ଗଞ୍ଜାମ: ଗୋଳନ୍ଥରା ଛକ ନିକଟରେ ସଡ଼କ ଦୁର୍ଘଟଣା । ଟ୍ରକକୁ ପିଟିଲା ବାଇକ୍ ୨ମୃତ, ଜଣେ ଗୁରୁତର ।
ବଜେଟ୍ରେ ଐତିହ୍ୟ କ୍ଷେତ୍ରର ବିକାଶକୁ ସର୍ବାଧିକ ଗୁରୁତ୍ୱ
ଭୁବନେଶ୍ୱର: ଏଥର ରାଜ୍ୟ ବଜେଟ୍ରେ ଐତିହ୍ୟ କ୍ଷେତ୍ରର ବିକାଶକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ବ୍ୟୟବରାଦ ହୋଇଛି ୬୯୫ କୋଟି ଟଙ୍କା । ଅବଢ଼ା ଯୋଜନା ପାଇଁ ୩ ହଜାର ୨୦୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।
ଏକାମ୍ର କ୍ଷେତ୍ରର ବିକାଶ ପାଇଁ ୧୫୦ କୋଟି, କଟକ ସହର ପାଇଁ ପ୍ରସ୍ତୁତ ହୋଇଛି ‘ଡିକନଜେସନ ପ୍ଲାନ’ । ମହାନଦୀ କୂଳର ୪୨୪ ଏକର ଜମି ବ୍ୟବହାର କରାଯିବ । ୬ ଲେନ୍ ବିଶିଷ୍ଟ ହେବ କଟକ ରିଂ ରୋଡ୍ । ତାଳସାରୀ, ସମଲେଶ୍ୱରୀ ପୀଠ ଓ ହୀରାକୁଦ ଡ୍ୟାମ ବିକାଶ ପାଇଁ ବ୍ୟୟବରାଦ କରାଯାଇଛି ।
ସ୍ୱାସ୍ଥ୍ୟସେବାକୁ ବୁଷ୍ଟର ଡୋଜ୍, ରାଜ୍ୟରେ ପ୍ରତିଷ୍ଠା ହେବ ୧୧ଟି ନୂଆ ମେଡିକାଲ କଲେଜ୍
ଭୁବନେଶ୍ୱର: ୫ ବର୍ଷରେ ୨ ଗୁଣା ହୋଇଛି ସ୍ୱାସ୍ଥ୍ୟ ବଜେଟ୍ । ୭ ହଜାର ୭ ଶହ କୋଟି ଟଙ୍କାରେ ସ୍ୱାସ୍ଥ୍ୟ ବଜେଟ୍ ପହଞ୍ଚିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ୧ ହଜାର ୧୦୮ କୋଟିର ବ୍ୟୟ ବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ପାଇଁ ଦିଆଯାଇଛି ୫୭୮ କୋଟି ଟଙ୍କା । ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ସହିତ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ।
ଚିକିତ୍ସାଳୟର ପରିମଳ ପାଇଁ ନିର୍ମଳ ଯୋଜନାରେ ୩୬୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ୫୬୨ କୋଟି ଟଙ୍କା ରଖାଯାଇଛି । ରାଜ୍ୟରେ ୧୧ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।
୨୦୨୦-୨୧ ଆର୍ଥିକବର୍ଷ ପାଇଁ ବିଧାନସଭାରେ ଉପସ୍ଥାପନ ହେଲା ବଜେଟ
ଭୁବନେଶ୍ୱର: ୨୦୨୦-୨୧ ଆର୍ଥିକବର୍ଷ ପାଇଁ ବିଧାନସଭାରେ ଆଜି ବଜେଟ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍ ବଳକା ବଜେଟ୍ । ଏଥିରେ ରାଜସ୍ୱ ବଳକା ପରିମାଣମ ୯ ହଜାର ୫୦୯ କୋଟି ଟଙ୍କା ଦର୍ଶାଯାଇଛି । ଚଳିତଥର ପେପରଲେସ୍ ବଜେଟ୍ ପ୍ରସ୍ତୁତ କରାଯାଇଛି । ଅର୍ଥମନ୍ତ୍ରୀ ଆଇପ୍ୟାଡ୍ରୁ ବଜେଟ୍ ପଢ଼ିଥିଲେ । ଅର୍ଥମନ୍ତ୍ରୀ କହିଛନ୍ତି, ଓଡ଼ିଶାବାସୀଙ୍କ ସଶକ୍ତୀକରଣ ପ୍ରୟାସ ଜାରି ରହିଛ । ସାଢ଼େ ୪ କୋଟି ଓଡ଼ିଶାବାସୀ ନବୀନଙ୍କୁ ସେବାର ସୁଯୋଗ ଦେଇଛନ୍ତି । ବିପର୍ଯ୍ୟୟ ପରିଚାଳନାରେ ଆମେ ବିଶ୍ୱପ୍ରସିଦ୍ଧ ।

ରାଜ୍ୟକୁ ବିଦେଶୀ ପୁଞ୍ଜି ଆଗମନ ବଢ଼ିଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । ବଜେଟ୍ ହିସାବ ଅନୁସାରେ, ୨୦୨୦-୨୧ ଆର୍ଥିକ ବର୍ଷ ରାଜସ୍ୱ ଆୟ ୧ ଲକ୍ଷ ୨୪ ହଜାର ୩୦୦ କୋଟି ଟଙ୍କା ହେବ । ଋଣ ଓ ଅନ୍ୟାନ୍ୟ ବାବଦରୁ ଆସିବ ୨୫ ହଜାର ୭୦୦ କୋଟି ଟଙ୍କା । ସେହିପରି ରାଜ୍ୟର ନିଜସ୍ୱ ଟିକସ ୩୮ ହଜାର ୩୫୦ କୋଟି, ନିଜସ୍ୱ ଅଣ- ଟିକସ ୧୭ ହଜାର ୬୫୦ କୋଟି, କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ୩୬ ହଜାର ୩୦୦ କୋଟି ଓ କେନ୍ଦ୍ରରୁ ୩୨ ହଜାର କୋଟି ଟଙ୍କା ମିଳିବ ।
ବଜେଟରେ କୃଷିକୁ ଫୋକସ୍, କୃଷକଙ୍କ ଆୟ ଅଭିବୃଦ୍ଧି ପାଇଁ ‘ସମୃଦ୍ଧି କୃଷିନୀତି-୨୦୨୦’
ଭୁବନେଶ୍ୱର: ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୯ ହଜାର ୪୦୮ କୋଟି ଟଙ୍କାର କୃଷି ବଜେଟ୍ ଉପସ୍ଥାପନ କରାଯାଇଛି । ‘ସମୃଦ୍ଧ କୃଷି ନୀତି ୨୦୨୦’ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କାଳିଆ ଯୋଜନା ପାଇଁ ଖର୍ଚ୍ଚ ହେବ ୩ ହଜାର ୧୯୫ କୋଟି ଟଙ୍କା ।
କାଳିଆ ଯୋଜନାରେ ଏବେ ସୁଦ୍ଧା ୪୩ ଲକ୍ଷ ଚାଷୀଙ୍କୁ ସହାୟତା ଦିଆଯାଇଛି । ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଛି ୫ ହଜାର ୧୧୫ କୋଟି ଟଙ୍କା । ଚାଷୀଙ୍କୁ ଆଗୁଆ ବିହନ ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କୃଷି ଗବେଷଣା ଓ ଭିତ୍ତିଭୂମି ବିକାଶ ପାଇଁ ୧୫୦ କୋଟି ବରାଦ ହୋଇଛି ।
ଗତବର୍ଷ ତୁଳନାରେ ୫ ଗୁଣା ଅଧିକ ଅର୍ଥ ବରାଦ କରାଯିବା ସହିତ ଚାଷୀ ଓ ଚାଷର ଉନ୍ନତି ପାଇଁ ନୂଆ ଯୋଜନା କରାଯାଇଛି । ଚାଷୀଙ୍କ ଆୟ ଓ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷରେ ଅତିରିକ୍ତ ୧ ଲକ୍ଷ ୮୪ ହଜାର ହେକ୍ଟର ଜମି ଜଳସେଚିତ ହେବ ।
ସୁପ୍ରିମକୋର୍ଟ ଖାରଜ କଲେ ଆବେଦନ; ବନ୍ଦ ହେବ IDEA ଓ ଭୋଡାଫୋନ୍!
ଭୁବନେଶ୍ୱର: ଭୋଡାଫୋନ ଓ ଆଇଡିଆ ପକ୍ଷରୁ ଦାୟର ଆବେଦନକୁ ଖାରଜ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ସୋମବାର ଦିନ ୨୫୦୦ କୋଟି ଓ ଶୁକ୍ରବାର ୧୦୦୦ କୋଟି ଟଙ୍କା ଦେବା ନିମନ୍ତେ ସମୟ ଦେବାକୁ ଅନୁରୋଧ କରାଯାଇଥିଲା । କମ୍ପାନୀ ପକ୍ଷରୁ ଦାୟର କରାଯାଇଥିବା ପିଟିସନ୍ରେ ତାଙ୍କ ବିରୋଧ କୌଣସି କାର୍ଯ୍ୟାନୁଷ୍ଠାନ କରାନଯିବା ଲାଗି ଅନୁରୋଧ କରିଛନ୍ତି ।

ଜଷ୍ଟସ୍ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସୋମାବର ଭୋଡାଫୋନ୍ ଓ ଆଇଡିଆ ପକ୍ଷରୁ ଦାୟର ଏହି ଯାଚିକାକୁ ଖାରଜ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ ଭୋଡାଫୋନ ଓ ଆଇଡିଆକୁ କୌଣସି ପ୍ରକାର ବି ରିହାତି ଦେବାକୁ ମନା କରିଦେଇଛନ୍ତି । ଏମାନଙ୍କ ପକ୍ଷରୁ ଆଦାୟ ଅର୍ଥ ସରକାର ରାଜସ୍ୱର ଅତିରିକ୍ତ ଆୟ ହୋଇଥିବା ବେଳେ ଟେଲିକମ୍ ଇଣ୍ଡଷ୍ଟ୍ରିକୁ ବଡ଼ ଝଟକା ଲାଗିବ ବୋଲି କୁହାଯାଉଛି । ବିଶ୍ୱସ୍ତରରେ ଭାରତ ଟେଲିକମ୍ ଇଣ୍ଡଷ୍ଟ୍ରିର ବଡ଼ ମାର୍କେଟ ଭାବେ ଗଣାଯାଉଥିଲେ ମଧ୍ୟ ବର୍ତ୍ତମାନ ସମୟରେ ଏହି କମ୍ପାନୀ ଗୁଡ଼ିକ କ୍ଷତିରେ ଚାଲିଛନ୍ତି । ଟେଲିକମ୍ କମ୍ପାନୀଗୁଡ଼ିକ ୧୩ ଆରବ ଡଲାର ସରକାରଙ୍କୁ ଦେବାକୁ ଥିବା ବେଳେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ୧୭ ତାରିଖକୁ ଶେଷ ସମୟ ସୀମା ଭାବେ ଧାର୍ଯ୍ୟ କରିଥିଲେ । ଯଦି ଧାର୍ଯ୍ୟ ସମୟ ମଧ୍ୟରେ କମ୍ପାନୀମାନେ ଟଙ୍କା ନଦିଆ ତେବେ କାହିଁକି ସେମାନଙ୍କ ନାଁ ଅବମାନନା କେସ୍ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟଳୟ । ସର୍ବୋଚ୍ଚ ନ୍ୟାୟାଳୟର ଏଭଳି ଆଭିମୁଖ୍ୟ ସେମାନଙ୍କ ଚିନ୍ତା ବଢ଼ାଇଦେଇଛି ।

ଅପରପକ୍ଷରେ ଦେଶର ଅନ୍ୟତମ ବଡ଼ ଟେଲିକମ୍ କମ୍ପାନୀ ଭୋଡାଫୋନ୍ ଓ ଆଇଡିଆ ଗତ ତୈମାସିକରେ ୬,୪୫୩ କୋଟି କ୍ଷତି ହୋଇଥିବା ଦର୍ଶାଇଥିବା ବେଳେ ଗତ ବର୍ଷ ୪୯୯୮ କୋଟିର କ୍ଷତି ହୋଇଥିଲା । ଏଭଳି ସ୍ଥିତିରେ କମ୍ପାନୀ ଚେୟାରମ୍ୟାନ୍ କୁମାର ମଙ୍ଗଲମ୍ ମିର୍ଲାଙ୍କ କହିବା ହେଲା ଯେ, ସରକାର ଯଦି କୌଣସି ପ୍ରକାର ସହାୟତା କରିବେ ନାହିଁ ତେବେ ବ୍ୟବସାୟ ବନ୍ଦ କରିବାକୁ ପଡ଼ିବ । ଏଭଳି କରିବା ଦ୍ୱାରା ଏହା ଦ୍ୱାରା ରୋଜଗାର ପାଉଥିବା ହଜାର ହଜାର ଲୋକେ ନିଯୁକ୍ତି ହରାଇବେ । ଏଥି ସହିତ କମ୍ପାନୀରେ ତାଲା ଲଗାଇବାର ନକାରାତ୍ମକ ପ୍ରଭାବ ପୂରା ଟେଲିକମ୍ ଇଣ୍ଡଷ୍ଟ୍ରି ଉପରେ ପଡ଼ିବ । ।
ଭୁବନେଶ୍ୱର: ଡିଜିଟାଲ ବଜେଟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ କିଛି ସମୟ ପରେ ଗୃହରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ଭୁବନେଶ୍ୱର: ଡିଜିଟାଲ ବଜେଟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ କିଛି ସମୟ ପରେ ଗୃହରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ବାପା ବୁଝାଇଲା ପରେ ବୋମା ଫୁଟିଲେ ହସୁଛି ଝିଅ, ଜାଣନ୍ତୁ କାହିଁକି ?
ସିରିଆ: ଦକ୍ଷିଣ ସିରିଆର ଟର୍କିଶ୍ ବର୍ଡରରେ ଏବେ ଯୁଦ୍ଧ ପରିସ୍ଥିତି ଉପୁଜିଛି । ସିରିଆ ବାୟୁସେନା ଏବଂ ରୁଷିଆ ସେନା ମଧ୍ୟରେ ଇଦଲିବ୍ରେ ଲାଗିଥିବା ଲଢ଼େଇରେ ୨୧ ଜଣ ମୃତ୍ୟୁବରଣ କରିସାରିଲେଣି । ଆକାଶମାର୍ଗରୁ ବୋମା ବିସ୍ଫୋରଣ ହେଉଥିବା ବେଳେ ଏହି ସବୁ ପରିସ୍ଥିତିରେ ସାଧାରଣ ଲୋକଙ୍କ ଜୀବନ ଭୟ ଭିତରେ କଟୁଛି । ସ୍ଥାନୀୟ ଲୋକଙ୍କୁ ନାନା ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡୁଛି।

ଅଧିକାଂଶ ସମୟରେ ସେଠାରେ ବୋମା ଫୁଟୁଛି । ବୋମା ମାଡ଼ର ଭୟଙ୍କର ଶବ୍ଦରେ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ତେବେ ସିରିଆରେ ଉପୁଜିଥିବା ଏଭଳି ପରିସ୍ଥିତିରେ ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ।

ବୋମା ଶବ୍ଦରୁ ନିଜ ଶିଶୁକୁ ଭୟଭୀତ ହେବାରୁ ରକ୍ଷା କରିବା ପାଇଁ ଜଣେ ବାପା ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି। ସୋସିଆଲ ମିଡିଆରେ ଏହି ବାପ-ଝିଅଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଅଲ୍ଲୀ ମୁସ୍ତାଫା ନାମକ ଜଣେ ଟୁଇଟର ୟୁଜର୍ସ ନିଜ ଆକାଉଣ୍ଟରେ ଏହି ଭିଡିଓଟିକୁ ସେୟାର କରିଛନ୍ତି। ଅବଦ୍ଦୁଲ୍ଲା ନାମକ ଜଣେ ବ୍ୟକ୍ତିଙ୍କ ୪ ବର୍ଷର ଝିଅଟିଏ ଅଛି। ଇଦଲିବ୍ରେ ବୋମା ଫୁଟିବା ମାତ୍ରେ କୁନି ଝିଅ ସେଲଭା ଭୟଭୀତ ହୋଇପଡୁଥିବାରୁ ଅବଦୁଲ୍ଲା ତାଙ୍କ ପାଇଁ ଏକ ଖେଳ ପ୍ରସ୍ତୁତ କରିଥିଲେ।
what a sad world,
To distract 4-year old Selva, her father Abdullah has made up a game.
Each time a bomb drops in Idlib #Syria, they laugh, so she doesn’t get scared.
— علی مصطفی | Ali Mustafa (@Ali_Mustafa) February 17, 2020
ଖେଳର ନିୟମ ଅନୁଯାୟୀ ଯେତେବେଳେ ବୋମା ଫୁଟିବାର ଶବ୍ଦ ହେବ ସେତେବେଳେ ଉଭୟ ବାପା ଏବଂ ଝିଅ ଖୁବ୍ ଜୋରରେ ହସିବେ। ଯାହା ଫଳରେ ବୋମାର ଶବ୍ଦରେ ଝିଅ ଭୟଭୀତ ନହୋଇ ବୋମାର ଶବ୍ଦ ଆଉ ଶୁଣି ପାରିବ ନାହିଁ।
ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ: ଏତଲା ପରେ ବି କାଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ
କେନ୍ଦ୍ରାପଡ଼ା: ଘରୋଇ କଳହକୁ ନେଇ ଘଟିଲା ହତ୍ୟାକାଣ୍ଡ । କେନ୍ଦ୍ରାପଡ଼ା ପଟ୍ଟ।ମୁଣ୍ଡାଇ ବକ୍ତାପୁର ଗାଁରେ ଏଭଳି ଘଟିଥିବା ଅଭିଯୋଗ ହୋଇଛି । ଗାଁର ତ୍ରିଲୋଚନ ମହାଲିକ ଓ ବିପିନ ମହାଲିକଙ୍କ ଭିତରେ ପାରିବାରିକ ସମସ୍ୟା ନେଇ କଳହ ଦେଖା ଦେଇଥିଲା । ଏହି ସମୟରେ ଉତକ୍ଷିପ୍ତ ହୋଇ ପୁତୁରା ତ୍ରିଲୋଚନଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ କୈାଣସି କାଯ୍ୟାନୁଷ୍ଠାନ ନିଆଯାଇ ନଥିବା ଅଭିଯୋଗ ହୋଇଛି ।
ନିର୍ଭୟା ଦୋଷୀମାନଙ୍କ ଓକିଲଙ୍କ ଦମ୍ଭୋକ୍ତି; ୩ ତାରିଖରେ ହେବନି ଫାଶୀ, ପଢ଼ନ୍ତୁ କାହିଁକି
ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ପଟିଆଲା ହାଉସ କୋର୍ଟ ସୋମବାର ୪ ଜଣ ଦୋଷୀଙ୍କ ପାଇଁ ନୂଆ ଡେଥ୍ ଓ୍ୱାରେଣ୍ଟ ଜାରି କରିଛନ୍ତି । ଗତ ୪୧ ଦିନରେ ତୃତୀୟ ଥର ପାଇଁ ଡେଥ୍ ଓ୍ୱାରେଣ୍ଟ ଜାରି କରାଯାଇଛି । ୪ ଜଣ ଦୋଷୀଙ୍କୁ ୩ ମାର୍ଚ୍ଚ ସକାଳ ୬ଟାରେ ଫାଶୀ ଦିଆଯିବା ନେଇ ଆଦେଶ ଦିଆଯାଇଛି । କିନ୍ତୁ ୪ଜଣ ଦୋଷୀଙ୍କ ମଧ୍ୟରୁ ଜଣଙ୍କ ପାଖରେ ଏବେ ବି ରାଜକ୍ଷମା ଆବେଦନ ଓ କ୍ୟୁରେଟିଭ୍ ପିଟିସନ୍ର ବିକଳ୍ପ ରହିଛି । ଏହି ୨ ବିକଳ୍ପ ଖାରଜ ହେଲା ପରେ ବି ପୁଣି ଥରେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିପାରିବେ ।

ଅପରପକ୍ଷରେ ଦୋଷୀମାନଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ଚାଲିଛି । ଯାହା ଉପରେ ଫଇସଲା ନଆସିଲା ପର୍ଯ୍ୟନ୍ତ ଫାଶୀ ହୋଇପାରିବନ ନାହିଁ ବୋଲି ଗତ ୭ ବର୍ଷ ହେଲା ନିର୍ଭୟା ଦୋଷୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ଏପି ସିଂହ କହିଛନ୍ତି । ଏଥିସହ ସେ ଆସନ୍ତା ମାର୍ଚ୍ଚ ୩ରେ ଫାଶୀ ଦିଆଯାଇପାରିବନି ବୋଲି ଦୃଢ଼ତାର ସହ କହିଛନ୍ତି ।

ସେ ଆହୁରି କହିଛନ୍ତି, ମୁଁ ଦୋଷୀଙ୍କ ସହ ସାକ୍ଷାତ କରିବି, ସମସ୍ତ ଆଇନଗତ ବିକଳ୍ପ ନେଇ ଆଲୋଚନା କରିବି । ଯାହା ତାଙ୍କ ପରିବାର ଲୋକଙ୍କ ପକ୍ଷରୁ କୁହାଯିବ କରିବି । ଏବେ ବି ଅନେକ ଆଇନଗତ ବିକଳ୍ପ ବାକି ରହିଛି । ସେ ସବୁର ଉପଯୋଗ କରାଯିବ । ରାଷ୍ଟ୍ରପତିଙ୍କ ନିକଟକୁ ପୁଣିଥରେ ମର୍ସି ପିଟିସନ୍ ପଠାଯିବ, ଏହା ଖାରଜ ହେବା ପରେ ପୁଣି ଯାହା ବିକଳ୍ପ ରହିଛି ତାହାର ପ୍ରୟୋଗ କରାଯିବ ।
ସେ କହିଛନ୍ତି ନା ମୁଁ ପରତ୍ମା, ନା ମୁଁ ଯମରାଜ, ମୁଁ ଜଣେ ଓକିଲ । ଯାହା କ୍ଳାଇଣ୍ଟ ଓ ତାଙ୍କ ପରିବାର ଲୋକେ କହିବେ ତାହା ହିଁ କରିବି । ଏହି ମାମଲାରେ ମିଡିଆ ଟ୍ରାଇଲ ହେଉଥିବା ବେଳେ ପବ୍ଳିକ୍ ଏବଂ ରାଜନେତାଙ୍କ ଚାପ ମଧ୍ୟ ରହିଛି । କିନ୍ତୁ ଏହା ଦ୍ୱାରା ନ୍ୟାୟର ପରାକାଷ୍ଠା ନୁଇଁବାକୁ ଦେବିନି ବୋଲି କହିଛନ୍ତି ।

