spot_img
Home Blog Page 7163

ସଟଡାଉନ୍ ସମୟରେ ଏହି ସବୁ କାର୍ଯ୍ୟକୁ ଅନୁମତି

ଭୁବନେଶ୍ୱର: କରୋନା ସଂକ୍ରମିତ ୧୧ ଜିଲ୍ଲାରେ ୨ ଦିନିଆ ସଟଡାଉନ୍ । ଶନିବାର ଓ ରବିବାର ସଟଡାଉନ୍ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ କେତକ କାର୍ଯ୍ୟକୁ ଅନୁମତି ଦିଆଯାଇଛି । ଏହି ସମୟରେ ମେଡିକାଲ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ କରାଯାଇପାରିବ । ଏଟିଏମ୍ ଏବଂ ଆର୍ଥିକ ସଂସ୍ଥା ଯଥା ଆରବିଆଇ, କ୍ଲିଅରିଂ ହାଉସେସ୍ କାର୍ଯ୍ୟ କରାଯାଇ ପାରିବ ।

ବିମାନବନ୍ଦର, ରେଲୱେ ଷ୍ଟେସନ୍ ଓ ବସ୍ ଟର୍ମିନାଲର କାର୍ଯ୍ୟାଳୟ ଚାଲିବ । ଏଥିରେ ଜଡ଼ିତ କର୍ମଚାରୀଙ୍କ ଯାତାୟାତରେ ବାଧା ରହିବ ନାହିଁ । ଜୋମାଟୋ, ସ୍ୱିଗି ଭଳି ଅନଲାଇନ୍ ଖାଦ୍ୟ ଡେଲିଭରୀ ସଂସ୍ଥା କାର୍ଯ୍ୟ କରିପାରିବେ । ସମ୍ବାଦପତ୍ର ବିକ୍ରି କରୁଥିବା ସକାଳ ୫ଟାରୁ ୮ଟା ଯାଏଁ କାମ କରିବେ । ରୋଷେଇ ଗ୍ୟାସ ଡେଲିଭରୀ ଓ ତା ସହ ଜଡ଼ିତ କାର୍ଯ୍ୟ କରାଯାଇ ପାରିବ ।

କୌଣସି ସଂସ୍ଥାରେ ନିୟୋଜିତ ଥିବା କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାତାୟାତ କରିପାରିବେ । ରେଲୱେ ଷ୍ଟେସନ୍, ବସ୍ ଷ୍ଟାଣ୍ଡ, ବିମାନବନ୍ଦରରୁ ଯାତ୍ରୀ ନେବାଆଣିବା ପାଇଁ ଟ୍ୟାକ୍ସି ଓ ଅଟୋକୁ ପୋଲିସ ଠାରୁ ଅନୁମତି ନେବାକୁ ପଡ଼ିବ । ବିବାହ ଓ ଶେଷ କ୍ରିୟା କାର୍ଯ୍ୟ ପାଇଁ ପୋଲିସ ଅନୁମତି ଦେବ । କଟକ-ଭୁବନେଶ୍ୱର ଜିଲ୍ଲା ବାହାରକୁ ଯିବା ପାଇଁ ପୋଲିସ ଠାରୁ ଅନୁମତି ନେବେ ।

ଦେଶରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ

ସୁପ୍ରିମକୋର୍ଟଙ୍କ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ : ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସା ଖର୍ଚ୍ଚ ସୀମା ନିର୍ଦ୍ଧାରଣ ହେବା ଉଚିତ୍ କି ?

ନୂଆଦିଲ୍ଲୀ:  ଘରୋଇ ହସ୍ପିଟାଲ ଗୁଡିକରେ କରୋନା ଚିକିତ୍ସା ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରିବା ପାଇଁ ଦାଏର ଆବେଦନକୁ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ପକ୍ଷ ଜାଣିବାକୁ ଚାହିଁଛନ୍ତି । ସଲିସିଟର ଜେନରାଲ ତୁଷାର ମେହଟାଙ୍କୁ ଏକ ସପ୍ତାହ ମଧ୍ୟରେ  ଯବାବ ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ । ଆବେଦନ ଉପରେ ଶୁଣାଣି ଏକ ସପ୍ତାହ ପରେ ହେବ ।

ଏହା ପୂର୍ବରୁ ସୁପ୍ରିମକୋର୍ଟ ଘରୋଇ ଓ ଦାତବ୍ୟ ଚିକିତ୍ସାଳୟରେ କରୋନା ସଂକ୍ରମିତଙ୍କ ମାଗଣା କିମ୍ବ କମ ଖର୍ଚ୍ଚରେ ଚିକିତ୍ସା କରାଯାଇ ପାରିବ କି ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରି ଥିଲେ । କେନ୍ଦ୍ର ଏନେଇ ଗୁରୁବାର ଦିନ ସତ୍ୟପାଠ ଦାଖଲ କରିଥିଲା । କେନ୍ଦ୍ର ତରଫରୁ ଉତ୍ତରରେ କୁହାଯାଇଥିଲା ଯେ, ଏଭଳି ନିର୍ଦ୍ଦେଶ ଦେବା ପାଇଁ ଆମ ପାଖରେ କୌଣସି ଆଇନଗତ ଶକ୍ତି ନାହିଁ ।

କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ୍ ଆଇନ୍ ୨୦୧୦ ଅନ୍ତର୍ଗତରେ ହସ୍ପିଟାଲଙ୍କୁ ନିର୍ଦ୍ଦେଶ ଦେବା ପାଇଁ କୌଣସି ବ୍ୟବସ୍ଥା ନାହିଁ ବୋଲି କେନ୍ଦ୍ର ନିଜ ସତ୍ୟପାଠରେ କହିଛି । ସାର୍ବଜନୀକ ଭୂମି ଉପରେ ପ୍ରତିଷ୍ଠା ହୋଇଥିବା ଘରୋଇ ହସ୍ପିଟାଲରେ କରୋନା ରୋଗୀଙ୍କ ମାଗଣା ଚିକିତ୍ସା କରାଯିବା ପାଇଁ ଆଦେଶ କେବଳ ସମ୍ବନ୍ଧିତ ରାଜ୍ୟ ଦେଇ ପାରିବେ ବୋଲି ସତ୍ୟପାଠରେ କୁହାଯାଇଛି ।

କେନ୍ଦ୍ର ସରକାର କହିଛନ୍ତି ଯେ ମାଗଣା ଚିକିତ୍ସା ଭଳି ଦାବି ଦ୍ୱାରା ଚ୍ୟାରିଟେବଲ ହସ୍ପିଟାଲଙ୍କ ଆର୍ଥିକ ସ୍ୱାସ୍ଥ୍ୟା ଉପରେ ପ୍ରଭାବ ପଡିବ । କୌଣସି ପ୍ରକାରର ଶୁଣାଣି ପୂର୍ବରୁ ଚ୍ୟାରିଟେବଲ ସଂସ୍ଥାଙ୍କୁ ଶୁଣାଣିର ଅବସର ଦିଆଯିବା ଉଚିତ ବୋଲି କେନ୍ଦ୍ର କହିଛି ।

ଭୁବନେଶ୍ୱରର ୧୩ ଜଣ କରୋନା ସଂକ୍ରମିତଙ୍କର ଆସିଲା ଟ୍ରାଭେଲ ହିଷ୍ଟ୍ରୀ

ଭୁବନେଶ୍ୱର: ଆସିଲା ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୧୩ ଜଣ କରୋନା ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରୀ । ୧୩ ଜଣଙ୍କ ମଧ୍ୟରୁ ୭ ଜଣ ରାଜ୍ୟ ବାହାରକୁ ଯାଇ ସଂକ୍ରମିତ ହୋଇଥିବା ବେଳେ ୬ ଜଣ ସ୍ଥାନୀୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି । ପାତ୍ରପଡ଼ା ଅଞ୍ଚଳରୁ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କର ଟ୍ରାଭେଲ ହିଷ୍ଟ୍ରୀ ପୂର୍ବରୁ ଦିଲ୍ଲୀ ରହିଛି  । ସେହିଭଳି ନ୍ୟୁ ଫରେଷ୍ଟ ପାର୍କ ଏବଂ ଲକ୍ଷ୍ମୀସାଗର ଅଞ୍ଚଳରୁ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କର ମଧ୍ୟ ଟ୍ରାଭେଲ ହିଷ୍ଟ୍ରୀ ଦିଲ୍ଲୀ ରହିଛି । କଳ୍ପନା ଚିନ୍ତାମଣିଶ୍ୱରରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କର ମହାରାଷ୍ଟ୍ର ଟ୍ରାଭେଲ ହିଷ୍ଟ୍ରୀ ରହିଥିବା ବେଳେ ଓଲ୍ଡଟାଉନରୁ ଚିହ୍ନଟ ହୋଇଥିବା ସଂକ୍ରମିତି ବ୍ୟକ୍ତିଙ୍କର ଟ୍ରାଭେଲ ହିଷ୍ଟ୍ରୀ ପଶ୍ଚିମବଙ୍ଗ ରହିଛି । ସ୍ଥାନୀୟ ଲୋକଙ୍କ ଦ୍ୱାରା ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ଟ୍ରାଭେଲ ହିଷ୍ଟ୍ରୀ ହେଉଛି ଡ଼ୁମୁଡ଼ୁମା, ସାଲିଆ ସାହି, ୟୁନିଟ-୫, ଆଇଗିଣିଆ ଏବଂ ଲକ୍ଷ୍ମୀସାଗର ରହିଛି । ରାଜ୍ୟରେ ଆଜି ଆଉ ୧୩୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୧୨୪ଜଣ ଓ ୬ଜଣ ସ୍ଥାନୀୟ ଲୋକ ସଂକ୍ରମିତ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ୍‌ ସଂକ୍ରମିତ ସଂଖ୍ୟା ୨୬୦୮କୁ ବୃଦ୍ଧି ପାଇଛି । ସେପଟେ କେବଳ ଖୋର୍ଦ୍ଧାରୁ ୨୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି  ସେଥିମଧ୍ୟରୁ ଭୁବନେଶ୍ୱରର ଜଣେ ରହିଛନ୍ତି ।

ଗଜପତିଙ୍କ ବଦଳରେ କାହିଁକି ମୁଦିରସ୍ତ କଲେ ଛେରାପହଁରା ?

ପୁରୀ: ବିନା ଭକ୍ତ ଓ ସୀମିତ ସେବାୟତରେ ଚାଲିଛି ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା । ତେବେ, ଚଳିତଥର ଶ୍ରୀଜୀଉ ୧୦୮ ଗରା ସୁବାସିତ ଜଳରେ ଗାଧୋଇବା ପରେ ପୁରୀ ଗଜପତି ମହାରାଜା ଛେରାପହଁରା କରିନାହାଁନ୍ତି । ଗଜପତି ଦିବ୍ୟସିଂହ ଦେବଙ୍କ ସ୍ଥାନରେ ତାଙ୍କ ପତିନିଧି ମୁଦିରସ୍ତ ଛେରାପହଁରା କାର୍ଯ୍ୟ ସମ୍ପାଦନ କରିଛନ୍ତି ।

ଗଜପତି କାହିଁକି ଛେରାପହଁରା କରିବାକୁ ଆସିଲେନି ସେ ପ୍ରତିକ୍ରିୟା ରଖିଛନ୍ତି । ସରକାରଙ୍କ ଲକ୍‌ଡାଉନ ନିୟମ ବଳବତ୍ତର ଥିବାରୁ ଯୋଗଦେଲେନି । ୭ରୁ ଅଧିକ ଲୋକଙ୍କୁ ମନ୍ଦିର ବାହାରେ ଏକାଠି ହେବାକୁ ଅନୁମତି ନାହିଁ । ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି । ତେଣୁ ସେ ଛେରାପହଁରା କରିବାକୁ ଆସି ନଥିବା କହିଛନ୍ତି ।

ଏହାକୁ ଶ୍ରୀମନ୍ଦିର ଇତିହାସରେ ଦ୍ୱିତୀୟ ଘଟଣା ବୋଲି ଗଜପତି କହିଛନ୍ତି । ଏହାପୂର୍ବରୁ ୧୯୭୬ରେ ଗଜପତି ଛେରାପହଁରା କରିନଥିଲେ । ସେତେବେଳେ ଗଜପତି ଦିବ୍ୟସିଂହ ଦେବ ଆମେରିକାରେ LLM ପଢ଼ୁଥିଲେ ।

ବଡ଼ଦାଣ୍ଡରେ ରହିବନି ଭକ୍ତଙ୍କ ଭିଡ, ସେବକଙ୍କ ଗହଣରେ ହେବ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନଯାତ୍ରା

ଆଜିର ଚନ୍ଦ୍ର ଗ୍ରହଣରେ କେଉଁ ରାଶି ଉପରେ କ’ଣ ରହିବ ପ୍ରଭାବ ? ଆପଣଙ୍କ ରାଶି ଉପରେ ପ୍ରଭାବ ବାବଦରେ ଜାଣନ୍ତୁ

ଭୁବନେଶ୍ୱର: ଆଜି ରାତିରେ ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ହୋବାକୁ ଯାଉଛି । ଏହା ଏଭଳି ଚନ୍ଦ୍ରଗ୍ରହଣ ହେବ ଯାହା ରାତି ୧୧ଟା୧୫ ରୁ ଆରମ୍ଭ ହୋଇ ୬ ଜୁନ୍  ୨ଟା ୩୪ ରେ ଶେଷ ହେବ । ଏହି ଚନ୍ଦ୍ରଗ୍ରହଣ ଆମ ଜୀବନରେ କି ପ୍ରଭାବ ପକାଇବ ଏବଂ ଏହି ଚନ୍ଦ୍ରଗ୍ରହଣ ଦ୍ୱାରା କେଉଁ ପରିମାଣର ଲୋକ ଅଧିକ ପ୍ରଭାବିତ ହେବେ ଆସନ୍ତୁ ଜାଣିବା ।

ଏହି ଉପଛାୟା ଚନ୍ଦ୍ରଗ୍ରହଣ ବିଛା ରାଶିରେ ରହିବ । ବିଛା ରାଶିର ଅଷ୍ଟମ ଘରେ ରାହୁ ଗମନାଗମନ କରୁଛନ୍ତି । ରାହୁକୁ ସଂକ୍ରମଣ, ରୋଗ ଏବଂ ରୋଗର କାରଣକାରୀ ଗ୍ରହ ବୋଲି ବିବେଚନା କରାଯାଏ । ଏହି ଚନ୍ଦ୍ରଗ୍ରହଣ ସମୟରେ ରାହୁ ଏହାର ଭଲ ପ୍ରଭାବ ଦେଖାଇବାକୁ ସମର୍ଥ ହେବେ ନାହିଁ, ଯେଉଁ କାରଣରୁ ଏହି ରାଶି ବ୍ୟକ୍ତିମାନେ କିଛି ଅସୁବିଧାର ସମ୍ମୁଖୀନ ହେବେ ।

ଏହାସହ ସେମାନଙ୍କର ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ କରନ୍ତି । ଏବଂ ଏହି ଚନ୍ଦ୍ରଗ୍ରହଣରେ ସେମାନେ ନିଜର ବିଶେଷ ଯତ୍ନ ନେବାକୁ ପଡିବ । ଚନ୍ଦ୍ରଗ୍ରହଣ ସମୟରେ ଭଗବାନ ଶିବଙ୍କ ଚାଳିଶା ପାଠ କରନ୍ତୁ ଏବଂ ଶିବଙ୍କର ମନ୍ତ୍ର ଓ ନମଃ ଶିବାୟ ଜପ କରନ୍ତୁ । ଆପଣମାନେ ଭଗବାନ ଶିବଙ୍କୁ ଯେତେ ପୂଜା କରିବେ, ସେତେ ଅଧିକ ଲାଭ ପାଇବ । ଏହାସହ ଆପଣ ଆପଣଙ୍କ ମାତାର ପାଦକୁ ମଧ୍ୟ ସ୍ପର୍ଶ କରନ୍ତୁ ।

ଚନ୍ଦ୍ରମା ମନର ଏକ କାରକ ବୋଲି ବିବେଚନା କରାଯାଏ, ତେଣୁ ଯେତେବେଳେ ଚନ୍ଦ୍ରରେ ଗ୍ରହଣ ଲାଗେ ସେତେବେଳେ ମନରେ, ନକାରାତ୍ମକ ଚିନ୍ତାଧାରା ନିଶ୍ଚିତ ଭାବରେ ଲୋକଙ୍କ ମନରେ ଆସେ । ଚନ୍ଦ୍ରଗ୍ରହଣ ସମୟରେ ସମସ୍ତେ ନିଜ ମନକୁ ମଜବୁତ କରିବାକୁ ଚେଷ୍ଟା କରିବା ଉଚିତ୍ । ନିଜକୁ ଶୁଦ୍ଧ ଏବଂ ପବିତ୍ର ରଖନ୍ତୁ । ଚନ୍ଦ୍ରଗ୍ରହଣ ସମୟରେ ନିଜ ସହ ଛୋଟ ପିଲାମାନଙ୍କର ବିଶେଷ ଯତ୍ନ ନିଅନ୍ତୁ ।

ଚଳିତ ବର୍ଷ କେତେଥର ଚନ୍ଦ୍ରଗ୍ରହଣ ଲାଗିବ

ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୧୦ ଜାନୁଆରୀ ୨୦୨୦ ରେ ଆରମ୍ଭ ହୋଇଥିଲା । ଦ୍ୱିତୀୟ ଚନ୍ଦ୍ରଗ୍ରହଣ ୫ ଜୁନ୍ ଅର୍ଥାତ୍ ଆଜି ରାତିରେ ହେବାକୁ ଯାଉଛି । ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ ହେବ ଯାହା ଭାରତ ସମେତ ଏସିଆ, ଆଫ୍ରିକା ଏବଂ ୟୁରୋପରେ ଦେଖାଯିବ । ଏହି ଚନ୍ଦ୍ରଗ୍ରହଣ ଭାରତ ସମେତ ସାଉଦି, ଦକ୍ଷିଣ-ପୂର୍ବ ଏବଂ ଏସିଆରେ ସମ୍ପୂର୍ଣ୍ଣ ଦୃଶ୍ୟମାନ ହେବାର ସମ୍ଭାବନା ରହିଛି । ଏହା ପରେ ୪ର୍ଥ ଚନ୍ଦ୍ରଗ୍ରହଣ ଜୁଲାଇ ୫ ରେ ହେବ କିନ୍ତୁ ଏହା ଭାରତରେ ଦେଖାଯିବ ନାହିଁ। ଦକ୍ଷିଣ ପୂର୍ବ ସମେତ ଆଫ୍ରିକା ଏବଂ ଆମେରିକାରେ ଏହା ଦେଖିବାକୁ ମିଳିବ ।

ଚନ୍ଦ୍ରଗ୍ରହଣ ଦେଖିବା ସୁରକ୍ଷିତ ନା ନାହିଁ ?

ସୂର୍ଯ୍ୟ ପରାଗଠାରୁ ଏହା ଭିନ୍ନ, ଚନ୍ଦ୍ରଗ୍ରହଣ ଖାଲି ଆଖିରେ ଦେଖାଯାଏ । ଏହା ଆଖି ଉପରେ କୌଣସି ଖରାପ ପ୍ରଭାବ ପକାଇବ ନାହିଁ । ବୈଜ୍ଞାନିକଙ୍କ ଅନୁଯାୟୀ, ୨୦୨୦ ମସିହାରେ ରାତିରେ ଚନ୍ଦ୍ରଗ୍ରହଣ ସହଜରେ ଦେଖାଯାଏ କାରଣ ରାତିରେ ବାୟୁମଣ୍ଡଳରେ କୌଣସି କ୍ଷତିକାରକ କିରଣ ରହି ନଥାଏ । ଚନ୍ଦ୍ରଗ୍ରହଣ ଦେଖିବାକୁ ଚଷମା ପନ୍ଧିବାର କୌଣସି ଆବଶ୍ୟକତା ନାହିଁ । ତେବେ ଗର୍ଭବତୀ ମହିଳାମାନଙ୍କୁ ଚନ୍ଦ୍ରଗ୍ରହଣ ସମୟରେ ଘରୁ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

କେରଳ: ଗର୍ଭବତୀ ହାତୀ ହତ୍ୟା ମାମଲା, ଜଣେ ସନ୍ଦିଗ୍ଧ ଗିରଫ

ପଲକ୍କଡ: କେରଳର ପଲକ୍କଡ ଜିଲ୍ଲାର ଗର୍ଭବତୀ ହାତୀ ହତ୍ୟା ମାମଲାରେ ପୋଲିସ ଜଣକୁ ଗିରଫ କରିଛି । ଏହାପୂର୍ବରୁ ପୋଲିସ ତିନି ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରିଥିଲା । କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କହିଛନ୍ତି ଯେ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
କେରଳ ଜଙ୍ଗଲ ମନ୍ତ୍ରୀ କେ ରାଜୁ କହିଛନ୍ତି ଯେ, ଗର୍ଭବତୀ ହାତୀ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ପି ବିଜୟନ କହିଛନ୍ତି ଯେ, ମାମଲାର ତଦନ୍ତ କରୁଥିବା ପୋଲିସ ଓ ଜଙ୍ଗଲ ବିଭାଗର ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଆଇନ ଦୋଷୀଙ୍କୁ ଦଣ୍ଡିତ କରିବ । ଏହା ସହ ସେ ଏହି ମାମଲା ଆଳରେ କେରଳର ଛବି ଖରାପ କରିବା ପାଇଁ କିଛି କେନ୍ଦ୍ର ମନ୍ତ୍ରୀ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ।

ହାତୀ ମୃତ୍ୟୁକୁ ନେଇ ଦେଶବ୍ୟାପୀ ଆକ୍ରୋଶ
କେରଳରେ ଗର୍ଭବତୀ ହାତୀ ହତ୍ୟାକୁ ନେଇ ଦେଶବ୍ୟାପି ଆକ୍ରୋଶ ଦେଖିବାକୁ ମିଳିଛି । କେନ୍ଦ୍ର ସରକାର ମଧ୍ୟ ଏହି ମାମଲାରେ ରାଜ୍ୟକୁ ରିପୋର୍ଟ ମାଗିଛନ୍ତି । କିଛି ଦିନ ତଳେ ଖାଦ୍ୟ ସନ୍ଧାନରେ ଜନବସତିକୁ ଆସିଥିବା ଗୋଟିଏ ଗର୍ଭବତୀ ହାତୀକୁ ସପୁରୀରେ ବିସ୍ଫୋରକ ଦେଇ ହତ୍ୟା କରାଯାଇଥିଲା । ହାତୀଟି ଏହି ସପୁରୀ ଖାଇବା ପରେ ସେଥିରେ ବିସ୍ଫୋରଣ ହୋଇଥିଲା । ଫଳରେ ତା’ ଦାନ୍ତ ଓ ମୁହଁରେ ଗମ୍ଭୀର ଆଘାତ ହୋଇଥିଲା । ହାତୀଟି ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ଗୋଟିଏ ପୋଖରୀ ମଧ୍ୟକୁ ପ୍ରବେଶ କରିଥିଲା । ସେଠାରେ ତିନି ଦିନ ରହିବା ପରେ ପାଣି ଭିତରେ ହିଁ ତାର ମୃତ୍ୟୁ ହୋଇଥିଲା ।

ଗର୍ଭବତୀ ହାତୀର ହତ୍ୟାକରୀଙ୍କ ବାବଦରେ ସୂଚନା ଦେଲେ ମିଳିବ ଦେଢ଼ ଲକ୍ଷ ଟଙ୍କାର ପୁରସ୍କାର ରାଶି

୧୨ ଘଣ୍ଟା ହେଲା ମେଡିକାଲ ବେଡରେ ପଡ଼ିଛି ମୃତଦେହ, ଜଗିଛନ୍ତି ୨ ନାବାଳକ ପୁଅ

ବୁର୍ଲା: ସଂକ୍ରମଣ ଭୟରେ ହାତ ଛୁଉଁନି ଶବ । ନିର୍ବୋଦ୍ଧ ୨ ନାବାଳକ ପୁଅ ମାଆର ମୃତଦେହ ଜଗି ବସିଛନ୍ତି । ବୁଝି ପାରୁନାହାଁନ୍ତି କେମିତି କରିବେ ସତ୍କାର ? ହୃଦୟନତାର ଏ ଘଟଣା ହେଉଛି ସମ୍ବଲପୁର ଜିଲ୍ଲା ବୁର୍ଲା ଭୀମସାର ମେଡିକାଲର । ଯେଉଁଠି ମେଡିକାଲ୍ ବେଡରେ ଦୀର୍ଘ ୧୨ ଘଣ୍ଟା ହେଲା ମୃତଦେହ ପଡ଼ି ରହିଛି । ସମ୍ପର୍କୀୟ କି ପରିବାର ଲୋକ କେହି ଆସିନଥିବାରୁ ମୃତଦେହରୁ ମେଡିକାଲ ବେଡରୁ ଉଠିପାରୁନି ।

ଖବର ଅନୁସାରେ ବଲାଙ୍ଗିର ଜିଲ୍ଲା ସିଙ୍ଗଦବାହାଲି ଗାଁର ମହିଳା ଜଣଙ୍କ ଗତକାଲି ଅସୁସ୍ଥତା ଯୋଗୁଁ ବୁର୍ଲା ଭୀମସାର ମେଡିକାଲରେ ଭର୍ତ୍ତି ହୋଇଥିଲେ । ପୂର୍ବରୁ ସ୍ୱାମୀ ଚାଲି ଯାଇଥିବା ବେଳେ ସାହାରା ୨ ନାବାଳକ ପୁଅ ମାଆକୁ ଭଲ କରିବାକୁ ନେଇ ଆସିଥିଲେ ମେଡିକାଲ ।

କିନ୍ତୁ, ଭାଗ୍ୟ ସାଥ୍ ଦେଲାନି । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ମାଆ । ତାପରେ କଣ କରିବେ କିଛି ବୁଝିନପାରି ନାବାଳକ ପୁଅ ଦୁହେଁ ମାଆର ମୃତଦେହକୁ ଗତରାତିରୁ ଭୋକ ଉପାସରେ ଜଗି ବସିଛନ୍ତି । ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

୨୪ ଘଣ୍ଟାରେ ଦେଶରେ ୧୦ହଜାର ନୂଆ କରୋନା ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରାୟ ୧୦ହଜାର ନୂଆ ମାମଲା ସାମ୍ନାକୁ ଆସିଛି  । ଏହା ବ୍ୟତୀତ ଏକ ସମୟରେ ୨୭୩ ରୋଗୀଙ୍କର ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୨,୨୬,୭୭୦ରେ ପହଞ୍ଚିଛି । ଏଥି ସହିତ, ଏପର୍ଯ୍ୟନ୍ତ ୬୩୪୮ ଜଣଙ୍କର ମୃତ୍ୟୁ ହୋଇଛି । ଗତ ଗୋଟିଏ ଦିନରେ ୯୮୫୧ଟି ମାମଲା ସାମ୍ନାକୁ ଆସିଛି ।

ମହାରାଷ୍ଟ୍ର, ଦିଲ୍ଲୀ, ଗୁଜୁରାଟ, ତାମିଲନାଡୁ ପରି ରାଜ୍ୟଗୁଡିକ କରୋନା ଭାଇରସ୍ ତାର ଭୟଙ୍କର ରୂପ ଦେଖାଇଛି । ମହାରାଷ୍ଟ୍ରରେ ୭୭,୭୯୩ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରୁ ୪୧୪୦୨ଜଣ ସକ୍ରିୟ ଏବଂ ୩୩୬୮୧ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ, ଏପର୍ଯ୍ୟନ୍ତ ୨୭୧୦ ଜଣଙ୍କର ମୃତ୍ୟୁ ହୋଇଛି । ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ୨୫୦୦୪ ମାମଲା ଚିହ୍ନଟ ହୋଇଛି, ସେଥିମଧ୍ୟରୁ ୧୪୪୫୬ଜଣ ସକ୍ରିୟ ଅଛନ୍ତି । ଏଥିସହିତ ୯୮୯୮ ଜଣ ଲୋକ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ୬୫୦ ରୋଗୀଙ୍କ ମୃତ୍ୟୁ ହୋଇଛି ।

ତାମିଲନାଡୁରେ କରୋନା ରୋଗୀଙ୍କ ସଂଖ୍ୟା ୨୭୨୫୬କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୧୨୧୩୪ ସକ୍ରିୟ ମାମଲା ଅଛି ଏବଂ ୧୪୯୦୨ ଜଣ ଲୋକ ଆରୋଗ୍ୟ ହୋଇଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ୨୨୦ ଜଣଙ୍କର ମୃତ୍ୟୁ ହୋଇଛି। ଗୁଜୁରାଟରେ ୧୮୫୮୪ଟି କରୋନା ମାମଲା ରହିଛି, ଯେଉଁଥିରେ ୪୭୬୨ ସକ୍ରିୟ ରୋଗୀ ଅଛନ୍ତି। ଏହା ବ୍ୟତୀତ ରାଜ୍ୟରେ ୧୧୫୫ ଜଣଙ୍କର ମୃତ୍ୟୁ ହୋଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ୯୨୩୭ଟି ସକାରାତ୍ମକ ମାମଲା ଦେଖିବାକୁ ମିଳିଛି । ଏଥିମଧ୍ୟରୁ ୨୪୫ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ ୩୫୫୩ ସକ୍ରିୟ ରୋଗୀ ଅଛନ୍ତି। ମଧ୍ୟପ୍ରଦେଶରେ କରୋନା ମାମଲା ସଂଖ୍ୟା ୮୭୬୨, ସେଥିମଧ୍ୟରୁ ୨୭୪୮ଟି ସକ୍ରିୟ ମାମଲା ଏବଂ ୫୬୩୭ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୩୭୭ ଜଣଙ୍କର ମୃତ୍ୟୁ ହୋଇଛି।

ଆୟୁଷ ହାନି କରୁଛି କୃତ୍ରିମ ଜଙ୍ଗଲ, କମିବାରେ ଲାଗିଛି ଅମ୍ଳଜାନ

ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ଯାହା ପାଇଁ ଆଜି ମଣିଷ ଜିଉଁଛି । ପରିବେଶ, ଯାହା ପାଇଁ ଜୀବନ ଜୀବିକା ସବୁ ସମ୍ଭବ ହୋଇପାରିଛି । ଏହାକୁ ନେଇ କାହିଁ କେତେ କଥା ଆମେ ଶୁଣି ଆସିଛେ । ପରିବେଶ କହିଲେ ଆମର ଛୋଟ ବେଳର ସେହି ଢଗ କଥା ମନେ ପଡ଼ିଯାଏ । ଯେମିତି ‘ପରିବେଶ ସୁରକ୍ଷା ଜୀବନ ରକ୍ଷା’ । ଏହି ଢଗ ଯଥେଷ୍ଟ ସତ୍ୟାସତ୍ୟ ମଧ୍ୟ ରହିଛି ।

ଗୋଟିଏ ଛୋଟ ଗଛ ବି ଆମକୁ ବଞ୍ଚିବାରେ ସାହାଯ୍ୟ କରିଥାଏ । କାରଣ ଆମର ପ୍ରତିଟି ପ୍ରଶ୍ୱାସର ଗଛରୁ ମିଳୁଥିବା ଅମ୍ଳଜାନକୁ ଆମେ ନେଇଥାଉ । ଏବଂ ଗୋଟିଏ ବୟସ୍କ ଗଛଟିଏ ବି କୋଟି କୋଟି ଟଙ୍କାର ଅକ୍ସିଜେନ ଦେଇଥାଏ ।

ଅମ୍ଳଜାନ ଆମକୁ ଚିନ୍ତା କରିବାକୁ ବାଧ୍ୟ କରେ ଯେ ଗଛଟିଏ ଆମ ଜୀବନ ପାଇଁ କେତେ ଉପଯୋଗୀ । ବିକାଶର ଦୌଡ଼ରେ କୁତ୍ରିମ ଜଙ୍ଗଲର ପରିସର ବୃଦ୍ଧି ପାଉଥିବା ବେଳେ ପ୍ରାକୃତିକ ଜଙ୍ଗଲର ପରିସର ଦ୍ରୁତ ଗତିରେ ସଂକୀର୍ଣ୍ଣ ହେଉଛି । ଏହାକୁ ନେଇବିଶେଷଜ୍ଞ କହିଛନ୍ତି ଯେ, ଏହି ଗଛଗୁଡ଼ିକ ଲୋକଙ୍କୁ କେତେ ସାହାଯ୍ୟ କରେ ତାହା ସେମାନେ ଜାଣନ୍ତି ନାହିଁ ।

ଏକ ବୟସ୍କ ବୃକ୍ଷ ଦୈନିକ ହାରାହାରି ୨୩୦ ଲିଟର ଅମ୍ଳଜାନ ଦେଇଥାଏ । ଏହି ସମୟ ମଧ୍ୟରେ ଏହା ବାୟୁମଣ୍ଡଳରେ ଉପସ୍ଥିତ ୪୮ ପାଉଣ୍ଡ କାର୍ବନ ଡାଇଅକ୍ସାଇଡ୍ ମଧ୍ୟ ଗ୍ରହଣ କରିଥାଏ | ଗଛ ଚାରିପାଖରେ ଅଳିଆ ଆବର୍ଜନା ଜାଳିବା ଦ୍ୱାର ଗଛର ଅମ୍ଳଜାନ ନିର୍ଗତ କରିବାର କ୍ଷମତା ଅଧା ହୋଇ ଯାଏ ।

ପ୍ରତ୍ୟେକ ବ୍ୟକ୍ତି ଦୈନିକ ୫୫୦ ଲିଟର ଅମ୍ଳଜାନ ଆବଶ୍ୟକ କରନ୍ତି । କିନ୍ତୁ ଆଜିର ପିଢି ଏହି ପରିବେଶକୁ ମୂଳରୁ ଶେଷ କରୁଛି । ଜଙ୍ଗଲକୁ ପଦା କରିବା ସହ ଅଜାଣନ୍ତରେ ନିଜ ଭବିଷ୍ୟତକୁ ଅନ୍ଧାରକୁ ଟାଣି ନେଉଛି ।

ସବୁଠୁ ଅଧିକ ଅମ୍ଳଜାନ ବରଗଛ, ନିମ୍ବ ଗଛ, ଆଉ ତୁଳସୀ ଗଛ ଦେଇଥାନ୍ତି । ଏମାନେ ହେଲେ ଜୀବନ ରକ୍ଷାକାରୀ ଗଛ । ଆପଣ ଜାଣନ୍ତି କି ୭୫୦ଲିଟର ଅମ୍ଳଜାନର ମୁଲ୍ୟ ୮୫୦୦ଟଙ୍କା ।

ଅନଲାଇନ୍ କମ୍ପାନୀଗୁଡିକ ୮୫୦୦ ଟଙ୍କାରେ ୭୫୦ ଲିଟର ଅମ୍ଳଜାନ ସିଲିଣ୍ଡର ଯୋଗାଉଛନ୍ତି । ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ବର୍ଷକୁ ୨୩ ଲକ୍ଷ ଟଙ୍କା ମୂଲ୍ୟର ଅମ୍ଳଜାନ ଗ୍ରହଣ କରେ । କେବଳ ସେତିକି ନୁହେଁ ଏମାନେ ଆଜମା ରୋଗକୁ ଦୂର କରିବାରେ ସହାୟତା କରିଥାଏ ।

ରାଜ୍ୟରେ ଆଉ ଏକ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ବୃଦ୍ଧି ପାଉଥିବା ବେଳେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ କରୋନାରେ ଚତୁର୍ଥ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କରୋନା ଆକ୍ରାନ୍ତ ଜଣଙ୍କ ୬୩ ବର୍ଷୀୟ ପୁରୁଷ । ସେ ଡାଇବେଟିସ୍ ସହ ଅନ୍ୟ ରୋଗରେ ଆକ୍ରାନ୍ତ ଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଆକ୍ରାନ୍ତ ଜଣଙ୍କର ଚିକିତ୍ସା ଚାଲିଥିବା ବେଳେ କୋଭିଡ୍ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩୦ଟି ନୂତନ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସଂକ୍ରମିତଙ୍କ ସଂଖ୍ୟା ୨୬୦୮ ଥିବାବେଳେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୧୧୭ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ୧୪୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଖୋର୍ଦ୍ଧାର ନୂଆ ମୃତ୍ୟୁକୁ ମିଶାଇ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି ।

ଦେଶରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ