ନୂଆଦିଲ୍ଲୀ: କରୋନା ସଙ୍କଟ ଯୋଗୁଁ ବର୍ତ୍ତମାନ ଜୁଲାଇ ୨୬ ରେ National Eligibility Cum Entrance Examination (NEET) ପରୀକ୍ଷା ଅନୁଷ୍ଠିତ ହେବ । ଏହା ସହିତ ମିଳିତ ପ୍ରବେଶିକା ପରୀକ୍ଷା (JEE) ମେନ୍ସର ପରୀକ୍ଷା ୧୯ ଜୁଲାଇରୁ ୨୩ ଜୁଲାଇ ମଧ୍ୟରେ ହେବ ଏବଂ JEE ଆଡଭାନ୍ସ ପରୀକ୍ଷା ବର୍ତ୍ତମାନ ଅଗଷ୍ଟରେ ଅନୁଷ୍ଠିତ ହେବ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ମଙ୍ଗଳବାର ଏହି ଘୋଷଣା କରିଛନ୍ତି ।
EMIକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଉ ଏବଂ ଏହାର ଭରଣ ସରକାର କରନ୍ତୁ ,ଜାଣନ୍ତୁ କିଏ ଏମିତି କହିଲେ ..
ନୂଆଦିଲ୍ଲୀ: ନୋବେଲ ପୁରସ୍କାରରେ ସମ୍ମାନିତ ଅର୍ଥନୀତିଜ୍ଞ ଡାକ୍ତର ଅଭିଜିତ ବାନାର୍ଜୀ କହିଛନ୍ତି ଯେ କେବଳ ଋଣର କିସ୍ତି ବା EMI ଏଡ଼ାଇବା ଦ୍ୱାରା କିଛି ଫାଇଦା ହେବ ନାହିଁ। ସେ କହିଛନ୍ତି ଯେ କିଛି ସମୟ ପାଇଁ EMIକୁ ସମ୍ପୂର୍ଣ୍ଣ ଛାଡ କରାଯିବା ଉଚିତ୍ ଏବଂ ଏହି EMIର ଭରଣ ସରକାର କରିବା ଉଚିତ୍ ।
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଏକ ଆଲୋଚନାରେ ଭାରତୀୟ ଅର୍ଥନୀତିଜ୍ଞ ଡାକ୍ତର ଅଭିଜିତ ବାନାର୍ଜୀ ଏହା କହିଛନ୍ତି। ମଙ୍ଗଳବାର ଦିନ କଂଗ୍ରେସର ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଆଲୋଚନା ପ୍ରସାରିତ ହୋଇଛି ।
ବାନାର୍ଜୀ କହିଛନ୍ତି, ‘ମୋତେ ଲାଗୁଛି କି ଆମେ ଏହାକୁ ଏମଏସଏମଇ କ୍ଷେତ୍ର ପାଇଁ ସହଜରେ କରିପାରିବା ଏବଂ ଏହା ଠିକ ହେବ ଯେ ଆମେ କିଛି ସମୟ ପାଇଁ ଋଣ ସଂଗ୍ରହ ବନ୍ଦ କରିପାରିବା ।ଆମେ ଏହା ମଧ୍ୟ କହିପାରିବା ଯେ ସରକାର ଏହି ପରିସ୍ଥିତିରେ ମାସିକର ଋଣ ପରିଶୋଧ ସରକାର କରିବେ। ତେଣୁ ଆପଣ ଏହାଠାରୁ ଅଧିକ କରିପାରିବେ । ଋଣ ଆଦାୟ କିଛି ଦିନ ସ୍ଥଗିତ ରଖି ଆଗକୁ ଆଦାୟ କରିବା ପରିବର୍ତ୍ତେ ଏହାକୁ ସମ୍ପୂର୍ଣ୍ଣ କ୍ଷମା କରିବା ଠିକ୍ ହେବ ।‘
ଋଣ ଛାଡ ସହିତ ଚାହିଦା ବୃଦ୍ଧି କରିବା ଦରକାର
ସେ କହିଛନ୍ତି, ‘ଚାହିଦା ଅଭାବର ବିଷୟ ମଧ୍ୟ ରହିଛି । ଦୁଇଟି ଚିନ୍ତା ଅଛି, ପ୍ରଥମେ, ଦେବାଳିଆ ପରିସ୍ଥିତିକୁ କିପରି ଏଡାଇ ହେବ, ଋଣ ଛାଡ ଏକ ଉପାୟ ହୋଇପାରେ । ଦ୍ୱିତୀୟଟି ହେଉଛି ଚାହିଦା ହ୍ରାସ, ଏବଂ ଲୋକଙ୍କ ହାତରେ ଅର୍ଥ ଦେଇ ଦେଶର ଅର୍ଥନୀତିକୁ ବଦଳାଇବା । ଆମେରିକା ଏହି ପ୍ରଣାଳିକୁ ବହୁ ବଡ଼ ଆକାରରେ ଗ୍ରହଣ କରିଛି । ସେଠାରେ ରିପବ୍ଲିକାନ୍ ସରକାର ଅଛି ଯିଏ କି କିଛି ଅର୍ଥଦାତା ଦ୍ୱାରା ପରିଚାଳିତ । ଯଦି ଆମେ ଚାହୁଁ, ଆମେ ମଧ୍ୟ ଏହା କରିପାରିବା ।
#EconomyWarrior: କିଣିଲେ ୯୫,୩୪୭ ଟଙ୍କାର ମଦ, ଭାଇରାଲ ହେଲା ବିଲ୍ କପି
ନୂଆଦିଲ୍ଲୀ: ମେ’ ୪ ତାରିଖ ଦେଶରେ ମଦପ୍ରେମୀଙ୍କ ପାଇଁ ଏକ ଖୁସିର ଦିନ ଥିଲା । କାରଣ ପାଖାପାଖି ୪୦ ଦିନ ପରେ କିଛି ଅଞ୍ଚଳରେ ଖୋଲିଥିଲା ମଦ ଦୋକାନ । ମଦ କିଣିବାକୁ କାଉଣ୍ଟର ଆଗରେ ଦେଖିବାକୁ ମିଳିଥିଲା ଲମ୍ବା ଲାଇନ । କିଛି ଅଞ୍ଚଳରେ ତ ଏହି ଲାଇନ ଏକ କିଲୋମିଟରରୁ ବି ଅଧିକ ଥିବା ଦେଖାଦେଇଥିଲା । ଆଉ ଏହା ଭିତରେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ଇକୋନୋମିକ୍ ୱାରିୟର ହାସଟାଗ୍ ।

ଏହା ସ୍ପଷ୍ଟ ଯେ ଲୋକମାନେ ବାରମ୍ବାର ଏମିତି ଲମ୍ବା ଲାଇନରେ ଠିଆହେବାକୁ ଚାହୁଁନାହାନ୍ତି । ତେଣୁ କିଛି ଲୋକ ମନଖୋଲା ମଦ କିଣିଥିବାର ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ ଏବେ ସେମିତି କିଛି ଲୋକଙ୍କର ମଦ ବିଲ୍ ର କପି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜ୍ଞା ହଁ… ସୋସିଆଲ ମିଡିଆରେ #EconomyWarrior ସହ ଅନେକ ବିଲ୍ ର କପି ସେୟାର କରାଯାଉଛି ।
ମେ’ ୪ ତାରିଖରେ କର୍ଣ୍ଣାଟକରେ ରେକର୍ଡ ବ୍ରେକିଂ ମଦ ବିକ୍ରି ହୋଇଛି । କର୍ଣ୍ଣାଟକ ଅବକାରୀ ବିଭାଗ ସୋମବାର ସୂଚନା ଦେଇଛନ୍ତି ଯେ ରାଜ୍ୟରେ ଗୋଟିଏ ଦିନରେ ୪୫ କୋଟି ଟଙ୍କାର ମଦ ବିକ୍ରି ହୋଇଛି ।
https://twitter.com/diwakaran_a/status/1257346296844816387
ଆଇପିଏସ ଦିପାଂଶୁ କାବ୍ରା ଏହି ଭିଡିଓଟିକୁ ଟ୍ୱିଟ୍ କରିଛନ୍ତି । ଭିଡିଓରେ ଜଣେ ମଦ୍ୟପ କେମିତି ବାକ୍ୟବାଣ ମାରୁଛନ୍ତି ତାହା ଦେଖିବାକୁ ମିଳିଛି । ଭିଡ଼ିଓରେ ଦେଖାଯାଉଥିବା ବ୍ୟକ୍ତି ଜଣକ ଦାବି କରୁଛନ୍ତି ଯେ, ମଦ ପିଇ ସେ ଦେଶ ସେବା କରୁଛନ୍ତି । ଭିଡିଓ ସେୟାର କରି କାବ୍ରା ଲେଖିଛନ୍ତି ‘ ଏହି ଭିଡ଼ିଓର ସମସ୍ତ ପାତ୍ର ଓ ଘଟଣା ଅସଲି କିନ୍ତୁ ଏମାନଙ୍କର ପ୍ରକୃତ ଲଜିକ୍ ସହ କୌଣସି ସଂପର୍କ ନାହିଁ । ଯଦି କୌଣସି ବ୍ୟକ୍ତିଙ୍କଠାରେ ଏଭଳି ସମାନତ ଦୃଷ୍ଟିଗୋଚର ହୁଏ ତେବେ ତାଙ୍କୁ ମାତ୍ର ମୁର୍ଖ ବୋଲି ଭାବନ୍ତୁ’’
#Disclaimer
इस वीडियो के सभी पात्र और घटनाएं असली हैं, किन्तु इसका किसी उचित लॉजिक से कोई लेना-देना नहीं है. यदि किसी व्यक्ति में ऐसी समानता पायी जाती है, तो उसे मात्र एक मूर्ख समझा जाएगा. 😅😅@TajinderBagga @chitraaum @IMinakshiJoshi @AMISHDEVGAN @rohini_sgh @RubikaLiyaquat pic.twitter.com/5gDv1tBDuQ— Dipanshu Kabra (@ipskabra) May 4, 2020
କିରନ ଧାଣ୍ଡ୍ରେ ଲେଖିଛନ୍ତି, ଏହି ଦୁଇ ଯୋଦ୍ଧା ଆଡୁ ଛୋଟ ଯୋଗଦାନ..ଛୋଟ ଯୋଗଦାନ ମାନେ ମାତ୍ର ୯୫ ହଜାର ଟଙ୍କାର ମଦ କିଣିଛନ୍ତି ସେହି ମହାନୁଭବ ।
Small contribution for economy from this two warriors 😉#EconomyWarriors @Liberal_India1 @rajuparulekar pic.twitter.com/FZKcnwQ2NC
— Kiran Dhandre (@dhandre_kiran) May 4, 2020
ଆଶିଷ ଶର୍ମାଙ୍କ ଅନୁସାରେ ମଦୁଆଙ୍କ ପାଇଁ ଦେଶ ପ୍ରଥମ…
Nation first 😉
They are the #EconomyWarriors !!#LiquorShops#wineshops pic.twitter.com/Hk7oAfZcwY
— Ashish Sharma (@ashi_apple) May 4, 2020
ଆଇପିଏସ ପଂକଜ ନୈନ୍ ଚକିତ ହୋଇ ଲେଖିଛନ୍ତି ଯେ, ଯେଉଁମାନଙ୍କୁ ଆମେ ମଦୁଆ ବୋଲି ଭାବୁଥିଲୁ ସେମାନେ ପ୍ରକୃତରେ ଦେଶର ଅର୍ଥନୀତିର ଚତୁର୍ଥ ସ୍ତମ୍ଭ ।
https://twitter.com/ipspankajnain/status/1256940340365324290
ଅରୁନ ଅରୋରା ବୋଲି ଜଣେ ୟୁଜର୍ସ ଲେଖିଛନ୍ତି, ୱାଃ ଇକୋନମି ୱାରିୟର୍ସ ତୁମେ ମାନେ ଆମ ହୃଦୟ ଜିତିନେଲ..
Wah #EconomyWarriors dil jeet liya…. delhi aur desh ke prati ye Jazba 👏👏👏 https://t.co/pIxhLc2LsS
— Arun Arora (@Arun2981) May 5, 2020
କାର୍ଟୁନିଷ୍ଟ ମନସୁର ନକଭୀ ଇକୋନୋମି ୱାରିୟର୍ସ ହାସଟାଗରେ ଗୋଟିଏ କାର୍ଟୁନ ସେୟାର କରିଛନ୍ତି । ଯେଉଁଥିରେ ଜଣେ ଗ୍ରାହକ ଦୋକାନୀଙ୍କୁ ଦୁଇ ବୋତଲ ଇକୋନୋମି ବୁଷ୍ଟର ଦିଅ କହି ମଦ ମାଗୁଥିବା ଦେଖିବାକୁ ମିଳିଛି…
#EconomyWarriors pic.twitter.com/9Rq1OocHE1
— Mansoor Naqvi (@cartoonistnaqvi) May 4, 2020
ବିନା କରୋନା ଭାଇରସ ଟୀକାରେ କେମିତି ହେବ ଜୀବନ ?
ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ସରା ଦୁନିଆ ଏବେ ଚିନ୍ତାରେ । କରୋନା ଭାଇରସ୍ ପାଇଁ ବିଶ୍ୱ ବ୍ୟାପି ଲକଡାଉନରେ ଅର୍ଥ ବ୍ୟବସ୍ଥା ମଧ୍ୟ ଧରାଶାୟୀ ହେବାକୁ ବସିଲାଣି । ତେଣୁ କରୋନା ଟୀକା ଏବେ ଆବଶ୍ୟକ ହୋଇ ପଡ଼ିଛି । ତେଣୁ ଏହାକୁ ମୂଳପୋଚ୍ଛ କରିବାକୁ ଟୀକାର ଆବଶ୍ୟକତା ରହିଥିବା ବେଳେ ବିଭିନ୍ନ ବୈଜ୍ଞାନିକ ଲାଗି ପଡ଼ିଛନ୍ତି ଏହି ଟୀକା ପ୍ରସ୍ତୁତ କରିବାରେ । କିନ୍ତୁ ରୋଗକୁ ଭଲରେ ଚିହ୍ନି ସେନେଇ ଟୀକା ପ୍ରସ୍ତୁତ କରିବା ସହଜ କଥା ନୁହେଁ । ଏହାର ପ୍ରମାଣ ଦେଇଛି ବିଭିନ୍ନ ଟୀକାର ଅସଫଳ ପ୍ରୟୋଗ ।

ଏଭଳି ପରସ୍ଥିତିରେ ଟିକେ ଭାବିଲେ ଯଦି କରୋନାଭାଇରସର ଟୀକା କେବେ ନ ବାହାରି ପାରେ କିମ୍ବା ଏହି ଟୀକା ପାଇଁ ଯଦି ଅଧିକ ସମୟ ଲାଗେ ତେବେ ପୂରା ବିଶ୍ୱର ଅବସ୍ଥା କଣ ହେବ । ତେବେ ଏହି ସବୁ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଲଣ୍ଡନର ଇମ୍ପେରିଆଲ କଲେଜ ଏବଂ ଗ୍ଲୋବାଲ ହେଲଥ ବିଶେଷଶଜ୍ଞ ଡେବିଡ ନବୈରୋ ସିଏନଏନ ଜରିଆରେ ବିସ୍ତୃତ ସୂଚନା ଦେଇଛନ୍ତି ।

ବିଶେଷସଜ୍ଞଙ୍କ କହିବା ଅନୁସାରେ ଯେପର୍ଯ୍ୟନ୍ତ କୋଭିଡ-୧୯ର କିଛି ବି ଚିକିତ୍ସା ନବାହାରିଛି କିମ୍ବା ବୈଜ୍ଞାନିକମାନେ ଏହାର କୌଣସି ଟୀକା ନ ଆଣିଛନ୍ତି ସେଯାଏଁ ଆମେମାନେ କରୋନା ସହ ଅଭ୍ୟସ୍ତ ହୋଇଯିବା ଦରକାର । ଏବଂ କରୋନା ପାଇଁ ଲାଗୁ ହୋଇଥିବା ଲକଡାଉନକୁ ଧିରେ ଧିରେ ହଟାଇ ଦେବା ଦରକାର ।

ଏଭଳି ପରିସ୍ଥିତିରେ ଟେଷ୍ଟିଂ ଏବଂ ଶାରୀରିକ ଯାଞ୍ଚ ଆମ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଯିବ । ଯଦିଓ ଏହି ସମୟରେ କିଛି ଦେଶରେ ହଠାତ୍ ସେଲ୍ଫ ଆଇସୋଲେସନର ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଟୀକା ଆସିବା ପରେ ବି ବହୁତ ଖରାପ ପରିସ୍ଥିତିକୁ ଆମକୁ ସାମ୍ନା କରିବାକୁ ପଡ଼ିବ । କାରଣ ଏମିତି ବି ହୋଇପାରେ ଏହି ମହାମରୀ ସବୁ ବର୍ଷ ଏମିତି ସମସ୍ୟା ସୃଷ୍ଟି କରିପାରେ । ଏବଂ ବର୍ଷ ପରେ ବର୍ଷ ମୃତ୍ୟୁର ସଂଖ୍ୟା ମଧ୍ୟ ବଢିପାରେ ।

ଅନ୍ୟପଟେ, ନେସନାଲ ଇଷ୍ଟିଚ୍ୟୁଟ ଅଫ୍ ଆଲର୍ଜି ଆଣ୍ଡ ଇମ୍ଫେକ୍ସିୟସ ଜିଜିଜ ଡାଇରେକ୍ଟର ଡାକ୍ତର ଏନ୍ଥୋନା ଫାସୀ ସମେତ ବିଶ୍ୱର ଅନେକ ବୈଜ୍ଞାନିକ ୧୨ରୁ ୧୮ ମାସରେ ଟୀକା ପ୍ରସ୍ତୁତ ହେବାର ଦାବି କରିଛନ୍ତି । ନେସନାଲ ସ୍କୁଲ ଅଫ୍ ଟ୍ରାପିକାଲ ମେଡ଼ିସିନର ଜଣେ ଡାକ୍ତର କହିଛନ୍ତି ଯେ, ଏମିତି କିଛି କଥା ନାହିଁ କି କରୋନାଭାଇରସର ଟୀକା ତିଆରି ହୋଇପାରିବ ନାହିଁ କିନ୍ତୁ ଏହାକୁ ତିଆରି କରିବା ବି ଏତେଟା ସହଜ କଥା ନୁହେଁ ।

ଡାକ୍ତର ଏହା ମଧ୍ୟ କହିଛନ୍ତି ଯେ, କରୋନା ଭାଇରସର ଟୀକାର ଅସଫଳତାରେ ଆମ ପାଖରେ ପ୍ଲାନ-ବି ରହିବା ଉଚିତ୍ । ଯଦି ବୈଜ୍ଞାନିକମାନେ କରୋନା ଭାଇରସର ଟୀକା ତିଆରି ନ କରିପାରନ୍ତି ସେତେବେଳେ ଆମକୁ ଏହି ରୋଗରୁ ବଞ୍ଚିବାକୁ ନିଜକୁ ସତର୍କ ରଖିବାକୁ ପଡ଼ିବ ।
ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଆଣ୍ଟି-ଇବୋଲା ଔଷଧ ରେମଡେସିବୀର, ରକ୍ତ ପ୍ଲାଜମା ଚିକିତ୍ସା ଏବଂ ହାଇଡ୍ରୋକ୍ଲୋରୋକ୍ୱିନ୍ ଉପରେ ପରୀକ୍ଷଣ କରିଛନ୍ତି। ନଟିଂହମ ବିଶ୍ୱବିଦ୍ୟାଳୟର ପ୍ରଫେସର କିଥ ନିଲ୍ କହିଛନ୍ତି ଯେ କୋଭିଡ -୧୯ ପାଇଁ ଏପର୍ଯ୍ୟନ୍ତ ପରୀକ୍ଷିତ ସମସ୍ତ ଔଷଧ ସର୍ବୋତ୍ତମ।

ଏହି ରୋଗକୁ ଦୂର କରିବା ପାଇଁ ଆମକୁ ବହୁ ପରିମାଣରେ ଅନିୟମିତ ପରୀକ୍ଷା କରିବାକୁ ପଡିବ। ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ଅନୁସନ୍ଧାନ ବିଷୟରେ ସେ କହିଛନ୍ତି ଯେ ରୋଗର ବାସ୍ତବତା ନ ଜାଣି, ଏହିପରି ଅନୁସନ୍ଧାନ ସଫଳତା ହାସଲ କରାଯାଇପାରିବ ନାହିଁ।

କୋଭିଡ -୧୯ରେ ବ୍ୟବହୃତ ଔଷଧର ପ୍ରଭାବ ଏକ ସପ୍ତାହ ମଧ୍ୟରେ ଦେଖାଯିବା ଉଚିତ୍ | ଯଦି କୌଣସି ଔଷଧ ଆଇସିୟୁରେ ଭର୍ତ୍ତି ହୋଇଥିବା ରୋଗୀର ହାରାହାରି ସମୟ ହ୍ରାସ କରିବ, ତେବେ ନିଶ୍ଚିତ ଭାବରେ ଡାକ୍ତରଖାନାରେ ରୋଗୀଙ୍କ ଗହଳି ହେବ ନାହିଁ । ଦ୍ୱିତୀୟ ରେମଡେସବିର ପରି ଔଷଧର ଉତ୍ପାଦନ ମଧ୍ୟ ଏତେ କମ୍ ଯେ ଏହାକୁ ଦ୍ରୁତ ଗତିରେ ସମଗ୍ର ବିଶ୍ୱରେ ଉପଲବ୍ଧ କରାଇବା କଷ୍ଟକର |
ରାଉରକେଲା କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କୁ ଦୁର୍ବ୍ୟବହାର
ରାଉରକେଲା: ରାଉରକେଲା କଣ୍ଟେନମେଣ୍ଟ ଜୋନ୍ରେ ପୁଣି ବିଶୃଙ୍ଖଳା । ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କୁ ଲୋକେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଦୁର୍ବ୍ୟବହାରର ଶିକାର ହେବା ପରେ କାମ ନକରିବାକୁ ଅଙ୍ଗନୱାଡି କର୍ମୀମାନେ ନିଷ୍ପତ୍ତି ନେଇଛନ୍ତି ।
ଆରଏମ୍ସି ଅଫିସ ସାମନାରେ ଅଙ୍ଗନୱାଡି କର୍ମୀ ଏକାଠି ହୋଇଛନ୍ତି । ସୁରକ୍ଷା ଦିଆନଗଲେ କାମ ନକରିବାକୁ ସେମାନେ ଚେତାବନୀ ଦେଇଛନ୍ତି । ଗତକାଲି ମଧ୍ୟ ସମାନ ଚିତ୍ର ଆସିଥିଲା ଯେତେବେଳେ ପୋଲିସ ଉପରକୁ ଲୋକେ ଠେଲା ପଥର ମାରିଥିଲେ ଏବଂ ବ୍ୟାରିଗେଟ୍ ଭାଙ୍ଗି ଦେଇଥିବାର ମଧ୍ୟ ଅଭିଯୋଗ ହୋଇଥିଲା । କରୋନା ମହାମାରୀ ସମୟରେ କରୋନା ଯୋଦ୍ଧା ମାନେ ନିଜ ଜୀବନକୁ ବାଜି ଲଗେଇ ଘରୁ ବାହାରକୁ ଯାଇ ସର୍ଭେ କରୁଥିବାବେଳେ ତାଙ୍କୁ ଏଭଳି ଦୁର୍ବ୍ୟବହାର କରିବା ନିନ୍ଦନୀୟ ।

ରାଉରକେଲା କଣ୍ଟେନମେଣ୍ଟ ଜୋନରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୋଟ ୮୫ଟି ଟିମ ନିଯୁକ୍ତ କରାଯାଇଥିଲା । ପ୍ରତିଦିନ ଏହି ଟିମର କର୍ମୀମାନେ ସର୍ଭେ ପାଇଁ ସେହି ସ୍ଥାନକୁ ଯାଆନ୍ତି । କିନ୍ତୁ ଆଜି ଯେଉଁଭଳି ପରିସ୍ଥିତି ଉପୁଜୁଛି ସ୍ୱାସ୍ଥ୍ୟକର୍ମା ଏବଂ ଅଙ୍ଗନୱାଡି କର୍ମା ମାନେ କାମ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ସୁରକ୍ଷା ଦିଆନଗଲା ସେମାନ କାମ କରିବାକୁ ଯିବେ ନାହିଁ ବୋଲି ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବ ବୋଲି କହିଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଳ ମନ୍ତ୍ରୀ ଟୁକୁନି ସାହୁ । ଏ ସମୟରେ ସେମାନେ ମୁଖ୍ୟ କାମ କରୁଛନ୍ତି, ସେମାନେ କାମ ନକଲୋ ଅସୁବିଧା ହେବ ବୋଲି ମତ ଦେଇଛନ୍ତି ମନ୍ତ୍ରୀ ଟୁକୁନି ସାହୁ ।
ପ୍ରକାଶ ପାଇଲା ଗଞ୍ଜାମର ପଜିଟିଭ ଚିହ୍ନଟଙ୍କ ତଥ୍ୟ…
ଗଞ୍ଜାମ: ଗଞ୍ଜାମର ଚିନ୍ତା ବଢାଉଛନ୍ତି ସୁରତ ଫେରନ୍ତା। ଆଜି ଗଞ୍ଜାମରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ପଜିଟିଭ ୧୮ ବର୍ଷୀୟ ଯୁବକ। ନିକଟରେ ସେ ସୁରତରୁ ଫେରି କ୍ବାରେଣ୍ଟାଇନ୍ କେନ୍ଦ୍ରରେ ଥିଲେ। ସେ କାହା ସଂସ୍ପର୍ଶରେ ଆସିଥିଲେ ସେନେଇ ତଥ୍ୟ ସଂଗ୍ରହ କରାଯାଉଛି। ସେପଟେ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।
ଗଞ୍ଜାମରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ… ରାଜ୍ୟରେ ମୋଟ୍ ସଂକ୍ରମିତ ସଂଖ୍ୟା ୧୭୦କୁ ବୃଦ୍ଧି
ଏଥିସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି। ଗତ ୨ ତାରିଖରେ ଗଞ୍ଜାମ ଜିଲ୍ଲାରୁ ୨ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିଲା। ଉଭୟ ନିକଟରେ ସୁରତରୁ ଫେରିଥିଲେ। ଏବେ ରାଜ୍ୟରେ ୧୦୯ଟି ଆକ୍ଟିଭ କେସ୍ ରହିଛି । ଏହା ସହ ୬୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି ।
ପାକିସ୍ତାନୀ ବାୟୁସେନାରେ ହିନ୍ଦୁ ପାଇଲଟ୍ କପିଲ ଦେବ
ଇସଲାମାବାଦ: ପାକିସ୍ତାନୀ ବାୟୁ ସେନାରେ ରାହୁଲ ଦେବଙ୍କ ଚୟନ ପାଇଲଟ ଭାବେ ହୋଇଛି । ରାହୁଲ ପାକିସ୍ତାନ ଇତିହାସର ପ୍ରଥମ ହିନ୍ଦୁ ପାଇଲଟ୍ । ରାହୁଲ ପାକିସ୍ତାନୀ ବାୟସେନାରେ ଜେନେରାଲ ଡ୍ୟୁଟି ପାଇଲଟର ପଦ ସମ୍ଭାଳିବେ ବୋଲି ସୂଚନା ମିଳିଛି । ପାକିସ୍ତାନର ମିଡ଼ିଆ ଅନୁସାରେ ରାହୁଲ ସିଂନ୍ଧ ପ୍ରାନ୍ତର ସବୁଠୁ ବଡ଼ ଜିଲ୍ଲା ଥାରପରକରରେ ରୁହନ୍ତି ।

କହି ରଖୁଛୁ ଯେ, ଥାରପରକରରେ ବହୁତ ସଂଖ୍ୟକ ହିନ୍ଦୁମାନେ ରହିଥାନ୍ତି । ଅଲ୍ ପାକିସ୍ତିନ ହିନ୍ଦୁ ପଞ୍ଚାୟତର ସଚିବ ରବି ଦବାନୀ ରାହୁଲ ଦେବଙ୍କ ପାକିସ୍ତାନୀ ବାୟୁସେନାରେ ପାଇଲଟ ଭାବେ ଚୟନକୁ ନେଇ ସେ ତାଙ୍କ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନୀ ସେନା ଏବଂ ନାଗରିକ ସେବାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବହୁ ଲୋକ ପୂର୍ବରୁହିଁ ଉପସ୍ଥିତ ଅଛନ୍ତି।
ପାକିସ୍ତାନର କେତକ ଡାକ୍ତର ମଧ୍ୟ ହିନ୍ଦୁ ସମାଜର ଅଛନ୍ତି । ରବି ଦବାନୀ କହିଛନ୍ତି ଯେ, ଯଦି ସରକାର ଅଳ୍ପସଂଖ୍ୟାରେ ଧ୍ୟାନ ଦେବେ ତେବେ ଆଗକୁ ବହୁତ ରାହୁଲ ଦେବ ଭଳି ଅନେକ ଦେଶ ପ୍ରେମୀ ଦେଶର ସେବା କରିବାକୁ ଆଗକୁ ଆସିବେ । ଏହା ସହ ସୋସିଆଲ ମିଡ଼ିଆରେ ମଧ୍ୟ ରାହୁଲଙ୍କୁ ନେଇ ଖୁବ ଚର୍ଚ୍ଚା ଦେଖିବାକୁ ମିଳିଛି ।

ସିନ୍ଧ ପ୍ରାନ୍ତର ଏକ ପଛୁଆ ଅଞ୍ଚଳର ରହି ମଧ୍ୟ ରାହୁଲ ପାକିସ୍ତାନ ବାୟୁସେନାରେ ଜିଡ଼ିପି (ଜେନେରାଲ ଡ୍ୟୁଟି ପାଇଲଟ) ଭଳି ଏକ ବଡ଼ ପଦବୀ ହାସଲ କରିଛନ୍ତି । ଥାପରକର ଜିଲ୍ଲାକୁ ବହୁତ ପଛୁଆ ଅଞ୍ଚଳ ବୋଲି କୁହାଯାଏ । କାରଣ ଭିତ୍ତିଭୂମି, ସ୍ୱାସ୍ଥ୍ୟ ସୁବିଧା ଏବଂ ଶିକ୍ଷା ବ୍ୟବସ୍ଥା ଏଠାରେ ବହୁତ ଅନୁନ୍ନତ ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ୨୦୧୮ ମସିହାରେ ନିର୍ବାଚନ ସମୟରେ ଏହା କହିଥିଲେ ଯେ, ସେ ଅଳ୍ପ ସଂଖ୍ୟକ ନାଗରିକ , ସମାଜିକ, ଏବଂ ଧାର୍ମିକ ଅଧିକାରୀଙ୍କ ସୁରକ୍ଷା କରିବେ । ଯଦିଓ ପାକିସ୍ତାନର ଭାର ଇମରାନ ଖାନ ସମ୍ଭାଳିଛନ୍ତି ତାଥାପି ପାକିସ୍ତାନ ର ପରିସ୍ଥିତି ପୂର୍ବ ଭଳି ହିଁ ରହିଛି । ଏବଂ ପାକିସ୍ତାନର ହିନ୍ଦୁ ଏପର୍ଯ୍ୟନ୍ତ ବି ତାଙ୍କ ଅଧିକରା ପାଇଁ ଲଢୁଛନ୍ତି ।

