ପୁରୀ: କାଲିଠାରୁ ଆରମ୍ଭ ହୋଇପାରେ ରଥ ନିର୍ମାଣ । ଶ୍ରୀମନ୍ଦିର ପରିଚାଳନା କମିଟି ଏନେଇ ନେଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା ପରିଚାଳନା କମିଟି ବୈଠକରେ ରଥ ନିର୍ମାଣ କାମ ପାଇଁ ସହମତି ପ୍ରକାଶ ପାଇଛି । ବୈଠକ ପରେ ଏସମ୍ପର୍କରେ ସୂଚନା ଦେଇ ପୁରୀ ଗଜପତି ଦିବ୍ୟସିଂହ ଦେବ କହିଛନ୍ତି ଯେ,ରଥଯାତ୍ରା ଧାର୍ମିକ ପର୍ବ ନୁହେଁ । ରଥଯାତ୍ରା ଧର୍ମୀୟ ପର୍ବ । ତେଣୁ ରଥ କାମ ଆରମ୍ଭ ହେବ । କିନ୍ତୁ ରଥଯାତ୍ରା ହେବ କି ନାହିଁ ତାକୁ ନେଇ ଶେଷ ନିଷ୍ପତି ସରକାର ନେବେ ।
ସେ କହିଛନ୍ତି ଯେ, ପରିସ୍ଥିତିକୁ ଦେଖି ସରକାର ନିଷ୍ପତ୍ତି ନେବେ । ପୁରୀ ଗ୍ରୀନ ଜୋନରେ ଆସୁଛି,ତେଣୁ ରଥ ନିର୍ମାଣ ଆରମ୍ଭ ହେବ । ରଥଖଳାରେ ରଥ ନିର୍ମାଣ ହେବ । ସରକାର ଯଦି ରଥଯାତ୍ରା ନକରିବାକୁ ନିଷ୍ପତ୍ତି ନେବେ ତେବେ ସେଥିରେ କିଛି ଅସୁବିଧା ନାହିଁ । ଲୋକଙ୍କ ସୁରକ୍ଷା ପ୍ରଥମ ।
ପରିଚାଳନା କମିଟି ବୈଠକରେ ରଥଯାତ୍ରା ଓ ସ୍ନାନ ଯାତ୍ରା ନେଇ କୌଣସି ଆଲୋଚନା ହୋଇନାହିଁ । ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ରଥନିର୍ମାଣ କାମ ଆରମ୍ଭ ହେବ । ଗାଇଡ୍ ଲାଇନରେ ଏଭଳି କୌଣସି ଜିନିଶ ନାହିଁ ଯାହା ପାଇଁ ରଥ ନିର୍ମାଣ କାର୍ଯ୍ୟକୁ ବାରଣ କରୁଛି । ତେଣୁ ରଥ ନିର୍ମାଣ କାମ ଆରମ୍ଭ ହେବ ।
ତେବେ ବିଶେଷଜ୍ଞଙ୍କ କହିବା ହେଉଛି ପରିଚାଳନା କମିଟି ନିଷ୍ପତ୍ତିକୁ ରାଜ୍ୟ ସରକାର ସବୁଜ ସଂକେତ ଦେବା ପରେ ହିଁ ରଥ ନିର୍ମାଣ ଆରମ୍ଭ ହେବ । କମିଟିର ନିଷ୍ପତ୍ତିକୁ ରାଜ୍ୟ ସରକାର ପରଖିବା ପରେ ଏନେଇ କୌଣସି ନିଷ୍ପତ୍ତି ନେବେ ।


ରୁଷର ରାଜଧାନୀ ମାସ୍କୋ ସବୁଠାରୁ ଖରାପ ଅବସ୍ଥାରେ ଅଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ଏଠାରେ ଅଧିକ । ଏହାସହ ଏଠାକାର ଚିକିତ୍ସା ବ୍ୟବସ୍ଥା ପ୍ରଣାଳୀ ସମ୍ପୂର୍ଣ୍ଣ ଖରାପ ଅବସ୍ଥାରେ ରହିଛି । ତେଣୁ ମସ୍କୋରେ ପ୍ରତିଦିନ ପ୍ରାୟ ୧୭୦୦ ଲୋକ ଭର୍ତ୍ତି ହେଉଛନ୍ତି ।





ତେଣୁ ମଦ ଦୋକାନରେ ସକାଳୁ ସକାଳୁ ଲୋକମାନଙ୍କ ଲମ୍ବାଲାଇନ୍ । ଗାଇଡଲାଇନ ଅନୁଯାୟୀ, ମଦ ଦୋକାନ ବାହାରେ କେବଳ ପାଞ୍ଚ ଜଣ ଲୋକ ଛିଡ଼ା ହୋଇପାରିବେ। ଏହା ସହିତ ୬ ଫୁଟ ଦୂରତା ଅନୁସରଣ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ଅନେକ ସ୍ଥାନରେ ସାମାଜିକ ଦୂରତାର ବେଖାତିର କରି ଲୋକେ ଲାଇନରେ ଛିଡ଼ା ହେବାର ଦେଖିବାକୁ ମିଳିଛି ।




