spot_img
Home Blog Page 7189

ହରର୍ ଦୁନିଆରେ ଅକ୍ଷୟଙ୍କ ନୂଆ ମିଶନ

ଅଭିନୟ ନୁହେଁ ଏଥର ପ୍ରଯୋଜକ ଭାବେ ନଜର ଆସିବେ ଅକ୍ଷୟ । ଏବଂ ହରର୍‌ ଲୁକ୍‌ରେ ଏବେ ନଜର ଆସିବେ ଅଭିନେତ୍ରୀ ଭୂମି ପେଡ୍‌ନେକର୍‌ । କାରଣ ସେ ସାଜିବେ ‘ଦୁର୍ଗାବତି’ । ଆମେ କଥା ହେଉଛୁ ବଲିଉଡର ଅପକମମିଂ ମୁଭି ବିଷୟରେ । ଏଥିରେ ଭୂମି ନଜର ଆସିବେ ଲିଡ କ୍ୟାରେକ୍ଟରରେ ଓ ସାଜିବେ ଆଇଏସ୍‌ ଚଞ୍ଚଲ୍‌ ସିଂ ଚୌହାନ୍‌ ତଥା ‘ଦୁର୍ଗାବତି’ । ତାଙ୍କୁ ଏମିତି ଏକ ଦମଦାର ଭୂମିକାରେ ଅଭିନୟ କରିବାକୁ ଦେଇଛନ୍ତି ‘ପ୍ୟାଡମ୍ୟାନ୍‌’ର କୋଷ୍ଟାର ତଥା ଅକ୍ଷୟ କୁମାର । ଅକ୍ଷୟଙ୍କ ସହ ଭୂମିଙ୍କ ଯୋଡ଼ିକୁ ଦର୍ଶକ ‘ପ୍ୟାଡମ୍ୟାନ୍‌’ରେ ଭରପୂର ପସନ୍ଦ କରିଥିଲେ । ପୁଣି ଥରେ ଏହି ଯୋଡ଼ି ଟିକେ ଭିନ୍ନ କ୍ୟାରେକ୍ଟରରେ କରିବେ ଫ୍ୟାନ୍‌ଙ୍କୁ ଏଣ୍ଟରଟେନ୍‌ । ନିକଟରେ ମୁଭି ସମ୍ପର୍କରେ ଜଣାଇ ଭୂମି ଏକ ଫଟୋ ସେୟାର କରିଛନ୍ତି ।

ସାଉଥରେ ଏହି ହରର୍‌ ଥ୍ରୀଲରର ମୁଖ୍ୟ ଅଭିନେତ୍ରୀର ଦାୟିତ୍ୱ ତୁଲାଇଥିଲେ ଅନୁଷ୍କା ସେଟ୍ଟୀ । ଯିଏ ତାଙ୍କ ଦମଦାର ରୋଲ ଜରିଆରେ ମୁଭିକୁ ଅଧିକ ଡିମାଣ୍ଡେଡ୍‌ କରିପାରିଥିଲେ । ତେବେ ଏଥର ବଲିଉଡ ଦେଖିବ ସେହି ଭୟାନକ କାହାଣୀ ।

ବଲିଉଡରେ ମଧ୍ୟ ଓରିଜିନାଲ୍‌ ମୁଭିର ନିର୍ଦ୍ଦେଶକ ଜି. ଅଶୋକ ଏହାକୁ ନିର୍ଦ୍ଦେଶନା କଦେବେ । ପୂର୍ବରୁ ବଲିଉଡପ୍ରେମୀ ଭୂମିଙ୍କୁ ଡିଫରେଣ୍ଟ ରୋଲରେ ଦେଖିଛନ୍ତି ଓ ତାଙ୍କ ଅଭିନୟକୁ ନେଇ ସବୁବେଳେ ଅନେକ ପ୍ରଶଂସା ମଧ୍ୟ ହୋଇଛି। ଏଠାରେ ଆମ ଦର୍ଶକଙ୍କୁ ଜଣାଇବାକୁ ଚାହିଁବୁ କି, ଏହି ମୁ୍ଭି ହେବ ୨୦୧୮ ସୁପରହିଟ ତେଲୁଗୁ ମୁ୍ଭି ‘ଭାଗମତି’ର ବଲିଉଡ ରିମେକ।

ୟେସ୍‌ ବ୍ୟାଙ୍କ୍‌କୁ ସାହା ହେବ SBI: ୨୪୫୦ କୋଟି ଟଙ୍କାର ହେବ ପୁଞ୍ଜିନିବେଶ

ନୂଆଦିଲ୍ଲୀ: ନଗଦ ସମସ୍ୟା ଦେଇ ଗତି କରୁଥିବା ୟେସ୍‌ ବ୍ୟାଙ୍କ୍‌କୁ ବଞ୍ଚାଇବା ଲାଗି ଚେଷ୍ଟା କରିବା ଷ୍ଟେଟ୍ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆା (ଏସବିଆଇ) । ଏଥିଲାଗି ଯୋଜନା ପ୍ରସ୍ତୁତି କରିଛି ଦେଶର ଏହି ଅଗ୍ରଣୀ ବ୍ୟାଙ୍କ୍‌ । ଯୋଜନା ମୁତାବକ ୟେସ୍ ବ୍ୟାଙ୍କର ୪୯% ଅଂଶଧନ କିଣିପାରେ ଏସବିଆଇ  | ଏହା ସହିତ ୨୪୫୦ କୋଟି ବିନିଯୋଗ କରିବାର ଯୋଜନା ମଧ୍ୟ ଅଛି | ଏଥିସହିତ ଗତକାଲି  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପରେ ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର ମଧ୍ୟ ୟେସ୍ ବ୍ୟାଙ୍କ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଥିବା ଦୋହରାଇଛନ୍ତି ।

ସେ ଆହୁରୀ କହିଛନ୍ତି ଯେ, ଜମା ଟଙ୍କା ଉଠାଣ ନେଇ ୫୦ ହଜାର ଟଙ୍କାର ସୀମା ନିର୍ଦ୍ଧାରଣ ହେତୁ ୟେସ୍‌ ବ୍ୟାଙ୍କ ଆକାଉଣ୍ଟଧାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ସେମାନଙ୍କୁ ଭୟ କରିବାର ଆବଶ୍ୟକତା ନାହିଁ । ସମସ୍ତ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି । ଏଥିସହିତ ବର୍ତ୍ତମାନ ସମୟରେ ୟେସ୍‌ ବ୍ୟାଙ୍କ୍‌ରେ ସମସ୍ୟା ଦେଇ ଗତିକରୁଥିବାକୁ ମଧ୍ୟ ସେ ସ୍ୱୀକାର କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ରଜନୀଶ କୁମାର କହିଛନ୍ତି ଯେ ବର୍ତ୍ତମାନ ସମୟରେ ୟେସ୍‌ ବ୍ୟାଙ୍କକୁ ୨୦ ହଜାର କୋଟି ଟଙ୍କା ଦରକାର | ବର୍ତ୍ତମାନ ଏସ୍‌ବିଆଇ ପକ୍ଷରୁ ୨୪୫୦ କୋଟି ଟଙ୍କା ବିନିଯୋଗ ଯୋଜନା କରାଯାଇଛି।

 ଯେଉଁମାନେ ଏସବିଆଇରେ ନିବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଏକ ସୁଯୋଗ । ଅପରପକ୍ଷରେ ୟେସ୍ ବ୍ୟାଙ୍କ୍‌ରେ ନିବେଶ ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଧାର୍ଯ୍ୟ ସମୟସୀମା ପୂର୍ବରୁ ନିବେଶ ଯୋଜନା ପାରିତ କରାଯିବାକୁ ପ୍ରୟାସ କରାଯିବ । ପୁଞ୍ଜି ବିନିଯୋଗ ଯୋଜନା ବିଷୟରେ ବିଚାର କରିବା ପରେ ଆମେ ମାର୍ଚ୍ଚ ୯ରେ ରିଜର୍ଭ ବ୍ୟାଙ୍କକୁ ଯିବୁ ବୋଲି ରଜନୀଶ କହିଛନ୍ତି ।  ଏଥିସହିତ ୟେସ୍‌ ବ୍ୟାଙ୍କ୍‌ରେ ପୁଞ୍ଜି ନିବେଶ ନେଇ ଏସ୍‌ବିଆଇ ବୋର୍ଡ ପକ୍ଷରୁ ମଞ୍ଜୁରୀ ମିଳିଥିବା ନେଇ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ଜଣାଯାଇଛି ।

ବିଜୁ ପଟ୍ଟନାୟକ: କ୍ଷମତା ବନବାସରେ ଥାଇ ବି ରାଜ୍ କରୁଥିଲେ ଓଡ଼ିଆଙ୍କ ମନରେ

ରାଜନୀତିର ମହାନାୟକ, ନୂଆ ଓଡ଼ିଶାର ବିଶ୍ୱକର୍ମା ବିଜୁବାବୁ । ସେ ଥିଲେ ରାଜନୀତିର ଉଦ୍ଭୁଙ୍ଗ ଶିଖର । ସେ କେବଳ ଜଣେ ରାଜନେତା ନଥିଲେ, ଥିଲେ ରାଷ୍ଟ୍ରନାୟକ । ବିଚକ୍ଷଣ ବୁଦ୍ଧିମତ୍ତା ସାଙ୍ଗକୁ ବିଜୁଙ୍କ ଦୁଃସାହସିକ, ଦୁର୍ବାର ବ୍ୟକ୍ତିତ୍ୱ ଓଡ଼ିଶା ରାଜନୀତିରେ ସୃଷ୍ଟି କରିଥିଲା ନୂଆ ଅଧ୍ୟାୟ । ଜୀବଦଶାରେ ହିଁ ସେ ପାଲଟିଥିଲେ କିମ୍ବଦନ୍ତୀ । ଏକଥା ପ୍ରମାଣିତ କରୁଛି, କିଭଳି ଥିଲା ବିଜୁ ବାବୁଙ୍କ ଲୋକପ୍ରିୟତା।

କ୍ଷମତା ଯୁଦ୍ଧରେ ବିଜୁବାବୁ ଅନେକ ଥର ପରାହତ ହୋଇଥିଲେ, ହେଲେ ଏହାର ଗ୍ଳ।ନି ତାଙ୍କ ବିଶାଳ ବ୍ୟକ୍ତିତ୍ୱକୁ ଧୂମିଳ କରିପାରିନଥିଲା । ପ୍ରତ୍ୟେକ ରାଜନୈତିକ ଯୁଦ୍ଧରେ ସେ ଅଧିକ ଶାଣିତ ହୋଇଥିଲେ । ସମାଜବାଦ ଏବଂ ସଙ୍ଘିୟ ବ୍ୟବସ୍ଥାର ଜଣେ ଅଗ୍ରଦୂତ ଭାବରେ ସେ ଓଡ଼ିଶା ନୁହେଁ, ବରଂ ଭାରତୀୟ ରାଜନୀତିରେ ସୃଷ୍ଟି କରିଥିଲେ ନିଜର ସ୍ୱତନ୍ତ୍ର ସ୍ଥାନ ।…

ସ୍ୱାଧୀନତା ଆନ୍ଦୋଳନ ସମୟରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ସଂସ୍ପର୍ଶରେ ଆସିଥିଲେ ବିଜୁବାବୁ। ତାଙ୍କୁ ହିଁ ରାଜନୈତିକ ମାର୍ଗଦର୍ଶକ ଭାବେ ଗ୍ରହଣ କରିଥିଲେ । ୧୯୪୭, ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ପ୍ରାପ୍ତି ପରେ ଦେଶରେ ଏକ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ତାଙ୍କର ସକାରାତ୍ମକ ପରାମର୍ଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସହିତ ବିଜୁବାବୁଙ୍କର ସୁସମ୍ପର୍କ ଥିଲା । ବିଜୁଙ୍କ ମନୋବଳ ଏବଂ ସାହସ ନେହେରୁଙ୍କୁ ପ୍ରଭାବିତ କରିଥିଲା। ୧୯୪୬ରେ ଓଡ଼ିଶା ବିଧାନସଭା ପାଇଁ ଉତ୍ତର କଟକ ଆସନରୁ ପ୍ରଥମଥର ପାଇଁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ଏହା ହିଁ ଥିଲା ତାଙ୍କ ଲୋକପ୍ରିୟତାର ନିଚ୍ଛକ ଉଦାହରଣ।

୪୫ ବର୍ଷରେ ମୁଖ୍ୟମନ୍ତ୍ରୀ

ସ୍ୱାଧୀନ ଭାରତରେ ପ୍ରଥମ ସାଧାରଣ ନିର୍ବାଚନ ୧୯୫୨ରେ ହୋଇଥିଲା। ସେତେବେଳକୁ ରାଜନୀତିରେ ନିଜ ପାଦ ମଜବୁତ କରି ସାରିଥିଲେ ବିଜୁ ପଟ୍ଟନାୟକ। ପ୍ରତ୍ୟକ୍ଷ ରାଜନୀତିକୁ ଆସିବାର ସୁଯୋଗ ତାଙ୍କୁ ଦେଇଥିଲା ନୂଆ ଓଡିଶା ଗଠନର ଆହ୍ଵାନ। ପୈତୃକ ଗାଁକୁ କର୍ମକ୍ଷେତ୍ର ବାଛିଥିଲେ ବିଜୁବାବୁ। ଆଉ ତାଙ୍କ ନିଷ୍ପତ୍ତିକୁ ମିଳିଥିଲା ବିପୁଳ ସମର୍ଥନ । ୧୯୫୨ରେ ଜଗନ୍ନାଥପ୍ରସାଦ ଏବଂ ୧୯୫୭ରେ ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।

ବିଜୁବାବୁଙ୍କ ଲୋକପ୍ରିୟତା, ଗ୍ରହଣୀୟତା ଥିଲା ଅଦ୍ୱିତୀୟ। ଏକଥାକୁ ବେଶ୍‌ ଅନୁଭବ କରିପାରିଥିଲେ ରାଜନୀତିର ଧୁରୀଣ ନେହେରୁ। ଆଉ ସେଥିପାଇଁ ତାଙ୍କୁ ରାଜ୍ୟ କଂଗ୍ରେସର ମଙ୍ଗ ଦେବାକୁ ମନ ବଳାଇଥିଲେ। ୧୯୬୦ରେ ବିଜୁ ପଟ୍ଟନାୟକଙ୍କୁ ରାଜ୍ୟ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ଦିଆଯାଇଥିଲା। ତାଙ୍କ ନେତୃତ୍ୱରେ ମଝବୁତ ହୋଇଥିଲା  କଂଗ୍ରେସ । ଆଉ ପରବର୍ତ୍ତି ନିର୍ବାଚନରେ ରାଜ୍ୟରେ ଆଶାତୀତ ସଫଳତା ପାଇଥିଲା ଦଳ। ୧୯୬୧ ନିର୍ବାଚନରେ ଓଡ଼ିଶାର ୧୪୦ ଆସନରୁ ୮୨ ଆସନରେ ବିଜୟ ବାନା ଉଡାଇଥିଲା କଂଗ୍ରେସ । ଆଉ ଏ ସଫଳତାର ସମସ୍ତ ଶ୍ରେୟ ଯାଇଥିଲା ବିଜୁ ବାବୁଙ୍କୁ । ନିର୍ବାଚନରେ ନିଜେ ବିଜୁ ପଟ୍ଟନାୟକ କଟକ ଚୌଦ୍ଵାର ଆସନରୁ ବିଜୟୀ ହୋଇଥିଲେ । ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ୧୯୬୧, ଜୁନ୍‌ ୨୩ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିଜୁ ପଟ୍ଟନାୟକ । ମାତ୍ର ୪୫ ବର୍ଷ ବୟସରେ ବିଜୁ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

କଂଗ୍ରେସର ତତ୍କାଳୀନ ସଭାପତି କାମରାଜ କଂଗ୍ରେସର ସମସ୍ତ ପଦାଧିକାରୀଙ୍କୁ ଇସ୍ତଫା ଦେଇ ସଂଗଠନ ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ। ଆଉ ଏହାକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ପଦରୁ ୧୯୬୩, ଅକ୍ଟୋବର ୨ରେ ଇସ୍ତଫା ଦେଇଥିଲେ ବିଜୁବାବୁ। କାରଣ କ୍ଷମତା ନୁହେଁ, ଜନତାଙ୍କ ପାଇଁ ରାଜନୀତି କରୁଥିଲେ ବିଜୁ ବାବୁ। ଯାହା ଦେଶ ରାଜନୀତିରେ ବିଜୁବାବୁଙ୍କ ପାଇଁ ସୃଷ୍ଟି କରିଥିଲା ସ୍ୱତନ୍ତ୍ର ପରିଚୟ।

ଇନ୍ଦିରା ଯାହାଙ୍କୁ ଡରୁଥିଲେ !

ବିଜୁ ବାବୁ ଥିଲେ ଝଡ଼ର ଇଗଲ୍‌ । ବିପ୍ଲବ ବାଟରେ ସେ ଲେଖିଥିଲେ ବିକାଶର ନୂଆ ଇତିହାସ। ପରିବର୍ତ୍ତିତ ପରିସ୍ଥିତ ଦୋହଲାଇ ପାରିନଥିଲା ତାଙ୍କ ବ୍ୟକ୍ତିତ୍ୱକୁ, ତାଙ୍କ ବିଚାରଧାରାକୁ। ଜବାହରଲାଲ ନେହେରୁଙ୍କ ପରେ ୧୯୬୭ରେ ଇନ୍ଦିରା ଗାନ୍ଧୀ କଂଗ୍ରେସର ମଙ୍ଗ ଧରିଥିଲେ। ଇନ୍ଦିରାଙ୍କ ସହ ମଧ୍ୟ ବିଜୁ ପଟ୍ଟନାୟକଙ୍କ ବହୁତ ଭଲ ସମ୍ପର୍କ ରହିଥିଲା । ରାଜନୀତିର ଅନେକ ଦ୍ୱନ୍ଦ୍ୱତ୍ମକ ପରିସ୍ଥିତିରେ ବିଜୁ ପଟ୍ଟନାୟକ ଇନ୍ଦିରାଙ୍କ ପରାମର୍ଶଦାତା ହୋଇଥିଲେ। ହେଲେ ୧୯୬୯ ବେଳକୁ ବଦଳିଥିଲା ଦୃଶ୍ୟପଟ, ମଧୁର ସମ୍ପର୍କରେ ତିକ୍ତତା ଆସିଥିଲା। ରାଷ୍ଟ୍ରପତି ନିର୍ବାଚନକୁ ନେଇ ଇନ୍ଦିରା ଗାନ୍ଧୀଙ୍କ ସହ ବିଜୁ ପଟ୍ଟନାୟକଙ୍କ ମନୋମାଳିନ୍ୟ ହୋଇଥିଲା।…

ତିକ୍ତତା ବଢିଥିଲା, ହେଲେ ଶାଣିତ ହୋଇଥିଲା ସ୍ୱାଭିମାନ, ବିଜୁ ବାବୁ ଥିଲେ ନିର୍ବିକାର। କଂଗ୍ରେସ ଛାଡି ଓଡ଼ିଶାରେ ଉତ୍କଳ କଂଗ୍ରେସ ନାଁରେ ଏକ ସ୍ୱତନ୍ତ୍ର ଆଞ୍ଚଳିକ ରାଜନୈତିକ ଦଳ ଗଠନ କରିଥିଲେ । ୧୯୭୧ ସାଧାରଣ ନିର୍ବାଚନରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଆଞ୍ଚଳିକ ଦଳ ଉତ୍କଳ କଂଗ୍ରେସ ଓଡ଼ିଶାରେ ସଫଳତା ହାସଲ କରିଥିଲା। ଦଳଠୁ ଉର୍ଦ୍ଧ୍ୱରେ ଥିଲା ବିଜୁବାବୁଙ୍କ ବ୍ୟକ୍ତିତ୍ୱ । ସେ ଥିଲେ ଜନନାୟକ, ଆଉ ତାହା ପ୍ରମାଣିତ ବି ହୋଇଥିଲା। ଉତ୍କଳ କଂଗ୍ରେସ ଟିକଟ୍‌ରେ ରାଜନଗର ଆସନରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ବିଜୁ ପଟ୍ଟନାୟକ।…

ପରିବର୍ତ୍ତିତ ରାଜନୈତିକ ଧାରା ବଦଳାଇ ପାରିନଥିଲା ବିଜୁଙ୍କ ବିଜୟ ଯାତ୍ରା। ଓଡ଼ିଶାରେ ଉତ୍କଳ କଂଗ୍ରେସ, ସ୍ୱତନ୍ତ୍ର ପାର୍ଟି ଏବଂ ଝାଡଖଣ୍ଡ ପାର୍ଟିର ମିଳିତ ସରକାର ଗଠନ ହୋଇଥିଲା। ବିଶ୍ୱନାଥ ଦାସ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ସମୟରେ ବିଜୁ ପଟ୍ଟନାୟକ ପ୍ରଥମ ଥର ପାଇଁ ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଥିଲେ । ୧୯୭୧, ମେ ୧୩ ତାରିଖରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ସେ ରାଜ୍ୟସଭା ସଦସ୍ୟ ରହିଥିଲେ।

ଏମରଜେନ୍ସୀରେ ଇନ୍ଦିରାଙ୍କ ଟାର୍ଗେଟରେ ଥିଲେ ବିଜୁ

ସମୟ ବଦଳୁଥିଲା, ତା ସହ ବଦଳୁଥିଲା ରାଜନୀତିର ଧାରା। ଜାତୀୟ ଦୃଶ୍ୟପଟରେ ବିଜୁବାବୁଙ୍କର ଥିଲା ସ୍ୱତନ୍ତ୍ର ପରିଚୟ। କ୍ଷମତାରେ ଥାଆନ୍ତୁ କି ନଥାନ୍ତୁ, ବିଜୁ ପଟ୍ଟନାୟକ ଥିଲେ କିଙ୍ଗ ମେକର । ସେ ନେତା ତିଆରି କରୁଥିଲେ, ନିଜେ ଥିଲେ ରାଷ୍ଟ୍ରନାୟକ। ୧୯୭୪ ବେଳକୁ ବିଜୁ ବାବୁଙ୍କ ଉତ୍କଳ କଂଗ୍ରେସ ଭାରତୀୟ ଲୋକଦଳରେ ବିଲୀନ ହୋଇ ଯାଇଥିଲା। ରାଜନୈତିକ ଆଦର୍ଶ ଜୟପ୍ରକାଶ ନାରାୟଣଙ୍କ ପଥ ଅନୁସରଣ କରିଥିଲେ। ଜେପି ଆନ୍ଦୋଳନର ପ୍ରମୁଖ ଭାଗିଦାର ହୋଇଥିଲେ ବିଜୁ ବାବୁ।

୧୯୭୫ ରେ ଦେଶରେ ଲାଗୁ ହେଲା ଜରୁରିକାଳୀନ ପରିସ୍ଥିତି। ସାରା ଦେଶର ତୁଙ୍ଗ ନେତା ଗିରଫ ହେଲେ । ଦେଶର ଅନ୍ୟ ବିରୋଧୀ ନେତାଙ୍କ ସହ ଜରୁରିକାଳୀନ ପରିସ୍ଥିତି ସମୟରେ ଜେଲରେ ରହିଥିଲେ ବିଜୁ ବାବୁ । ଏହାପରେ ଆରମ୍ଭ ହେଲା ବିଜୁ ବାବୁ ପଟ୍ଟନାୟକଙ୍କ ରାଜନୈତିକ ଯାତ୍ରାର ନୂଆ ଅଧ୍ୟାୟ ।

୧୯୭୭ରେ ଜେଲରୁ ମୁକ୍ତ ହେବା ପରେ ନବଗଠିତ ଜନତା ପାର୍ଟିରେ ଯୋଗ ଦେଲେ ବିଜୁବାବୁ। କେନ୍ଦ୍ରାପଡାରୁ ବିଜୟୀ ହୋଇ କେନ୍ଦ୍ରରେ ମୋରାରଜୀ ଦେଶାଇ ଏବଂ ଚୌଧୁରୀ ଚରଣ ସିଂହଙ୍କ ସରକାରରେ ଇସ୍ପାତ ଏବଂ ଖଣି ମନ୍ତ୍ରୀ ହେଲେ । ୧୯୭୯ରେ କେନ୍ଦ୍ରରେ ଜନତା ପାର୍ଟି ସରକାର ଭାଙ୍ଗିବା ପରେ ବିଜୁ ପଟ୍ଟନାୟକ ୧୯୮୦ରେ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ବିଧାୟକ ପଦ ଛାଡ଼ି କେନ୍ଦ୍ରାପଡା ଲୋକସଭା ଆସନରୁ ପୁଣି ନିର୍ବାଚନ ଲଢିଥିଲେ । କ୍ରମାଗତ ଭାବରେ ୧୯୮୦ ଏବଂ ୧୯୮୪ ଲୋକସଭା ନିର୍ବାଚନରେ କେନ୍ଦ୍ରାପଡା ଆସନରୁ ବିଜୟୀ ହୋଇଥିଲେ ବିଜୁ ପଟ୍ଟନାୟକ । ସାରା ଦେଶରେ ଥିଲା ଇନ୍ଦିରା ଓ କଂଗ୍ରେସ ସପକ୍ଷ ଲହରୀ, ହେଲେ ଏହାକୁ ପ୍ରତିହତ କରି ଦୁଇ ଦୁଇ ଥର କେନ୍ଦ୍ରାପଡାରୁ ବିଜୟୀ ହୋଇଥିଲେ ବିଜୁ ପଟ୍ଟନାୟକ ।

ମେଣ୍ଟ ରାଜନୀତିର ମହାନାୟକ

ଓଡ଼ିଶା ପାଇଁ ସ୍ୱପ୍ନ ଦେଖୁଥିଲେ ବିଜୁ ବାବୁ, ସମୃଦ୍ଧି ପାଇଁ ନେଇଥିଲେ ଦୃଢ ସଂକଳ୍ପ । ୧୯୮୫ରେ ସାଂସଦ ପଦରୁ ଇସ୍ତଫା ଦେଇ ଓଡ଼ିଶା ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ । ଭୁବନେଶ୍ୱର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ୧୯୮୯ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କେନ୍ଦ୍ରରେ ଭି.ପି. ସିଂହଙ୍କ ନେତୃତ୍ୱରେ ସରକାର ଗଠନ ହୋଇଥିଲା । ହେଲେ ରାଜ୍ୟ ରାଜନୀତିରେ ରହିବାକୁ ନିଷ୍ପତ୍ତି ନେଇଥିଲେ ବିଜୁ ବାବୁ । ଦେଶରେ ଜନତା ଦଳ ଏକ ନୂତନ ରାଜନୈତିକ ଶକ୍ତି ଭାବେ ଉଭା ହୋଇଥିଲା । ବିଜୁ ପଟ୍ଟନାୟକ ପ୍ରମୁଖ ଉଦ୍ୟୋକ୍ତା ଭାବେ ଜନତା ଦଳର ସ୍ଥିତିକୁ ସୁଦୃଢ କରିଥିଲେ । ୧୯୯୦ରେ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜୁ ବାବୁଙ୍କ ନେତୃତ୍ୱରେ ଜନତା ଦଳ ନିର୍ବାଚନରେ ବିପୁଳ ସଫଳତା ପାଇଥିଲା । ଓଡ଼ିଶା ବିଧାନସଭାର ୧୪୭ ଆସନରୁ ବିଜୁ ପଟ୍ଟନାୟକଙ୍କ ନେତତ୍ୱରେ ଜନତା ଦଳ ୧୨୩ ଆସନରେ ବିଜୟୀ ହୋଇଥିଲା । ଦ୍ୱିତୀୟ ଥର ପାଇଁ ୧୯୯୦ରେ ଓଡିଶା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ ବିଜୁ ପଟ୍ଟନାୟକ।

ଝଡର ଇଗଲ,ବିକାଶ ଡେଣା

ସେ ସ୍ୱପ୍ନ ଦେଖୁଥିଲେ ବିକାଶର, ସମୃଦ୍ଧିର, ସ୍ୱାଭିମାନର। ସମୃଦ୍ଧ ଓଡ଼ିଶା ପାଇଁ ସ୍ୱପ୍ନ ସଜାଇଥିଲେ ବିଜୁ ବାବୁ। ଶିଳ୍ପରୁ କୃଷି, ଓଡ଼ିଶା ବିକାଶ ମାନଚିତ୍ରରେ ରହିଛି ବିଜୁଙ୍କ ଅଲିଭା ସ୍ୱାକ୍ଷର। କ୍ଷମତା ନୁହେଁ ସେ ଜନତାଙ୍କ ପାଇଁ ସ୍ୱପ୍ନ ଦେଖୁଥିଲେ। ଯେବେବି ସୁଯୋଗ ମିଳିଛି, କେନ୍ଦ୍ର ଆଗରେ ରଖିଛନ୍ତି ଓଡିଶାର ଦାବି । ପାରାଦୀପ ବନ୍ଦରରୁ ଆରମ୍ଭ କରି କଳିଙ୍ଗ ଆଇରନ୍‌  ଓ୍ୱାର୍କ, କଳିଙ୍ଗ ରିଫ୍ରାକ୍ଟରିଜ୍‌, ଭୁବନେଶ୍ୱର ବିମାନବନ୍ଦର , ଭୁବନେଶ୍ୱର ସୈନିକ ସ୍କୁଲ, ରାଉରକେଲା ରିଜିଓନାଲ ଇଞ୍ଜିନିୟରିଂ କଲେଜ, ଭୁବନେଶ୍ୱର ଓୟୁଏଟି, ନାଲକୋ, ତାଳଚେର ଥର୍ମାଲ ପାଓ୍ୱାରପ୍ଲାଣ୍ଟ, ବାଲିମେଳା ହାଇଡ୍ରୋ ପ୍ରୋଜେକ୍ଟ, ସୁନାବେଡା HAL, ଚୌଦ୍ଵାର ଏବଂ ବଡବିଲ ଶିଳ୍ପାଞ୍ଚଳ, ଓଡିଶା ଏଭିଏସନ୍‌  ସେଣ୍ଟର ପର୍ଯ୍ୟନ୍ତ ପ୍ରତ୍ୟେକ ଉପଲବ୍ଧି କହେ ବିଜୁ ବାବୁଙ୍କ ଅବଦାନର ଗାଥା। ଓଡ଼ିଶାର ବିକାଶ ପାଇଁ ସେ ଏତେ ବ୍ୟାକୁଳ ଥିଲେ ଯେ, କେନ୍ଦ୍ର ସରକାରଙ୍କ ଅନୁଦାନ ବିନା କେବଳ ରାଜ୍ୟ ପାଣ୍ଠିରେ ହିଁ ପାରାଦୀପ ବନ୍ଦର ନିର୍ମାଣକାର୍ଯ୍ୟ ଆରମ୍ଭ କରି ଦେଇଥିଲେ । ସେଥିପାଇଁ ଓଡ଼ିଶା ରାଜକୋଷରୁ ୧.୬୦ ବିଲିଅନ ଟଙ୍କା ଖର୍ଚ୍ଚ ହେବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହେରୁ  ପାରାଦୀପ ବନ୍ଦର ପାଇଁ କେନ୍ଦ୍ରୀୟ ଅନୁଦାନ ମଞ୍ଜୁର କରିଥିଲେ। ଓଡିଶାକୁ ଅଧିକ ଅନୁଦାନ ଦେବା ପ୍ରସଙ୍ଗରେ ସଂସଦରେ ନେହେରୁଙ୍କୁ ସମାଲୋଚନାର ସାମ୍ନା କରିବାକୁ ପଡିଥିଲା । ହେଲେ ଏହାର ଜବାବରେ ସେ କହିଥିଲେ ବିଜୁ ବାବୁଙ୍କ ପାଖରେ କାମ କରିବାର ସାହସ ଏବଂ ଉତ୍ସାହ ଅଛି । ତେଣୁ ଓଡ଼ିଶାକୁ କମ୍‌  ଅନୁଦାନ ଦେବା ଭଳି ଭୁଲ ସେ କରିବେ ନାହିଁ।

ଓଡ଼ିଶା ବିକାଶରେ ବିଜୁବାବୁଙ୍କ ସ୍ୱର୍ଣ୍ଣିମ ସ୍ୱାକ୍ଷର। କ୍ରୀଡାର ବିକାଶ ପାଇଁ କଳିଙ୍ଗ କପ୍‌ ଫୁଟବଲ୍‌ ପ୍ରତିଯୋଗିତାର ଆରମ୍ଭ କରିଥିଲେ। ପୁଣି ବିଜ୍ଞାନ ଏବଂ ବୈଷୟିକ କ୍ଷେତ୍ରରେ ଉତ୍କର୍ଷତା ପାଇଁ ୧୯୫୧ରେ ଅନ୍ତର୍ଜାତୀୟସ୍ତରରେ କଳିଙ୍ଗ ପୁରସ୍କାର ପ୍ରଦାନ ପରମ୍ପରା ଆରମ୍ଭ କରିଥିଲେ । ସେଥିଲେ ସୁବର୍ଣ୍ଣ ଓଡ଼ିଶାର ସୁଦକ୍ଷ ବିନ୍ଧାଣୀ। ସମୃଦ୍ଧ ହେବ ଓଡ଼ିଶା, ସଶକ୍ତ ହେବେ ଓଡିଆ, ଏଥିପାଇଁ ସ୍ୱତନ୍ତ୍ର ଯୋଜନା କରିଥିଲେ ବିଜୁବାବୁ।

ମା’,ମାଟି ମଣିଷ

ଗାଁକୁ ଖୋଲିବ ବିକାଶର ବାଟ। ସମୃଦ୍ଧି ଧାରାରେ ଯୋଡ଼ିହେବ ରାଜ୍ୟର ପ୍ରତି କୋଣ। ସମସ୍ତଙ୍କ ପାଖରେ ପହଞ୍ଚିବ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଭଳି ମୌଳିକ ସୁବିଧା। ପଞ୍ଚାୟତିରାଜ ବ୍ୟବସ୍ଥାକୁ ନେଇ ଏହା ଥିଲା ବିଜୁବାବୁଙ୍କ ପରିକଳ୍ପନା। ବିଜୁଙ୍କ ନୂଆ ଓଡ଼ିଶାର ସ୍ୱପ୍ନକୁ ଆହୁରି ସମୃଦ୍ଧ କରିଛି ପଞ୍ଚାୟତିରାଜ ବ୍ୟବସ୍ଥା। ଗ୍ରାମାଞ୍ଚଳରେ ସାମାଜିକ ବିକାଶ ଓ ମୌଳିକ ସେବା ପ୍ରଦାନକୁ ଗୁରୁତ୍ୱ ଦିଆଯାଇଥିଲା। ଆଉ ଏହାକୁ ସଫଳ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିଥିଲେ ବିଜୁବାବୁ। ଗାଁକୁ ବିକାଶର ବାଟ କଢାଇଥିବା ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି।

ଗ୍ରାମାଞ୍ଚଳରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ପ୍ରମୁଖ ମାଧ୍ୟମ ସାଜିଛି ପଞ୍ଚାୟତିରାଜ ବ୍ୟବସ୍ଥା । ୧୯୫୯, ଅକ୍ଟୋବର ୨ରେ ପ୍ରଥମେ ରାଜସ୍ଥାନରେ ପଞ୍ଚାୟତିରାଜ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ତେବେ ୧୯୯୨ରେ ସମ୍ବିଧାନର ୭୩ତମ ସଂଶୋଧନରେ ଏହାକୁ ସାମିଲ କରାଯାଇଥିଲା। ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ବିଜୁ ପଟ୍ଟନାୟକ । ଗାଁ ର ବିକାଶକୁ ବିଜୁ ବାବୁ ସବୁବେଳେ ଅଗ୍ରାଧିକାର ଦେଉଥିଲେ। କ୍ଷମତା ବିକେନ୍ଦ୍ରୀକରଣ ଦ୍ଵାରା ସୁଶାସନ ପ୍ରତିଷ୍ଠା ସମ୍ଭବ। ଓଡ଼ିଶାର ୧୩ ଜିଲ୍ଲାକୁ ବିଭାଜନ କରି ୩୦ ଜିଲ୍ଲା କରିବା ପାଇଁ ପଦକ୍ଷେପ ନେଇଥିଲେ ବିଜୁ ପଟ୍ଟନାୟକ।

ଗାଁ ର ବିକାଶରେ ରାଜ୍ୟର ବିକାଶ । ଏକଥାକୁ ବୁଝିଥିଲେ ବିଜୁବାବୁ। ଯେପର୍ଯ୍ୟନ୍ତ ପଞ୍ଚାୟତଗୁଡିକୁ ଆର୍ଥିକ କ୍ଷମତା ପ୍ରଦାନ କରାନଯିବ, ସେପର୍ଯ୍ୟନ୍ତ ପଞ୍ଚାୟତିରାଜ ବ୍ୟବସ୍ଥାର ଲକ୍ଷ୍ୟ ପୂରଣ ହୋଇପାରିବନି । ବ୍ୟବସ୍ଥାରେ ମହିଳାଙ୍କ ଯୋଗଦାନକୁ ଗୁରୁତ୍ୱ ଦେଉଥିଲେ ବିଜୁବାବୁ। ୩୩ ପ୍ରତିଶତ ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷଣ କରିବାକୁ ସେସମୟରେ ଐତିହାସିକ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଥର ପାଇଁ ୨୮ହଜାରରୁ ଅଧିକ ମହିଳା ତ୍ରିସ୍ତରୀୟ ବ୍ୟବସ୍ଥାକୁ ନିର୍ବାଚିତ ହୋଇଥିଲେ।

ବାଟ ଭାଙ୍ଗି ନୂଆ ବାଟ ସୃଷ୍ଟି କରୁଥିବା ମଣିଷ ହେଉଛନ୍ତି ବିଜୁ ବାବୁ। ସେ ଯାହା କରିଛନ୍ତି, ପରବର୍ତ୍ତି ସମୟରେ ସାରା ଦେଶ ତାକୁ ଅନୁକରଣ କରିଛି। ଜାତୀୟ, ଅନ୍ତର୍ଜାତୀୟ ଆକାଶରେ ଯେତେ ଉଡ଼ାଣ ଭରିଥିଲେ ବି ବିଜୁବାବୁଙ୍କ ହୃଦୟ ଥିଲା ୧୬ଅଣା ଓଡିଆ। ବ୍ୟବସ୍ଥାରୁ, ବିଚାରଧାରା, ସବୁଠି ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି ବିଜୁ ବାବୁ।

ରାଜ୍ୟସଭା ଟିକେଟ୍ ପାଇବା ପରେ କିଏ, କଣ, କହିଲେ ?

ଭୁବନେଶ୍ୱର: ରାଜ୍ୟସଭା ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଆଦିବାସୀ ଓ ପଛୁଆ ବର୍ଗଙ୍କ ବିକାଶକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଏଥିସହ ଶ୍ରମିକଙ୍କ କଲ୍ୟାଣ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏଜେଣ୍ଡାରେ ରହିଥିବା ୪ ପ୍ରାର୍ଥୀଙ୍କ ନାମ ଘୋଷଣାରୁ ଜଣାପଡ଼ୁଛି । ପ୍ରାର୍ଥୀଙ୍କ ବାୟୋଡାଟା ଓ ପୁରୁଣା କାମ ଏହାକୁ ପ୍ରମାଣିତ କରୁଛି । ସୁଜିତ୍ କୁମାର ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ, ମୁନ୍ନା ଖାଁ SC,ST ଓ ପଛୁଆ ବର୍ଗ ବିଭାଗ ଉପଦେଷ୍ଟା, ମମତା ମହନ୍ତ ନିଜେ ଆଦିବାସୀ ମୟୂଭଞ୍ଜରେ SHG ସହ ଜଡ଼ିତ ।

ମୁନ୍ନା ଖାଁ, ସୁଜିତ୍ କୁମାର, ସୁବାସ ସିଂ ଓ ମମତା ମହନ୍ତଙ୍କୁ ରାଜ୍ୟସଭା ଟିକେଟ୍

ରାଜ୍ୟସଭା ପାଇଁ ନାଁ ଘୋଷଣା କରିବା ପରେ ସୁବାସ ସିଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଯାହା କାମ ଦିଅନ୍ତି, ଆମେ ନିଷ୍ଠାର ସହ କରୁ । ରାଜ୍ୟ କିଭଳି ଆଗକୁ ଯିବ ସେ ଦିଗରେ କାର୍ଯ୍ୟ କରିବୁ । ଶ୍ରମିକମାନଙ୍କ ପ୍ରତି ଆହୁରି କ୍ରିୟାଶୀଳ ଭାବେ କାର୍ଯ୍ୟ କରିବି । ସଂଘୀୟ ବ୍ୟବସ୍ଥାରେ ରହି ରାଜ୍ୟସଭାରେ ଓଡ଼ିଶାର ସ୍ୱାର୍ଥ ନେଇ ସ୍ୱର ଶାଣିତ କରିବୁ ।

ଟିକେଟ୍ ପାଇବା ପରେ ଖୁସିବ୍ୟକ୍ତ କରିଛନ୍ତି ମୁନ୍ନା ଖାଁ । ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାର ସବୁ ପ୍ରସଙ୍ଗକୁ ରାଜ୍ୟସଭାରେ ଉପସ୍ଥାପନ କରିବୁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିରେ ସର୍ବଦା କାମ କରିଛି । ସେ ମୋତେ ରାଜ୍ୟସଭା ପାଇଁ ବାଛିଥିବାରୁ ମୁଁ ତାଙ୍କ ନିକଟରେ ଋଣୀ ବୋଲି କହିଛନ୍ତି ମୁନ୍ନା ଖାଁ ।

ସୁଜିତ୍ କୁମାର ଟିକେଟ୍ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଦିବାସୀଙ୍କ ପାଇଁ ଲଢ଼େଇ କରିବେ ବୋଲି କହିଛନ୍ତି ସୁଜିତ୍ । ଆଦିବାସୀଙ୍କ ବିକାଶକୁ ପ୍ରାଥମିକତା ଦେବେ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ସହ ଅନୁଦାନ ବୃଦ୍ଧି ସହ ରାଜ୍ୟର ହକକୁ କେନ୍ଦ୍ର ନିକଟରେ ଉପସ୍ଥାପନ କରିବେ ବୋଲି କହିଛନ୍ତି ।

 

୧୭୮୧ ଶିକ୍ଷକଙ୍କୁ ନିଯୁକ୍ତି, ୩୦ ଜିଲ୍ଲାରେ ଖାଲି ପଦବୀ ପୂରଣକୁ ପ୍ରାଥମିକତା

ଭୁବନେଶ୍ୱର: ୧୭୮୧ଜଣ ଶିକ୍ଷକଙ୍କୁ ନୂଆ ନିଯୁକ୍ତି । ଜୟଦେବ ଭବନରେ ନବ ନିଯୁକ୍ତ ଶିକ୍ଷକଙ୍କୁ ବଣ୍ଟା ହେଲା ନିଯୁକ୍ତି ପତ୍ର । ନିଯୁକ୍ତି ପତ୍ର ବଣ୍ଟନ କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ନବ ନିଯୁକ୍ତ ଶିକ୍ଷକମାନଙ୍କୁ କଟକ,ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ନିଯୁକ୍ତି ଦିଆଯାଇଛି ।

କଟକ,ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ନିୟୋଜିତ ହୋଇଥିବା ଶିକ୍ଷକଙ୍କୁ ଏହି କାର୍ଯ୍ୟକ୍ରମରେ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଥିବା ବେଳେ ଅନ୍ୟ ଶିକ୍ଷକମାନଙ୍କୁ ଜିଲ୍ଲାସ୍ତରରେ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି । ସମସ୍ତ ୩୦ ଜିଲ୍ଲାରେ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଖାଲି ଥିବା ପଦବୀ ଗୁଡିକୁ ପ୍ରାଥମିକତା ଭିତ୍ତିରେ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିଯୁକ୍ତି ପରେ ରାଜ୍ୟରେ ଥିବା ଶିକ୍ଷକ ଅଭାବ ଜନିତ ସମସ୍ୟାର ସମାଧାନ ଦିଗରେ ବେଶ ସହାୟକ ହେବ ବୋଲି ମନ୍ତ୍ରୀ ସୁଚନା ଦେଇ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକାଘର ଯୋଗାଇଦେବା କହି ଲୁଟୁଥିଲେ ଟଙ୍କା

ପୁରୀ: ଭିଜିଲାନ୍ସ ଜାଲରେ ଜିଆରଏସ୍‌ ବାବୁ । ଆବାସ କରାଇଦେବା କହି ଛାଣି ନେଉଥିଲେ ଟଙ୍କା । ସତ୍ୟବାଦୀ ବ୍ଲକ ଶୁକଳ ପଞ୍ଚାୟତର ଜିଆରଏସ୍ ଛବିନାରାୟଣ ପଣ୍ଡା । ୫ହଜାର ୧୦ ହଜାର କରି ହିତାଧିକାରୀଙ୍କ ଠାରୁ ନେଇଥିଲେ ଟଙ୍କା  । ଏ ନେଇ ଖବର ପାଇବା ପରେ ଭିଜିଲାନ୍ସ ଚଢ଼ାଉ କରିଥିଲା ।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଇ ଦେବା ପାଇଁ ପଞ୍ଚାୟତର ବାଁବରଡା ଗାଁର ଇନ୍ଦ୍ରମଣୀ ପଣ୍ଡା ଙ୍କଠାରୁ ଟଙ୍କା ନେଉଥିଲେ ଜିଆରଥଏସ୍‌ ବାବୁ । ପ୍ରଥମେ ୫ହଜାର ଟଙ୍କା ଏବଂ କାର୍ଯ୍ୟଦେସ ପାଇବା ପରେ ଆଉ ୧୦ହଜାର ଟଙ୍କା ଦେବାକୁ ଦାବୀକରିଥିଲା ଜିଆରଏସ ।

ଏହିଭଳି ଭାବରେ ଜିଆରଏସ୍ ଛବିନାରାୟଣ ପଣ୍ଡା ଶୁକଳ ପଞ୍ଚାୟତର ଦିର୍ଘ ୬ବର୍ଷ ହେଲା ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁପକାଘର ଏନଆରଜିସ ଟଙ୍କା ଲୁଟୁଥିବା ବାରମ୍ବାର ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଆଜି ୫ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା ।

ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀଙ୍କ ବିଷୟରେ ଜାଣନ୍ତୁ…

ଭୁବନେଶ୍ୱର: ରାଜ୍ୟସଭା ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନାଁ ଘୋଷଣା କରିଛନ୍ତି । ଖାଲି ପଡ଼ିଥିବା ୪ ରାଜ୍ୟସଭା ଆସନ ପାଇଁ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ୍ କୁମାର, ଓ ମମତା ମହନ୍ତଙ୍କୁ ଟିକେଟ୍ ଦେଇଛି ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ଜିତିଥିବା ୪ ପ୍ରାର୍ଥୀଙ୍କ ବିଷୟରେ ସଂକ୍ଷପରେ ଆସନ୍ତୁ ଜାଣିବା ।

ସୁବାସ  ସିଂ

ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଥିଲେ । ଶ୍ରମିକ ଓ ବିଭିନ୍ନ ଟ୍ରେଡ୍ ୟୁନିୟନ୍ ସହ ସୁବାସଙ୍କ ସମ୍ପର୍କ ଢେର୍ ପୁରୁଣା । ଶ୍ରମିକଙ୍କ କଲ୍ୟାଣ ପାଇଁ ସେ ଅନେକ କାର୍ଯ୍ୟ କରିଛନ୍ତି । ବିଜୁ ଶ୍ରମିକ ସାମ୍ମୁଖ୍ୟରେ ମଧ୍ୟ ସେ ସାମିଲ୍ ଥିଲେ ।

ମୁନ୍ନା ଖାଁ

ସଂଖ୍ୟାଲଘୁ ବିଭାଗର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି । ଏଥିସହ ସମାଜ ସେବା କ୍ଷେତ୍ରରେ ସେ ସକ୍ରିୟ । ସଂଖ୍ୟାଲଘୁ ସମ୍ପ୍ରଦାୟର ନେତାଭାବେ ସେ ପରିଚିତ । ପୂର୍ବରୁ ସିନେ କଳାକାର ଭାବେ ବେଶ୍ ପରିଚିତ ଥିଲେ ମୁନ୍ନ ଖାଁ ।

ସୁଜିତ୍ କୁମାର

ଅକ୍ସଫୋର୍ଡ ୟୁନିଭରସିଟିରୁ ଏମବିଏ ଓ ହାୱାର୍ଡ ୟୁନିଭରସିଟିରୁ ସାଧାରଣ ପ୍ରଶାସନରେ ସ୍ନାତକୋତ୍ତର ହାସଲ କରିଛନ୍ତି । ସ୍ୱତନ୍ତ୍ର ଉନ୍ନୟନ କର୍ତ୍ତୃପକ୍ଷର ପରାମର୍ଶଦାତା ଅଛନ୍ତି । ଏଥିସହ ସେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ଦଳର ସାଙ୍ଗଠନିକ କାର୍ଯ୍ୟ ପରିଚାଳନା କରନ୍ତି ।ମମତା ମହନ୍ତ

ମୟୂରଭଞ୍ଜ ଜିଲ୍ଲାରୁ ଆସୁଥିବା ମମତା ମହନ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବା SHG ଓ ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ ପାଇଁ ପରିଚିତ । ସେ ବିଜୁ ଜନତା ଦଳ, ମୟୂରଭଞ୍ଜ ମହିଳା ଶାଖାର ସକ୍ରିୟ ସଦସ୍ୟ ।

ମୁନ୍ନା ଖାଁ, ସୁଜିତ୍ କୁମାର, ସୁବାସ ସିଂ ଓ ମମତା ମହନ୍ତଙ୍କୁ ରାଜ୍ୟସଭା ଟିକେଟ୍

ମୁନ୍ନା ଖାଁ, ସୁଜିତ୍ କୁମାର, ସୁବାସ ସିଂ ଓ ମମତା ମହନ୍ତଙ୍କୁ ରାଜ୍ୟସଭା ଟିକେଟ୍

ଭୁବନେଶ୍ୱର: ରାଜ୍ୟସଭା ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନାଁ ଘୋଷଣା କରିଛନ୍ତି । ଖାଲି ପଡ଼ିଥିବା ୪ ରାଜ୍ୟସଭା ଆସନ ପାଇଁ ମୁନ୍ନା ଖାଁ, ସୁଜିତ୍ କୁମାର, ସୁବାସ ସିଂ ଓ ମମତା ମହନ୍ତଙ୍କୁ ଟିକେଟ୍ ଦେଇଛି ବିଜେଡି ।ନାଁ ଘୋଷଣା ପରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ପଦରୁ ସୁବାସ ସିଂ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ ବୋର୍ଡ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି । ତାଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି ।

ସ୍କୁଲରେ ରହିବ ଉପଯୁକ୍ତ ମାସ୍କ, ବିଦେଶ ଯିବେନି ମନ୍ତ୍ରୀ ଏବଂ ସରକାରୀ କର୍ମଚାରୀ

ଭୁବନେଶ୍ୱର: କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ପଦକ୍ଷେପ ଦେଶକୁ ଦେଶ ଡ଼େଉଁଥିବା ମହାମାରୀ କରୋନାରୁ ବଞ୍ଚିବା ପାଇଁ ଦୃଢ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । କାରଣ ଏବେ କରୋନାରେ ମୃତ୍ୟୁ ସଂଖ୍ୟା ୩ ହଜାରରୁ ଅଧିକ ଟପିଲାଣି । ଭାରତରେ ମଧ୍ୟ କରୋନାର ସଂଖ୍ୟା ଏବେ ଧିରେ ଧିରେ ବଡ଼ିବାରେ ଲାଗିଲାଣି ।

ଓଡ଼ିଶାରେ ସନ୍ଦିଗ୍ଧଙ୍କୁ ଦେଖିବା ପରେ ତତ୍ପର ହୋଇଛି ସରକାର । ଯାହାକୁ ନେଇ କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି ବୈଠକ ପରେ ସବୁ ବିଭାଗ ପାଇଁ ଆଡଭାଇଜରି ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଏବଂ ସରକାରୀ ଅଫିସରଙ୍କ ବିଦେଶ ଗସ୍ତ ଉପରେ କଟକଣା ଜାରି କଟକଣା ଲଗାଇବାକୁ ସାଧାରଣ ପ୍ରଶାସନ ବିଭାଗକୁ ନିର୍ଦ୍ଦେଶ 

ଲୋକଙ୍କୁ ସଚେତନ କରାଇବାକୁ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ  ବିଭିନ୍ନ ସ୍ଥାନରେ ସଚେତନ ହୋର୍ଡିଂ ଲଗାଇବାକୁ ବୈଠକରେ ନିର୍ଦ୍ଦେଶ ହୋଇଛି ଜିପି, ପଞ୍ଚାୟତ ସମିତି ମାଧ୍ୟମରେ ସଚେତନ ପାଇଁ ନିର୍ଦ୍ଦେଶ 

ସ୍କୁଲରେ ପର୍ଯ୍ୟାପ୍ତ ପରିମାଣର ମାସ୍କ ମହଜୁଦ ପାଇଁ ନିର୍ଦ୍ଦେଶ  ସ୍କୁଲ ଚଟାଣ, ଟେବୁଲ, ଡୋର, ହ୍ୟାଣ୍ଡଲ ବିଶୋଧନ କର ପର୍ଯ୍ୟାପ୍ତ ପରିମାଣର ମାସ୍କ ମହଜୁଦ ପାଇଁ ନିର୍ଦ୍ଦେଶ ବାୟୋମେଟ୍ରିକ ଉପସ୍ଥାନ କୋହଳ ପାଇଁ ଆଡଭାଇଜରି

ମଇଁଷି ଛୁଆର ହାତୀକୁ ଆକ୍ରମଣ, ଭାଇରାଲ ହେଉଛି ଭିଡିଓ

ମଇଁଷି ଛୁଆକୁ ଡ଼ରୁଛି ହାତୀ । ବିରାଟ ହାତୀର ବଳ ଆଗରେ ଏକ କ୍ଷୁଦ୍ର ମଇଁଷି ଛୁଆର କୌଣସି ଅସ୍ତିତ୍ୱ ନାହିଁ  । କାରଣ ହାତୀର ଗୋଟିଏ ପାଦରେ ମାଟିରେ ମିଶିଯିବ ସେ । ହୁଏତ ଛୁଆଟି ସେ କଥା ବୁଝିବାକୁ ସମର୍ଥ ନୁହେଁ କିନ୍ତୁ ତା ମାଆ ଜାଣିଛି ଗୋଟିଏ ହାତୀର ବଳ ଆଗର ସେ ଲାଚାର ତେଣୁ ଛୁଆକୁ ବଞ୍ଚାଇବାକୁ ସେ ଧାଇଁ ଯାଇଛି । କିନ୍ତୁ ଛୁଆଟି ବୁଝିବାକୁ ନାରାଜ ।

ଅନ୍ୟପଟେ ମଇଁଷି ଛୁଆର ରାଗ ଆଗରେ ନିଜକୁ ଅସହାୟ ଦେଖାଇ ତାସହ ଖେଳିବାରେ ଲଗିଛି ହାତୀ । ଏହି କୌତୁହଳ ଦୃଶ୍ୟର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖାଯାଇଛି ମଇଁଷି ଛୁଆ ଏବଂ ତା ମାଆ ରାସ୍ତାରେ ଆସୁଥିବା ବେଳେ ଏକ ବିରଟ ହାତୀକୁ ସାମ୍ନାରେ ଦେଖିଛନ୍ତି । ସାମ୍ନାପରେ ହାତୀକୁ ଦେଖି ଡ଼ରିବା ବଦଳରେ ମଇଁଷି ଛୁଆଟି ରାଗିଯାଉଛି ଏବଂ ହାତୀ ଉପରେ ଆକ୍ରମଣ କରୁଛି  । ସବୁଠୁ ମଜା କଥା ହେଲା ହାତୀ ଜାଣିଛି ସେ ଛୁଆଟି ତାର କିଛି କରିପାରିବନି ତଥାପି ସେ ତାସହ କିଛି ସମୟ ଖେଳିବା ପରେ ତାକୁ ବାଟ ଛାଡ଼ିଦେଇଛି । ଏବଂ ମାଆ ସହ ଚୁପଚାପ ଚାଲିଯାଉଛି ମଇଁଷି ଛୁଆଟି ।