକ୍ଷାବଳ । ଆତଙ୍କୀ ସକ୍ରିୟ ଥିବା ନେଇ ଗୁଇନ୍ଦା ସୂଚନା ପରେ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ପୁଲୱାମା, କୁଲଗାମ ଓ ଅନନ୍ତନାଗରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ୪ ଆତଙ୍କୀ ନିହତ ହୋଇଛନ୍ତି । କୁଲଗାମ ଜିଲ୍ଲା ନିପୋରାରେ ସେନା ୨ ଆତଙ୍କୀଙ୍କୁ ଏନକାଉଣ୍ଟର କରିଛି ।

ସେପଟେ ଅନନ୍ତନାଗ ଜିଲ୍ଲା ଲଲ୍‌ନରେ ସେନା ଗୁଳିରେ ୨ ଆତଙ୍କୀ ନିହତ ହୋଇଛନ୍ତି। ଏବେବି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଦକ୍ଷୀଣ କାଶ୍ମୀରର ପୁଲୱାମା ଜିଲ୍ଲା ଗୁଲବାଗ ଅଞ୍ଚଳରେ ଆତଙ୍କୀ ଲୁଚି ରହିଥିବା ଖବର ପାଇ ଘେରିଛି ସୁରକ୍ଷାବଳ। ଗୁଲ ବାଗ ଅଞ୍ଚଳରେ ୨ରୁ ୩ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଛି । ନିକଟରେ ଜମ୍ମୁର ସୋପିଆଁ, ବଡ଼ଗାମ ଅଞ୍ଚଳରେ ସେନା ଆତଙ୍କୀ ଗୁଳିବିନିମୟ ହୋଇଥିଲା। ପ୍ରାୟ ୧୪ ଆତଙ୍କୀଙ୍କୁ ଏନକାଉଣ୍ଟର କରିଥିଲେ ସୁରକ୍ଷା କର୍ମୀ ।

କରୋନା ସଂକଟ ସମୟରେ ବାଘଛାଲ ରାକେଟ ସକ୍ରିୟ । ପୁଣି ନୟାଗଡ଼ର ରଣପୁରରୁ ୨ କଲରାପତରିଆ ବାଘ ଛାଲ ଜବତ । ଜଣେ ଚୋରା ଚାଲାଣକାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଜ STF ।

କରୋନା ସଂକଟ ସମୟରେ ବାଘଛାଲ ରାକେଟ ସକ୍ରିୟ । ପୁଣି ନୟାଗଡ଼ର ରଣପୁରରୁ ୨ କଲରାପତରିଆ ବାଘ ଛାଲ ଜବତ । ଜଣେ ଚୋରା ଚାଲାଣକାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଜ STF ।