spot_img
Home Blog Page 7180

ମହାକାଶରେ ଇତିହାସ ରଚିଲା ନାସା, ଦୁଇ ମହାକାଶଚାରୀଙ୍କୁ ସଫଳତା ପୂର୍ବକ ସ୍ପେସ୍ ପଠାଇଲା ଆମେରିକା

ଯୁକ୍ତରାଷ୍ଟ୍ର ଆମେରିକା: ମହାକାଶରେ ଇତିହାସ ରଚିଲା ନାସା । ନାସା ଓ ସ୍ପେସ ଏକ୍ସର ମିଳିତ ଉଦ୍ୟମୃରେ ପ୍ରସ୍ତୁତ ଡେମୋ- ୨ ମିଶନରେ ୨ ମହାକାଶଚାରୀଙ୍କୁ ମହାକାଶ ପଠାଇଛି ଆମେରିକା । ପ୍ରଥମ ଥର ପାଇଁ ଆମେରିକା ନିଜ ଏୟାରକ୍ରାଫ୍ଟ କଂପାନୀ ସ୍ପେସ ଏକ୍ସ ଦ୍ଵାରା ପ୍ରସ୍ତୁତ ଡ୍ରାଗନ ସ୍ପେଶକ୍ରାଫ୍‌ଟରେ ଅନ୍ତରୀକ୍ଷକୁ ଯାଇଛନ୍ତି ଦୁଇ ବିଜ୍ଞାନୀ ।

ରବର୍ଟ ବେହେନକେନ୍‌ ଓ ଡଗଲ୍ସ ହର୍ଲେଙ୍କୁ ନେଇ ମହାକାଶ ଯାଇଛି ଆମେରିକୀୟ ସ୍ପେସ କ୍ରାଫ୍ଟ । ଡ୍ରାଗନ ସ୍ପେଶକ୍ରାଫଟ ସଫଳତା ପୂର୍ବକ ପୃଥିବୀର କକ୍ଷ ପଥରେ ପହଞ୍ଚିଥିବା ବେଳେ, ୨ ମହାକାଶଚାରୀ ସୁସ୍ଥ ଥିବା ଆମେରିକା ରାଷ୍ଟ୍ରପତି ସୂଚନା ଦେଇଛନ୍ତି ।  ସେପଟେ ମିଶନ ସଫଳ ହେବା ଦ୍ଵାରା ଆମେରିକାକୁ ଆଉ ମହାକାଶ କାର୍ଯ୍ୟକ୍ରମ ପାଇଁ ଋଷ କିମ୍ବା ୟୁରୋପୀୟ ଦେଶ ଗୁଡିକ ଉପରେ ନିର୍ଭର କରିବାକୁ ପଡିବ ନାହି ବୋଲି ଟ୍ରମ୍ଫ କହିଛନ୍ତି ।

ମହାକାଶଚାରୀ ଦ୍ୱୟ ୧୧୦ ଦିନ ପର୍ଯ୍ୟନ୍ତ ମହାକାଶରେ ରହି ଗବେଷଣା କରିବାର କାର୍ଯ୍ୟକ୍ରମ ରହିଛି । ଡ୍ରାଗନ ସ୍ପେଶକ୍ରାଫଟ୍‌ର କ୍ୟାପସୁଲରେ ସର୍ବାଧିକ ୨୧୦ ଦିନ ପର୍ଯ୍ୟନ୍ତ ମହାକାଶରେ ରହିପାରିବେ ବୋଲି ନାସା ପକ୍ଷରୁ କୁହାଯାଇଛି ।

ଜୁନ୍‌ ୧୭ରେ ଆଉ ଖୋଲିବନି ସ୍କୁଲ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ଜୁନ୍‌ ୧୭ ତାରିଖରେ ରାଜ୍ୟରେ ଖୋଲିବନି ସ୍କୁଲ । କେନ୍ଦ୍ରର ଗାଇଡଲାଇନ୍‌ ପରେ ରାଜ୍ୟ ସରକାର ଏ ନିଷ୍ପତ୍ତି ନେଇଛନ୍ତି । ଜୁଲାଇରେ ସ୍ଥିତି ଅନୁଧ୍ୟାନ ପରେ ସ୍କୁଲ ଖୋଲିବା ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି ।

ସେହିପରି ଜୁଲାଇ ପହିଲାରୁ ବାକି ଥିବା ପରୀକ୍ଷା ଆରମ୍ଭ ହେବ । କାଲିଠୁ ଯୁକ୍ତ ୨ ଅନଲାଇନ୍‌ ଓ ୮ରୁ ଅଫଲାଇନ୍‌ ଖାତାଦେଖା ଆରମ୍ଭ ହେବ । ୨୭ଟି କେନ୍ଦ୍ରରେ ଯୁକ୍ତ ୨ ଖାତାଦେଖା ବ୍ୟବସ୍ଥା କରାଯାଇଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଓଡ଼ିଶା ଆସୁଛନ୍ତି ପଙ୍ଗପାଳ ! ଗୋଲାପି କ୍ଷତିକାରକ, ହେଲେ ହଳଦିଆ ନୁହେଁ…

ଭୁବନେଶ୍ୱର: ମାଡ଼ି ଆସୁଛନ୍ତି ପଙ୍ଗପାଳ । ଚାଷ ଓ ଚାଷୀଙ୍କ ପାଇଁ ବଡ଼ ସମସ୍ୟା ! ନଷ୍ଟ ହୋଇଯିବ ଫସଲ ! ଓଡ଼ିଶାକୁ ଜୁନ୍‌ରେ ଆସିପାରନ୍ତି ପଙ୍ଗପାଳ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ ବିହାର ଓ ଓଡ଼ିଶାକୁ ଜୁନ୍‌ରେ ଆସିପାରନ୍ତି ପଙ୍ଗପାଳ । ମୌସୁମୀ ବର୍ଷା ଆସିବା ପୂର୍ବରୁ ପାଙ୍ଗପାଳ ଓଡ଼ିଶା ଆସିବେ ଏବଂ ବର୍ଷା ଆସିଲେ ସେମାନେ ଚାଳିଯିବେ ।

ଶନିବାର ଏନେଇ ଏକ ଉଚ୍ଚସ୍ତରୀୟ ବୖଠକ ଅନୁଷ୍ଠିତ ହୋଇଥିଲା । ପଙ୍ଗପାଳଙ୍କଠାରୁ ଫସଲକୁ କିଭଳି ରକ୍ଷା କରାଯାଇପାରିବ ସେନେଇ ଚାଷୀଙ୍କୁ ସଚେତନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଟିଭି ଓ ଅନ୍ୟାନ୍ୟ ମାଧ୍ୟମ ଦ୍ୱାରା ଚାଷୀଙ୍କୁ ସଚେତନ କରାଯିବ । ଖାଲି ସେତିକି ନୁହେଁ ପଙ୍ଗପାଳ ସାଧାରଣତଃ ଝିଣ୍ଟିକା ନୁହନ୍ତି ବୋଲି ମଧ୍ୟ ଚାଷୀଙ୍କୁ ସଚେତନ କରାଯିବ ।

ଏହା ସହ ଜିଲ୍ଲା ଓ ବ୍ଲକ ସ୍ତରରୁ ଦୈନିକ ରିପୋର୍ଟ ଅଣାଯିବ । ଏନେଇ କୃଷି ନିର୍ଦେଶକଙ୍କ ଅଧୀନରେ ଏକ କଂଟ୍ରୋଲ ରୁମ୍‌ ଖୋଲା ଯାଇଛି । ପର୍ଯ୍ୟାପ୍ତ ପରିମାଣର ଔଷଧ ଯଥା ମାଲାଥାଇଅନ୍ (Malathaion), କ୍ଲୋରୋପ୍ୟାରୀଫସ୍‌ (Chlorpyriphus), ଡେ଼ଲ୍ଟାମେଥ୍‌ନୀ ପାଇଁ ସରକାରଙ୍କୁ କୁହାଯାଇଛି । ବଡ଼ ସ୍ପ୍ରେୟର୍‌ ଓ ଟ୍ରାକ୍ଟର ପାଇଁ ମଧ୍ୟ କୁହାଯାଇଛି । ତେବେ  ପଙ୍ଗପାଳ ସହ ଲଢ଼େଇ ପାଇଁ ଏନେଇ ଏକ ସ୍ୱତନ୍ତ୍ର ଟିମ୍‌ ମଧ୍ୟ  ଗଠନ କରାଯିବ ।

ଅନ୍ୟପଟେ କୀଟ ତତ୍ୱବିତ କହିଛନ୍ତି ୬୦ ବର୍ଷ ତଳେ ପଙ୍ଗପାଳ ଆସିଥିଲେ । ଗୋଲାପି ରଙ୍ଗର ପଙ୍ଗପାଳ ହେଉଛନ୍ତି ଫସଲ ପାଇଁ କ୍ଷତିକାରକ । କିନ୍ତୁ ଯଦି ହଳଦିଆ ରଙ୍ଗର ପଙ୍ଗପାଳ ଆସନ୍ତି ତେବେ ଫସଲ ପାଇଁ କୌଣସି ବିପଦ ନାହିଁ ।

ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ପ୍ରଶଂସା କଲେ ମୋଦି, ଦେଶବାସୀଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଦେଲେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୬୫ ତମ ମନ୍‌ କି ବାତ୍‌ ସଂସ୍କରଣରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି । ଆଜି ଦେଶକୁ ସମ୍ବୋଧିତ କରିବା ବେଳେ କରୋନା ଲଢ଼େଇରେ ପୁରା ଦେଶ ଏକ ହୋଇଥିବା କଥା କହି ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସବୁଠାରୁ ବଡ଼ କଥା ହେଲା ଓଡ଼ିଶାକୁ ବାତ୍ୟା ଅମ୍ଫାନ୍‌ର ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନ୍ୟବାଦ ଜଣାଇଛନ୍ତି । ବାତ୍ୟା ଅମ୍ଫାନ୍‌ ମୁକାବିଲାରେ ଓଡ଼ିଶା ଓ ପଶ୍ଚିମବଙ୍ଗର ଭୂମିକାକୁ ପ୍ରଶଂସା କରିଛନ୍ତି ମୋଦି ।

ମୋଦି କହିଛନ୍ତି, ପୂର୍ବ ଥର ଯେବେ ମନତ କି ବାତ୍ ବେଳେ, ଟ୍ରେନ୍, ବସ୍ ବିମାନ ସବୁ ବନ୍ଦ ରହିଥିଲା । ହେଲେ ଏବେ ଅନେକ କିଛି କଟକଣା କୋହଳ ହୋଇସାରିଛି । ଶ୍ରମିକମାନଙ୍କୁ ନିଜ ଭିଟା ମାଟିରେ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚାଲୁଛି । ଅନେକ କଟକଣା ସହ ବିମାନ ଓ ଶିଳ୍ପ କାରଖାନା ଗୁଡିକ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି । କହିବାକୁଗଲେ ଅର୍ଥବ୍ୟବସ୍ଥାର ଏକ ବଡ ଅଂଶ ଖୋଲିସାରିଛି । ଏଥିପାଇଁ ଆମକୁ ଏବେ ଅଧିକ ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି ମୋଦି ।’

ଏହା ସହ ମୋଦି କହିଛନ୍ତି ଯେ, ସେବା କଲେ ଦୁଃଖରୁ ମୁକ୍ତି ମିଳିପାରିବ । ସାରା ବିଶ୍ୱରେ ଯେଉଁ ହାରରେ କରୋନା ବ୍ୟାପିଛି, ଭାରତରେ ସେହି ପରିମାଣରେ ବ୍ୟପି ନାହିଁ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କଲେ ହିଁ ଏହି କରୋନା ଲଢ଼େଇରେ ଆମେ ଜିତିପାରିବା । ଦେଶର ଅର୍ଥ ବ୍ୟବସ୍ଥା ମଧ୍ୟ ଧିରେ ଧିରେ ସ୍ୱାଭାବିକ ହେବାରେ ଲାଗିଛି ।

କରୋନା ଲଢେଇ ସମୟରେ ଅନେକ ପ୍ରତିବନ୍ଧକ ଆସିଛି । କରୋନା ସଙ୍କଟର ପ୍ରଭାବ ଶ୍ରମିକମାନଙ୍କ ଉପରେ ସବୁଠୁ ବେଶୀ ପଡିଥିବା ଦେଖାଯାଇଛି । ଆତ୍ମନିର୍ଭର ଭାରତ ଗଠନ ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇସାରିଛି ।

କରୋନା ଯୁଦ୍ଧରେ ଦିନରାତି କାର୍ଯ୍ୟରତ ରେଳ କର୍ମଚାରୀଙ୍କୁ ମଧ୍ୟ ଅଗ୍ରଣୀ କୋରୋନା ଯୋଦ୍ଧା ବୋଲି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି । ଲୋକେ ସ୍ୱଦେଶୀ ବ୍ୟବହାର କରି ମେକ୍ ଇନ୍‌ ଇଣ୍ଡିଆକୁ ଉତ୍ସାହ ଦେଉଛନ୍ତି ।

ଖାଲି ସେତିକି ନୁହେଁ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ମଧ୍ୟ ଆଗ ଧାଡ଼ିର କରୋନା ଯୋଦ୍ଧା ବୋଲି କହି କୃତଜ୍ଞତା ଜଣାଇଛନ୍ତି ମୋଦି । ଦେଶର କୋଟିଏରୁ ଅଧିକ ପରିବାର ଆୟୁଷ୍ମାନ ଭାରତରେ ଯୋଡ଼ି ହୋଇଛନ୍ତି । ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ମଧ୍ୟରୁ ୮୦% ପରିବାର ଗ୍ରାମାଞ୍ଚଳର ରହିଛନ୍ତି ବୋଲି ମୋଦି ଆଜି ମନ୍‌ କି ବାତ୍‌ରେ କହିଛନ୍ତି ।’

ଭଦ୍ରକରୁ ଆଠ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ, ୨ ଗିରଫ

ଭଦ୍ରକ: ପୁଣି ଭଦ୍ରକରେ ସାମ୍ନକୁ ଆସିଲା ଧଳ ଜହର କାରବାର । ଜବତ ହେଲା ୮୧ ଗ୍ରାମ୍‌ର‌ ବ୍ରାଉନ୍‌ ସୁଗର । କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଟିମ୍‌ ଏହି ଧଳା ଜହର ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛି । ଘଟଣାରେ ଦୁଇ ଜଣଙ୍କୁ ପୋଲିସ ଗିରଫ ମଧ୍ୟ କରିଛି ।

ଭଦ୍ରକରେ ଦିନକୁ ଦିନ ବ୍ରାଉନ୍‌ ସୁଗର କାରବାର ବୃଦ୍ଧି ପାଉଥିବା ବାରମ୍ବାର ଅଭିଯୋଗ ହେଉଛି । ତେବେ ଏହି ରାକେଟ୍‌କୁ ଧରିବା ପାଇଁ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଅନେକ ଦିନ ଧରି ବେପାରୀଙ୍କ ଉପରେ ନଜର ରଖିଥିଲା । ଆଜି ଏଥିରେ ସଫଳ ହୋଇଛି ।

ଦୁଇ ଜଣ ବ୍ରାଉନ ସୁଗର ବେପାରୀ ଏକ ବାଇକ ଯୋଗେ ଯାଉଥିବା ବେଳେ ଚରମ୍ପା ଓଭର ବ୍ରିଜ୍‌ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ହାବୁଡ଼ରେ ପଡ଼ିଥିଲେ । ଯାଞ୍ଚ କରିବା ପରେ ସେମାନଙ୍କଠାରୁ ୮୧ ଗ୍ରାମ୍‌ର ବ୍ରାଉନ ସୁଗର ଜବତ କରାଯାଇଛି । ଏହାସହ ବାଇକକୁ ମଧ୍ୟ ଅବକାରୀ ବିଭାଗ ଜବତ କରିଛି । ଜବତ ବ୍ରାଉନ ସୁଗର ଆନୁମାନିକ ମୂଲ୍ୟ ୮ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି । ଗିରଫ ଅଭିଯୁକ୍ତମାନେ ଦୋଳସାହିର ବୋଲି ଜଣାପଡିଛି ।

ବିଲ ମଝିରେ ପୁଅ ହାବୁଡ଼ରେ ପଡ଼ିଲା ମା’, ଠେଙ୍ଗାରେ ପିଟିପିଟି ମାରିଦେଲା…!

ଭଦ୍ରକ: ମା’କୁ ପିଟିପିଟି ମାରିଲା ପୁଅ । ଏଭଳି ଏକ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାରୁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଅଟକ ରଖିଛି ।

ପାରିବାରିକ କଳହକୁ ନେଇ ଏଭଳି ଏକ ଅଭାବନୀୟ କାଣ୍ଡ ଘଟିଛି । ସାନ ପୁଅ ନିରଞ୍ଜନ ଜେନା ତାର ମା’ ମାତାଜୀ ଜେନାକୁ ପିଟିପିଟି ମାରିଥିବା ନେଇ ବାପା ଭଦ୍ରକ ଜିଲ୍ଲା ଧୂସୁରି ଥାନାରେ ଅଭିଯୋଗ କରିଛନ୍ତି । ବାପାର ଅଭିଯୋଗ ପରେ ଧୂଷୁରୀ ପୋଲିସ ନିରଞ୍ଜନକୁ ଗିରଫ କରିଛି । ଏହାସହ ବିଲ ମଝିରେ ପଡ଼ିଥିବା ମାତାଜୀଙ୍କ ମୃତଦେହକୁ ମଧ୍ୟ ପୋଲିସ ଉଦ୍ଧାର କରିଛି । ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଅଭିଯୋଗ ଅନୁଯାୟୀ, ସାନ ପୁଅ ନିରଞ୍ଜନ ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ କାମ କରେ । ହେଲେ କିଛି ଦିନ ହେବ ସେ ଗାଁକୁ ଫେରିଥିଲା । ତେବେ ଗାଁରେ ରହୁଥିବା ବେଳେ ତା’ର ମା ମାତାଜୀ ଜେନା ସହ କୌଣସି କାରଣରୁ ବଚସା ହୋଇଥିଲା । ଆଉ ସେବେଠାରୁ ମା’ ପୁଅ ମଧ୍ୟରେ ତିକ୍ତତା ରହିଥିଲା । ତେବେ ଗତ ୨୯ ତାରିଖ ଦିନ ମାତାଜୀ ନିଜ ବାପ ଘରକୁ ଯାଉଥିବା ବେଳେ ବିଲରେ ନିରଞ୍ଜନଙ୍କ ହାବୁଡ଼ରେ ପଡ଼ିଥିଲେ । ସେଠାରେ ମା’ ପୁଅଙ୍କ ମଧ୍ୟରେ ପୁଣି ଯୁକ୍ତି ତର୍କ ହୋଇଥିଲା । ଆଉ ଏଥିରେ ଉତ୍‌କ୍ଷିପ୍ତ ହୋଇ ନିରଞ୍ଜନ ମା’ର ବେକକୁ ଲୁଗା କାନିରେ ଗୁଡ଼ାଇ ମାରିବାକୁ ଚେଷ୍ଟା କରିଥିଲା । ପରେ ଏକ ଠେଙ୍ଗାରେ ମୁଣ୍ଡକୁ ବାରମ୍ବାର ପିଟିଥିଲା । ଫଳରେ ମାତାଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଆଉ ସେ ତଳେ ପଡ଼ିଯାଇଥିଲେ ଓ ମୃତ୍ୟୁ ବରଣ କରିଥିଲେ । ସେଠାରେ ମାତାଜୀଙ୍କୁ ଛାଡ଼ି ନିରଞ୍ଜନ ଚାଲି ଆସିଥିଲା । ଅଭିଯୋଗ ପରେ ପୋଲିସ ନିରଞ୍ଜନକୁ ଗିରଫ କରିଛି ।

ଏକା ଥରକେ ୧୨୯ ପଜିଟିଭ୍‌ ଚିହ୍ନଟ..

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଆଉ ୧୨୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ । ତେବେ ସବୁଠାରୁ ବଡ଼ କଥା ହେଲା ୧୨୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ରହିଥିବା ବେଳେ ୧୦ ଜଣ ଲୋକାଲ ବୋଲି ଜଣାପଡ଼ିଛି । ଏବେ ସୁଦ୍ଧା ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ଏହା ହେଉଛି ସବୁଠାରୁ ଅଧିକ ।

ଏହି ୧୨୯ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮ରେ ପହଞ୍ଚିଛି । ଅନ୍ୟପଟେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ରାଜ୍ୟ ଏବେ ୧୦୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୮୮୯ଟି ମାମଲା ସକ୍ରିୟ ରହିଛି ।

ପୁରୀ ରଥ ଖଳା ଅପ୍‌ଡେଟ୍‌: ଜୋର୍‌ସୋର୍‌ରେ ଚାଲିଛି ରଥ ନିର୍ମାଣ

ପୁରୀ: ଜୁନ୍‌ 23ରେ ରଥଯାତ୍ରା । ବଡ଼ ଦାଣ୍ଡରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ଭଉଁରୀ ତିଥିରେ ରଥଖଳାରେ ୩ ରଥର ଚକାଡେରା ନୀତି ସମ୍ପନ୍ନ ହୋଇଛି । ପରମ୍ପରା ଅନୁସାରେ ତିନି ରଥର ଏକ ଯ଼ୋଡ଼ା ଚକ ସହ ଅଖ ସଂଯ଼ୋଗ ନୀତି ସମ୍ପନ୍ନ ହୋଇଛି । ଗତ ଶୁକ୍ରବାର ଚକ ଉପରେ ପଂକ୍ତି ଭୋଗ ପରେ ବିଧି ମୁତାବକ ୩୬ଟି ଚକରେ ୧୮ ଅଖକୁ ସଂଯ଼ୋଗ କରାଯାଇଛି । ଭୋଇ ସେବକ ମାନେ ଏହି ନୀତି ସମ୍ପନ୍ନ କରିଛନ୍ତି । ୩ ରଥର ଦଣ୍ଡା ଓ ଗରଗରା ନିର୍ମାଣ ଶେଷ ହୋଇଥିବାବେଳେ ଏହାକୁ ଚକ ଉପରେ ପକାଇ ଗୟଳ ମୋଡ଼ କରାଯିବା ବାକି ରହିଛି । ସେପଟେ ସ୍ନ।ନଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଖୋଲିବନି ଶ୍ରୀମନ୍ଦିର ବୋଲି ନିଷ୍ପତ୍ତି ହୋଇଛି ।

ସେ ଭକ୍ତଙ୍କୁ ବଡ଼ ଦାଣ୍ଡ ମନା ଥିବା ବେଳେ ସମସ୍ତେ ଟେଲିଭିଜନ୍‌ରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ବୋଲି କୁହାଯାଇଛି । ଚଳିତବର୍ଷ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଶ୍ରୀଜିଉଙ୍କ ସ୍ନ।ନଯାତ୍ରାର ସିଧା ପ୍ରସାରଣ କରାଯିବ । ମହାପ୍ରଭୁଙ୍କ ସେବା ସମୟରେ ସେବାୟତମାନେ ସାମାଜିକ ଦୂରତା ରଖିବା ସହ ମାସ୍କ ପିନ୍ଧିବେ । ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ଶ୍ରୀଜିଉଙ୍କ ସେବା କରିବାକୁ ସେବାୟତମାନେ ସମ୍ମତି ପ୍ରକାଶ କରିଛନ୍ତି । ସ୍ନ।ନଯାତ୍ରା, ଅଣସର ସେବା, ରଥଯାତ୍ରା, ବାହୁଡ଼ା, ଅଧରପଣା ଏବଂ ନୀଳାଦ୍ରି ବିଜେରେ କେବଳ ଜରୁରି ଥିବା ସେବାୟତ ସାମିଲ ହେବେ । ତେବେ ରଥଯାତ୍ରା ପାଇଁ ପୁରୀରୁ ଗଡିବନି ଟ୍ରେନ୍‌ । ଜୁନ୍‌ ପହିଲାରୁ ଚାଲିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍‌ ପୁରୀରୁ ଛାଡ଼ିବନି । ପୁରୀ ବଦଳରେ ଭୁବନେଶ୍ୱରରୁ ଯାତ୍ରା କରିବ ପୁରୁଷୋତ୍ତମ ଏକ୍ସପ୍ରେସ୍‌ । ସିଆଲଦା-ପୁରୀ ଏକ୍ସପ୍ରେସ୍‌ ମଧ୍ୟ ପୁରୀ ଷ୍ଟେସନ ଯିବନି । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଏହି ନିଷ୍ପତ୍ତି ନେଇଛି ରେଳ ବିଭାଗ ।