spot_img
Home Blog Page 7132

ଫାଇନାଲ ଟେଷ୍ଟିଂରେ ପହଞ୍ଚିଲା କରୋନାର ଏହି ଭ୍ୟାକସିନ, ଜୁଲାଇରେ ମିଳିପାରେ ଭଲ ଖବର

ଅନେକ ଦେଶରେ କରୋନା ଭାଇରସର ଔଷଧ ପ୍ରସ୍ତୁତ କରିବା ପାଇଁ ବୈଜ୍ଞାନିକ ମାନେ ଚେଷ୍ଟା ଚଲାଇଛନ୍ତି । ଇତିମଧ୍ୟରେ ଆମେରିକାର ବାୟୋଟେକ କମ୍ପାନୀ ମଡର୍ନା ନିଜ ଭ୍ୟାକସିନର ଫାଇନାଲ ଟେଷ୍ଟ ଜୁଲାଇ ମାସରେ କରିବା ନେଇ ସ୍ପଷ୍ଟ କରିଛି । କମ୍ପାନୀ ନିଜ ଟେଷ୍ଟିଂର ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି ଏବଂ ଜୁଲାଇ ମାସରେ ୩୦ ହଜାର ଲୋକଙ୍କ ଉପରେ କରୋନା ଭାଇରସ ଭ୍ୟାକସିନର ଟ୍ରାୟଲ ଆରମ୍ଭ କରିବ ।

କେମ୍ବ୍ରିଜ, ମେସାଚୁସେଟସରେ ସ୍ଥିତ ବାୟୋଟେକର ସୂଚନା ଅନୁୟାରେ ଏହି ଟେଷ୍ଟିଂର ମୂଳ ଲକ୍ଷ କୋଭିଡ ୧୯ ଲକ୍ଷଣ ଥିବା ରୋଗୀ ମାନଙ୍କର ସଂକ୍ରମଣକୁ ରୋକିବା । ଏହାପରେ ମହାମାରୀକୁ ରୋକିବା ପାଇଁ ଏହାର ବ୍ୟବହାର କରାଯିବ ।

ମଡର୍ନା କମ୍ପାନୀ କହିଛି ଯେ, ଶେଷ ପର୍ଯ୍ୟାୟ ଟେଷ୍ଟି ପାଇଁ ଭ୍ୟାକସିନର ୧୦୦ଟି ମାଇକ୍ରୋଗ୍ରାମ ଜୋଡ ପ୍ରସ୍ତୁତ କରାଯାଇଛି । ଏହା ସହିତ କମ୍ପାନୀ ପ୍ରତି ବର୍ଷ ପାଖାପାଖି ୫୦୦କୋଟି ଡୋଜ ଡେଲିଭରୀ କରିବାକୁ ପ୍ରସ୍ତୁତି ଆରମ୍ଭ କରୁଛି । କମ୍ପାନୀ ଏହି ଡୋଜ ସ୍ୱିସ ଡ୍ରଗମେକର ଲୋନଜା ସହ ମିଶି ପ୍ରସ୍ତୁତ କରିବ ।

ଅନ୍ୟପଟେ ଚୀନର ବାୟୋଟେକ କମ୍ପାନୀ ସିନୋବେକ ବ୍ରାଜିଲର ଲୋକମାନଙ୍କ ଉପରେ ଭ୍ୟାକସିନର ଫାଇନାଲ ଟ୍ରାୟଲ ଆରମ୍ଭ କରିବ । ବ୍ରାଜିଲ କରୋନା ଭାଇରସ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି ।

ସବୁ ପ୍ରାନ୍ତରେ କୋଭିଡ ୧୯ର ପ୍ରାୟ ଏକ ଡର୍ଜନ ସମ୍ଭାବିତ ଭ୍ୟାକସିନ ପରୀକ୍ଷଣର ପ୍ରାରମ୍ଭିକ ଚରଣରେ ରହିଛି । ଆମେରିକାର ନ୍ୟାସନାଲ ଇନଷ୍ଟିଟ୍ୟୁଟ ଅଫ୍ ହେଲ୍ଥ  ଅନେକ ଭ୍ୟାକସିନର ଫାଇନାଲ ଟେଷ୍ଟିଂ ଏବଂ ଅନ୍ୟ ବଡ଼ ବଡ଼ ଟେଷ୍ଟିଂରେ  ସହଯୋଗ କରିବା ପାଇଁ ଆଶା ପ୍ରକାଶ କରିଛନ୍ତି ।

ତେବେ ଏଥି ମଧ୍ୟରୁ କେଉଁ ଭ୍ୟାକସିନ ଲୋକମାନଙ୍କ ପାଇଁ ବ୍ୟବହାର କରାଯିବ ତାହା ଚଳିତ ବର୍ଷ ଶେଷ ସୁଦ୍ଧା ଜଣାପଡ଼ିବ ବୋଲି ଭ୍ୟାକସିନ ରିସର୍ଚ୍ଚ ସେଣ୍ଟର ସଦସ୍ୟ ଡାକ୍ତର ଜନ୍ ମୈସ୍କୋଲା କହିଛନ୍ତି ।

 

ବଡ଼ ବ୍ୟବଧାନ ପରେ ସାମ୍ନାକୁ ଆସିଲେ ଦିଲ୍ଲୀ ତବ୍‌ଲିଗି ଜମାତ୍‌ର ମୌଲାନା, ଇଡି ପରେ ଏବେ ମୁଣ୍ଡରେ CBI ଖଣ୍ଡା

ନୂଆଦିଲ୍ଲୀ: ନିଜାମୁଦ୍ଦିନଙ୍କ ମାର୍କାଜରେ ଲକ୍‌ଡାଉନ୍‌ ସମୟରେ ଏକ ତବଲିଗି ଜାମାତର ଆୟୋଜନ ପାଇଁ ଚର୍ଚ୍ଚାକୁ ଆସିଥିବା ମୌଲାନା ସାଦ୍ ପ୍ରଥମ ଥର ପାଇଁ ଘରୁ ବାହାରକୁ ବହାରିଛନ୍ତି । ଦିଲ୍ଲୀ ପୋଲିସର କହିବାନୁଯାୟୀ ତବଲିଗି ଜାମାତର ମୁଖ୍ୟ, ଆଜି ଦିଲ୍ଲୀର ଜାକିର ନାଗରର ଆବୁ ବକର ମସ୍‌ଜିଦ୍‌ରେ ନମାଜ ପାଠ କରିଛନ୍ତି । ଲକ୍‌ଡାଉନ୍‌ ସମୟରେ ତବଲିଗି ଜମାତ୍‌ର ଆୟୋଜନ କରିଥିବାରୁ ମୌଲାନାଙ୍କ ନାଁରେ ଥାନାରେ ମାମଲା ରୁଜୁ କରଯାଇଥିଲା । ଏହାପରେ ମୌଲାନା ନିଜକୁ ସେଲ୍ଫ କ୍ୱାରେଣ୍ଟାଇନ୍‌ରେ ରଖିଥିଲେ । ତେବେ ପ୍ରାୟ ଅଢ଼େଇ ମାସ ପରେ ସେ ଘରୁ ବାହାରିଛନ୍ତି ବୋଲି ପୋଲିସ ପାଖରେ ସୂଚନା ରହିଛି । ହେଲେ ଯେଉଁ ତବ୍‌ଲିଗୀ ଜମାତ ଯୋଗୁଁ ପ୍ରଥମେ କରୋନା ଭୂତାଣୁ ବ୍ୟାପିବାର ଆଶଙ୍କା ବଢ଼ିଥିଲା ଏବଂ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା, ସେହି ଜମାତର ମୌଲାନା ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ଆଖି ଆଗରୁ ଦୂରେଇ ରହିଥିଲେ । ଏବଂ ସବୁଠାରୁ ବଡ଼ କଥା ହେଲା ସେ ଆଜି ଯାଏ କରୋନା ଟେଷ୍ଟ ରିପୋର୍ଟ କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରିନାହାନ୍ତି ।

ମୌଲାନା ସାଦ୍‌ଙ୍କ ଉପରେ ଏବେ ସିବିଆଇ ଚଡ଼କ
ଲକ୍‌ଡାଉନ୍‌ ସମୟରେ ତବଲିଗି ଜାମାତର ଆୟୋଜନକୁ ନେଇ ଚର୍ଚ୍ଚାକୁ ଆସିଥିବା ମୌଲାନା, ଦିନକୁ ଦିନ ବିବାଦ ମଧ୍ୟରେ ଛନ୍ଦି ହୋଇଯାଉଛନ୍ତି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏବଂ ଆୟକର ବିଭାଗ ପରେ ସିବିଆଇ ତାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବିଭିନ୍ନ ବେଆଇନ୍‌ କାର୍ଯ୍ୟକଳାପରେ ତାଙ୍କର ସମ୍ପୃକ୍ତି ରହିଥିବା ନେଇ ସିବିଆଇ ସନ୍ଦେହ କରୁଛି ଏବଂ ତାଙ୍କୁ ଜେରା ପାଇଁ ଯୋଜନା କରୁଛି । ହାୱାଲା ସହ ଜଡ଼ିତ ଏବଂ ବିଦେଶରୁ ଆସୁଥିବା ଟଙ୍କା କାରବାରରେ ମଧ୍ୟ ମୌଲାନାଙ୍କ ସମ୍ପୃକ୍ତି ଥିବା ସିବିଆଇ ସୂଚନା ପାଇଛି ।

ଅର୍ଥ ହେରଫେର ମାମଲା ରୁଜୁ କରିଛି ଇଡି
ଏହାପୂର୍ବରୁ ଦିଲ୍ଲୀ ପୋଲିସ ମୌଲାନା ସାଦ୍‌ଙ୍କ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏବଂ ଆୟକର ବିଭାଗକୁ ଅନେକ ତଥ୍ୟ ଦେଇଛି । ଇଡି ମଧ୍ୟ ମୌଲାନା ସାଦ୍‌ ଏବଂ ମାର୍କାଜଙ୍କ ଉପରେ ମନି ଲଣ୍ଡରିଂର ମାମଲା ଦାୟର କରିଛି । ଏଭଳି ପରିସ୍ଥିତିରେ ଏହା ସ୍ପଷ୍ଟ ଯେ, ଆଗାମୀ ଦିନରେ ମୌଲାନା ସାଦ୍‌ଙ୍କ ସମସ୍ୟା ଆହୁରି ବଢ଼ିବ । କାରଣ ଇଡି, ଆଇଟି ପରେ ଏବେ ସିବିଆଇ ମୌଲାନା ସାଦ୍‌ଙ୍କ ନାଁରେ ମାମଲା ରୁଜୁ କରିବାକୁ ଯାଉଛି ।

ଅନୁସନ୍ଧାନ ପାଇଁ NIA ଦାବି
ମୌଲାନା ସାଦଙ୍କ ବିରୋଧରେ ଏନଆଇଏ ମଧ୍ୟ ତଦନ୍ତ ଦାବି କରିଛି । ଏସମ୍ପର୍କରେ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଏକ ପିଟିସନ ଦାଖଲ କରାଯାଇଛି । ଗୁରୁବାର ଦିନ ଏହି ଆବେଦନର ଶୁଣାଣି ହେବାର ଥିଲା କିନ୍ତୁ ଏହାକୁ ଏବେ ସ୍ଥଗିତ ରଖାଯାଇଛି । ବର୍ତ୍ତମାନ ଏହି ମାମଲାର ଶୁଣାଣି ୧୮ଜୁନ୍‌ରେ ହେବ ।

ଆତଙ୍କବାଦୀ କାର୍ଯ୍ୟକଳାପର ଭୟ
ଦିଲ୍ଲୀରେ ଲକ୍‌ଡାଉନ୍‌ ସମୟରେ ବେଆଇନ୍‌ ଭାବେ ତବଲିଗି ଜମାତ୍‌ ଆୟୋଜନ କରାଯାଇଥିଲା । ଯେଉଁଥିପାଇଁ ଦେଶରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ଥିଲା । ଏଥିପାଇଁ ସାରା ଦେଶ ମଧ୍ୟ ଚିନ୍ତାରେ ପଡ଼ିଥିଲା । ଖାଲି ସେତିକି ନୁହେଁ, ଏହି ଜମାତ୍‌ରେ ପ୍ରାୟ ୨୦ ଦେଶର ୮୦ ଜଣ ବିଦେଶୀ ଯୋଗ ଦେଇଥିଲେ ଯେଉଁମାନଙ୍କ ନାଁରେ ଭିଜା ନିୟମ ଉଲଂଘନ କରାଯାଇଥିବା ମାମଲା ରୁଜୁ କରାଯାଇଛି ।

ମଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀ ସଂଗଠନ ଓ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବାରେ ମୌଲାନାଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି । ଏହି କାରଣରୁ ଏନଆଇଏ ପକ୍ଷରୁ ମାମଲାର ତଦନ୍ତ ସହ ଜଡିତ ଏକ ଆବେଦନ ହାଇକୋର୍ଟରେ ଦାଖଲ କରାଯାଇଛି । ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି ।

ଇଏମ୍‌ଆଇ ସମ୍ପର୍କିତ ମାମଲାର ସୁପ୍ରିମକୋର୍ଟରେ ଶୁଣାଣି: ୩ ଦିନ ମଧ୍ୟରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟରେ ଇଏମ୍‌ଆଇ ସମ୍ପର୍କିତ ଏକ ମାମଲାର ଶୁଣାଣି ହୋଇଛି । ମାମଲାର ଶୁଣାଣି କରି ରିଜର୍ଭ ବ୍ୟାଙ୍କ ଏବଂ ଅର୍ଥ ମନ୍ତ୍ରାଳୟ ୩ ଦିନ ମଧ୍ୟରେ ସମ୍ପୃକ୍ତ ବିଷୟରେ ନିର୍ଣ୍ଣୟ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆଗାମୀ ଶୁଣାଣି ନିମେନ୍ତ ୧୭ ତାରିଖକୁ ଧାର୍ଯ୍ୟ କରାଯାଇଛି ।

Supreme Court to hear AGR case on June 11 - Moneycontrol.com

ଇଏମ୍‌ଆଇ ପଇଠ କରିବା ନେଇ ୬ ମାସର ମହଲତ

କରୋନା ସଂକଟ ଏବଂ ଲକଡାଉନ୍‌ କାରଣରୁ ଇଏମ୍‌ଆଇ ଶୁଝିବା ନିମନ୍ତେ ଅତିରିକ୍ତ ୬ମାସର ସମୟ ଦିଆଯାଇଛି । ତେବେ ଏହି ସମୟରେ ସୁଦ୍ଧ ଛାଡ଼ ହେବ କି ନାହିଁ ସେ ନେଇ ଦାୟର ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି । ମାମଲାର ଶୁଣାଣି କରି ୩ ଦିନ ମଧ୍ୟରେ ଏସଂକ୍ରାନ୍ତରେ ନିର୍ଣ୍ଣୟ ନେବାକୁ ରିଜର୍ଭ ବ୍ୟାଙ୍କ ଏବଂ ଅର୍ଥ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ ।

Loan from NZCU Baywide, NZCU Central, NZCU South & Steelsands ...

ଇଏମ୍ଆଇ ଉପରେ ଲାଗୁ ସୁଦ୍ଧ ଉପରେ ସୁଦ୍ଧ ଲଗାଯିବକୁ ନେଇ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି ।  ସେ ନେଇ ସମସ୍ୟା ଦେଖାଯାଇଥିବା ବେଳେ ମଝି ରାସ୍ତା ବାହାର କରିବାକୁ କହିଛନ୍ତି କୋର୍ଟ । ଲକଡାଉନ୍‌ ସମୟରେ ବହୁ ଲୋକଙ୍କ ବ୍ୟବସାୟ ଠପ୍‌ ହୋଇଯାଇଥିବାରୁ ଲୋକେ ଇଏମ୍‌ଆଇ ସୁଝିବାରେ ସମସ୍ୟାର ସମ୍ମୁଖିନ ହେଉଛନ୍ତି ।

Coronavirus lockdown: Banks to remain open in Punjab on March 30-31

ସୁଦ୍ଧ ଛାଡ଼ ହେଲେ ୨ଲକ୍ଷ କୋଟିର କ୍ଷତି ହେବ

ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁଯାୟୀ ଇଏମ୍ଆଇରେ ୬ ମାସର ମେରିଟୋରିୟମ୍‌ ତ ଦିଆଯାଇଛି । କିନ୍ତୁ ଋଣ ଉପରେ ସୁଦ୍ଧ ପୂର୍ବ ଭଳି ଲାଗୁ ରହିଛି । ସୁପ୍ରିମକୋର୍ଟରେ ଦାୟର ପିଟିସନରେ ଏହା ଉପରେ ରିହାତି ମଗାଯାଇଛି । ବ୍ୟାଙ୍କଗୁଡ଼ିକର କହିବା ହେଲା ଯେ, ଋଣ ଉପରେ ସୁଦ୍ଧ ଛାଡ଼ କଲେ ପାଖାପାଖି ୨ ଲକ୍ଷ କୋଟି ଟଙ୍କାର କ୍ଷତି ହେବ । ଯାହାର ବୋଝ ସହିବା ଅସମ୍ଭବ ।

ଇତିହାସରେ ଅନେକ ଥର ରଥରେ ଶ୍ରୀଜଗନ୍ନାଥଙ୍କୁ ଦେଖିବାରୁ ବଂଚିତ ହୋଇଥିଲେ ଭକ୍ତ

ଚଳିତ ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ହେବାକୁ ନେଇ ଅନେକ ଦ୍ୱନ୍ଦ ଦେଖାଦେଇଛି | ତେବେ ଇତିହାସ ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦୀର୍ଘ ୩୨ ବର୍ଷ ଧରି ହୋଇପାରିନଥିଲା | ଜଣାଯାଏ ୧୫୬୮ ଖ୍ରୀଷ୍ଟାଦ୍ଦରେ କଳାପାହାଡ ଆକ୍ରମଣ ବେଳେ ରଥଯାତ୍ରା ହୋଇପାରିନଥିଲା । ୧୫୬୮ରୁ ୧୭୩୫ ଖ୍ରୀଷ୍ଟାଦ୍ଦ ପର୍ଯ୍ୟନ୍ତ ଆଫଗାନ ଆକ୍ରମଣ କାରଣରୁ ଶ୍ରୀବିଗ୍ରହମାନଙ୍କୁ ଗୁପ୍ତରେ ସ୍ଥାନାନ୍ତରିତ କରାଯାଇଥିଲା । ପୁରୀରେ ଶ୍ରୀଜଗନ୍ନାଥଙ୍କ ଅନୁପସ୍ଥିତି କାରଣରୁ ରଥଯାତ୍ରା ହୋଇନଥିଲା ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପ୍ରାୟ ୪୫୨ ବର୍ଷର ଇତିହାସରେ ୩୨ ବର୍ଷ ଧରି ମହାପ୍ରଭୁଙ୍କ ରଥଯାତ୍ରା ହୋଇପାରିନଥିଲା | ତେବେ ଆସନ୍ତୁ ଜାଣିବା କେବେ କେବେ ରଥଯାତ୍ରା ଅନୁଷ୍ଠିତ ହୋଇପାରିନଥଲା ……..

କଳାପାହାଡ ପାଇଁ ୯ ବର୍ଷ ବନ୍ଦ ଥିଲା ରଥଯାତ୍ରା

୧୫୬୮ ଖ୍ରୀଷ୍ଟାଦ୍ଦରେ କଳାପାହାଡ଼ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିବାରୁ ଚିଲିକା ନିକଟରେ ଥିବା ଛପଲ୍ଲୀ ନାମକ ଏକ ସ୍ଥାନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଲୁଚାଇ  ରଖାଯାଇଥିଲା କିନ୍ତୁ କଳାପାହାଡ଼ ଖବର ପାଇ ସେଠାରୁ ବିଗ୍ରହମାନଙ୍କୁ ଆଣି ଅଗ୍ନି ସଂଯୋଗ କରି ଗଙ୍ଗା ନଦିରେ ଭସାଇ ଦେଇଥିଲା ଏବଂ ଜନୈକ ବୌଷ୍ଣବ ବିଶର ମହାନ୍ତି ସେହି ଅର୍ଦ୍ଧଦଗ୍ଧ କଳେବରରୁ ବ୍ରହ୍ଣ ସଂଗ୍ରହ କରି ପୂଜାର୍ଚ୍ଚନା କରୁଥିଲେ | ସୁତରାଂ ଏହି ସମୟ ସୀମା ମଧ୍ୟରେ ୧୫୬୮ ଖ୍ରୀ.ଅ.ରୁ ୧୫୭୭ ଖ୍ରୀ. ପର୍ଯ୍ୟନ୍ତ ୯ ବର୍ଷ ଧରି ରଥଯାତ୍ରା ହୋଇପାରିନଥିଲା |

ମିର୍ଜା ଖୁରମ୍ ପାଇଁ ବନ୍ଦ ହୋଇଥିଲା ଯାତ୍ରା

୧୬୦୧ ଖ୍ରୀଷ୍ଟାଦ୍ଦରେ ମିର୍ଜା ଖୁରୁମର ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା ଯ଼ାହାଦ୍ୱାରା ପୁରୀଠାରୁ ୧୪ କିଲୋମିଟର ଦୂରରେ ଥିବା କପିଳେଶ୍ୱରପୁର ଶାସନ ଗ୍ରାମର ପଞ୍ଚମୁଖୀ ଗୋସାଣୀ ମନ୍ଦିରଠାରେ ବିଗ୍ରହମାନଙ୍କୁ ଅବସ୍ଥାନ କରାଯାଇଥିଲା ପରେ ସେଠାରେ ଦୋଳଯାତ୍ରା ହେବା ପରେ ଭାର୍ଗବୀ ନଦୀର ପେଣ୍ଠକୁ ଆସି ଶ୍ରୀବିଗ୍ରହମାନେ ଚାପ ଉପରେ ଆଠମାସ ଧରି ବିଜେ କରିଥିଲେ ଏହାଯୋଗୁଁ ସେଇ ବର୍ଷ ରଥଯାତ୍ରା ହୋଇପାରିନଥିଲା |

ସୁବେଦାର ହାସିମ ଖାଁର ପୁରୀ ଆକ୍ରମଣ

୧୬୦୭ ଖ୍ରୀଷ୍ଟାଦ୍ଦରେ ସୁବେଦାର ହାସିମ ଖାଁଙ୍କ ପୁରୀର ଶ୍ରୀମନ୍ଦିର ଉପରେ ଆକ୍ରମଣ ଯୋଗୁଁ ଶ୍ରୀମନ୍ଦିରରୁ ଠାକୁରମାନଙ୍କୁ ସ୍ଥାନାନ୍ତର କରାଯାଇ ଖୋର୍ଦ୍ଦାଗଡ଼ର ଗୋପାଳଜୀଉ ମନ୍ଦିରରେ ଅବସ୍ଥାନ କରାଯାଇଥିଲା | ଏକ ବର୍ଷ ପରେ ଠାକୁରମାନଙ୍କୁ ୧୬୦୮ ଖ୍ରୀଷ୍ଟାଦ୍ଦରେ ଶ୍ରୀମନ୍ଦିରକୁ ଅଣାଯାଇଥିଲା  । ତେଣୁ ସେହି ବର୍ଷ ରଥଯାତ୍ରା ହୋଇପାରିନଥିଲା |

ଜଣେ ହିନ୍ଦୁ ଯେତେବେଳେ ପାଲଟିଲା ଜଗନ୍ନାଥଙ୍କ ଶତ୍ରୁ

୧୬୧୧ ଖ୍ରୀଷ୍ଟାଦ୍ଦରେ କଲ୍ୟାଣ ମଲ୍ଲର ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥଲା ଫଳରେ ବିଗ୍ରହମାନଙ୍କୁ ଜଳପଥରେ ଚିଲିକାର ଚିକାନାସୀକୁ ସ୍ଥାନାନ୍ତର କରଯାଇଥଲା ଏହାଦ୍ୱାରା ସେ ବର୍ଷ ରଥଯାତ୍ରା ହୋଇପାରିନଥିଲା | ସେହିପରି କଲ୍ୟାଣ ମଲ୍ଲର ପୂନଃର୍ବାର ଆକ୍ରମଣ କରିଥଲା ଏହା ଯୋଗୁଁ ଠାକୁରମାନଙ୍କୁ ଚିଲିକାର ଗୁରୁବାଈଗଡ଼କୁ ସ୍ଥାନାନ୍ତର କରାଯାଇଥଲା ସେହି ବର୍ଷ ମଧ୍ୟ ରଥଯାତ୍ରା ହୋଇପାରିନଥିଲା |

ଅନ୍ଧାରିଗଡରେ ଗୋପନବାସ

୧୬୨୧ ଖ୍ରୀଷ୍ଟାଦ୍ଦରେ ସୁବେଦାର ଅହମ୍ମଦ ବେଗଙ୍କ ଶ୍ରୀମନ୍ଦିର ଉପରେ ଆକ୍ରଣମ ଫଳରେ ଠାକୁରମାନଙ୍କୁ ବାଣପୁର ମାଳ ଅଞ୍ଚଲର ଅନ୍ଧାରିଗଡ଼କୁ ସ୍ଥନାନ୍ତର କରାଯାଇଥିଲା ସେଠାରୁ ବ୍ରହ୍ମ ପଦାର୍ଥଙ୍କୁ ଗୋପନରେ ଆଣି ମୂର୍ତ୍ତି ନିର୍ମାଣ ଓ ବ୍ରହ୍ମପଦାର୍ଥ ସଂସ୍ଥାପନ କରଯାଇଥଲା ଏଥିପାଇଁ ୨ ବର୍ଷ ରଥଯାତ୍ରା ବନ୍ଦ ରହିଥିଲା |

ଏକରାମ ଖାଁ ପାଇଁ ୧୩ ବର୍ଷ ବନ୍ଦ ହୋଇଥିଲା ରଥଯାତ୍ରା

୧୬୯୨ ଖ୍ରୀଷ୍ଟାଦ୍ଦରେ ସୁବେଦାର ଏକରାମ ଖାଁ ଶ୍ରୀନ୍ଦିର ଉପରେ ଆକ୍ରମଣ କରିଥିଲା ଫଳରେ ଠାକୁରମାନଙ୍କୁ ବିମଳା ମନ୍ଦିର ଓ ଚିଲିକା ସ୍ଥିତ ଗଡ଼କୋକଲ ଗ୍ରାମରେ ଅଳ୍ପ ଦିନ ପାଇଁ ରଖାଯାଇଥିଲା ପରେ ସେଠାରୁ ନେଇ ବାଣପୁର ହନ୍ତୁଆଡ଼ ଗ୍ରାମରେ ରଖାଯାଇଥିଲା ଏହି ସମୟରେ ପ୍ରାୟ ୧୩ ବର୍ଷ ଧରି ମହାପ୍ରଭୁଙ୍କ ରଥଯାତ୍ରା ହୋଇପାରିନଥିଲା

ମହମ୍ମଦ ତକି ଖାଁ ପାଇଁ ହୋଇନଥିଲା ଘୋଷଯାତ୍ରା

ଏହିପରି ୧୭୩୧ ଓ ୧୭୩୩ ଖ୍ରୀଷ୍ଟାଦ୍ଦରେ ମହମ୍ମଦ ତକି ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥଲା ଯାହାଦ୍ୱାରା ଶ୍ରୀବିଗ୍ରହମାନେ ଗୋପନରେ ବିରାଜମାନ କରିବା ସହିତ ସେମାନଙ୍କର ସେବାପୂଜା କରାଯାଇଥିଲା କିନ୍ତୁ ରଥଯାତ୍ରା ହୋଇପାରିନଥିଲା | କୁହାଯାଏ ଯେ ୧୭୩୩, ୧୭୩୪ ଓ ୧୭୩୫ ତିନିବର୍ଷ ଧରି ରଥଯାତ୍ରା ବନ୍ଦ ରହିଥିଲା ପରେ ୧୭୩୬ ମସିହା ମେ ମାସରେ ଶ୍ରୀମନ୍ଦିରକୁ ଠାକୁରମାନେ ବିଜେ କରିଥିଲେ ଏବଂ ସେହି ବର୍ଷ ହିଁ ଅତି ଆନନ୍ଦର ଭାବେ ରଥଯାତ୍ରା ହୋଇଥିଲା

 

ଚୀନ ସୈନିକଙ୍କୁ ଏବେ ଘରକୁ ପଠାଇବେ ସୋନୁ !

ନୁଆଦିଲ୍ଲୀ- କରୋନା ମହାମାରୀ ଭଳି ସଙ୍କଟ ସମୟରେ ବଲିଉଡ ଅଭିନେତା ସୋନୁ ସୁଦ ପ୍ରବାସୀ ଶ୍ରମିକଙ୍କ ପାଇଁ ଭଗବାନ ସଦୃଶ ଶାହା ହୋଇଛନ୍ତି । ସୋନୁ ସୁଦଙ୍କୁ ଯିଏ ବି ସାହାଯ୍ୟ ମାଗୁଛି, ସେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି ଏବଂ ଲୋକଙ୍କୁ ଏହି ଲକଡାଉନ ସମୟରେ ତାଙ୍କ ଘରେ ପହଞ୍ଚାଉଛନ୍ତି । ସେ ବସ୍ ସହ ଟ୍ରେନ ଯୋଗେ ମଧ୍ୟ ଲୋକଙ୍କୁ ତାଙ୍କ ଘରକୁ ପଠାଉଛନ୍ତି ।

ବର୍ତ୍ତମାନ ସୋନୁ ସୁଦ ଦେଶର ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘରକୁ ପଠାଇବା ପରେ ଭାରତ- ଚୀନ ସୀମାରେ ଥିବା ଚୀନ ସେନାଙ୍କୁ ତାଙ୍କ ଘରକୁ ପଠାଇବା ପାଇଁ ପ୍ରସ୍ତୁତ ହୋଇପଡ଼ିଛନ୍ତି । ଜଣାଇ ରଖୁଛୁ ଯେ, ଜଣେ ବ୍ୟକ୍ତି ଯେତେବେଳେ ସୋନୁଙ୍କୁ ଭାରତ ସୀମାରେ ଥିବା ଚୀନ ସୈନିକଙ୍କୁ ଘରକୁ ପଠାଇବାକୁ ନିବେଦନ କଲେ ସେତେବେଳେ ଅଭିନେତା ସୋନୁ ମଧ୍ୟ ଏହାର ଏକ ମଜାଦାର ଉତ୍ତର ଦେଇଥିଲେ ।

ଯୁବକ ଜଣଙ୍କ ଟ୍ୱିଟ କରି କହିଥିଲେ ଯେ, ମୋ ମତରେ ସୋନୁ ସୁଦଙ୍କୁ ଲଦାଖ ପଠାଇଦିଅ, ‘ସେ ଚୀନ ସୈନିକ ମାନଙ୍କୁ ତାଙ୍କ ଘରକୁ ସୁରକ୍ଷିତ ପଠାଇଦେବେ’ । ଯୁବକଙ୍କର ଏହି ଟ୍ୱିଟର ଉତ୍ତର ଦେଇ ସୋନୁ କହିଲେ ଯେ, ‘ଚାଇନିଜ ଲୋକମାନଙ୍କର ଡିଟେଲ୍ସ ପଠାଅ ।‘

ସୋସିଆଲ ମିଡିଆରେ ସୋନୁ ସୁଦଙ୍କ ଏହି ଟ୍ୱିଟ ଖୁବ ଭାଇରାଲ ହେଉଛି । ଲୋକମାନେ ଲଗାତାର ଏହି ଟ୍ୱିଟରେ ନିଜ ମତ ପ୍ରକାଶ କରୁଛନ୍ତି । ଲୋକମାନଙ୍କୁ ସୋନୁଙ୍କ ଏହି ଉତ୍ତର ଖୁବ ପସନ୍ଦ ଆସିଥିଲା ।

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବାସଭବନକୁ ଉଡ଼ାଇ ଦେବାକୁ ଧମକ, ବଢ଼ିଲା ସୁରକ୍ଷା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରହୁଥିବା କାଳି ଦାସ ବାସଭବନକୁ ଏହି ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଛି । କଲ୍ ସେଣ୍ଟରକୁ ଏହି ଧମକ ମିଳିବା ପରେ ଲକ୍ଷ୍ନୌ କାଳି ଦାସ ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦାଇଯାଇଛି । ବମ୍ ସ୍କ୍ୱାଡ୍ ଓ ଡଗ୍ ସ୍କ୍ୱାଡ୍ ଛାନଭିନ୍ କରୁଛନ୍ତି ।ମିଳିଥିବା ସୂଚନା ମୁତାବକ, ୧୧୨ ନମ୍ବରକୁ ଧମକପୂର୍ଣ୍ଣ ଫୋନ୍ ଆସିଥିଲା । ତେବେ, କିଏ ଓ କେଉଁଠୁ ଫୋନ୍ କରିଥିଲା ପୋଲିସ ଏବେ ତାର ତଲାସୀ କରୁଛି । ଫୋନ୍ କଲେ ପରେ କାଳି ଦାସ ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଚେକ୍ ଗେଟ୍ କରାଯାଇଛି । ଏହି ମାର୍ଗରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବ୍ୟତୀତ କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା ଓ ଅନ୍ୟ କେତେଜଣ ମନ୍ତ୍ରୀ ସରକାରୀ ବାସଭବନ ରହିଛି ।

ପୂର୍ବରୁ ମିଳିଥିଲା ହତ୍ୟା ଧମକ

ଗତ ମାସରେ କାମରାନ ନାମକ ଯୁବକ ଉତ୍ତରପ୍ରଦେଶ ପୋଲିସର ସୋସିଆଲ୍ ମିଡିଆ ଡେସ୍କକୁ ଫୋନ୍ କରି ଯୋଗୀ ଆଦିତ୍ୟ ନାଥଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା । ପରେ ମହାରାଷ୍ଟ୍ର ଏଟିଏଫ ମୁମ୍ବାଇରେ ରହୁଥିବା ଯୁବକକୁ ଗିରଫ କରିଥିଲା । ୨୫ ବର୍ଷୀୟ ଅଭିଯୁକ୍ତ କାମରାନ ଏବେ ଉତ୍ତରପ୍ରଦେଶ ଏସଟିଏଫ ହେପାଜତରେ ଅଛି । ତେବେ, ହତ୍ୟା ଧମକ ପାଇଁ ତାକୁ କିଏ ପ୍ରୋତ୍ସାହିତ କରିଥିଲା ଜଣାପଡ଼ିନାହିଁ ।

କାମରାନ ଉତ୍ତରପ୍ରଦେଶ ପୋଲିସ ମୁଖ୍ୟାଳୟର ହ୍ୱାଟ୍ସଆପରେ ମେସେଜ କରି ଧମକ ଦେଇଥିଲା । ମେସେଜରେ ଲେଖାଥିଲା ‘ମୁଁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ବୋମା ପକାଇ ମାରିବି’ । ଏଥିରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଜୀବନ ପ୍ରତି ଯୋଗୀ ବିପଦ ଥିବା ଲେଖା ଯାଇଥିଲା । ଗୋମତି ନଗର ଥାନାରେ ଧାରା ୫୦୫(କ), ୫୦୬ ଓ ୫୦୭ରେ ମାମଲା ରୁଜୁ କରାଯାଇଥିଲା ।

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ତଦନ୍ତ ଆରମ୍ଭ କଲା ଏସଟିଏଫ୍

ଗରୁଡ଼ ପୁରାଣର ଏଇ ଗୋଟିଏ ଉପାୟ ଆପଣଙ୍କୁ କରିଦେବ କୋଟିପତି !

ସମସ୍ତେ ଗରୁଡ଼ ପୁରାଣ ବିଷୟରେ ଅଳ୍ପ ବହୁତେ ଜାଣିଥିବେ । ଗରୁଡ଼ ପୁରାଣରେ ଯେ କେବଳ ଭୟଙ୍କର କିମ୍ବା ନର୍କ ବିଷୟରେ ଉଲ୍ଲେଖ କରାଯାଇଛି ତାହା ନୁହେଁ । ଯଦି କାହାର ମୃତ୍ୟୁ ହୁଏ ତେବେ ଗରୁଡ଼ ପୁରାଣ ପାଠ କରାଯାଏ । କିନ୍ତୁ ଯଦି ଆପଣ କେବଳ ଥରେ ଗରୁଡ଼ ପୁରାଣ ପଢ଼ିବେ, ତେବେ ଆପଣ ଖୁବ ଲାଭବାନ ହେବ ଏବଂ ଆପଣଙ୍କ ଜୀବନ ଓ ମୃତ୍ୟୁ ସମ୍ବନ୍ଧୀୟ ଅନେକ ସୂଚନା ପାଇପାରିବେ ।

ଗରୁଡ଼ ପୁରାଣରେ ସ୍ୱର୍ଗ, ନର୍କ, ପାପ, ପୁଣ୍ୟକୁ ଛାଡ଼ିଦେଲେ ଆହୁରି ଅନେକ କଥା ଉଲ୍ଲେଖ କରାଯାଇଛି । ସେଥିରେ ଜ୍ଞାନ, ବିଜ୍ଞାନ, ନୀତି, ନିୟମ ଏବଂ ଧର୍ମର କଥା ଲେଖାଯାଇଛି । ଗରୁଡ଼ ପୁରାଣରେ ମୃତ୍ୟୁର ରହସ୍ୟ ଲେଖାଯିବା ସଙ୍ଗେ ସଙ୍ଗେ ଜୀବନର ରହସ୍ୟ ମଧ୍ୟ ଲେଖାଯାଇଛି ।

ଗରୁଡ଼ ପୁରାଣର ହଜାର ହଜାର କଥା ମଧ୍ୟରୁ ଏହା ମଧ୍ୟ କୁହାଯାଇଛି ଯେ, ଯଦି ଆପଣ ଧନୀ ବା ସୌଭାଗ୍ୟଶାଳୀ ହେବାକୁ ଚାହୁଛନ୍ତି ତେବେ ଏହା ଜରୁରୀ ଅଟେ ଯେ ଆପଣ ସଫା ସୁତୁରା, ସୁନ୍ଦର ଏବଂ ସୁଗନ୍ଧିତ ବସ୍ତ୍ର ପରିଧାନ କରନ୍ତୁ । ଗରୁଡ଼ ପୁରାଣ ଅନୁସାରେ ସେହି ଲୋକମାନଙ୍କର ସୌଭାଗ୍ୟ ନଷ୍ଟ ହୋଇଯାଏ ଯେଉଁମାନେ ମଳିନ ବସ୍ତ୍ର ପିନ୍ଧିଥାନ୍ତି ।

ଯାହା ଘରେ ଲୋକମାନେ ମଳିନ ବସ୍ତ୍ର ପରିଧାନ କରନ୍ତି ସେହି ଘରେ କେବେବି ଲକ୍ଷ୍ମୀ ବାସ କରନ୍ତି ନାହିଁ । ଯେଉଁ କାରଣରୁ ସେହି ଘରୁ ସୌଭାଗ୍ୟ ବି ଚାଲିଯାଇଥାଏ ଏବଂ ଦାରିଦ୍ର୍ୟର ବାସ ହୋଇଥାଏ ।

ଦେଖିବାକୁ ମିଳେ ଯେ କିଛି ଲୋକଙ୍କର ଭରପୂର ଧନ- ଦୌଲତ ରହିଥାଏ କିନ୍ତୁ ସେମାନେ ମଳିନ ବସ୍ତ୍ର ପରିଧାନ କରିଥାନ୍ତି । ଏମିତିରେ ସେମାନେଙ୍କ ଧନ, ସୌଭାଗ୍ୟ ଧୀରେ ଧୀରେ କମିବାକୁ ଲାଗିଥାଏ ।  ସେଥିପାଇଁ ଆମକୁ ସଫା- ସୁତୁରା ଏବଂ ସୁଗନ୍ଧିତ ବସ୍ତ୍ର ପରିଧାନ କରିବା ଉଚିତ ଯାହାଦ୍ୱାରା ଆମ ଉପରେ ମାଆ ଲକ୍ଷ୍ମୀଙ୍କର ଆଶିର୍ବାଦ ସଦାସର୍ବଦା ରହିବ ।

ଜୁଲାଇ କିମ୍ୱା ଅଗଷ୍ଟରେ ସଂକ୍ରମିତଙ୍କ ସଂଖ୍ୟା ଶୀର୍ଷରେ ପହଞ୍ଚିବ: ‘ଚଳିତ ବର୍ଷ ଆସିବନି ଟିକା’

ନୂଆଦିଲ୍ଲୀ: ସମ୍ପ୍ରତି ଦେଶରେ କରୋନା ସଂକ୍ରମଣ ମାମଲା କମ୍‌ ହେବା ଆଶା କ୍ଷୀଣ । ଭାରତରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୩ ଲକ୍ଷରେ ପହଞ୍ଚିସାରିଥିବା ବେଳେ ଆଗାମୀ ଦିନରେ ଏହା ଅଧିକ ଗୁରୁତର ରୂପ ନେବାର ଆଶଙ୍କା କରାଯାଉଛି । ବିଶେଷଜ୍ଞଙ୍କ କହିବାନୁଯାୟୀ ଜୁଲାଇର ମଧ୍ୟ ଭାଗ ଓ ଅଗଷ୍ଟ ଆରମ୍ଭରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶୀର୍ଷରେ ପହଞ୍ଚିବ ।

Coronavirus in India: 887 confirmed COVID-19 cases; 20 deaths

ତେବେ ଚିନ୍ତାର ବିଷୟ ଏହା ଯେ, କିଛି ରାଜ୍ୟରେ ଏବେଠୁ ହିଁ ସ୍ୱାସ୍ଥ୍ୟ ବ୍ୟବସ୍ଥା କରୋନା ମୁକାବିଲା ଦିଗରେ ଅସମର୍ଥ ହେଲାଣି । ଦିଲ୍ଲୀର ସର ଗଙ୍ଗାରାମ୍‌ ହସ୍ପିଟାଲରର ଭାଇସ୍‌ ଚେୟାରମ୍ୟାନ୍‌ ଡ. ଏସ୍‌ପି ବାୟେତ୍ତ୍ରାଙ୍କ କହିବାନୁଯାୟୀ କରୋନାର ଗ୍ରାଫ ବର୍ତ୍ତମାନ ସମୟରେ ସମତୁଳ ହେଲା ଭଳି ଲାଗୁନାହିଁ । ଏହା ଊର୍ଦ୍ଧ୍ୱମୁଖୀ ହିଁ ରହିବ । ଜୁଲାଇ ମଧ୍ୟ ଏବଂ ଅଗଷ୍ଟରେ ଦେଶରେ କରୋନା ମାମଲା ଶୀର୍ଷରେ ପହଞ୍ଚିବ  । ଏଥିସହିତ ଆସନ୍ତା ବର୍ଷର ପ୍ରଥମାର୍ଦ୍ଧରେ ଟିକା ପ୍ରସ୍ତୁତ ହୋଇପାରିବ ।

Coronavirus in India: 540 new cases, 17 deaths in 24 hours, Covid ...

ଦୈନିକ ୧୦ ହଜାର ମାମଲା

ବର୍ତ୍ତମାନ ଦେଶରେ ଦୈନିକ ୧୦ ହଜାର ମାମଲା ସାମ୍ନାକୁ ଆସୁଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ଶୁକ୍ରବାର ସକାଳ ୮ଟା ସୁଦ୍ଧା ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୧୦ ହଜାର ୯୫୬ ନୂଆ ମାମଲା ସାମ୍ନାକୁ ଆସିଛି । ଦେଶରେ କରୋନା ସଂକ୍ରମିତଙ୍କ ମୋଟ ସଂଖ୍ୟା ୨ଲକ୍ଷ ୯୭ ହଜାର ୫୩୫ରୁ ଊର୍ଦ୍ଧ୍ୱ ରହିଛି । ଏଯାବତ୍‌ କରୋନାରେ ଦେଶରେ ମୋଟ ୮ହଜାର ୪୯୮ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଭାରତ କରୋନା ପ୍ରଭାବିତଙ୍କ ତାଲିକାର ୪ର୍ଥ ସ୍ଥାନରେ ପହଞ୍ଚିବ

Supreme Court's Order on Free COVID-19 Tests Got Health And ...

ଭୁଶିଡିବାରେ ଲାଗିଛି ସ୍ୱାସ୍ଥ୍ୟ ବ୍ୟବସ୍ଥା

ଦିଲ୍ଲୀରେ ଦେଖାଦେଇଥିବା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଯୋଗୁଁ ସେଠାକାର ହସ୍ପିଟାଲ ଭର୍ତ୍ତି ହେବାରେ ଲାଗିଲାଣି । ଏଣୁ ମାନ୍ୟବର ସୁପ୍ରିମକୋର୍ଟ କରୋନା ରୋଗୀଙ୍କ ସଂଖ୍ୟା ଦିଲ୍ଲୀରେ ପଶୁ ଭଳି ହୋଇଥିବା ଦର୍ଶାଇଛନ୍ତି । ହସ୍ପିଟାଲରେ ବେଡ୍ ନାହିଁ । ରୋଗୀମାନେ ଯେଉଁଠି ଯେଉଁଠି ଭର୍ତ୍ତି ହୋଇଛନ୍ତି, ସେହି ଜାଗାମାନଙ୍କରେ କରୋନା ଟେଷ୍ଟର ରିପୋର୍ଟ ଉପରେ ପ୍ରଶ୍ନ ଉଠୁଛି । କିଛି ହସ୍ପିଟାଲ ଉପରେ ରାଜନୈତିକ କାରଣରୁ ଆରୋପ ଲାଗୁଛି ତ କିଛି ସ୍ଥାନରେ ମୃତ୍ୟୁ ସଂଖ୍ୟାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ସମ୍ପ୍ରତି ପରିସ୍ଥିତିଠାରୁ ସ୍ଥିତି ଅଧିକ ଗୁରୁତର ହେବାକୁ ଥିବା ବେଳେ ସ୍ଥିତି କ’ଣ ହେବ ସେ ନେଇ ସମସ୍ତ ଚିନ୍ତାରେ ।

ଖାଇବା ଅର୍ଡର ପୁରା କରିନପାରିବାରୁ ରେସ୍ତୋରାଁ ମାଲିକଙ୍କୁ ହେଲା ୧୫୦୦ ବର୍ଷ ଜେଲ

ଥାଇଲାଣ୍ଡ- ଥାଇଲ୍ୟାଣ୍ଡରେ ଥିବା ଏକ ରେସ୍ତୋରାଁର ଦୁଇ ମାଲିକଙ୍କୁ ପ୍ରାୟ ୧୫୦୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। କାରଣ ଏହି ହୋଟେଲ ମାଲିକ ଯେତିକି ଲୋକଙ୍କୁ ଖାଇବା ଦେବା ପାଇଁ ଅର୍ଡର ନେଇଥିଲେ ସେତିକି ଲୋକଙ୍କୁ ଖାଇବାକୁ ଦେଇପାରିଲେ ନାହିଁ । ଲୋକଙ୍କଠାରୁ ଆଡଭାନ୍ସ ଟଙ୍କା ନେଇଥିଲେ କିନ୍ତୁ ସେମାନଙ୍କୁ ସେବା ଯୋଗାଇ ପାରିନଥିଲେ ।

ଥାଇଲ୍ୟାଣ୍ଡରେ ଏକ ନିୟମ ଅଛି ଯେ କାହାକୁ ୨୦ ବର୍ଷରୁ ଅଧିକ ଜେଲ ଦଣ୍ଡ ଦିଆଯିବ ନାହିଁ। କିନ୍ତୁ ଏହି ମାମଲାରେ ରେସ୍ତୋରାଁର ମାଲିକମାନଙ୍କୁ ଅତି କଠୋର ବିଚାରରେ ୧୫୦୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।

ବ୍ୟାଙ୍କକକ୍ ପୋଷ୍ଟରେ ପ୍ରକାଶିତ ଖବର ଅନୁଯାୟୀ, ବହୁ ପରିଚିତ ବୋଭର୍ନବଞ୍ଚାର୍କା ଏବଂ ପ୍ରାପାସର୍ନ୍ ବୋଭର୍ନବଞ୍ଚାର୍କା ଲେମଗେଟ୍ ରେସ୍ତୋରାଁର ମାଲିକ ଥିଲେ। ଏମାନେ ଗତ ବର୍ଷ ଏକ ଅଫର ବାହାର କରିଥିଲେ ଯେ, ୧୦ ଜଣ ଲୋକ ସାମୁଦ୍ରିକ ଖାଦ୍ୟ ବୁଫେଟ୍ ୧୦ ଡଲାର ଅର୍ଥାତ୍ ୭୫୯ ଟଙ୍କାରେ ଖାଇପାରିବେ ।

ରେସ୍ତୋରାଁ କହିଛି ଯେ ଅର୍ଡର ଅନଲାଇନରେ ଗ୍ରହଣ କରାଯିବ ଏବଂ ଟଙ୍କା ରେସ୍ତୋରାଁର ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାକୁ ପଡିବ। ପ୍ରାୟ ୨୦ ହଜାର ଲୋକ ଖାଦ୍ୟ ବୁକ୍ କରି ଅଗ୍ରୀମ ଟଙ୍କା ଜମା କରିଥିଲେ।

ସମସ୍ୟାଟି ହେଲା ରେସ୍ତୋରାଁ ଏତେ ଲୋକଙ୍କ ଅର୍ଡର ପୂରଣ କରିପାରିଲା ନାହିଁ । ତା’ପରେ ୩୫୦ ଗ୍ରାହକ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହି ଲୋକମାନେ ୨ ମିଲିୟନ ବହତ ଅର୍ଥାତ ୫୯.୦୪ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି।

ଆପିଚାର୍ଟ ଏବଂ ପ୍ରପାସର୍ନଙ୍କୁ ପୋଲିସ ଗିରଫ କରିଥିଲା। ଏହା ପରେ ଉଭୟଙ୍କୁ କ୍ରାଇମବ୍ରାଞ୍ଚରେ ହାଜର କରାଯାଇଥିଲା। ଉଭୟଙ୍କ ବିରୋଧରେ ୭୨୩ ଟି ଅଭିଯୋଗ କରାଯାଇଥିଲା।

ଉଭୟଙ୍କୁ ୧୪୪୬  ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। କିନ୍ତୁ ଦୁହେଁ ସେମାନଙ୍କର ଭୁଲକୁ ଗ୍ରହଣ କରିଥିଲେ, ତେଣୁ କୋର୍ଟ ଉଭୟଙ୍କ ଦଣ୍ଡକୁ ହ୍ରାସ କରିଛନ୍ତି। ବର୍ତ୍ତମାନ ଉଭୟଙ୍କୁ ୭୨୩- ୭୨୩ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ ।

ଜିଏସ୍‌ଟି କାଉନସିଲ୍‌ର ବୈଠକ: ବିଳମ୍ୱିତ ପଇଠ ଉପରେ ରିହାତି

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ପରେ ଶୁକ୍ରବାର ପ୍ରଥମ ଥର ପାଇଁ ଗୁଡସ୍ ଆଣ୍ଡ ସର୍ଭିସ ଟ୍ୟାକ୍ସ (ଜିଏସ୍‌ଟି) କାଉନସିଲର ବୈଠକ ଅନୁଷ୍ଠିତ ହୋଇଛି । କାଉନସିଲର ଏହି ୪୦ ତମ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭିଡିଓ କନ୍‌ଫରେନ୍ସିଂ ଜିରଆରେ ସାମିଲ ହୋଇଛନ୍ତି । ବୈଠକ ପରେ ଅର୍ଥମନ୍ତ୍ରୀ କହିଛନ୍ତି ଜୁଲାଇ ୨୦୧୭ ଜାନୁଆରୀ ଠାରୁ ୨୦୨୦ ଯାଏଁ ଯେଉଁମାନେ ଜିଏସ୍‌ଟିଆର୍‌ ୩ବି ରିଟର୍ଣ୍ଣ ଫାଇଲ କରିନାହାନ୍ତି ।

How new GST return filing system may make life easier for ...

ସେମାନଙ୍କୁ ଲେଟ୍‌ ଫିସ୍‌ ଦେବାକୁ ପଡ଼ିବନାହିଁ । ବୈଠକରେ ଛୋଟ କମ୍ପାନୀଗୁଡ଼ିକୁ ମଧ୍ୟ ରିହାତି ଦିଆଯାଇଛି । ବିଳମ୍ୱରେ ଜିଏସ୍‌ଟି ଦାଖଲ କଲେ ଲାଗୁ ହେଉଥିବା ସୁଦ୍ଧ ହାର ଅଧା କରିଦିଆଯାଇଛି । ଅନ୍ୟପକ୍ଷରେ ମଇ ଏବଂ ଜୁଲାଇ ମଧ୍ୟରେ ଜିଏସ୍‌ଟି ରିଟର୍ଣ୍ଣ ଦାଖଲ କରିବା ସମୟରେ ବିଳମ୍ୱ ଶୁଳ୍କ ଲାଗିବ ନାହିଁ ।

बैठक वीडियो कॉन्फ्रेंसिंग के जरिये हुई

ସୂଚନା ଯୋଗ୍ୟ ଯେ, ଟ୍ୟାକ୍ସ ସଂଗ୍ରହ କମିବା ଏବଂ ଜିଏସ୍‌ଟି ରିଟର୍ଣ୍ଣ ଅବଧିକୁ ବଢ଼ାଯିବା ପରେ ସରକାର ଏପ୍ରିଲ ଓ ମଇ ମାସର ସମୁଦାୟ ଜିଏସଟି ସଂଗ୍ରହ ସଂଖ୍ୟା ପ୍ରକାଶ କରାଯାଇନାହିଁ । ଏହା ପୂର୍ବରୁ ମାର୍ଚ୍ଚ ମାସରେ ଜିଏସ୍‌ଟି ସଂଗ୍ରହ ୯୭ ହଜାର ୫୯୭ କୋଟି ଟଙ୍କା କମିଛି । ବିଗତ ଦିନରେ ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି ଯେ, ଜିଏସ୍‌ଟି ସଂଗ୍ରହ ସଂଖ୍ୟା ଉପରେ ସ୍ପଷ୍ଟ ଚିତ୍ର ୩୦ ଜୁନ୍ ବେଳକୁ ହିଁ ମିଳିପାରିବ ।

Ajay Bhushan Pandey Become Revenue Secretary Of India - अजय ...

ତେବେ ଜିଏସ୍‌ଟି ରିଟର୍ଣ୍ଣ ଜମା କରିବା ତାରିଖ ବଢ଼ାଯିବାରୁ ଏନେଇ ଏବେ ସ୍ପଷ୍ଟ ଭାବେ କୁହାଯାଇପାରିବ ନାହିଁ । ଜିଏସ୍‌ଟି ରିଟର୍ଣ୍ଣ ଜୁନ୍‌ ଯାଏଁ ଜମା କରାଯାଇପାରିବ । ୫ କୋଟି ଟଙ୍କାରୁ ଅଧିକ କାରବାର କରୁଥିବା କରଦାତା ଏବେ ଅତିରିକ୍ତ ସମୟ ଦିଆଯାଇଛି । ଫଳରେ ସମ୍ପୂର୍ଣ୍ଣ ସମୟ ସୀମା ଶେଷ ହେଲା ପରେ ଜିଏସ୍‌ଟି ଆଦାୟର ପରିମାଣ ସ୍ପଷ୍ଟ ହୋଇପାରିବ ।