spot_img
Home Blog Page 725

ଗୋବାରେ ରାସ୍ତା ନିର୍ମାଣରେ ମହାଦୁର୍ନୀତି, ଦୁର୍ନୀତିକୁ ବିରୋଧ କଲେ ମିଳୁଛି ଧମକ

ବ୍ରହ୍ମପୁର : ହାତ ମାରିଦେଲେ ବାହାରି ଯାଉଛି ଚିପ୍ସ । ଖୋଳପା ଭଳି ରାସ୍ତାରୁ ଉଠିଯାଉଛି ଫଡ଼ାଫଡ଼ା ପିଚୁ । ଏ ହେଉଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ମାଧପୁର ପଞ୍ଚାୟତ ଗୋବା ଗାଁରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ନିର୍ମିତ ରାସ୍ତା ଅବସ୍ଥା । ଦୁର୍ନୀତିକୁ ବିରୋଧ କଲେ ଗ୍ରାମବାସୀଙ୍କୁ ମିଳୁଛି ଧମକ । ନିର୍ମାଣ କାମକୁ ୫ ଦିନ ନପୁରୁଣୁ ରାସ୍ତା ଅବସ୍ଥା ଶୋଚନୀୟ। ଅସାଧୁ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ନିର୍ମାଣରେ ଦୁର୍ନୀତି ଜଳ ଜଳ ଦିଶୁଛି । ଅନେକ ସମୟରେ ରାସ୍ତାରେ ଗାଡ଼ି ଚକ ଖସି ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ଲୋକେ ।

ଦୀର୍ଘଦିନର ଦାବି ପରେ ନିର୍ମାଣ ହେଲା ପିଚୁ ରାସ୍ତା । କାମ ଆରମ୍ଭରୁ ଠିକାଦାରଙ୍କ ମନମାନି ଓ ନିମ୍ନ ମାନର କାମକୁ ନେଇ ବାରମ୍ବାର ଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ବି କିଛି ଫରକ ପଡ଼ିନି । ଠିକାଦାର ସରକାରୀ ଅର୍ଥ ହଡ଼ପ କରିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ପକେଟ ଗରମ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ରାସ୍ତାର ଉଭୟ ପାର୍ଶ୍ଵରେ ଗାର୍ଡ ୱାଲ ନିର୍ମାଣ କରାଯାଇନଥିବାରୁ ସାମାନ୍ୟ ବର୍ଷାରେ ରାସ୍ତା ଧୋଇଯିବା ସମ୍ଭାବନା ରହିଛି। ନିମ୍ନ ମାନର ରାସ୍ତା କାମ ହେଉଛି । କିନ୍ତୁ ବିଭାଗୀୟ ଅଧିକାରୀ ନିୟମିତ ତଦାରଖ କରୁନାହାନ୍ତି । ଯାହାଯୋଗୁ ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ ।

ରାଜମୋହନପୁର ଜଙ୍ଗଲରେ ପାଟ୍ରୋଲିଂ ବେଳେ ଗୁଳିମାଡ଼, ଶିକାରୀଙ୍କ ଗୁଳିରେ ଫରେଷ୍ଟ ଗାର୍ଡ ମୃତ

ଅନୁଗୁଳ : ଢେଙ୍କାନାଳ ଜଙ୍ଗଲରେ ମାତିଛନ୍ତି ମାଫିଆ। ହିନ୍ଦୋଳ ରେଞ୍ଜ ରାଜମୋହନପୁର ଜଙ୍ଗଲରେ ପାଟ୍ରୋଲିଂ ବେଳେ ମାଫିଆଙ୍କ ଗୁଳିର ଶିକାର ହେଲେ ଫରେଷ୍ଟର ପ୍ରହଲ୍ଲାଦ ପ୍ରଧାନ । ଗତକାଲି ବିଳମ୍ଵିଚ ରାତିରେ ପାଟ୍ରୋଲିଂରେ ୧୩ ଜଣ ବନବିଭାଗ କର୍ମୀ ପାଟ୍ରୋଲିଂରେ ଯାଇଥିଲେ। ବନି ବିଭାଗ ଟିମକୁ ଦେଖିବା ମାତ୍ରେ ମାଫିଆ ଗୁଳି ଚଳାଇଥିଲେ ।  ଶିକାରୀଙ୍କ ଗୁଳିରେ ଫରେଷ୍ଟ ଗାର୍ଡ ପ୍ରହଲ୍ଲାଦ ପ୍ରଧାନଙ୍କ ଜୀବନ ଚାଲିଗଲା । ଗୁଳିମାଡ଼ ପରେ ପ୍ରହଲ୍ଲାଦଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣାରେ ୪ ଜଣ ଶିକାରୀଙ୍କୁ କାବୁ କରିଛି ବନ ବିଭାଗ । ସେମାନଙ୍କଠାରୁ ବନ୍ଧୁକ ଜବତ କରାଯିବା ସହ ଅଧିକ ଜେରା କରାଯାଉଛି । ଆଉ କେତେଜଣ ଫେରାର ହୋଇଯାଇଛନ୍ତି । ଆଜି ପ୍ରହଲ୍ଲାଦଙ୍କ ମରଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ପ୍ରହଲ୍ଲାଦଙ୍କ ପରିବାରକୁ କ୍ଷତିପୂରଣ ଓ ଅନୁକମ୍ପା ସହାୟତା ବାବଦରେ ରାଜ୍ୟ ସରକାର ୩୦ ଲକ୍ଷ ଟଙ୍କାର ଅର୍ଥ ପ୍ରଦାନ କରାିଛନ୍ତି । ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିବାକୁ ପିସିସିଏଫଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେତେବେଳେ ଜଙ୍ଗଲ ଲୁଟ୍ ତ ଆଉ କେତେବେଳେ ଶିକାରୀଙ୍କ ଗୁଳିରେ ବନ କର୍ମଚାରୀଙ୍କ ଜୀବନ ଯାଉଛି । ଯାହା ବନ ବିଭାଗ ଓ ପ୍ରଶାସନର ଅପାରଗତାକୁ ପଦାରେ ପକାଇଛି ।

ଖେଳ ଇଣ୍ଡିଆ ବିଚ୍ ଗେମ୍ସ: ଓଡ଼ିଶା ମହିଳା ସିପକଟାକ୍ର ଦଳ ରୌପ୍ୟ,ପୁରୁଷ ଦଳ ବ୍ରଞ୍ଜୋ ହାସଲ

ଭୁବନେଶ୍ଵର : ଡିଉ ଠାରେ ଚାଲିଥିବା ପ୍ରଥମ ଖେଳ ଖେଲୋ ଇଣ୍ଡିଆ ବିଚ୍ ଗେମ୍ସରେ ଓଡ଼ିଶା ସିପ୍‌କଟାକ୍ରୋ ମହିଳା ଦଳ ରୌପ୍ୟ ପଦକ ହାସଲ କରିଥିବା ବେଳେ ପୁରୁଷ ଦଳ (କ୍ୱାଡ୍‌)ରେ ବ୍ରୋଞ୍ଜ, ମହିଳା (କ୍ୱାଡ୍‌)ରେ କାଂଶ୍ୟ ପଦକ ହାସଲ କରି ଓଡିଶାକୁ ଗୌରବ ଆଣିଛନ୍ତି । ଡିଓ ଠାରେ ୧୯ରୁ ୨୪ତାରିଖ ପର୍ଯ୍ୟନ୍ତ ଚାଲିଥିବା ଖେଳ ଇଣ୍ଡିଆ ବିଚ୍ ଗେମ୍ସ୍ ର ଆଶି ଶେଷ ଦିବସରେ ଓଡିଶା ର ସିପ୍‌କ ଟାକ୍ର ଦଳର ସଫଳତା ଓଡିଶା ଗର୍ବିତ । ପୁରୁଷ ଦଳରେ ଆକାଶ ରେଡ୍ଡି, ବିକାଶ ରେଡ୍ଡି, ଗୁରୁମାଝି, ଆଶିସ ପ୍ରଧାନ, ଶୁଭେନ୍ଦୁ ନାୟକ, ଏବଂ ବୁଲୁପାତ୍ର ଖେଳୁଥିବା ବେଳେ ସୁଶାନ୍ତ ସଡଙ୍ଗି ମ୍ୟାନେଜର ଏବଂ ଲଲାଟେନ୍ଦୁ ସ୍ୱାଇଁ କୋଚ୍ ରହିଥିଲେ । ସେହିପରି ମହିଳା ଦଳରେ ଏ.ଶ୍ରାବଣୀ, ସଂଗିତା କିଶାନ୍‌, ମଧୁସ୍ମିତା ବେହେରା, ଗାୟତ୍ରୀ ସାହୁ, ଇତିଶ୍ରୀ ସାମଲ ଏବଂ ରାଇମଣି ଟୁଡୁ ଖେଳାଳି ଭାବେ ଭାଗ ନେଇଥିବା ବେଳେ କୋଚ୍ ଲକ୍ଷ୍ମୀପ୍ରୀୟା ନାୟକ ଏବଂ ଟିମ୍ ମ୍ୟାନେଜ ସ୍ୱାରିକା ଦାଶ ରହିଛନ୍ତି । ଓଡିଶା ଦଳର ସଫଳତା ପାଇଁ ଓଡିଶା କ୍ରିଡା ବିଭାଗ ନିର୍ଦ୍ଦେଶକ ଦିପମ୍ପର ମହାପାତ୍ର, ଓଡିଶା ଶିପକ କାଟ୍ର ଦଳର ରାଜ୍ୟ ସଭାପତି ସତ୍ୟବ୍ରତ ରଥ, ସାଧାରଣ ସମ୍ପାଦକ ପୃଥ୍ୱୀରାଜ ସାହୁ, ବରିଷ୍ଟ ଉପସଭାପତି ମହମ୍ମଦ ଗୁଲଫାମ୍, ବିଶ୍ୱନାଥ ମିଶ୍ର, କୋଷାଧ୍ୟକ୍ଷ ନିରୋଧ କୁମାର ସ୍ୱାଇଁ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

ଦେଶରେ କାୟା ମେଲାଇଲାଣି କରୋନା, ପୁଣି ଫେରିଲା ମାସ୍କ ଓ ସୋସିଆଲ ଡିସଷ୍ଟାନ୍ସ

ନନ୍ଦିଘୋଷ ବ୍ୟୁରୋ ;  ଦେଶରେ କାୟା ବିସ୍ତାର କରୁଛି କରୋନା। ଜାତୀୟ ରାଜଧାନୀ ଦିଲ୍ଲୀରେ ୨୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଧିରେ ଧିରେ କରୋନା ଆକ୍ରାନ୍ତ ସଂଖ୍ଯା ବୃଦ୍ଧି ପାଉଥିବାରୁ ଏହାକୁ ଗୁରୁତର ସହ ନେଇଛନ୍ତି ସରକାର। ଏହାକୁ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ପୁଣି ସବୁଠି ମାସ୍କ ବ୍ୟବହାର କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଗଲା ପରାମର୍ଶ। ଏନେଇ ସଜାଗ ହୋଇଛନ୍ତି ଦିଲ୍ଲୀ ସରକାର। ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଜାରି କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ଏହି ବିଜ୍ଞପ୍ତିରେ ସମସ୍ତ ହସ୍ପିଟାଲକୁ ସତର୍କ ରହିବାକୁ ଏବଂ କୋଭିଡ୍ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲଗୁଡ଼ିକୁ ଶଯ୍ୟା, ଅକ୍ସିଜେନ, ଔଷଧ ଏବଂ ଟୀକାର ଉପଲବ୍ଧତା ସୁନିଶ୍ଚିତ କରିବାକୁ ପଡିବ। ଏହା ବ୍ୟତୀତ, ଭେଣ୍ଟିଲେଟର, BiPAP ମେସିନ୍, ଅମ୍ଳଜାନ ଏବଂ PSA ୟୁନିଟ୍ ଭଳି ସମସ୍ତ ଆବଶ୍ୟକୀୟ ଉପକରଣ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଅବସ୍ଥାରେ ରଖିବାକୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ଜିନୋମ୍ ସିକ୍ଵେନ୍ସିଂ ପାଇଁ ସମସ୍ତ କୋଭିଡ୍-୧୯ ପଜିଟିଭ୍ ନମୁନା ହସ୍ପିଟାଲକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛି। ଏହା ସହିତ, ଦିଲ୍ଲୀ ରାଜ୍ୟ ସ୍ୱାସ୍ଥ୍ୟ ଡାଟା ପରିଚାଳନା ପୋର୍ଟାଲରେ ସମସ୍ତ ମାନଦଣ୍ଡ ଏବଂ ଦୈନିକ ରିପୋର୍ଟିଂ ବାଧ୍ୟତାମୂଳକ କରାଯାଇଛି। ସେହିଭଳି ଆନ୍ଧ୍ର ପ୍ରଦେଶ ସରକାର ଜାରି କରିଛନ୍ତି କୋଭିଡ୍ ନିର୍ଦ୍ଦେଶାବଳୀ। ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଘରେ ରହିବା ପାଇଁ ବୟସ୍କ ଓ ଗର୍ଭବତୀଙ୍କୁ ପରାମର୍ଶ ଦିଆଯାଇଛି । ଆନ୍ଧ୍ରପ୍ରଦେଶର ପଡ଼ୋଶୀ ରାଜ୍ୟଗୁଡ଼ିକରେ କୋଭିଡ୍ ମାମଲା ସାମ୍ନାକୁ ଆସିବା ପରେ, ସ୍ୱାସ୍ଥ୍ୟ, ଚିକିତ୍ସା ଶିକ୍ଷା ଏବଂ ପରିବାର କଲ୍ୟାଣ ବିଭାଗ ଏକ ନିର୍ଦ୍ଦେଶାବଳୀ ଜାରି କରିଛି।  ଜନସାଧାରଣଙ୍କୁ ଭିଡ଼ ସ୍ଥାନରେ ଏବଂ ଯାତ୍ରା ସମୟରେ ‘ଅବଶ୍ୟକୀୟ ଭାବରେ’ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭାରତୀୟ ନୂଆ ଟେଷ୍ଟ ଦଳର କ୍ୟାପଟେନ୍ ହେଲେ ଶୁବମନ ଗିଲ୍

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟରେ ନୂଆ ଯୁଗର ଆରମ୍ଭ। ଭାରତୀୟ ନୂଆ ଟେଷ୍ଟ ଦଳର କ୍ୟାପଟେନ୍ ହେଲେ ଶୁବମନ ଗିଲ୍ । ରିଷଭ ପନ୍ତ ହେଲେ ଉପଅଧିନାୟକ। ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଚୟନ ହେଲା ଟିମ୍ । ଟିମକୁ ଫେରିଲେ କରୁଣା ନାୟାର । ଟିମରେ ସାଇ ସୁଦର୍ଶନ ନୂଆ ମୁହଁ । ଆହତ କାରଣରୁ ସାମି ବାଦ୍ ପଡିଛନ୍ତି ।

ଟିମରେ ଅଛନ୍ତି ଯଶଶ୍ବୀ ଜୟସ୍ବାଲ, କେ.ଏଲ. ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଇଶ୍ବର, କରୁଣ ନାୟାର, ନିତିଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ,
ଓ୍ବାଶିଂଟନ ସୁନ୍ଦର, ଶାର୍ଦ୍ଦୂଲ ଠାକୁର, ଜଶପ୍ରୀତ୍ ବୁମରା, ପ୍ରସିଦ୍ଧ କ୍ରିଷ୍ଣା, ଆକାଶଦୀପ ଅର୍ଶଦୀପ ସିଂହ ଓ କୁଲଦୀପ ଯାଦବ ।

କୋଇଲା ଖଣି ତଦନ୍ତ ଆଳରେ ମାଫିଆଙ୍କୁ ଘଣ୍ଟ ଘୋଡ଼ାଇବାକୁ ଯୋଜନା

ସୁନ୍ଦରଗଡ଼: କୋଇଲା ମାଫିଆଙ୍କୁ ଘଣ୍ଟ ଘୋଡାଇବାକୁ ତଦନ୍ତ ଆଳ ଦେଖାଉଛନ୍ତି ସରକାର। ଏଭଳି ଗୁରୁତର ଅଭିଯୋଗ କରିଛନ୍ତି ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ ଓ କଂଗ୍ରେସ ନେତା ନିର୍ମଳ ନାୟକ। କହିଛନ୍ତି, କେବଳ ତଦନ୍ତ ପରେ ତଦନ୍ତ ଚାଲିଛି। କେବଳ ତଦନ୍ତରେ ସୀମିତ ରଖି ମାଫିଆଙ୍କୁ ଘଣ୍ଟ ଘୋଡାଇବାକୁ ତଦନ୍ତ ଆଳ ଦେଖାଉଛନ୍ତି ସରକାର। କୋଇଲା ଦୁର୍ନୀତିର ତଦନ୍ତ ଭିଜିଲାନ୍ସ କରିବା ସହ ଏସଆଇଟି ଗଠନ ନେଇ ସରକାରଙ୍କ ସୂଚନା ପରେ ଏ ପ୍ରତିକ୍ରିୟା ପାଇଛି।

ଗଣମାଧ୍ୟମ ଦ୍ବାରା କୋଇଲା ଖଣି ଲୁଟ ମାମଲା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଓ ଖଣି ବିଭାଗ ତଦନ୍ତ କରିଛି। ଖୋଦ ଖଣି ଏବଂ ଜଙ୍ଗଲ ମନ୍ତ୍ରୀ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ହେଲେ ମନ୍ତ୍ରୀ ଆସିବାର ମାସକ ପରେ ଏବେ ପୁଣି ଭିଜିଲାନ୍ସ ଏସଆଇଟି ତଦନ୍ତ କରିବ। କେବଳ ତଦନ୍ତରେ ସୀମିତ ରଖିବାକୁ ଯୋଜନା ବୋଲି ଅଭିଯୋଗ କରିଛନ୍ତି। ନଚେତ ସିବିଆଇ ତଦନ୍ତ କଲେ ପ୍ରକୃତ ଚୋର ଧରପଡିବ ବୋଲି କହିଛନ୍ତି ଉଭୟ ନେତା।

ସିଏମ୍ ଓଡ଼ିଶାର ହକ୍ ପାଇଁ ଯୁକ୍ତି ବାଢ଼ନ୍ତୁ : ପ୍ରଶାନ୍ତ ମୁଦୁଲି

ଭୁବନେଶ୍ୱର: ଓଡ଼ିଶା ନିଜ ହକ୍ ପାଇନାହିଁ । ଯେମିତି ପାଇବା କଥା ତାହା ପାଇନାହିଁ। କେନ୍ଦ୍ରରେ ଯିଏ ବି ସରକାରରେ ରହିଲା, ଓଡ଼ିଶାକୁ ତାହାର ହକ ରୁ ବଞ୍ଚିତ କରାଯାଇଛି। ଏଥିପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ୱାର କେନ୍ଦ୍ର ପାଖରେ ଓଡିଶାର ହକ ପାଇଁ ଦାବି କରିଛନ୍ତି । ଆଜି ବି ଓଡ଼ିଶାକୁ ଫୋକସ ଷ୍ଟେଟର ମାନ୍ୟତା ମିଳୁନି କି ସ୍ଵତନ୍ତ୍ର ଅନୁଦାନ ଦେଉନି କେନ୍ଦ୍ର । ଓଡ଼ିଶାର ଅନେକ ଗାଁ ରେ ମୋବାଇଲ ନେଟୱାର୍କ ଅପହଞ୍ଚ । ବହୁ ଗ୍ରାମରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ଓଡ଼ିଶାର ହକ ପାଇଁ ଉପଯୁକ୍ତ ଯୁକ୍ତି ବାଢନ୍ତୁ ବୋଲି କହିଛନ୍ତି, ବିଜେଡିର ବରିଷ୍ଠ ନେତା ପ୍ରଶାନ୍ତ ମୁଦୁଲି।

ଅଭିନେତା ମୁକୁଲ ଦେବଙ୍କ ବିୟୋଗ

ମୁମ୍ୱାଇ: ଅଭିନେତା ମୁକୁଲ ଦେବଙ୍କ ବିୟୋଗ। କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ବେଶ୍ କିଛି ଦିନ ହେଲା ସେ ଅସୁସ୍ଥ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ହୋଇଛି।

ମୁକୁଲ ଦେବ ହେଉଛନ୍ତି ବିଶିଷ୍ଟ ଅଭିନେତା ଓ ମଡେଲ ରାହୁଲ ଦେବଙ୍କ ଭାଇ। ମୁକୁଲ ଅନେକ ହିନ୍ଦି ଓ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରିଥିଲେ। ଦସ୍ତକ, ସନ୍ ଅଫ୍ ସରଦାର, ଜୟ ହୋ, ଆର୍ ରାଜକୁମାର ଭଳି ଫିଲ୍ମରେ ସେ ଭଳ ଅଭିନୟ କରି ଦର୍ଶକଙ୍କ ମନ ଛୁଇଁ ପାରିଥିଲେ। ଅନେକ ଟିଭି ସିରିଏଲରେ ବି ସେ ଅଭିନୟ କରିଛନ୍ତି, ଆଙ୍କରିଂ କରିଛନ୍ତି। ଫିୟର ଫ୍ୟାକର୍‌ ଇଣ୍ଡିଆ ସିଜିନ ୱାନରେ ସେ ହୋଷ୍ଟ କରିଥିଲେ। ଦୂରଦର୍ଶନର ଏକ୍ ସେ ବଡ଼କର ଏକ୍‌, ମୁମକିନ୍ ଭଳି ସିରିୟଲରେ ବି ଅଭିନୟ କହିଥିଲେ। ସେ ପାଇଲଟ୍ କୋର୍ସ କରିଥିଲେ ମଧ୍ୟ ଅଭିନୟ ଜଗତରେ ପ୍ରବେଶ କରିଥିଲେ।

ତେବେ ବାପା ମାଆଙ୍କ ମୃତ୍ୟୁ ପରେ ସେ ପ୍ରାୟତଃ ଘରୁ ବାହାରୁନଥିଲେ କି କାହା ସହିତ ବିଶେଷ ମିଳାମିଶା କରୁନଥିଲେ। ଗତକାଲି ତାଙ୍କର ମୃତ୍ୟୁ ହୋଇଛି।

ବର୍ଡରରେ ପାକିସ୍ତାନର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ଭେଟିଲେ ରାହୁଲ

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ କାଶ୍ମୀର ଗସ୍ତରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ସେ ପୁଞ୍ଚ ଅଞ୍ଚଳକୁ ଯାଇ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ଭେଟିଛନ୍ତି ରାହୁଲ । ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଓ ଫାୟାରିଂରେ ଏହି ଅଞ୍ଚଳରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଗୁଳିି ଗୋଳା ମାଡ଼ରେ କେତେକ ବ୍ୟକ୍ତିଙ୍କ ଘର ବି ଭାଙ୍ଗିରୁଜି ଯାଇଛି।

ସେଠାରେ କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟିବା ସହ ତାଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି ରାହୁଲ ଗାନ୍ଧି। ସେମାନଙ୍କୁ ଆଶ୍ଵାସନା ଦେଇଛନ୍ତି, ବ୍ୟସ୍ତ ହେବାର କିଛି ନାହିଁ। ଅଳ୍ପ ଦିନ ଭିତରେ ସବୁ ସ୍ଵାଭାବିକ ହୋଇଯିବ। ଏହି ଅଞ୍ଚଳର ସ୍କୁଲ ବି କ୍ଷତିଗ୍ରସ୍ତ ହୋଇଛି। ସେପରି ସ୍କୁଲର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି ରାହୁଲ ଗାନ୍ଧି।

କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: କେରଳ ଛୁଇଁଲା ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ପ୍ରବେଶ କଲା । ସପ୍ତାହେ ପୂର୍ବରୁ କେରଳ ଛୁଇଁଲା ମୌସୁମୀ । ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଆସନ୍ତା ତିନି ଘଣ୍ଟା ମଧ୍ୟରେ ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଢେଙ୍କାନାଳ ଜିଲ୍ଲା ସମେତ କଟକର କିଛି ଅଂଶରେ ଝଡ ବର୍ଷା ସମେତ ବଜ୍ରପାତ ସମ୍ଭାବନା । ବିଜୁଳି ଘଡ଼ଘଡ଼ି ସମେତ ୪୦ ରୁ ୫୦ କିମି ବେଗରେ ପବନ ବହିପାରେ । ଏହି ୫ ଟି ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାର ପ୍ରଭାବରେ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି ।