ମୁମ୍ବାଇ: ୧୪ ପ୍ରବାସୀ ଶ୍ରମିକ ମୃତ । ଚାଲି ଚାଲି ଛତିଶଗଡ଼ ଆସୁଥିଲେ ପ୍ରବାସୀ ଶ୍ରମିକ । ସକାଳ ପ୍ରାୟ ୬ଟା ୩୦ ଘଟିଛି ଦୁର୍ଘଟଣା ।
ମୁମ୍ବାଇ: ଔରଙ୍ଗାବାଦ କର୍ମଦା ନିକଟରେ ବଡ଼ ଦୁର୍ଘଟଣା । ଲୋକଙ୍କ ଉପରେ ଚଢ଼ିଗଲା ମାଲବାହୀ ଟ୍ରେନ୍ । ଏକାଧିକ ମୃତାହତ ଆଶଙ୍କା । ଘଟଣା ସ୍ଥଳରେ ଆରପିଏଫ ଓ ପୋଲିସର ଉଦ୍ଧାର କାର୍ଯ୍ୟ ଜାରି ।
ମୁମ୍ବାଇ: ଔରଙ୍ଗାବାଦ କର୍ମଦା ନିକଟରେ ବଡ଼ ଦୁର୍ଘଟଣା । ଲୋକଙ୍କ ଉପରେ ଚଢ଼ିଗଲା ମାଲବାହୀ ଟ୍ରେନ୍ । ଏକାଧିକ ମୃତାହତ ଆଶଙ୍କା । ଘଠଣା ସ୍ଥଳରେ ଆରପିଏଫ ଓ ପୋଲିସର ଉଦ୍ଧାର କାର୍ଯ୍ୟ ଜାରି ।
୬ ଦିନରେ ଗଞ୍ଜାମ ଜିଲ୍ଲାରୁ ୪୭ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୬ ଦିନରେ ଜିଲ୍ଲାରୁ ୪୭ଟି ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଏପ୍ରିଲ୍ ଶେଷ ସୁଦ୍ଧା ଗ୍ରୀନ୍ ଜୋନରେ ଥିବା ଗଞ୍ଜାମ ମେ ପ୍ରଥମ ସପ୍ତାହରେ ରେଡ୍ ଜୋନକୁ ଚାଲି ଆସିଛି ।
ମେ ୨ ତାରିଖରେ ଜିଲ୍ଲାରେ ୨ ଜଣ ସୁରତ ଫେରନ୍ତା ପଜିଟିଭ୍ ଚିହ୍ନଟ ହୋଇଥିଲେ । ୪ ତାରିଖରେ ଗୋଟିଏ ପଜିଟିଭ୍ କେସ୍ ଆସିଥିଲେ । ୫ ତାରିଖରେ ଅନ୍ୟ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିଲେ । ୬ ତାରିଖରେ ୧୭ଟି ସଂକ୍ରମିତ କେସ୍ ଆସିଥିଲା ଗଞ୍ଜାମ ଜିଲ୍ଲାରୁ । ସମସ୍ତେ ସୁରତ ଫେରନ୍ତା ବୋଲି ଜଣାପଡ଼ିଥିଲା ।

୭ ତାରିଖରେ ଜିଲ୍ଲାରେ ୨୬ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏମାନେ ମଧ୍ୟ ବାହାର ରାଜ୍ୟ ବିଶେଷ କରି ସୁରତ ଫେରନ୍ତା ବୋଲି ଜଣାପଡ଼ିଛି । ରାଜ୍ୟରେ ୨୪୫ଟି ମାମଲା ଚିହ୍ନଟ ହୋଇଥିବା ବେଳେ ମୋଟ ମାମଲାରୁ ଗଞ୍ଜାମ ଜିଲ୍ଲାର ଅଂଶ ୧୯.୨ ପ୍ରତିଶତ ।

ଏବେ ରାଜ୍ୟରେ ୨୪୫ଟି ସଂକ୍ରମିତ ମାମଲା ଚିହ୍ନଟ ହୋଇଥିବା ବେଳେ ୬୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୧୮୧ଟି ସକ୍ରିୟ ସଂକ୍ରମିତ କେସ୍ ରହିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି ।
ଭୁବନେଶ୍ୱର: ଭଦ୍ରକରୁ ଚିହ୍ନଟ ୨ ଆକ୍ରାନ୍ତ ଗୁଜରାଟ ଫେରନ୍ତା । ଜଣେ ଧାମନଗର ଓ ଅନ୍ୟ ଜଣେ ବାସୁଦେବପୁର ମ୍ୟୁନିସିପାଲଟିର । ଗୁଜରାଟରୁ ଫେରିବା ପରେ କ୍ୱାରେଣ୍ଟାଇନରେ ଥିଲେ ଉଭୟ ।
ଭୁବନେଶ୍ୱର: ଭଦ୍ରକରୁ ଚିହ୍ନଟ ୨ ଆକ୍ରାନ୍ତ ଗୁଜରାଟ ଫେରନ୍ତା । ଜଣେ ଧାମନଗର ଓ ଅନ୍ୟ ଜଣେ ବାସୁଦେବପୁର ମ୍ୟୁନିସିପାଲଟିର । ଗୁଜରାଟରୁ ଫେରିବା ପରେ କ୍ୱାରେଣ୍ଟାଇନରେ ଥିଲେ ଉଭୟ ।
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି । ଗଞ୍ଜାମରୁ ୧୯, କେନ୍ଦ୍ରାପଡ଼ାରୁ ୫ ଓ ଭଦ୍ରକରୁ ୨ଟି ନୂଆ ମାମଲା ଚିହ୍ନଟ ହୋଇଛି ।
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି । ଗଞ୍ଜାମରୁ ୧୯, କେନ୍ଦ୍ରାପଡ଼ାରୁ ୫ ଓ ଭଦ୍ରକରୁ ୨ଟି ନୂଆ ମାମଲା ଚିହ୍ନଟ ହୋଇଛି ।
ଗଞ୍ଜାମରୁ ପୁଣି ୧୯, କେନ୍ଦ୍ରାପଡ଼ାରେ ଆଉ ୫ ପଜିଟିଭ୍
ଭୁବନେଶ୍ୱର: ଗଞ୍ଜାମରେ ୪୭ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୁରୁବାର ଏହି ସଂଖ୍ୟା ୨୮ରେ ପହଞ୍ଚିଥିବା ବେଳେ ଶୁକ୍ରବାର ୧୯ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେପଟେ କେନ୍ଦ୍ରାପଡ଼ାରେ ପୂର୍ବରୁ ୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏବେ ନୂଆ ୫ଟି ମାମଲା ସାମ୍ନାକୁ ଆସିଛି ।
ସେହିଭଳି ଭଦ୍ରକରେ ଆଉ ଦୁଇ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଭଦ୍ରକ ଜିଲ୍ଲାର ଦୁଇ ପଜିଟିଭ୍ଙ୍କ ମଧ୍ୟରୁ ଧାମନଗର ବ୍ଲକ ଅଞ୍ଚଳରୁ ଜଣକୁ ଚିହ୍ନଟ କରାଯାଇଥିବା ବେଳେ ବାସୁଦେବପୁର ମୁନିସିପାଲିଟିରୁ ଜଣକୁ ଚିହ୍ନଟ କରାଯାଇଛି । ସେମାନେ ଗୁଜରାଟରୁ ଫେରିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଏହାକୁ ନେଇ ରାଜ୍ୟରେ ଏବେ ସୁଦ୍ଧା ମୋଟି ୨୪୫ଟି ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮୧ଟି ମାମଲା ସକ୍ରିୟ ରହିଛି । ୬୨ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଧାନ ବସ୍ତାରେ ଚାପି ହୋଇ ମାଆ ଝିଅ ମୃତ, ବାପା ଗୁରୁତର
ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରିରୁ ଆସିଛି ଅଭାବନୀୟ ଖବର । ଘରେ ଶୋଇଥିବା ବେଳେ ୨ ଜଣଙ୍କ ଜୀବନ ଚାଲିଯାଇଛି । ଜଣେ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବିଳମ୍ବିତ ରାତିରେ ବ୍ରହ୍ମଗିରି ଖଜୁରିଆ ହୁବା ସାହିରେ ଏହି ଅଘଟଣ ଘଟିଛି ।
ସ୍ୱାମୀ, ସ୍ତ୍ରୀ ଓ ଝିଅ ଶୋଇଥିବା ବେଳେ ସେମାନଙ୍କ ଉପରେ ଧାନ ବସ୍ତା ପଡ଼ି ଯାଇଥିଲା । ଏଥିରେ ଚାପି ହୋଇ ମାଆ ସମତେ ୧୨ ବର୍ଷର ଝିଅର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ବାପାଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗଜପତିରେ ଗଡ଼ିଲା ଭ୍ରାମ୍ୟମାଣ ସ୍ୱାବ ସଂଗ୍ରହ ଗାଡ଼ି
ଗଜପତି: ଗଜପତି ଜିଲ୍ଲାରେ ପ୍ରଥମ କରି ଗଡ଼ିଲା ଭ୍ରାମ୍ୟମାଣ ସ୍ୱାବ ସଂଗ୍ରହ ଗାଡ଼ି । ଜିଲ୍ଲା ପ୍ରଶାସନର ନିଜସ୍ଵ ଉଦ୍ୟମରେ ପ୍ରସ୍ତୁତ ହୋଇଛି ଏହି ଭ୍ୟାନ । ଜିଲ୍ଲାପାଳ ଅନୁପମ୍ ସାହା ଏହାର ଶୁଭାରମ୍ଭ କରିଛନ୍ତି । ଏହି ମୋବାଇଲ ଭ୍ୟାନରେ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବା ବ୍ୟବସ୍ଥା ସହ ସ୍ୱାବ ସଂଗ୍ରହ କରି ସୁରକ୍ଷିତ ରଖିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି । ଏହାଦ୍ୱାରା ପର୍ଯ୍ୟାପ୍ତ ପରିମାଣର ସ୍ୱାବ ସଂଗ୍ରହ ହୋଇପାରିବ ବୋଲି ଆଶା ରହିଛି । ଅଧିକ ସଂଖ୍ୟକ ସ୍ୱାବ୍ ସଂଗ୍ରହ ସହ ଟେଷ୍ଟ ପାଇଁ ଏହା ସହାୟକ ହେବ ବୋଲି ଆଶା ରଖିଛି ଜିଲ୍ଲା ପ୍ରଶାସନ ।
କରୋନା ସଂକ୍ରମଣ ରୋକିବାକୁ ସରକାରଙ୍କ ପକ୍ଷରୁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି । କିଛି କ୍ଷେତ୍ରରେ ଲକ୍ଷଣ ନଥିବା ସତ୍ତ୍ୱେ ପଜିଟିଭ୍ ଚିହ୍ନଟ ହୋଇଥିବା କାରଣରୁ, କ୍ୱାରେଣ୍ଟାଇନ୍ରେ ଥିବା ସମସ୍ତଙ୍କ ସ୍ୱାବ ଟେଷ୍ଟ ଅତି ଜରୁରୀ । ପର୍ଯ୍ୟାପ୍ତ ପରିମାଣର ସ୍ୱାବ୍ ସଂଗ୍ରହ କରି ପରୀକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟରେ ପ୍ରଥମ କରି ମୋବାଇଲ ଭ୍ୟାନ୍ ପ୍ରସ୍ତୁତ କରାଯାଇଛି । ଏହି ଅବସରରେ ଏସ୍ପି ସାରା ଶର୍ମା, ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଗୁନୁରାଣୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ରାଜ୍ୟରେ ଏବେ ସୁଦ୍ଧା ୨୧୯ଟି ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮୧ଟି ମାମଲା ସକ୍ରିୟ ରହିଛି । ୬୨ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ପୁଣି ଲିକ୍ ହେଲା ଷ୍ଟିରେନ୍ ଗ୍ୟାସ୍, ୩ କିମି ଭିତରେ ଥିବା ସବୁ ଗାଁ ଖାଲି
ବିଶାଖାପାଟନମ: ଆନ୍ଧ୍ରପ୍ରଦେଶ ଭାଇଜାଗସ୍ଥିତ ଏଲଜି ପଲିମର ଇଣ୍ଡଷ୍ଟ୍ରୀରୁ ପୁଣି ଥରେ ଗ୍ୟାସ୍ ଲିକ୍ ହେବା ଆରମ୍ଭ ହୋଇଛି । ଗୁରୁବାର ଯେଉଁ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହୋଇଥିଲା ସେଠାରୁ ପୁଣି ଷ୍ଟିରେନ୍ ଗ୍ୟାସ୍ ଲିକ୍ ହୋଇଛି । ଘଟଣା ଜଣାପଡ଼ିବା ପରେ ସେଠାରେ ଅଗ୍ନିଶମ ବାହିନୀର ପ୍ରାୟ ୬୦ଟି ଗାଡ଼ି ପହଞ୍ଚିଛନ୍ତି । ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ଆମ୍ବୁଲାନ୍ସକୁ ପ୍ରସ୍ତୁତ କରାଯଆଇଛି । ଗ୍ୟାସକୁ ନିଷ୍କ୍ରିୟ କରିବାକୁ ଗୁଜରାଟରୁ ପିଟିବିସି ଅଣାଯାଇଛି ।

ବିଶାଖାପାଟନମ ଜିଲ୍ଲା ଅଗ୍ନିଶମ ଅଧିକାରୀ ସନ୍ଦୀପ ଆନନ୍ଦଙ୍କ ମୁତାବକ, ଉକ୍ତ ଟ୍ୟାଙ୍କରରୁ ହିଁ ପୁଣି ଥରେ ଷ୍ଟିରେନ୍ ଲିକ୍ ହୋଇଛି । ଅଗ୍ନିଶମ ବାହିନୀର ପ୍ରାୟ ୫୦ଟି ଟିମ୍ ଓ ଏନଡିଆରିଏଫ ଟିମ୍ ପ୍ରସ୍ତୁତ ଅଛନ୍ତି । ୨ରୁ ୩ କିଲୋମିଟର ପରିସୀମାରେ ଥିବା ସମସ୍ତ ଗାଁରୁ ଲୋକଙ୍କୁ ଖାଲି କରାଯାଉଛି । ପୋଲିସ ସୂଚନା ପ୍ରକାରେ, ଲୋକଙ୍କୁ ସୁରକ୍ଷିତ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଗୁଜରାଟରୁ ଆସିଥିବା ଟିମ୍ ରିପ୍ୟାରିଂ କାମ କରୁଛନ୍ତି ।

ଗୁରବାର ଭୋରରୁ ଗ୍ୟାସ୍ ଲିକ୍ ଯୋଗୁଁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରରେ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ । ଏହାଦ୍ୱାରା ପ୍ରାୟ ୫ ହଜାର ଲୋକ ପ୍ରଭାବିତ ହୋଇଥିଲେ । ତେବେ, ପ୍ଲାଣ୍ଟରୁ ବାରମ୍ବାର କାହିଁକି ବିଷାକ୍ତ ଗ୍ୟାସ୍ ଲିକ୍ ହେଉଛି ? ଏ ପର୍ଯ୍ୟନ୍ତ ତାର କାରଣ ଜଣାପଡ଼ିନାହିଁ ।
ଦେଖନ୍ତୁ ଗ୍ୟାସ ଲିକର ଭୟଙ୍କର ଚିତ୍ର: ଯେତେବେଳେ ଅଚେତ ହୋଇ ନାଳରେ ପଡ଼ିବାକୁ ଲାଗିଲେ ଲୋକ



