spot_img
Home Blog Page 7139

କାର୍ଯ୍ୟ ସମୟ ବୃଦ୍ଧି କଲେ ରାଜ୍ୟ ସରକାର: ଓଭର ଟାଇମ୍ ପାଇଁ ମିଳିବ ଟଙ୍କା

ଭୁବନେଶ୍ୱର: କରୋନା ପରିସ୍ଥିତିରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ସରକାରୀ କର୍ମଚାରୀଙ୍କ କାର୍ଯ୍ୟ ଅବଧି ବୃଦ୍ଧି । ଏଣିକି ୧୨ ଘଣ୍ଟା କାର୍ଯ୍ୟ କରିବେ ସରକାରୀ କର୍ମଚାରୀ । । ୮ ଘଣ୍ଟାରୁ ୧୨ ଘଣ୍ଟାକୁ କାର୍ଯ୍ୟ ସମୟ ବୃଦ୍ଧି କରାଯାଇଛି । ସପ୍ତାହରେ ୭୨ ଘଣ୍ଟା କାର୍ଯ୍ୟ କରିବେ କର୍ମଚାରୀ । ଓଭର ଟାଇମ୍‌ ବାବଦକୁ ଅଧିକ ଟଙ୍କା ଦେବେ ରାଜ୍ୟ ସରକାର ।  ସପ୍ତାହରେ ସର୍ବାଧିକ ୨୪ଘଣ୍ଟାର ଓଭର ଟାଇମ୍ ଟଙ୍କା ଦେବେ ରାଜ୍ୟ ସରକାର ।

ଅପରପକ୍ଷରେ ବିଭିନ୍ନ ମହିଳା କର୍ମଜୀବୀଙ୍କ ପାଇଁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ସନ୍ଧ୍ୟା ୭ଟାରୁ ସକାଳ ୬ ମଧ୍ୟରେ କାର୍ଯ୍ୟ କରିପାରିବେ ନାହିଁ । ଏଥିଲାଗି ଅନୁମତି ନଥିଲେ କାର୍ଯ୍ୟ କରିପାରିବେ ନାହିଁ ।

ତେବେ ଏବେ ମଧ୍ୟ ରାଜ୍ୟକୁ ପ୍ରବାସୀ ଓଡ଼ିଆଙ୍କ ବାହୁଡ଼ା ଜାର ରହିଛି । ଶୁକ୍ରବାର ମୋଟ ୬୬୧୮ ଜଣ ପ୍ରବାସୀ ଓଡ଼ିଆ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଫେରିଛନ୍ତି ।

ଗଞ୍ଜାମ ଜିଲ୍ଲାରେ କରୋନା ପରିସ୍ଥିତିର ମୁକାବିଲା ନେଇ ଗଞ୍ଜାମ ପ୍ରଶାସନକୁ ସହଯୋଗ କରିବା ପାଇଁ ୩ ଆଇଏଏସ୍‌ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି ।

ଭାରତରେ କରୋନା ଔଷଧ ଟ୍ରାଏଲକୁ ମିଳିଲା ଅନୁମତି, CSIR କହିଲା ଶୀଘ୍ର ଦେବୁ ଗୁଡ୍ ନ୍ୟୁଜ୍

ନୂଆଦିଲ୍ଲୀ: କରୋନାକୁ ମାତ୍ ଦେବା ପାଇଁ ଚେଷ୍ଟା ଜାରି ରହିଛି । ଏହାଭିତରେ ଡ୍ରଗ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ଫେଭିପିରାବିର (Favipiravir)ନାମକ ଆଣ୍ଟି ଭାଏରାଲ ଔଷଧର ଟ୍ରାଏଲ ଆରମ୍ଭ ପାଇଁ ଅନୁମତି ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତା ବିଶିଷ୍ଟ ବୈଜ୍ଞାନିକ ଓ ଶିଳ୍ପ ଅନୁସଂଧାନ ପରିଷଦ (CSIR) ଏହାର ଅନୁମତି ମିଳିବା ପରେ ଆସନ୍ତା ସପ୍ତାହରୁ ଟ୍ରାଏଲ ଆରମ୍ଭ ପାଇଁ ନିଷ୍ପତି ନେଇଛି

CSIR ମହାନିର୍ଦ୍ଦେଷକ ଡକ୍ଟର ଶେଖର ମାଣ୍ଡ୍ କହିଛନ୍ତି ଯେ, ଫେବିପିରାବିର ଏଭଳି ଏକ ଔଷଧ ଯାହା ଆଗରୁ ଇନଫ୍ଲୁଏଞ୍ଜାର ଚିକିତ୍ସା ପାଇଁ ଭାରତ ସମେତ ଅନ୍ୟକେତେକ ଦେଶରେ ବ୍ୟବହୃତ ହେଉଛି ।ଆମର ଆଶା ଯେ, ଏହା କରୋନା ଭାଇରସକୁ କାବୁ କରିପାରିବ । ଏହି ଔଷଧ ଜରିଆରେ କରୋନା ଭାଇରସର ଚିକିତ୍ସା ପାଇଁ ଅନୁମତି ଦେବା ପାଇଁ CSIR ଓ ଅନ୍ୟଗୋଟିଏ କଂପାନି ଅନୁମତି ମାଗିଥିଲା । ଭାରତ ସରକାର CSIRକୁ ପରୀକ୍ଷଣ ପାଇଁ ଅନୁମତି ଦେଇଛନ୍ତି । ଆସନ୍ତା ସପ୍ତାହ ବେଳକୁ ଏହା ଉପରେ କାମ ଆରମ୍ଭ ହେବ ।

ଖୁବଶୀଘ୍ର ଭଲ ଖବର

ଡକ୍ଟର ଶେଖରଙ୍କ ଅନୁସାରେ ଫେବିପିରାବିର ଏକ ସୁରକ୍ଷିତ ଔଷଧ ଓ ଏହାର ଟ୍ରାଏଲ ସିଧାସଳଖ ଫେଜ୍-୨ରୁ ଆରମ୍ଭ କରିହେବ । ତାଙ୍କ ଅନୁସାରେ ଏହାର ଟ୍ରାଏଲ ଏକ ମାସ ମଧ୍ୟରେ ଶେଷ ହୋଇଯିବ । ଯଦି ଟ୍ରାଏଲ ଫଳାଫଳ ଭଲ ହୁଏ ତେବେ ଖୁବଶୀଘ୍ର ଏହାକୁ ଶସ୍ତାର ବଜାରରେ ଉପଲବ୍ଧ କରାଯିବ ।

 

 

 

କେମିକାଲ ଫ୍ରି ସାନିଟାଇଜିଂ ମେସିନ ତିଆରି କଲେ ଓଡ଼ିଆ ଯୁବ ଇଞ୍ଜିନିୟର

ଭୁବନେଶ୍ୱର: କରୋନା ଭାଇରସ  ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କରୋନା ଭାଇରସର ଭୟବହତା ଦେଖି ଏହାର ମୁକାବିଲା ପାଇଁ ଅନେକ ଦେଶ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି।  ଏହାରି ଭିତରେ ରାଜଧାନୀ ଭୁବନେଶ୍ୱରର ଜଣେ ଯୁବ ଇଂଜିନୟର ଉତ୍ତମ କୁମାର ଆଚାର୍ଯ୍ୟ ତିଆରି କରିଛନ୍ତି କେମିକାଲ ଫ୍ରି ସାନିଟାଇଜିଂ ମେସିନ ।

ଯାହା ଦ୍ଵାରା ବିନା କୈାଣସି  କେମିକାଲ ବ୍ୟବହାର କରି ଷ୍ଟିମ୍‌ ମାଧ୍ୟମରେ ଆମ୍ବୁଲାନ୍ସ, ରାଜ୍ୟ ବାହାରୁ ଆସୁଥିବା ବସ, ହସ୍ପିଟାଲ ବେଡ୍‌, ସ୍କୁଟର ଓ ମଟର ସାଇକେଲ୍‌ ଆଦିକୁ ସାନିଟାଇଜ୍‌ କରାଯାଇପାରିବ ।

ଏହି  ସାନିଟାଇଜିଂ ମେସିନର ନାଁ ରହିଛି ‘ମୋ ଷ୍ଟିମ୍‌’। ଏହି ମେସିନକୁ ତିଆରି କରିବାକୁ ମାତ୍ର ୬ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ମାତ୍ର ଜଣେ ଲୋକ ଏହାକୁ ପରିଚାଳିତ କରିପାରିବାର ବ୍ୟବସ୍ଥା କରାଯାଇଛି । ୧୨୦ ତାପମାତ୍ରା ଷ୍ଟିମ୍‌ ଦ୍ଵାରା ଏହା କୋଭିଡ-19 ଉପକରଣକୁ ସାନିଟାଇଜ କରିପାରୁଛି ।

ଖୁବ୍‌ କମ ଖର୍ଚ୍ଚରେ ତିଆରି ହୋଇଥିବା ଏହି ଉପକରଣ ଆଗାମୀ ଦିନରେ ବେଶ ଉପଯୋଗୀ ହେବ ବୋଲି ଯୁବ ଇଂଜିନିୟର ଉତ୍ତମ ଆଚାର୍ଯ୍ୟ ଦାବି କରିଛନ୍ତି।

ଯାଜପୁରକୁ ଟପିଲା ଗଞ୍ଜାମ: ଆଉ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ୨୪ କରୋନା ଆକ୍ରାନ୍ତ ଚିହ୍ନଟ । ଏଥିସହିତ ଗଞ୍ଜାମ ଜିଲ୍ଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧ରେ ପହଞ୍ଚିଛି । ଏଥିସହିତ ଖୋର୍ଦ୍ଦା ଜିଲ୍ଲାରୁ ମଧ୍ୟ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୬୩ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଅପରପକ୍ଷରେ ରାଜ୍ୟର ମୋଟ ୨୦୬ କରୋନା ରୋଗୀ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଗଞ୍ଜାମ ଜିଲ୍ଲାରୁ ମୋଟ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଯାଜପୁରକୁ ପଛରେ ପକାଇଛି ଗଞ୍ଜାମ । ଯାଜପୁରରୁ ଏଯାବତ୍‌ ୫୫ ଓ ଖୋର୍ଦ୍ଧାରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ ପ୍ରବାସୀ ଓଡ଼ିଆ ଏବଂ ସେମାନେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିଲେ । ଏଣୁ ଜିଲ୍ଲାବାସୀ ଭୟଭୀତ ହେବାର କୌଣସି କାରଣ ନାହିଁ  । ସୂଚନା ଯୋଗ୍ୟ ଯେ, ଗଞ୍ଜାମରେ କରୋନା ପରିସ୍ଥିତର ମୁକାବିଲା ନେଇ ୩ ଆଇଏଏସ୍‌ ଅଫିସରଙ୍କୁ ରାଜ୍ୟ ସରକାର ଦାୟିତ୍ୱ ଦେଇଛନ୍ତି । ସେମାନେ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ କରୋନା ମୁକାବିଲା ଦିଗରେ କାର୍ଯ୍ୟ କରିବେ ।

କ୍ୱାରେଣ୍ଟାଇନ୍‌ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର: ଇଚ୍ଛୁକ ବ୍ୟକ୍ତିଙ୍କୁ ମିଳିବ ୧୦ ଦିନର କାମ

ଭୁବନେଶ୍ୱର: କ୍ୱାରେଣ୍ଟାଇନ୍‌ ଅବଧିକୁ ବଢ଼ାଇଲେ ରାଜ୍ୟ ସରକାର । ଏଣିକି ୨୮ ଦିନିଆ କ୍ୱାରେଣ୍ଟାଇନ୍‌ରେ ରହିବେ ପ୍ରବାସୀ ଓଡ଼ିଆ ଏବଂ ସନ୍ଦିଗ୍ଧ ବ୍ୟକ୍ତି । ୨୧ ଦିନ ସରକାରୀ କ୍ୱାରେଣ୍ଟାଇନ୍‌ ବା ସରକାରଙ୍କ ଅନୁମୋଦିତ କ୍ୱାରେଣ୍ଟାଇନ୍‌ରେ ରହିବା ପରେ ଅନ୍ୟ ୭ ଦିନ ଘରେ କ୍ୱାରେଣ୍ଟାଇନ୍‌ରେ ରହିବେ । ବୈଜ୍ଞାନିକଙ୍କ ଠାରୁ ସଦ୍ୟ ପ୍ରାପ୍ତ ତଥ୍ୟ ଅନୁଯାୟୀ ଶରୀରରେ କୋଭିଡ-୧୯ ରୋଗର ପରିପ୍ରକାଶ ହେବା ପାଇଁ ୨୮ ଦିନ ସମୟ ଲାଗୁଛି । ଯାହା ପୂର୍ବରୁ ୧୪ ଦିନ ସମୟ ଲାଗୁଥିବା କୁହାଯାଉଥିଲା । ଏଣୁ ସଦ୍ୟ ପ୍ରାପ୍ତ ତଥ୍ୟ ଅନୁଯାୟୀ କ୍ୱାରେଣ୍ଟାଇନ ଅବଧିକୁ ବୃଦ୍ଧି କରାଯାଇଛି ।

ଏଥି ସହିତ କ୍ୱାରେଣ୍ଟାଇନ ସେଣ୍ଟରରେ ଲୋକେ ଯେଭଳି ସୁରୁଖୁରୁରେ ରହିପାରିବେ ସେ ନେଇ ଗୁରତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏଣୁ ଇଚ୍ଛୁକ ବ୍ୟକ୍ତିଙ୍କୁ ୧୦ ଦିନ କାମ ଯୋଗାଇଦେବେ ରାଜ୍ୟ ସରକାର । ଚୁନ ମାରିବା, ପରିସ୍କାର ପରିଚ୍ଛନ୍ନ କରିବା ଭଳି କାମ କରିପାରିବେ ଅନ୍ତେବାସୀ । ଏଥିଲାଗି ଦୈନିକ ୧୫୦ ଟଙ୍କା ଦେବେ ରାଜ୍ୟ ସରକାର । ପୂର୍ବରୁ ଘୋଷିତ ୨୦୦୦ ଟଙ୍କା ବ୍ୟତୀତ ଏହି ଟଙ୍କା ଯୋଗାଇଦିଆଯିବ । କ୍ୱାରେଣ୍ଟାଇନ୍‌ ସେଣ୍ଟର ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ ଲୋକଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଯିବାକୁ ବାରଣ କରାଯାଇଛି  । ଏଥି ସହିତ ସୁରକ୍ଷା ଦୃଷ୍ଟିରୁ ସଙ୍ଗରୋଧ କେନ୍ଦ୍ର ଆଖପାଖ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯିବ ।

ଭଦ୍ରକରେ ଆଉ ଜଣେ କରୋନା ପଜିଟିଭ୍‌, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୪୬କୁ ବୃଦ୍ଧି

ଭଦ୍ରକ: ଭଦ୍ରକରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏଥିସହ ଭଦ୍ରକରେ ପଜିଟିଭଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ ୩୩ ବର୍ଷ ।  ଆଜି ସକାଳୁ ଭଦ୍ରକରୁ ଦୁଇଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ସେହି ଦୁଇଜଣଙ୍କ ମଧ୍ୟରୁ ଜଣକୁ ୨୦ ବର୍ଷ ଏବଂ ଅନ୍ୟ ଜଣଙ୍କୁ ୪୧ ବର୍ଷ । ଜଣେ ଧାମନଗର ବ୍ଲକର ହୋଇଥିବା ବେଳେ ଅନ୍ୟ ଜଣେ ବାସୁଦେବପୁର ମ୍ୟୁନିସିପାଲଟିର ବୋଲି ଜଣାପଡ଼ିଛି । ଏହା ସହ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୨୪୬କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ୧୮୧ ଜଣ କରୋନା ସଂକ୍ରମଣରେ ସକ୍ରିୟ ରହିଥିବା ବେଳେ ୬୩ ଜଣ ସୁସ୍ଥ ହୋଇଛନ୍ତି ।

ଗଞ୍ଜାମରୁ ପୁଣି ୧୯‌, କେନ୍ଦ୍ରାପଡ଼ାରେ ଆଉ ୫ ପଜିଟିଭ୍

ପ୍ରବାସୀଙ୍କ ଓଡ଼ିଶା ଫେରିବା ନେଇ ଜରୁରୀ ନୁହେଁ ଟେଷ୍ଟିଂ, ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ

ନୂଆଦିଲ୍ଲୀ: ବିନା କରୋନା ଟେଷ୍ଟରେ ପୂର୍ବଭଳି ଓଡ଼ିଶା ଫେରି ପାରିବେ ପ୍ରବାସୀ ଓଡ଼ିଆ । ଆଗ ଟେଷ୍ଟ ପରେ ଓଡ଼ିଶା ମଧ୍ୟକୁ ପ୍ରବେଶ ବୋଲି ଗତକାଲି ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟ ଉପରେ ଆଜି ସୁପ୍ରିମକୋର୍ଟ ରହିତାଦେଶ ଲାଗୁ କରିଛନ୍ତି । ପ୍ରବାସୀଙ୍କ ରାଜ୍ୟକୁ ଫେରିବା ପୂର୍ବରୁ କୋରନା ଟେଷ୍ଟିଂକୁ ବାଧ୍ୟତାମୁଳକ କରିବା ପାଇଁ ଗତକାଲି ହାଇକୋର୍ଟ ରାୟ ଦେଇଥିଲେ । ଯାହା ଉପରେ ଶୁକ୍ରବାର ଦିନ ଜଷ୍ଟିସ ଅଶୋକ ଭୂଷଣ, ଏସ.କେ କୌଲ ଓ ବି.ଆର ଗାଭାଇଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ରହିତାଦେଶ ଲାଗୁ କରିଛନ୍ତି ।

ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଗତକାଲି ଓଡ଼ିଶା ହାଇକୋର୍ଟ ରାୟ ଦେଇଥିଲେ ଯେ, ଓଡ଼ିଶାକୁ ଫେରିବାକୁ ଚାହୁଁଥିବା ପ୍ରତ୍ୟେକ ପ୍ରବାସୀଙ୍କ କରୋନା ଟେଷ୍ଟ ହେଉ । ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ହିଁ ସେମାନଙ୍କୁ ଓଡ଼ିଶା ଫେରିବାକୁ ଅନୁମତି ଦିଆଯାଉ । ଯେଉଁମାନଙ୍କ ରିପୋର୍ଟ ପଜିଟିଭ ଆସିବ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ରାଜ୍ୟ ସରକାର କରିବା ଆବଶ୍ୟକ ।

 

ଓଡ଼ିଶା ହାଇକୋର୍ଟଙ୍କ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା, ଯାହାର ଶୁଣାଣି କରି ସୁପ୍ରିମକୋର୍ଟ ରହିତାଦେଶ ଲାଗୁ କରିଛନ୍ତି । ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ, ଲୋକଙ୍କ ପରୀକ୍ଷଣ କରିବାକୁ ଚାହୁଁଥିଲେ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ପଡ଼ିବ କିନ୍ତୁ ରାଜ୍ୟ ଭିତରକୁ ସେମାନଙ୍କ ପ୍ରବେଶକୁ ସଂପୂର୍ଣ୍ଣ ଭାବେ ପ୍ରତିବନ୍ଧିତ କରାଯାଇପାରିବ ନାହିଁ ।

ଗଞ୍ଜାମରେ ୨ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୫୯କୁ ବୃଦ୍ଧି

ପ୍ରବାସୀଙ୍କ କରୋନା ପରୀକ୍ଷାକୁ ହାଇକୋର୍ଟ ବାଧ୍ୟତାମୂଳକ କରିବା ପରେ ସୂରଟର ପ୍ରବାସୀଙ୍କୁ ନେଇ ଫେରିବାକୁ ଥିବା ୩ଟି ଟ୍ରେନକୁ ଗତକାଲି ବାତିଲ କରାଯାଇଥିଲା ।

 

କରୋନା ଭିତରେ ବରୁନ ଧୱନଙ୍କ ଡାଏଲଗ ଇସ୍ରାଏଲରେ ହିଟ୍…

ମୁମ୍ବାଇ: ସାରା ବିଶ୍ୱ ଏବେ କରୋନା ସହ ସଂଘର୍ଷ କରୁଛି ।  ଯେଉଁ ଯୁଦ୍ଧରେ ଅନେକ ଲୋକ ଜୀବନ ହରାଉଛନ୍ତି ଏବଂ ଏହି କାରଣରୁ ସମସ୍ତଙ୍କ ଜୀବନ ମଧ୍ୟ ସବୁଦିନ ପାଇଁ ବଦଳି ଯାଇଛି । କରୋନା ଏବେ ସାରା ବିଶ୍ୱରେ ବିଧ୍ୱଂସର ଲୀଳା ରଚୁଛି । ଏହି ସମୟରେ ଇସ୍ରାଏଲରୁ ଆସି ଥିବା ଏମିତି ଏକ ଖବାର ଯାହା ସମସ୍ତ କିଛି ମାତ୍ରାରେ ଆଶ୍ୱସ୍ଥି ଦେଇଛି । ଇସ୍ରାଏଲ ଏକ ଚ୍ୱିଟରେ ଦାବି କରିଛି ଯେ ସେମାନେ କୋଭିଡ -୧୯ ବିରୋଧରେ ଏକ ପ୍ରତିକାର ପ୍ରସ୍ତୁତ କରିଛନ୍ତି । ଏହି ଖବରକୁ ନିଜେ ଇସ୍ରାଏଲର ପବ୍ଲିକ ବ୍ରଡକାଷ୍ଟିଂ କର୍ପୋରେସନର ସମ୍ବାଦଦାତା ଏମିକାଇ ଷ୍ଟିନ୍ ଟ୍ୱିଟ୍ କରିଛନ୍ତି।

ତେବେ ଏହି ଟ୍ୱିଟ୍ ପରେ ଅଭିନେତା ବରୁଣ ଧୱନ ଏକ ଆଶ୍ୱସ୍ଥିକର ଟ୍ୱିଟ କରିଥିଲେ । ଯେଉଁଥିଲେ ସେ ଲେଖିଥିଲେ ଯେ,ମୁଁ ଆଶା କରୁଛି ଏହା ସତ ହେଉ । ତେବେ ବରୁନ ଧୱନ ଏହି ଟ୍ୱିଟ କରି ଭୁଲିଯାଇଥିଲେ । କିନ୍ତୁ ଏହାକୁ ଗମ୍ଭୀରତାର ସହ ଇସ୍ରାଇଲ ନେଇଥିଲା । ଏହାର ଉତ୍ତର ମଧ୍ୟ ଇସ୍ରାଇଲ ଦେଇଛି । ଆଶ୍ଚର୍ଯ୍ୟର କଥା ହେଉଛି ଏହି ଉତ୍ତର ଇସ୍ରାଏଲ୍ ସରକାରଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଦ୍ୱାରା ଦିଆଯାଇଛି। ଏହାର ଉତ୍ତରରେ, ବରୁଣଙ୍କ ଚଳଚ୍ଚିତ୍ର ABCD 2ର ପ୍ରସିଦ୍ଧ ଡାଇଲଗ୍ ବ୍ୟବହାର କରାଯାଇଛି ।  ଟ୍ୱିଟରେ ଇସ୍ରାଇଲ ବରୁନଙ୍କର ସେହି ଲୋକପ୍ରିୟ ଡାଇଲଗକୁ ଲେଖିଛି । ଟ୍ୱିଟରେ ଲେଖାଯାଇଛି ଯେ, ‘ସହି ଦିଶାମେ ଉଠାୟା ଗୟା ହର୍ କଦମ୍ , ଆପନେ ଆପ୍ ମେ ଏକ ମଞ୍ଜିଲ୍ ହୈ, ଆଖିର ଜିନ୍ଦେଗୀ କା ମତଲବ ହି ଆପନା ଅଗଲା କଦମ ଚୁନନା ହୈ ।’

ଜଣେ  ଅଭିନେତାଙ୍କ ଟ୍ୱିଟ ଉପର କୌଣସି ଦେଶରେ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ ଏଭଳି ଉତ୍ତର ଦେବା ସହଜ କଥା ନୁହେଁ ।  କିନ୍ତୁ କରୋନା ମଧ୍ୟରେ ବରୁନଙ୍କ ଫିଲ୍ମର ଏହି ଡାଇଲଗର ବ୍ୟବହାର ଜନସାଧାରଣଙ୍କୁ ଏକ ସକାରତ୍ମକ ବାର୍ତ୍ତା ଦେଇଛି । ଇସ୍ରାଏଲ ସରକାରଙ୍କ ଅଫିସିଆଲ ହ୍ୟାଣ୍ଡେଲରେ ଦିଆଯାଇଥିବା ଏହି ଉତ୍ତରରେ ବରୁନ ଧୱନ ନିଜେ ବହୁତ ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ତାଙ୍କ ଫିଲ୍ମର ଡାଇଲଗ୍ ଇସ୍ରାଏଲରେ ପହଞ୍ଚିଥିବାରୁ ସେ ତାଙ୍କର ଖୁସି ବ୍ୟକ୍ତ କରିଥିଲେ । ସେ ଟ୍ୱିଟ୍ କରି କହିଛନ୍ତି- ମୁଁ ଖୁସି ଯେ ଏହି ଡାଇଲଗ୍ ଇସ୍ରାଏଲରେ ପହଞ୍ଚିଛି ।

୧୦୨ ଆମ୍ବୁଲାନ୍ସ କର୍ମଚାରୀଙ୍କୁ କରୋନା, ଫ୍ରଣ୍ଟଫୁଟରେ ବଢ଼ୁଛି ବିପଦ

ନୂଆଦିଲ୍ଲୀ: ଦେଶରେ ସାଙ୍ଘାତିକ ରୂପ ନେଉଛି କରୋନା । ଫ୍ରଣ୍ଟଫୁଟ ଯୋଦ୍ଧାଙ୍କୁ ମଧ୍ୟ ଛାଡ଼ୁନି ଏହି ଭୁତାଣୁ । ସେ ଡାକ୍ତର ହୁଅନ୍ତୁ ବା ପୋଲିସ । ସମସ୍ତେ କରୋନା ଭାଇରସର କବଳରେ ଆସୁଛନ୍ତି । ଏହି ଭିତରେ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଲକ୍ଷ୍ମୀ ନଗରରେ କ୍ୟାଟସ ଆମ୍ବୁଲାନ୍ସ ସେବା ୧୦୨ ର ୪୫ ଜଣ କର୍ମଚାରୀ କରୋନା ପଜିଟିଭରେ ଚିହ୍ନଟ ହୋଇଛନ୍ତି । ୮୦ ଜଣ ଆମ୍ଭୁଲାନ୍ସ କର୍ମଚାରୀଙ୍କର କରୋନା ପରୀକ୍ଷା ହୋଇଥିଲା । ସେଥିମଧ୍ୟରୁ ୪୫ ଜଣଙ୍କର କରୋନା ପଜିଟିଭ ଆସିଥିଲା ।

ସୂଚନା ଅନୁଯାୟୀ, ଦିଲ୍ଲୀରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୬ ହଜାରରେ ଅତିକ୍ରମ କରିବାକୁ ବସିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୪୪୮ ଟି ନୂଆ ମାମଲା ରିପୋର୍ଟ ହୋଇଛି  । ଆଶ୍ଚର୍ଯ୍ୟଜନକ କଥା ହେଉଛି ସମସ୍ତ ସତ୍ତର୍କତା ସତ୍ୱେ ସଂକ୍ରମଣର ଚକ୍ର ଭାଙ୍ଗିବାର ନା ହିଁ ଧରୁନି । ଆଶ୍ଚର୍ଯ୍ୟର କଥା, ଦିଲ୍ଲୀରେ ମାତ୍ର ୬ ଦିନ ମଧ୍ୟରେ ୨୦୦୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।

କରୋନାରୁ ତ୍ରାହି ଦେଇ ପାରନ୍ତି ଏହି ୬ ଭ୍ୟାକ୍ସିନ୍ ..

ଦିଲ୍ଲୀରେ, ଏପ୍ରିଲ ୨୪ ରୁ ୩୦ ମଧ୍ୟରେ ୧୧.୨ ଦିନରେ କରୋନା ମାମଲା ଦ୍ୱିଗୁଣିତ ହୋଇଛି । ଯାହା ମେ ୧ ରୁ ୭ ମଧ୍ୟରେ ୯.୨ ଦିନରେ ଦ୍ୱିଗୁଣିତ ହୋଇଥିଲା  । ଦିଲ୍ଲୀ ପୋଲିସର ପ୍ରାୟ ୧୦୦ ପୋଲିସ୍ କରୋନା ପଜିଟିଭ୍, ସେଥିମଧ୍ୟରୁ ୨୦ ଜଣ ପୋଲିସ୍ ସଠିକ୍ ଭାବରେ ଡ୍ୟୁଟି କରିବା ଆରମ୍ଭ କରିଥିଲେ ।

ଲକଡାଉନ୍ ବିବାହ: ୩ଫୁଟିଆ ବର ହାତ ଧରିଲା ୪ଫୁଟର କନିଆ

ମୁମ୍ବାଇ: ଲକଡାଉନ୍ ସମୟରେ, ସମସ୍ତ ଜନସମାଗମକୁ ବନ୍ଦ କରିଦିଆଯାଇଛି । ପୂର୍ବରୁ ସ୍ଥିର କରାଯାଇଥିବା ବିବାହକୁ ମଧ୍ୟ ସ୍ଥଗିତ ରଖାଯାଉଛି । କିନ୍ତୁ ଆଗକୁ ଭଲ ଯୋଗ ନଥିବାରୁ ପ୍ରଶାସନର ଅନୁମତି କ୍ରମେ କେତେକ ସ୍ଥାନରେ ସାମାଜିକ ଦୂରତାକୁ ଧ୍ୟାନରେ ରଖି ବିବାହ କାର୍ଯ୍ୟ କରାଯାଉଛି । ଏବଂ ଅନେକ ବିବାହ ଭିନ୍ନଭିନ୍ନ ଢଙ୍ଗରେ କରାଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଠିକ୍ ଏମିତି ଏକ ନିଆରା ବିବାହ ମହାରାଷ୍ଟ୍ରରେ ହୋଇଛି ।

ଏହି ବିବାହ ୨୯ବର୍ଷର ଯୁବକ ସହ ୧୯ବର୍ଷୀୟ ଯୁବତୀର ହୋଇଥିଲା । ଆପଣମାନେ ଭାବୁଥିବା ଏଟା ତ ଗୋଟେ ସାଧାରଣ କଥା ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି । ତେବେ ଆଶ୍ଚର୍ଯ୍ୟ ହେବାର କାରଣ ହେଉଛି ଉଭୟଙ୍କ  ଉଚ୍ଚତା । କାରଣ ସେମାନଙ୍କର ଉଚ୍ଚତା ୪ ଫୁଟ  ଓ ୩ ଫୁଟରେ ସୀମିତ ଅଛି ।

ମହାରାଷ୍ଟ୍ରରେ ଧୁଲେ ଜିଲ୍ଲାର ଶିରପୁର ତହସିଲରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହ ୨୯ ବର୍ଷୀୟ ଜାମରୁ ରାଜେନ୍ଦ୍ର କୋଲି ଏବଂ ୧୯ ବର୍ଷୀୟ ନୟନା ମଧ୍ୟରେ ହୋଇଥିଲା । ଏହି ବିବାହର ବିଶେଷ କଥା ହେଲା ବରର ଉଚ୍ଚତା ୩ଫୁଟ ହୋଇଥିବାବେଳେ କନ୍ୟାର ଉଚ୍ଚତା  ୪ଫୁଟ୍ । ବର ଜାମରୁ ୧୦ମ ଯାଏଁ ପାଠ ପଢିଥିବାବେଳେ ନୟନା ଦ୍ୱାଦଶ ପର୍ଯ୍ୟନ୍ତ ପଢିଛନ୍ତି । ଉଭୟଙ୍କ ବିବାହ ପୂର୍ବରୁ ସ୍ଥିର ହୋଇସାରିଥିଲା ​​କିନ୍ତୁ କରୋନା ଯୋଗୁଁ ବାହାଘର ହୋଇପାରି ନଥିଲା । ଗାଁରେ ଏକ ସରଳ ବିବାହ ସମାରୋହରେ, ସାମାଜିକ ଦୂରତା ପରେ ବୁଧବାର ଦିନ ଏହି ବିବାହ ଅନୁଷ୍ଠିତ ହୋଇଥିଲା । ସମ୍ପର୍କୀୟମାନେ ମଧ୍ୟ ଏହି ବିବାହକୁ ଆସିବାକୁ ଚେଷ୍ଟା କରି ମଧ୍ୟ ଲକଡାଉନ୍ କାରଣରୁ ଏଠାକୁ ଆସିପାରି ନଥିଲେ ।