spot_img
Home Blog Page 7133

ରାଜଧାନୀରେ ସୋନୁ, ସବ୍ୟଙ୍କୁ ପ୍ରଶଂସା କରି ହୋର୍ଡିଂ

ଭୁବନେଶ୍ୱର: କରୋନା ଲକଡାଉନ୍ ଯୋଗୁଁ ବନ୍ଦ ହୋଇଯାଇଥିଲା ରୋଜଗାର । ଭିଟାମାଟି ଛାଡ଼ି କାମ ପାଇଁ ଯାଇଥିବା ପ୍ରବାସୀ ପର ରାଇଜରେ ଫସି ରହିଥିଲେ । କାମ ବନ୍ଦ ଥିବାରୁ କଷ୍ଟକର ହୋଇ ପଡ଼ିଥିଲା ଚଳିବା । ସେମାନଙ୍କ ଆଖିରେ ନାଚୁଥିଲା ଜନ୍ମମାଟି । ତେବେ, ବସ୍ କି ଟ୍ରେନ୍ କିଛି ଚାଲୁନଥିବାରୁ କେହି ଫେରି ପାରୁନଥିଲେ । ପ୍ରବାସୀ ଶ୍ରମିକଙ୍କ ଏଭଳି ଦୁଃସ୍ଥିତିରେ ସେମାନଙ୍କୁ ସାହାଯ୍ୟ କରିଥିଲେ ରୂପେଲି ପରଦାର କଳାକାର । ଏଭଳି କଳାକାରଙ୍କୁ ସମ୍ମାନ ଜଣାଇଛି ଭୁବନେଶ୍ୱରର କଳ୍ପନା ଛକ ଟୋକା ସଂଘ ।

ଆସନ୍ତୁ ଜାଣିବା ସେହି କଳାକାର ମାନଙ୍କୁ । ବଲିଉଡର ଜଣାଶୁଣା ନାଁ ସୋନୁ ସୁଦ୍ । ସ୍କ୍ରିନର ଏହି ଖଳନାୟକ ଏବେ ସଭିଙ୍କ ପାଇଁ ହିରୋ । ବିହାରୀ ହୁଅନ୍ତୁ କି ବଙ୍ଗାଳୀ ଅବା ଓଡ଼ିଆ ଲକଡାଉନରେ ସମସ୍ତଙ୍କୁ ସାହାଯ୍ୟ କରି ସେ ଆଜି ଘରେ ଘରେ ସଭିଁଙ୍କ ମନେ ଜିଣି ପାରିଛନ୍ତି ।

ସେହିପରି ଆଉ ଜଣେ କଳାକାର ହେଉଛନ୍ତି ସବ୍ୟସାଚୀ ମିଶ୍ର। ଶାନ୍ତ ସ୍ୱଭାବର ସବ୍ୟ ବି ଲକଡାଉନରେ ଅସହାୟଙ୍କୁ ସାହା ହୋଇଛନ୍ତି । ବାହାରେ ଫସି ରହିଥିବା ଓଡ଼ିଆଙ୍କୁ ଘରକୁ ଫେରାଇ ଆଣିବାରେ ସହାୟତା କରିଛନ୍ତି ସବ୍ୟ ।ଯାତ୍ରାରେ ଅଙ୍ଗ ପ୍ରଦର୍ଶନୀ ପାଇଁ ଚର୍ଚ୍ଚାରେ ଥିବା ରାନୀ ପଣ୍ଡା ଏବେ ଲାଇମ୍ ଲାଇଟରେ । ଲକଡାଉନରେ ଯାତ୍ରା ପାର୍ଟି ସବୁ ବନ୍ଦ ରହିଥିବା କଳାକାରଙ୍କ ରୋଜଗାର ବି ନାହିଁ । କିନ୍ତୁ, ରାନୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୫୦ ହଜାର ଟଙ୍କା ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏଭଳି କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ କଳ୍ପନା ଛକ ଟୋକା ସଂଘ ପକ୍ଷରୁ ହୋର୍ଡିଂ ଲଗାଯାଇଛି ।

କର୍ଫ୍ୟୁ ସମୟରେ ଚଳାଚଳ କରିପାରିବ ମାଲବାହୀ ଗାଡ଼ି: ସ୍ପଷ୍ଟ କଲା କେନ୍ଦ୍ର

ନୂଆଦିଲ୍ଲୀ: ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଗୃହ ବିଭାଗ ସଚିବ ଅଜୟ ଭାଲ୍ଲାଙ୍କ ପତ୍ର । ଚିଠି ଲେଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ୍ ନେଇ ଦେଖାଯାଇଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି  ସଚିବ । ଦେଶରେ ଅନ୍‌ଲକ୍‌ ୧.୦ ଲାଗୁ ହେବା ଦିନଠୁ ରାତି ୯ଟାରୁ ସକାଳ ୫ ଯାଏଁ ଯାଆ ଆସ ଉପରେ କଟକଣା ଲାଗୁ କରାଯାଇଛି । କେବଳ ଅତ୍ୟାବଶ୍ୟକୀୟ କାର୍ଯ୍ୟରେ ହିଁ ଯାଇପାରିବେ ସାଧାରଣ ଜନତା । ତେବେ କିଛି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ରାତି ୯ଟାରୁ ସକାଳ ୫ ମଧ୍ୟରେ ଜାତୀୟ ରାଜପଥରେ ମାଲବାହୀ ଟ୍ରକ ଚଳାଚଳ ଉପରେ ମଧ୍ୟ ରୋକ ଲଗାଇଛନ୍ତି । ଏଭଳି ପରିପ୍ରେକ୍ଷୀରେ ଗାଇଡଲାଇନ ନେଇ ସ୍ପଷ୍ଟୋକ୍ତି ରଖିଛନ୍ତି ଗୃହ ସଚିବ  । ସେ ଚିଠିରେ ପ୍ରକାଶ କରିଛନ୍ତି ଯେ, ରାତି ୯ଟାରୁ ସକାଳ ୫ଟା ମଧ୍ୟରେ କେବଳ ସାଧାରଣ ଜନତାଙ୍କ ଯାଆ ଆସ ଉପରେ କଟକଣା ଲାଗୁ । କୌଣସି ଅତ୍ୟାବଶ୍ୟକୀୟ ସାମ୍ରଗୀ ବହନ କରୁଥିବା ଗାଡ଼ି, ମାଲବାହୀ ଗାଡ଼ି ତଥା ଖାଦ୍ୟ ସାମଗ୍ରୀର ପରିବହନ ଉପରେ କୌଣସି ରୋକ ନାହିଁ । ଏହି ସମୟରେ ଲୋଡ୍ ଏବଂ ଅନ୍‌ଲୋଡ୍‌ ମଧ୍ୟ ହୋଇପାରିବ ।

ଖୋଲୁ ଖୋଲୁ ଗହଳି, ସିଲ୍‌ କରିଦେଲା ବିଏମ୍‌ସି…

ଭୁବନେଶ୍ୱର: ସିଲ୍‌ ହେଲା ମାର୍କେଟ ବିଲ୍ଡିଂ । ରଜ ପାଇଁ ଶୁକ୍ରବାର ସକାଳୁ ମାର୍କେଟ୍‌ ବିଲ୍ଡିଂ ଖୋଲିଥିବା ବେଳେ ତାକୁ ପୁଣି ସିଲ୍‌ କରିଦେଇଛି ଭୁବନେଶ୍ୱର ମହାନଗର ନିଗମ । ମାର୍କେଟ୍‌ ବିଲ୍ଡିଂ ଖୋଲୁ ଖୋଲୁ ସେଠାରେ ଗ୍ରାହକଙ୍କ ଭିଡ଼ ଜମିଥିଲା । ରଜ ପାଇଁ ପୋଷାକ ପତ୍ର ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ଭିଡ଼ କାରଣରୁ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଏହାକୁ ସିଲ୍‌ କରିଦିଆଯାଇଛି ।

ତେବେ ରଜ ପର୍ବକୁ ଦୃଷ୍ଟିରେ ରଖି ମାର୍କେଟ୍‌ ବିଲ୍ଡିଂ ଖୋଲିବାକୁ ବିଏମ୍‌ସି ପକ୍ଷରୁ ପ୍ରଥମେ ଅନୁମତି ଦିଆଯାଇଥିଲା । ହେଲେ ଲୋକଙ୍କ ଅସମ୍ଭାଳ ଭିଡ଼ ଯୋଗୁଁ ବିଏମ୍‌ସି ନିଜ ନିଷ୍ପତ୍ତିରୁ ଓହରି ମାର୍କେଟକୁ ସିଲ୍‌ କରିଛି । ତେବେ ମାର୍କେଟ୍‌ ସିଲ୍‌ ହେବା ଯୋଗୁଁ ଲୋକଙ୍କୁ ନିରାଶ ହୋଇ ଘରକୁ ଫେରିବାକୁ ପଡ଼ିଛି । କିଛି ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି ।

ଅନ୍ୟପଟେ ଓଡ଼ିଆଙ୍କ ଏହି ଗଣ ପର୍ବ ରଜ ପାଇଁ ରାଜଧାନୀରେ କଟକଣା କୋହଳ କରାଯାଇଛି । ରାତି ୧୦ଟା ପର୍ଯ୍ୟ ଦୋକାନ ବଜାର ଖୋଲାଯିବାକୁ ଅନୁମତି ଦିଆଯାଇଛି । ରାତି ୧୦ଟା ମଧ୍ୟରେ ଲୋକମାନେ ନିଜ ଆବଶ୍ୟକୀୟ ଜିନିଷ କିଣି ପାରିବେ । ତେବେ ୧୦ଟା ପରେ ପୁଣି କର୍ଫ୍ୟୁ ଲାଗୁ କରାଯିବ । ଏହି କର୍ଫ୍ୟୁ ସକାଳ ୭ଟା ପର୍ଯ୍ୟନ୍ତ ରହିବ ।

‘ପରଟା’କୁ ରୁଟି ବୋଲି ମାନିଲେ ନାହିଁ ସରକାର, ୧୮ ପ୍ରତିଶତ ଜିଏସଟି ଶ୍ରେଣୀରେ ପରଟା !

ମୁମ୍ବାଇ- ଆପଣ ଯଦି ଖାଦ୍ୟ ପ୍ରେମୀ ନୁହଁନ୍ତି ତେବେ ଗୋଟେ ରୁଟୀ ଏବଂ ଗୋଟେ ପରଟା ଭିତରେ କେତେ ଫରକ୍ ଦେଖିବେ। ବୋଧହୁଏ ବେଶୀ ଫରକ ଦେଖିବେ ନାହିଁ କିନ୍ତୁ କଥା ଯେତେବେଳେ ଜିଏସଟି ଲଗାଇବା ଉପରେ ଆସେ ତ ରୁଟୀ ପରଟା ଠାରୁ ବହୁତ ଅଲଗା ଅଟେ । ଏତେମାତ୍ରାରେ ଅଲଗା ଯେ, ରୁଟୀ ଉପରେ ୫ ପ୍ରତିଶତ ଟ୍ୟାକ୍ସ ଲାଗିବ ଏବଂ ପରଟା ଉପରେ ୧୮ ପ୍ରତିଶତ  । ସାଧାରଣତଃ ପରଟାକୁ ଆମେ ରୁଟୀର ଏକ ବର୍ଗ ବୋଲି ଭାବିଥାଉ କିନ୍ତୁ ଅଥରିଟୀ ଅଫ୍ ଆଡଭାନ୍ସ ରୁଲିଂ (ଏଏଆଇ)ର କର୍ଣ୍ଣାଟକ ବେଞ୍ଚ ଏହାର ଏକ ଅଲଗା ବାଖ୍ୟା ଦର୍ଶାଇଛି ।

ଜିଏସଟି ନିୟନ୍ତ୍ରଣ କରି କର୍ତ୍ତୃପକ୍ଷ ପାରଟାକୁ ୧୮ ପ୍ରତିଶତ ସ୍ଲାବରେ ରଖିଛନ୍ତି। ଏହାର ଅର୍ଥ ହେଉଛି ଭୋଜନରେ ରୁଟି ଉପରେ ଲାଗୁ ହୋଇଥିବା ଜିଏସଟି ୫ ପ୍ରତିଶତ ହେବ, କିନ୍ତୁ ପାରଟାରେ ୧୮ ପ୍ରତିଶତ ଟିକସ ଦେବାକୁ ପଡିବ। ଆବେଦନକାରୀଙ୍କ ଆଭିମୁଖ୍ୟକୁ ଏଏଆର ଆପତ୍ତି ଦର୍ଶାଇଛି । ପ୍ରକୃତରେ, ଏକ ଘରୋଇ ଖାଦ୍ୟ ଉତ୍ପାଦନକାରୀ କମ୍ପାନୀ ଆବେଦନ କରିଥିଲା ​​ଯେ ପାରଟାକୁ ଖାଖରା, ସାଧା ଚପାତି କିମ୍ବା ରୋଟି ବର୍ଗରେ ରଖାଯାଉ, କିନ୍ତୁ ଏଏଆର ଏଥିର୍ ଭିନ୍ନ ମତ ପ୍ରକାଶ କଲା ।

ପାରଟା ରୁଟି ବର୍ଗର ନୁହେଁ

ଏଏଆର ନିଜ ଆଦେଶରେ କହିଛି ଯେ, ରୁଟି (୧୯୦୫) ଶୀର୍ଷକର ଅନ୍ତର୍ଗତ ଆସୁଥିବା ଜିନିଷ ତଥା ପୂର୍ବରୁ ପ୍ରସ୍ତୁତ ଏବଂ ସଂପୂର୍ଣ୍ଣ ଭାବରେ ରନ୍ଧା ହୋଇଥାଏ, ଅନ୍ୟପଟେ ପରଟାକୁ ଖାଇବା ପୂର୍ବରୁ ଗରମ କରିବାକୁ ପଡ଼େ । ଏହି ଆଧାରରେ, ଏଏଆର ୧୯୦୫ ଅଧୀନରେ ପରଟାକୁ ଶ୍ରେଣୀଭୁକ୍ତ କରିପାରିବ ନାହିଁ ଏବଂ ତେଣୁ ଏହା ଜିଏସଟିର ୯୯ ଏ ପ୍ରବେଶ ଅଧୀନରେ ଆସିବ ନାହିଁ । ସୂଚନାଯୋଗ୍ୟ ଯେ ଜିଏସଟି ବିଜ୍ଞପ୍ତିର ସିଡ୍ୟୁଲ୍ ୧ ର ଏଣ୍ଟ୍ରି ୯୯ ଏ ଅଧୀନରେ ରୁଟି ୫ ପ୍ରତିଶତ ସ୍ଲାବରେ ରଖାଯାଇଛି ।

ଟ୍ୱିଟ କଲେ ମହିନ୍ଦା-

ଏଏଆରର ଏହି ନିଷ୍ପତ୍ତିକୁ ନେଇ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ଏହାର ଚୁଟକୀ ନେଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ, ଦେଶର ଅନ୍ୟାନ୍ୟ ଆହ୍ୱାନ ପରି ଯଦି ଆମେ ପରଟାର ଅସ୍ତିତ୍ୱକୁ ନେଇ ଚିନ୍ତିତ ତେବେ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ନିଶ୍ଚିତ ଯେ ଭାରତୀୟ ଜୁଗାଡ କୌଶଳ ଏକ ନୂତନ ପ୍ରଜାତି ‘ପରୋଟିସ୍’ (ପରଟା + ରୁଟି) ସୃଷ୍ଟି କରିବ ଯାହା  ଯେକୌଣସି ବର୍ଗୀକରଣକୁ ଚ୍ୟାଲେଞ୍ଜ କରିବ।

ଚୀନ୍‌ କରୁଛି ବିଷଧର ସାପ ଚାଷ ! କିଙ୍ଗ୍‌ କୋବ୍ରା, ରାଟେଲ୍‌ ସ୍ନେକ୍‌ ବି ଏଥିରେ ସାମିଲ.. ହେଲେ କହିଁକି ?

ସାରା ବିଶ୍ୱ ଏବେ ଚୀନ୍‌ ଉପରେ ଅସନ୍ତୋଷ । କାରଣ ଚୀନ୍‌ରୁ ଆରମ୍ଭ ହୋଇଛି କରୋନା ଭାଇରସ୍‌ । ଆଉ ଏହି ଭାଇରସ୍‌ ଏବେ ଲକ୍ଷାଧିକ ଲୋକଙ୍କ ଜୀବନ ନେଇ ସାରିଲାଣି । ଅନ୍ୟପଟେ ଏହି ଭାଇରସ୍‌ ଯୋଗୁଁ ସାରା ବିଶ୍ୱ ଏବେ ଚୀନ୍‌ର ଖାଦ୍ୟ ପାନୀୟ ବିଷୟରେ ମଧ୍ୟ ଜାଣିବାକୁ ପାଇଛି । ସମସ୍ତେ ଏବେ ଅବଗତ ହୋଇଛନ୍ତି ଯେ, ଚୀନ୍‌ବାସୀ କିଭଳି କୁକୁର, ସାପ, ବାଦୁଡ଼ି ଆଦି ଖାଇଥାନ୍ତି । କେହି କେହି କହୁଛନ୍ତି ଯେ, ବାଦୁଡ଼ିରୁ କରୋନା ଭାଇରସ୍‌ ଉତ୍ପନ୍ନ ହୋଇଛି । ତେବେ ଚୀନ୍‌ର ଏଭଳି ଖାଦ୍ୟ ପାନୀୟକୁ ଦେଖି ସାରା ବିଶ୍ୱ ବି ଆଚମ୍ବିତ ହୋଇଛି ।

ଏମିତି ପରିସ୍ଥିତିରେ ଆଉ ଏକ ନୂଆ କଥା ସାମ୍ନାକୁ ଆସିଛି । ତାହା ହେଲା ଚୀନ୍‌ରେ ବିଷଧର ସାପ ଚାଷ କରାଯାଏ । ଏହି ଚାଷ ଦ୍ୱାରା ଅଧିକରୁ ଅଧିକ ବିଷ ଧର ସାପ ଉତ୍ପାଦନ କରାଯାଏ । ଚୀନରେ ଜିସିକିୟାୟୋ ନାମକ ଏକ ଗାଁ ରହିଛି । ଯେଉଁଠି ଏହି ସାପ ଚାଷ କରାଯାଏ । ଏହି ଗାଁ କେବଳ ଏହି କାରଣରୁ ବେଶ ଜଣାଶୁଣା । ଏଠାରେ, କିଙ୍ଗ୍‌ କୋବ୍ରା, ଓ୍ୱାଇପର୍‌ ଏବଂ ରେଟଲ୍ ସ୍ନେକ୍‌ ଭଳି ବିଷାକ୍ତ ସାପ ଚାଷ କରାଯାଏ |

ଚାଷ କାହିଁକି କରାଯାଏ ?

ଚୀନ୍‌ବାସୀ ଆଜି ବି ହଜାର ହଜାର ବର୍ଷ ପୂର୍ବର ପାରମ୍ପରିକ ଚିକିତ୍ସା ଉପରେ ବିଶ୍ୱାସ ରଖିଥାନ୍ତି । ଜଙ୍ଗଲି ଜନ୍ତୁ ଓ ଉଦ୍ଭିଦରୁ ପ୍ରସ୍ତୁତ ଔଷଧରେ ଯେକୌଣସି ରୋଗର ଉପଚାର କରାଯାଇପାରେ ବୋଲି ଏବେ ବି ଚୀନ୍‌ବାସୀ ବିଶ୍ୱାସ କରନ୍ତି । ଏହାକୁ ଏହାକୁ ସେ କାମରେ ମଧ୍ୟ ଲଗାନ୍ତି ।

ତେବେ ସାପରୁ ପ୍ରଥମେ ଚର୍ମ ରୋଗ ପାଇଁ ଔଷଧ ପ୍ରସ୍ତୁତ କରାଯାଇଥିଲା । ୧୯୧୮ ମସିହାରେ ଯେତେବେଳେ ଚୀନ୍‌ରେ ବହୁଳ ମାତ୍ରାରେ ଚର୍ମରୋଗ ସମସ୍ୟା ଦେଖାଯାଇଥିଲା ସେତେବେଳେ ଏହି ସାପ ଚମଡ଼ାରୁ ଏକ ଲେପ ପ୍ରସ୍ତୁତ କରାଯାଇଥିଲା । ଆଉ ଏହି ଲେପକୁ ମଣିଷ ଚର୍ମରେ ବ୍ୟବହାର କରାଯାଇଥିଲା ।

ଖାଲି ସେତିକି ନୁହେଁ ଏହି ଚର୍ମ ରୋଗ ରୋଗର ଉପଚାର କରୁ କରୁ ଧିରେ ଧିରେ ସାପରୁ କ୍ୟାନ୍‌ସର ରୋଗ ପାଇଁ ମଧ୍ୟ ଔଷଧ ପ୍ରସ୍ତୁତ କରାଗଲା । ପରେ ହୃଦ୍ ‌ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ସାପରୁ ପ୍ରସ୍ତୁତ ଔଷଧ ବ୍ୟବହାର କରାଗଲା ।

ସେହିଭଳି କୁହାଯାଏ ଯେ, ମଦ୍ୟପାନ କରୁଥିବା ଲୋକ ଯଦି, ମଦ୍ୟପାନ ପୂର୍ବରୁ ସାପରୁ ପ୍ରସ୍ତୁତ ଔଷଧ ସେବନ କରେ ତେବେ ମଦ ପିିଇବା ପରେ ଶରୀର ଉପରେ କୌଣସି କୁପ୍ରଭାବ ପଡ଼ିବ ନାହିଁ । ଏହା ସହ ମଣିଷଟି ସୁସ୍ଥ ରହିବ ।

ତେବେ ଏହିଭଳି ଖବର ସାରା ବିଶ୍ୱରେ ପ୍ରଚାରିିତ ହେବା ପରେ ଚୀନ୍‌ର ବ୍ୟବସାୟୀମାନେ ସାପ ତେଲ ବହୁଳ ମାତ୍ରରେ ପ୍ରସ୍ତୁତ କରି ଯୋଗାଣ କରିବା ଆରମ୍ଭ କରିଦେଲେ । ବିଭିନ୍ନ ଦେଶ ମଧ୍ୟ ଚାଇନାଠାରୁ ସାପ ତେଲ କିଣିଲେ । ହେଲେ କିଛି ଦିନ ପରେ ଏହାକୁ ଏକ ମିଥ୍ୟା ପ୍ରଚାର ବୋଲି କୁହାଗଲା । ସାପ ତେଲର ଔଷଧ ବାହାନାରେ ଚାଇନା କେବଳ ନକଲି ସାମଗ୍ରୀ ବିକୁଛି ବୋଲି ମଧ୍ୟ ଅଭିଯୋଗ ହୋଇଥିଲା ।

ଅନ୍ୟପଟେ ଆଧୁନିକ ଚାଇନାରେ ମଧ୍ୟ ସାପ ତେଲରୁ ପ୍ରସ୍ତୁତ ଔଷଧକୁ ବହୁଳ ମାତ୍ରାରେ ବ୍ୟବାହାର କରାଗଲା । ତେଣୁ ଚାଇନାର ଜିସିକିୟାୟୋ ଗାଁରେ ସାପ ଉତ୍ପାଦନ ଆରମ୍ଭ କରାଗଲା । ସାଧାରଣତଃ କୃଷକମାନେ ଯେଉଁଭଳି ଭାବେ ଶସ୍ୟ ଉତ୍ପାଦନ କରନ୍ତି ଠିକ୍‌ ସେହିଭଳି ଭାବେ ସାପ ଉତ୍ପାଦନ ମଧ୍ୟ ଆରମ୍ଭ ହେଲା ।

ହତ୍ୟା ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ: ବଡ଼ ମେଡିକାଲରେ ଭର୍ତ୍ତି

ଦିଗପହଣ୍ଡି: ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଭିତରେ ହତ୍ୟା ମାମଲାର ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ । ଗିରଫ ହେବା ପରେ ଥାନା ପାଇଖାନା ଭିତରେ ଫିନ।ଇଲ ପିଇ ଆତ୍ମହତ୍ୟା ଉଦ୍ୟମ । ଅଭିଯୁକ୍ତ ଜଣଙ୍କ କବିସୁର୍ଯ୍ୟନଗରର ପ୍ରମୋଦ ଦଳାଇ ବୟସ ୨୮ ବର୍ଷ । ଗତ ୨୩ ତାରିଖରେ ହିଞ୍ଜିଳି ବିଭୂପ୍ରସାଦ ଦାସଙ୍କୁ ତପ୍ତପାଣି ଜଙ୍ଗଲରେ ଗଞ୍ଜେଇ ବ୍ୟବସାୟକୁ କେନ୍ଦ୍ରକରି ହତ୍ୟା କରାଯାଇଥିଲା ।

ଏହି ମାମଲାରେ ପାଟପୁର ଥାନା ପୋଲିସ ପୂର୍ବରୁ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗୁରୁବାର ରାତିରେ କବିସୂର୍ଯ୍ୟନଗରରୁ ପ୍ରମୋଦକୁ ଗିରଫ କରିଛି ପୋଲିସ ।

ତେବେ ଆତ୍ମହତ୍ୟା ଉଦ୍ୟମ ପରେ ଅଭିଯୁକ୍ତର ଅବସ୍ଥା ଗୁରୁତର ହୋଇଥିବାରୁ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ।  ପ୍ରାପ୍ତ ସୂଚନା ମୁତାବକ ଜଣଙ୍କ ବିବାହ ଠିକ ହୋଇଥିବା ବେଳେ ଗିରଫ ହୋଇ ଜେଲ ଯିବା ଭୟରେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା । ସେପଟେ ଏ ନେଇ ଥାନା ଅଧିକାରୀ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।

ରାଜ୍ୟରେ ପୁଣି ୧୨୦ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ ଆଉ କେତେ ରହିଛି ସକ୍ରିୟ ମାମଲା..

ଭୁବନେଶ୍ୱର: ରାଜ୍ୟରେ ଆଉ ୧୨୦ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ସୁସ୍ଥ ୧୨୦ ଜଣଙ୍କ ମଧ୍ୟରେ ଗଞ୍ଜାମର ୩୦ ଜଣ ଥିବା ବେଳେ ୧୯ ଜଣ ଖୋର୍ଦ୍ଧାର ୧୪ ଜଣ ବାଲେଶ୍ୱର ଅଞ୍ଚଳର ରହିଛନ୍ତି । ସେହିଭଳି ୧୨ ଜଣ ବଲାଙ୍ଗିରର, ୯ ଜଣ ଢ଼େଙ୍କାନାଳର ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ନୟାଗଡ଼ ଓ ସୁନ୍ଦରଗଡ଼ ଅଞ୍ଚଳର ୭ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୬ ଓ କେନ୍ଦୁଝରରୁ ୫ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଜଗତସିଂହପୁର ଏବଂ ପୁରୀରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଦେଓଗଡ଼, କେନ୍ଦ୍ରାପଡ଼ା ଓ ଝାରସୁଗଡ଼ ଅଞ୍ଚଳରୁ ଜଣେ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ଏହାକୁ ମିଶାଇ ରାଜ୍ୟରେ ଏବେ ମୋଟ୍‌ ୨୪୭୪ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ୧୦୧୧ଟି ମାମଲା ଏବେ ସକ୍ରିୟ ରହିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮ରେ ପହଞ୍ଚି ସାରିଛି ଏବଂ ୧୦ ରୁ ଅଧିକ ଜଣଙ୍କ କରୋନାରେ ମୃତ୍ୟୁ ହୋଇସାରିଛି ।

ଶିବ ପୁରାଣରେ ଉଲ୍ଲେଖ ଏହି ୧୦ଟି କଥାକୁ ଆପଣାନ୍ତୁ, ବଦଳିଯିବ ଆପଣଙ୍କ ଜୀବନ

ଶିବ ପୁରାଣରେ ଶିବଙ୍କ ବିଭିନ୍ନ ଅବତାର ସମ୍ବନ୍ଧିତ କଥା ଉଲ୍ଲେଖ ରହିଛି । ଏଥିରେ ଶିବ ଭକ୍ତି, ଶିବ ମହିମା ଏବଂ ଶିବଙ୍କର ସଂପୂର୍ଣ୍ଣ ଜୀବନ ଚରିତ୍ର ଉପରେ ଆଲୋକପାତ କରାଯାଇଛି । ଏହା ସହିତ ଏଥିରେ ଜ୍ଞାନ, ମୋକ୍ଷ, ବ୍ରତ, ତପ, ଜପ, ଆଜିର ମହିମାର ବର୍ଣ୍ଣନାକୁ ଅତି ସୁନ୍ଦର ଭାବରେ ପ୍ରତିପାଦନ କରାଯାଇଛି । ଶିବ ପୁରାଣରେ ହଜାର ହଜାର ଜ୍ଞାନ ଏବଂ ମହିମାର କଥା ରହିଛି କିନ୍ତୁ ନିମ୍ନରେ ଉଲ୍ଲେଖ ୧୦ ଟି କଥାକୁ ଆମେ ବର୍ଣ୍ଣନା କରିଛୁ ।

୧. ଧନ ସଂଗ୍ରହ- ସତ୍ ଉପାୟରେ ଧନ ଉପାର୍ଜନ କରନ୍ତୁ ଏବଂ ସଂଗୃହିତ ଅର୍ଥକୁ ତିନୋଟି ଅଂଶରେ ବିଭକ୍ତ କରନ୍ତୁ । ଗୋଟିଏ ଅଂଶ ଧନ ବୃଦ୍ଧିରେ, ଗୋଟିଏ ଅଂଶ ଉପଭୋଗରେ ଏବଂ ଗୋଟିଏ ଅଂଶ ଧର୍ମ କୀର୍ଯ୍ୟରେ ଖର୍ଚ୍ଚ କରନ୍ତୁ । ଏହା କଲେ ଜୀବନରେ ସଫଳତା ପ୍ରାପ୍ତ ହୋଇଥାଏ ।

୨. କ୍ରୋଧକୁ ତ୍ୟାଗ କରିବା- କେବେ କ୍ରୋଧ କରିବା ଉଚିତ୍ ନୁହେଁ ଏବଂ କ୍ରୋଧ ଉତ୍ପନ୍ନ ହେବା ଭଳି କଥା କେବେ କହିବା ଉଚିତ ନୁହେଁ । କ୍ରୋଧ କଲେ ବିବେକ ନଷ୍ଟ ହୋଇଯାଏ ଏବଂ ବିବେକ ନଷ୍ଟ ହେଲେ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ।

୩. ଭୋଜନର ତ୍ୟାଗ- ଶିବରାତ୍ରୀ ବ୍ରତ କରିବା ଦ୍ୱାରା ବ୍ୟକ୍ତିକୁ ଭୋଗ, ମୋକ୍ଷ ସହିତ ମହାନ ପୂଣ୍ୟ ପ୍ରାପ୍ତି ହୋଇଥାଏ । ପୂଣ୍ୟ କର୍ମରୁ ଭାଗ୍ୟ ଉଦୟ ହୋଇଥାଏ ଏବଂ ବ୍ୟକ୍ତିକୁ ସୁଖ ପ୍ରାପ୍ତ ହୋଇଥାଏ ।

୪.  ସନ୍ଧ୍ୟାକାଳ- ସନ୍ଧ୍ୟା ସମୟ ଭଗବାନ ଶିବଙ୍କ ସମୟ ହୋଇଥାଏ । ସେହି ସମୟରେ ଭଗବାନ ଶିବ ନିଜର ତୃତୀୟ ନେତ୍ର ଖୋଲି ତ୍ରିଲୋକକୁ ଦେଖୁଥାନ୍ତି । ନିଜର ନନ୍ଦି ଗଣଙ୍କ ସହିତ ସେ ଏହି ସମୟରେ ଭ୍ରମଣ କରୁଥାନ୍ତି । ଏହି ସମୟରେ କୌଣସି ବ୍ୟକ୍ତି ଯଦି କଟୁ କଥା କୁହେ, କଳହ-କ୍ରୋଧ କରେ, ସହବାସ, ଭୋଜନ, ଯାତ୍ରା, ବା କୌଣସି ପାପ କର୍ମ କରେ ତେବେ ତାର ଅନେକ କ୍ଷତି ହୋଇଥାଏ ।

୫. ସତ କହିବା- ମନୁଷ୍ୟ ପାଇଁ ସବୁଠୁ ବଡ଼ ଧର୍ମ ହେଉଛି ସତ କହିବା ଏବଂ ସତ୍ୟର ସାଥୀ ହେବା । ସବୁଠାରୁ ଅଧର୍ମ ହେଉଛି ଅସତ୍ୟ କହିବା ଏବଂ ଅସତ୍ୟର ସାଥ୍ ଦେବା ।

୬- କୌଣସି ଆଶା ନରଖି କାମ କରିବା- କୌଣସି କାମ କରିବା ବେଳେ ବ୍ୟକ୍ତି ନିଜେ ନିଜର ସାକ୍ଷୀ ରହିବା ଉଚିତ୍ । ଭଲ ହେଉ କିମ୍ବା ମନ୍ଦ ବ୍ୟକ୍ତି ସବୁ କାମର ଦାୟିତ୍ୱ ନିଜେ ନେବା ଉଚିତ । କୌଣସି ଆଶା ନରଖି କାମ କରିବା ଉଚିତ, ଏଭଳି କଲେ ମଣିଷ କେବେ ପାପ କର୍ମ କରିପାରିବ ନାହିଁ ।

୭- ଅନାବଶ୍ୟକ ଇଚ୍ଛାକୁ ତ୍ୟାଗ କରିବା- ମନୁଷ୍ୟର ନିଜ ଇଚ୍ଛାଠୁ ଅଧିକ କୌଣସି ବଡ଼ ଦୁଃଖ ନାହିଁ । ମନୁଷ୍ୟ ଯଦି ଇଚ୍ଛା ଜାଲରେ ଫସିବ ତେବେ ନିଜ ଜୀବନକୁ ନଷ୍ଟ କରିଦେବ । ଅତଏବ ଅନାବଶ୍ୟକ ଇଚ୍ଛା ଗୁଡ଼ିକୁ ତ୍ୟାଗ କଲେ ମହାସୁଖ ପ୍ରାପ୍ତ ହୋଇଥାଏ ।

୮- ସଂସାରରେ ପ୍ରତ୍ୟେକ ମଣିଷର କୌଣସି ବସ୍ତୁ, ବ୍ୟକ୍ତି କିମ୍ବା ପରିସ୍ଥିତି ସହିତ ମୋହ ଯୋଡ଼ି ହୋଇ ରହିଥାଏ । ଏହି ଆସକ୍ତି କିମ୍ବା ମୋହ ହିଁ ଆମ ଜୀବନର ସବୁଠୁ ବଡ଼ ଅସଫଳତା । ନିର୍ମୋହୀ ହୋଇ କାମ କରିବା ଦ୍ୱାରା ଆନନ୍ଦ ଏବଂ ସଫଳତା ପ୍ରାପ୍ତ ହୋଇଥାଏ ।

୯-  ସକାରାତ୍ମକ କଳ୍ପନା- ଭଗବାନ ଶିବ କୁହନ୍ତି ଯେ, ଜ୍ଞାନ ଠାରୁ କଳ୍ପନା ଅଧିକ ଗୁରୁତ୍ୱପୂର୍ଣ୍ଣ । ଅମେ ଯେମିତି କଳ୍ପନା ବା ବିଚାର କରିବା, ସେମିତି ହୋଇଯିବା । ସ୍ୱପ୍ନ ମଧ୍ୟ କଳ୍ପନା ଅଟେ । ଭଗବାନ ଶିବ ଏହି ଆଧାରରେ ଧ୍ୟାନ କରିବାର ୧୧୨ଟି ବିଧି ବିକାଶ କରିଛନ୍ତି । ଅତଏବ, ସର୍ବଦା ଭଲ ଚିନ୍ତା କରନ୍ତୁ ।

୧୦-  ପଶୁ ନୁହେଁ ମଣିଷ ହୁଅ- ମଣିଷ ଭିତରେ ଯେବେଯାଏଁ ରାଗ, ଦ୍ୱେଷ, ଇର୍ଷା, ବେଇମାନ, ଅପମାନ ତଥା ହିଂସା ଭଳି ପାଶବିକ ପ୍ରବୃତ୍ତି ରହିବ, ସେତେବେଳ ଯାଏଁ ସେ ପଶୁରେ ଗଣା ଯିବ । ପଶୁପଣରୁ ମୁକ୍ତି ପାଇଁ ଭକ୍ତି ଏବଂ ଧ୍ୟାନର ଆବଶ୍ୟକତା ରହିଛି ।

ପୋଲିସର ସଂଯମତା ଓ ମାନବିକତାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜି, ଜିଲ୍ଲାର ଡି.ସି.ପି ତଥା ଏସ୍‌.ପି ମାନଙ୍କ ସହିତ ଆଲୋଚନା କରିଥିଲେ। ଲକ୍‌ଡାଉନ ସମୟରେ ଓଡିଶା ପୋଲିସ ଯେଭଳି ଉଚ୍ଚମାନର ସଂଯମତା ସହିତ ମର୍ଯ୍ୟାଦା ଓ ମାନବିକତା ପ୍ରଦର୍ଶନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିଛନ୍ତି, ସେଥିପାଇଁ ଓଡ଼ିଶା ପୋଲିସ ବାହିନୀକୁ ଉଚ୍ଚପ୍ରଶଂସା କରିଥିଲେ ।

ଲକ୍‌ଡାଉନ ସମୟରେ ଅନ୍ୟ ରାଜ୍ୟ ଗୁଡ଼ିକର ପ୍ରବାସୀ ଶ୍ରମିକମାନେ ଓଡ଼ିଶା ମଧ୍ୟ ଦେଇ ଯିବା ସମୟରେ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ରାଜ୍ୟ ଭିତରେ କେହି ପ୍ରବାସୀ ଯେମିତି ନଚାଲିବେ ନୀତି କାର୍ଯ୍ୟକାରୀ କରିଥିଲେ । ଏହି ନୀତିକୁ ପୋଲିସ ବାହିନୀ ଯେଭଳି ଉତ୍ତମ ସମନ୍ୱୟ ରଖି ସଫଳତାର ସହ କାର୍ଯ୍ୟକାରୀ କଲେ ଏବଂ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକ ମାନଙ୍କୁ ମାନବୀୟ ସେବା ଯୋଗାଇ ଦେଲେ, ତାହା ଓଡ଼ିଶା ପୋଲିସର ଦକ୍ଷତା ଓ ବୃତ୍ତିଗତ ଉତ୍କର୍ଷତାର ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବାତ୍ୟା ଅମ୍ଫାନ ସମୟରେ ଆମର ଓଡ୍ରାଫ ଓ ଅଗ୍ନିଶମ ସେବାର କର୍ମଚାରୀମାନେ ପଶ୍ଚିମବଙ୍ଗ ଯାଇ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । କରୋନା ଭୟ ସତ୍ତ୍ୱେ ସେମାନେ କୋଲକାତାରେ ଯେଭଳି ସାହସ ଓ ମାନବିକତାର ସହ ବିପନ୍ନ ଲୋକଙ୍କୁ ସେବା ଯୋଗାଇ ଦେଲେ, ତାର ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ । ସେମାନଙ୍କର ଏହି କାର୍ଯ୍ୟକୁ ସାରା ଦେଶ ପ୍ରଶଂସା କରୁଛି ବୋଲି ପ୍ରକାଶ କରି ଏହା ସମସ୍ତଙ୍କ ପାଇଁ ଅନୁକରଣୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କୋଲକାତାରେ ବାତ୍ୟା ସମୟରେ ସହାୟତା ଯୋଗାଇବାକୁ ଯାଇ ଆମର ଓଡ୍ରାଫ ଓ ଅଗ୍ନିଶମ ସେବାର କର୍ମଚାରୀ ମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍‌ଡାଉନ ସମୟରେ ପୋଲିସ ମାନବିକତା ଉପରେ ଗୁରୁତ୍ୱ ଦେଇ କାମ କରିଛି । କରୋନା ଯୁଦ୍ଧ ସରି ନାହିଁ । ତେଣୁ ଆମକୁ ଅଧିକ ସତର୍କ ହେବା ସହିତ ବୃତ୍ତିଗତ ଦକ୍ଷତାର ସହ କାମ କରିବାକୁ ପଡିବ । ସେହିପରି ଆଗାମୀ ଦିନରେ ଏହି ମନୋଭାବ ନେଇ ସେବା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପୋଲିସ ବାହିନୀକୁ ଆହ୍ୱାନ ଜଣାଇଥିଲେ ।

ଥାନା ମାନଙ୍କରେ ଲୋକମାନେ ଯେଭଳି ଉତ୍ତମ ସେବା ପାଇପାରିବେ, ତାକୁ ଦୃଷ୍ଟିରେ ରଖି ଥାନା ମାନଙ୍କରେ ଅଧିକ କର୍ମଚାରୀ ମୁତୟନ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏଥିପାଇଁ ୧୫ ଦିନ ମଧ୍ୟରେ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ କହିଥିଲେ ଯେ ବର୍ତ୍ତମାନ ସମୟରେ ବିଭିନ୍ନ ଲକ୍‌ଡାଉନ ନିୟମାବଳୀକୁ ପୋଲିସ ପ୍ରଶାସନ ଦକ୍ଷତାର ସହିତ ଲାଗୁ କରିପାରିଛି । ଯେକୌଣସି ନିର୍ଦ୍ଦେଶକୁ ତୁରନ୍ତ ଲାଗୁ କରିବା କ୍ଷେତ୍ରରେ ପୋଲିସ ଯେପରି କାର୍ଯ୍ୟ ଦକ୍ଷତା ଦେଖାଇଛି, ତାହା ପ୍ରଶଂସନୀୟ। ସମସ୍ତ ନିର୍ଦ୍ଦେଶାବଳୀକୁ ପୋଲିସ ଅତ୍ୟନ୍ତ ସୂଚାରୁ ରୂପେ କାର୍ଯ୍ୟକାରୀ କରିଛି । ବୃତ୍ତିଗତ ଦକ୍ଷତା ଓ ମାନବୀୟ ମୂଲ୍ୟବୋଧ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବାରେ ପୋଲିସ ସଫଳ ହୋଇଛି ବୋଲି ସେ ମତ ଦେଇଥିଲେ।

ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ କରିଥିଲେ ଯେ ଏହା ଏକ ଅସ୍ୱାଭାବିକ ପରିସ୍ଥିତି ଏବଂ ଏଥିରେ ଆମ ସମସ୍ତେ ଟିମ୍ ସ୍ପିରିଟ୍‌ରେ କାମ କରୁଛୁ। ଏହି ଆହ୍ୱାନର ମୁକାବିଲା କ୍ଷେତ୍ରରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସବୁଠାରୁ ଆଗେରେ ଅଛନ୍ତି । ଏହି ଉତ୍ତମ କାର୍ଯ୍ୟକୁ ଜାରି ରଖିବା ପାଇଁ ସେ ପୋଲିସ ପ୍ରଶାସନକୁ ପରାମର୍ଶ ଦେଇଥିଲେ । ଜିଲ୍ଲାସ୍ତରରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯଥେଷ୍ଟ ଭାବରେ ଉପଲବ୍ଧ ଅଛି । ପୋଲିସ ଏହାର ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ସେ ଏସ୍‌.ପି ମାନଙ୍କୁ ପରାମର୍ଶ ଦେଇଥିଲେ।

ପୋଲିସ ମହାନିର୍ଦ୍ଦେଶକ ଅଭୟ ପୋଲିସ ପ୍ରଶାସନ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମହିଳା ମାନଙ୍କ ଉପରେ ଘରୋଇ ହିଂସାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି । ୯୨୦୫ ଜଣ ମହିଳାଙ୍କ ସହିତ ଫୋନ ଜରିଆରେ ଯୋଗାଯୋଗ କରାଯାଇଛି । ଏଥିରେ ୫୩ଟି କେସ୍‌ରେ ଘରୋଇ ହିଂସାର ସୂଚନା ମିଳିଥିଲା ଏବଂ ଏଥିପାଇଁ ପୋଲିସ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯାଇଛି।

୮୦୦୨ଟି ସାମୟିକ ମେଡିକାଲ କେନ୍ଦ୍ରର ସୁରକ୍ଷା ଦାୟିତ୍ୱ ନିଆଯାଇଛି। ପୋଲିସ ପକ୍ଷକୁ ବିଭିନ୍ନ କ୍ଷେତ୍ରରେ ସଚେତନତା କାର୍ଯ୍ୟକ୍ରମ, ବିଶେଷ କରି ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ପାଳନ ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି ବୋଲି ସେ କହିଥିଲେ । ସେହିପରି ମାନବିକତା ସଂପନ୍ନ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପୋଲିସ ଅଗ୍ରଣୀ ଭୂମିକା ନେଇଛି ବୋଲି ସେ କହିଥିଲେ। ରାଜ୍ୟରେ କୌଣସି ପ୍ରବାସୀ ଚାଲିକରି ନ ଯାଆନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ୫୨୪ଟି ଟ୍ରିପ୍ ଜରିଆରେ ସମୁଦାୟ ୨୪,୫୮୭ ଆନ୍ତଃରାଜ୍ୟ ପଥଚାରୀ ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟକୁ ପଠାଯାଇଛି।

ବିଭିନ୍ନ ନିୟମ ଉଲ୍ଲଂଘନ କ୍ଷେତ୍ରରେ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇ ଜରିମାନା ଆଦାୟ କରାଯାଇଛି । ମାସ୍କ ବ୍ୟବହାର ଉଲ୍ଲଂଘନରେ ୧,୨୫,୮୪,୧୮୦ ଟଙ୍କା, ସାମାଜିକ ଦୂରତ୍ୱ ଉଲ୍ଲଂଘନରେ ୧୧,୭୪,୩୫୦ ଟଙ୍କା, ସାପ୍ତାହିକ ଲକ୍‌ଡାଉନ ଉଲ୍ଲଂଘନରେ ୩୦୦୦ ଟଙ୍କା ଏବଂ ରାତ୍ରୀକାଳୀନ କର୍ଫ୍ୟୁ ଉଲ୍ଲଂଘନ ପାଇଁ ୧,୦୩,୮୦୦ ଟଙ୍କା ଆଦାୟ କରାଯାଇଛି।

ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି କହିଥିଲେ ଯେ କୋଲକାତାକୁ ଏପ୍ରିଲ ୨୫ରେ ୩୭୨ ଜଣ ଜବାନ ଯାଇ ୧୨ ଦିନ ପର୍ଯ୍ୟନ୍ତ ନିୟୋଜିତ ହୋଇଥିଲେ । ସେମାନଙ୍କ କାର୍ଯ୍ୟକୁ କୋଲକତାବାସୀ ଭୂୟସୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ସେମାନେ ଯେତେବେଳେ କୋଲକତା ଓ ହାୱଡ଼ାର ରାସ୍ତାରେ ଯାଉଥିଲେ, ସେତେବେଳେ ଦୁଇ ପାର୍ଶ୍ୱର ଜନତା ଛିଡାହୋଇ ଓଡିଶା ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚପ୍ରଶଂସା କରୁଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋଲକତାରୁ ଫେରିଥିବା ଅଗ୍ନିଶମ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ ।

କମେଣ୍ଟମରାକୁ ନେଇ ତୁମୁଳ କାଣ୍ଡ, ଦୁଇ ପରିବାରର ୭ ଗୁରୁତର

କେନ୍ଦୁଝର: କମେଣ୍ଟ ମରାକୁ ନେଇ ତୁମୁଳ କାଣ୍ଡ । ଦୁଇ ପରିବାର ମଧ୍ୟରେ ସଂଘର୍ଷ । ୭ ଜଣରୁ ଅଧିକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌  ଘଷିପୁରା ଥାନା ସଟତିରା ଗାଁରେ କମେଣ୍ଟମରାକୁ ନେଇ ଗୁରୁବାର ରାତିରେ ଏଭଳି ଘଟଣା ଘଟିଛି । ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ୭ ଜଣ ଆହାତଙ୍କ ମଧ୍ୟରୁ ୩ ଜଣଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ୪ ଜଣଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ପରେ ଉଭୟ ପକ୍ଷରୁ ଘଷିପୁରା ଥାନାରେ ଏତଲା ମଧ୍ୟ ଦିଆଯାଇଛି । ପୋଲିସ ଦୁଇଟି ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

 ଅଭିଯାେଗ ଅନୁଯାୟୀ ପ୍ରାୟ ଏକ ମାସ ପୂର୍ବେ ସଞ୍ଜୟ ଅମାନ୍ତଙ୍କ ଜଣେ ସମ୍ପର୍କୀୟ ଭଉଣୀ ରୁକ୍ମଣୀ ଗାଁକୁ ଆସିଥିଲେ । ଏହି ସମୟରେ ଅଦ୍ୱୈତ ବେହେରାଙ୍କ ପୁଅ ହେମନ୍ତ ତାଙ୍କୁ କମେଣ୍ଟ କରିଥିଲା । ପରେ ଏହି ଘଟଣାକୁ ନେଇ ଗାଁରେ ବୈଠକ ବସିଥିଲା । ଏବଂ ଏହି ଘଟଣାର ସମାଧାନ ମଧ୍ୟ କରାଯାଇଥିଲା ।

ହେଲେ ଗତ ଦୁଇ ଦିନ ତଳେ ପୁଣି ଥରେ ବେହେରା ପରିବାରର ଜଣେ ମହିଳା ରୁକ୍ମଣୀକୁ ଆକ୍ଷେପ କରି ମନ୍ତବ୍ୟ ଦେଇଥିଲେ । ଏହା ପରେ ପୁରୁଣା ଘଟଣା ପୁଣି ଥରେ ତେଜି ଉଠିଥିଲା । ଏହାକୁ ନେଇ ପ୍ରଥମେ ଯୁକ୍ତି ତର୍କ ଓ ପରେ ହାତି ହାତି ପର୍ଯ୍ୟନ୍ତ କଥା ଯାଇଥିଲା । ପରେ ଉଭୟ ପରିବାର ମଧ୍ୟରେ ତୀବ୍ର ସଂଘର୍ଷ ଘଟିଥିଲା ।