spot_img
Home Blog Page 7224

ଓଡ଼ିଶାର ଏହି ସ୍ଥାନରେ ବିହାରୀ ଷ୍ଟାଇଲେ ଦିଆଗଲା କପି, ଭାଇରାଲ ହେଲା ଭିଡ଼ିଓ

ଢ଼େଙ୍କାନାଳ: ବିହାର ଭଳି ଢ଼େଙ୍କାନଳରେ କପି ଦିଆ ନିଆର ଝଲକ୍‌ । କପି ଦେବାକୁ ଚାଲିଛି ସଂଘର୍ଷ । ପାଚେରୀ ଡ଼େଇଁ ସ୍କୁଲ ଭିତରେ ଦିଆଯାଉଛି ମାଟ୍ରିକ ପରୀକ୍ଷାର୍ଥିଙ୍କୁ କପି । ଜଣେକି ଦୁଇ ଜଣ ନୁହେଁ ଏକାଥରକେ ୨୦ରୁ ଉର୍ଦ୍ଧ୍ୱ ଯୁବକ ପାଚେରୀ ଡ଼େଇଁ କପି ଦେଉଛନ୍ତି ।

ଢ଼େଙ୍କାନାଳର ଦୁଇଟି ସ୍କୁଲରେ ଦେଖାଦେଇଛି ଏଭଳି ଘଟଣା । ପରଜଙ୍ଗ ଥାନା ବିରିବୁଲେଇ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଗଡ଼ପଳାଶୁଣି ବାପୁଜୀ ପିଦ୍ୟାପୀଠର ଏ ହେଉଛି ଦୃଶ୍ୟ ।

ସୂଚନା ଅନୁଯାୟୀ, ଏହି ଦୁଇଟି ସ୍କୁଲରେ ଆଜି ଇଂରାଜି ପରୀକ୍ଷା ଚାଲିଥିଲା । ଏହି ପରୀକ୍ଷାରେ ପିଲାଙ୍କୁ ସାହାର୍ଯ୍ୟ କରିବା ପାଇଁ ଆସିଥିଲେ ଚେଲାଚାମୁଣ୍ଡା । ପରୀକ୍ଷା ଆରମ୍ଭର ମାତ୍ର କିଛି ସମୟ ପରେ ଆରମ୍ଭ ହୋଇଥିଲା କପି ଦେବା ସଂଘର୍ଷ ।

ବାନର ଭଳି ଗୋଟିଏ ପରେ ଗୋଟିଏ ଯୁବକ ଚଢ଼ିବାକୁ ଲାଗିଥିଲେ ସ୍କୁଲ ପାଚେରି ଉପରେ । ସ୍କୁଲର ପାଚେରୀ ଡ଼େଇଁ ଦିଆ ଯାଉଛି କପି । ବିରିବୁଲେଇ ସ୍କୁଲରେ ସ୍ଥାନୀୟ ଲୋକେ ଏହା ଦେଖି କପି ଦେଉଥିବା ଲୋକଙ୍କୁ ବିରୋଧ କରିଥିଲେ ।

ଅନ୍ୟପଟେ ଗଡ଼ପଳାଶୁଣି ସ୍କୁଲରେ ଜଣେ ବାପା ତାଙ୍କ ଝିଅକୁ କପି ଦେଉଥିବା ବେଳେ ପୋଲିସ ଠାରୁ ନିର୍ଧୁମ ଛେଚା ଖାଇଛନ୍ତି । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ତାଳଚେର ମଣ୍ଡାପାଳ ସ୍ଥିତ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।

 

ସାମାନ୍ୟ କଳହରୁ ବାପାର ଏମିତି ଅବସ୍ଥା କଲା ପୁଅ

0

ମୟୂରଭଞ୍ଜ: ପୁଅ ସାଜିଲା ସୈତାନ । ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ପୁଅ । ଏଭଳି ଅମାନୁଷିକ କାଣ୍ଡ ଘଟିଛି ମୟୂରଭଞ୍ଜ ବାଦାମପାହାଡ ଡୋଭା ଗାଁରେ । ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟାଇଛି ପୁଅ । ମୃତକ ହେଲେ ଗୋପାଳ ନାଏକ । ଘଟଣା ଖବର ପାଇ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛନ୍ତି । ଅଭିଯୁକ୍ତ ଜିତେନ ନାଏକକୁ ପୋଲିସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

ଜାଗର ଦୀପ ଜାଳି ଘରକୁ ଫେରୁଥିବା ବେଳେ ହେଲେ ଗଣଦୁଷ୍କର୍ମର ଶିକାର

0

ଭଦ୍ରକ: ଭଦ୍ରକରେ ପୁଣି ଲଜ୍ଜା । ଜାଗର ଦେଖି ଫେରୁଥିବା ବେଳେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଗୁରୁତର ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ଜନୈକ ମହିଳା ଜାଗର ପାଇଁ ନିକଟସ୍ଥ ଶିବ ମନ୍ଦିରକୁ ଯାଇଥିଲେ ।

ଦର୍ଶନ ସାରି ଫେରୁଥିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ରାସ୍ତା ଉପରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ । ଏବେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଗାଧୋଇକି ଯାଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା ଦେବାକୁ, ଚାଲିଗଲେ ଆରପାରିକୁ

0

ମୋହୋନା: ପୋଖରୀରେ ବୁଡ଼ି ମାଟ୍ରିକ୍‌ ପରୀକ୍ଷାର୍ଥିଙ୍କ ମୃତ୍ୟୁ । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଏହି ଅଘଟଣ ଘଟିଛି । ମୃତ ଛାତ୍ର ଜଣକ ହେଲେ ନାରାୟଣ ମଲ୍ଲିକ ।

ମାଟ୍ରିକ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ଗାଁ ନିକଟ ବଟବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ । ସେଠାରେ ଅସାବଧାନତା ଯୋଗୁ ପାଣିରେ ବୁଡି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୋହନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ଏମ୍ସରେ ହିନ୍ଦୀ ଭାଷା କାର୍ଯ୍ୟକାରିତାକୁ ବିରୋଧ, ନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କଲା ବିଜେଡି

0

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ହିନ୍ଦୀ ଭାଷା କାର୍ଯ୍ୟକାରିତାକୁ ବିଜେଡିର ବିରୋଧ । ଏମ୍ସ ନିର୍ଦ୍ଦେଶକଙ୍କୁ ଦାବିପତ୍ର ଦେଲା ବିଜେଡି । ଦଳର ସାଂସଦ ଓ ବିଧାୟକମାନେ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ଅଧିକାଂଶ ଲୋକ ଓଡ଼ିଆ । ଯେଉଁମାନେ ଓଡ଼ିଆ କୁହନ୍ତି ଓ ବୁଝନ୍ତି । ତେଣୁ, ଏମ୍ସର ସବୁ କାର୍ଯ୍ୟ ଓଡ଼ିଆରେ କରିବାକୁ ବିଜେଡି ସାଂସଦ ଓ ବିଧାୟକମାନେ ଦାବି କରିଛନ୍ତି ।ହିନ୍ଦୀ ଭାଷାରେ ଭୁବନେଶ୍ୱର ଏମ୍ସର ସମସ୍ତ ପ୍ରଶାସନିକ କାର୍ଯ୍ୟ ଓ ଆଲୋଚନା କରିବାକୁ ଗତ ୨୦ ତାରିଖରେ ନୋଟିସ୍ ପ୍ରକାଶ ପାଇଥିଲା । ଯାହାକୁ ବିଜେଡି ପକ୍ଷରୁ ବିରୋଧ କରାଯାଇଛି । ହିନ୍ଦୀକୁ ଜୋରଜବରଦସ୍ତ ଓଡ଼ିଆ ଲୋକଙ୍କୁ ଉପରେ ଲଦି ଦିଆଯାଉଥିବା ଦଳ ଅଭିଯୋଗ କରିଛି । ଦଳ ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଛି ।ତୁରନ୍ତ ନୋଟିସକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ଏଥିସହ ଓଡ଼ିଆ ଭାଷାରେ ସମସ୍ତ କାର୍ଯ୍ୟ ହେଲେ ଲୋକ ଚିକିତ୍ସା ସେବାର ସମ୍ପୂର୍ଣ୍ଣ ଲାଭ ଉଠାଇ ପାରିବେ ବୋଲି କୁହାଯାଇଛି ।

ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶନାମା ବିରୋଧରେ କେନ୍ଦ୍ରକୁ ଅବଗତ କରାଇବ ବିଜେଡି

ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖକୁ ନେଇ ପୁଣି ସନ୍ଦେହ

0

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ନୂଆ ଟ୍ୱିଷ୍ଟ । ଆଇନ ସହାୟତା କାଉନସେଲର୍‌ଙ୍କୁ ଭେଟିବାକୁ ମନା କଲା ବିନୟ । ବିନୟକୁ ଭେଟିବାକୁ ଯାଇ ଖାଲି ହାତରେ ଫେରିଲେ ରବି କାଜି । ଫେବ୍ରୁଆରୀ ୧୯ରେ ପବନକୁ ଭେଟିବାକୁ ଚାହିଁଥିଲେ ରବି ।

ପବନ ତାଙ୍କୁ ଭେଟିବାକୁ ଚାହୁଁନଥିବା କହିଥିଲେ ତିହାର ପ୍ରଶାସନ । ପବନ ଏକମାତ୍ର ଦୋଷୀ ଯାହାର କ୍ୟୁରେଟିଭ୍‌ ପିଟିସନ ବାକି ଅଛି । ପବନ ଏନେଇ କୋର୍ଟରେ ଆବେଦନ କରିନଥିବାରୁ ସନ୍ଦେହ ସୃଷ୍ଟି ହୋଇଛି ।

ପବନର ଏଭଳି ଆଚରଣ ନେଇ ନନ୍ଦିଘୋଷ ଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି ରବି କାଜି । ରବି କାଜିଙ୍କ ଆଇନ ସହାୟତା ନେବାକୁ ମନା କଲା ପବନ । ରବି କାଜିଙ୍କ ବଦଳରେ ନୂଆ ଓକିଲଙ୍କ ସହାୟତା ନେବା ସମ୍ଭାବନା ରହିଛି । ଏଭଳି ହେଲେ ପୁଣି ଫାଶୀ ତାରିଖ ଗଡ଼ିବା ନେଇ ଆଶଙ୍କା ଦେଖାଦେଇଛି ।

କାଲିଠୁ ପାଗରେ ଆସିବ ପରିବର୍ତ୍ତନ, ୩ ଦିନ ଯାଏଁ ଭିଜିବ ରାଜ୍ୟ

ଭୁବନେଶ୍ୱର: ଶୀତ ଅପସରୁଛି, ଧିରେ ଧିରେ ଟାଣ ହେଉଛି ଖରା । ଏତିକି ବେଳେ ଆସୁଛି ବର୍ଷା । ଦକ୍ଷିଣ ୟୁପିରେ ଘୂର୍ଣ୍ଣିବଳୟ ଓ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ମଧ୍ୟରେ ଥିବା ଟ୍ରପ୍ ଲାଇନ୍ ପ୍ରଭାବରେ ବର୍ଷା ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ ବଦଳିବ । ଉପାନ୍ତରୁ ଉପକୂଳ ସବୁଠି ଘଡ଼ଘଡ଼ି ସହ ବର୍ଷା ହେବ ।ଆସନ୍ତାକାଲି ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ସହ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ୨୪ ତାରିଖରେ ତ୍ତରର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ବର୍ଷା ହେବ । ବାଲେଶ୍ୱର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଏବଂ ନୟାଗଡ଼ ସହ ଉପକୂଳ ଓଡ଼ିଶାରେ ବର୍ଷା ହେବ । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, ସୋନପୁର, କଳାହାଣ୍ଡି, କନ୍ଧମାଳ ଏବଂ ନୂଆପଡ଼ାରେ ବର୍ଷିବ ।୨୫ରୁ ବର୍ଷା ଆହୁରି ବଢ଼ିବ । ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବ । ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତିରେ ଘଡ଼ଘଡ଼ି ସହ ବର୍ଷା ହେବ । ବର୍ଷାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲା ଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୬ ତାରିଖ ପରେ ପାଗରେ ପରିବର୍ତ୍ତନ ହେବ । ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେଲେ ମଧ୍ୟ ଅନ୍ୟ ଜିଲ୍ଲା ଗୁଡ଼ିକରେ ଆକାଶ ମେଘମୁକ୍ତ ରହିବା ସାଙ୍ଗକୁ ତାପମାତ୍ରା ବୃଦ୍ଧି ପାଇବ ।

୨୩ ରୁ ହେବ ପାଗରେ ପରିବର୍ତ୍ତନ, ୨୪ରୁ ଘଡ଼ଘଡ଼ି ସହ ବର୍ଷା !

ଭାଇ ପାଇଁ ଭାଇ ଦେଉଥିଲା ମାଟ୍ରିକ ପରୀକ୍ଷା, ଆଉ ତାପରେ…

ପୁରୀ: ଏଥର କପି ନୁହେଁ ଡାଇରେକ୍ଟ ପରୀକ୍ଷା ହଲରେ ଖେଳ । ଝରକା ଫାଙ୍କରେ ଆଉ କପି ଦିଆ ନିଆ ନାହିଁ । ସିଧାସଳଖ ଡୁପ୍ଲିକେଟ୍‌ ପରୀକ୍ଷାର୍ଥି ହୋଇ ଦେଲେ ପରୀକ୍ଷା । ଭାଇ ପାଇଁ ଦେଉଥିଲା ଭାଇ ମାଟ୍ରିକ ପରିକ୍ଷା ।

ଏନେଇ ନକଲି ମାଟ୍ରିକ ପରୀକ୍ଷାର୍ଥି ଙ୍କୁ ଗିରଫ କରିଛି ପୋଲିସ । ପୁରୀ ଜିଲ୍ଲା ବାସୁଦେବପୁର କନକଦୁର୍ଗା ସ୍କୁଲ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ଜଣେ ନକଲି ପରୀକ୍ଷାର୍ଥିଙ୍କୁ ଗିରଫ କରାଯାଇଛି । ନକଲି ପରୀକ୍ଷାର୍ଥି ଜଣଙ୍କ ହେଲେ ସୌମ୍ୟରଞ୍ଜନ ମହାନ୍ତି । ପୁରୀ ସଦର ଥାନା ପୋଲିସ ତାଙ୍କୁ ଗିରଫ କରିଛି । ସେ ତାଙ୍କ ଭାଇଙ୍କ ପାଇଁ ପରୀକ୍ଷା ଦେଉଥିଲେ ।

ତେବେ ସନ୍ଦେହ ହେବାରୁ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷ ପୋଲିସକୁ ଜଣାଇଥିଲେ । ପୋଲିସ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ନକଲି ପରାକ୍ଷାର୍ଥି ସୌମ୍ୟରଞ୍ଜନ ମହାନ୍ତିଙ୍କୁ ଗିରଫ କରିଛି ।

ଆଜି ଉଦଘାଟିତ ହେବ ଖେଲୋ ଇଣ୍ଡିଆ, ପ୍ରତିଯୋଗୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ଉଦଘାଟନ ହେବ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍‌ । ସାରା ଦେଶର ବହୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ଏହି ମେଗା ଇଭେଣ୍ଟ ଆଜି ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦଘାଟନ ହେବାକୁ ଯାଉଛି । ଭିଡିଓ କନଫରେସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ କିରନ ରଜ୍ଜୁ ପ୍ରମୁଖ ଉପସ୍ଥିତ ରହିବେ ।

ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମରେ ୪ ହଜାରରୁ ଅଧିକ ଖେଳାଳି ଯୋଗ ଦେଇଛନ୍ତି । ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମରେ ୧୭ଟି ବର୍ଗରେ ବିଭିନ୍ନ ଖେଳ ହେବ । ସମସ୍ତ ଖେଳ କଟକ ଓ ଭୁବନେଶ୍ୱରରେ ଆୟୋଜିତ ହେବ । ଖେଲୋ ଇଣ୍ଡିଆ ଗେମର ପ୍ରଥମ ଏଡିସନ ଓଡ଼ିଶାରେ ଖେଳାଯାଉଥିବାରୁ ଓଡ଼ିଆ ଖେଳାଳିଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ଆଜି ଏହି ପ୍ରତିଯୋଗିତା ଔପଚାରିକ ଭାବେ ଉଦଘାଟିତ ହେବାକୁ ଥିବାବେଳେ ଗତକାଲି ୪ଟି ଭିନ୍ନ ଭିନ୍ନ ଇଭେଣ୍ଟରେ ଖେଳାଯାଇଛି ।

ସେପଟେ ଖେଳ ଇଣ୍ଡିଆ ୟୁନିଭରସିଟି ଗେମ୍‌ ପାଇଁ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଶ୍ୱର ଚତୁର୍ଥ ଗାନ୍ଧି ଶାନ୍ତି କେନ୍ଦ୍ରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ବାର୍ଷିକୀ ପାଳନ ଅବସରରେ ରାଜଧାନୀରେ ଲୋକାର୍ପିତ ହୋଇଛି ଗାନ୍ଧି ଶାନ୍ତି କେନ୍ଦ୍ର । ଖଣ୍ଡଗିରି-ଚନ୍ଦକା ରାସ୍ତାରେ ୫ ଏକର ପରିମିତ ଜାଗାରେ ନିର୍ମିତ ଗାନ୍ଧି ଶାନ୍ତି କେନ୍ଦ୍ରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବିର୍ଲା ଗ୍ରୁପର ରାଜଶ୍ରୀ ବିର୍ଲା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଓ ସ୍ୱାଧୀନତା ସଂଗ୍ରାମୀମାନେ ଉପସ୍ଥିତ ଥିଲେ ।ବିଶ୍ୱର ଚତୁର୍ଥ ଗାନ୍ଧି ଶାନ୍ତି କେନ୍ଦ୍ର ଭାବେ ଭୁବନେଶ୍ୱରରେ ଏହାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହି କେନ୍ଦ୍ରରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସହ ଶାନ୍ତି ଓ ଅହିଂସା ନୀତି ସମ୍ପର୍କିତ ବିଭିନ୍ନ ତଥ୍ୟ ରହିଛି । ବିଭିନ୍ନ ସମୟରେ ଗାନ୍ଧିଜୀ ୭ ଥର ଓଡ଼ିଶା ଗସ୍ତରେ ଆସିଥିଲେ । ସେ ସମ୍ପର୍କିତ ତଥ୍ୟ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଗାନ୍ଧି ଶାନ୍ତି କେନ୍ଦ୍ରରେ ଉପଲବ୍ଧ ହୋଇଛି । ୨୦୧୩ ମସିହାରେ ରାଜ୍ୟ ସଂସ୍କୃତି ବିଭାଗ, ବିର୍ଲା ଗ୍ରୁପ ସହ ଏଥିପାଇଁ ରାଜିନାମା ସ୍ୱାକ୍ଷର କରିଥିଲା ।
ଆଜି ଲୋକାର୍ପିତ ହୋଇଥିବା ଗାନ୍ଧି ଶାନ୍ତି କେନ୍ଦ୍ର ସୋମବାର ବନ୍ଦ ରହିବ । ମଙ୍ଗଳବାର ଠାରୁ ରବିବାର ପର୍ଯ୍ୟନ୍ତ ଏହି କେନ୍ଦ୍ର ଦିନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ପାଇଁ ଖୋଲା ରହିବ ।