ମୁମ୍ବାଇ: ୟେସ୍ ବ୍ୟାଙ୍କର ଗ୍ରାହକଙ୍କୁ ଖୁବ ଶୀଘ୍ର ମିଳିବ ଆଶ୍ୱସ୍ତି । ଏନେଇ ସୂଚନା ଦେଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ବୁଧବାର ଠାରୁ ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଲାଗୁ କରାଯାଇଥିବା ପ୍ରତିବନ୍ଧକ ହଟାଯିବ। ଏହାର ଅର୍ଥ ଗ୍ରାହକମାନେ ସେମାନଙ୍କ ଆକାଉଣ୍ଟରୁ ୫୦ ହଜାରରୁ ଅଧିକ ଟଙ୍କା ଉଠାଇବାକୁ ସକ୍ଷମ ହେବେ। ଏହି ପ୍ରତିବନ୍ଧକ ବୁଧବାର ସନ୍ଧ୍ୟା ୬ଟାରେ ଶେଷ ହେବ ।

ଏହା ବ୍ୟତୀତ ସେ କହିଛନ୍ତି ଯେ ୟେସ୍ ବ୍ୟାଙ୍କରେ ଜମା କରୁଥିବା ଗ୍ରାହକଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ, ସେମାନଙ୍କୁ କୌଣସି ପ୍ରକାରର ଭୟଭୀତ ହେବାର ଆବଶ୍ୟକତା ନାହିଁ । ୟେସ୍ ବ୍ୟାଙ୍କର ନୂତନ ବୋର୍ଡ ମାର୍ଚ୍ଚ ୨୬ରୁ ଦାୟିତ୍ୱ ଗ୍ରହଣ କରିବ । ଶକ୍ତିକାନ୍ତ ଦାସଙ୍କ ସୂଚନା ଅନୁଯାୟୀ ଯେ , ଭାରତୀୟ ବ୍ୟାଙ୍କିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ ସୁରକ୍ଷିତ। ଲୋକମାନେ ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁନି | ସେ ୟେସ୍ ବ୍ୟାଙ୍କର ଗ୍ରାହକଙ୍କୁ କହିଛନ୍ତି ଯେ ସେ କୌଣସି ପ୍ରକାରେ ଭୟଭୀତ ହେବା ଉଚିତ୍ ନୁହେଁ, କାରଣ ତାଙ୍କ ଟଙ୍କା ସୁରକ୍ଷିତ ଅଛି ।

ଏହାସହ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ମଧ୍ୟ କରୋନା ଜୀବାଣୁ ଦ୍ୱାରା ପ୍ରଭାବିତ ହେବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ଅର୍ଥନୀତି ଉପରେ କମ୍ ପ୍ରଭାବ ପକାଇବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ କରୋନା ଉପରେ କାମ କରୁଛି ।



ଆସନ୍ତା ୨୦ ତାରିଖରେ ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ପଟିଅଲା ହାଉସ୍ କୋର୍ଟ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି । ତେବେ, ICJରେ ଆବେଦନ ଫାଶୀ ଉପରେ ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଉଛି । ଆଇନ୍ ବିଶେଷଜ୍ଞଙ୍କ ଅନୁଯାୟୀ ନେଦରଲାଣ୍ଡରେ ଅବସ୍ଥିତ ଅନ୍ତର୍ଜାତୀୟ ଅଦାଲତ ୨ ଦେଶ ମଧ୍ୟରେ ଥିବା ବିବାଦୀୟ ମାମଲାର ବିଚାର କରେ । ନିର୍ଭୟା କେସ୍ ବ୍ୟକ୍ତିଗତ ହୋଇଥିବାରୁ ICJ ଆବେଦନକୁ ଗ୍ରହଣ କରି ନପାରନ୍ତି ।


