spot_img
Home Blog Page 7247

ବିନା ଗ୍ୟାରେଣ୍ଟିରେ ମିଳିବ ଋଣ, ବର୍ଷେ ଯାଏଁ ଦେବାକୁ ପଡ଼ିବନି ମୂଳଧନ

ନୂଆଦିଲ୍ଲୀ: କରୋନା ଯୁଦ୍ଧରେ ଶକ୍ତ ହେବ ଅର୍ଥନୀତି । ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଶିଳ୍ପ ଦେଶ ଅର୍ଥନୀତିର ଅଭିନ୍ନ ଅଙ୍ଗ । ଏହି କ୍ଷେତ୍ର ୧୨ କୋଟି ଲୋକଙ୍କୁ ରୋଜଗାର ଦେଉଛି । ଆତ୍ମନିର୍ଭର ଭାରତ ପ୍ୟାକେଜରେ MSME ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩ ଲକ୍ଷ କୋଟିଙ୍କ ଟଙ୍କା ଘୋଷଣା କରିଛନ୍ତି । ଏହି ଅର୍ଥ MSME ସେକ୍ଟରକୁ ଋଣ ଆକାରରେ ଦିଆଯିବ । ଏହାର ଅବଧି ୪ ବର୍ଷ ରହିବ । ଋଣ ନେବାର ୧୨ ମାସ ଯାଏଁ  ମୂଳଧନ ମଧ୍ୟ ଦେବାକୁ ପଡ଼ିବ ନାହିଁ ।

ଏଥିରେ ୨ ଲକ୍ଷରୁ ଅଧିକ ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଶିଳ୍ପ ଲାଭାନ୍ୱିତ ହେବ । ଏହାଛଡ଼ା ୫୦ ହଜାର କୋଟିର ଇକ୍ୱିଟି ଇକ୍ୱିଜନର ବ୍ୟବସ୍ଥା କରାଯାଇଛି । ଏହି ପ୍ୟାକେଜ୍ ଦ୍ୱାରା ଦେଶର ବିକାଶର ଗତି ବୃଦ୍ଧି ପାଇବ ବୋଲି ନିର୍ମଳା କହିଛନ୍ତି ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ଆତ୍ମନିର୍ଭର ଭାରତ ପ୍ୟାକେଜ ନାଁରେ ୨୦ ଲକ୍ଷ କୋଟି ଟଙ୍କା ଘୋଷଣା କରିଥିଲେ ପ୍ରଧାନ ମନ୍ତ୍ରୀ । ଏହି ପ୍ୟାକେଜ୍ କୃଷକଙ୍କ ଠାରୁ ଆରମ୍ଭ କରି ଶ୍ରମିକ ସମସ୍ତଙ୍କ ପାଇଁ ବୋଲି ମୋଦି କହିଥିଲେ ।

MSME ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା

ଅର୍ଦ୍ଧ ସାମରିକ ବାହିନୀ କ୍ୟାଣ୍ଟିନରେ ବିକ୍ରି ହେବ କେବଳ ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ମହାମାରୀ ପରିସ୍ଥିତିରେ ନିଜକୁ ବଦଳାଇବାର ଏକ ଅବସର ବୋଲି କହିଛନ୍ତି । ଏମିତି ପରିସ୍ଥିତିରେ ନିଜକୁ ଆତ୍ମନିର୍ଭର କରିବା ନିହାତି ଆବଶ୍ୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନୀୟ ଲୋକଙ୍କ ପାଇଁ କିଛି କରିବାର ସ୍ଲୋଗାନ୍ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପର ପ୍ରଭାବ ମଧ୍ୟ ଦୃଶ୍ୟମାନ ହେଉଛି । ଏହି ଦିଗରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଏକ ପ୍ରମୁଖ ନିଷ୍ପତ୍ତି ନେଇଛି।

ଗୃହ ମନ୍ତ୍ରାଳୟ ସବୁ ଅର୍ଦ୍ଧସାମରିକ ବାହିନୀ କ୍ୟାଣ୍ଟିନରେ ଏବେ କେବଳ ସ୍ୱେଦେଶୀ ଉତ୍ପାଦନ ବିକ୍ରି ହେବ । ଏହି ଆଦେଶ ଦେଶରେ ଥିବା ସବୁ କ୍ୟାଣ୍ଟିନରେ ଜୁନ୍ ୧ରୁ ଲାଗୁ ହେବ । ଏଥିରେ ପାଖାପାଖି ୧୦ଲକ୍ଷ ସିଏପିଏଫ କର୍ମଚାରୀଙ୍କ ୫୦ଲକ୍ଷ ପରିଜନ ସ୍ୱଦେଶୀ ଜିନିଷର ଉପଯୋଗ କରିବାନେଇ ଅନୁମାନ କରାଯାଉଛି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ଟ୍ୱିଟରରେ ଏନେଇ ସୂଚନା ଦେଇଛନ୍ତି ।  ଅମିତ ଶାହା ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ‘ଗତକାଲି ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଆତ୍ମନିର୍ଭର ଏବଂ ସ୍ଥାନୀୟ ଉତ୍ପାଦଗୁଡିକ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ ଯାହା ନିଶ୍ଚିତ ରୂପରେ ଭାରତକୁ ବିଶ୍ୱ ଦରବାରରେ ପହଞ୍ଚାଇବ । ଏହି ଦିଗରେ ଆଜି ଗୃହମନ୍ତ୍ରାଳୟ ଏମିତି ଏକ ନିଷ୍ପତ୍ତି ନେଇଛି ଯେ, ସବୁ କେନ୍ଦ୍ରିୟ ସଂସ୍ଥା ତଥା ପୋଲିସ କ୍ୟାଣ୍ଟିନରେ କେବଳ ସ୍ୱଦେଶୀ ଉତ୍ପାଦନର ବିକ୍ରି ହେବ ।’

ଏହା ବ୍ୟତୀତ ଅମିତ ଶାହ ଦେଶବାସୀଙ୍କୁ ଦେଶରେ ଉତ୍ପାଦନ ହେଉଥିବା ଦ୍ରବ୍ୟକୁ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି । ସେ ଏନେଇ ଲେଖିଛନ୍ତି, ‘ ମୁଁ ଦେଶବାସୀଙ୍କୁ ଅନୁରୋଧ କରୁଛି ଆପଣ ଦେଶରେ ପ୍ରସ୍ତୁତ ହେଉଥିବା ଦ୍ରବ୍ୟକୁ ହିଁ ଅଧିକରୁ ଅଧିକ ବ୍ୟବହାର କରନ୍ତୁ ଏବଂ ଅନ୍ୟ ଲୋକଙ୍କୁ ମଧ୍ୟ ବ୍ୟବହାର କରିବାକୁ ପ୍ରୋତ୍ସାହନ କରନ୍ତୁ । ଏବଂ ପ୍ରତ୍ୟେକ ଭାରତୀୟ ଯଦି ଦେଶରେ ତିଆରି ହେଉଥିବା ଉତ୍ପାଦ ବ୍ୟବହାର କରିବାକୁ ସଂକଳ୍ପ ନେବେ ତେବେ ୫ବର୍ଷରେ ଦେଶର ଲୋକତନ୍ତ୍ର ଆତ୍ମନିର୍ଭର ହୋଇପାରିବ ।’

ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିକ କରି କହିଥିଲେ ଯେ, କରୋନା ସଙ୍କଟ ଆମକୁ ମେନ୍ୟୁଫ୍ୟାକ୍ଚରିଂ, ସପ୍ଲାଇ ଚେନର ଗୁରୁତ୍ୱପୂର୍ଣ୍ଣତା ବିଷୟରେ ବୁଝାଇଛି।

ରାତି ଅଧରେ ଅଧା ରାସ୍ତାରେ ହାତ ଛାଡ଼ି ଚାଲିଗଲା ପୁଅ: ପାଛୋଟି ନେଲେ ସ୍ୱେଚ୍ଛାସେବୀ

ଅନୁଗୁଳ: ଅସୁସ୍ଥ ବୃଦ୍ଧା ମାଆକୁ ହତାଦର କଲା ପୁଅ । ମେଡିକାଲରୁ ଘରକୁ ଯିବା ବାଟରେ ଅଧା ରାସ୍ତାରେ ମାଆକୁ ଛାଡ଼ି ଚାଲିଗଲା  ପୁଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳରେ । ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ରେଙ୍ଗାଳି ଅଂଚଳର ଜଣେ ବୃଦ୍ଧା ଗତ କିଛିଦିନ ହେଲା ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଗତକାଲି ସନ୍ଧ୍ୟାରେ ତାଙ୍କୁ ମେଡିକାଳରୁ ଡିସଚାର୍ଜ କରାଯାଇଥିଲା । ତାଙ୍କ ପୁଅ ତାଙ୍କୁ ମେଡିକାଲରୁ ନେଇ ଯାଇଥିଲେ । ହେଲେ ପୁଅ ନିଜ ମାନବିକତା ସହ ଭୁଲି ଗଲେ ମାଆର ମମତା । ବୋଝ ଭାବି ଅଧା ବାଟରେ ମାଆକୁ ଛାଡି ଚାଲିଗଲା । ଏକୁଟିଆ ବୃଦ୍ଧା ମାଆ ରାସ୍ତା କଡ଼ରେ ପଡି ରହିଥିଲା । ଏଭଳି ରାସ୍ତା କଡ଼ରେ ପଡିଥିବା ନଜର ପଡିଥିଲା କିଛି ସ୍ୱେଚ୍ଛାସେବୀଙ୍କର । ସେମାନେ ତୁରନ୍ତ ବୃଦ୍ଧା ଜଣଙ୍କୁ ଉଦ୍ଧାର କରି ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଏହାପରେ ତାଙ୍କୁ ବୃଦ୍ଧାଶ୍ରମ ରେ ରଖିବେ ବୋଲି ସ୍ୱେଚ୍ଛାସେବୀ କହିଛନ୍ତି ।

ଗ୍ରୀନ୍ ଜୋନକୁ ଆସିବ ରାଜଧାନୀ ଭୁବନେଶ୍ୱର !

ଭୁବନେଶ୍ୱର: ଏକଦା କରୋନାର ହଟସ୍ପଟ୍ ପାଲଟିଥିବା ରାଜଧାନୀ ଭୁବନେଶ୍ୱର ଧିରେ ଧିରେ ସଂକ୍ରମଣରୁ ମୁକୁଳୁଛି । ରାଜଧାନୀରେ ମୋଟ୍ ୫୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ସୁଦ୍ଧା ୪୫ ଜଣ ସୁସ୍ଥ ହୋଇଛନ୍ତି । ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ଲକଡାଉନ୍ କଟକଣା କୋହଳ ହେବା ସହ ସ୍ୱାଭାବିକ ହେଉଛି ରାଜଧାନୀର ଜୀବନ ଯାତ୍ରା ।

ପ୍ରଥମ ସଂକ୍ରମଣ

ରାଜ୍ୟର ପ୍ରଥମ କରୋନା ସଂକ୍ରମଣ ମାମଲା ରାଜଧାନୀରେ ଚିହ୍ନଟ ହୋଇଥିଲା । ଯାହାକୁ ନେଇ ସାରା ରାଜ୍ୟରେ ଚିନ୍ତା ବଢ଼ି ଯାଇଥିଲା । ମାର୍ଚ୍ଚ ୧୬ରେ ଇଟାଲୀ ଫେରନ୍ତାଙ୍କ ଠାରେ ଚିହ୍ନଟ ହୋଇଥିଲା କରୋନା । ୧୯ରେ ଆଉ ଗୋଟିଏ ମାମଲା ଚିହ୍ନଟ ହୋଇଥିଲା । ଏମିତି ଗୋଟିଏ ପରେ ଗୋଟିଏ ସଂକ୍ରମିତ ମାମଲା ବଢ଼ି ଚାଲିଥିଲା ରାଜଧାନୀରେ । ଏପ୍ରିଲ ୩ ତାରିଖରେ ୧୦ ଜଣ ଓ ଏପ୍ରିଲ୍ ୫ ତାରିଖରେ ସର୍ବାଧିକ ୧୮ ଜଣ ସଂକ୍ରମିତ ଭୁବନେଶ୍ୱରରେ ଚିହ୍ନଟ ହୋଇଥିଲେ । ଏଥିସହ ରାଜଧାନୀ କରୋନା ହଟସ୍ପଟରେ ପରିଣତ ହୋଇଥିଲା ।

ଆଶ୍ୱସ୍ତି ଆଣିଛି ଆରୋଗ୍ୟ

ଇତି ମଧ୍ୟରେ ରାଜଧାନୀର ସଂକ୍ରମିତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି । ତେବେ, ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଖୁସିର କଥା ହେଉଛି ସଂକ୍ରମିତଙ୍କ ମଧ୍ୟରୁ ଆଜି ସୁଦ୍ଧା ୪୫ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏବେ କୋଭିଡ୍ ହସ୍ପିଟାଲରେ ୩ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ସେମାନେ ଖୁବଶୀଘ୍ର ସୁସ୍ଥ ହେବେ ବୋଲି ଆଶା ରହିଛି ।

ହେଳା କଲେ ହେବ ଅଣାୟତ୍ତ

ସଂକ୍ରମିତ ସୁସ୍ଥ ହେଉଥିବା ବେଳେ ସାବଧାନତା ଅବଲମ୍ବନ ନକଲେ ସ୍ଥିତି ପୁଣି ବିଗିଡ଼ିପାରେ । ତେଣୁ, ଲୋକ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଜରୁରୀ । ପୂର୍ବରୁ ସଂକ୍ରମିତ ସୁସ୍ଥ ହେବା ପରେ କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲା ଗ୍ରୀନ୍ ଜୋନରେ ଥିଲେ । ଏବେ ପୁଣି ସେଠାରୁ ସଂକ୍ରମିତ ଚିହ୍ନଟ ହେଲେଣି । ରାଜଧାନୀରେ ଏବେ ସଂକ୍ରମିତ ଥିବା ୩ ଜଣ ସୁସ୍ଥ ହେଲା ପରେ ସଂକ୍ରମଣ ଏଡ଼ାଇବାକୁ ସମସ୍ତେ ନିୟମ ମାନିବା ଉଚିତ୍ ।

ଏପରିକି ଲକଡାଉନ୍ ଯୋଗୁଁ ବିଭିନ୍ନ ସ୍ଥାନରେ ଫସିଥିବା ଲୋକ ଏବେ ରାଜଧାନୀକୁ ଫେରୁଛନ୍ତି । ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖି ସଂକ୍ରମଣ ରୋକିବାକୁ ପ୍ରଶାସନ ପ୍ରୟାସ ଜାରି ରଖିଛି । ରାଜଧାନୀର ୩ ପ୍ରବେଶ ପଥରେ ପ୍ରବାସୀଙ୍କୁ ସ୍କ୍ରିନିଂ ମଧ୍ୟ କରାଯାଉଛି ।

ସୁସ୍ଥ ହେଲେ ୨୭ କରୋନା ଆକ୍ରାନ୍ତ…

ପୁରୀ ହାଟ ସାହି ଗ୍ରାମରେ ହତ୍ୟାକାଣ୍ଡ: ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ

ପୁରୀ: ସଦରଥାନା ଅନ୍ତର୍ଗତ ଶାସନ ଦାମୋଦର ପୁର ଅଂଚଳର ହାଟସାହି ଗ୍ରାମରେ ଯୁବକଙ୍କୁ ହତ୍ୟା | ଯୁବକଙ୍କ ମୁହଁ ଓ ହାତରେ ଏକାଧିକ ଵାର ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି | ମୃତ ଯୁବକଙ୍କ ପରିଚୟ ମିଳିନଥିବା ବେଳେ କିଏ କାହିଁକି ମାରିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ | ଘଟଣା ସ୍ଥଳରେ OD02BE3550 ନମ୍ବର ବିଶିଷ୍ଟ ମାଏଷ୍ଟ୍ରୋ ମୋପେଡ଼ ପଡ଼ିଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଭୁଜାଲି ପଡ଼ିଥିବା ଦେଖିବାକୁ ମିଳିଛି | ଘଟଣା ସ୍ଥଳରେ ସଦରଥାନା ପୋଲିସ ପହଁଚି ତଦନ୍ତ ଚଳାଇଛି |

ବଲିଉଡର ଏହି ଚର୍ଚ୍ଚିତ ଅଭିନେତାଙ୍କ ବାପା କରୋନା ପଜିଟିଭ୍…ବଙ୍ଗଳା ସିଲ୍

ମୁମ୍ବାଇ: ବ୍ରିହନମୁମ୍ବାଇ ନଗର ନିଗମ ଅଭିନେତା ଫ୍ରେଡି ଦାରୂୱାଲାଙ୍କ ବଙ୍ଗଳା ସିଲ୍ କରିଛି । କାରଣ ଫ୍ରେଡିଙ୍କ ବାପା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୦୧୪ ମସିହାରେ ଅକ୍ଷୟ କୁମାର ଅଭିନୀତ ଫିଲ୍ମ ‘ହଲିଡେ: ଏ ସୋଲଜର ଇଜ୍ ନେଭର ଅଫଡ୍ୟୁଟି’ ରେ  ଖଳନାୟକ ଭୂମିକାରେ ଅଭିନୟ କରି ଫ୍ରେଡି ଖୁବ ଲୋକପ୍ରିୟତା ହାସଲ କରିଥିଲେ । ତେବେ ଫ୍ରେଡିଙ୍କ ବାପାଙ୍କ ଟେଷ୍ଟ ହବା ପୂର୍ବରୁ ତାଙ୍କ ଶରୀରରେ କିଛି ଲକ୍ଷଣ ଦେଖିବାକୁ ମିଳିଥିଲା । ତାଙ୍କୁ ଜ୍ୱର, ଥଣ୍ଡା ହେବା ସହ ଶରୀରେ ଯନ୍ତ୍ରଣା ହେଉଥିଲା ।

ଫ୍ରେଡିଙ୍କ ବାପାଙ୍କୁ ୬୭ ବର୍ଷ ବୟସ । ତାଙ୍କୁ ଏବେ ହୋମ୍ ଆଇସୋଲେଶନରେ ରଖାଯାଇଛି । ପ୍ରଥମେ ପରିବାର ଲୋକେ ଜ୍ୱର ଓ ଥଣ୍ଡାକୁ ସାମାନ୍ୟ ଭାବିଥିଲେ । ହେଲେ ୩-୪ ଦିନ ପରେ ଟେଷ୍ଟ କରାଇବା ପରେ ସେ କରୋନା ସଂକ୍ରମିତ ବୋଲି ଜଣାପଡିଲା । ଡାକ୍ତର ତାଙ୍କୁ ଘରେ ଆଇସୋଲେଶନରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।  ବିଏମସି ଦାରୂୱାଲାଙ୍କ ବଙ୍ଗଳା ବାହାରେ କ୍ୱାରେଣ୍ଟାଇନ୍ର ବୋର୍ଡ ଲାଗିଛି । ତାଙ୍କ ବଙ୍ଗଳା ସିଲ୍ କରିବା ପୂର୍ବରୁ ସେହି ସ୍ଥାନକୁ ସାନିଟାଇଜ୍ କରାଯାଇଥିଲା । ଫ୍ରେଡିଙ୍କ କହିବା ଅନୁସାରେ ତାଙ୍କ ବାପା ହୋମ୍ ଆଇସୋଲେଶନରେ ରହିଲେ ତାଙ୍କୁ କୌଣସି ଅସୁବିଧା ନାହିଁ । କାରଣ ତାଙ୍କ ବଙ୍ଗଳାରେ ଅନେକ ରୁମ୍ ରହିଛି । ଫ୍ରେଡି କେବଳ ନିଜ ୧୫ ମାସର ପୁଅକୁ ନେଇ ଚିନ୍ତିତ ଅଛନ୍ତି ।

 

ଅର୍ଥମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ପ୍ୟାକେଜ୍ LIVE

ଆରମ୍ଭ ହେଲା ଅର୍ଥମନ୍ତ୍ରୀଙ୍କ ପ୍ରେସମିଟ୍

ଅର୍ଥନୀତିର ୫ ସ୍ତମ୍ବ

ଲକ୍ଷ୍ୟ ହେଉଛି ସ୍ଥାନୀୟ ବ୍ରାଣ୍ଡକୁ ବିଶ୍ୱସ୍ତରକୁ ନେବା

ପ୍ରଧାନମନ୍ତ୍ରୀ ଦେଶ ଆଗରେ ଭଭିଷ୍ୟତର ରୂପରେଖ ରଖିଛନ୍ତି

ମୋଦି ସରକାର ସମ୍ବେଦନଶୀଳ ସରକାର

ନୂଆ ଭାରତର ନିର୍ମାଣ ହେଉଛି ଆତ୍ମନିର୍ଭର ଭାରତ

ମୋବାଇଲ ଟେକ୍ନୋଲୋଜି ବିପ୍ଲୋବ ଆଣିଥି

ଗରିବଙ୍କ ପାଇଁ DBT ବରଦାନ

ଉଜ୍ୱଳା ସ୍କିମ୍ ନଥିଲେ ଗରିବଙ୍କୁ ସୁବିଧା ମିଳିନଥାନ୍ତା

ପିଏମ ଫସଲ ବୀମା ଯୋଜନା ଭଳି ସ୍କିମ ଚାଷୀଙ୍କ ପାଖରେ ସିଧାସଳଖ ଟଙ୍କା ପହଂଚାଇଛି

ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ..

କୋଭିଡ ୧୯ ଦେଶ ଓ ଦୁନିଆ ଆଗରେ ସଂକଟ ଛିଡା କରିଛି । କିନ୍ତୁ ଏହି ସମୟରେ ମଧ୍ୟ ମୋଦି ଅବସର ଦେଖନ୍ତି । ଗତକାଲି ତାଙ୍କ ଭାଷଣରେ ଯେଉଁ ସଂକଳ୍ପ ସେ ରଖିଛନ୍ତି ତାହା ଦେଶବାସୀଙ୍କୁ ନୂଆ ଉର୍ଜ୍ୱା ଦେଇଛି
ଦେଶର ଗରିବ ଭୋକରେ ଯେମିତି ରହିବେ ନାହିଁ ସେଥିପାଇଁ ୧ ଲକ୍ଷ ୭୭ ହଜାର କୋଟି ଟଙ୍କାର ପ୍ୟାକେଜ୍ ଆଗରୁ ଅର୍ଥମନ୍ତ୍ରୀ ରଖିଥିଲେ

୩ ମାସର ଇଏଆଇ ମୋରାଟୋରିୟମ ପିରିୟଡ ଦିଆଯାଇଥିଲା

ଆମ ଅର୍ଥମନ୍ତ୍ରୀର ଆଧାରଭୂତ ଢାଂଚା ଆଧୁନିକ ହେବା ଆବଶ୍ୟକ

ଡିମାଣ୍ଡ୍ ସପ୍ଲାଏ ଚେନ ସମନ୍ୱୟ ମଧ୍ୟ ଜରୁରୀ

ବଡ ନିର୍ଣ୍ଣୟ ପାଇଁ ମୋଦି ଜଣାଯାନ୍ତି

ତେଣିକି ଗୁଜୁରୁଟା ଭୂମିକମ୍ପ କାଳରେ କଚ୍ଛର ପୁନନିର୍ମାଣ ହେଉ କି ପିପିଇ ପ୍ରଡକ୍ସନ

ପ୍ରତିଦିନ ଅଲଗା ଅଲଗା ସେକ୍ଟର ପାଇଁ ସୂଚନା ଦିଆଯିବ

ଭାରତ ଆତ୍ମନିର୍ଭର ନହେବା ପର୍ଯ୍ୟନ୍ତ କାମ ଚାଲିବ

ଅର୍ଥମନ୍ତ୍ରୀ ସୀତାରମଣ

MSME ପାଇଁ ବିନା ବନ୍ଧକରେ ଲୋନ୍

MSME ପାଇଁ ୬ବଡ ଉପାୟ

ମଧ୍ୟମ,ଲଘୁ ଶିଳ୍ପଙ୍କ ସାମ୍ନାରେ ଅର୍ଥ ସମସ୍ୟା ଥିଲା । ସେମାନେ ୧୨ କୋଟି ଲୋକଙ୍କୁ ରୋଜଗାର ଦିଅନ୍ତି । ବିନା ବନ୍ଧକରେ ୩ ଲକ୍ଷ କୋଟି ଟଙ୍କାର ଲୋନ୍ ମିଳିବ । ଏଥିରେ କିଛି ମଧ୍ୟ ବନ୍ଧା ରଖିବାକୁ ପଡିବ ନାହିଁ । ଏହାର ସମୟସୀମା ୪ ବର୍ଷ । ପ୍ରଥମ ବର୍ଷ ମୁଳଧନ ଶୁଝିବାକୁ ପଡିବ ନାହିଁ ।

ଯେଉଁ ଲଘୁ କିମ୍ବା ମଧ୍ୟମ ଉଦ୍ୟୋଗ ଚିନ୍ତାରେ ଅଛନ୍ତି ସେମାନଙ୍କୁ ୨୦ ହଜାର କୋଟି ଟଙ୍କା ଲୋନ ପ୍ରାବଧାନ କରାଯାଇଛି

୨ ଲକ୍ଷ ଏମଏସଏମଇ ଲାଭ ପାଇବେ

MSMEଙ୍କ ପାଇଁ ୫୦ ହଜାର କୋଟି ଟଙ୍କାର ଫଣ୍ଡ୍ ଅଫ୍ ଫଣ୍ଡ୍

MSME ବିସ୍ତାର କରିପାରିବେ

ଯେଉଁମାନେ ଆଗକୁ ବିସ୍ତାର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଫଣ୍ଡ୍ ଅଫ ଫଣ୍ଡ୍ସ

MSMEର ପରିଭାସ ବାବଦରେ କହୁଛନ୍ତି ସୀତାରମଣ

MSME କ୍ଷେତ୍ରର ଫାଇଦା ପାଇଁ ଏହାର ପରିଭାଷା ବଦଳାଯାଇଛି

ଆପଣ ଅଧିକ ନିବେଶ କରିଥିଲେ ମଧ୍ୟ MSME ପରିଭାଷା ଭିତରେ ରହିବେ

ଗୋଟିଏ କ୍ରାଇଟାରିଆ ହେଉଛି

ଆଗରୁ ନିବେଶ ଆଧାରରେ MSME ନିଶ୍ଚିତ ହେଉଥିଲା

ଏବେ ଟର୍ଣ୍ଣଓଭର ଆଧାରରେ ନିର୍ଣ୍ଣିତ ହେବ

୧ କୋଟିର ନିବେଶକୁ ମାଇକ୍ରୋ MSME ଭାବେ ଗ୍ରହଣ କରାଯିବ

ସର୍ଭିସ କ୍ଷେତରେ ଆପଣ ଥିଲେ ବି ୧ କୋଟିର ନିବେଶ ମଧ୍ୟ ଏହା ଭିତରେ ଯିବ

ଆପଣଙ୍କ ନିବେଶ ୧ କୋଟି ହୋଇଥିବ କିମ୍ବ ଆପଣଙ୍କ ଟର୍ଣ୍ଣଓଭର ୫ କୋଟି ହେଲେ ମଧ୍ୟ ଆପଣ ମାଇକ୍ରୋ MSMEଭିତରେ ଆସିବେ

MSMEର ଲାଭ ନେଇ ପାରିିବେ ନିବେଶ ୧ କୋଟି ହୋଇଥିଲେ କିମ୍ବା ଟର୍ଣ୍ଣଓଭର ୫ କୋଟି ହୋଇଥିଲେ (ମାଇକ୍ରୋ)

ଆଗରୁ ମାଇକ୍ରୋ MSME ନିବେଶ ଲିମିଟ୍ ଥିଲା ୨୫ ଲକ୍ଷ

୨୫ ଲକ୍ଷ ନିବେଶ କରିଥିବା ୟୁନିଟକୁ ମାଇକ୍ରୋ MSMEକୁହାଯାଉଥିଲା

କିନ୍ତୁ ଏବେ ନିବେଶ ଲିମିଟକୁ ୧ କୋଟି କରିଦିଆଯାଇଛି

ମିଡିୟମ MSME ୧୦୦ କୋଟିର ଟର୍ଣ୍ଣଓଭର

୨୦୦ କୋଟି ଟଙ୍କାର ସରକାରୀ ଟେଣ୍ଡର ପାଇଁ ଗ୍ଲୋବାଲ ଟେଣ୍ଡର ହେବନାହିଁ

୨୦୦ କୋଟିର ଟେଣ୍ଡର ଗ୍ଲୋବାଲ ଟେଣ୍ଡର ହେବ ନାହିଁ,ତେଣୁ MSMEଙ୍କ ପାଇଁ ଏହା ଅବସର ହେବ

ପ୍ରତିଦ୍ୱନ୍ଦ୍ୱିତାରେ MSME ପଛରେ ରହୁଥିଲେ,ତେଣୁ ଏହି ପଦକ୍ଷେପ ନିଆଯାଇଛି

ଲୋକାଲ କଂପାନିଙ୍କୁ ସୁଯୋଗ ଦେବା ପାଇଁ ୨୦୦ କୋଟି ଟଙ୍କାର ଟେଣ୍ଡର ପାଇଁ ଗ୍ଲୋବାଲ ଟେଣ୍ଡର ହେବ ନାହିଁ

କୋଭିଡ୍ କାଳରେ ଶିଳ୍ପମେଳା ଅସମ୍ଭବ ହୋଇପଡିଛି

ତେଣୁ ଭାରତ ସରକାର କିଛି ପଦକ୍ଷେପ ନେବେ

MSME ୪୫ ଦିନ ମଧ୍ୟରେ ଯେମିତି ନିଜ ପେମେଣ୍ଟ୍ ପାଇବେ ସେଥିପାଇ ପଦକ୍ଷେପ ନିଆଯିବ

ଇପିଏଫରୁ ୧୫ ହଜାର ଟଙ୍କାରୁ କମ ଦରମା ପାଉଥିବା କର୍ମଚାରୀ ଟଙ୍କା ନେଇ ପାରିବେ

ସରକାର ୩ ମାସ ପାଇଁ ଦେଇଥିବା ସହାୟତାକୁ ଆଉ ତିନି ମାସ ପାଇଁ ବଢାଇଲେ

୩.୬ ଲକ୍ଷ ସଂସ୍ଥା ଫାଇଦା ପାଇଛନ୍ତି

ଜୁନ୍,ଜୁଲାଇ ଓ ଅଗଷ୍ଟ ମାସକୁ ବଢିଲା

ଇପିଏଫ୍ ଯୋଗଦାନ ସରକାର ଦେବେ

୨୪ ପ୍ରତିଶତ ଯୋଗଦାନ ସରକାର ଦେବେ

ପିଏଫ୍ ପାଇଁ ଏବେ ନିଯୁକ୍ତିଦାତ୍ତାଙ୍କୁ ୧୦ ପ୍ରତିଶତ ଦେବାକୁ ପଡିବ

ଆଗରୁ ୧ ୨ପ୍ରତିଶତ ଦେବାକୁ ପଡିବ

ଏହାଦ୍ୱାରା କର୍ମଚାରୀଙ୍କ ହାତକୁ ଅଧିକ ଦରମା ଆସିବ

ଆସନ୍ତା ୩ ମାସ ପାଇଁ ଏହା ଲାଗୁ ହେବ

NBFCକଂପାନୀଙ୍କ ପାଇଁ ଘୋଷଣା

ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିବା ଯୋଜନା ଦ୍ୱାରା ଏହି ଏନବିଏଫସିଙ୍କୁ ଫାଇଦା ହୋଇନଥିଲା

ସଂଘର୍ଷ କରୁଥିବା ଏନବିଏଫସିଙ୍କୁ ଏହା ଲାଭ ଦେବ ୩୦ ହଜାର କୋଟି ଟଙ୍କାର ପ୍ୟାକେଜ୍

ସେମାନେ ପଇସା ପାଇବେ

DISCOMଙ୍କ ପାଖରେ ଟଙ୍କା ନାହିଁ

ତେଣୁ ସେମାନେ ପାୱାର ଜେନେରେଟିଂ କଂପାନିଙ୍କ ଟଙ୍କା ଦେଇ ପାରୁନାହାନ୍ତି

ତେଣୁ ୯୦ ହଜାର  କୋଟି ଟଙ୍କାର ପ୍ୟାକେଜ୍ ଦିଆଯିବ

ରାଜ୍ୟ ସରକାର ଏଥିପାଇଁ ଗ୍ୟାରେଣ୍ଟି ଦେବେ

ନିର୍ମାଣ କାର୍ଯ୍ୟ ପାଇଁ ଭାରତ ସରକାର ଠିକାଦାରଙ୍କୁ ୬ ମାସର ରିହାତି ଦେବେ

ରିହାତି ଅବଧି ମଧ୍ୟ ବଢାଯିବ

ଯେତେ ଟଙ୍କାର କାମ ହୋଇଥିବ ସେତେ ଟଙ୍କାର ପାଉଣା ଦିଆଯିବ

ରିୟଲ ଇଷ୍ଟେଟ୍ ପାଇଁ ଘୋଷଣା

କରୋନାର ପ୍ରଭାବ ରିୟଲ ଇଷ୍ଟେଟ୍ ପ୍ରୋଜେକ୍ଟ ଉପରେ ପଡିଛି

ପଂଜିକରଣ ଓ ନିର୍ମାଣ ଶେଷ ତାରିଖକୁ ଆଗକୁ ବଢାଯିବ

ତିନି ମାସ ଅବଧି ବଢାଯିବ

ଟିଡିଏସ ଓ ଟିସିଏସ ରେଟ୍ ୨୫ ପ୍ରତିଶତ ହ୍ରାସ

ଆସନ୍ତାକାଲିଠାରୁ ଲାଗୁ ହେବ

ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଲାଗୁ ହେବ

୫୦ ହଜାର କୋଟି ଟଙ୍କାର ଲାଭ ସାଧାରଣ ଜନତାକୁ ମିଳିବ

ଇନକମ ଟ୍ୟାକ୍ସ ରିଟର୍ଣ୍ଣ ତାରିଖ ଘୁଞ୍ଚିଲା

୨୦୧୯-୨୦୨୦ ଆଇଟିଆର ଦାଖଲ ତାରିଖ ଜୁଲାଇ ୩୧ ଓ ଅକ୍ଟୋବର ୩୧ରୁ ନଭେମ୍ବର ୩୦ ୨୦୨୦କୁ ଘୁଞ୍ଚିଲା

ଆସେସମେଣ୍ଟ୍ ତାରିଖ ୩୦ ସେପ୍ଟମ୍ୱର ୨୦୨୦ରୁ ଡିସେମ୍ବର ୨୦୨୦କୁ ଘୁଞ୍ଚିଲା

ବିଶ୍ୱାସ ସ୍କିମ୍ ତାରିଖ ବଢିଲା ୩୧ ଡିସେମ୍ବର ପର୍ଯ୍ୟନ୍ତ ବଢିଲା,ଏଥିପାଇଁ ଅଧିକ ଟଙ୍କା ଦେବାକୁ ପଡିବ ନାହିଁ ।

 

 

 

 

 

 

 

 

 

 

 

 

 

 

କେମିତି ନିଜ ଘରକୁ ଗଲେ ଯାତ୍ରୀ ? ଦେଖନ୍ତୁ ସ୍ପେଶାଲ ଟ୍ରେନ୍ ଭିତରର କିଛି ଫଟୋ

ନୂଆଦିଲ୍ଲୀ: କରୋନା ପାଇଁ ଘରକୁ ଫେରିବା ହୋଇପଡ଼ିଛି ମୁସକିଲ । ଦେଶରେ ଲକଡାଉନ୍ ଜାରି ରହିଥିବାରୁ ଜାତାୟତ ମଧ୍ୟ ଠପ୍ ହୋଇଯାଇଛି । କିନ୍ତୁ ଦେଶରେ ଲକଡାଉନ୍-୩.୦ ଚାଲିଥିବାବେଳେ ମେ ୧୨ରେ ପ୍ରଥମଥର ପାଇଁ ଦିଲ୍ଲୀରୁ ଦେଶର ବିଭିନ୍ନ ସହରକୁ ଟ୍ରେନ ଚଳାଚଳ କରାଯାଇଛି । ଲୋକଙ୍କୁ ଆଶ୍ୱସ୍ତି ତ ମିଳିଛି ତାସହ ଟ୍ରେନ ଯେପରି ମିସ୍ ନ ହୁଏ ଏଥିପାଇଁ ଲୋକ ଘଣ୍ଟାଏ ପୂର୍ବରୁ ,ଷ୍ଟେସନ ପହଞ୍ଚି ଯାଇଥିଲେ । ରେଲୱେ ଷ୍ଟେସନ ଉପରେ ନିୟୋଜିତ ସୁରକ୍ଷାକର୍ମୀମାନେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଟ୍ରେନକୁ ଚଢାଇଥିଲେ । ଆସନ୍ତୁ ଦେଖିବା ଏହି ଟ୍ରେନରେ ଲୋକମାନେ କେମିତି ଯାଉଛନ୍ତି ।

ଟ୍ରେନରେ ଚଢିବା ପାଇଁ ସୁରକ୍ଷାକର୍ମୀମାନେ ଯାତ୍ରୀ ମାନଙ୍କୁ ପ୍ରଥମେ ଲାଇନରେ ଛିଡ଼ା କରାଇଥିଲେ । ଏବଂ ଏହି ଲାଇନ୍ ସାମାଜିକ ଦୂରତାକୁ ଧ୍ୟାନ ରଖି କରା ଯାଇଥିଲା ।

ଏହାସହ ଯାତ୍ରୀମାନଙ୍କୁ ପ୍ଲାଟଫର୍ମରେ ଥର୍ମାଲ ଟେଷ୍ଟ କରାଗଲା କାରଣ କରୋନା ସଂକ୍ରମିତ ଲୋକ ଟ୍ରେନରେ ନ ଚଢନ୍ତି ସେନେଇ ମଧ୍ୟ ଧ୍ୟାନ ଦିଆଯାଇଛି ।

ଏହାପରେ ପୁଣି ଯାତ୍ରୀମାନଙ୍କ ସାମଗ୍ରୀକୁ  ସ୍କାନ କରାଯାଇଥିଲା ।

ନୂଆଦିଲ୍ଲୀ ରେଲୱେ ଷ୍ଟେସନର ପ୍ରତ୍ୟେକ ପ୍ଲାଟଫର୍ମରେ ସୁରକ୍ଷାକର୍ମୀ ନିୟୋଜିତ ଥିଲେ । ଯେମିତି ଯାତ୍ରୀମାନେ ଲାଇନରେ ହିଁ ଯାଆନ୍ତୁ ଏବଂ ଲାଇନରେ ହିଁ ଟ୍ରେନରେ ବସନ୍ତୁ ସେନେଇ ବିଶେଷ ଧ୍ୟାନ ଦିଆଯାଇଥିଲା ।

ଟ୍ରେମ ଭିତରେ ମଧ୍ୟ ଯାତ୍ରୀମାନେ ସାମାଜିକ ଦୂରତା ଏବଂ ସଫା ସୁତର ଉପରେ ବିଶେଷ ଧ୍ୟାନ ଦେଉଥିବାର ଦେଖାଯାଇଛି ।

କିଛି ଲୋକ ତାଙ୍କ ସମ୍ପର୍କୀୟଙ୍କ ସହ ଫୋନରେ କଥା ହେଉଥିବାର ଦେଖିବାକୁ ମିଳିଛି ।

କିଛି ଲୋକ ତାଙ୍କ ପୂରା ପରିବାର ସହ ଯାତ୍ରା କରିଥିଲେ ଏବଂ ସେ ତାଙ୍କର ସୁରକ୍ଷା ମଧ୍ୟ ନିଜେ କରୁଥିବାର ଦେଖିବାକୁ ମିଳିଛି ।

ଏହାସହ କିଛି ଯାତ୍ରୀ ଟ୍ରେନରେ ବସିବା ମାତ୍ରେ ପରଷ୍ପର ମଧ୍ୟରେ କଥାବାର୍ତ୍ତା ଆରମ୍ଭ କରିଥିଲେ ।

କିଛି ଲୋକ ଟ୍ରେନରେ ପହଞ୍ଚିବା ମାତ୍ରେ ବସିପଡ଼ିଥିଲେ ।

ଟ୍ରେନରେ କିଛି ଏମିତି ବି ପରିବାର ଥିଲେ ଯେଉଁମାନେ ତାଙ୍କ ପରିବାର ସମସ୍ତ ସଦସ୍ୟଙ୍କ ସହ ଯାତ୍ରା କରିଥିଲେ ।

ସୁସ୍ଥ ହେଲେ ୨୭ କରୋନା ଆକ୍ରାନ୍ତ…

ଭୁବନେଶ୍ୱର: ରାଜ୍ୟ ପାଇଁ ପୁଣି ଏକ ଭଲ ଖବର ।  ସୁସ୍ଥ ହେଲେ ଆଉ ୨୭ କରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରେ ବାଲେଶ୍ୱରରୁ ୯ ଜଣ ସୁସ୍ଥ ହୋଇଥିବା, ଭୁବନେଶ୍ୱରରୁ ୮ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଭଦ୍ରକରୁ ମଧ୍ୟ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମ ଓ ସୁନ୍ଦରଗଡ଼ରୁ ଦୁଇ ଜଣ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କୋରାପୁଟ ଓ କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ସମସ୍ତଙ୍କୁ ଡିସଚାର୍ଜ କରାଯାଇଛି । ଏହାସହ ଘରେ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ଏହି ୨୭ ଜଣଙ୍କୁ ମିଶାଇ ରଜ୍ୟରେ ଏବେ ସୁଦ୍ଧା ୧୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଅନ୍ୟପଟେ ଆଜି ସକାଳୁ ୧୦୧ ଜଣ କରୋନା ଆକ୍ରାନ୍ତ ହୋଇଥିବା ନୂଆ ମାମଲା ସାମ୍ନାକୁ ଆସିଥିଲା । ଏହା ହେଉଛି ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା । ଆଜି ୧୦୧ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ ୫୨ ଜଣ, ବାଲେଶ୍ୱରରୁ ୩୩ ଜଣ, ଯାଜପୁରରୁ ୭ ଏବଂ ସୁନ୍ଦରଗଡ଼ରୁ ୭ ଜଣ, କେନ୍ଦୁଝରରୁ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଛି । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଗଞ୍ଜାମରେ କରୋନା ସଂଖ୍ୟା ୨୧୦ରେ ପହଞ୍ଚିଛି ସେହିଭଳି ବାଲେଶ୍ୱରରେ ୯୦ ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା, ସେପଟେ ଯାଜପୁରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୧ ଥିବାବେଳେ ସୁନ୍ଦରଗଡ଼ରେ ୨୩ ରହିଥିବା ବେଳେ କେନ୍ଦୁଝରରେ ୪ ରହିଛି ।

ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ, ବର୍ତ୍ତମାନ ପାଇଁ ଓଡ଼ିଶାକୁ ନାହିଁ ବାତ୍ୟା ଭୟ

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ନିକଟସ୍ଥ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ଆଜି ସକାଳେ ଲଘୁଚାପର ରୁପ ନେଇଛି । ଆଇଏମ୍‌ଡିର ପୂର୍ବାନୁମାନ ଅନୁଯାୟୀ ଉତ୍ତର ପଶ୍ଚିମରେ ଗତି କରିବ ଏହି ଲଘୁଚାପ । ମେ’ ୧୫ ତାରିଖରେ ଅବପାତରେ ପରିଣତ ହେବ ଲଘୁଚାପ । ଏହାପରେ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବାର ଆଶଙ୍କା କରିଛି ପାଣିପାଗ ବିଭାଗ ।

୧୭ ତାରିଖ ପରେ ଏହା ଦିଗ ପରିବର୍ତ୍ତନ କରି ଏହା ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ଗତି କରିବ ବୋଲି ପୂର୍ବାନୁମାନ କରାଯାଇଛି । ବର୍ତ୍ତମାନର ଆକଳନ ଅନୁଯାୟୀ ଏହାର ପ୍ରଭାବ ସମୁଦ୍ରରେ ରହିବ । ଘଣ୍ଟା ପ୍ରତି ୭୫ରୁ ୮୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେବେ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ଜିବା ପାଇଁ ବାରଣ କରାଯାଇଛି ।

ଦକ୍ଷିଣ ବଙ୍ଗୋପସାଗର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୫ ତାରିଖରୁ ଏହାର ପ୍ରଭାବ ଦେଖିବାକୁ ମିଳିବ । ଓଡିଶା ଉପକୂଳରେ ଏହାର କେତେ ପ୍ରଭାବ ପଡିବ ତାହା ଆସନ୍ତାକାଲି ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।