spot_img
Home Blog Page 7232

ବୋର୍ଡ ରଖିଲା ସ୍ପଷ୍ଟୀକରଣ, ଭାଇରାଲ ହୋଇନି ମାତୃଭାଷା ପ୍ରଶ୍ନପତ୍ର

ଧର୍ମଗଡ଼/କଟକ: ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ଟ୍ୱିଷ୍ଟ । ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅସଲି ନୁହେଁ । ଧର୍ମଗଡ଼ରୁ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଏକ ଟେଷ୍ଟ ପେପରର ବୋଲି ଜଣାପଡ଼ିଛି । କେହି ଦୁର୍ବୃତ୍ତ ମାଧ୍ୟମିକ ଶିକ୍ଷା ପରିଷଦକୁ ବଦନାମ କରିବାକୁ ଯାଇ ଏଭଳି ଭାଇରାଲ କରିଛି ।

ଭାଇରାଲ୍ ହେଲା ମାଟ୍ରିକ୍ ପ୍ରଶ୍ନପତ୍ର ! ପଦାରେ ପଡ଼ିଲା ମାଧ୍ୟମିକ ଶିକ୍ଷା ପରିଷଦର ଅପାରଗତା

ଅନ୍ୟପଟେ ବୋର୍ଡ ସଭାପତି ପ୍ରଥମ ଦିନ ପରୀକ୍ଷା ସୁରୁଖିୁରୁରେ ସରିଥିବା କହିଛନ୍ତି । ଅଭିଯୋଗ ପରେ ସମ୍ପୃକ୍ତ କେନ୍ଦ୍ର ସହ ଯୋଗାଯୋଗ କରିଛୁ । ପ୍ରଶ୍ନପତ୍ର ଭାଇରାଲର କୌଣସି ଆଶଙ୍କା ନାହିଁ ।

ସେହିଭଳି ଘଟଣାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି । ଘଟଣାର ସତ୍ୟାସତ୍ୟ ଯାଞ୍ଚ କରାଯିବ । ଏ ପ୍ରଶ୍ନ ଭୁଲ କି ଠିକ୍‌ ଯାଞ୍ଚ କରାଯିବ । ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନ ନେବାକୁ କଡ଼ା ନିର୍ଦ୍ଦେଶ ଥିଲା । ଯଦି ଘଟଣା ସତ ହୋଇଥାଏ ତେବେ ଏହାର ତଦନ୍ତ ହେବ । ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଭାଇରାଲ୍ ହେଲା ମାଟ୍ରିକ୍ ପ୍ରଶ୍ନପତ୍ର ! ପଦାରେ ପଡ଼ିଲା ମାଧ୍ୟମିକ ଶିକ୍ଷା ପରିଷଦର ଅପାରଗତା

ବଲାଙ୍ଗିର/ଧର୍ମଗଡ଼: ଲିକ୍ ହେଲା ମାଟ୍ରିକ ପ୍ରଶ୍ନପତ୍ର । ପରୀକ୍ଷା ଆରମ୍ଭ ହେଉ ହେଉ ହେଲା ଭାଇରାଲ । କଳାହାଣ୍ଡିରୁ ବଲାଙ୍ଗିର, ମୋବାଇଲରୁ ମୋବାଇଲ୍ ଘୁରି ବୁଲିଲା ପ୍ରଶ୍ନପତ୍ର । ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ପେପର ଭାଇରାଲ୍ ହୋଇଛି । ଭାଇରାଲ୍ ଫଟୋରେ ୫୦ ନମ୍ବର ସବଜେକ୍ଟିଭ୍ ଟାଇପ୍ ପ୍ରଶ୍ନ ରହିଛି ।ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା ଅଞ୍ଚଳ ସହ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଅଞ୍ଚଳରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ତେବେ, ନିର୍ଦ୍ଧିଷ୍ଟ କେଉଁ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି ତାହା ଜଣାପଡ଼ିନାହିଁ ।

କୋଡିଂ ବ୍ୟବସ୍ଥାରେ ପରୀକ୍ଷା ହେଉଥିବାରୁ ଲିକ୍ ଭୟ ରହିବ ନାହିଁ ବୋଲି ବିଭାଗ ଆଶା ରଖିଥିଲା । ତେବେ, ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର କିଭଳି ଭାଇରାଲ ହେଲା ତାହା ପ୍ରଶ୍ନ ସୃଷ୍ଟି କରିଛି ।

ବଲାଙ୍ଗିର ଓ କଳାହାଣ୍ଡି ଧର୍ମଗଡ଼ରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ । ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । କେଉଁ କେନ୍ଦ୍ରରୁ ଭାଇରାଲ୍ ହୋଇଛି ଜଣାପଡ଼ିନାହିଁ ।

ବଲାଙ୍ଗିର ଓ କଳାହାଣ୍ଡି ଧର୍ମଗଡ଼ରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ । ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । କେଉଁ କେନ୍ଦ୍ରରୁ ଭାଇରାଲ୍ ହୋଇଛି ଜଣାପଡ଼ିନାହିଁ ।

ଓଡ଼ିଶାରେ କେତେ ଟଙ୍କାରେ ବିକ୍ରି ହେବ ଅଣ୍ଡା ?

ଭୁବନେଶ୍ୱର: ଉପାନ୍ତରୁ ଉପକୂଳ ଗୋଟିଏ ରେଟ୍‌ ହେବ ନା ଭିନ୍ନ ? ଗୋଟିଏ ଅଣ୍ଡାକୁ କେତେ ଟଙ୍କାରେ ବିକିବେ ବ୍ୟବସାୟୀ ? କେତେ ଟଙ୍କା ଲାଭ ରଖିବେ ଟ୍ରେଡର୍ସ ? ଏଣିକି ଏସବୁ ନିର୍ଦ୍ଧାରଣ କରିବ ଓଡ଼ିଶା । ପ୍ରତିଦିନ ନ୍ୟାସନାଲ ଏଗ୍‌ କୋ ଅର୍ଡିନେସନ କମିଟିର ଓଡ଼ିଶା ଚାପ୍‌ର ପ୍ରସ୍ତୁତ କରିବ ରେଟ ଚାର୍ଟ । ଏହି ଚାର୍ଟ ସାରା ରାଜ୍ୟ ପାଇଁ ଲାଗୁ ହେବ । ରାଜ୍ୟର ୧୫୦ ଚାଷୀଙ୍କୁ ନେଇ ଗଠନ ହୋଇଛି ସ୍ୱତନ୍ତ୍ର ଓଡ଼ିଶା ଚାପ୍ଟର ।  ବିଜ୍ଞାପନ ମାଧ୍ୟମରେ ଖାଉଟି ଜାଣିବେ ନିତିଦିନର ଅଣ୍ଡା ଦର । ଫେବୃୟାରୀ ୨୦ ତାରିଖରୁ କମିଟି ତାର କାମ ଆରମ୍ଭ କରିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଅଲ୍‌ ଓଡ଼ିଶା ଲେୟାର ଫାର୍ମରସ୍‌ ଆସୋସିଏସନ୍‌ ।

ପୂର୍ବରୁ ନ୍ୟାସନାଲ ଏଗ୍‌ କୋର୍ଡିନେସନ କମିଟିର ବିଜୟୱାଡା ଜୋନ୍‌ ଦର ନିର୍ଦ୍ଧାରଣ କରୁଥିଲା । ଯାହାକୁ ଓଡ଼ିଶା ବ୍ୟବସାୟୀମାନେ ଲାଗୁ କରୁଥିଲେ । ସେପଟେ ଓଡ଼ିଶାରେ କୁକୁଡା ଖାଦ୍ୟର ଅହେତୁକ ଦର ବୃଦ୍ଧି ଯୋଗୁଁ ଚିନ୍ତାରେ ଚାଷୀ । ମକା ଏବଂ ସୋୟାବିନ୍‌ରେ କେନ୍ଦ୍ର ସରକାର MSP ବୃଦ୍ଧି କରିବାରୁ ଏଭଳି ସ୍ଥିତି ଉପୁଜିଛି । ଏଥିପାଇଁ ରାଜ୍ୟର ସମସ୍ତ ଚାଷୀ ଏକାଠି ହୋଇ ଅଣ୍ଡାର MSP ନିର୍ଦ୍ଧାରଣ କରିବାକୁ ଦାବି କରିଛନ୍ତି ।

ଓଡିଶାରେ ଦିନକୁ ୬୫ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବା ବେଳେ ୯୫ଲକ୍ଷ ଅଣ୍ଡାର ଆବଶ୍ୟକତା ରହିଛି । ବାକି ଅଣ୍ଡା ବାହାର ରାଜ୍ୟରୁ ଆମଦାନୀ କରାଯାଉଛି । ଯଦି ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ନ ଦିଅନ୍ତି ତେବେ ଆଗାମୀ ୨ ବର୍ଷ ମଧ୍ୟରେ ୫୦ ପ୍ରତିଶତ ଅଣ୍ଡା ଶିଳ୍ପ ବନ୍ଦହେବ ବୋଲି ଚାଷୀମାନେ କହିଛନ୍ତି ।

ପାଠ ଆଗରେ ହାର ମାନିନି ବୟସ, ପୌଢ଼ଶିକ୍ଷାର ନୂଆ ଆଶା ତିଳୋତମା

0

ପାରାଦୀପ: କେଉଁଠୁ କେମିତି ଆରମ୍ଭ ହୋଇଥିଲା ଏ ଯାତ୍ରା । ୧୯୯୬ରେ ପାଠ ଆରମ୍ଭ କରିଥିଲେ ସେ ଆଉ ଆଜି ଦେଉଛନ୍ତି ମାଟ୍ରିକ ପରୀକ୍ଷା କଥାଟା ଆପଣଙ୍କୁ ହୁଏତ ଅଡ଼ୁଆ ଲାଗିଥାଇପାରେ ୨୪ବର୍ଷ ପରେ କାହିଁକି ମାଟ୍ରିକ ପରୀକ୍ଷା ଦେଉଛନ୍ତି ତିଳୋତମା ?

ପାଠ ପଢ଼ିବା ପାଇଁ ବୟସ ନାହିଁ । ଆଉ ଦୃଢ଼ ଇଚ୍ଛା ଶକ୍ତି ଆଗରେ ବୟସ କେବଳ ଏକ ସଂଖ୍ୟା। ଏ କଥାକୁ ଏକଦମ ଠିକ୍‌ ପ୍ରମାଣିତ କରିଛନ୍ତି ପାରାଦୀପର ତିଳୋତମା ପାତ୍ର । ବୟସ ଏବେ ୫୩ ବର୍ଷ । କିନ୍ତୁ ଏ ବୟସରେ ଦେଉଛନ୍ତି ମାଟ୍ରିକ ପରୀକ୍ଷା । ୧୯୯୬ରେ ପୌଢ଼ଶିକ୍ଷା କେନ୍ଦ୍ରରେ ପାଠ ପଢ଼ା ଆରମ୍ଭ କରିଥିଲେ । କିନ୍ତୁ ପାରିବାରିକ ଜଞ୍ଜାଳ ଭିତରେ ଆଗକୁ ପାଠ ପଢ଼ିବା ସମ୍ଭବ ହୋଇ ନ ଥିଲା । କିନ୍ତୁ ଏହାରି ଭିତରେ ବହି, ପେପର ପଢ଼ିବା ସହ କବିତା ଲେଖାଲେଖି କରୁଥିଲେ । ଯାହା ବିଭିନ୍ନ ପତ୍ରପତ୍ରିକାରେ ବି ବାହାରିଛି । ଏବେ ପାରାଦୀପ ନୂଆବଜାରରେ ଆଶା କର୍ମୀ ଭାବେ କାମ କରୁଛନ୍ତି । ମାଟ୍ରିକ ପାସ୍‌ ନ କରିଲେ ଆଶା କର୍ମୀ ହୋଇପାରିବେନି ବୋଲି ସରକାର ନିୟମ କରିଛନ୍ତି । ସେଥିପାଇଁ ପରୀକ୍ଷା ଦେବାକୁ ପ୍ରସ୍ତୁତ ହୋଇଛନ୍ତି ତିଳୋତମା । କୁଜଙ୍ଗ ବି.ବି. ହାଇସ୍କୁଲରେ ପରୀକ୍ଷା ଦେଉଛନ୍ତି ତିଳୋତମା ପାତ୍ର । ଯାହାକୁ ନେଇ ନୂଆବଜାର ମୁଣ୍ଡାପଡ଼ା ବସ୍ତିରେ ଖୁସିର ମାହୋଲ । ତିଳୋତମାଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତେ ସହଯୋଗର ହାତ ବଢାଇଛନ୍ତି ।

ଅଟୋକୁ ପଛପଟୁ ପିଟିଲା ବସ୍, ୨ ମୃତ୍ୟୁ ୨ ଗୁରୁତର

ବୌଦ୍ଧ: ବୌଦ୍ଧ ଥାନା ମଥୁରା ପଞ୍ଚାୟତ ଚମ୍ପାପୁର ଛକ ନିକଟରେ ଅଟୋକୁ ପଛପଟୁ ପିଟିଲା ବସ। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତକମାନେ ହେଉଛନ୍ତି ବଲାସିଙ୍ଗା ଗାଁର ତ୍ରିଲୋକ୍ୟ ପ୍ରଧାନ ଓ ତାଙ୍କ ପତ୍ନୀ ସୁରଙ୍ଗିନୀ ପ୍ରଧାନ। ଅନ୍ୟ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା। ଚମ୍ପାପୁର ଛକ ନିକଟରେ ଅଟୋକୁ ବସଟି ପଛପଟୁ ଧକ୍କା ଦେଇଥିଲା। ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରିଥିଲା। ବସ ଜବତ କରାଯାଇଥିବା ବେଳେ ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଛି।

ରାସ୍ତା କଡ଼କୁ ଓଲଟିଲା ବସ, ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ

ଭଦ୍ରକ: ରାସ୍ତା କଡକୁ ଓଲଟିଲା ବସ, ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ। ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରୀପୋଖରୀ ନେଉଳିଆ ଛକ ନିକଟରେ ଦୁର୍ଘଟଣା ହୋଇଛି। ବସଟି ବାଲେଶ୍ୱରରୁ କଟକ ଯାଉଥିଲା। ଏଥିରେ ୫୦ରୁ ଅଧିକ ଯାତ୍ରୀ ଯାଉଥିଲେ।

ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲିଥିବାରୁ ରାସ୍ତା କଡରେ ଥିବା ବାଲିଗଦା ଉପରେ ବସଟି ଓଲଟିଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି।

ତିନି ଦଫା ଦାବୀ ନେଇ ବଲାଙ୍ଗିରରେ ଆଜିଠୁ ଦୁଇ ଦିନିଆ ବନ୍ଦ ଡାକରା

ବଲାଙ୍ଗିର: ତିନି ଦଫା ଦାବୀ ନେଇ ବଲାଙ୍ଗିରରେ ଆଜିଠୁ ଦୁଇ ଦିନିଆ ବନ୍ଦ ଡାକରା । ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀ, ସୁକତେଲ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ଓ ବାଇପାସ ନିର୍ମାଣ ଦାବୀରେ ଆଜିଠୁ ଦୁଇ ଦିନ ବନ୍ଦ ପାଳନ ହେବ ।

ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ  ଏବଂ ଶିଳ୍ପ ସଂସ୍ଥା ଆଜି ବନ୍ଦ ରହିବ । ପ୍ରତିମାସ ଭଳି ଚଳିତ ମାସ ମଧ୍ୟ ଦୁଇ ଦିନ ଅର୍ଥନୈତିକ ଅବରୋଧ କରାଯିବ । ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ ବୋଲି ବଲାଙ୍ଗିର ଏକ୍ସନ କମିଟି ପକ୍ଷରୁ କୁହାଯାଇଛି ।

୨୮୮୮ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ମୋଟ୍ ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଶେଷ ହୋଇଛି ବର୍ଷକର ପ୍ରସ୍ତୁତି । ଆଜି କ୍ୟାରିଅର ପ୍ରଥମ ବଡ଼ ପରୀକ୍ଷା, ମାଟ୍ରିକ ପରୀକ୍ଷା । ଚାପରେ ପିଲା, ଅଭିଭାବକ, ଶିକ୍ଷକ ଓ ମାଧ୍ୟମିକ ଶିକ୍ଷା ବୋର୍ଡ । ତେବେ କିପରି ସୁରୁଖୁରରେ ଚଳିତ ବର୍ଷର ବୋର୍ଡ ପରୀକ୍ଷା ସରିବ ସେନେଇ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ପ୍ରଶ୍ନପତ୍ରର ସୁରକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟ ବ୍ୟବସ୍ଥା କରାଯାଇଛି । ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଜଗିବ ସିସିଟିଭି ।

ଏଥର କୋଡିଂ ବ୍ୟବସ୍ଥା ହୋଇଥିବାବେଳେ ପରୀକ୍ଷା କେନ୍ଦ୍ରରେ ଦୁଇ ଜଣ ଛାତ୍ରଙ୍କ ଉପସ୍ଥିତିରେ ଖୋଲାଯିବ ପ୍ରଶ୍ନପତ୍ର । ଜରୁରୀ ପରିସ୍ଥିତିରେ କେବଳ ସେଣ୍ଟର ସୁପରିଟେଣ୍ଡେଣ୍ଟ ଷ୍ଟ୍ରଙ୍ଗ ରୁମ୍‌ରେ ମୋବାଇଲ ବ୍ୟବହାର କରିପାରିବେ । ଅନ୍ୟ ଶିକ୍ଷକମାନେ ସୁପରିଟେଣ୍ଡେଣ୍ଟଙ୍କ ପାଖରେ ମୋବାଇଲ ଦାଖଲ କରିବେ । ପରୀକ୍ଷା ୧୦ଟାରୁ ଆରମ୍ଭ ହୋଇ ୧୨ଟା ଯାଏଁ ଚାଲିବ । ପର୍ଯ୍ୟାୟ କ୍ରମେ ପ୍ରଥମେ ଅବ୍‌ଜେକଟିଭ ଓ ତାପରେ ସବ୍‌ଜେକ୍‌ଟିଭ ପରୀକ୍ଷା ହେବ । ୯ଟା ୪୫ରେ ଶେଷ ସିଲ୍‌ ଖୋଲାଯାଇ ପ୍ରଶ୍ନପତ୍ର ଦିଆଯିବ ।

୧୫ ମିନିଟରେ ରୋଲ ନମ୍ବର ଓ ସେଟ କୋଡ ଲେଖିବା ପରେ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ । ଗଣିତ ପାଇଁ ୧୫ ମିନିଟ ଅଧିକ ସମୟ ରଖାଯାଇଛି । ମାଟ୍ରିକ, ମଧ୍ୟମା ଏବଂ ଓପନ ସ୍କୁଲର ମୋଟ ୫ ଲକ୍ଷ ୬୦ ହଜାର ୯ଶହ ୫ଜଣ ପରୀକ୍ଷାର୍ଥ ପରୀକ୍ଷା ଦେବେ । ୩୦୭ ନୋଡାଲ ସେଣ୍ଟର, ୨୮୮୮ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ନକ୍ସଲ ପ୍ରଭାବିତ ଅଞ୍ଚଳରେ ୨୨ ଥାନାକୁ ନୋଡାଲ ସେଣ୍ଟର କରାଯାଇଛି । ୧୦୦୦ ସମ୍ବେଦନଶୀଳ ସେଣ୍ଟରରେ ଲାଗିଛି ସିସିଟିଭି କ୍ୟାମେରା । ତେବେ ନୂଆ ଫର୍ମାଟରେ ପରୀକ୍ଷା ଦେବା ପାଇଁ ପରୀକ୍ଷାର୍ଥୀ ଉତ୍ସାହିତ ହେବା ସହ ନର୍ଭସ ମଧ୍ୟ ଅଛନ୍ତି । ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଗଣଶିକ୍ଷାମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

ଗଞ୍ଜାମ: ଗୋଳନ୍ଥରା ଛକ ନିକଟରେ ସଡ଼କ ଦୁର୍ଘଟଣା । ଟ୍ରକକୁ ପିଟିଲା ବାଇକ୍ ୨ମୃତ, ଜଣେ ଗୁରୁତର ।

ଗଞ୍ଜାମ: ଗୋଳନ୍ଥରା ଛକ ନିକଟରେ ସଡ଼କ ଦୁର୍ଘଟଣା । ଟ୍ରକକୁ ପିଟିଲା ବାଇକ୍ ୨ମୃତ, ଜଣେ ଗୁରୁତର ।