spot_img
Home Blog Page 7236

ଆଣ୍ଡାମାନ ନିକୋବରରେ ସୁସ୍ଥ ହେଲେ ସମସ୍ତ କରୋନା ପଜିଟିଭ

ପୋର୍ଟ ବ୍ଲେୟାର: କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଆଣ୍ଡା ମାନ ନିକୋବର ଦ୍ୱୀପ ମଧ୍ୟ ଏଥିରୁ ବାଦ୍‌ ପଡି ନ ଥିଲା। ଏଠାରେ ପ୍ରଥମେ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ସମସ୍ତ ୧୧ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଗୁରୁବାର ଆଣ୍ଡାମାନ ନିକୋବର ଦ୍ୱୀପର ମୁଖ୍ୟ ସଚିବ ଚେତନ ସାଙ୍ଘି ଏହି ସୂଚନା ଦେଇଛନ୍ତି।

ଏହା ସେଠାକାର ଲୋକଙ୍କ ପାଇଁ ନିଶ୍ଚତ ରୂପେ ଖୁସି ଖବର। ଆମେରିକା ଭଳି ଶକ୍ତିଶାଳୀ ଦେଶ କରୋନା କବଳରେ ପଡି ଛଟପଟ ହେଉଥିବା ବେଳେ ଏଠାରେ ଦିନକୁ ହଜାର ହଜାର ଲୋକଙ୍କ ଜୀବନ ଯିବା ଟ୍ରମ୍ପ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟି ଗଲାଣି। ସେହିପରି ଭାରତ ମଧ୍ୟ କରୋନା ଯୁଦ୍ଧରେ ବିଜୟ ଲାଭ କରିବାକୁ ସର୍ବଦା ପ୍ରୟାସ କରି ଚାଲିଛି। ଏ କ୍ଷେତ୍ରରେ ଆଣ୍ଡାମାନ ନିକୋବର ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କୁହାଯାଉଛି।

ସ୍ୱାସ୍ଥ୍ୟକର୍ମୀ ୧୪ ଦିନ କାମ କରିବେ,୧୪ ଦିନ କ୍ୱାରେଣ୍ଟାଇନରେ ରହିବେ

ଭୁବନେଶ୍ୱର:  ରାଜ୍ୟରେ ସଂକ୍ରମଣ ହାର୍ କମ୍ ରହିଛି । ୬୦ଟି ପଜିଟିଭ୍ କେସ୍ ଆସିଛି । ରାଜ୍ୟରେ ଟେଷ୍ଟିଂ କାପାସିଟି ବଢ଼ିଛି । ବସ୍ତିବାସିନ୍ଦା, ସ୍ୱାସ୍ଥ୍ୟ କର୍ମଚାରୀ, ଦୋକାନୀ, ଲକ୍ଷଣ ନଥିବା ଲୋକଙ୍କୁ ମଧ୍ୟ ଟେଷ୍ଟ କରାଯିବ । ଆଗାମୀ ୮ରୁ ୧୦ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଯେତେଶୀଘ୍ର ସଂକ୍ରମିତ ଚିହ୍ନଟ ହେବେ ସେତେ ଭଲ ହେବ । ଏଭଳି କହିଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର ।

କୋଭିଡ୍ ୧୯ କରୋନା ଭାଇରସ ମୁକାବିଲା ପାଇଁ ରାଜ୍ୟ.ସରକାରଙ୍କ ରଣନୀତି ବାବଦରେ ସୂଚନା ଦେଇ ସୁରେଶ ମହାପାତ୍ର କହିଥିଲେ ଯେ,  ପଜିଟିଭ୍ କେସ୍ ଆସିନଥିବା ଜିଲ୍ଲାରେ ମଧ୍ୟ କୋଭିଡ୍ ହସ୍ପିଟାଲ ନିର୍ମାଣ ହେଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଓ ଜିଲ୍ଲାଗୁଡ଼ିକରେ ମୋଟ ୩୫ଟି କୋଭିଡ୍ ହସ୍ପିଟାଲ୍ ତିଆରି ହେଉଛି । ୨୪ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇ ସାରିଥିବା ବେଳେ ଆସନ୍ତା ୨୦ ତାରିଖ ମଧ୍ୟରେ ଅନ୍ୟ ୧୧ଟି ମେଡିକାଲ୍ କାର୍ଯ୍ୟକ୍ଷମ ହେବ । କେନ୍ଦୁଝର ଜିଲ୍ଲାର ଡୁବୁରୀ ସହିତ ତିନୋଟି କୋଭିଡ୍ ହସ୍ପିଟାଲକୁ ଟାଟା ନିଜ ଅର୍ଥରେ ପରିଚାଳନା କରୁଛି । ଟାଟାର ଏହି କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମହାପାତ୍ର ଟାଟାକୁ ଧନ୍ୟବାଦ ଜଣାଇଛନ୍ତି ।

ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ଦ୍ୱାରା ସଂକ୍ରମଣ ରୋକିହେବ । ଅନ୍ୟ ସ୍ଥାନରେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଥିଲେ । ଏହାକୁ ଦେଖି ଆମେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛୁ । ସ୍ୱାସ୍ଥ୍ୟକର୍ମୀ ୧୪ ଦିନ କାମ କରିବେ, ୧୪ ଦିନ କ୍ୱାରେଣ୍ଟାଇନରେ ରହିବ । ଏଥିପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି । ଡାକ୍ତରଙ୍କ ରହିବା ଠାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯାଇଛି ।  ଫଳରେ ଅନ୍ୟ ମେଡିକାଲ ଗୁଡ଼ିକରେ ରୋଗୀ ସେବା ସ୍ୱାଭାବିକ ରହିବ । ସଂକ୍ରମଣର ଭୟ ମଧ୍ୟ ରହିବ ନାହିଁ ବୋଲି କହିଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର ।

କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରର ୩ଟି କୋଭିଡ୍ ହସ୍ପିଟାଲ ବୁଲି ଦେଖିଲେ 5-ଟି ସଚିବ

ବାଲେଶ୍ୱର: ୩ ଜିଲ୍ଲାର କୋଭିଡ୍ ହସ୍ପିଟାଲ ପରିଦର୍ଶନରେ 5-ଟି ସଚିବ ଭି.କେ. ପାଣ୍ଡିଆନ୍‌ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ 5-ଟି ସଚିବ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଉଭୟ ପ୍ରଥମେ କେନ୍ଦୁଝର ଓ ପରେ ବାରିପଦା ଯାଇ କୋଭିଡ୍ ପରିଦର୍ଶନ କରିଥିବାବେଳେ ପରେ ବାଲେଶ୍ୱର ହସ୍ପିଟାଲ ବୁଲି ଦେଖିଥିଲେ ।

କେନ୍ଦୁଝର ସଦର ବ୍ଲକ ରାଙ୍କରେ ନିର୍ମାଣଧୀନ କୋଭିଡ୍ ହସ୍ପିଟାଲ ବୁଲି ଦେଖିଛନ୍ତି । ଏହି ସମୟରେ ହସ୍ପିଟାଲକୁ ଯାଇଥିବା ସବୁ ରାସ୍ତାକୁ ସିଲ କରାଯାଇଥିଲା । ସେହିପରି ମୟୂରଭଞ୍ଜ ବାରିପଦାର ବାଙ୍କିଶୋଳ କିସ୍‌ ପରିସରରେ ଗତକାଲି ଉଦଘାଟିତ ହୋଇଥିବା ଦୁଇ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଥିଲେ ମୁଖ୍ୟ ଶାସନ ସଚିବ ଓ 5-ଟି ସଚିବ ।

ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ଉଭୟ ହସ୍ପିଟାଲର ସ୍ଥିତି ସମୀକ୍ଷା ସହ ଡାକ୍ତର ଓ କର୍ମଚାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ସୀମାନ୍ତରେ ଲକଡାଉନକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମୟୂରଭଂଜ ଜିଲ୍ଲାପାଳ ଭିନିତ ଭରଦ୍ଵାଜ, ଏସପି ସ୍ମିଥ ପି. ପରମାର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରୂପଭାନୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ୨୦ଟି ଆଇସିୟୁ ସୁବିଧା ରହିଛି । 5-ଟି ସଚିବ ଓ ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ପାଇଁ ତିନି ହସପିଟାଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

କରୋନା ସଂକ୍ରମଣର ୩୦ ଦିନ ପରେ କଣ ଅଛି ଓଡ଼ିଶାର ସ୍ଥିତି ? ଜାଣନ୍ତୁ…

ଭୁବନେଶ୍ୱର: ୩୦ ଦିନ, ୬୦ କେସ୍ । ଅର୍ଥାତ୍ ଦିନକୁ ହାରାହାରି ୨ଟି ସଂକ୍ରମଣ ମାମଲା । ଓଡ଼ିଶାରେ କରୋନା ସଂକ୍ରମଣକୁ ମାସେ ବିତିଛି । ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଯୋଗୁଁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି । ୧୫ ମାର୍ଚ୍ଚରେ ରାଜ୍ୟର ପ୍ରଥମ କରୋନା ପଜିଟିଭ୍ ମାମଲା ଆସିଥିଲା ରାଜଧାନୀରୁ । ଯାହା ପରେ ପୂରା ରାଜ୍ୟରେ ଆତଙ୍କ ଖେଳି ଯାଇଥିଲା । ତା ପରେ ଗୋଟିଏ ପରେ ଗୋଟିଏ ସଂକ୍ରମିତ ମାମଲା ଆସିବା ସହ ସୁସ୍ଥ ହେବାରେ ଲାଗିଥିଲେ ଆକ୍ରାନ୍ତ । ମାସକ ମଧ୍ୟରେ ରାଜ୍ୟରେ ୬୦ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧୯ ଜଣ ସୁସ୍ଥ ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଛି ।

୩୦ ଦିନ, ୬୦ କେସ୍

ଦେଶରେ ଅନ୍ୟ ରାଜ୍ୟ ଅପେକ୍ଷା ରାଜ୍ୟରେ ସଂକ୍ରମିତ ହାର୍ ବହୁତ କମ୍ ରହିଛି । ମାସକ ମଧ୍ୟରେ ରାଜ୍ୟରେ ୬୦ଟି ସଂକ୍ରମଣ କେସ୍ ଚିହ୍ନଟ ହୋଇଛି । ସର୍ବାଧିକ ୪୬ ଜଣ ଆକ୍ରାନ୍ତ ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟରେ ରହିଛି ଭଦ୍ରକ । ଏଠାରେ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ପଶ୍ଚିମବଙ୍ଗ ମେଦିନାପୁରର ଜଣେ ଆକ୍ରାନ୍ତ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ।

ନଜର ପକାନ୍ତୁ ରାଜ୍ୟର କେଉଁ ଜିଲ୍ଲାରେ କେତେ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଜିଲ୍ଲା ଆକ୍ରାନ୍ତ ସୁସ୍ଥ ମୃତ
ଖୋର୍ଦ୍ଧା ୧୨ ୦୧
ଭଦ୍ରକ ୦୩ ୦୨ ୦୦
କଳାହାଣ୍ଡି ୦୨ ୦୦
ସୁନ୍ଦରଗଡ଼ ୦୨ ୦୦
କେନ୍ଦ୍ରାପଡ଼ା ୦୨ ୦୦ ୦୦
କଟକ ୦୧ ୦୧ ୦୦
ଯାଜପୁର ୦୧ ୦୦
ପୁରୀ ୦୧ ୦୧ ୦୦
ଢେଙ୍କାନାଳ ୦୧ ୦୦ ୦୦
ମୋଟ ୫୪ ୧୯ ୦୧

ଭଲ ଖବର: ସୁସ୍ଥ ହାର୍ ଅଧିକ

ଓଡ଼ିଶା ପାଇଁ ଆଶ୍ୱସ୍ତିର ବିଷୟ ହେଉଛି ଏଠାରେ ସୁସ୍ଥ ହାର୍ ଅନ୍ୟ ରାଜ୍ୟ ଅପେକ୍ଷା ଅଧିକ ରହିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବା ବେଳେ ସଂକ୍ରମିତ ଖୁବଶୀଘ୍ର ସୁସ୍ଥ ହେଉଛନ୍ତି । ଏଯାବତ୍ ରାଜ୍ୟରେ ୬୦ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୯ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

୩୦ ଦିନରେ ଜଣେ ମୃତ

କରୋନା ସଂକ୍ରମିତଙ୍କ ମୃତ୍ୟୁ ହାର୍ ଓଡ଼ିଶାରେ ଉଦବେଗ୍ ଜନକ ନୁହେଁ । ରାଜ୍ୟରେ କେବଳ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ବୟସ ୭୨ ବର୍ଷ । ସେ ଏକାଧିକ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ ।

କରୋନା ମୁକାବିଲାରେ ଦେଶ ପାଇଁ ଓଡ଼ିଶା ରୋଲ୍ ମଡେଲ

ମହାମାରୀ କରୋନା ସଂକ୍ରମଣକୁ ନେଇ କଣ କରିବେ ସମସ୍ତେ ଏକଥା ଭାବୁଥିବା ବେଳେ ଓଡ଼ିଶା ପଦକ୍ଷେପ ନେବା ଆରମ୍ଭ କରିଥିଲା । ରାଜ୍ୟରେ ଜଣେ ବିଦେଶ ଫେରନ୍ତା ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ପରେ ସରକାର ବିଦେଶ ଫେରନ୍ତାଙ୍କ ପାଇଁ ସ୍ୱତନ୍ତ୍ର ୱେବସାଇଟ୍ ଖୋଲି ପଞ୍ଜିକରଣ କରିବାକୁ ବାଧ୍ୟ କରିଥିଲେ । ମାର୍ଚ୍ଚ ୧୭ ତାରିଖରେ ସରକାର ପ୍ରତି ପଞ୍ଚାୟତରେ ଆଇସୋଲେସନ୍ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ।

ଏପିରିକି ୪ ମାସର ଭତ୍ତା ଓ ୩ ମାସର ପିଡିଏସ୍ ସାମଗ୍ରୀ ଆଗୁଆ ପ୍ରଦାନ ପାଇଁ ସରକାର ନିଷ୍ପତ୍ତି ନେବା ସହ ବଣ୍ଟନ ଆରମ୍ଭ କରିଥିଲେ । ସମ୍ଭାବ୍ୟ ସଂକ୍ରମଣ ରୋକିବାକୁ ଏପ୍ରିଲ୍ ୨୦ରୁ ରାଜ୍ୟର ସମସ୍ତ ଧାର୍ମିକ ସ୍ଥଳୀକୁ ସର୍ବସାଧାରଣଙ୍କ ପ୍ରବେଶ ବନ୍ଦ କରାଯାଇଥିଲା । ଗ୍ରୁପ୍ ‘ସି’ ଓ ଗ୍ରୁପ୍ ‘ଡି’ ସରକାରୀ କର୍ମଚାରୀଙ୍କୁ ଅଫିସ୍ ଆସିବାକୁ ମନା କରାଯାଇଥିଲା ।

ମାର୍ଚ୍ଚ ୨୧ରେ ୫ ଜିଲ୍ଲା ଓ ୮ ସହରକୁ ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିଥିଲେ । ୨୨ ତାରିଖରେ ବାହାର ରାଜ୍ୟକୁ ବସ୍ ଚଳାଚଳ ବନ୍ଦ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ୨୩ ତାରିଖରେ ୧୪ଟି ଜିଲ୍ଲାକୁ ଲକଡାଉନ୍ ସମ୍ପ୍ରସାରଣ ହୋଇଥିଲା । ୨୪ରେ ସମ୍ପୂର୍ଣ୍ଣ ରାଜ୍ୟକୁ ଲକଡାଉନ୍ ଘୋଷଣା କରିଥିଲେ ସରକାର । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଜାତୀୟ ସ୍ତରରେ ଲକଡାଉନ୍ ଲାଗୁ ହୋଇଥିଲା ।

 

ମାର୍ଚ୍ଚ ୨୬ରେ ସରକାର ରାଜ୍ୟରେ କୋଭିଡ୍ ହସ୍ପିଟାଲ ପାଇଁ ପଦକ୍ଷେପ ନେଇଥିଲେ । ଏଥିରୁ ଅଧିକାଂଶ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମସ୍ତ ୨୪ଟି ମେଡିକାଲ୍ କାର୍ଯ୍ୟକ୍ଷମ ହେବ । ସବୁ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ୍ ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ୨୨ ଶହ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ।

ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ

ଡ୍ରୋନକୁ ଖୋଜୁଛି ଡ୍ରୋନ୍ ! କରୋନା ହଟସ୍ପଟ ଅଞ୍ଚଳ ଉପରେ ନଜର ରଖୁଥିବା ଡ୍ରୋନ୍ ନିଖୋଜ

ନୋଏ଼଼ଡା: ଉତ୍ତରପ୍ରଦେଶ ନୋଏଡାରେ କରୋନା ହଟ୍‌ସ୍ପଟ ଅଞ୍ଚଳକୁ ନଜର ରଖିଥିବା ପୋଲିସର ଏକ ଡ୍ରୋନ୍‌ ହଠାତ୍‌ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ଏହି ଡ୍ରୋନ୍‌କୁ ଏକ ସୋସାଇଟି ଉପରେ ନଜର ରଖିବାକୁ ଲଗାଯାଇଥିଲା। ହେଲେ ୪ରୁ ୫ ଦିନ ହେବ ହଠାତ୍‌ ଡ୍ରୋନ୍‌ ନିଖୋଜ ହୋଇଯାଇଥିବା ବେଳେ ଉତ୍ତରପ୍ରଦେଶ ପୋଲିସ ଏହାକୁ ଖୋଜିବା ପାଇଁ ଉଦ୍ୟମ ଚଳାଇଛି। ଏଥିପାଇଁ ଏହି କାର୍ଯ୍ୟରେ ଆଉ ଏକ ଡ୍ରୋନ୍‌ ଲଗାଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ୧୫ଟି ଜିଲାକୁ ହଟ୍‌ସ୍ପଟ ଅଞ୍ଚଳ ଘୋଷଣା କରାଯାଇଛି। ଏଥିସହ ନଏଡାରେ ୨୭ଟି ଅଞ୍ଚଳକୁ ସିଲ୍‌ କରାଯାଇଛି। ଏହି କ୍ରମରେ ନଏଡା ସେକ୍ଟର-୭୫ ସ୍ଥିତ ସୁପରଟେକ କେପଟାଉନ୍‌ ସୋସାଇଟିକୁ ହଟ୍‌ସ୍ପଟ ଘୋଷଣା କରାଯାଇଥିଲା। ଏହି ସୋସାଇଟି ଉପରେ ନଜର ରଖିବା ପାଇଁ ପୋଲିସ ୪ରୁ ୫ ଦିନ ପୂର୍ବରୁ ଏକ ଡ୍ରୋନ୍‌କୁ ନିୟୋଜିତ କରିଥିଲା। କିଛି ସମୟ ପର୍ଯ୍ୟନ୍ତ ସୋସାଇଟିର ସମସ୍ତ ଭିଡିଓ ରେକର୍ଡ ହୋଇଥିବା ବେଳେ ହଠାତ୍‌ ଅପରେଟର ସହ ଡ୍ରୋନ୍‌ର ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା। ଡ୍ରୋନ୍‌ ସହ ସମ୍ପର୍କ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ହୋଇପାରି ନ ଥିଲା।

ଟ୍ରମ୍ପ ସହାୟତା ବନ୍ଦ କରିବା ପରେ WHO ମୁଖ୍ୟ ଲେଖିଲେ LOVE, ଚ୍ୱିଟରରେ ହେଲେ ଟ୍ରୋଲ୍

ପୂରା ବିଶ୍ୱରେ କରୋନାର ଆତଙ୍କ ଖେଳିଛି । ଏହି ମହାମାରୀକୁ ନେଇ WHO ଉପରେ ଅନେକ ପ୍ରକାରର ପ୍ରଶ୍ନ ଉଠୁଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ WHO ଉପରେ ଅନେକ ଗମ୍ଭୀର ଆରୋପ ଲଗାଇଛନ୍ତି ।

ଏହିସମୟରେ WHOର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଡନୋମ୍ ଗେବିୟସ୍ ଟ୍ୱିଟରରେ ‘ଲଭ’ ଲେଖିଥିଲେ। ଏହା ପରେ ତାଙ୍କୁ ଟ୍ରୋଲ କରାଯାଇଥିଲା।

ବାସ୍ତବରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଅର୍ଥ ପ୍ରଦାନ କରିବା ବନ୍ଦ କରି ଦେଇଛନ୍ତି। WHO ଚୀନ୍‌କୁ ସମର୍ଥନ କରୁଛି ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି।

WHOର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଡେନୋମ୍ ଗେବିୟସ୍ ଏଥିରେ ଦୁଃଖ ପ୍ରକାଶ କରିଛନ୍ତି। ଏହା ପରେ ସେ ‘ଲଭ୍’ ଲେଖି ଟ୍ୱିଟ୍ କରିଛନ୍ତି। ଏଥିରେ କିଛି ମଜାଦାର ପ୍ରତିକ୍ରିୟା ମିଳିଥିଲା ।

 

 

କରୋନା ମୁକାବିଲା ପାଇଁ ଲକଡାଉନ ଏକ ମାତ୍ର ସମାଧାନ ନୁହେଁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ଏବଂ ପଜିଟିଭ୍ ମାମଲା ମଧ୍ୟ ବଢିବାରେ ଲାଗିଛି । ଏହି ସମୟରେ, ଗରିବଙ୍କ ପାଇଁ ସରକାର ଆର୍ଥିକ ସହାୟତା ଘୋଷଣା କରିବା ଉଚିତ ବୋଲି ବିରୋଧୀ ଦାବି କରୁଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଆମେ ଏବେ ବହୁ ସଙ୍କଟପୂର୍ଣ୍ଣ ପରୁସ୍ଥିତିରେ ଗତି କରୁଛେ । ତେଣୁ ସମସ୍ତ ରାଜନୈତିକ ଦଳ ଏକାଠି ହେବାକୁ ପଡିବ । କେନ୍ଦ୍ର ରାଜ୍ୟକୁ ଅଧିକ ଅଧିକାର ଦେବା ଏବଂ ଗରିବ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଉଚିତ ବୋଲି ସେ ମତ ଦେଇଛନ୍ତି ।

ଏବଂ ରାହୁଲ କହିଛନ୍ତି ଯେ ଗତ ୨ ମାସ ମଧ୍ୟରେ ମୁଁ ଅନେକ ବିଶେଷଜ୍ଞଙ୍କ ସହ କଥା ହୋଇଛି, କୋଭିଡ-୧୯ର ମୁକାବିଲା ପାଇଁ ଲକଡାଉନ ଏକମାତ୍ର ସମାଧାନ ନୁହେଁ । ଯେତେବେଳେ ଏହା ଲକଡାଉନରୁ ବାହାରକୁ ଆସିବ ସେତେବେଳେ ଏହାର ପ୍ରଭାବ ପୁନର୍ବାର ଦେଖାଯିବା ଆରମ୍ଭ କରିବ । ଲକଡାଉନ କେବଳ ସରକାରଙ୍କୁ ପ୍ରସ୍ତୁତ ହେବା ପାଇଁ ସମୟ ଦେଉଛି । ଏବଂ କରୋନା ମୁକାବିଲା ପାଇଁ ଏକ ମାତ୍ର ରାସ୍ତା ହେଉଛି ଅଧିକରୁ ଅଧିକ ଟେଷ୍ଟିଂ ।

କଂଗ୍ରେସ ନେତା କହିଛନ୍ତି ଯେ, ଦିନକୁ ଦିନ କରୋନା ପଜିଟିଭଙ୍କ ସଂଖ୍ୟା ବଢୁଛି ଏଭଳି ପରିସ୍ଥିତିରେ ଆଜି ପରୀକ୍ଷଣ କିଟ୍ ଯୋଗାଣ ସୀମିତ ରହିଛି । ଏବଂ ପରୀକ୍ଷା ବିନା, ଆପଣ ଜାଣିପାରିବେ ନାହିଁ ରୋଗ କେଉଁଠାରେ ଅଛି ।

କଂଗ୍ରେସ ନେତା କହିଛନ୍ତି ଯେ କରୋନାଙ୍କୁ ପରାସ୍ତ କରିବାକୁ ପରୀକ୍ଷାର ସଂଖ୍ୟା ବଢେଇବାକୁ ପଡିବ ଏବଂ କରୋନାଠୁ ଆଗରେ ରହି କାର୍ଯ୍ୟ କରିବାକୁ ପଡ଼ିବ । ରାହୁଲ ଗାନ୍ଧୀ କହିଛନ୍ତି ଯେ ସରକାରଙ୍କୁ ଟେଷ୍ଟିଂ ପାଇଁ ଏକ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ, ଯାହାଦ୍ୱାରା କୌଣସି କରୋନା ପୀଡ଼ିତ କୌଣସି ସ୍ଥାନରେ ଅଜଣା ରହିବେ ନାହିଁ ।

ଜାରି ହେଲା ଦେଶର କରୋନା ହଟସ୍ପଟ୍ ତାଲିକା : ଲିଷ୍ଟରେ ଓଡ଼ିଶାରେ ଗୋଟିଏ ଜିଲ୍ଲା,ଜାଣନ୍ତୁ ସେହି ଜିଲ୍ଲାର ନାମ

ନୂଆଦିଲ୍ଲୀ :  କରୋନାସହ ଯୁଦ୍ଧ ପାଇଁ କେନ୍ଦ୍ର ସରକାର ଲକ୍‌ଡାଉନର ଅବଧିକୁ ବଢାଇଛନ୍ତି । ମେ ୩ ପର୍ଯ୍ୟନ୍ତ ଏହାର ସମୟ ସୀମାକୁ ବଢ଼ାଯାଇଛି । ଏହାର କାରଣ ହେଉଛି କରୋନା ଭଳି ଭାଇରସ୍‌କୁ ସମ୍ପୁର୍ଣ୍ଣ ଭାବରେ ନଷ୍ଟ କରିବା ।  କରୋନା ଲକଡାଉନ୍ କଟକଣା ୨୦ ତାରିଖ ପରେ ସ୍ଥିତି ଦେଖି କଣ୍ଟେନମେଣ୍ଟ ଜୋନରେ କୋହଳ ଦେବା ନେଇ ପ୍ରଧାନମନ୍ତ୍ରୀ କହିବା ପରେ ଆରମ୍ଭ ହୋଇଛି ଆକଳନ । ପ୍ରେସମିଟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ଏହା ଉପରେ ବିସ୍ତୃତ ସୂଚନା ରଖିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଶର ଜିଲ୍ଲା ଗୁଡ଼ିକୁ ୩ ଭାଗରେ ବିଭକ୍ତ କରିଛି । ପ୍ରଥମ- ହଟସ୍ପଟ୍ ଜିଲ୍ଲା, ଦ୍ୱିତୀୟ-ନନ୍ ହଟସ୍ପଟ୍ ଜିଲ୍ଲା, ତୃତୀୟ- ଗ୍ରୀନ୍ ଜୋନ୍ ।

ପ୍ରତି ସୋମବାର ବଦଳିବ ତାଲିକା

କେନ୍ଦ୍ର ସରକାର ଦେଇଥିବା ସୂଚନା ଅନୁଯାୟୀ ପ୍ରତି ସୋମବାର ଦିନ ଏହି ଜିଲ୍ଲାଗୁଡ଼ିକର ସ୍ଥିତି ଅନୁଯାୟୀ ତାଲିକାକୁ ବଦଳାଯିବ। ଜିଲ୍ଲାଗୁଡିକରେ ପ୍ରତିରୋଧ ପାଇଁ ବିଭିନ୍ନ ଉପାୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଯେଉଁଥିରେ ସମୁଦାୟ ୨୮ ଦିନ ଦେଖାଯିବ  । ଯଦି କୌଣସି ଜିଲ୍ଲାକୁ ରେଡ୍ ଜୋନ୍ ବା ହଟସ୍ପଟ୍ ଘୋଷିତ କରାଯାଇଛି । ତେବେ ପ୍ରତିରୋଧ ନିୟମକୁ ୧୪ ଦିନ କଡାକଡି କରାଯିବ । ଯଦି ୧୪ ଦିନ ମଧ୍ୟରେ କୌଣସି ମାମଲା ନ ମିଳେ, ତେବେ ଜିଲ୍ଲାକୁ ଅରେଞ୍ଜ ଜୋନରେ ଅନ୍ତର୍ଭୁକ୍ତ କରାଯିବ । ତା’ପରେ ଆଗାମୀ ୧୪ ଦିନ ପାଇଁ ପ୍ରତିଷେଧକ କାର୍ଯ୍ୟ ସେମାନଙ୍କ ବିରୁଦ୍ଧରେ ନିଆଯିବ । ଯେତେବେଳେ ଲଗାତାର ୨୮ ଦିନ ଜିଲ୍ଲାରେ କୌଣସି ସକାରାତ୍ମକ ମାମଲା ନ ମିଳେ, ତେବେ ଏହାକୁ ସବୁଜ ଜୋନରେ ଅନ୍ତର୍ଭୁକ୍ତ କରାଯିବ ।

ଏପର୍ଯ୍ୟନ୍ତ ଦେଶର ୧୭୦ ଟି ଜିଲ୍ଲା ରେଡ ଜୋନରେ ଅନ୍ତର୍ଭୁକ୍ତ ହୋଇଥିବାବେଳେ ୨୦୭ ଟି ଜିଲ୍ଲାକୁ ହଟସ୍ପଟ୍ ତାଲିକାରେ ରଖାଯାଇଛି । ରେଡ୍ ଜୋନ୍ ଥିବା ୧୭୦ ଟି ଜିଲ୍ଲା ମଧ୍ୟରୁ ୧୨୩ ଟିରେ ସର୍ବାଧିକ ସଂଖ୍ୟକ ମାମଲା ରହିଛି ଏବଂ ଅବଶିଷ୍ଟ ୪୭ ଟିରେ କ୍ଲଷ୍ଟର ଗଠନ କରାଯାଉଛି । ଦେଖନ୍ତୁ କେଉଁ ଜିଲ୍ଲା ଗୁଡିକ ରେଡ୍ ଜୋନ୍ ରେ ଅନ୍ତର୍ଭୁକ୍ତ  ।

ଓଡ଼ିଶା

ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରରେ ୪୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଏବଂ ଏହାର ସଂଖ୍ୟା ବଢ଼ୁଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଖୋର୍ଦ୍ଧା ଜିଲ୍ଲାକୁ ହଟସ୍ପଟ୍ ଜିଲ୍ଲା ଆଖ୍ୟା ଦେଇଛି ।

ଆନ୍ଧ୍ରପ୍ରଦେଶ

କୁର୍ଣ୍ଣୁଲ, ଗୁଣ୍ଟୁର, ନେଲୋର,ପ୍ରକାଶମ,କୃଷ୍ଣା,ପଶ୍ଚିମ ଗୋଦାବରୀ,ଚିତ୍ତୋର,ଅନନ୍ତପୁର

ବିହାର

ସିୱାନ୍

ଚଣ୍ଡିଗଡ଼

ଚଣ୍ଡିଗଡ଼

ଛତିଶଗଡ

କୋରବା

ଦିଲ୍ଲୀ

ଦକ୍ଷିଣ, ଦକ୍ଷିଣ ପୂର୍ବ, ଶାହାଦରା, ପଶ୍ଚିମ, ଉତ୍ତର, କେନ୍ଦ୍ରୀୟ, ନୂଆଦିଲ୍ଲୀ, ପୂର୍ବ ଦକ୍ଷିଣ ପଶ୍ଚିମ

ଗୁଜୁରାଟ

ଅହମ୍ମଦାବାଦ,ଭଦୋଦରା,ସୁରାଟ,ଭାବନଗର, ରାଜକୋଟ

ହରିୟାଣା

ନହୁ, ଗୁରୁଗ୍ରାମ,ପାଲୱାଲ୍, ଫରିଦାବାଦ

ଜାମ୍ମୁ କାଶ୍ମୀର

ଶ୍ରୀନଗର, ବାନ୍ଦିପୋରା, ବାରାମୁଲ୍ଲା, ଜାମ୍ମୁ, ଉଦାମପୁର, କୁପୱାରା

ମହାରାଷ୍ଟ୍ର

ମୁମ୍ବାଇ,ପୁଣେ,ଥାନେ, ନାଗପୁର, ସାଙ୍ଗଲି, ଅହମ୍ମଦନଗର, ୟାଭାଟମାଲ୍, ଔରଙ୍ଗାବାଦ, ମୁମ୍ବାଇ ଉପବର୍ଗ,ନାଶିକ୍

 

ଏହି ଜିଲ୍ଲାଗୁଡିକ ବ୍ୟତୀତ, ଆପଣ ଏଠାରେ ଥିବା ଅନ୍ୟ ସମସ୍ତ ଜିଲ୍ଲାଗୁଡ଼ିକର ତାଲିକା ଦେଖିପାରିବେ

 

ପୋଲିସ ଅଟକାଇବାରୁ ଅସୁସ୍ଥ ବୁଢା ବାପାଙ୍କୁ କାଖ କରିନେଲେ

ପୁନାଲୁର: ବୁଧବାର ଦିନ ଦେଶରେ ଲକଡାଉନ୍ ପରିସ୍ଥିତି ମଧ୍ୟରେ ସୋସିଆଲ ମିଡିଆରେ କେରଳର ଏକ ଅତ୍ୟନ୍ତ ମର୍ମସ୍ପର୍ଶୀ ଭିଡିଓ ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ତାଙ୍କର ୬୫ ବର୍ଷିୟ ଅସୁସ୍ଥ ବାପାଙ୍କୁ ଏକ ଅଟୋରେ ଡାକ୍ତରଖାନାରୁ ଘରକୁ ଫେରାଇ ନେଉଥିବା ବେଳେ ପୋଲିସ ଉକ୍ତ ଅଟୋକୁ ଅଟକାଇଥିଲା । ସେ ଅଟୋ ରୋଗୀଙ୍କୁ ଡାକ୍ତରଖାନାରୁ ଘରକୁ ନେଇ ଆସିଥିଲେ, କିନ୍ତୁ ଯେତେବେଳେ ପୋଲିସ ତାଙ୍କୁ ଅଟକାଇଥିଲା, ସେତେବେଳେ ତାଙ୍କ ପୁଅ ଅସୁସ୍ଥ ବାପାଙ୍କୁ ଘରକୁ ନେବା ପାଇଁ ବାପାଙ୍କୁ କାଖକରି ରାସ୍ତାରେ ଦୌଡ଼ିଥିଲେ ।

ଘଟଣାଟି ହେଉଛି କେରଳର ପୁନାଲୁର ସହରର । କୁହାଯାଉଛି ଯେ ତାଙ୍କ ପୁଅ ଅସୁସ୍ଥ ବାପାଙ୍କୁ ଡାକ୍ତରଖାନାରୁ ଘରକୁ ନେବାକୁ ଅଟୋ ଡାକିଥିଲେ । ତେବେ ଘରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଏକ ଚେକ୍ ପୋଷ୍ଟରେ ପୋଲିସ ଅଟୋକୁ ଅଟକାଇଥିଲା । ଯେତେବେଳେ ଲକଡାଉନ୍ ମଧ୍ୟରେ ଅନ୍ୟ କୌଣସି ରାସ୍ତା ମିଳିଲା ନଥିଲା, ସେହି ବ୍ୟକ୍ତି ଜଣଙ୍କ ବାପାଙ୍କୁ କାଖ କରି ନେଇଥିଲେ । 

ମାନବାଧିକାର କମିଶନ ତରଫରୁ ମାମଲା ରୁଜୁ

ଏହି ମାମଲାରେ କେରଳ ରାଜ୍ୟ ମାନବ ଅଧିକାର ଆୟୋଗ ନିଜ ତରଫରୁ ମାମଲା ରୁଜୁ କରି ପୋଲିସକୁ ପଚରାଉଚରା କରିଛି। ଏନେଇ ପୋଲିସକୁ ନୋଟିସ ଜାରି କରିବାବେଳେ ଆୟୋଗ ପଚାରିଛନ୍ତି ଯେ କେଉଁ ପରିସ୍ଥିତିରେ ରୋଗୀକୁ ନେଉଥିବା ଗାଡିକୁ ଅଟକା ଯାଇଥିଲା ।

ପୋଲିସକୁ ଘେରିଲା ସୋସିଆଲ ମିଡିଆ

ତେବେ କେରଳରେ ଏହି ଘଟଣା ଦେଖି ସମସ୍ତେ ପ୍ରଶ୍ନ କରିଛନ୍ତି ଯେ, ଅଟୋଟି ରୋଗୀଙ୍କୁ ନେଉଥିବା ଜାଣି ବି ପୋଲିସ ଗାଡିଟିକୁ ଯିବାକୁ କାହିଁକି ଅନୁମତି ଦେଲା ନାହିଁ ? ସୋସିଆଲ ମିଡିଆରେ ମଧ୍ୟ ଅନେକ ଲୋକ ପୋଲିସର ଏଭଳି କାର୍ଯ୍ୟକୁ ଗ୍ରହଣ କରି ନଥିଲେ । ଅନ୍ୟପକ୍ଷରେ ଅନେକ ଲୋକ ଏହା ମଧ୍ୟ ଲେଖିଛନ୍ତି ଯେ ଗରିବ ଲୋକ ଆମ୍ବୁଲାନ୍ସ ଟଙ୍କା ଦେଇପାରୁନାହାଁନ୍ତି, ତେଣୁ ସେ ତାଙ୍କ ଅସୁସ୍ଥ ବାପାକୁ ଏକ ଅଟୋରେ ନେବାକୁ ବାଧ୍ୟ ହୋଇଥିଲେ ।

ମରକଜର ଆକାଉଣ୍ଟରେ ହଠାତ ବଢ଼ିଥିଲା କ୍ୟାସ୍ ଫ୍ଲୋ, ଆଲର୍ଟ କରିଥିଲା ବ୍ୟାଙ୍କ

କରୋନା କନେକସନ ସାମ୍ନାକୁ ଆସିବା ପରେ ତବଲିଗି ଜମାତ ଉପରେ କଡ଼ା ନଜର ରଖା ଯାଇଛି । ମାମଲାର ଯାଞ୍ଚ କରୁଥିବା ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଜମାତର ଫଣ୍ଡିଙ୍ଗକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତକୁ ଆସିଛି । ନିଜାମୁଦ୍ଦିନ ସ୍ଥିତ ତବଲିଗି ଜମାତ ମରକଜରେ କାର୍ଯ୍ୟକ୍ରମ ପୂର୍ବରୁ ବ୍ୟାଙ୍କ ତରଫରୁ ଆଲର୍ଟ ଜାରି କରାଯାଇଛି ।

ବ୍ୟାଙ୍କ ଏହାର ସତର୍କ ସୂଚନାରେ କହିଛି ଯେ ମାର୍କାଜଙ୍କ ଆକାଉଣ୍ଟରେ ହଠାତ୍ ନଗଦ ଟଙ୍କାର ଫ୍ଲୋ ବୃଦ୍ଧି ପାଇଛି। ଏହି ଟଙ୍କା ବିଦେଶରୁ ଆସୁଛି । ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଅଧିକାରୀମାନେ ମଧ୍ୟ ଜାମାତର ଧନୀ ମୌଲାନା ସାଦଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ମିଳିନଥିଲେ । ଏଭଳି ସତର୍କତାକୁ ଅଣଦେଖା କରିବା ପାଇଁ କ୍ରାଇମ ବ୍ରାଞ୍ଚ ଜମାତର ଆକାଉଣ୍ଟାଣ୍ଟଙ୍କଠାରୁ ଉତ୍ତର ମାଗିଛି।

କ୍ରାଇମ ବ୍ରାଞ୍ଚର ସୂତ୍ର  ମୌଲାନା ସାଦଙ୍କ କରୋନା ସଂକ୍ରମିତ ହେବାର ଖବରକୁ ଅସ୍ୱୀକାର କରିଛି। ତାଙ୍କ କହିବା ଅନୁଯାୟୀ ତାଙ୍କ ପାଖରେ ଏପରି କୌଣସି ସୂଚନା ନାହିଁ ବୋଲି ସେ କହିଛନ୍ତି। ସୂତ୍ରରୁ ପ୍ରକାଶ ଯେ ମୌଲାନା ସାଦ୍ ଜଣେ ଘରୋଇ ଡାକ୍ତରଙ୍କ ସହ ଯୋଗାଯୋଗରେ ଅଛନ୍ତି, ତେଣୁ ସେ ହୁଏତ କୋଭିଡ -୧୯ ପରୀକ୍ଷା କରିପାରିଥାନ୍ତି । ବର୍ତ୍ତମାନ ଜାକିର ନାଗର ପାଖରେ ସାଦଙ୍କ ଲୋକେସନ ଥିବା ସୂଚନା ମିଳିଛି ।

ଏହି ମାମଲାର ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚ ଦଳକୁ ହୋଟେଲରେ ରହିବାକୁ ବରିଷ୍ଠ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ, କୁହାଯାଉଛି ଯେ ମାର୍କାଜକୁ ୨୦୪୧ ବିଦେଶୀ ଆସିଥିଲେ। ଏଥିମଧ୍ୟରୁ ୨୮୪ ଜଣ ବିଦେଶୀଙ୍କୁ ରେସ୍କ୍ୟୁ କରାଯାଇଥିଲା, ଯେଉଁମାନେ ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ଦିଲ୍ଲୀ ପୋଲିସ ନିଜାମୁଦ୍ଦିନ ମାର୍କାଜଙ୍କ ୭ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏଥିମଧ୍ୟରେ ମୌଲାନା ସାଦ ଅନ୍ତର୍ଭୁକ୍ତ | ସେମାନଙ୍କ ବିରୋଧରେ ଆଇପିସି ୩୦୪,୩୦୮,୧୨୦ ବି, ୨୬୯,୨୭୦,୨୭୧ ଏବଂ ୧୮୮ ଅଧୀନରେ ଏକ ମାମଲା ରୁଜୁ ହୋଇଛି। ସେମାନଙ୍କ ଉପରେ ଏକ ମହାମାରୀ ଆକ୍ଟ ମଧ୍ୟ ଲାଗୁ କରାଯାଇଛି।