ନୂଆଦିଲ୍ଲୀ: ଲଲଡାଇନ 3.0 ରେ ଇ-କମର୍ସ କମ୍ପାନୀ ଗୁଡ଼ିକୁ ଲଗଜରୀ ଜିନିଷ ଗୁଡ଼ିକର ହୋମ ଡେଲିଭରୀ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି । କିନ୍ତୁ ଏଥିରେ ଅନେକ ପ୍ରକାର ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି । Amazon-Flipkart ପରି ଇ- କମର୍ସ କମ୍ପାନୀ ଗୁଡ଼ିକ ରେଡ୍ ଜୋନରେ ଡେଲୀଭରୀ କରିପାରିବେ ନାହିଁ ।

ରେଡ୍ ଜୋନକୁ ଛାଡ଼ିଦେଲେ ବାକି ଜୋନରେ Amazon, Flipkart ପରି ଇ-କମର୍ସ କମ୍ପାନୀ ଅର୍ଡର ନେବା ଆରମ୍ଭ କରିସାରିଲେଣି । ଦିଲ୍ଲୀ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ପୁଣେ, ବାଙ୍ଗାଲୁରୁ, ଅହମଦାବାଦ ପରି ଅନେକ ସହର ଗୁଡ଼ିକୁ ରେଡ୍ ଜୋନରେ ରଖାଯାଇଛି । ତେଣୁ ଏହି ଅଞ୍ଚଳର ଲୋକମାନେ ଅନଲାଇନ କୌଣସି ଜିନିଷ ଅର୍ଡର କଲେ ତାହା ନଟ୍ ଡିଲିଭରେବଲ ବୋଲି ଦେଖାଦେବ ।
ପ୍ରସ୍ତୁତ ଅଛନ୍ତି ଇ-କମର୍ସ କମ୍ପାନୀ-

ସୁରକ୍ଷା ବ୍ୟବସ୍ଥା ସହିତ ଯତ୍ନର ସହ ଡେଲିଭରୀ କରିବା ପାଇଁ ଇ-କମର୍ସ କମ୍ପାନୀ ଗୁଡ଼ିକ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି । ବିଭିନ୍ନ ପ୍ରକାର ଜିନିଷ ସହିତ କଣ୍ଟାକ୍ଟଲେସ୍ ଜେଲିଭରୀ ପାଇଁ ବ୍ୟବସ୍ଥା କରାଯାଇଛି , ଯେଉଁଥିରେ ଜେଲିଭରୀ ଏଜେଣ୍ଟ ମାନେ ଘର ବାହାରେ ଜିନିଷ ରଖି ଆସିବେ ।

ଇ-ବାଣିଜ୍ୟ ବିଜନେସ୍ ସହିତ ଜଡିତ ଅଧିକାରୀମନଙ୍କ କହିବା ଅନୁଯାୟୀ, ଅନଲାଇନ୍ ବିକ୍ରେତାମାନଙ୍କର ଏକ ଛୋଟ ଅଂଶ ମେ ୪ ତାରିଖରୁ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରିବାରେ ସକ୍ଷମ ହେବ କାରଣ ଅନେକ ରାଜ୍ୟ ଇ-ବାଣିଜ୍ୟ କମ୍ପାନୀଗୁଡିକ ପାଇଁ ଏପର୍ଯ୍ୟନ୍ତ ସେମାନଙ୍କ ନିର୍ଦ୍ଦେଶାବଳୀ ଜାରି କରିନାହାଁନ୍ତି ଏବଂ ବହୁ ସଂଖ୍ୟକ ବିକ୍ରେତା ରେଡ୍ ଜୋନ୍ ରେ ଅଛନ୍ତି | ଶୁକ୍ରବାର ଦିନ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଲକଡାଉନ୍ ଦୁଇ ସପ୍ତାହ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି, କିନ୍ତୁ ଅରେଞ୍ଜ ଜୋନ୍ ଏବଂ ଗ୍ରୀନ୍ ଜୋନ୍ ରେ କିଛି ଆରାମ ପ୍ରଦାନ କରାଯିବ ବୋଲି ମଧ୍ୟ କହିଛନ୍ତି ।









ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା କୋଲକାତା ଫେରନ୍ତାଙ୍କ ଭିଡିଓ ଭାଇରାଲ୍ ହୋଇଛି । ସଂଗରୋଧରେ ଥିବା କୋଲକାତା ଫେରନ୍ତାମାନେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଟିକଟିକ୍ ଭିଡିଓ କରି ମସ୍ତି କରୁଛନ୍ତି । କିଏ ଝାଡ଼ୁ ଧରିଛି ତ କିଏ ଥାଳି ଓ ଆଉ କିଏ ବାଲଟି । ଥାଳି, ବାଲଟି ବାଡ଼େଇ କୋଲକାତା ଫେରନ୍ତାମାନେ ସଂଘରୋଧରେ ସଂକୀର୍ତ୍ତନ କରିଛନ୍ତି ।
ଏହି କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ୯ ଜଣ କୋଲକାତା ଫେରନ୍ତା ଅଛନ୍ତି । ଟିକଟିକ୍ ଭିଡିଓ ଭାଇରାଲ୍ ହେବା ପରେ ଫେରନ୍ତାଙ୍କ ନାଁରେ ସରପଞ୍ଚ ସ୍ୱର୍ଣ୍ଣମୟୀ ଜେନା ଏତଲା ଦେଇଛନ୍ତି । ତିହିଡ଼ି ଥାନାରେ ସରପଞ୍ଚ, ୯ ଫେରନ୍ତାଙ୍କ ମଧ୍ୟରୁ ୭ ଜଣଙ୍କ ନାଁରେ ଏତଲା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । ଗତକାଲି ମୁଖ୍ୟ ଶାସନ ସଚିବ ଫେରନ୍ତା କୌଣସି ନିୟମ ଉଲ୍ଲଂଘନ କଲେ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ ।