ଲକ୍ଡାଉନ୍ ୪.୦ ସଫଳତାକୁ ନେଇ ମନ୍ କି ବାତ୍ରେ କହିବେ ମୋଦି…
ନୂଆଦିଲ୍ଲୀ: ରବିବାର ମନ୍ କି ବାତ୍ରେ ଲକ୍ଡାଉନ୍କୁ ନେଇ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନ ୧୧ ଟାରେ ମନ୍ କି ବାତ୍ କାର୍ଯ୍ୟକ୍ରମ ଆରମ୍ଭ ହେବ । ତେବେ ଏଥିରେ ସେ ଲକ୍ଡାଉନ୍ ୪.୦ର ସଫଳତାକୁ ନେଇ ଅନେକ କିଛି କହିପାରନ୍ତି ବୋଲି ଆଶା କରାଯାଉଛି । ସଫଳତାର ସହ ଲକ୍ଡାଉନ୍ ୪.୦ ଶେଷ ହେଉଥିବାରୁ ସେ ଦେଶବାସୀଙ୍କୁ ଧନ୍ୟବାଦ ଦେଇପାରନ୍ତି ।
ଏହା ସହ ଦେଶକୁ ଆଗାମୀ ଦିନରେ କ’ଣ କରିବାକୁ ହେବ ସେନେଇ ମଧ୍ୟ ସୂଚନା ଦେବେ ବୋଲି କୁହାଯାଉଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ରେ ବିଭିନ୍ନ ପ୍ରସଙ୍ଗ ଉଠାଇପାରନ୍ତି । ଏଥିସହ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ମଧ୍ୟ ବାର୍ତ୍ତା ଦେଇପାରନ୍ତି । ଏପଟେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ଶେଷ ହେଉଥିବାରୁ ତାଙ୍କର ଅଭିଜ୍ଞତାକୁ ମଧ୍ୟ କହିପାରନ୍ତି ମୋଦି । ଚାଷୀ, ବ୍ୟବସାୟୀ ଓ ମଧ୍ୟବିତ୍ତ ପରିବାରଙ୍କ ଉଦ୍ଦେଶ୍ୟରେ ମଧ୍ୟ ପ୍ରଧାନମନ୍ତ୍ରୀ କିଛି କହିପାରନ୍ତି ବୋଲି ଆଶା କରାଯାଉଛି । ଲକ୍ଡାଉନ ସମୟରେ ଲୋକ ମାନେ ଅନେକ ହଇରାଣ ହୋଇଛନ୍ତି । ଆର୍ଥିକ କ୍ଷତି ମଧ୍ୟ ସହିଛନ୍ତି । ଯାହାକୁ ନେଇ ପୂର୍ବରୁ ଚିନ୍ତା ବ୍ୟକ୍ତ କରିଛନ୍ତି ମୋଦି ।
ଫୁଲ ଗଛ ପାଇଁ ବୃଦ୍ଧଙ୍କୁ ହାଣିଲେ ମହିଳା…!
ବାଣପୁର: ଫୁଲ ଗଛ ପାଇଁ ବୃଦ୍ଧଙ୍କୁ ହାଣିଲେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଚାନ୍ଦପୁର ଥାନା ମୟୁରଝାଲିଆ ଗାଁରୁ । ଜଣେ ମହିଳା ନିଜ ବାଡ଼ିରେ ଫୁଲ ଗଛ ଲଗାଇଥିଲେ । ଆଉ ସେହି ଫୁଲ ଗଛକୁ ପଡ଼ୋଶୀ ବଂଶୀଧର ପ୍ରଧାନଙ୍କ ଗାଇ ବୁଲୁଥିବା ବେଳେ ଖାଇ ଦେଇଥିଲା । ଫଳରେ ମହିଳା ଜଣକ ଉତ୍କ୍ଷିପ୍ତ ହୋଇ ପଡ଼ୋଶୀ ବୃଦ୍ଧଙ୍କ ସହ ଯୁକ୍ତି ତର୍କ କରିଥିଲେ । ଯୁକ୍ତି ତର୍କ ମଧ୍ୟରେ ପରିସ୍ଥିତି ଏଭଳି ଉପୁଜିଥିଲା ଯେ, ମହିଳା ଜଣଙ୍କ ଏକ ଧାରୁଆ ଅସ୍ତ୍ର ଆଣି ବୃଦ୍ଧଙ୍କୁ ଆକ୍ରମଣ କରିଥିଲେ । ଫଳରେ ବୃଦ୍ଧଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗରୁତର ଅବସ୍ଥାରେ ବୃଦ୍ଧଙ୍କୁ ପ୍ରଥମେ ସ୍ଥାନୀୟ ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।
ଶନିବାର ରାତିରେ ଏଭଳି ଘଟଣା ସାମ୍ନାକୁ ଆସିଛି । ପରେ ବଂଶୀଧର ପ୍ରଧାନଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଦେଶରେ ବଢୁଛି କରୋନା ସୁସ୍ଥ ହାର, ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୨୬୪ ଆକ୍ରାନ୍ତ ସୁସ୍ଥ
ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସୁସ୍ଥ ହାର । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୨୬୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହାର ୪୭.୪୦ ପ୍ରତିଶତ ରହିଛି । ସକ୍ରିୟ ମାମଲା ୮୬ ହଜାର ୪୨୨ ରହିଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର ୭୬୩ ରହିଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୧୪ ଜଣ ପୋଲିସ କର୍ମଚାରୀଙ୍କର ପଜିଟିଭ ରିପୋର୍ଟ ଆସିଛି ।

ଦେଶରେ ଗୋଟିଏ ଦିନରେ ସର୍ବାଧିକ ୨୬୫ ଜଣକ ଜୀବନ ନେଇଛି ଭୂତାଣୁ । ଯାହାକି ଗୋଟିଏ ଦିନରେ ହେଉଛି ସର୍ବାଧିକ ସଂଖ୍ୟା । ଦେଶରେ ୪,୯୭୧ ଜଣକ ଜୀବନ ନେଇଛି ମହାମାରୀ କରୋନା ଭୂତାଣୁ । ସେହିଭଳି ଉତ୍ତର ପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ତେଲେଙ୍ଗାନାରେ ସ୍ଥିତି ସାଂଘାତିକ ରହିଛି ।

କରୋନାର ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛନ୍ତି । ଏପଟେ ବନ୍ଦେ ଭାରତ ଯୋଜନାରେ ମସ୍କୋ ଯାଉଥିବା ଫ୍ଲାଇଟରେ ପାଇଲଟ କରୋନା ପଜିଟିଭ୍ । ତାଙ୍କ ରକ୍ତ ନମୂନା ରିପୋର୍ଟ ପଜିଟିଭ ଆସିବା ପରେ ଅଧାରାସ୍ତାରେ ବିମାନକୁ ଫେରାଇ ଅଣାଯାଇଛି । ଦିଲ୍ଲୀରୁ ଯାତ୍ରା କରିଥିବା ବିମାନ AI-1947 ରେ ପାଇଲଟ କରୋନା ପଜିଟିଭ୍ ଥିବା ଗ୍ରାଉଣ୍ଡ ଷ୍ଟାଫ୍ ଜାଣିବାକୁ ପାଇଥିଲେ । ତେଣୁ ବିମାନକୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
କର୍କଟ ରାଶି ବ୍ୟକ୍ତି ମାନେ କଥାବାର୍ତ୍ତା ବେଳେ ସଂଯମତା ରକ୍ଷା କରନ୍ତୁ, ଅର୍ଥକୁ ନେଇ ଚିନ୍ତା ବଢ଼ିପାରେ
ମଇ ୩୧, ୨୦୨୦ ମସିହା, ବୃଷ ୭ ଦିନ, ଜ୍ୟୋଷ୍ଠ ୧ ଦିନ
୧୯୪୨ ଶକାଦ୍ଦ, ୧୪୨୭ ସାଲ୍, ୨୦୭୭ ସମ୍ବତ୍
ଜ୍ୟୋଷ୍ଠ ମାସ, ଶୁକ୍ଳପକ୍ଷ, ନବମୀ ତିଥି, ରବିବାର
ଉତ୍ତରାଫାଲଗୁନୀ ନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର ରହୁଛନ୍ତି
ଘାତବାର- ମେଷ ରାଶିର
ଯୋଗିନୀ ରହିବେ ପୂର୍ବରେ ସନ୍ଧ୍ୟା ୫ଟା ୪୦ ପର୍ଯ୍ୟନ୍ତ
ଏହା ପରେ ଯୋଗିନୀ ରହିବେ ଉତ୍ତରେ
ଶୁଭ ସମୟ-ସକାଳ ୭ଟା ମଧ୍ୟରେ ଓ ଦିନ ୧୧ଟା ୧୮ ପରେ
ଅଶୁଭ ସମୟ-ଦିନ ୧୧ଟା ୪୩ ରୁ ଦିନ ୧ଟା ୨୧ ମଧ୍ୟରେ
ଆଜି କଳମୀ ଶାଗ ଖାଇବା ମନା
ମେଷ ରାଶି
ଅଶ୍ୱିନୀ – ନୂତନ ବନ୍ଧୁଙ୍କ ଆଗମନକୁ ନେଇ ଖୁସି ରହିବେ
ଦ୍ୱିଜା- କିଛି ଘଟଣାକୁ ନେଇ ଖରାପ ହେବାର ରହିଛି
କୃତ୍ତିକା- ନୂତନ ବାଦ୍ୟଯନ୍ତ୍ର କିଣିପାରନ୍ତି, ସଙ୍ଗୀତରେ ସଫଳତା ପ୍ରାପ୍ତ
ପ୍ରଭୁ ଶ୍ରୀରାମଙ୍କ ନାମ ଲାଲ କାଳିରେ ୧୦୮ ଥର ଲେଖନ୍ତୁ
ବୃଷ ରାଶି
କୃତ୍ତିକା- ପୁରୁଣା ବନ୍ଧୁଙ୍କ ଠାରୁ ଆର୍ଥିକ ସାହାଯ୍ୟ ଆପଣଙ୍କୁ ଅନେକ ସାହାଯ୍ୟ କରିବ
ରୋହିଣୀ- କୌଣସି ସ୍ଥାନକୁ ଯାତ୍ରା କରିବାର ସୁଯୋଗ ପାଇପାରନ୍ତି
ମୃଗଶିରା- ମହିଳାମାନଙ୍କର ଅଗ୍ନି ପ୍ରତି ବିପଦ ଅଛି ରୋଷେଇ କରିବା ବେଳେ ସତର୍କ ରୁହନ୍ତୁ ।
ମହୁଜଳ ଶିବଲିଙ୍ଗରେ ଅର୍ପଣ କରନ୍ତୁ
ମିଥୁନ ରାଶି
ମଗଶିରା- ଦିନଟି ଭଲରେ କଟିବ, କିଛି ସୌଖୀନ ଜିନିଷ କିଣିପାରନ୍ତି
ଆଦ୍ରା- ଶରୀର ଅସୁସ୍ଥ ରହିବାର ସୂଚନା, ସତର୍କ ରୁହନ୍ତୁ
ପୁନର୍ବସୁ- କୌଣସି ବ୍ୟକ୍ତିଙ୍କ ସହିତ ଝଗଡାଠାରୁ ଦୂରେଇ ରୁହନ୍ତୁ ।
ଗୋଟିଏ ସ୍ୱସ୍ତିକ ଚିହ୍ନ ଆଙ୍କି ତାକୁ ପାଖରେ ରଖନ୍ତୁ
କର୍କଟ ରାଶି
ପୁନର୍ବସୁ- କଥାବାର୍ତ୍ତା କରିବା ବେଳେ ସଂଯମତା ରକ୍ଷା କରନ୍ତୁ
ପୁଷ୍ୟ।- ଅର୍ଥକୁ ନେଇ ଚିନ୍ତା ହୋଇପାରେ, ଭାବିଚିନ୍ତି ଯାହା ବି କରିବେ
ଅଶ୍ଳଷା- ଚିତ୍ରକରମାନଙ୍କ ପାଇଁ ଦିନଟି ଭଲ ରହିବ
କିଛି ମସୁର ଡାଲିକୁ ପ୍ରବାହିତ ନଦୀରେ ଭସାଇ ଦିଅନ୍ତୁ
ସିଂହ ରାଶି
ମଘା- ନୂତନ କାର୍ଯ୍ୟକୁ ନେଇ ପ୍ରଶଂସା ପାଇବେ
ପୂର୍ବା ଫାଲଗୁନି- ଜଙ୍ଗଲ ରାସ୍ତା କିମ୍ବା ଅଞ୍ଚଳକୁ ଯାଆନ୍ତୁ ନାହିଁ, ବିପଦ ରହିଛି
ଉତ୍ତରାଫାଲଗୁନି- ଭବିଷ୍ୟତକୁ ନେଇ କିଛି ଯୋଜନା କରିପାରନ୍ତି
ଚନ୍ଦନ କିଛି ନିଜ ନାଭିରେ ଲଗାନ୍ତୁ
କନ୍ୟା ରାଶି
ଉତ୍ତରଫାଲଗୁନି- ପାରିବାରିକ ସମ୍ପର୍କରେ ତିକ୍ତତା ଆସିପାରେ, ଶାନ୍ତ ରହିବେ
ହସ୍ତା- କୈାଣସି ନିଜର ବ୍ୟକ୍ତିଙ୍କଠାରୁ ସମ୍ପର୍କରେ ଦୂରତା ଆସିବ, ମନ ଅଶାନ୍ତି ରହିବ
ଚିତ୍ରା- ମନକୁ ସ୍ଥିର କରି ଯାହା ବି କରିବେ, କାହାକୁ ସନ୍ଦେହରେ ଦେଖନ୍ତୁ ନାହିଁ
ଶିବଲିଙ୍ଗରେ ଲହୁଣୀ କିଛି ଅର୍ପଣ କରନ୍ତୁ
ତୁଳା ରାଶି
ଚିତ୍ରା- ଅନେକ ଦିଗରୁ ଲାଭବାନ ହେବେ
ସ୍ୱାତୀ- ରାଜନୀତିରେ କୈାଣସି ପଦ ପଦବୀ ମିଳିପାରେ,
ବିଶାଖା- ଫିଲ୍ମ ମେଡିଆରୁ ଅର୍ଥ ଓ ସମ୍ମାନ ମିଳିବ
ଗୋ-ମାତାଙ୍କୁ ଶାଗ ଖାଇବାକୁ ଦିଅନ୍ତୁ
ବିଛା ରାଶି
ବିଶାଖା – ସରକାରୀ କାର୍ଯ୍ୟରୁ ଅନେକ ଲାଭବାନ ପାଇବେ
ଅନୁରାଧା- ବ୍ୟାଙ୍କ ଚାକିରୀରେ ଥିଲେ ପଦୋନ୍ନତି ପ୍ରାପ୍ତର ଖବର ପାଇବେ
ଜ୍ୟୋଷ୍ଠା- ପତ୍ନୀଙ୍କ ସାହାଯ୍ୟରେ ନୂତନ କର୍ମ ପ୍ରାପ୍ତ ମିଳିପାରେ
ଗୋଟିଏ ଲେମ୍ବୁ ମୁଣ୍ଡରେ ବୁଲାଇ ଦକ୍ଷିଣ ଦିଗକୁ ଫିଙ୍ଗିବେ
ଧନୁ ରାଶି
ମୂଳା- ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥିରେ ରହିବ
ପୂର୍ବାଷାଢ- ସନ୍ତାନ ଦୂରଯାତ୍ରାରେ ଅନେକ ଶୁଭଖବର ପ୍ରାପ୍ତ ।
ଉତ୍ତରାଷାଢ- ନାତିନାତୁଣୀଙ୍କ ସହିତ ବହୁତ ଖୁସିରେ ସମୟ କଟାଇବେ
ମହାମତ୍ୟୁଞ୍ଜୟ ମନ୍ତ୍ର ପାଠ ଆପଣଙ୍କ ପାଇଁ ଶୁଭ ରହିବ
ମକର ରାଶି
ଉତ୍ତରାଷାଢ- ହାର୍ଟ ରୋଗ ଯୋଗୁଁ ଅନେକ ସମସ୍ୟାରେ ପଡିବେ
ଶ୍ରବଣା- ଅର୍ଥକୁ ନେଇ ମାନସିକ ଚିନ୍ତାରେ ରହିବେ
ଧନିଷ୍ଠା- ଟ୍ୟାକ୍ସକୁ ନେଇ କୌଣସି ଚିନ୍ତା ବଢିପାରେ
ପାରାକୁ କିଛି ଖାଦ୍ୟ ପ୍ରଦାନ କରନ୍ତୁ
କୁମ୍ଭ ରାଶି
ଧନିଷ୍ଠା- ବିବାହ ପ୍ରସ୍ତାବ ଆସିବର ସୂଚନା
ଶତଭିଷା- ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି
ପୂର୍ବଭାଦ୍ରପଦ- ଖର୍ଚ୍ଚ, ରୋଜଗାର ସମାନ ରହିବ
ତୁଳସୀ ପତ୍ର ପାଖରେ କିଛି ପାଖରେ ରଖନ୍ତୁ
ମୀନ ରାଶି
ପୂର୍ବଭାଦ୍ରପଦ- ଝଗଡାଠାରୁ ଦୂରେଇ ରୁହନ୍ତୁ, କେସ୍ ହୋଇପାରେ
ଉତ୍ତରଭାଦ୍ରପଦ- ମହିଳାମାନଙ୍କ ଠାରୁ ଦୁରେଇ ରୁହନ୍ତୁ
ରେବତୀ- ଶତ୍ରୁ ଓ ରୋଗ ସମସ୍ୟାକୁ ନେଇ ଚିନ୍ତାରେ ରହିବେ
ବେଲଗଛକୁ ଆଜି ଦିନରେ ପରିକ୍ରମା କରନ୍ତୁ
ଜ୍ୟୋତିର୍ବିଦ୍ ପ୍ରଜ୍ଞା ତ୍ରିପାଠୀ
ଯୋଗାଯୋଗ- 8984684801
ବିଜେଡିର ରାଜ୍ୟ କାର୍ଯ୍ୟାଳୟରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ
ଭୁବନେଶ୍ୱର: ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରାଯାଇଛି । ସାଢ଼େ ୪ କୋଟି ଓଡ଼ିଶାବାସୀ ରାଜ୍ୟ, ଦେଶ ଏବଂ ବିଦେଶ ପର୍ଯ୍ୟନ୍ତ କରୋନା ମହାମାରୀକୁ ମୁକାବିଲା କରୁଥିବା ସମସ୍ତ ଡାକ୍ତର, ଆଶାକର୍ମୀ, ପୋଲିସ, ଅଙ୍ଗନୱାଡି କର୍ମୀ, ସରପଞ୍ଚ ଏବଂ ସଫେଇ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ସେମାନଙ୍କ ମନୋବଳକୁ ସୁଦୃଢ ତଥା ସମ୍ମାନିତ କରିବା ପାଇଁ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ବିଧାୟକ ତଥା ବିଜେଡିର ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ସଞ୍ଜୟ ଦାସବର୍ମା ଗଣମାଧ୍ୟମକୁ କହିଥିଲେ, ଆଜି ଓଡ଼ିଆଜାତି କରୋନା ମହାମାରୀକୁ ମୁକାବିଲା ପାଇଁ ଏକାଠି ହୋଇଛି । ଯାହାର ନେତୃତ୍ୱ ନେଇଛନ୍ତି ସାଢ଼େ ୪ କୋଟି ଓଡ଼ିଆଙ୍କ ପ୍ରିୟନେତା ନବୀନ ପଟ୍ଟନାୟକ । ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଓଡ଼ିଆଜାତିକୁ ଅଭିମନ୍ତ୍ରିତ କରିଛି ।
ନବୀନ ବାବୁଙ୍କ ଆହ୍ୱାନ ଆଜି ସାରା ଓଡ଼ିଆ ଜାତିକୁ କେବଳ ଏକାଠି କରିନାହିଁ ବରଂ ଏହି କଠିନ ସମୟରେ ଦେଶସେବା ପାଇଁ ଉତ୍ସର୍ଗୀକୃତ ମନୋଭାବକୁ ଆହୁରି ପ୍ରେରଣା ଦେଇଛି । ଏହି ଅବସରରେ ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ବିଧାୟିକା ପ୍ରମିଳା ମଲ୍ଲିକ, ବିଜୟ ନାୟକ, ଅମରେଶ ପତ୍ରି, ରଣା ପ୍ରତାପ ପାତ୍ର, କସ୍ତୁରୀ ମହାପାତ୍ର, ଗୀତାଞ୍ଜଳି ବସ୍ତିଆ, ରବି ସାମଲ, ଅମରେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟବ୍ୟାପୀ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଜଣାଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ଓଡ଼ିଶାର ଅଗଣିତ ଜନସାଧାରଣ, ବିଜୁ ଜନତା ଦଳର କର୍ମୀ ତଥା ନେତୃମଣ୍ଡଳୀଙ୍କ ସମେତ ସମସ୍ତ ବିରୋଧୀ ଦଳ ଓ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ଏହି ମହାନ କାର୍ଯ୍ୟରେ ନିଜକୁ ସାମିଲ କରିଥିବାରୁ ବିଜୁ ଜନତା ଦଳ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ଅନଲକ୍ ୧.୦ରେ କଣ ସବୁ ମାନିବାକୁ ପଡ଼ିବ…
ନୂଆଦିଲ୍ଲୀ: କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଦୌଡ଼ିବ ଦେଶ । ଜୁନ୍ ୩୦ ଯାଏଁ କଣ୍ଟେନମେଣ୍ଟ ଜୋନରେ କଟକଣା ବଳବତ୍ତର ରହିବ । ଜୁନ୍ ପହିଲାରୁ ପର୍ଯ୍ୟାୟକ୍ରମେ ଦେଶରେ ତାଲା ଖୋଲିବ । ତେବେ ଆପଣଙ୍କୁ କେତେକ ନିୟମ ମାନିବାକୁ ପଡ଼ିବ ।
ମାସ୍କ
ଦେଶରେ ଜୁନ ପହିଲାରୁ ସବୁକିଛି ସ୍ୱାଭାବିକ ହେବ । ମୁହଁରେ ମାସ୍କ ପିନ୍ଧିବାକୁ ପଡ଼ିବ । ସର୍ବସାଧାରଣ ସ୍ଥାନ, କର୍ମକ୍ଷେତ୍ର ଓ ଯାତାୟାତ ସମୟରେ ସମସ୍ତେ ମାସ୍କ ବ୍ୟବହାର କରିବାକୁ ବାଧ୍ୟ ।
ସାମାଜିକ ଦୂରତା
ସର୍ବସାଧାରଣ ସ୍ଥାନରେ ସମସ୍ତଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ପଡ଼ିବ । ଅତିକମରେ ୬ ଫୁଟ୍ ଦୂରତା ବଜାୟ ରଖିବେ । ସେହିଭଳି ମାର୍କେଟ ଓ ଦୋକନାରେ ସାମାଜିକ ଦୂରତା ରକ୍ଷା ସହ ଏକକାଳୀନ ୫ ଜଣରୁ ଅଧିକ ଲୋକଙ୍କୁ ଅନୁମତି ନାହିଁ ।
କେତେ ଲୋକଙ୍କୁ ଅନୁମତି ?
ଗୋଟିଏ ଜାଗାରେ ସଂଖ୍ୟାଧିକ ଲୋକ ଏକାଠି ହେବା ପାଇଁ ଅନୁମତି ନାହିଁ । ରାଜନୈତିକ ରାଲି, ସାଧାରଣ ସଭା ବନ୍ଦ ରହିବ । ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣ ଲୋକଙ୍କୁ ସାମିଲ ହେବାର ଅନୁମତି ଥିବାବେଳେ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୨୦ ଜଣ ଭାଗ ନେଇପାରିବେ ।
ଛେପ ପକାଇଲେ ଜରିମାନା
ବାହାରକୁ ଯାଉଥିବା ବେଳେ ସର୍ବସାଧାରଣ ସ୍ଥାନରେ ଛେପ ପକାଇ ପାରିବେ ନାହିଁ । ରାଜ୍ୟ ଓ ସ୍ଥାନୀୟ ପ୍ରଶାସନ ଜାରି କରିଥିବା ନିୟମ ଅନୁସାରେ ବାହାରେ ଛେପ ପକାଇଲେ ଜରିମାନା ଦେବାକୁ ପଡ଼ିବ । ସର୍ବସାଧାରଣ ସ୍ଥାନରେ ମଦ, ପାନ, ଗୁଟଖା ଓ ତବାଖୁ ମନା ।
ଭାରତରେ ଅନଲକ୍ ୧.୦, ପ୍ରଥମ ପର୍ଯ୍ୟାୟରେ ଖୋଲିବ ଧାର୍ମିକ ସ୍ଥଳ ଓ ସପିଂ ମଲ୍
ଯଥାସମ୍ଭବ କର୍ମଚାରୀ ମାନେ ଘରୁ କାମ କରିବେ । ସର୍ବସାଧାରଣ ସ୍ଥାନ ଓ କର୍ମକ୍ଷେତ୍ରରେ ଥର୍ମାଲ ସ୍କ୍ରିନିଂ ସହ ହ୍ୟାଣ୍ଡ ୱାସ୍, ସାନିଟାଇଜର ଉପଲବ୍ଧ କରାଯିବ । କର୍ମକ୍ଷେତ୍ରକୁ ନିୟମିତ ବ୍ୟବଧାନରେ ସାନିଟାଇଜ୍ କରାଯିବ ।
ଭାରତରେ ଅନଲକ୍ ୧.୦, ପ୍ରଥମ ପର୍ଯ୍ୟାୟରେ ଖୋଲିବ ଧାର୍ମିକ ସ୍ଥଳ ଓ ସପିଂ ମଲ୍
ସୀମାରେ ହଲଚଲ : ସାଟେଲାଇଟ୍ ଫଟୋ କହିଲା ସତ,ଚୀନ ଯବାବରେ ଭାରତ ବଢାଇଲା ସାମରିକ ଶକ୍ତି
ନୂଆଦିଲ୍ଲୀ: ଗୋଟିଏ ପଟେ ଚୀନ ସୀମାରେ କୌଣସି ପ୍ରକାର ଉତ୍ତେଜନା ନାହିଁ ବୋଲି କହୁଛି ଅନ୍ୟପଟେ ନିଜ ସୀମାରେ ସେନାର ଉପସ୍ଥିତି ଓ ସକ୍ରିୟତାକୁ ବଢାଇ ଦେଇଛି । ତାଜା ସାଟେଲାଇଟ୍ ଚିତ୍ରରୁ ଜଣା ପଡୁଛି ଯେ, ଗୋଗରା ଅଂଚଳରେ ଚୀନ୍ ନିଜ ସୈନ୍ୟ ସଂଖ୍ୟା ବଢାଇଛି । ସେଠାରୁ ଚୀନ ସେନା ଉପର ଆଡକୁ ଅଗ୍ରସର ହେଉଥିବା ଜଣାଯାଇଛି । ଅନ୍ୟପକ୍ଷରେ ଚୀନ ପଟୁ ଯେକୌଣସି ପ୍ରକାରର ଆହ୍ୱାନର ସମ୍ମୁଖୀନ ହେବାକୁ ଭାରତୀୟ ସେନା ପ୍ରସ୍ତୁତ ଥିବା ଜଣା ପଡିଛି । ଲଦ୍ଦାଖରେ ଭାରତର ରାସ୍ତା ନିର୍ମାଣ କାମକୁ ନେଇ ଚୀନ ଉତକ୍ଷିପ୍ତ ଅଛି ।
ମୁହାଁମୁହିଁ ଦୁଇ ଦେଶର ସେନା
ଓପନ ସୋର୍ସ ଇଣ୍ଟେଲିଜେନ୍ସ ଏଜେନ୍ସି Detresfa ତରଫରୁ ଜାରି କରାଯାଇଥିବା ସାଟେଲାଇଟ୍ ଫଟୋ ଅନୁସାରେ ଚୀନର ପିପୁଲ’ସ ଲିବରେସନ୍ ଆର୍ମି ପେଙ୍ଗାଙ୍ଗ୍ ସୋ ଓ ଗୋଗରା ଅଂଚଳରେ ପୋଜିସନରେ ଅଛନ୍ତି । ଯାହାକୁ ଦେଖି ଭାରତ ଉକ୍ତ ଅଂଚଳରେ ନିଜ ସୈନ୍ୟ ଶକ୍ତିକୁ ବୃଦ୍ଧି କରିଛି । ଭାରତର ଗୋଗରା ପୋଷ୍ଟ ପାଖରେ ଚୀନ୍ ସେନା ପୋଜିସନରେ ଅଛି
ଭାରତଠାରୁ ୧୧ କିମି ଦୁରରେ ବଡ ୟୁନିଟ୍
ଏହାପୂର୍ବରୁ ଶନିବାର ଦିନି ଚିତ୍ର ଜାରି କରି Detresfa ଦାବି କରିଥିଲା ଯେ, ପିଏଲଏ ଭାରତୀୟ ସୀମାରେ ଥିବା ଗୋଗରା ବେସଠାରୁ ୧୧ କିମି ଦୁରରେ ରହିଛି । ରିପୋର୍ଟ ଅନୁସାରେ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ ୟୁନିଟ୍ ,ଯେଉଁଥିରେ ଅନେକ ସାମାରିକ ଯାନ ତଥା ସାଞ୍ଜୁଆ ଗାଡି ରହିଛି । Detresfa ଅନୁସାରେ ଚୀନ୍ ସେନା ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରି ପାରିନାହିଁ କାରଣ ଭାରତ ଠିକ ସମୟରେ ସେନା ମୁତ୍ତୟନ କରିଥିଲା ,ଫଳରେ ଚୀନ୍ ପ୍ଲାନ୍ ଫେଲ ମାରିଥିଲା ।
ସୀମା ଭିତରକୁ ପ୍ରବେଶର ଥିଲା ଇରାଦା
ଲଦ୍ଦାଖରେ ଭାରତ ଗତ ଦୁଇ ତିନି ବର୍ଷ ମଧ୍ୟରେ ଯେଉଁ ସଡକ ତିଆରି କରିଛି ତାକୁ ନେଇ ଚୀନ ବିଚଳିତ ଅଛି । ଚୀନ୍ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ୫ ହଜାର ସୈନିକ ମୁତ୍ତୟନ କରିଛି । ଭାରତ ମଧ୍ୟ ଯବାବରେ ସେନା ମୁତ୍ତୟନ କରିଥିଲା । ଗାଲବାନ୍ ଏରିଆରେ ଚୀନର ୧୧୪ ବ୍ରିଗେଡ୍ ଅନେକ ଦିନ ଧରି ମୁତ୍ତୟନ ଅଛି । ରିପୋର୍ଟ ଅନୁସାରେ ମେ’ ପ୍ରଥମ ସପ୍ତାହରେ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ ଥିଲା ଚୀନର ଚାଲ । କିନ୍ତୁ ଭାରତୀୟ ସେନାର ଉପସ୍ଥିତି ଚୀନର ଏହି ପ୍ଲାନକୁ ଫେଲ କରିଦେଇଛି ବୋଲି Detresfa ଦାବି କରିଛି ।
ଅନଲକ୍ ୧.୦ରେ ଦେଶବ୍ୟାପୀ ନୂଆ ନାଇଟ୍ କର୍ଫ୍ୟୁ
ନୂଆଦିଲ୍ଲୀ: ତାଲା ଖୋଲିବ, ଦେଶ ଦୌଡ଼ିବ । ତେବେ, ରହିବ ସାମାନ୍ୟ କଟକଣା । କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାରି କରିଥିବା ନୂଆ ନିର୍ଦ୍ଦେଶାବଳୀ ମୁତାବକ କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏଁ କଟକଣା ବଳତ୍ତର ରହିବ । କଣ୍ଟେନମେଣ୍ଟ ଏରିଆ ବ୍ୟତୀତ ଅନ୍ୟ ସବୁ ଅଞ୍ଚଳରେ ଧିରେ ଧିରେ ସ୍ୱାଭାବିକ ହେବ ସବୁ ସେବା ।
Lockdown will continue to remain in force till June 30 in containment zones that will be demarcated by district authorities: MHA
— Press Trust of India (@PTI_News) May 30, 2020
ହେଲେ ଲକଡାଉନ୍ ଭଲି ଅନଲକ୍ ୧.୦ରେ ଜାରି ରହିବ କଟକଣା । ପୂର୍ବଭଳି ରାତିରେ ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ଛାଡ଼ି ଆଉ କାହାରିକୁ ଯାତାୟାତ ଅନୁମତି ମିଳିବ ନାହିଁ । ରାତି ୯ଟାରୁ ସକାଳ ୫ଟା ଯାଏଁ ସର୍ବସାଧାରଣ ଯାତାୟାତ ଉପରେ କଟକଣା ଲାଗୁ ହେବ ।
ଭାରତରେ ଅନଲକ୍ ୧.୦, ପ୍ରଥମ ପର୍ଯ୍ୟାୟରେ ଖୋଲିବ ଧାର୍ମିକ ସ୍ଥଳ ଓ ସପିଂ ମଲ୍
ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ ରାତି ୭ରୁ ସକାଳ ୭ ଯାଏଁ ଦେଶରେ ରାତ୍ରୀ କର୍ଫ୍ୟୁ ଲାଗୁ ହୋଇଥିଲା । ଏହି ସମୟରେ ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ଯାତାୟାତ ପାଇଁ ଅନୁମତି ଦିଆଯାଇଥିଲା ।

