spot_img
Home Blog Page 7160

ଆଜିଠୁ ସାରା ରାଜ୍ୟରେ ସମୁଦ୍ରରୁ ମାଛ ଧରା ବନ୍ଦ, ୪ଦଫା ଦାବି ନେଇ ଉତ୍ପାଦନ ବନ୍ଦ ରଖିଲା ଅଖିଳ ଓଡ଼ିଶା ମତ୍ସ୍ୟ ଉତ୍ପାଦକ ମହାସଂଘ

ଭୁବନେଶ୍ୱର: ଭୁତାଣୁ ସଙ୍କଟରେ ତାତିଲା ମତ୍ସ୍ୟଜୀବୀ । ଆଜିଠୁ ରାଜ୍ୟରେ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ବନ୍ଦ । ୪ ଦଫା ଦାବିରେ ମତ୍ସ୍ୟ ଉତ୍ପାଦନ ବନ୍ଦ ଘୋଷଣା କରିଛି ଅଖିଳ ଓଡ଼ିଶା ମତ୍ସ୍ୟ ଉତ୍ପାଦକ ମହାସଂଘ । ଏଣୁ ସମୁଦ୍ରକୁ ଯିବନି ବୋଟ୍‌ କିମ୍ବା ମାଛଧାରା ଡଙ୍ଗା  । ସେହିପରି ମତ୍ସ୍ୟଜୀବୀଙ୍କୁ ଡିଜେଲରେ ସବସିଡି, ମାଛଧରା ବେସ୍‌ରେ ସ୍ୱତନ୍ତ୍ର ଡାକ୍ତରୀ ଦଳ, ବିନା ସୁଧରେ ଋଣ, ଦୀଘାରେ ସ୍ୱତନ୍ତ୍ର ମାଛ ବିକ୍ରୟ କେନ୍ଦ୍ର ସ୍ଥାପନ ଦାବି ଉଠାଇଛି ସଂଘ ।

ସରକାର ଦୀର୍ଘ ବର୍ଷ ହେବ ମତ୍ସ୍ୟଜୀବୀଙ୍କ ଦାବିକୁ ଅଣଦେଖା କରୁଛି ବୋଲି ସଂଘ ଅଭିଯୋଗ କରିଛି । କଇଁଛ ଓ ମାଛ ଅଣ୍ଡାଦାନ ପାଇଁ ୮ ମାସ ମାଛ ଧରା ବନ୍ଦ ରହୁଛି । ବାକି ୪ ମାସରେ ମାଛ ଧରି ଜୀବିକା ନିର୍ବାହ କରୁଛନ୍ତି ଦେଢ ଲକ୍ଷ ପରିବାର । ସେହିପରି ଅମ୍ଫାନ ଓ କରୋନା ପାଇଁ ପ୍ରାୟ ଦେଢ ଲକ୍ଷ ମତ୍ସ୍ୟଜୀବୀ ଦୁର୍ଦ୍ଦିନରେ ଥିବା ବେଳେ ସରକାର କୈାଣସି ବ୍ୟବସ୍ଥା କରୁନାହାନ୍ତି । ସରକାର ଦାବି ପୂରଣ ନକଲା ଯାଏ ମାଛ ଧରା ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି ।

ଆଜି କିଛି ଚିନି ଗୁଡ ଲାଲ ପିମ୍ପୁଡିଙ୍କୁ ଖାଇବାକୁ ଦିଅନ୍ତୁ ମନମୁତାବକ ଫଳ ମିଳିବ

ମେଷ –

ଅଶ୍ୱିନୀ ନକ୍ଷତ୍ର – ପାରିବାରିକ ପରିବେଶରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ ॥

ଦ୍ୱିଜା ନକ୍ଷତ୍ର – କର୍ମ କ୍ଷେତ୍ର, ସ୍ଥିତିରେ ସୁଧାର ଆସିବ, ସରକାରି ସହାୟତା ମିଳିବ ॥

କୃତ୍ତିକା ନକ୍ଷତ୍ର – ଦାୟିତ୍ୱ ବୃଦ୍ଧି ହେବ,ପାରିବାରିକ ସମ୍ପର୍କରେ ଆନନ୍ଦ ମିଳିବ ॥

ଶୁଭ ରଙ୍ଗ – ଲାଲ

ଉପଚାର – ଆଜି ହଳଦିଆ ବସ୍ତ୍ର ପରିଧାନ କରନ୍ତୁ॥

ବୃଷ –

କୃତ୍ତିକା ନକ୍ଷତ୍ର – ମାନ ସମ୍ମାନ,ଧନ କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ॥

ରୋହିଣି ନକ୍ଷତ୍ର – ଆଜି ସକାଳୁ ସ୍ନାନସାରି ଗୁରୁଜନ ମାନଙ୍କର ଆର୍ଶିବାଦ ନିଅନ୍ତୁ ଶୁଭ ଖବର ମିଳିବ   ॥

ମୃଗଶିରା ନକ୍ଷତ୍ର – ସୁଖଶାନ୍ତି କାରକ ଦ୍ରବ୍ୟ ପ୍ରାପ୍ତି ହେବ, ପିତୃମାତୃ ସ୍ୱାସ୍ଥ୍ୟଚିନ୍ତା ବଢିବ  ॥

ଶୁଭ ରଙ୍ଗ – ସବୁଜ

ଉପଚାର – କୁକୁରଙ୍କୁ ପେଟପୁରା ଖାଇବାକୁ ଦିଅନ୍ତୁ ॥

ମିଥୁନ –

ମୃଗଶିରା ନକ୍ଷତ୍ର – ଟଙ୍କ ପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥପ୍ରାପ୍ତିର ସୂଚନା ମିଳିଵ ॥

ଆଦ୍ରା ନକ୍ଷତ୍ର – ମନ ଅସ୍ଥିର ରହିବ ତେଣୁ ସତର୍କ ରହିଥିବେ ଏବଂ ମନେ ମନେ ଓଁ ନମଃ ଶିବାୟ ଜପ କରୁଥିବେ ॥

ପୂନର୍ବସୁ ନକ୍ଷତ୍ର – ଆଜି କିଛି ଚିନି ଗୁଡ ଲାଲ ପିମ୍ପୁଡିଙ୍କୁ ଖାଇବାକୁ ଦିଅନ୍ତୁ ମନମୁତାବକ ଫଳ ପାଇବେ ॥

ଶୁଭ ରଙ୍ଗ – ଧଳା

ଉପଚାର – ଗୃହରେ ଉତ୍ତର ଦିଗକୁ ମୁହଁ କରି ବିଷ୍ଣୁ ଭଗବାନଙ୍କୁ ସ୍ମରଣକରି ଦିନ ଆରମ୍ଭ କରନ୍ତୁ ॥

କର୍କଟ

ପୂନର୍ବସୁ ନକ୍ଷତ୍ର – ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାବଣା ରହିବ, ନିଜଲୋକମାନେ ହଇରାଣ କରିବେ॥

ପୂଷ୍ୟା ନକ୍ଷତ୍ର – ଆୟ କମିବ ବ୍ୟୟ ବୃଦ୍ଧି ହେବ ଓ ଭୁଲ ନିଷ୍ପତିର ଶିକାର ହେବେ॥

ଅଶ୍ଲେଷା ନକ୍ଷତ୍ର – ଆଜି ରିଷ୍ଟପୂର୍ଣ୍ଣ ରହିବ ତେଣୁ ସକାଳୁ ସ୍ନାନ ସାରି ଦୁର୍ଗାଙ୍କର  ଚାଳିଶା ପାଠକରି ଦିନ ଆରମ୍ଭ କରିବେ ॥

ଶୁଭ ରଙ୍ଗ – ହଳଦିଆ

ଉପଚାର – ଗୃହରେ ଶୋରିଷ ତେଳର ଦ୍ୱୀପ ପଶ୍ଚିମ ଦିଗରେ ଶନି ଭଗବାନଙ୍କ ନାମରେ ଲଗାନ୍ତୁ କଲ୍ୟାଣ ହେବ॥

ସିଂହ –

ମଘା ନକ୍ଷତ୍ର – ମଥାରେ ରକ୍ତ ଚନ୍ଦନ ଲଗାନ୍ତୁ ମନୋବାଞ୍ଛିତ ପରିବେଷ ମିଳିବ॥

ପୂର୍ବାଫାଲଗୁନି ନକ୍ଷତ୍ର – କୌଣସି ସୁଖଶାନ୍ତି ଭରା ପରିବେଷ ମଧ୍ୟରେ ଦିନ କଟିବ ॥

ଉତ୍ତରାଫାଲଗୁନୀ ନକ୍ଷତ୍ର – କୌଣସି ଦ୍ରବ୍ୟ ଲାଭ ହେବ ଏବଂ  କୌଣସି ସମସ୍ୟାରୁ ମୁକ୍ତି ପାଇବେ॥

ଶୁଭରଙ୍ଗ – ଧଳା

ଉପଚାର – ଗୃହର ପୂର୍ବଦିଗରେ ତମ୍ବା ପାତ୍ରରେ ଜଳ ରଖି ପିଅନ୍ତୁ କଲ୍ୟାଣକାରି ହେବ ॥

କନ୍ୟା –

ଉତ୍ତରାଫାଲଗୁନୀ ନକ୍ଷତ୍ର – ବ୍ୟବସାୟରେ ଲାଭ ବଢିବ ଏବଂ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟବମିଳିବ ॥

ହସ୍ତା ନକ୍ଷତ୍ର – ଅଚାନକ ଖୁସିଖବର ମିଳିବ ଏବଂ ମନର ଆଶା ପୁରଣ ହେବ॥

ଚିତ୍ରା ନକ୍ଷତ୍ର – ପୁଞ୍ଜିନିବେଶରୁ ଲାଭ ହେବ ମାତ୍ର ସ୍ୱାସ୍ଥ୍ୟପ୍ରତି ସତର୍କ ରୁହିଥିବେ ॥

ଶୁଭ ରଙ୍ଗ – ସବୁଜ

ଉପଚାର – ଗୃହର ସମସ୍ତଙ୍କୁ ମିଠା ଖାଇବାକୁ  ଦିଅନ୍ତୁ॥

ତୁଳା

ଚିତ୍ରା ନକ୍ଷତ୍ର – କୌଣସି ଯୋଜନାରେ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ॥

ସ୍ୱାତୀ ନକ୍ଷତ୍ର – ପିଲାମନଙ୍କୁ ନୁତନ କର୍ମନିଯୁକ୍ତିର ଖବର ମିଳିବ,ଜୀବନର କୌଣସି ଲକ୍ଷ ପୂର୍ଣ୍ଣ ହେବ॥

ବିଶାଖା ନକ୍ଷତ୍ର – ଅଯଥା କଥାରେ ମୁଣ୍ଡ ପୁରାଇ ହଇରାଣ ହେବେ, ଆଜି ମନେ ମନେ ମାଲକ୍ଷ୍ମୀଙ୍କୁ ସୁମରଣା କରନ୍ତୁ କଲ୍ୟାଣ ହେବ ॥

ଶୁଭ ରଙ୍ଗ – ପାଉଁସିଆ

ଉପଚାର – କଳା ପିମ୍ପୁଡିଙ୍କୁ ଚିନି ଗୁଡ ଖାଇବାକୁ ଦିଅନ୍ତୁ ଆର୍ଶିବାଦ ପ୍ରାପ୍ତ ହେବ ॥

ବିଛା –

ବିଶାଖା ନକ୍ଷତ୍ର – ମନର ଆଶାପୂରଣ ହେବ ନାହିଁ ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ ॥

ଅନୁରାଧା ନକ୍ଷତ୍ର – କର୍ମ ଏବଂ ଅର୍ଥ ଚିନ୍ତା ବଢିବ ତେଣୁ ଘରୁ ବାହାରିଲା ବେଳେ ମହୁଖାଇ ବାହାରନ୍ତୁ ରିଷ୍ଟ କମିବ॥

ଜ୍ୟେଷ୍ଠା ନକ୍ଷତ୍ର – କୌଣସି ଯୋଜନାରେ ସଫଳ ହେବେ, ଆର୍ଥିକ ସ୍ୱଛଳତା ପରିଲିକ୍ଷିତ ହେବ ॥

ଶୁଭ ରଙ୍ଗ – ଧଳା

ଉପଚାର – “ଓଁ ତାରା ଦେବୀ ନମଃ” ୨୭ଥର ଜପ କରନ୍ତୁ ଆର୍ଶିବାଦ ମିଳିବ॥

ଧନୁ ରାଶି –

ମୂଳା ନକ୍ଷତ୍ର – ଆଜି ଚନ୍ଦନର ଟିକା ମଥାରେ ଲଗାନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ॥

ପୂର୍ବଷାଢା ନକ୍ଷତ୍ର – ଆଜି କିଛି ମିଠା ଦାନ କରନ୍ତୁ ଅଟକିଥିବା କାମ ପୁରଣ ହେବ॥

ଉତ୍ତରାଷାଢା ନକ୍ଷତ୍ର – ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ ॥

ଶୁଭ ରଙ୍ଗ – ଲାଲ

ଉପଚାର – ଗୃହର ତୁଳସି ଚଉରା ମୂଳରେ ଦୀପ ଦାନ କରନ୍ତୁ ଆର୍ଶିବାଦ ମିଳିବ॥

ମକର ରାଶି –

ଉତ୍ତରାଷାଢା ନକ୍ଷତ୍ର – କୌଣସି ପ୍ରକାରର ଧୋକା ମିଳିବ, ଆଜି ଗୋଟିଏ ଲାଲ ମନ୍ଦାର ଗଛ ଲଗାନ୍ତୁ ॥

ଶ୍ରବଣା ନକ୍ଷତ୍ର – ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୂରଣ ହେବ,  ପିମ୍ପୁଡିଙ୍କୁ ଗୁଡ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ॥

ଧନିଷ୍ଠା ନକ୍ଷତ୍ର – ଅନୁକୂଳ ସମୟ ରହିବ ଏବଂ ବାସନା ଅତର (ପର୍ଫ୍ୟୁମ୍) ବ୍ୟବହାର କରନ୍ତୁ ଶୁଭଫଳ ମିଳିବ॥

ଶୁଭ ରଙ୍ଗ – ସବୁଜ

ଉପଚାର –  ଚନ୍ଦନ ମଥାରେ ଟିକା ମାରନ୍ତୁ॥

କୁମ୍ଭ ରାଶି –

ଧନିଷ୍ଠା ନକ୍ଷତ୍ର –  ଆଜି କିଛି ଅଟା କୌଣସି ଦିବ୍ୟାଙ୍ଗଙ୍କୁ ଦାନ କରନ୍ତୁ ଶୁଭରେ ଶୁଭରେ ଦିନ କଟିବ॥

ଶତଭିଷା ନକ୍ଷତ୍ର – ଆଜି ଲାଲ ରଙ୍ଗର କିଛି ବ୍ୟବହାର କରନ୍ତୁ ନାହିଁ ଏବଂ କିଛି ଖାଦ୍ୟ କୌଣସି ଭୋକିଲାକୁ ଦିଅନ୍ତୁ ॥

ପୂର୍ବଭାଦ୍ର ନକ୍ଷତ୍ର – ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ ॥

ଶୁଭ ରଙ୍ଗ – କଳା

ଉପଚାର – ସ୍ନାନସାରି ହନୁମାନଙ୍କୁ ପ୍ରଣାମ କରି ଦିନ ଆରମଚଭ କରିବେ॥

ମୀନ ରାଶି –

ପୂର୍ବଭାଦ୍ର ନକ୍ଷତ୍ର – ଆଜି ଲୁଣ ଖାଇବେ ନାହିଁ ଏବଂ କିଛି ଗହମ ଦାନ କରନ୍ତୁ॥

ଉତ୍ତରଭାଦ୍ର ନକ୍ଷତ୍ର – ଅର୍ଥଚିନ୍ତା ଏବଂ ମାନସିକ ଅଶାନ୍ତି ବଢିବ ତେଣୁ ହନୁମାନଙ୍କ ନିମନ୍ତେ ଗୃହରେ ଦୀପ ଦିଅନ୍ତୁ॥

ରେବତୀ ନକ୍ଷତ୍ର – ଅଯଥା ଅର୍ଥହାନି ହେବ ଏବଂ ଅଗ୍ନି କିମ୍ବା ବିଦ୍ୟୁତ୍ ଜନିତ ଦୁର୍ଘଟଣା ରହିବ॥

ଶୁଭ ରଙ୍ଗ – ଗୋଲାପି ରଙ୍ଗ

ଉପଚାର – ସ୍ନାନସାରି ପଶ୍ଚିମ ଦିଗକୁ ମୁହଁ କରି ଶନି ଭଗବାନଙ୍କୁ ୮ଥର ଓଁ ଶଂ ଶନିଶ୍ଚରାୟ କହି ପ୍ରଣାମ କରି ଦିନ ଆରମ୍ଭ କରିବେ ॥

ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ

କେନ୍ଦୁଝର: ସମ୍ପର୍କରେ ପଡ଼ିଲା ରକ୍ତର ଛିଟା । ମଦ୍ୟପ ସ୍ୱାମୀର ଉନ୍ମତ କାଣ୍ଡ । ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ । ଘଟଣା ଘଟିଛି କେନ୍ଦୁଝର ସାନ୍ତରାପୁରରେ। ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିବା ବାବୁଲି ପ୍ରଧାନ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ସ୍ତ୍ରୀ ସହ ଝଗଡ଼ା କରିଥିଲା । ଶେଷରେ ଝଗଡ଼ା ଉଗ୍ର ରୂପ ନେବାରୁ ସ୍ତ୍ରୀକୁ ଅତି ନୃଶଂସ ଭାବେ ପିଟିପିଟି ହତ୍ୟା କରିବାକୁ ପଛାଇନଥିଲା ବାବୁଲି । ହତ୍ୟା ପର ମୃତଦେହକୁ କନ୍ଥାରେ ଗୁଡ଼େଇ ଘରେ ରଖିଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବାବୁଲିକୁ ଗିରଫ କରିଛି ।

ଜମି ବିବାଦକୁ ନେଇ ଦାଦା-ଖୁଡ଼ୀଙ୍କୁ ହତ୍ୟା କଲା ପୁତୁରା, ହାଣି କୂଅରେ ଫିଙ୍ଗିଦେଲା

ସୂଚନା ଅନୁଯାୟୀ, ବାବୁଲା ପ୍ରତ୍ୟେକ ଦିନ ଘରକୁ ମଦ ପିଇ ଆସେ । ନିଶାସକ୍ତ ଅବସ୍ଥାରେ ପ୍ରତ୍ୟକ ଦିନ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥାଏ । ତେବେ କାଲି ମଧ୍ୟ ପୂର୍ବ ଭଳି ବାବୁଲା ମଦ ପିଇ ସ୍ତ୍ରୀ ସହ ଝଗଡ଼ା କରିଥିଲା । ଝଗଡ଼ା ବଢ଼ିବା ପରେ ଉତ୍ୟକ୍ତ ହୋଇ ବାବୁଲା ସ୍ତ୍ରୀକୁ ତଡ଼ାରେ ପଟିବାକୁ ଲାଗିଥିଲା । ପିଟିପିଟି ମାରିଦେଇଥିଲା ସ୍ୱାମୀ । ଖାଲି ସେତିକିରେ ଥମିନଥିଲା ରାଗ । ମାରିବା ପରେ ସ୍ତ୍ରୀକୁ କନାରେ ଗୁଡ଼ାଇ କାନ୍ଥ ଭିତରେ ରଖି ଦେଇଥିଲା । ତେବେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାବୁଲାକୁ ଗିରଫ କରିଥିଲା । ମୃତ ଦେହକୁ ଉଦ୍ଧାର କରିବା ପରେ ପ୍ରାଥମିତ ତଦନ୍ତ ଚଳାଇଛି ପୋଲିସ୍‌ ।

କଟକଣାରେ ସାମାନ୍ୟ କୋହଳ: ପାଶ୍‌ ଥିଲେ ଯାଇପାରିବେ ଅଫିସ୍‌, ଜରୁରୀ କାମକୁ ଅନୁମତି

ଭୁବନେଶ୍ୱର: ରାଜ୍ୟରେ ଚଳିତ ମାସରେ କରୋନା ସଂକ୍ରମଣ ବୃଦ୍ଧିକୁ ଲକ୍ଷ କରି ରାଜ୍ୟର ୧୧ଟି ଜିଲ୍ଲାରେ ସାପ୍ତାହିକ ସଟ୍‌ଡାଉନ୍‌ କରାଯାଇଛି । ଚଳିତ ମାସରେ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଏଭଳି ନିଷ୍ପତି ନେଇଛନ୍ତି । କିନ୍ତୁ ଏହି ସଟ୍‌ଡାଉନ୍‌ ପୂର୍ବ ସଟ୍‌ଡାଉନ ଭଭି କଡ଼ା ହେବନାହିଁ  । ଏଥିରେ କିଛି ମାତ୍ରାରେ କୋହଳ କରିଛନ୍ତି ରାଜ୍ୟ ସରକାର । କେଉଁ ମାନେ ଏବଂ କେମିତି ଯାଇପାରିବେ ଏହି ସଟ୍‌ଡାଉନ୍‌ ପରିୟଡରେ ଆମେ ଆପଣଙ୍କୁ କହିବୁ ।

ସାପ୍ତାହିକ ସଟଡାଉନ୍‌ରେ ଗମନାଗମନ ନେଇ ଅନୁମତି ମିଳିଥିବା କ୍ଷେତ୍ରର କର୍ମଚାରୀଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ଗମନାଗମନ ବେଳେ କାର୍ଯ୍ୟାଳୟ ପରିଚୟପତ୍ର ସାଙ୍ଗରେ ନିଅନ୍ତୁ । ଶିଳ୍ପାନୁଷ୍ଠାନରେ କାମ କରୁଥିବା କର୍ମଚାରୀ ID କାର୍ଡ ପାଖରେ ରଖନ୍ତୁ । ଟ୍ୟାକ୍ସି, ଅଟୋ ଓ ଓଲା, ଉବେର କ୍ୟାବ୍‌ ଚାଳକ ପୋଲିସ ପାସ୍‌ ଦେଖାନ୍ତୁ । ବିବାହ ଓ ଅନ୍ତିମ ସଂସ୍କାର ବେଳେ ପୋଲିସ ପାସ୍‌ ବ୍ୟବହାର କରନ୍ତୁ । ୧୦୦କୁ ଡାଏଲ କରି ଭୁବନେଶ୍ୱର-କଟକ ଯାତ୍ରାର ସୁବିଧା ପାଇପାରିବେ । ଅନ୍ୟ ଅତ୍ୟାବଶ୍ୟକ କ୍ଷେତ୍ର ପାଇଁ SMS ପାସ୍‌ ବ୍ୟବହାର କରିବାକୁ ମାର୍ଗଦର୍ଶିକାରେ କୁହାଯାଇଛି ।

ସେହିପରି ସାପ୍ତାହିକ ସଟଡାଉନ୍‌ ପାଇଁ SRC ନିୟମାବଳୀରେ ସଂଶୋଧନ କରାଯାଇଛି । ଡାକ୍ତରୀ କିମ୍ବା ଅନ୍ୟ ଜରୁରୀ କାର୍ଯ୍ୟ ପାଇଁ ଗମନାଗମନକୁ ଅନୁମତି ମିଳିଛି । ଏଟିଏମ୍‌ ଓ ଆର୍‌ବିଆଇ ଭଳି ସଂସ୍ଥା ଖୋଲା ରହିବ। ବିମାନବନ୍ଦର, ରେଳଷ୍ଟେସନ ଓ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ରହିବ । ରେଷ୍ଟୁରାଣ୍ଟରୁ ହୋମ୍‌ ଡେଲିଭରୀକୁ ଅନୁମତି ଦିଆଯାଇଛି । ସକାଳ ୫ଟାରୁ ୮ଟା ଯାଏଁ ହକରଙ୍କୁ ଅନୁମତି ମିଳିବ । ଏଲ୍‌ପିଜି ସିଲିଣ୍ଡର ହୋମ ଡେଲିଭରୀକୁ ମଧ୍ୟ ଅନୁମତି ଦିଆଯାଇଛି । ସେହିଭଳି ଯାନ ବାହାନ ଚଳାଚଳ ପାଇଁ ସ୍ୱତନ୍ତ୍ର ଟ୍ରାଭେଲ ଆଡଭାଇଜରି ଜାରି କରାଯାଇଛି । ଦୈତ୍ୟ ନଗରୀ ଭୁବନେଶ୍ୱର ରେ ବ୍ୟାପକ ପୋଲିସ ମୁତୟନ ନେଇ ସୁଚନା ଦେଇଛନ୍ତି ପୋଲିସ କମିଶନର ।

ଚଳିତ ମାସରେ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ରାଜ୍ୟର ୧୧ ଜିଲ୍ଲାରେ ଆଜିଠୁ ସଟ୍‌ଡାଉନ୍‌