spot_img
Home Blog Page 7143

କରୋନା ଭୟ: ବିମାନରେ ଛିଙ୍କିଲେ ଯାତ୍ରୀ… ଝରକା ବାହାରକୁ ଡେଇଁଲେ ପାଇଲଟ୍

କରୋନା ଡରାଉଛି । ସମଗ୍ର ବିଶ୍ୱ ଏହାକୁ ନେଇ ସତର୍କତା ଅବଲମ୍ବନ କରୁଛି । କରୋନାର ପ୍ରଭାବ ଚାରିଆଡେ ଦେଖିବାକୁ ମିଳୁଛି । କେବଳ ସେତିକି ନୁହେଁ ଦେଶର ଅର୍ଥନୀତିରେ ମଧ୍ୟ କରୋନାର ପ୍ରଭାବ ଦେଖିବାକୁ ମିଳୁଛି । କରୋନା ଭାଇରସର ଡର ଲୋକଙ୍କ ମଧ୍ୟରେ ବଢିବାରେ ଲାଗିଛି। ନିକଟରେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଅନେକଙ୍କୁ ଆଚମ୍ବିତ କରିଛି। ଖବର ହେଉଛି, ଜଣେ ଯାତ୍ରୀ ଏକ ବିମାନରେ ଛିଙ୍କିଥିବାରୁ ସେହି ବିମାନର ପାଇଲଟ୍ କକପିଟ୍ ର ଜରୁରୀକାଳୀନ ଗେଟ୍ ରୁ ଡେଇଁପଡିଥିଲେ । ଏହି ଘଟଣା ଏୟାର ଏସିଆ ଇଣ୍ଡିଆର ପୁଣେ-ଦିଲ୍ଲୀ ବିମାନ ୧୫-୭୩୨ରେ ଘଟିଛି । ଶୁକ୍ରବାର ଦିନ ଏହି ବିମାନ ଭିତରେ ହଇଚଇ ସୃଷ୍ଟି ହୋଇଥିଲା । ବିମାନରେ ବିଶୃଙ୍ଖଳା ବାତାବରଣ ସେତେବେଳେ ସୃଷ୍ଟି ହୋଇଥିଲା ଯେତେବେଳେ ଜଣା ପଡିଥିଲା ଯେ, କରୋନା ଭାଇରସର ଜଣେ ସନ୍ଦିଗ୍ଧ ରୋଗୀ ବିମାନରେ ଯାତ୍ରା କରୁଥିଲେ। ଜଣେ ଯାତ୍ରୀ ଛିଙ୍କିଥିବାରୁ ଏହି ଖବର ବ୍ୟାପିଥିଲା । ଏହି ଖବର ପାଇବା ମାତ୍ରେ ବିମାନ ଲ୍ୟାଣ୍ଡ ହେବା ପରେ ପାଇଲଟ୍-ଇନ୍-କମାଣ୍ଡ କକପିଟ୍ ଜରୁରୀକାଳୀନ ପ୍ରସ୍ଥାନରୁ ଡେଇଁପଡିଥିଲେ।

ସାଧାରଣତଃ ପାଇଲଟମାନେ ବିମାନର ସାମ୍ନା ଗେଟ୍ ରୁ ବାହାରକୁ ଯାଆନ୍ତି । କିନ୍ତୁ ଯେତେବେଳେ ପାଇଲଟ ଜାଣିବାକୁ ପାଇଲେ ଯେ ବିମାନର ପ୍ରଥମ ଧାଡିରେ ବସିଥିବା ଯାତ୍ରୀ ଛିଙ୍କିଛନ୍ତି, ସେ ଭୟଭୀତ ହୋଇ ଡେଇଁପଡିଥିଲେ । ଏହା ପରେ ସମସ୍ତ ଯାତ୍ରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ତେବେ ସମସ୍ତ ଯାତ୍ରୀଙ୍କୁ ପଛ ଦ୍ୱାର ଦେଇ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ଛିଙ୍କୁଥିବା ଯାତ୍ରୀଙ୍କୁ ଆଗ ଗେଟ ଦେଇ ଯିବାକୁ କୁହାଯାଇଥିଲା। ପରବର୍ତ୍ତୀ ସମୟରେ ସମସ୍ତ ଯାତ୍ରୀଙ୍କୁ ପରୀକ୍ଷା କରାଯାଇଥିଲା ଏବଂ ସମସ୍ତେଙ୍କ ଟେଷ୍ଟ ନେଗେଟିଭ୍ ଆସିଥିଲା । ଏହି ଘଟଣା ପରେ ଏୟାର ଏସିଆ ଇଣ୍ଡିଆ ମୁଖପାତ୍ର କହିଛନ୍ତି ଯେ ପରେ ବିମାନକୁ ସମ୍ପୂର୍ଣ୍ଣ ଭାବେ ସଫା କରାଯାଇଛି। ଏହିପରି ଘଟଣା ପାଇଁ ଆମର କର୍ମଚାରୀମାନେ ଭଲ ଭାବେ ତାଲିମପ୍ରାପ୍ତ । ଏହା ସହିତ, ସେ ସେ ସବୁ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଭାଇରସ ସଂକ୍ରମଣ ରୋକିବାକୁ ଦେଶର ୭୬ ଜିଲ୍ଲାରେ ତାଲାବନ୍ଦ

ଦେଶରେ କାୟା ମେଲୁଛି କରୋନା । ୪ଶହ ପାଖାପାଖି ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗୋଟିଏ ଦିନରେ ୮୧ ନୂଆ କରୋନା ରୋଗୀ ଚିହ୍ନଟ କରାଯାଇଛି । ଭାଇରସ ସଂକ୍ରମଣ ରୋକିବାକୁ ଦେଶର ୭୬ ଜିଲ୍ଲାରେ ତାଲାବନ୍ଦ କରାଯାଇଛି । ରାଜଧାନୀ ଦିଲ୍ଲୀ, ମୁମ୍ବାଇ ସମେତ ବଡ଼ ସହର ଓ ରାଜ୍ୟରେ ଲକ୍‌ଡାଉନ୍‌ କରାଯାଇଛି। ମୁମ୍ବାଇରେ ଲୋକାଲ୍‌ ଟ୍ରେନ୍‌ ଉପରେ ରୋକ୍‌ ଲଗାଯାଇଛି। ସେହିପରି ଉତ୍ତରପ୍ରଦେଶର ୧୬ଟି ଜିଲ୍ଲାରେ ଲକ୍‌ଡାଉନ୍‌ ହୋଇଛି । ବିହାରରେ ବି ତାଲାବନ୍ଦ । ଗତକାଲି କରୋନା ସଂକ୍ରମଣରେ ଜଣଙ୍କର ମୃତ୍ୟୁ ପରେ ପୂରା ରାଜ୍ୟରେ ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରାଯାଇଛି । ରାଜସ୍ଥାନ ଓ ଉତ୍ତରାଖଣ୍ଡରେ ବି କଟକଣା ଜାରି ହୋଇଛି । ରାଜସ୍ଥାନର ସୀମା ସିଲ୍‌ । ପଞ୍ଜାବର ୫ ଜିଲ୍ଲାରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା ହୋଇଛି । କରୋନା ସଂକ୍ରମଣ ରୋକିବାକୁ ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ହରିୟାଣା, କେରଳ, ଗୁଜରାଟ, ଛତିଶଗଡ଼, ଝାଡ଼ଖଣ୍ଡ, ଗୋଆ, ତେଲେଙ୍ଗାନା ଓ ନାଗାଲାଣ୍ଡରେ ବି କଟକଣା ଲଗାଯାଇଛି। ସେପଟେ ଆଜିଠୁ ସଂସଦ ମଧ୍ୟ ମୁଲତବି କରାଯିବ। ଗତକାଲି କରୋନା ୩ ଜୀବନ ନେଇଛି । ଜଣେ ବିଦେଶୀ ନାଗରିକଙ୍କ ସହ କୋଭିଡ୍‌-୧୯ରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି ।

କରୋନା ସମ୍ପର୍କରେ ମିଥ୍ୟା ପ୍ରଚାର ଅଭିଯୋଗ: ବନ୍ଧା ହେଲେ ନାବାଳକ

ଆନନ୍ଦପୁର: ସୋସିଆଲ ମିଡ଼ିଆରେ  କରୋନା ଭାଇରସ ସମ୍ପର୍କିତ  ମିଥ୍ୟା ପୋଷ୍ଟକୁ ନେଇ ଜୈନେକ ନାବାଳକକୁ ଗିରଫ କରିଛି ଆନନ୍ଦପୁର ପୋଲିସ। ନାବାଳକଙ୍କ ଫେସବୁକ ପୋଷ୍ଟ କେନ୍ଦୁଝର ଏସ୍‌ପିଙ୍କ ଦୃଷ୍ଟି ଗୋଚର ହେବାରୁ ତାଙ୍କ ଆଦେଶ କ୍ରମେ ନାବାଳକ କୁ ଗିରଫ କରାଯାଇଛି। ତେବେ କରୋନା ସମ୍ପର୍କିତ କୌଣସି ମିଥ୍ୟା ଖବର ପ୍ରଚାର ନକରିବାକୁ ବାରମ୍ବାର ଅନୁରୋଧ ପରେ ବି ଏସବୁଥିରୁ ବାଦ ଯାଉନାହାଁନ୍ତି ଯୁବ ଗୋଷ୍ଠୀ ତେଣୁ ଏଭଳି ଦଣ୍ଡ ନିହାତି ଆବଶ୍ୟକ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

‘ଆଇସୋଲେସନ୍‌ ଦ୍ୱାରା ସୁସ୍ଥ ହେବେ ୮୦% ରୋଗୀ’

ନୂଆଦିଲ୍ଲୀ: ଦେଶ ତଥା ସାରା ବିଶ୍ୱରେ କରୋନା ଅଧିକରୁ ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି । ଏଭଳି ସମୟରେ କରୋନା ଭାଇସରର ସଂକ୍ରମଣରୁ ବର୍ତ୍ତିବ ଏବଂ ଉପଚାରକୁ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରାଳୟ, ବିଦେଶ ମନ୍ତ୍ରାଳୟ ଓ ଇଣ୍ଡିଆନ୍‌ ମେଡିକାଲ୍‌ କାଉନସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ ରବିବାର ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି । ଯେଉଁଥିରେ ସେମାନେ କରେନା ଭାଇରସକୁ ବ୍ୟାପିବାରୁ ରୋକିବା ଲାଗି କିଛି ପ୍ରଭବଶାଳୀ ଉପାୟ ନେଇ ଅବଗତ କରାଇଛନ୍ତି ।

ସାମ୍ୱାଦିକ ସମ୍ମିଳନୀରେ ୧୪ ଦିନ ଆଇସୋଲେସନ୍‌ରେ ରହିବା ଦ୍ୱାରା ୮୦% ରୋଗୀ ଠିକ୍ ହୋଇଯାଅନ୍ତି ବୋଲି କହିଛନ୍ତି । କେବଳ ୫% ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ଆବଶ୍ୟକ ପଡ଼ିପାରେ । ତେବେ କରୋନା ଲକ୍ଷଣ ଦେଖାଗଲେ ହିଁ  ଏ ନେଇ ଟେଷ୍ଟ କରାନ୍ତୁ ନଚେତ୍‌ ଅଯଥାରେ ମେଡିକାଲ୍‌ରେ ଗହଳି ନକରିବାକୁ ପରାମର୍ଶ ଦେଇଛନ୍ତି ।

ଆଇସିଏମ୍‌ଆରର ମହାନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ କରୋନା ସଂକ୍ରମଣ ରୋକିବାର ସବୁଠୁ ଭଲ ଉପାୟ ହେଉଛି ପଜେଟିଭ୍‌ ବ୍ୟକ୍ତିଙ୍କୁ ଆଇସୋଲେସନ୍‌ରେ ରଖିବା । ଯେଉଁମାନେ ବିଦେଶରୁ ଆସିଛନ୍ତି ସେମାନେ ନିଜେ ନିଜେ ଆଇସୋଲେସନ୍‌ରେ ରହିବା ଆବଶ୍ୟକ । ଆଇସୋଲେସନ୍‌ରେ ରହିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୮୦% ଲୋକଙ୍କୁ ହାଲୁକା ଜର ହେବ । ସେମାନେ ଖୁବଶୀଘ୍ର ଠିକ୍‌ ହୋଇଯିବେ । କେବଳ ୫% ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରବାକୁ ପଡ଼ିଥାଏ  । ଏବଂ ସେମାନଙ୍କୁ କିଛି ଔଷଧ ଦିଆଯାଇଥାଏ ।

ଭାର୍ଗବଙ୍କ କହିବାନୁଯାୟୀ ବିଶ୍ୱର ବିକଶିତ ଦେଶମାନଙ୍କରେ  ଅଧିକ ସଂଖ୍ୟାରେ ଲୋକେ ମୃତ୍ୟୁ ବରଣ କରୁଛନ୍ତି । ଏଭଳି ସମୟରେ  ବାହାରୁ ଆସିଥିବା ଲୋକଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟଟାଇନ୍‌ ବା ପୃଥକବାସରେ ରହିବା ଆବଶ୍ୟକ । ଯେତେବେଳେ ଲକ୍ଷଣ ଦେଖାଯାଏ ସେତେବେଳେ ହିଁ ଟେଷ୍ଟ କରାଇବା ଆବଶ୍ୟକ । ଦେଶରେ କରୋନା ପରୀକ୍ଷଣ ଲାଗି ପର୍ଯ୍ୟାପ୍ତ ସୁବିଧା ରହିଛି । ଏବେ ଫ୍ରାନ୍ସରେ ୧ ସପ୍ତାହ ମଧ୍ୟରେ  ।୧୦ ହଜାର, ଜର୍ମାନୀରେ ୪୨ ହଜାର, ଦକ୍ଷିଣ କରୋଆରେ ୮୦ ହଜାର ଲୋକଙ୍କ ପରୀକ୍ଷଣ କରାଯାଇଛି । ଆମ ପାଖରେ ୬୦ରୁ ୭୦ ହଜାର ଲୋକଙ୍କ ପରୀକ୍ଷଣ କରିବା ନେଇ ଭିତ୍ତିଭୂମି ରହିଛି । ଏଥି ସହିତ ୬୦ଟି  ଘରୋଇ କ୍ଳିନିକ୍‌ଗୁଡ଼ିକରେ ମଧ୍ୟ ପରୀକ୍ଷା କରାଇବାକୁ ଅନୁମତି ଦିଆଯାଇଛି ।  ।

ସ୍ୱାସ୍ଥ୍ୟମନ୍ତ୍ରାଳୟର ସଂଯୁକ୍ତ ସଚିବ ଲବ ଅଗ୍ରଓ୍ୱାଲଙ୍କ କହିବା ହେଲା,  ରାଜ୍ୟର ପ୍ରମୁଖ ସଚିବ ଏବଂ ପ୍ରମୁଖ ସଚିବ ସ୍ୱାସ୍ଥ୍ୟ ବିଭାଗ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରେନା ଚିକିତ୍ସା ନେଇ ସ୍ୱତନ୍ତ୍ର ହସ୍ପିଟାଲ ଖୋଲିବାକୁ କୁହାଯାଇଛି । ଏହି ହସ୍ପିଟାଲ ଗୁଡ଼ିକରେ କେବଳ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯିବ ।

ରେଜିଷ୍ଟ୍ରେସନ୍ ପାଇଁ ବିଦେଶରୁ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

 

ଯୋଦ୍ଧାମାନଙ୍କ ପାଇଁ କରତାଳି ଦେବାବେଳେ ଭାବୁକ ହୋଇଥିଲେ ଏହି ଅଭିନେତ୍ରୀ, ଭିଡିଓ ଭାଇରାଲ

ରବିବାର ସନ୍ଧ୍ୟାରେ ସମଗ୍ର ଦେଶ କରୋନା ଭାଇରସ ପାଇଁ ଲଢୁଥିବା ଯୋଦ୍ଧାମାନଙ୍କୁ ସମସ୍ତେ କରତାଳି, ଥାଲି ଏବଂ ଶଙ୍ଖ ବଜାଇ ଧନ୍ୟବାଦ ଜଣାଇଥିଲେ। ଗତ କାଲି ପୁରା ଦିନ ସମସ୍ତେ ଏହି ଜନତା କର୍ଫ୍ୟୁର ପାଳନ କରିଥିଲେ । ହେଲେ ଡାକ୍ତର, ପୋଲିସ, ଗଣମାଧ୍ୟମର ଲୋକେ କାମ କରି ଦେଶର ସେବା କରୁଥିଲେ । ହରିୟାଣାର କୁଇନ୍ ସପନା ଚୌଧୁରୀ ମଧ୍ୟ କରତାଳି ଦେଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଏହି ସମୟରେ ସେ ଭାବୁକ ହୋଇଥିଲେ । ସପନା ନିଜେ ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିଡିଓ ଆରମ୍ଭରେ ସେ ଲୁହ ପୋଛିଥିବାର ନଜର ଆସିଥିଲେ।

ଭିଡିଓ ସେୟାର କରି ସପନା ଲେଖିଛନ୍ତି ଯେ, ‘ଖରାପ ସମୟରେ ମଧ୍ୟ କିଛି ଭଲ ହୋଇଛି। ଏହି ଏକତା ଦେଖି ସେ ଗର୍ବିତ । ସମସ୍ତେ ମିଳିମିଶି ଏହି ଭାଇରସ ସହ ଲଢିଲେ ଏହାର ସଂକ୍ରମଣ କମିବ ବୋଲି କହିଛନ୍ତି ସପନା । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସପନାଙ୍କର ଏହି ଭିଡିଓକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି । ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଅନେକ ଲୋକେ ପସନ୍ଦ କରିଛନ୍ତି । ସେଲିବ୍ରେଟମାନେ ମଧ୍ୟ ଭିଡିଓରେ କମେଣ୍ଟ ଦେଇଛନ୍ତି ।

ସପନାଙ୍କ ବ୍ୟତୀତ ସାଧାରଣ ଲୋକେ ଓ ଅନେକ ସିନେମାର ଷ୍ଟାରମାନେ କରୋନା ଜୀବାଣୁ ବିରୁଦ୍ଧରେ ଯୁଦ୍ଧ କରୁଥିବା ଯୋଦ୍ଧାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସନ୍ଧ୍ୟା ପାଞ୍ଚଟା ବେଳେ କରତାଳି, ଥାଲି ଏବଂ ଶଙ୍ଖ ବଜାଇ ଏହା ଆରମ୍ଭ କରାଯାଇଥିଲା । ସମଗ୍ର ଦେଶବାସୀ ଏହି କାର୍ଯ୍ୟ ଉତ୍ସାହ ସହ କରିଥିଲେ । କିଛି ଦିନ ପୂର୍ବରୁ ସପନାଙ୍କ ନିର୍ବନ୍ଧ ଖବର ସାମ୍ନାକୁ ଆସିଥିଲା। ରିପୋର୍ଟ ଅନୁସାରେ ସପନା ହରିୟାଣା ଗାୟକ ତଥା ଅଭିନେତା ଭୀର ସାହୁଙ୍କୁ ବିବାହ କରିବେ। ତେବେ ଉଭୟ ଏହି ବିଷୟରେ ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି। କିଛି ଦିନ ତଳେ ଏକ ସାକ୍ଷାତକାରରେ ସପନା, ଭୀରଙ୍କ ସହ ନିଜ ସମ୍ପର୍କ ବିଷୟରେ କହିଥିଲେ । ଭୀରଙ୍କୁ ହରିୟାଣାର ବାବୁଲୁ ମାନ୍ କୁହାଯାଏ ।

https://www.instagram.com/p/B-CQ5sXll3A/?utm_source=ig_embed

 

ଜନତା କର୍ଫ୍ୟୁ ଏବଂ ଲକଡାଉନ୍ ରୋକିବ କରୋନା ସଂକ୍ରମଣ !

କରୋନା ସଂକ୍ରମଣକୁ ଅଟକାଇବ ଜନତା କର୍ଫ୍ୟୁ ଏବଂ ଲକ୍‌ ଡାଉନ୍‌ । ଦିନକୁ ଦିନ କରୋନା ତାହାର କାୟା ବିସ୍ତାର କରିବାରେ ଲାଗିଛି । ଜଣଙ୍କ ପରେ ଜଣେ ସଂକ୍ରମିତ ହେବାରେ ଲାଗିଛନ୍ତି । ଏଭଳି ସମୟରେ ଏହି ଚେନ୍‌କୁ ଭାଙ୍ଗିବା ଅର୍ଥାତ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ରୋକିବା ଲାଗି ଜନତା କର୍ଫ୍ୟୁ ଏବଂ ଲକ୍‌ ଡାଉନ୍‌ ଭଳି ପଦକ୍ଷେପ ଫଳପ୍ରଦ ହେବ ବୋଲି କହିଛନ୍ତି ବିଶେଷଜ୍ଞ । କରୋନା ମୁକାବିଲା ନେଇ ଚୀନ ତା’ ଅଭିଜ୍ଞତାରୁ କହିଛି ଯେ, ଉହାନରେ  ଲକ୍‌ଡାଉନ୍‌ ଦ୍ୱାରା ଏହି ରୋଗ ନିୟନ୍ତ୍ରିତ ହୋଇଥିଲା। ଉହାନ୍‌ ପ୍ରାୟ ୨ମାସ ପାଇଁ ବନ୍ଦ ରହିଥିଲା।

ଉହାନରେ ଲକ୍‌ଡାଉନ୍‌ ଷ୍ଟ୍ରାଟେଜି ସଫଳ ହେବା ପରେ ସମାନ ପଦକ୍ଷେପ ଗ୍ରହଣ କରିଛି ଭାରତ । ଡାକ୍ତରଙ୍କ କହିବା ଅନୁସାରେ ଜନତା କର୍ଫ୍ୟୁ ଏବଂ ଲକଡାଉନ୍ ଏହି ବିସ୍ତାରକୁ ହ୍ରାସ କରିବାରେ ସାହାଯ୍ୟ କରିବ । ଯଦି ଏହି ପ୍ରୟାସ ଗୁଡିକ ସଫଳ ହୁଏ ତାହେଲେ ସଂକ୍ରମଣକ ଭାଙ୍ଗିଯିବ । ଏହା ଦ୍ୱାରା ସଂକ୍ରମଣର ବିପଦକୁ ଏଡ଼ାଇ ଦିଆଯାଇପାରିବ । ଡାକ୍ତଙ୍କ କହିବାନୁସାରେ ଏହି ମାମଲା ସଂକ୍ରମଣ ଯୋଗୁଁ ବଢୁଛି ଏବଂ ଏହି ସମୟରେ ସଂକ୍ରମଣକୁ ବନ୍ଦ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  ।

କରୋନା ସଂକ୍ରମଣ ଉପରେ ଅନୁସନ୍ଧାନ କରୁଥିବା ପ୍ରଫେସରଙ୍କ କହିବାନୁସାରେ ଯେଉଁ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ସେହି ଦେଶ ଲକଡାଉନ୍ ପଦକ୍ଷେପ ଆପଣାଇବା ଉଚିତ୍ । ସଂକ୍ରମଣ ବନ୍ଦ କରିବା ପାଇଁ ସମସ୍ତ ଦେଶ ଏହା କରିବା ଆବଶ୍ୟକ। ଏହି ପ୍ରକ୍ରିୟା ଦ୍ୱାରା ଏହାକୁ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇପାରିବ । ଜନତା କର୍ଫ୍ୟୁ ଭଳି ପଦକ୍ଷେପ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛି। ଏହି ବିପଦରୁ ରକ୍ଷା ପାଇବା ପାଇଁ ଲୋକମାନେ ସତର୍କ ରହିବା ଜରୁରୀ। ଦେଶରେ କରୋନା ଜୀବାଣୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ , ଭାରତରେ ଏହି ଜୀବାଣୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୯୬ ରେ ପହଞ୍ଚିଛି। ଏଥିସହ ମୃତ୍ୟୁ ସଂଖ୍ୟା ୪ରୁ ୭କୁ ବୃଦ୍ଧି ପାଇଛି।

କର୍ମରେ ସଫଳତା ପାଇବେ…ପଦୋନ୍ନତି ସହ ଆର୍ଥିକସ୍ଥିତି ମଜବୁତ୍‌ ରହିବ

କୁମ୍ଭ ରାଶିରେ ଚନ୍ଦ୍ର ରହିବେ ସନ୍ଧ୍ୟା ୬ଟା ୩୬ ପରେ ମୀନ ରାଶିରେ ରହିବେ

୧୪ଶୀ ତିଥି ଦିନ ୧୨ଟା ୩୦ ପରେ ଅମାବାସ୍ୟା

ପୂର୍ବଭାଦ୍ର ନକ୍ଷତ୍ର ରାତି ୧ଟା ୨୦ ପରେ ଉତ୍ତରଭାଦ୍ର

ଯୋଗିନୀ ପଶ୍ଚିମରେ ରହିବେ ଦିନ ୧୨ଟା ୩୦ ପରେ ଐଶାନ୍ୟରେ

ଶୁଭ ସମୟ- ସକାଳ ୫ଟା ୫୧ ରୁ ସକାଳ ୭ଟା ୨୮

ଦିନ ୧୦ଟା ୪୦ ରୁ ଦିନ ୧ଟା ୦୫ ମିନିଟ୍‌

ଅଶୁଭ ସମୟ- ସକାଳ ୭ଟା ୨୭ ରୁ ସକାଳ ୮ଟା ୫୨ମିନିଟ୍‌

ଘାତବାର- ମିଥୁନ ରାଶିର

ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର , ସନ୍ଧ୍ୟା ୬ଟା ୩୬ ପରେ ଧନୁ ରାଶିର

ପୁଷ୍କର ଦୋଷ- ୧ ପାଦ

ଆଜି ବିରି ଖାଇବେ ନାହିଁ

ମେଷ

ଅଶ୍ବିନୀ ମେଷ- ଅନେକ ଦିନରୁ ମିଳିଥିବା କାର୍ଯ୍ୟରେ ସଫଳତା ପାଇବେ

ଦ୍ବିଜା ମେଷ- ସାଧାରଣଶୈଳୀରେ ନିଜର କାର୍ଯ୍ୟ କରନ୍ତୁ ଦିନଟି ଭଲରେ କଟିବ

କୃତ୍ତିକା ମେଷ- ଆର୍ଥିକସ୍ଥିତି ମଜବୁତ୍‌ ରହିବ

ଗୁଡ ଖାଇ ବାହାରକୁ ଯାଆନ୍ତୁ

ବୃଷ

କୃତ୍ତିକା ବୃଷ- ବ୍ୟସ୍ତତା ବଢିବ,କର୍ମରେ ସଫଳତା, ପଦୋନ୍ନତିର ଯୋଗ

ରୋହିଣୀ ବୃଷ-ଆକସ୍ମିକ ଭାବରେ କର୍ମରେ ସଫଳତା ପାଇବେ

ମୃଗଶିରା ବୃଷ- ଅଟକିଥିବା କାର୍ଯ୍ୟରେ ସଫଳତା ପାଇବେ

ଲାଲ ଫଳ ଅସହାୟ ବ୍ୟକ୍ତିକୁ ଦାନ କରନ୍ତୁ

ମିଥୁନ

ମୃଗଶିରା ମିଥୁନ- କିଛି ଶୁଭ ସମାଚାର ପାଇବେ

ଆର୍ଦ୍ରା ମିଥୁନ-ଶିକ୍ଷାକ୍ଷେତ୍ରରେ ଉନ୍ନତି ପାଇବେ

ପୁର୍ନବସୁ ନକ୍ଷତ୍ର-ଦୁର ଯାତ୍ରାରେ ସଫଳତା ପାଇବେ

ଗୁଡ କିଛି ମନ୍ଦିରରେ ଦାନ କରନ୍ତୁ

କର୍କଟ

ପୁର୍ନବସୁ କର୍କଟ- ଆର୍ଥିକସ୍ଥିତି ଖରାପ ରହିବ,

ପୁଷ୍ୟ କର୍କଟ- ଦାମ୍ପତ୍ୟ ଜୀବନରେ ବହୁ କଷ୍ଟ ଦେଖାଦେବ

ଅଶ୍ଳେଷା କର୍କଟ- ପରିବାରରେ କୈାଣସି ପଦକ୍ଷେପ ଭାବିଚିନ୍ତି ନିଅନ୍ତୁ

ଗୋମତି ଚକ୍ର ଶିବଲିଙ୍ଗରେ ଅର୍ପଣ କରନ୍ତୁ

ସିଂହ

ମୃଘା ସିଂହ- ଦିନଟି ଶିକ୍ଷା କ୍ଷେତ୍ରରେ ଭଲ ରହିବ

ପୂର୍ବାଫାଲଗୁନି- କର୍ମକ୍ଷେତ୍ରରେ କଷ୍ଟ ଓ ବ୍ୟବସାୟରେ କ୍ଷତି

ଉତ୍ତରାଫାଲ୍‌ଗୁନି- ପରିଶ୍ରମ ଅଧିକ କରିବେ, କାର୍ଯ୍ୟ ବ୍ୟସ୍ତରେ ଦିନଟି କଟିବ

ପ୍ରବାହିତ ଜଳରେ କିଛି ଅଟା ଭସାଇ ଦିଅନ୍ତୁ

କନ୍ୟା

ଉତ୍ତରାଫାଲଗୁନି- ସନ୍ତାନଙ୍କର କୈାଣସି କାମକୁ ନେଇ ଖୁସି ରହିବେ

ହସ୍ତା କନ୍ୟା-ନିଜର ଓ ନିଜ ଜୀବନସାଥିଙ୍କର ସ୍ବାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ

ଚିତ୍ରା କନ୍ୟା- ମିଛ କଥା ହିଁ ଆପଣଙ୍କୁ ଅସୁବିଧାରେ ପକାଇବ

ସତ୍ୟବଚନ କୁହନ୍ତୁ ଦିନ ସାରା

ତୁଳା

ଚିତ୍ରା ତୁଳା- ଆବଶ୍ୟକତା ଅନୁଯାୟୀ ଅର୍ଥ ଖର୍ଚ୍ଚ କରନ୍ତୁ

ସ୍ବାତୀ ତୁଳା-ତୈଳ ବ୍ୟବସାୟ କରୁଥିଲେ ତାହା ଅଧିକ ଲାଭବାନ ରହିବ

ବିଶାଖା ତୁଳା-ବିବାଦ ରହିଥିଲେ ମଧ୍ୟ ତାହା ଆପଣଙ୍କ ସପକ୍ଷରେ ଯିବ

ଗୋମାତାଙ୍କୁ କ୍ଷୀରି ଖାଇବାକୁ ଦିଅନ୍ତୁ

ବିଛା

ବିଶାଖା – ପୁରୁଣା ବନ୍ଧୁଙ୍କ ଠାରୁ ଶିକ୍ଷା କ୍ଷେତ୍ରରେ ସହଯୋଗ ପାଇବେ

ଅନୁରାଧା- ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ

ଜ୍ୟୋଷ୍ଠା-ନୂଆ ଜମି କିଣିବାର ଯୋଗ

ଦୁର୍ଗା କବଚ ପାଠ କରନ୍ତୁ

ଧନୁ

ମୂଳା ଧନୁ- ପେଟ ରୋଗର ସମସ୍ୟା ବଢିବ,ପୁରୁଣା ରୋଗ ସାମ୍ନାକୁ ଆସିପାରେ

ପୂର୍ବାଷାଢା -ରାଜନୀତିରେ ଥିଲେ ଅନେକ ସଫଳତା ପାଇବେ

ଉତ୍ତରାଷାଢା ଧନୁ-ଖେଳରେ ଅନେକ ସଫଳତା ପାଇବେ

ଚଢେଇକୁ ଚଣା ଖାଇବାକୁ ଦିଅନ୍ତୁ

ମକର

ଉତ୍ତରାଷାଢା- ନିଜ କଥାରେ ନିୟନ୍ତ୍ରଣ ରଖନ୍ତୁ ନଚେତ ବିପଦ ରହିଛି

ଶ୍ରବଣା- ଶରୀର ଅସୁସ୍ଥ ରହିପାରେ, ଖାଦ୍ୟ ସମସ୍ୟା ହୋଇପାରେ

ଧନିଷ୍ଠା- କଳା ଓ ମେଡିଆ କ୍ଷେତ୍ରରେ ସଫଳତା ପାଇବେ

ଛୋଟପିଲାକୁ ପାଠ୍ୟପୁସ୍ତକ ଦାନ କରନ୍ତୁ

କୁମ୍ଭ

ଧନିଷ୍ଠା – ଅଚାନକ ଧନ ଲାଭ ହୋଇପାରେ

ଶତଭିଷା କୁମ୍ଭ- ପୂର୍ବରୁ କରିଥିବା ଋଣ ଆଜି ସୁଝିବାର ଯୋଗ ରହିଛି

ପୂର୍ବାଭାଦ୍ର- ଶରୀରରେ କୈାଣସି ଅଙ୍ଗରେ କଷ୍ଟ ଦେଖାଦେଇପାରେ

ମା’ଦୁର୍ଗାଙ୍କୁ  ଅତର ଶ୍ରଦ୍ଧାର ସହ ଅର୍ପଣ କରନ୍ତୁ

ମୀନ

ପୂର୍ବଭାଦ୍ରପଦ-କୈାଣସି ଗୁରୁତ୍ବପୂର୍ଣ୍ଣ କାଗଜପତ୍ରକୁ ନେଇ ଚିନ୍ତାରେ ରହିବେ

ଉତ୍ତରଭାଦ୍ର- ସଂପର୍କରେ ତିକ୍ତତା ଆସିବ,ପରିବାର ଲୋକ ଭୁଲ୍‌ ବୁଝିବେ

ରେବତୀ-ଧର୍ମ କାର୍ଯ୍ୟରେ ମନ ଲାଗିବ

ବେଲପତ୍ରରେ ଚନ୍ଦନ ଲଗାଇ ମହାଦେବଙ୍କୁ ଅର୍ପଣ କରନ୍ତୁ

ମହାଉପାୟ

ସକାଳୁ ଉଠିବା ପରେ ପ୍ରଥମେ ନିଜର ଅନାମିକା ଆଙ୍ଗୁଳିରେ ନିଜ ନାଭିକୁ ସ୍ପର୍ଶ କରନ୍ତୁ

ଏହା ପରେ ସେଇ ଅନାମିକା ଆଙ୍ଗୁଳିରେ ନିଜ ବାମ ପାଦର ଆଙ୍ଗୁଳିକୁ ସ୍ପର୍ଶ କରନ୍ତୁ

ଅଫିସକୁ ବାହାରିବା ସମୟରେ ଘରର ଗୁରୁଜନମାନଙ୍କୁ ପ୍ରଣାମ କରି ବାହାରନ୍ତୁ

ଅଫିସ୍‌ରେ ପହଞ୍ଚିବା ପରେ ଓଁ ଶଦ୍ଦ ଉଚାରଣ କରି ନିଜ ଚେୟାର ପାଖକୁ ଯିବେ

ଅଫିସ୍‌ରୁ ଫେରିବା ବେଳେ ଘରେ ପହଞ୍ଚିବାର ଶେଷ ବୃକ୍ଷକୁ ପ୍ରଣାମ କରି ଫେରିବେ

ଦିନଟି ଭଲରେ କଟିବା ସହିତ ଅନେକ ସମସ୍ୟାର ସମାଧାନ ହେବ

ଜ୍ୟୋତିର୍ବିଦ୍ -‌ ପ୍ରଜ୍ଞା ତ୍ରିପାଠୀ

 

 

 

 

ଧାର୍ଯ୍ୟ ସମୟ ପୂର୍ବରୁ ଶେଷ ହୋଇପାରେ ସଂସଦ ବଜେଟ୍ ଅଧିବେଶନ୍

ନୂଆଦିଲ୍ଲୀ: କିଲର କରୋନାକୁ ରୋକିବାକୁ ବନ୍ଦ ହେଉଛି ସହର ପରେ ସହର । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ୭ ଦିନ ପାଇଁ ଲକ୍ ଡାଉନ୍ । ଓଡ଼ିଶା ସମେତ ଅନେକ ରାଜ୍ୟ ଲକ୍ ଡାଉନ୍ ଭଳି ଷ୍ଟ୍ରାଟେଜି ଆପଣାଇଛନ୍ତି । ଏଭଳି ସ୍ଥିତିରେ ସଂସଦର ବଜେଟ୍ ଅଧିବେଶନ ଏପ୍ରିଲ ୩ ତାରିଖ ଯାଏଁ ଚାଲିବା ସମ୍ଭବ ନୁହେଁ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଧାର୍ଯ୍ୟ ତାରିଖ ପୂର୍ବରୁ ସଂସଦ ଅଧିବେଶନକୁ ବନ୍ଦ କରିଦିଆଯିବ ।

ଜରୁରୀକାଳୀନ ପରିସ୍ଥିତି ପାଇଁ କମିଶନରେଟ୍‌ ପୋଲିସର ପାସ୍‌ ବ୍ୟବସ୍ଥା

ପୂର୍ବରୁ ସାମଜିକ ଦୂରତ୍ୱ ରକ୍ଷା କଥାକୁ ନେଇ ବହୁ ସାଂସଦ ଅଧିବେଶନ ମୁଲତବି କରିବାକୁ ଦାବି କରିଛନ୍ତି । ଏପରିକି କିଛି ସାଂସଦ ମଧ୍ୟ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି । ବିଦେଶ ରାଷ୍ଟ୍ର ମନ୍ତ୍ରୀ ଭି. ମୂରଲୀଧରନ, ସୁରେଶ ପ୍ରଭୁ, ଦୁଷ୍ୟନ୍ତ ସିଂ, ଦୀପେନ୍ଦର ହୁଡ୍ଡା, ସଞ୍ଜୟ ସିଂ ପ୍ରମୁଖ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି ।

କାୟା ବିସ୍ତାର କରୁଛି ଭୟଙ୍କର କରୋନା ଭାଇରସ, ବିପଦରେ ୮ ଦେଶ

ସାଂସଦମାନେ ହୋମ୍ କ୍ୱାରେଣ୍ଟାଇନରେ ଥିବାବେଳେ ସରକାର ସ୍ଥିତି ଠିକ୍ ଥିବା ଦର୍ଶାଇବାକୁ ଉଦ୍ୟମ କରୁଛନ୍ତି । ଟିଏମସି ସାଂସଦ ଉଭୟ ଗୃହର ଅଧ୍ୟକ୍ଷଙ୍କୁ ଅଧିବେଶନ ବନ୍ଦ ପାଇଁ ଚିଠି ଲେଖିଛନ୍ତି । ଏପରିକି ସୋମବାର ଠାରୁ ସଂସଦ ଅଧିବେଶନରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି ।

ଅଟକିଯିବ ରାଷ୍ଟ୍ରୀୟ ରାଜଧାନୀ, ମାର୍ଚ୍ଚ ୩୧ ଯାଏଁ ଲକ୍ ଡାଉନ୍ ଘୋଷଣା

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ ଦିଲ୍ଲୀ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସୋମବାର ସକାଳ ୬ଟାରୁ ଜାତୀୟ ରାଜଧାନୀ ଦିଲ୍ଲୀର ୭ଟି ଜିଲ୍ଲା ଲକ୍ ଡାଉନ୍ ରହିବ । ମାର୍ଚ୍ଚ ୩୧ ଯାଏଁ ଏହି କଟକଣା ବଳବତ୍ତର ରହିବ । ଏହି ସମୟରେ ପଡ଼ୋଶୀ ରାଜ୍ୟକୁ ଲାଗିଥିବା ଦିଲ୍ଲୀ ସୀମାକୁ ସିଲ୍ କରି ଦିଆଯିବ । ସମସ୍ତ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ, ସାଧାରଣ ପରିବହନ ସେବା ବନ୍ଦ ରହିବ । କିନ୍ତୁ ଜରୁରୀ ସେବା ଜାରି ରହିବ । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ଦିଲ୍ଲୀରେ ୨୭ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଯେଉଁଥିରେ କି ୬ ଜଣ ସଂକ୍ରମିତ ରହିଛନ୍ତି । ଅବଶିଷ୍ଟ ୨୧ ଜଣ ବିଦେଶରୁ ଆକ୍ରାନ୍ତ ହୋଇ ଆସିଛନ୍ତି । ଲକ୍ ଡାଉନ୍ ବେଳେ ଦିଲ୍ଲୀରେ ସାଧାରଣ ପରିବହନ ବ୍ୟବସ୍ଥା ବନ୍ଦ ରହିବ । କେବଳ ଡିଟିଏସର ୨୫ ପ୍ରତିଶତ ବସ୍ ଚଳାଚଳ କରିବ । ସମସ୍ତ ସପିଂ ମଲ୍, ଫ୍ୟାକ୍ଟ୍ରି, ୱାର୍କସପ୍, ଅଫିସ୍, ସାପ୍ତାହିକ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଦିଲ୍ଲୀ ସୀମା ସିଲ୍ କରାଯିବା ବେଳେ କ୍ଷୀର, ପନି ପରିବା ଓ ଖାଦ୍ୟ ସାମଗ୍ରୀ ପରିବହନ ଉପରେ ପ୍ରତିବନ୍ଧକ ରହିବ ନାହିଁ ।

କରୋନା ପାଇଁ କଡ଼ା ପଦକ୍ଷେପ, ବନ୍ଦ ହେଲା ସମସ୍ତ ଯାତ୍ରୀବାହୀ ଟ୍ରେନ୍‌

ଆନ୍ତଃରାଜ୍ୟ ବସ୍ ଚଳାଚଳ ସହ ଟ୍ରେନ୍, ମେଟ୍ରୋ ଟ୍ରେନ୍ ସେବା ବନ୍ଦ ରହିବ । ସମସ୍ତ ଘରୋଇ ଓ ଅନ୍ତଃରାଷ୍ଟ୍ରୀୟ ବିମାନ ସେବାକୁ ମଧ୍ୟ ବାତିଲ୍ କରି ଦିଆଯାଇଛି । କନଷ୍ଟ୍ରକ୍ସନ କାମ ବନ୍ଦ ରହିବ । ସମସ୍ତ ଧର୍ମସ୍ଥଳୀ ମଧ୍ୟ ରହିବ । ପୋଲିସ ସେବା, ଅଗ୍ନିଶମ ବାହିନୀ, ରାସନ ଦୋକାନ, ବିଦ୍ୟୁତ୍, ପାଣି, ବ୍ୟାଙ୍କ, ଟେଲିକମ୍, ଇଣ୍ଟରନେଟ୍ ଓ ଡାକ ସେବା ଜାରି ରହିବ ।

ତାଳି ମାରି ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ଉତ୍ସାହିତ କଲେ ନବୀନ

ଭୁବନେଶ୍ୱର: ମହାମାରୀ କରୋନା ସହ ଯୁଝୁଛି ବିଶ୍ୱ । ଦେଶ ପାଳନ କରୁଛି ଜନତା କର୍ଫ୍ୟୁ । ରାଜ୍ୟର ୫ ଜିଲ୍ଲା ଓ ୮ ସହର ଲକ୍ ଡାଉନ୍ । ପରିବାରକୁ ଛାଡ଼ି ବିଭିନ୍ନ ଜରୁରୀକାଳୀନ ସେବାରେ ନିୟୋଜିତ ହୋଇଛନ୍ତି ବ୍ୟକ୍ତି ବିଶେଷ । ସେମାନଙ୍କ ପାଇଁ ସନ୍ଧ୍ୟା ୫ଟାରେ ଏକାଠି ହୋଇଥିଲେ ଦେଶବାସୀ । ନିଜ ଘର ବାଲକୋନୀ, ଗାଁ ଦାଣ୍ଡରେ ଛିଡ଼ା ଲୋକେ ଏହି ବ୍ୟକ୍ତିମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ରାଜଧାନୀରୁ ଆରମ୍ଭ କରି ରାୟଗଡ଼ା, ଯାଜପୁର ସବୁଠି ଲୋକେ ଏମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ମଧ୍ୟ ଏହି ବ୍ୟକ୍ତି ବିଶେଷଙ୍କୁ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ତାଳି ମାରିବା ସହ ଏବେର ବିରାଟ ସ୍ୱାସ୍ଥ୍ୟ ସଙ୍କଟରେ ଲୋକଙ୍କ ସୁବିଧା ପାଇଁ ଜରୁରୀକାଳୀନ ସେବା ଯୋଗଉଥିବା ବ୍ୟକ୍ତିମାନେ ନିଜର ଶ୍ରେଷ୍ଠ ଭୂମିକା ନିର୍ବାହ କରୁଥିବା କହିଛନ୍ତି । ସମସ୍ତଙ୍କ ଭଳି ମୁଁ ମଧ୍ୟ ସେମାନଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଅଭିଯାନରେ ସାମିଲ ହୋଇଛି । ଆସନ୍ତୁ ଏହି ଲଢେଇକୁ ଦୃଢତାର ସହ ଲଢିବା । ସଚେତନ ହେବା ସୁରକ୍ଷିତ ରହିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ଲୋକସେବା ଭବନରେ ସଚେତନତା ସହ ଧନ୍ୟବାଦ ଦେଇଛନ୍ତି ମୁଖ୍ୟ ଶାସନ ସଚିବ, 5T ସଚିବ, କରୋନା ମୁକାବିଲା କମିଟିର ମୁଖପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ । ସମସ୍ତଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କୁ ଏଭଳି ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ଧନ୍ୟବାଦ ଅର୍ପଣ କରାଯାଇଛି ।

ସେହିପରି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜ କାଳୀମେଘା ସ୍ଥିତ ବାସଭବନରେ ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିବିଶେଷଙ୍କ ଘଣ୍ଟ ବାଦ୍ୟ ସହ ତାଳି ମାରି ଶୁଭେଚ୍ଛା ଜଣାଇଛନ୍ତି ।