spot_img
Home Blog Page 7195

ମିନି ମାରାଥନ୍‌ରେ ୫ କି.ମି ଦୌଡ଼ିଲେ ୬୦ ବର୍ଷିୟ ଧାବକ ଧାବିକା

ଭୁବନେଶ୍ୱର: ବୟସ ୬୦ ଟପିଲାଣି । କିନ୍ତୁ ଏମାନେ ପୂରା ଫିଟ ।  ରାସ୍ତାରେ ଦୌଡିଲେ ଯୁବବର୍ଗଙ୍କୁ ବି ପଛରେ ପକାଇ ଦେଉଛନ୍ତି ଏମାନେ ।  ସତେ ଯେମିତି ଏମାନଙ୍କ ଉତ୍ସାହ ଆଗରେ ହାର ମାନିଛି ବୟସ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଅନୁଷ୍ଠିତ ବିଜୁ ମିନି ମାରାଥନରେ ଦେଖିବାକୁ ମିଳିଥିଲା

ଏଭଳି କିଛି ଧାବକ ଧାବିକାଙ୍କୁ ଯାହାଙ୍କର କାହାଣୀ ଭାରି ନିଆରା । ପଶ୍ଚିମବଙ୍ଗର  ବିଭିନ୍ନ ଗାଁରୁ ଆସିଛନ୍ତି ଏହି ଧାବକ ଧାବିକା ।  ପେଶାରେ ଏମାନେ ଚାଷୀ ।  କିନ୍ତୁ ପରିବାର ପୋଷିବା ପାଇଁ ଏମାନେ ସାଜିଛନ୍ତି ମାରାଥନର ।  ଧାନ ଅମଳରେ ଯେତିକି ମିଳେ ସେତିକିରେ ପରିବାର ଚଳିବା କଷ୍ଟ , ସେଥିପାଇଁ ଏଭଳି ମାରାଥନର ପୁରସ୍କାର ରାଶିକୁ ଚାହିଁ ବସିଥାନ୍ତି ଏହି ଧାବକ ।

ଧାନ ଚାଷ କରିବା ସହ ଘରେ ରୋଷେଇ କରିବାରେ ବ୍ୟସ୍ତ ଥାନ୍ତି ଏହି ମହିଳା ।  କିନ୍ତୁ ଅଧିକ ଟଙ୍କା ରୋଜଗାର କରିବା ପାଇଁ ଏମାନେ ବି ମାରାଥନକୁ ଟଙ୍କା ରୋଜଗାରର ବାଟ ବାଛିଲେ ।  ଏଥିପାଇଁ ବର୍ଷ ତମାମ୍‌ ଅଭ୍ୟାସ ବି କରୁଥାନ୍ତି । ମାରାଥନ ଆୟୋଜନର ଖବର ଶୁଣିଲେ ପହଞ୍ଚିଯାନ୍ତି ଭେନ୍ୟୁରେ ।  ରେଳଯାତ୍ରା ହେଉ ଅବା ବସ ଯାତ୍ରା ଯେତେ ସମସ୍ୟା ହେଉ ପଛେ ମାରାଥନରେ ଭାଗ ନେବା ଯେମିତି ନିଶା ପାଲଟିଯାଇଛି ।  ବିଭିନ୍ନ ବର୍ଗରେ ମାରାଥନର ଆୟୋଜନ ହୋଇଥିବାବେଳେ ବର୍ଷିୟାନ ମାରାଥନର ସଭିଙ୍କ ହୃଦୟ ଜିଣିଥିଲେ ।

ସମସ୍ତଙ୍କୁ ପକ୍କା ଘର ଥିଲା ବିଜୁଙ୍କ ସ୍ୱପ୍ନ: ନବୀନ

ଭୁବନେଶ୍ୱର: A decent roof over the head of every citizen of my state. ଅର୍ଥାତ ସମସ୍ତଙ୍କ ପାଇଁ ପକ୍କା ଘର ଥିଲା ବିଜୁ ବାବୁଙ୍କ ସ୍ୱପ୍ନ ଥିଲା ।  ଆଉ ଏହି ଦିଗରେ ଅନେକ ବାଟ ଆଗେଇଛି ରାଜ୍ୟ । ଏ ପର୍ଯ୍ୟନ୍ତ ୨୫ ଲକ୍ଷ ହତିାଧିକାରୀଙ୍କୁ ପକ୍କା ଘର ଦିଆଯାଇଛି । ଆଗାମୀ ୪ ବର୍ଷ ଭିତରେ ଆଉ ୨୦ ଲକ୍ଷ ପକ୍କା ଘର ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ୨୦ ଲକ୍ଷ ପକ୍କା ଘର ପାଇଁ ହିତାଧିକାରୀଙ୍କୁ ପକ୍କା ଘର ଯୋଗ୍ୟତା କାର୍ଡ ବଣ୍ଟନ କାର୍ଯ୍ୟ ଆରମ୍ଭ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେ ଆହୁରି କହିଛନ୍ତି, ମୋ ସରକାର କଥାରେ ନୁହେଁ, କାମରେ ବିଶ୍ୱାସ କରେ । ପକ୍କା ଘର ଯୋଗ୍ୟତା କାର୍ଡ ପାଇଁ ସମସ୍ତଙ୍କୁ ମୋର ଶୁଭେଚ୍ଛା । ମୋର ବିଶ୍ୱାସ , ଆପଣମାନେ ଠିକ୍ ସମୟରେ ଘର ତିଆରି କରିବେ ଏବଂ ଓଡ଼ିଶାର ସବୁ କଚ୍ଛା ଘରକୁ ପକ୍କା କରିବା ପାଇଁ ସରକାରଙ୍କ ଉଦ୍ୟମରେ ସହଯୋଗ କରିବେ ।

ପଞ୍ଚାୟତିରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପାଇଁ ମୋ ସରକାର ବିଭିନ୍ନ ପଦକ୍ଷେପ ନେଇଛି । ଗଣତନ୍ତ୍ରରେ ଲୋକ ହିଁ ଶ୍ରେଷ୍ଠ । ସାଧାରଣ ଲୋକ ହିଁ ମାଲିକ । ବିଜୁ ବାବୁ ସବୁବେଳେ ସାଧାରଣ ଲୋକର ହକ୍‌କୁ ଗୁରୁତ୍ୱ ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଓ ଲୋକସେବା ଦିବସଭାବରେ ପାଳନ କରାଯିବ ବୋଲି ଘୋଷଣା କରିଛନ୍ତି ।

ନିର୍ଭୟା ମାମଲା: ମାର୍ଚ୍ଚ ୨୦ରେ ଫାଶୀ !

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ୪ ଜଣଙ୍କୁ ମାର୍ଚ୍ଚ ୨୦ ତାରିଖ ସକାଳ ୫.୩୦ ମିନଟରେ ଫାଶୀ ଦେବାକୁ ଦିଲ୍ଲୀ ଅଦାଲତ ନୂଆ ଡେଥ୍ ୱାରେଣ୍ଟ୍ ଜାରି କରିଛନ୍ତି ।

ଅଦାଲତଙ୍କ ଦ୍ୱାରା ଜାରି କରାଯାଇଥିବା ଏହା ହେଉଛି ଚତୁର୍ଥ ଡେଥ୍ ୱାରେଣ୍ଟ୍ । ପୱନ ଗୁପ୍ତା ଦ୍ୱାରା ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କ ପାଖରେ କରାଯାଇଥିବା ରାଜକ୍ଷମା ଆବେଦନ ଅଗ୍ରାହ୍ୟ ହେବା ପରେ ଏହି ଡେଥ୍ ୱାରେଣ୍ଟ୍ ଜାରି ହୋଇଛି ।

ନୂଆ ଡେଥ୍ ୱାରେଣ୍ଟ ଜାରି ହେବା ପରେ ନିର୍ଭୟାଙ୍କ ମା’ ତାଙ୍କ ପ୍ରତିକ୍ରିୟାରେ ଏହା ଶେଷ ତାରିଖ ଓ ସେମାନଙ୍କୁ ମାର୍ଚ୍ଚ ୨୦ରେ ଫାଶୀ ଦିଆଯିବ ବୋଲି ଆଶା କରିଛନ୍ତି ।  

କେତେ ଥର ଘୁଂଚିଥିଲା ଫାଶୀ ?

ପୂର୍ବରୁ ତିନି ତିନି ଥର ଘୁଞ୍ଚିସାରିଛି ଫାଶୀର ତାରିଖ । ପ୍ରଥମେ ଜାନୁଆରୀ ୨୨ ତାରିଖରେ ଫାଶୀ ଦେବାକୁ ଡେଥ୍ ଓ୍ୱାରେଣ୍ଟ ଜାରି ହୋଇଥିଲା । ପରେ ଫେବ୍ରୁଆରୀ ୧ ତାରିଖରେ ଫାଶୀ ଦେବାକୁ ଦିଲ୍ଲୀର ପଟିଆଲା ହାଉସକୋର୍ଟ ତାରିଖ ଧାର୍ଯ୍ୟ କରିଥିଲେ । ପରେ ମାର୍ଚ୍ଚ ୩ ତାରିଖ ସକାଳ ୬ଟାକୁ ଫାଶୀ ତାରିଖ ଧାର୍ଯ୍ୟ ହୋଇଥିଲା । ମାତ୍ର ଭିନ୍ନ ଭିନ୍ନ କାରଣ ଦର୍ଶାଇ ଏହା ଉପରେ ସ୍ଥଗିତାଦେଶ ଆଣିବାରେ ଦୋଷୀଙ୍କ ଓକିଲ ଏ.ପି ସିଂ ସଫଳ ହୋଇଥିଲେପବନର ରାଜକ୍ଷମା ଆବେଦନ ଉପରେ ବିଚାର ହୋଇନଥିବା ହେତୁ ଫାଶୀକୁ ସ୍ଥଗିତ ରଖାଯାଇଥିଲା । ପବନର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ଥିବାରୁ ଏଭଳି ନିର୍ଦ୍ଦେଶ ଦେଇଥିଲା କୋର୍ଟ ।

 

ବିଶ୍ୱସ୍ତରୀୟ ଏସସିବି ମେଡିକାଲ କଲେଜ ପାଇଁ ପଡ଼ିଲା ମୂଳଦୁଆ

କଟକ : ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀରେ କଟକ ସହ ଯୋଡ଼ି ହୋଇଛି ବିକାଶର ନୂଆ ଅଧ୍ୟାୟ । କଟକ ଏସସିବି ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରସ୍ତୁତ ହୋଇଥିବା ବିସ୍ତ୍ରୁତ ଯୋଜନା ଆଜିଠାରୁ କାର୍ଯ୍ୟକାରୀ ହୋଇଛି । କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ବସ୍ତରୀୟ ଏସସିବି ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି  ।

ସ୍ବତନ୍ତ୍ର ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ସାଢ଼େ 4 କୋଟି ଓଡ଼ିଶାବାସୀ ମୋର ପରିବାର । ଏଥିପାଇଁ ମୁଁ ଆପଣମାନଙ୍କ ନିକଟରେ ବହୁତ ଋଣୀ । ଆଜି SCB କଲେଜର ମୂଳଦୂଆ ରଖାଗଲା  । କଟକ ସହ ବିଜୁବାବୁଙ୍କ ସମ୍ପର୍କ ଥିଲା ନିବିଡ଼ । ବିଜୁବାବୁଙ୍କ ଜନ୍ମ କଟକ ସହ ଆମୃ ପରିବାରର ସମ୍ପର୍କ ସ୍ବତନ୍ତ୍ର । ଏହି ଅବସରରେ SCBକୁ ବିଶ୍ବସ୍ତରୀୟ କରିବା କାମୃ ଆରମ୍ଭ ହେଲା । ଓଡ଼ିଶା ବିକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ଯ଼ୋଡ଼ି ହେଲା । SCB ସାଧାରଣଲୋକଙ୍କ ଆଶା ଓ ଭରସାର କେନ୍ଦ୍ର । ରାଜ୍ୟ ବାହାରରୁ ଲୋକେ ମଧ୍ୟ ଚିକିତ୍ସା ପାଇଁ ଆସିଥାନ୍ତି  । ଏଭଳି ସ୍ଥିତିରେ SCBର ଭିତ୍ତିଭୂମି ବିକାଶ ଜରୁରୀ ହୋଇପଡ଼ିଛି । ଲୋକଙ୍କୁ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ଯ଼ୋଗାଇଦେବା ଆମର ଲକ୍ଷ୍ୟ । ଆପଣମାନଙ୍କ ଆଶୀର୍ବାଦରେ ଆମ ସରକାର 20 ବର୍ଷ ପୂରଣ କରିଛି’ । ଲୋକଙ୍କ ଭଲ ପାଇବା ନିକଟରେ ଋଣୀ ବୋଲି କହିଛନ୍ତି ନବୀନ  ।

ବିଜେଡିର ନୂଆ ସଂଗଠନ ସଂପାଦକ ହେଲେ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର : ଦାୟିତ୍ୱବାନ୍ ଓ ନିଷ୍ଠାପର ଭାବେ ଦଳ ପାଇଁ କଠିନ ପରିଶ୍ରମ କଲେ ତାର ପ୍ରତିବଦଳରେ ପୁରସ୍କାର ଯେ, ନିଶ୍ଚୟ ମିଳିବ ଏକଥା ପୁଣିଥରେ ପ୍ରମାଣିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଆଜି ଏକ ବଡ଼ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୪, ୨୦୧୯ ସାଧାରଣ ନିର୍ବାଚନ,  ବିଜେପୁର ଏବଂ ପାଟକୁରା ଉପ ନିର୍ବାଚନରେ ପ୍ରଣବଙ୍କ କଠିନ ପରିଶ୍ରମ ପାଇଁ ତାଙ୍କୁ ବିଜେଡିର ସାଂଗଠନିକ ସଂପାଦକ ଭାବେ ନୂଆ ଦାୟିତ୍ୱ ମିଳିଛି ।

ପ୍ରଣବ ପ୍ରକାଶ ଦାସ ହେଲେ ବିଜେଡିର ସଂଗଠନ ସମ୍ପାଦକ ହେବା ନେଇ ଆଜି ଦଳୀୟ କାର୍ଯ୍ୟାଳୟରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ସାଂଗଠନିକ ନିର୍ବାଚନ ପରେ ଦଳରେ ପ୍ରଥମ ନିଯୁକ୍ତି ସ୍ୱରୂପ ପ୍ରଣବଙ୍କ ନାଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ପୁଣିଥରେ ଭରଷା କରି ଏଭଳି ଗୁରୁ ଦାୟିତ୍ୱ ଦେଇଛନ୍ତି । ପ୍ରଥମ ଥର ପାଇଁ ନବୀନ ଦଳୀୟ ନିଯୁକ୍ତି ନେଇ ଗଣମାଧ୍ୟମରେ ବିବୃତି ମଧ୍ୟ ଦେଇଛନ୍ତି । ଦଳ ପାଇଁ ପ୍ରଣବଙ୍କ ଅବଦାନକୁ ଖୁବ୍ ପ୍ରଶଂସା କରିଥିଲେ ସୁପ୍ରିମୋ ।

୨୦୧୪, ୨୦୧୯ ସାଧାରଣ ନିର୍ବାଚନରେ ପ୍ରଣବଙ୍କ ଅବଦାନ ପ୍ରଶଂସନୀୟ । ପରବର୍ତ୍ତୀ ଉପନିର୍ବାଚନରେ ମଧ୍ୟ ପ୍ରଣବ ନେଇଥିଲେ ଗୁରୁ ଦାୟିତ୍ୱ । ମୁଖ୍ୟମନ୍ତ୍ରୀଙ୍କ ପରେ ପ୍ରଣବ ସମ୍ଭାଳିବେ ଦଳର ସଂଗଠନ । ଉଲ୍ଲେଖନୀୟ ଭାବେ ଆଜିର ଦିନକୁ ଏହି ଘୋଷଣା ପାଇଁ ବାଛିଲେ ନବୀନ । ଦଳର ସାଂଗଠନିକ କାର୍ଯ୍ୟରେ ନବୀନଙ୍କୁ ସହଯୋଗ କରିବେ ପ୍ରଣବ । ଦଳରେ ସଭାପତି ନବୀନଙ୍କ ପରେ ପ୍ରଣବଙ୍କୁ ମିଳିଲା ଦ୍ୱିତୀୟ କ୍ଷମତା ।

ଛାତ୍ରୀଙ୍କୁ ଟ୍ୟୁସନ ପାଇଁ ଗଲାବେଳେ ଶିକ୍ଷକଙ୍କୁ ପିଟିଲା ଟ୍ରକ୍‌

ବାଲିଗୁଡ଼ା/ଆନନ୍ଦପୁର: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ରାମପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଝିଅକୁ ଟିଉସନ ଆଣିବାକୁ ଯିବାବେଳେ ଟ୍ରକ ଧକ୍କାରେ ଚାଲିଗଲା ଶିକ୍ଷକଙ୍କ ଜୀବନ । ମତକ ହେଲେ ତୁମୁଡିବନ୍ଧ ବାଟବଡି ସ୍କୁଲ ଶିକ୍ଷକ ବିଶ୍ୱରଞ୍ଜନ ସାମନ୍ତରାୟ । ନିଜ ଝିଅକୁ ଟିଉସନରୁ ଆଣିବା ପାଇଁ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା ।

ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ତୁମୁଡିବନ୍ଧ ଓ ପରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ଘଟଣା ନେଇ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଟ୍ରକ ଓ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ  ।

ସେହିଭଳି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା କୋଳିମାଟି ଛକରେ ମର୍ମତୁଦ ସଡ଼କ ଦୁର୍ଘଟଣା ଘଟିଛି । କାରକୁ ପଛରୁ ଧକ୍କା ଦେଇଛି ବୋଲେରୋ । ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ଆହାତ ହୋଇଛନ୍ତି ।

ବିଜୁ ବାବୁଙ୍କ ଜନ୍ମଦିନରେ ତାଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ବିଜୁ ବାବୁଙ୍କ ଜନ୍ମଦିନରେ ତାଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୧୯୪୫ ମସିହାର ଏକ ଡକ୍ୟୁମେଣ୍ଟ ଟ୍ୱିଟ୍‌ କରିଛନ୍ତି ମୋଦି । ଯେଉଁଥିରେ  ଡକ୍ଟର ରାମ ମନୋହର ଲୋହିଆଙ୍କ କଥା ଉଲ୍ଲେଖ ରହିଛି ।

ବିଜୁବାବୁ କିଭଳି ଅଣ୍ଡରଗ୍ରାଉଣ୍ଡ ଥିବା ଲୋହିଆଙ୍କୁ ଉଦ୍ଧାର କରିଥିଲେ ସେ କଥାକୁ ମନେ ପକାଇଛନ୍ତି । ବିଜୁ ବାବୁ ଭାରତର ପ୍ରଗତି ପାଇଁ ସବୁ ବେଳେ ପ୍ରୟାସ କରିଆସୁଥିଲେ । ସେହିପରି ଓଡ଼ିଶାର ଉନ୍ନତି ପଛରେ ତାଙ୍କର ବଡ଼ ଭୂମିକା ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ବିଜେଡ଼ି ସରକାର କେବଳ ଶ୍ରୀଜଗନ୍ନାଥ ଏବଂ କୋଟିକୋଟି ଓଡ଼ିଆଙ୍କ ପାଇଁ ଆଜି ଆଗରେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୨୦ ବର୍ଷରେ ବିଜେଡି । ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନକୁ ୨୦ ବର୍ଷ ପୂରିଲା । ଆଜିକୁ ୨୦ ବର୍ଷ ତଳେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀ ବିଜୁ ଜନତା ଦଳକୁ ସରକାର ଗଠନର ସୁଯୋଗ ଦେଇଥିଲେ । ବିଜେଡି-ବିଜେପି ମେଣ୍ଟ ୯ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନ କରିଥିଲା ।

୨୦୦୯ ପରେ ବିଜେଡି ଏକାକୀ ସରକାର ଗଠନ କରୁଛି । କ୍ରମାଗତ ଭାବେ ନବୀନ ପଟ୍ଟନାୟକ ୫ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ଚାଲିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍‌ । ସଫଳତା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ କୋଟି କୋଟି ଓଡ଼ିଆଙ୍କ ସମର୍ଥନକୁ ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି, ସେ ସୃଷ୍ଟି ନିୟନ୍ତା, ତାଙ୍କ ଇଚ୍ଛା ବିନା ପତ୍ର ବି ହଲେ ନାହିଁ ।

ଶ୍ରୀଜିଉଙ୍କ ଆଶୀର୍ବାଦ ସହ ଓଡ଼ିଶାବାସୀଙ୍କ ନିକଟରେ ଋଣୀ ବୋଲି କହିଛନ୍ତି । ଏହି ଧାରାକୁ ବଜାୟ ରଖି ନୂଆ ଓଡ଼ିଶା ଗଠନ ଦିଗରେ ଆଗକୁ ବଢ଼ିବା ପାଇଁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜୁ ଜୟନ୍ତୀ ଅବସରରେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଗଣ ଦୌଡ଼

ଭୁବନେଶ୍ୱର: ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏଥିପାଇଁ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ । ବିଜେଡି କାର୍ଯ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିଧାନସଭା ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଆଜି ବିଜୁ ପଟ୍ଟନାୟକ ମିନି ମାରାଥନ ଆୟୋଜିତ ହୋଉଛି । ମୋଟ ୬ ଟି ବର୍ଗରେ ହେଉଥିବା ଏହି ମିନି ମାରାଥନରେ ଉଭୟ ପୁରୁଷ ଓ ମହିଳା ମାନେ ଯୋଗ ଦେଇଛନ୍ତି । ୩୫୦୦ରୁ ଅଧିକ ପ୍ରତିଯୋଗୀ ଏଥିରେ ସାମିଲ ହୋଇଛନ୍ତି ।

ଭୁବନେଶ୍ୱରର ଫରେଷ୍ଟ ପାର୍କ ନିକଟରୁ ମାରାଥନର ଶୁଭାରମ୍ଭ ହୋଇଛି । ପ୍ରତିଯୋଗୀ ମାନେ  ଶିଶୁ ଭବନ ଦେଇ କଳିଙ୍ଗ ଷ୍ଟାଡ଼ିୟମର ମୁଖ୍ୟ ପଡ଼ିଆକୁ ଆସିବେ । କୃତି ପ୍ରତିଯୋଗୀଙ୍କ ପାଇଁ ଲକ୍ଷେ ୫୮ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ସେପଟେ ରାଜ୍ୟର ବୀଭିନ୍ନ ସଜିଲ୍ଲାରେ ମଧ୍ୟ ବିଜୁ ମିନି ମାରାଥୋନ ଅନୁଷ୍ଠିତ ହୋଇଛି ।

କଟକରେ ମିନି ମାରାଥନ ଓ ୱାକାଥନ ପ୍ରତିଯୋଗିତା ଆୟୋଜିତ ହୋଇଛି । ଭେଟରାନ ସ୍ପୋଟର୍ସ ପର୍ସନ୍ସ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଖାଲି ସେତିକି ନୁହେଁ ବିଜୁ ବାବୁଙ୍କ ଜୟନ୍ତିକୁ ନେଇ  ୬୦ ହଜାର ଲୋକଙ୍କ ହେବ ସମାଗମ । ବାଲୁକା କଳାରେ ଶୋଭା ପାଇବ ବିଜୁଙ୍କ ଜୀବନୀ ।

ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ ସମାରୋହ ପାଇଁ ପୁରା ପ୍ରସ୍ତୁତ ହୋଇଛି କଟକ ବାଲିଯାତ୍ରା ପଡିଆ । ଆକର୍ଷଣୀୟ ମଞ୍ଚ ଓ ସାଜସଜ୍ଜା ସୃଷ୍ଟି କରୁଛି ଅଦିନିଆ ବାଲିଯାତ୍ରାର ଭ୍ରମ । ରାଉରକେଲାରେ ମଧ୍ୟ ବିଜୁ ବାବୁଙ୍କ ଜୟନ୍ତୀକୁ ନେଇ ବିରାଟ ମାରାଥନ ଅନୁଷ୍ଠୀତ ହୋଇଯାଇଛି ।

ହୋଲି ରଙ୍ଗରୁ ହୋଇପାରେ କରୋନା, ଫିକା ପଡ଼ିବ ହୋଲିପର୍ବ

ନୂଆଦିଲ୍ଲୀ: ଏଥର ଫିକା ପଡ଼ିବ ହୋଲି ପର୍ବ । ଫଗୁର ଗାଢ଼ ରଙ୍ଗ ଆଉ ଏଥର କାହାକୁ ରଙ୍ଗେଇ ପାରିବ ନାହିଁ । କାରଣ କରୋନା ପାଇଁ ହୋଲି ବନ୍ଦ ହେବାକୁ ଯାଉଛି । କରୋନା ଭୟରେ ହୋଲିରେ ବ୍ରେକ୍‌ ଲାଗିଛି । ଏହାର କାରଣ ହେଉଛି ଚାଇନାରୁ ଆସୁଥିବା ରଙ୍ଗରେ କରୋନା ହୋଇପାରେ ବୋଲି ସନ୍ଦେହ କରାଯାଉଛି । ଯଦି ହୋଲି ଆମେ ଖେଳିବା ତେବେ ଆମକୁ କରୋନା ହୋଇପାରେ । ଏନେଇ ଭାରତରେ ଭୟର ବାତାବରଣ ଦେଖାଦେଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ହୋଲି ପାଳନ ନକରିବାକୁ ଘୋଷଣା କରିଛନ୍ତି  । ପରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟାଳୟ ମଧ୍ୟ ଟ୍ୱିଟ୍ କରି କହିଛନ୍ତି ଯେ, ରାଷ୍ଟ୍ରିୟ ଭବନ ପାରମ୍ପାରିକ ହୋଲି ସମାବେଶକୁ ସତର୍କତାମୂଳକ ପଦକ୍ଷେପ ଭାବରେ ପାଳନ କରିବେ ନାହିଁ ଯେପରି “ସତର୍କତା ଏବଂ ସୁରକ୍ଷାକର୍ମୀ, ଆମେ ସମସ୍ତେ COVID-19 ର ବିସ୍ଫୋରଣକୁ ସାହାଯ୍ୟ କରିପାରିବା । ଏହାସହ ଭାରତର ନାଗରିକ ମାନେ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି ।

କରୋନା ଜୀବାଣୁ ବର୍ତ୍ତମାନ ଭାରତରେ କାୟା ବିସ୍ତାର କରୁଛି। ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବୁଧବାର ପର୍ଯ୍ୟନ୍ତ କରୋନାରେ ୨୯ ଟି ସକାରାତ୍ମକ ମାମଲା ରିପୋର୍ଟ ହୋଇଛି। ଏଥିସହ ଗୁଜୁରାଟର ସୁରଟରେ ଦୁଇଟି ସନ୍ଦେହଜନକ ମାମଲା ମଧ୍ୟ ସାମ୍ନାକୁ ଆସିଛି। ଯେଉଁମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ଚାଇନାର ୱୁହାନରୁ ମୋଟ ୨୯ ଟି ସକରାତ୍ମକ ରୋଗ ବ୍ୟାପିବା ଆରମ୍ଭ କରିଛି, ସେଥିମଧ୍ୟରୁ ୩ ଟି ଆରୋଗ୍ୟ ଲାଭ କରିଛି ଏବଂ ୨୬ ଜଣ ଚିକିତ୍ସିତ ହେଉଛନ୍ତି। ତେବେ କରୋନା ଜୀବାଣୁ ଯୋଗୁଁ ଲୋକଙ୍କ ମଧ୍ୟରେ ବହୁତ ଭୟ ରହିଛି। ଏଭଳି ପରିସ୍ଥିତିରେ ଲୋକମାନେ ଭାରତରେ ହୋଲି ପର୍ବକୁ ନେଇ ସତର୍କତା ଅବଲମ୍ବନ କରୁଛନ୍ତି ।