spot_img
Home Blog Page 7152

ଶ୍ରୀକ୍ଷେତ୍ରରେ ମନଲୋଭା ଦୃଶ୍ୟ, କଳାମେଘ କୋଳରେ ଶ୍ରୀମନ୍ଦିର

ପୁରୀ: ମେଘମାଳାକୁ, ନିନ୍ଦେ କଳାକୁ; ଚାହାଁବାରେ ମନ ଚକାଡ଼େ।ଳାକୁ । … ଆଜି ଶ୍ରୀକ୍ଷେତ୍ର ପୁରୀରେ ଦେଖିବାକୁ ମିଳିଥିଲା ଏଭଳି ଏକ ମନୋମୁଗ୍ଧକର ଦୃଶ୍ୟ, ଯାହା ହଜାର ହଜାର ଲୋକଙ୍କୁ ଭାବବିହ୍ୱଳ କରି ପକାଇଛି । ଆକାଶରେ ଢାଙ୍କିଥିଲା କଳାମେଘ । ବର୍ଷା ନଥିଲା । ପବନରେ ଫରଫର ଉଡୁଥିଲା ପତିତପାବନ ବାନା । ଆଜି ସକାଳୁ ସକାଳୁ ପରିବେଶ ଥିଲା ଗମ୍ଭୀର ।

ଆକାଶରେ ମେଘଥିଲା, କିନ୍ତୁ ବେଶ୍‌ କିଛି ଦୂରରୁ ସ୍ପଷ୍ଟ ଦିଶୁଥିଲା ଶ୍ରୀମନ୍ଦିର, ନୀଳଚକ୍ର ଓ ପତିତପାବନ ବାନା । ଏ ଦୃଶ୍ୟ ଥିଲା ବେଶ୍‌ ମନୋରମ, ତିତ୍ତାକର୍ଷକ । କିଛି ସମୟ ପାଇଁ ଏଦୃଶ୍ୟ ଶ୍ରୀକ୍ଷେତ୍ରରେ ସୃଷ୍ଟି କରିଥିଲା ଏକ ଭିନ୍ନ ପରିବେଶ । କରୋନା ସଂକ୍ରମଣ ଓ ଲକ୍‌ଡାଇଉନ୍‌ ଯୋଗୁ ଶ୍ରୀମନ୍ଦିରରେ ଶ୍ରୀଜିଉଁଙ୍କ ଦର୍ଶନ ମିଳୁନାହିଁ, ଭକ୍ତ ପାଗଳପ୍ରାୟ । ରଥଯାତ୍ରା ହେବ କି ନାହିଁ, ସେନେଇ ସମସ୍ତେ ଉଦ୍‌ବିଗ୍ନ ।

ପରିସ୍ଥିତି ଦେଖି ମାଳିକାଠାରୁ ଆରମ୍ଭ କରି ବିଭିନ୍ନ ପୌରାଣିକ କଥାବସ୍ତୁ ଓ କିମ୍ବଦନ୍ତୀ ନେଇ ନାନା କଥା ପ୍ରଚାର ହେଉଛି । ଏହି ସମୟରେ ଲୀଳାମୟଙ୍କର ଏଭଳି ଏକ ଲୀଳା ଦର୍ଶନ କରି ଭକ୍ତ ଭାବବିହ୍ୱଳ ହୋଇପଡ଼ିଥିଲେ । କଳାମେଘ ଭିତରେ କଳାଠାକୁରଙ୍କ ଲୀଳା । ଅଦ୍‌ଭୂତ, ଅଦ୍‌ଭୂତପୂର୍ବ । ସଂକଟ ସମୟରେ ଶ୍ରୀଜିଉଙ୍କ ଏ ଲୀଳା ଦର୍ଶନ କରି ଭକ୍ତ ଅଭିଭୂତ । ବେଶ୍‌ କିଛି ସମୟ ଧରି ଆଜି ପୁରୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।

କରୋନା ସଙ୍କଟ: ଜାଣନ୍ତୁ କେଉଁ ଦେଶରେ କେତେ ସଂକ୍ରମିତ ଓ କେତେ ମୃତ ?

ନୂଆଦିଲ୍ଲୀ: କରୋନାକୁ ମାତ୍ ଦେବାକୁ ଏକଜୁଟ ହୋଇଛି ସାରା ଦୁନିଆ । କରୋନାଠୁ ବଞ୍ଚିବାକୁ ସବୁ କଳବଳ କୌଶଳ ପ୍ରୟୋଗ କରୁଛନ୍ତି ଦେଶଗୁଡ଼ିକ । କିନ୍ତୁ ସବୁ ପ୍ରକାର ପ୍ରୟାସ ଅଳ୍ପେ ବହୁତେ ବିଫଳ ହୋଇଛି । ଏବଂ କରୋନା ମହାମାରୀରେ ମୃତ୍ୟୁସଂଖ୍ୟା ୨.୫ ଲକ୍ଷରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ, ୮୧,୨୪୬ ନୂତନ କରୋନା ମାମଲା ସାମ୍ନାକୁ ଆସିଛି ହୋଇଥିଲା ଏବଂ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୫,୭୮୭କୁ  ବୃଦ୍ଧି ପାଇଛି । ୱାର୍ଲ୍ଡୋମିଟର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୩୭ ଲକ୍ଷ ୨୬ ହଜାର ୬୬୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୨ ଲକ୍ଷ ୫୮ ହଜାର ଲୋକ ମୃତ୍ୟୁ ବରଣ କରିଛନ୍ତି। ଏହାସହ ୧୨ ଲକ୍ଷ ୪୧ ହଜାର ଲୋକ ମଧ୍ୟ ସଂକ୍ରମଣମୁକ୍ତ ହୋଇଛନ୍ତି।

Corona

ବିଶ୍ୱରେ କେଉଁଠି କେତେ ସଂକ୍ରମିତ ଏବଂ କେତେ ମୃତ ?

ସାରା ବିଶ୍ୱରେ ସମୁଦାୟ କରୋନା ମାମଲାର ପ୍ରାୟ ଏକ ତୃତୀୟାଂଶ ଆମେରିକାରେ ହିଁ ଦେଖାଦେଇଛି । ଏହାସହ ଆମେରିକାରେ ପ୍ରାୟ ଏକ ଚତୁର୍ଥାଂଶ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୋଭିଡ -୧୯ସହିତ ଆମେରିକା ପରେ ସ୍ପେନ ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ, ଯେଉଁଠାରେ କରୋନାରେ ୨୫,୬୧୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସମୁଦାୟ ୨୫୦,୫୬୧ ଲୋକ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ମୃତ୍ୟୁ ସଂଖ୍ୟାରେ ବ୍ରିଟେନ ଦ୍ୱିତୀୟ ଏବଂ ଇଟାଲୀ ତୃତୀୟ ସ୍ଥାନରେ ରହିଛି । ବ୍ରିଟେନରେ ଏପର୍ଯ୍ୟନ୍ତ ୨୯,୪୨୭ ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୯୪,୯୯୦ ରହିଛି । ଏହା ପରେ କରୋନାରେ ଫ୍ରାନ୍ସ, ଜର୍ମାନୀ, ତୁର୍କୀ, ଇରାନ, ଚୀନ୍, ଋଷ, ବ୍ରାଜିଲ, କାନାଡା ଭଳି ଦେଶ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ।

ଆମେରିକା: ମାମଲା – ୧,୨୩୭,୬୩୩, ମୃତ୍ୟୁ – ୭୨,୨୭୧

ସ୍ପେନ୍: ମାମଲା – ୨୫୦,୫୬୧, ମୃତ୍ୟୁ – ୨୫,୬୧୩

ଇଟାଲୀ: ମାମଲା – ୨୧୩,୦୧୩, ମୃତ୍ୟୁ – ୨୯,୩୧୫

ବ୍ରିଟେନ: ମାମଲା – ୧୯୪,୯୯୦, ମୃତ୍ୟୁ – ୨୯,୪୨୭

ଫ୍ରାନ୍ସ: ମାମଲା – ୧୭୦,୫୫୧, ମୃତ୍ୟୁ – ୨୫,୫୩୧

ଜର୍ମାନୀ: ମାମଲା – ୧୬୭,୦୦୭, ମୃତ୍ୟୁ – ୬,୯୯୩

ଋଷ: ମାମଲା – ୧୫୫,୩୭୦, ମୃତ୍ୟୁ – ୧,୪୫୧

ତୁର୍କୀ: ମାମଲା – ୧୨୯,୪୯୧, ମୃତ୍ୟୁ – ୩,୫୨୦

ବ୍ରାଜିଲ: ମାମଲା – ୧୧୫,୪୫୫, ମୃତ୍ୟୁ – ୭,୯୩୮

ଇରାନ: ମାମଲା – ୯୯,୯୭୦, ମୃତ୍ୟୁ – ୬,୩୪୦

ଚୀନ୍: ମାମଲା – ୮୨,୮୮୩, ମୃତ୍ୟୁ – ୪,୬୩୩

ଜର୍ମାନୀ, ଋଷ, ବ୍ରାଜିଲ ସମେତ ନଅଟି ଏମିତି ଦେଶ ଅଛି, ଯେଉଁଠାରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଛି । ପାଞ୍ଚଟି ଦେଶ (ଆମେରିକା, ସ୍ପେନ୍, ଇଟାଲୀ, ଫ୍ରାନ୍ସ, ବ୍ରିଟେନ୍) ଯେଉଁଠାରେ ୨୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଆମେରିକାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୭୨ ହଜାରରେ ପହଞ୍ଚିଛି। କିନ୍ତୁ ସଂକ୍ରମିତ ୧୦ଟି ଦେଶ ତାଲିକାରୁ ଚୀନ୍ ବାହାରେ ରହିଛି ।

ଖେଳୁଥିବା ବେଳେ ବିସ୍ଫୋରଣ, ୨ ମୃତ ଜଣ ଶିଶୁ ଗୁରୁତର  

ଢ଼େଙ୍କାନାଳ: ଢେଙ୍କାନାଳ କାମାକ୍ଷାନଗର ସୋଗର ଗାଁରେ ବାଣ ବିସ୍ଫୋରଣ । ଘରେ ବାଣ ତିଆରି କରୁଥିବା ବେଳେ ହୋଇଛି ବିସ୍ଫୋର ହୋଇଥିଲା ।  ଏଥିରେ ୨ ଜଣେ ଶିଶୁ ଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି । ୩ ଜଣ ଶିଶୁ ୯୦ ଭାଗରୁ ଅଧିକ ପୋଡ଼ିଯାଇଥିଲେ । ଗୁରୁତର ଶିଶୁକୁ  ଅଁଳାବେରେଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେଠାରେ କଟକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ବିସ୍ଫୋରଣରେ ପ୍ରାଣ ହରାଇଥିବା ଦୁଇ ଶିଶୁ ଓ ଗୁରୁତର ଶିଶୁ ଗୋଟିଏ ପରିବାରର ।  ଘରର ଦ୍ୱିତୀୟ ମହଲାରେ ବାଣ ବିସ୍ଫୋରଣ ହୋଇଥିବା ବେଳେ ଅଧା ଘର ଭାଙ୍ଗିଯାଇଛି ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସୂଚନା ଅନୁଯାୟ, ଘରେ ତିଆରି ହୋଇରହିଥିବା ବାଣ ବହୁ ପରିମାଣରେ ରହିଥିଲା । ଛୋଟ ଛୁଆମାନେ ଖେଳୁଥିବା ବେଳେ କୌଣସି କାରଣରୁ ସେଥିରେ ନିଆଁ ଲାଗିଯାଇଥିଲା । ଏହାପରେ ବହୁତ ଯୋରେ ସବ୍ଦ କରି ବାଣ ଗୁଡ଼ିକ ଫୁଟିବାକୁ ଲାଗିଥିଲା । ବାଣର ସବ୍ଦ ଏତେ ମାତ୍ରାରେ ଥିଲାଯେ ଛାତ ଭାଙ୍ଗିଯାଇଥିଲା ।

ସ୍ୱାସ୍ଥ୍ୟ କର୍ମୀ ତଥା ଆଶା କର୍ମୀଙ୍କୁ ସୁରକ୍ଷା ଦେବାକୁ ନିଷ୍ପତ୍ତି

ରାଉରକେଲା: କରୋନାକୁ ନେଇ ସମସ୍ତେ ସଜାଗ ଥିବା ବେଳେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ ସମସ୍ତଙ୍କ ଦୃଷ୍ଟି ଆକର୍ଶଣ କରିଛି । ରାଉରକେଲାରେ ଏଭଳି ଆକ୍ରମଣ କରଣରୁ ଦୃଢ ନିଷ୍ପତ୍ତି ନେଇଛନ୍ତି ରାଉରକେଲା ପ୍ରଶାସନ ।

ସ୍ୱାସ୍ଥ୍ୟ କର୍ମୀ ତଥା ଆଶା କର୍ମୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି ନେଛନ୍ତି ରାଉରକେଲା ପ୍ରଶାସନ । କଣ୍ଟେନମେଣ୍ଟ ଜୋନ୍‌ରେ କାର୍ଯ୍ୟରତ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ତଥା ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷା ଦାବିରେ ଗତକାଲି କାମ ବନ୍ଦ ଆନ୍ଦୋଳନ ହୋଇଥିଲା । ଫଳରେ ଗତକାଲିଠାରୁ  ରାଉରକେଲା ମହାନଗର ନିଗମ ପକ୍ଷରୁ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ତଥା ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଆଲଲୋଚନା ଚାଲିଥିଲା  । ବୈଠକ ପରେ ସେମାନଙ୍କ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି । ଆଜିଠାରୁ ରାଉରକେଲା କଣ୍ଟେନମେଣ୍ଟ ଜୋନର ସମସ୍ତ ସ୍ୱାସ୍ଥ୍ୟ କର୍ମୀ ପୋଲିସ ସୁରକ୍ଷାରେ କାର୍ଯ୍ୟ କରିବେ । ଏନେଇ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ସୂଚନା ଦେଇଛନ୍ତି । ଗତକାଲି ସଂପୃକ୍ତ କଣ୍ଟେନମେଣ୍ଟ ଜୋନରେ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ତଥା ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗ ହୋଇଥିଲା ।

ନୟାଗଡ଼ ଗସ୍ତରେ 5-T ସଚିବ ଓ ଉନ୍ନୟନ କମିଶନର, ପରିଦର୍ଶନ କଲେ ଚାନ୍ଦପୁର କୋଭିଡ ହସ୍ପିଟାଲ

ନୟାଗଡ଼: ରାଜ୍ୟରେ ଯେତିକି ଯେତିକି କରୋନା ସଂକ୍ରମଣ ବୃଦ୍ଧି ପାଉଛି ସେତିକି ତତ୍ପର ହେଉଛନ୍ତି ସରକାର । ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ଆଣିବା ଠାରୁ ଆରମ୍ବ କରି ରାଜ୍ୟ ମଧ୍ୟରେ କୋଭିଡ ହସ୍ପିଟାଲର ସବୁ ସମୟରେ ତଦାରଖ ମଧ୍ୟ କରୁଛନ୍ତି । ଆଜି 5-T ସଚିବ ଭି.କେ. ପାଣ୍ଡିଆନ୍‌ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ନୟାଗଡ଼ ଗସ୍ତ କରିଛନ୍ତି । ନୟାଗଡ଼ ଜିଲ୍ଲା ଚାନ୍ଦପୁର କୋଭିଡ ହସ୍ପିଟାଲ ପରିଦର୍ଶନ କରିଛନ୍ତି 5-T ସଚିବ ।

ହସ୍ପିଟାଲରେ ବିଭିନ୍ନ ଓ୍ୱାର୍ଡ ବୁଲି ଦେଖିଛନ୍ତି । ୨ସହ ସଜ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ମଧ୍ୟରେ ଠିକ୍‌ ଭାବରେ କାର୍ଯ୍ୟ ହେଉଛିକି ନାହିଁ ଦେଖିଥିଲେ । କୋଭିଡ ହସ୍ପିଟାଲରେ ଏସି ଠାରୁ ଆରମ୍ଭ କରି ଭେଣ୍ଟିଲେଟର ସୁବିଧା ବାବଦରେ ସମସ୍ତ ତଥ୍ୟକୁ ନେଇଥଇଲେ 5-T ସଚିବ । ଏଥିସହ କରୋନା ମୁକାବିଲା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି 5-T ସଚିବ ।

କରୋନା ଡରାଉଛି କି ? ସକାଳ ସୂର୍ଯ୍ୟ କିରଣ ବଢାଇବ ରୋଗ ପ୍ରତିରୋଧକ କ୍ଷମତା

ନୂଆଦିଲ୍ଲୀ: ଦେଶରେ ଥମୁନି କରୋନା ଆତଙ୍କ ।  ଗତକାଲି କରୋନା ସଂକ୍ରମଣରେ ୧୯୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ଶହରୁ ଅଧିକ ସଂକ୍ରମିତ ହୋଇଛନ୍ତି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ପାଖାପାଖି ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୧୬ ଶହ ଟପିଛି । କରୋନା ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି । ତେବେ ଶରୀରରେ ଭିଟାମିନ୍-ଡିର ଅଭାବ ଥିଲେ ସେମାନଙ୍କ ପାଇଁ କରୋନା ବିପଦ ସୃଷ୍ଟି କରିପାରେ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହାଦ୍ୱାରା ଅଧିକାଂଶ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇପାରେ । ଏକ ଅନୁସନ୍ଧାନ ପରେ ବୈଜ୍ଞାନିକମାନେ ଏହି ଭୂତାଣୁ ଏବଂ ଭିଟାମିନ୍-ଡି ମଧ୍ୟରେ ସମ୍ବନ୍ଧ ଖୋଜିବାକୁ ଚେଷ୍ଟା କରିଛନ୍ତି।

ଚର୍ମ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ରାହୁଲ ନୀଏଲ କହିଛନ୍ତି ଯେ, ଯେଉଁ ଲୋକଙ୍କ ଶରୀରରେ ଭିଟାମିନ୍-ଡି ସ୍ତର କମ୍ ଥାଏ, ସେମାଙ୍କର କରୋନା କବଳରେ ଆସିବାର ଆଶଙ୍କା ଅଧିକ ଥାଏ। ଏହା ସହ ଶରୀରର ରୋଗ ପ୍ରତିରୋଧକ କ୍ଷମତା  ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ । ବୈଜ୍ଞାନିକଙ୍କ ଅନୁସାରେ ସଂକ୍ରମଣକୁ ରୋକିବା ପାଇଁ ଭିଟାମିନ୍-ଡି ସପ୍ଲିମେଣ୍ଟ ଦେବା ବିଷୟରେ ବିଚାର କରାଯିବ । ଭିଟାମିନ୍-ଡି ସଂକ୍ରମିତ ବ୍ୟକ୍ତିଙ୍କୁ ସୁସ୍ଥ ହେବାରେ ମଧ୍ୟ ସହଯୋଗ କରିପାରେ । ଭିଟାମିନ୍-ଡି ମାତ୍ରା ଜଣେ ବ୍ୟକ୍ତି ମଧ୍ୟରେ ସଂକ୍ରମଣ ସମ୍ଭାବନାକୁ ୫୦ ପ୍ରତିଶତ ହ୍ରାସ କରିବ ।

ଏଥିପାଇଁ ଶରୀରରେ ସଠିକ୍ ମାତ୍ରାର ଭିଟାମିନ ଡି ପାଇଁ ପ୍ରତିଦିନ ପ୍ରତିଦିନ ସୂର୍ଯ୍ୟ କିରଣରେ ପାଞ୍ଚ-ଦଶ ମିନିଟ୍ ବିତାଇବା ଜରୁରୀ । ସକାଳ ୫ଟାରୁ ୧୦ ମିନିଟ୍ ପର୍ଯ୍ୟନ୍ତ ଖରାରେ କିଛି ସମୟ ବିତାଇଲେ ତାହା ଶରୀର ପାଇଁ ଲାଭଦାୟକ ହେବ । ଭିଟାମିନ ଡି କେବଳ ସୂର୍ଯ୍ୟ କିରଣରୁ ଶରୀରକୁ ମିଳିଥାଏ । ମାଛ, ମାଂସ ଇତ୍ୟାଦି ଖାଦ୍ୟରୁ ଭିଟାମିନ ଡି ମିଳିନଥାଏ ।

 

 

 

 

ଜମ୍ମୁ-କଶ୍ମୀରରରେ ଜଣେ ଆତଙ୍କବାଦୀ ନିହତ…

ଅଓ୍ବନ୍ତୀପୁରା: ଜମ୍ମୁ-କଶ୍ମୀରର ଅଓ୍ବନ୍ତୀପୁରାରେ ସେନାର ଅପରେସନ୍‌ ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଗତକାଲି ରାତିରୁ ଅଓ୍ବନ୍ତୀପୁରା ସେକ୍ଟରରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ସେପଟେ ଗତ ରବିବାର କଶ୍ମୀର ହିନ୍ଦଓ୍ବାଡାରେ ହୋଇଥିବା ଗୁଳିବିନିମୟରେ କର୍ଣ୍ଣେଲ ଆଶୁତୋଷ ଏବଂ ମେଜର ଅନୁଜ ସୁଦ୍‌ ଓ ଜଣେ ପୋଲିସ ଅଫିସରଙ୍କ ସହିତ ୫ଜଣ ଯବାନ ସହିଦ ହୋଇଥିଲେ । ସେହିଭଳି ସୋମବାର ଦିନ ହିନ୍ଦଓ୍ବାଡାରେ ହୋଇଥିବା ଆଉ ଏକ ଘଟଣାରେ ୩ଜଣ ଯବାନ ସହିଦ ହୋଇଥିଲେ ।

ସହିଦ କର୍ଣ୍ଣେଲ ଆଶୁତୋଷ ଶର୍ମାଙ୍କୁ ଜୟପୁରରେ ଶେଷ ବିଦାୟ ଦେଲା ଦେଶ

କରୋନା ନେଇ ସମଗ୍ର ବିଶ୍ୱ ଆତଙ୍କ ଭିତରେ ରହିଥିବା ବେଳେ ଜମ୍ମୁ-କଶ୍ମୀର ଉପତ୍ୟକାରେ ଆତଙ୍କବାଦୀମାନେ ସକ୍ରୀୟ ହେବା ଚିନ୍ତାର କାରଣ ହୋଇଛି । କରୋନାର ପ୍ରକୋପ ଭିତରେ ଆତଙ୍କବାଦୀମାନେ ପାକିସ୍ତାନ ପଟୁ ଭାରତ ଭିତରକୁ ପଶିଆସିବାକୁ ଉଦ୍ୟମ ଜାରି ରଖିଛନ୍ତି । ଉପତ୍ୟକାକୁ ପଶି ଆସିଥିବା ଆତଙ୍କଦୀ ମାନଙ୍କୁ ଠାବ କରି ସେମାନଙ୍କୁ ନିପାତ କରିବା ଲାଗି ସେନା ବାହିନୀ ମଧ୍ୟ ଅପରେସନ୍‌ ଆରମ୍ଭ କରିଛି । ଇତି ମଧ୍ୟରେ ୩ ଜଣ ଆତଙ୍କବାଦୀଙ୍କୁ ମଧ୍ୟ ସେନା ନିପାତ କରିଥିବା ସୂଚନା ମିଳିଛି ।

ଟଙ୍କା ପାଇଁ ହେଲା ମମତାର ବିକ୍ରି, ବ୍ୟବସାୟୀ ହାତରେ ସନ୍ତାନକୁ ଟେକି ଦେଲା ମାଆ !

ଅନୁଗୁଳ: ଅନୁଗୁଳରେ ଶିଶୁ ବିକ୍ରି ଅଭିଯୋଗ । ଟଙ୍କାର ଅଭାବ ହେଲା ବୋଲି ନିଜ ସନ୍ତାନକୁ ଟେକିଦେଲା ଅନ୍ୟ ହାତରେ । ଟଙ୍କା ଆଗରେ ଛୋଟ ପଡ଼ିଗଲା ମାଆର ପଣତ । ଅନୁଗୁଳ ସହର ଉପକଣ୍ଠ ହୁଲୁରିସିଂହାର ଜଣେ ମହିଳା ତାଙ୍କ ନବଜାତ ଶିଶୁପୁତ୍ରକୁ ୨୦ ହଜାର ଟଙ୍କାରେ ଜଣେ ବ୍ୟବସାୟୀଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କର ପୂର୍ବରୁ ୨ ଜଣ ଶିଶୁ ଅଛନ୍ତି ।

ତେବେ ଆର୍ଥିକ ସମସ୍ୟା ଯୋଗୁଁ ତୃତୀୟ ଶିଶୁଙ୍କୁ ସେ ବିକ୍ରି କରିଥିବା ମହିଳା କହିଛନ୍ତି । ସ୍ଥାନୀୟ ଅଙ୍ଗନଓ୍ୱାଡ଼ି କର୍ମୀ ଏସଂପର୍କରେ ସୂଚନା ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଦେଇଥିଲେ। ତଦନ୍ତ ପରେ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ସେପଟେ ଶିଶୁକୁ କିଣିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ।

 

କରୋନା ମୃତକଙ୍କର ଆଉ କେଉଁ ରୋଗ ଥିଲା ଜାଣନ୍ତୁ…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏଥିସହ କରୋନାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଛି । ପୂର୍ବରୁ ମୃତ୍ୟୁ ସଂଖ୍ୟା ୧ ଥିବା ବେଳେ ଏବେ ବଢ଼ି ତାହା ୨କୁ ବୃଦ୍ଧି ପାଇଛି । ଭୁବନେଶ୍ୱର ମଧୁସୂଦନ ନଗର ୟୁନିଟ୍‌-୪ର ୭୭ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଉଚ୍ଚ ରକ୍ତଚାପ, ଡାଇବେଟିସ ଏବଂ କିଡନୀ ଜନିତ ରୋଗରେ ସେ ସଂକ୍ରମିତ ଥିଲେ । ଗତ ୨୪ତାରିଖରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ସେ କିମ୍ସ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

 

ରାଜ୍ୟର କରୋନା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି, ଜାଣନ୍ତୁ କିଏ

ପରିବାର ସଦସ୍ୟଙ୍କ ସଂସ୍ପର୍ଶରେ ଆସି ସେ ସଂକ୍ରମିତ ହୋଇଥିଲେ । ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ରାଜ୍ୟରେ ପ୍ରଥମ କରୋନା ମୃତକ ବି ଖୋର୍ଦ୍ଧା ଜିଲ୍ଲାର ଥିଲେ । ଖୋର୍ଦ୍ଧା ଜିଲ୍ଲାରେ ୪୭ଜଣ ପଜିଟିଭ ଥିବା ବେଳେ ୨ଜଣଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାରେ ୧୪ଟି ଆକ୍ଟିଭ୍‌ କେସ ରହିଥିବା ବେଳେ ୩୧ଜଣ ସୁସ୍ଥ ହୋଇଛନ୍ତି।

ଏହି ରାଜ୍ୟରେ ମେ’ ୨୯ ଯାଏଁ ଲକ୍‌ଡାଉନ୍‌ ବୃଦ୍ଧି, ଜାଣନ୍ତୁ କେଉଁଠି

ହାଇଦ୍ରାବାଦ: ତେଲଙ୍ଗାନାରେ ବଢିଲା ଲକ୍‌ଡାଉନ୍‌ ଅବଧି । ଦେଶର ପ୍ରଥମ ରାଜ୍ୟ ଭାବେ ମେ ମାସ ୨୯ ତାରିଖ ଯାଏଁ ଲକ୍‌ଡାଉନ୍‌ ଅବଧି ବଢାଇଛି ତେଲେଙ୍ଗାନା । କରୋନା ସ୍ଥିତିକୁ ନେଇ ଏଭଲି ନିଷ୍ପତ୍ତି ନିଆଯାଇଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ସୂଚନା ଦେଇଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଦିନ ଲକଡାଉନ୍ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାରା ଦେଶରେ ମେ ୧୭ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ପାଇଁ ନିର୍ଦ୍ଦେଶ ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ , ସନ୍ଧ୍ୟା ୭ଟାରୁ ରାଜ୍ୟରେ କର୍ଫ୍ୟୁ ଲାଗୁ କରାଯିବ, ତେଣୁ ଜରୁରୀ ସାମଗ୍ରୀ ଇତ୍ୟାଦି ସନ୍ଧ୍ୟା ୬ଟା ସୁଦ୍ଧା ବନ୍ଦ ହେବ । ତେଣୁ ଲୋକଙ୍କୁ ସେ ନିଜ ଘରେ ରହିବାକୁ ଅନୁରୋଧ କରିଛନ୍ତି । ତେଲେଙ୍ଗାନାରେ ହୋଇଥିବା ଏହି ନିଷ୍ପତ୍ତିକୁ ଗ୍ରହଣ କରି କେନ୍ଦ୍ର ସରକାର ମଧ୍ୟ ଆଗାମୀ ଦିନରେ ଲକଡାଉନ୍ ବଢିପାରେ ବୋଲି ଘୋଷଣା କରିଛନ୍ତି ।

ତେଲେଙ୍ଗାନାର ସରକାର ଏହି ବିଷୟରେ ନିର୍ଦ୍ଦେଶନାମା ଜାରି କରି କରିଛନ୍ତି ଯେ, ଯେଉଁମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯାଉଛନ୍ତି ସେମାନେ ୬ ଟା ସୁଦ୍ଧା ନିଜ ଘରକୁ ଫେରିବା ଉଚିତ୍। ଏହା ବ୍ୟତୀତ ଯଦି ରାଜ୍ୟରେ କେହି ଲକଡାଉନ ନିୟମ ଉଲ୍ଲଂଘନ କରୁଛନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେପଟେ ତେଲେଙ୍ଗାନାରେ ବର୍ତ୍ତମାନ ସୁଦ୍ଧା ୧୦୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୨୯ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ତେଲେଙ୍ଗାନାର ୨୧ଟି ଜିଲ୍ଲା କରୋନା କାବଳରୁ ମୁକ୍ତ ହୋଇଛି। ଅପରପକ୍ଷରେ ବହୁ ସଂଖ୍ୟକ ସୁସ୍ଥ କରୋନା ରୋଗୀଙ୍କୁ ମଧ୍ୟ ଘରକୁ ପଠାଯାଇଛି। ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ କଣ୍ଟେନମେଣ୍ଟ ଜୋନର ୧୫ ଟି ଦୋକାନ ବ୍ୟତୀତ ୨୨୦୦ ମଦ ଦୋକାନ ଖୋଲାଯିବ। ଯେଉଁମାନେ ସାମାଜିକ ଦୂରତାର ପାଳନ କରୁନାହାଁନ୍ତି ସେମାନଙ୍କୁ ପରିଣାମ ଭୋଗିବାକୁ ପଡିବ । ମାସ୍କ ବିନା ମଦ ଏବଂ ଅନ୍ୟାନ୍ୟ ଜିନିଷ ମିଳିବ ନାହିଁ । ତେଲେଙ୍ଗାନା ପୂର୍ବରୁ ୟୁପିର ଗାଜିଆବାଦ ଜିଲ୍ଲାରେ ଲକଡାଉନ୍ ଅବଧି ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।