spot_img
Home Blog Page 7226

ଭାଇ ପାଇଁ ଭାଇ ଦେଉଥିଲା ମାଟ୍ରିକ ପରୀକ୍ଷା, ଆଉ ତାପରେ…

ପୁରୀ: ଏଥର କପି ନୁହେଁ ଡାଇରେକ୍ଟ ପରୀକ୍ଷା ହଲରେ ଖେଳ । ଝରକା ଫାଙ୍କରେ ଆଉ କପି ଦିଆ ନିଆ ନାହିଁ । ସିଧାସଳଖ ଡୁପ୍ଲିକେଟ୍‌ ପରୀକ୍ଷାର୍ଥି ହୋଇ ଦେଲେ ପରୀକ୍ଷା । ଭାଇ ପାଇଁ ଦେଉଥିଲା ଭାଇ ମାଟ୍ରିକ ପରିକ୍ଷା ।

ଏନେଇ ନକଲି ମାଟ୍ରିକ ପରୀକ୍ଷାର୍ଥି ଙ୍କୁ ଗିରଫ କରିଛି ପୋଲିସ । ପୁରୀ ଜିଲ୍ଲା ବାସୁଦେବପୁର କନକଦୁର୍ଗା ସ୍କୁଲ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ଜଣେ ନକଲି ପରୀକ୍ଷାର୍ଥିଙ୍କୁ ଗିରଫ କରାଯାଇଛି । ନକଲି ପରୀକ୍ଷାର୍ଥି ଜଣଙ୍କ ହେଲେ ସୌମ୍ୟରଞ୍ଜନ ମହାନ୍ତି । ପୁରୀ ସଦର ଥାନା ପୋଲିସ ତାଙ୍କୁ ଗିରଫ କରିଛି । ସେ ତାଙ୍କ ଭାଇଙ୍କ ପାଇଁ ପରୀକ୍ଷା ଦେଉଥିଲେ ।

ତେବେ ସନ୍ଦେହ ହେବାରୁ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷ ପୋଲିସକୁ ଜଣାଇଥିଲେ । ପୋଲିସ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ନକଲି ପରାକ୍ଷାର୍ଥି ସୌମ୍ୟରଞ୍ଜନ ମହାନ୍ତିଙ୍କୁ ଗିରଫ କରିଛି ।

ଆଜି ଉଦଘାଟିତ ହେବ ଖେଲୋ ଇଣ୍ଡିଆ, ପ୍ରତିଯୋଗୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ଉଦଘାଟନ ହେବ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍‌ । ସାରା ଦେଶର ବହୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ଏହି ମେଗା ଇଭେଣ୍ଟ ଆଜି ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦଘାଟନ ହେବାକୁ ଯାଉଛି । ଭିଡିଓ କନଫରେସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ କିରନ ରଜ୍ଜୁ ପ୍ରମୁଖ ଉପସ୍ଥିତ ରହିବେ ।

ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମରେ ୪ ହଜାରରୁ ଅଧିକ ଖେଳାଳି ଯୋଗ ଦେଇଛନ୍ତି । ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମରେ ୧୭ଟି ବର୍ଗରେ ବିଭିନ୍ନ ଖେଳ ହେବ । ସମସ୍ତ ଖେଳ କଟକ ଓ ଭୁବନେଶ୍ୱରରେ ଆୟୋଜିତ ହେବ । ଖେଲୋ ଇଣ୍ଡିଆ ଗେମର ପ୍ରଥମ ଏଡିସନ ଓଡ଼ିଶାରେ ଖେଳାଯାଉଥିବାରୁ ଓଡ଼ିଆ ଖେଳାଳିଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ଆଜି ଏହି ପ୍ରତିଯୋଗିତା ଔପଚାରିକ ଭାବେ ଉଦଘାଟିତ ହେବାକୁ ଥିବାବେଳେ ଗତକାଲି ୪ଟି ଭିନ୍ନ ଭିନ୍ନ ଇଭେଣ୍ଟରେ ଖେଳାଯାଇଛି ।

ସେପଟେ ଖେଳ ଇଣ୍ଡିଆ ୟୁନିଭରସିଟି ଗେମ୍‌ ପାଇଁ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଶ୍ୱର ଚତୁର୍ଥ ଗାନ୍ଧି ଶାନ୍ତି କେନ୍ଦ୍ରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ବାର୍ଷିକୀ ପାଳନ ଅବସରରେ ରାଜଧାନୀରେ ଲୋକାର୍ପିତ ହୋଇଛି ଗାନ୍ଧି ଶାନ୍ତି କେନ୍ଦ୍ର । ଖଣ୍ଡଗିରି-ଚନ୍ଦକା ରାସ୍ତାରେ ୫ ଏକର ପରିମିତ ଜାଗାରେ ନିର୍ମିତ ଗାନ୍ଧି ଶାନ୍ତି କେନ୍ଦ୍ରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବିର୍ଲା ଗ୍ରୁପର ରାଜଶ୍ରୀ ବିର୍ଲା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଓ ସ୍ୱାଧୀନତା ସଂଗ୍ରାମୀମାନେ ଉପସ୍ଥିତ ଥିଲେ ।ବିଶ୍ୱର ଚତୁର୍ଥ ଗାନ୍ଧି ଶାନ୍ତି କେନ୍ଦ୍ର ଭାବେ ଭୁବନେଶ୍ୱରରେ ଏହାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହି କେନ୍ଦ୍ରରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସହ ଶାନ୍ତି ଓ ଅହିଂସା ନୀତି ସମ୍ପର୍କିତ ବିଭିନ୍ନ ତଥ୍ୟ ରହିଛି । ବିଭିନ୍ନ ସମୟରେ ଗାନ୍ଧିଜୀ ୭ ଥର ଓଡ଼ିଶା ଗସ୍ତରେ ଆସିଥିଲେ । ସେ ସମ୍ପର୍କିତ ତଥ୍ୟ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଗାନ୍ଧି ଶାନ୍ତି କେନ୍ଦ୍ରରେ ଉପଲବ୍ଧ ହୋଇଛି । ୨୦୧୩ ମସିହାରେ ରାଜ୍ୟ ସଂସ୍କୃତି ବିଭାଗ, ବିର୍ଲା ଗ୍ରୁପ ସହ ଏଥିପାଇଁ ରାଜିନାମା ସ୍ୱାକ୍ଷର କରିଥିଲା ।
ଆଜି ଲୋକାର୍ପିତ ହୋଇଥିବା ଗାନ୍ଧି ଶାନ୍ତି କେନ୍ଦ୍ର ସୋମବାର ବନ୍ଦ ରହିବ । ମଙ୍ଗଳବାର ଠାରୁ ରବିବାର ପର୍ଯ୍ୟନ୍ତ ଏହି କେନ୍ଦ୍ର ଦିନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ପାଇଁ ଖୋଲା ରହିବ ।

ଖୁବଶୀଘ୍ର ଅଯୋଧ୍ୟାରେ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ, ଜାଣନ୍ତୁ ନିର୍ମାଣ ଉତ୍ସବକୁ କାହାକୁ କରାଯାଇଛି ନିମନ୍ତ୍ରଣ ?

ଗ୍ୱାଲିଅର: ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ପାଇଁ ରାଜ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସରକାରଙ୍କ ଠାରୁ ଅନୁଦାନ ନେବୁନାହିଁ । ମଧ୍ୟପ୍ରଦେଶ ଗସ୍ତରେ ଯାଇ ଏହା କହିଛନ୍ତି ଟ୍ରଷ୍ଟର ସଭାପତି ମହନ୍ତ ନ୍ରିତ୍ୟ ଗୋପାଳ ଦାସ ମହାରାଜ । ଏଥିସହ ରାମ ମନ୍ଦିର ନିର୍ମାଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରାଯାଇଥିବା ସେ ସୂଚନା ଦେଇଛନ୍ତି ।ମୋଦିଙ୍କ ସମେତ ସବୁ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ଏହି ଉତ୍ସବକୁ ଆମନ୍ତ୍ରଣ କରାଯିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ସବରେ ଯୋଗଦେବ । ଏଥିସହ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ସରକାରଙ୍କ ଠାରୁ ଅର୍ଥ ଅନୁଦାନ ନେବନାହିଁ ବୋଲି କହିଛନ୍ତି । ସାଧାରଣ ଜନତାଙ୍କ ଠାରୁ ମିଳିଥିବା ଅନୁଦାନରେ ହିଁ ମନ୍ଦିର ନିର୍ମାଣ କରାଯିବ ।

https://nandighoshatv.com/pm-modi-announces-constitution-of-ram-temple-trust-/

ସରକାର ବର୍ତ୍ତମାନ ବହୁ ସମସ୍ୟା ସମାଧାନ କରିବାର ଆବଶ୍ୟକତା ରହିଛି । ସେଥିରେ ଅନୁଦାନ କଥା ଯୋଡ଼ି ଆମେ ଆଉ ଚାପ ପକାଇବାକୁ ଚାହୁଁନାହୁଁ ବୋଲି ଟ୍ରଷ୍ଟର ସଭାପତି ମହନ୍ତ ନ୍ରିତ୍ୟ ଗୋପାଳ ଦାସ ମହାରାଜ କହିଛନ୍ତି । ଗତକାଲି ଗୋପାଳ ଦାସ ମହାରାଜଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଭେଟିଥିଲେ ।

ମରିଗଲା ମାନବିକତା, ଗାଡିର ବ୍ୟବସ୍ଥା ଥିଲେ ବି ଟ୍ରଲିରେ ବୁହାଗଲା ମହିଳାଙ୍କ ଶବ

0

ସୁବର୍ଣ୍ଣପୁର: ମରିଗଲା ମାନବିକତା । ଟ୍ରଲିରେ ବୁହାଗଲା ଶବ । ସୁବର୍ଣ୍ଣପୁର ବିନିକାରେ ଶବକୁ ଅସମ୍ମାନ । ବିନିକା ସ୍ୱାସ୍ଥ୍ୟକେନ୍ଦ୍ରରେ ଆଗରେ ଟ୍ରଲିରେ ଥୁଆ ହୋଇଛି ଶବ । ସୂଚନା ଅନୁଯାୟୀ ଗତକାଲି ରାତିରେ ବିନିକାର ଜଣେ ମହିଳା ନିଆଁରେ ପୋଡି ଗୁରୁତର ହେଇଥିଲେ ।

ଚିକିତ୍ସା ପାଇଁ ବିନିକା ମେଡିକାଲରେ ଭର୍ତ୍ତି କରାଯାଇଥିଲେ ହେଁ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଏକ ଟ୍ରଲିରେ ଶବ ବୁହା ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ମୃତ ମହିଳାଙ୍କ ସ୍ୱାମୀ ହିଁ ତାଙ୍କୁ ପୋଡି ମାରିଦେଇଥିବା ବିନିକା ଥାନାରେ ଅଭିଯୋଗ ହୋଇଛି ।

ମୃତଦେହ ନେବାକୁ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା ଥିଲେ ହେଁ, ଏଭଳି ଘଟଣା ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି ।

କଳାହାଣ୍ଡି: ଭବାନୀପାଟଣା ରିଜର୍ଭ ପୋଲିସରେ ପୋଲିସ ଡିଜି ଅଭୟଙ୍କ ବୈଠକ । କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ଏସପିଙ୍କ ସହ ମାଓ ଗତିବିଧି ନେଇ ଆଲୋଚନା । ସମୀକ୍ଷା ବୈଠକରେ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ସମେତ ଗୁଇନ୍ଦା ଡିଜି ସତ୍ୟଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ।

କଳାହାଣ୍ଡି: ଭବାନୀପାଟଣା ରିଜର୍ଭ ପୋଲିସରେ ପୋଲିସ ଡିଜି ଅଭୟଙ୍କ ବୈଠକ । କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ଏସପିଙ୍କ ସହ ମାଓ ଗତିବିଧି ନେଇ ଆଲୋଚନା । ସମୀକ୍ଷା ବୈଠକରେ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ସମେତ ଗୁଇନ୍ଦା ଡିଜି ସତ୍ୟଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ।

ଫାଟିଲା ଟିଭି, ମହିଳା ମୃତ, ସ୍ୱାମୀ ଓ ଶିଶୁ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଲହଣ୍ଡାବୁଡ଼ରେ ଅଭାବନୀୟ ଘଟଣା । ଟେଲିଭିଜନ ଫାଟି ମହିଳା ମୃତ, ସ୍ୱାମୀ ଓ ଶିଶୁ ଗୁରୁତର । ଗତକାଲି ରାତି ୯ଟା ୩୦ ବେଳେ ଘଟିଛି ଏଭଳି ଅଘଟଣ । ଟିଭି ଦେଖୁଥିବା ବେଳେ ସର୍ଟସର୍କିଟ ପରେ ବିସ୍ଫୋରଣ ହୋଇଥିଲା ।

ଫଳରେ ବବି ନାଏକଙ୍କ ମୃତ୍ୟୁ ହୋଇଥିବା ବେଳେ, ତାଙ୍କ ସ୍ୱାମୀ ଡିଲେଶ୍ୱର ନାଏକ ଏବଂ ୬ ମାସର ଶିଶୁ କନ୍ୟା ଗୁରୁତର ଅଛନ୍ତି । ପଡୋଶୀଙ୍କ ଠାରୁ ସୂଚନା ପାଇ ଅଗ୍ନିଶମ ଏବଂ ପୋଲିସ ଅଧିକାରୀ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା ।

ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ରିଚା ଓ ଫଜଲ

ମୁମ୍ବାଇ: ଅଭିନେତ୍ରୀ ରିଚା ଚଢ଼ା ଓ ଅଭିନେତା ଅଲ୍ଲୀ ଫଜଲ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ବଲିଉଡ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଛି । ବଲିଉଡରେ ଅନେକ କଳାକାର ମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଏବେ ଆଉ ଜଣେ କଳାକାର ଯୋଡ଼ିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଦୁହେଁ ଦିଲ୍ଲୀରେ ଅଦାଲତରେ ବିବାହ କରିବା ସହ ଅପ୍ରେଲ ୧୫ରେ ବିବାହ ଭ‌ୋଜି ଦେବେ। ବିବାହ ଭୋଜିରେ କେବଳ ପରିବାର ଓ ଏବଂ କିଛି ସମ୍ପର୍କୀୟ ସାମିଲ ହେବ ବୋଲି ସୂଚନା ମିଳିଛି ।

Image result for richa and fasal will married soon

ମିଳିଥିବା ସୂଚନା ମୁତାବକ, ବିବାହ ପରେ ଦୁହେଁ ୩ଟି ସହରରେ ବିବାହ ଭୋଜି ରଖିବେ। ଦିଲ୍ଲୀ, ଲକ୍ଷ୍ନୌ ସମେତ ମୁମ୍ବାଇରେ ମଧ୍ୟ ଦୁହେଁ ବିବାହ ଭୋଜି ଦେବେ । ଦୁହିଁଙ୍କ ପରିବାର ଲୋକେ ଦିଲ୍ଲୀ ଏବଂ ଲକ୍ଷ୍ନୌରେ ରହୁଥିବାରୁ ଏହି ଦୁଇ ସହରରେ ବିବାହ ଭୋଜି ହେବ ଶୁଣିବାକୁ ମିଳୁଛି । ଏହା ପରେ ବଲିଉଡ୍ ପାଇଁ ଦୁହେଁ ମୁମ୍ବାଇରେ ଭୋଜି ରଖିବେ ଯୋଜନା କରିଛନ୍ତି । ଦୁହେଁ ୨୦୧୫ରୁ ପରସ୍ପରକୁ ଡେଟ୍ କରୁଥିବା ବେଳେ ବିବାହକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ଦୁହିଁଙ୍କ ପକ୍ଷରୁ କୌଣସି ସ୍ପଷ୍ଟିକରଣ ମିଳିପାରି ନାହିଁ ।

ସୁନ୍ଦରଗଡ଼: ବିଦ୍ୟୁତ ଆଘାତରେ ସ୍ତ୍ରୀ ମୃତ, ସ୍ୱାମୀ ଓ ୬ ମାସର ଶିଶୁ ଗୁରୁତର । ଧାରୁଆଡ଼ିହି ଥାନା ଲହଣ୍ଡାବୁଡ଼ ଗାଁରେ ଅଘଟଣ । ପରିବାର ଘରେ ବସି ଟିଭି ଦେଖୁଥିବା ବେଳେ ସର୍ଟ ସର୍କିଟରେ ଟିଭି ବିସ୍ଫୋରଣ । ୨ ଗୁରୁତର ସ୍ଥାନୀୟ ମେଡିକାଲରେ ଭର୍ତ୍ତି ।

ସୁନ୍ଦରଗଡ଼: ବିଦ୍ୟୁତ ଆଘାତରେ ସ୍ତ୍ରୀ ମୃତ, ସ୍ୱାମୀ ଓ ୬ ମାସର ଶିଶୁ ଗୁରୁତର । ଧାରୁଆଡ଼ିହି ଥାନା ଲହଣ୍ଡାବୁଡ଼ ଗାଁରେ ଅଘଟଣ । ପରିବାର ଘରେ ବସି ଟିଭି ଦେଖୁଥିବା ବେଳେ ସର୍ଟ ସର୍କିଟରେ ଟିଭି ବିସ୍ଫୋରଣ । ୨ ଗୁରୁତର ସ୍ଥାନୀୟ ମେଡିକାଲରେ ଭର୍ତ୍ତି ।

ଅନନ୍ତନାଗରେ ଗୁଳିବିନିମୟ, ୨ ଲସ୍କର ଆତଙ୍କବାଦୀ ନିହତ

0

ଜମ୍ମୁ ଓ କଶ୍ମୀର: ଶୁକ୍ରବାର ବିଳମ୍ବିତ ରାତିରେ ଅନନ୍ତନାଗର ବିଜବେହରା ଅଞ୍ଚଳରେ ଗୁଳିବିନିମୟ ହୋଇଛି । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୨ ଜଣ ଲସ୍କର ଆତଙ୍କବାଦୀ ନିହତ ହୋଇଛନ୍ତି । ଜମ୍ମୁ ଓ କଶ୍ମୀର ପୋଲିସର ସୂଚନା ଅନୁସାରେ, ସର୍ଚ୍ଚ ଅପରେସନ୍ ବେଳେ ଲସ୍କର ଏ ତୋଏବାର ୨ ଆତଙ୍କୀକୁ ନିହତ କରାଯାଇଛି ।ନିହତ ଆତଙ୍କୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ସହ ଗୁଳିଗୋଳା ଜବତ କରାଯାଇଛି । ଦକ୍ଷିଣ କଶ୍ମୀରର ଅନନ୍ତନାଗ ବିଜବେହରାର ଗୁଡବାବା ସଂଗମରେ ଆତଙ୍କବାଦୀ ଥିବା ଖବର ପାଇଁ ଅଞ୍ଚଳକୁ ଘେରି ଯାଇଥିଲେ ସୁରକ୍ଷାକର୍ମୀ । ଗୁଳିବିନିମୟରେ ୨ ଆତଙ୍କୀ ନିହତ ହୋଇଛନ୍ତି ।