spot_img
Home Blog Page 7261

ଆଜି ଭୋଟ୍‌ ଦେବ ଦିଲ୍ଲୀ, କିଛି ସମୟ ପରେ ଆରମ୍ଭ ହେବ ମତଦାନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ । ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ମତଦାନ । ୭୦ ଟି ବିଧାନସଭା ଆସନ ପାଇଁ ଆଜି ଗୋଟିଏ ପର୍ଯ୍ୟାୟରେ ହେଉଛି ମତଦାନ । ୬୭୨ ଜଣ ପ୍ରାର୍ଥିଙ୍କ ଭାଗ୍ୟ ଆଜି ଇଭିଏମରେ କଏଦ ହେବ ।

ଆସନ୍ତା ୧୧ରେ ଭୋଟଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।  ଏଥିପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବୁଥ ସ୍ତରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ମଝଭୁତ କରାଯାଇଛି ।

ଆମ୍‌ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ କଡା ଟକ୍କର ହେଉଛି । ବିଜେପି, ଆପ୍‌, କଂଗ୍ରେସ, ବିଏସପି, ଜେଡିୟୁ, ଏଲଜେପିର ପ୍ରାର୍ଥି ମାନେ ଏଥର ମଇଦାନକୁ ଓହ୍ଲାଇଛନ୍ତି । ସକାଳ ୮ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ରାତି ଅଧରେ ତାଲା ଭାଙ୍ଗି ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଭୁବନେଶ୍ୱରରେ ସିରିଜ ଚୋରି । ଏୟାରଫିଲ୍ଡ ଥାନା ଠାରୁ ମାତ୍ର ୧୦୦ ମିଟର ଦୂରତା ଭିତରେ ହୋଇଛି ଏହି ଚୋରି । ମଧ୍ୟରାତ୍ରିରେ ୩ଟି ଦୋକାନରେ ତାଳା ଭାଙ୍ଗି ପଶିଥିଲେ ଚୋର ।

ତାପରେ ଦୋକାନରୁ ଚୋରୀ କଲେ ୩ କମ୍ପ୍ୟୁଟର । ପାଖରେ ଥିବା ଆଉ ଏକ ଇଲେକଟ୍ରୋନିକ ଦୋକାନରୁ ବି ବହୁ ଜିନିଷ ଚୋରୀ କରିନେଇଛନ୍ତି ଏହି ଚୋରମାନେ ।

ଦୋକାନରେ ସିସିଟିଭି ଲାଗିଥିଲେ ବି ଚୋରୀ କରିବା ପରେ ସିସିଟିଭିର ହାର୍ଡ ଡିସ୍କ୍ ବି କାଢି ନେଇଯାଇଛନ୍ତି ଚୋର ।

ଚୋରଙ୍କୁ ଧରିବା ପାଇଁ କୈାଣସି ପ୍ରମାଣ ଛାଡିନାହିଁ ଚୋର ଗ୍ୟାଙ୍ଗ । ତେବେ ଚୋରୀ କରିବା ଷ୍ଟାଇଲରୁ ଗୋଟିଏ କଥା ସ୍ପଷ୍ଟ ଯେ ଏହି ଗ୍ୟାଙ୍ଗର ଚୋର ବହୁ କୈାଶଳ କ୍ରମେ ଚୋରୀ କରିଥିଲେ ।

ମାଲକାନଗିରିରେ ଓଡ଼ିଶା ପୋଲିସର ବଡ଼ ଅପରେସନ୍‌ ସଫଳ

ମାଲକାନଗିରିରେ ଓଡ଼ିଶା ପୋଲିସର ବଡ଼ ଅପରେସନ୍‌ ସଫଳ ହୋଇଛି । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ଓ ଏହାର ଆଖପାଖ ଅଞ୍ଚଳରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଗତ ୧୫ତାରିଖରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହାପରେ ଓଡ଼ିଶା ପୋଲିସ ପକ୍ଷରୁ ୩ଦିନ ଧରି ଅପରେସନ୍‌ କରାଯାଇଥିଲା । ଏଥିରେ ଓଡ଼ିଶା ପୋଲିସକୁ ବିଏସଏଫ୍ ଓ ସିଆରପିଏଫ୍‌ ସହଯୋଗ କରିଥିଲେ । ଏନେଇ ପୋଲିସ ଡିଜି ସୂଚନା ଦେଇଛନ୍ତି । ମାଲକାନଗିରି ଯୋଡାମ୍ବରେ ଅଢେଇ କୋଟି ଟଙ୍କା ବିନିମୟରେ ପୋଲିସ ଥାନା ପ୍ରତିଷ୍ଠା ହେବ । ସ୍ୱାଭିମାନ ଅଞ୍ଚଳରେ ଏହା ଦ୍ୱିତୀୟ ଥାନା ହେବ । ଏହା ପୂର୍ବରୁ ପେପରମାଟଲାରେ ଗୋଟିଏ ଥାନା ରହିଛି ।

‘ସ୍କିଲ୍‌ ଓଡ଼ିଶା’ ୨୦୨୦ର ହେଲା ଶୁଭାରମ୍ଭ, ଫେବ୍ରୁଆରୀ ୮ରୁ ଆରମ୍ଭ ହେବ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

ଆଜି ‘ସ୍କିଲ୍‌ ଓଡ଼ିଶା’ ୨୦୨୦ର ଶୁଭାରମ୍ଭ ହୋଇଛି । ଏପ୍ରିଲ ୨୮ରୁ ୩୦ ପର୍ଯ୍ୟନ୍ତ ଆୟୋଜିତ ହେବ ଏହାର ଦ୍ୱିତୀୟ ସଂସ୍କରଣ । ତେବେ ଫେବ୍ରୁଆରୀ ୮ରୁ ଆରମ୍ଭ ହେବ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା । ଯେଉଁଥିରେ ୨୩ଟି ବର୍ଗରେ ଭାଗ ନେବେ ୩୦ ଜିଲ୍ଲାର ପ୍ରତିଯୋଗୀ । ସେହିପରି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ପଞ୍ଜିକରଣ କରିଛନ୍ତି ୧୫ ହଜାର ଛାତ୍ରଛାତ୍ରୀ । ୪୬ଟି ବର୍ଗରେ ଭାଗ ନେବେ ଏହି ଛାତ୍ରଛାତ୍ରୀ । ଏଥିରେ ଭଲ ପ୍ରଦର୍ଶନ କଲେ, ସାଂଘାଇରେ ହେବାକୁ ଥିବା ଦକ୍ଷତା ବିକାଶ ପ୍ରତିଯୋଗିତାରେ ଭାଗ ନେବାକୁ ସୁଯୋଗ ମିଳିବ । ଏପରିକି ସେହି ପ୍ରତିଯୋଗିତାରେ ଓଡ଼ିଶା ୨ଟି ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୬ ବ୍ରୋଞ୍ଜ ପଦକ ଜିତିବାକୁ ଲକ୍ଷ୍ୟ ରଖାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ସଚିବ ସଞ୍ଜୟ ସିଂ । ଆଜିର କାର୍ଯ୍ୟକ୍ରମକୁ ଟାଟା ଏରୋ ସ୍ପେସ ଆଣ୍ଡ ଡିଫେନ୍ସର-ଏରୋ ଷ୍ଟ୍ରକ୍‌ଚର ଇଞ୍ଜିନ ମୁଖ୍ୟ ମାସୁଦ ହୁସିଆନି ଉଦ୍‌ଘାଟନ କରିଛନ୍ତି । ସେହିପରି ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ସଚିବ ସଞ୍ଜୟ ସିଂ, ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି ଓ ସ୍ୱତନ୍ତ୍ର ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

ସ୍ମିତାରାଣୀ ମୃତ୍ୟୁ ଘଟଣା: ଭାଙ୍ଗିଲା ଧର୍ମଶାଳାର ବେଆଇନ୍‌ ଗେଷ୍ଟ ହାଉସ୍‌

ଯାଜପୁର: ବୁଲିଲା ବୁଲ୍‌ଡୋଜର, ଭାଙ୍ଗିଲା ଧର୍ମଶାଳାର ବେଆଇନ୍‌ ଗେଷ୍ଟ ହାଉସ୍‌। ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣା । ଅଭିଯୁକ୍ତ ରୂପେଶ ଭଦ୍ରର ବେଆଇନ୍‌ ଗେଷ୍ଟ ହାଉସରେ ବୁଲ୍‌ଡୋଜର ବୁଲିଛି । ପାଚେରୀ ଓ କୋଠାକୁ ଭଙ୍ଗା ଯାଇଛି । ଗେଷ୍ଟ ହାଉସ୍‌ ଭାଙ୍ଗିବା ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା।

ରୂପେଶଙ୍କ ପତ୍ନୀ ଓ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ । ଉତ୍ତେଜନାକୁ ଆଖିରେ ରଖି ସେଠାରେ ଏକ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ଯାଜପୁର ଏଡିଏମ୍‌, ଧର୍ମଶାଳା ତହସିଲଦାର ଉପସ୍ଥିତ ଅଛନ୍ତି। ଗତ ବର୍ଷ ଅକ୍ଟୋବର ୧୬ରେ ଗେଷ୍ଟ ହାଉସ୍‌ରୁ ଉଦ୍ଧାର ହୋଇଥିଲା ସ୍ମିତାରାଣୀଙ୍କ ମୃତଦେହ । ଏହାପରେ ଅଭିଯୁକ୍ତ ରୂପେଶଙ୍କୁ ଗିରଫ କରାଯାଇଥିଲା। ଘଟଣାର ତଦନ୍ତ ବେଳେ ଗେଷ୍ଟ ହାଉସଟି ସରକାରୀ ଜମି ଉପରେ ବେଆଇନ୍‌ ଭାବେ ନିର୍ମାଣ ହୋଇଥିବା ଜଣାପଡିଥିଲା । ଏହାପରେ ପ୍ରଶାସନ ପକ୍ଷରୁ ଗେଷ୍ଟ ହାଉସ୍‌କୁ ସିଲ୍‌ କରାଯାଇଥିଲା। ଆଜି ଗେଷ୍ଟ ହାଉସ୍‌ରୁ ସମସ୍ତ ଆସବାବପତ୍ର ବାହାର କରିବା ପରେ ଏହାକୁ ଭଙ୍ଗାଯାଉଛି।

ପାର୍କିଂକୁ ନେଇ ମା, ପୁଅଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର: ଗତ ୨୭ ତାରିଖରେ ବ୍ରହ୍ମପୁର ପଣ୍ଡା କଲୋନୀରେ ଏଭଳି ଘଟଣା ଘଟିଛି । ପାର୍କିଂକୁ ନେଇ ମା, ପୁଅଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଯୁବକ । ଆକ୍ରମଣ ବେଳର ସମ୍ପୁର୍ଣ୍ଣ ଘଟଣା ସିସିଟିଭି ଫୁଟେଜ୍‌ରେ ରେକର୍ଡ ହୋଇଛି । ତେବେ ସେମାନେ ଯୁବକଙ୍କୁ ତଳେ ପକାଇ ଏକ କ୍ରିକେଟ୍‌ ବ୍ୟାଟ୍‌ରେ ପିଟିଛନ୍ତି ବୋଲି ଭିଡ଼ିଓରେ ଦେଖାଯାଇଛି ।

ସୂଚନା ଅନୁଯାୟୀ ସେଠାରେ ଭୋଜି ଚାଲିଥିବା ବେଳେ ପାର୍କିଂକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହାପରେ ଯୁବକ ଓ ତାଙ୍କ ମାଆଙ୍କୁ ସଂଘବଦ୍ଧ ଭାବେ କିଛି ଯୁବକ ଆକ୍ରମଣ କରିଥିଲେ । କ୍ରିକେଟ୍‌ ବ୍ୟାଟ୍‌ ଓ ଖଣ୍ଡାରେ ଆକ୍ରମଣ କରାଯାଇଥିଲା ।

ଏଥିରେ ଉଭୟ ଯୁବକ ଓ ତାଙ୍କ ମା ଆହତ ହୋଇ ଏମ୍‌କେସିଜିରେ ଚିକିତ୍ସିତ ହୋଇଛନ୍ତି । ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ସେମାନେ ଏସ୍‌ପିଙ୍କ ନିକଟରେ ଫେରାଦ ହୋଇଛନ୍ତି । ତେବେ ଏଯାଏଁ ଘଟଣାରେ କାହାକୁ ଗିରଫ କରାଯାଇନଥିବାର ଜଣାଯାଇଛି ।

ପ୍ରେମ ପାଇଁ ପ୍ରେମିକା କଲେ ଲିଙ୍ଗ ପରିବର୍ତ୍ତନ

ମାଲକାନଗିରି: ପ୍ରଥମେ ସମାଲିଙ୍ଗୀ ପ୍ରେମ ଓ ପରେ ବିବାହ । କିଛି ଏଭଳି ଆଶ୍ଚର୍ଯ୍ୟ କର ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଜିଲ୍ଲାର ୨ ଜଣ ଯୁବତୀ ପରସ୍ପରକୁ ଭଲ ପାଉଥିବା ବେଳେ ଏବେ ସାତ ଜନମର ସାଥି ହୋଇଛନ୍ତି ଦୁହେଁ ।

ସମଲିଙ୍ଗୀରୁ ପ୍ରେମ ଆରମ୍ଭ ହୋଇଥିଲା, ଆଉ ତାପରେ ସମାଜର ଟାହିଟାପରା । ତାକୁ ସହିନପାରି ଉଭୟ ନିଅନ୍ତି ବିବାହର ନିଷ୍ପତ୍ତି । ଆଉ ଏହାକୁ ସଫଳ କରିବାକୁ ଯାଇ ଲିଙ୍ଗ ପରିବର୍ତ୍ତନ କରିଛନ୍ତି ପ୍ରେମିକା । ଏମିତି ଏକ ରୋମାଞ୍ଚକର କାହାଣୀ ହେଉଛି ୨ଯୁବତୀଙ୍କର ।

ତେବେ ୨ଯୁବତୀଙ୍କ ମଧ୍ୟରୁ ୨ ଜଣ ଯୁବତୀ ନିଜ ଲିଙ୍ଗ ପରିବର୍ତ୍ତନ କରି ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁହେଁ ।  ଯାହାକୁ ସେମାନଙ୍କ ପରିବାର ଲୋକେ ମଧ୍ୟ ସହମତି ଦେଇଛନ୍ତି । ତେଣୁ ବୈଦିକ ରୀତିନୀତିରେ ବିବାହ ହୋଇଥିଲା ବିବାହ । ତେବେ ସେମାନେ ଏଇ କଥାକୁ ସମାଜ ଠାରୁ ଗୁପ୍ତ ରଖିଛନ୍ତି ।

ଆମେରିକାକୁ ବଡ଼ ସଫଳତା, ୨ ଆତଙ୍କୀ ନିହତ: ଆତଙ୍କୀଙ୍କ ନାଁରେ ଥିଲା ୭୧ କୋଟି ଟଙ୍କାର ପୁରସ୍କାର ରାଶି

ୟେମେନରେ ଆମେରିକାକୁ ବଡ଼ ସଫଳତା । ୨ ଆତଙ୍କୀଙ୍କୁ ମାରିଲା ଆମେରିକା ସେନା । AQAPର ପ୍ରତିଷ୍ଠାତା ଆତଙ୍କୀ କାସିମ ଅଲ୍‌-ରେମୀର ମୃତ୍ୟୁ । ସେହିପରି  ଅଲକାଏଦାର ଐମାନ-ଅଲ୍‌-ଜାୱାହିରି ମଧ୍ୟ ନିହତ ହୋଇଛି । ଏନେଇ ସୂଚନା ଦେଇଛି ହ୍ଵାଇଟ୍‌ ହାଉସ୍‌ ।

ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସ୍ପଷ୍ଟ କରିଛି ଆମେରିକା । ମୃତ କାସିମଙ୍କ ନାଁରେ ଆମେରିକା ପକ୍ଷରୁ ୭୧ କୋଟି ଟଙ୍କାର ପୁରସ୍କାର ରାଶି ରଖିଥିଲା । ସେ ୨୦୧୫ରୁ ପେନିସୁଲାରେ ସଂଗଠନର ନେତୃତ୍ୱ ନେଉଥିଲା ।

କାୟା ମେଲାଉଛି କରୋନା: ୬୪୦କୁ ଟପିଲା ମୃତ୍ୟୁ ସଂଖ୍ୟା

ଜୀବନ ନେଇ ଚାଲିଛି କରୋନା । ଚୀନରେ ମୃତ୍ୟୁ ସଂଖ୍ୟା ୬୪୦ ଟପିଛି । ତେବେ ଏହାରି ଭିତରେ ଭାରତ ପାଇଁ ଭଲ ଖବର । କାରଣ ଚୀନରୁ ବିମାନରେ ଆସିଥିବା ୬୪୫ ଭାରତୀୟଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ଚୀନ ଫେରନ୍ତା ସମସ୍ତ ଭାରତୀଙ୍କ ନିକଟରେ କୋରୋନା ଭାଇରସ ଚିହ୍ନଟ ହୋଇନି । ଏ ନେଇ ସୂଚନା ଦେଇଛି ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ର।ଳୟ । ଗୁରୁବାର ଆସିଥିବା ରିପୋର୍ଟରୁ ଏ କଥା ସ୍ପଷ୍ଟ ହୋଇଛି । ଏୟାର ଇଣ୍ଡିଆର ବିଶେଷ ବିମାନରେ ଭାରତୀୟଙ୍କୁ ଚୀନରୁ ଆଣାଯାଇଥିଲା । ସେହିପରି ସ୍ୱସ୍ଥ୍ୟମନ୍ତ୍ରାଳୟ ୬ ଫେବ୍ରୁଆରୀ ପର୍ଯ୍ୟନ୍ତ ୧୨ ଶହ ୬୫ ବିମାନର ପ୍ରାୟ ୧ ଲକ୍ଷ ୩୮ ହଜାର ୭୦ ଯାତ୍ରୀଙ୍କ କରୋନା ଭାଇରସ ଯାଞ୍ଚ କରାଯାଇସାରିଛି ।

ନିର୍ଭୟା ମାମଲାରେ ଶୁଣାଣି: ଆଜି ଆସିପାରେ ତୃତୀୟ ତଥା ନୂଆ ଡେଥ୍‌ ୱାରେଣ୍ଟ

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଶୁଣାଣି ବାବଦରେ ଆଜି ଆସିପାରେ ତୃତୀୟ ତଥା ନୂଆ ଡେଥ୍‌ ୱାରେଣ୍ଟ । ନିଜ ରାୟ ଶୁଣାଇବେ ପଟିଆଲା ହାଉସ କୋର୍ଟ । ଫାଶୀ ପାଇଁ ନୂଆ ତାରିଖ ଦେବାକୁ ନିବେଦନ କରିଛି ତିହାର ଜେଲ ପ୍ରଶାସନ । ଏବେ ୪ରୁ ୩ ଦୋଷୀଙ୍କ ସବୁ ଆଇନ ବିକଳ୍ପ ଶେଷ ହେଇଛି । ସେପଟେ ୪ ଦୋଷୀଙ୍କୁ ଏକାସାଙ୍ଗରେ ଫାଶୀ ଦେବାକୁ ରାୟ ଶୁଣାଇଥିଲେ ଦିଲ୍ଲୀ ହାଇକୋର୍ଟ । ଯାହାର ବିରୋଧରେ କେନ୍ଦ୍ର ସୁପ୍ରିମକୋର୍ଟ ଯାଇଥିଲେ । ଏହି ମାମଲାରେ ମଧ୍ୟ ଆଜି ରାୟ ଶୁଣାଇବେ କୋର୍ଟ । ନିଜ ରାୟରେ କୋର୍ଟ କହିଥିଲେ, ଦୋଷୀ ଆଇନକୁ ବ୍ୟବହାର କରି ଦଣ୍ଡକୁ ବିଳମ୍ବ କରାଉଛନ୍ତି ।

ସପ୍ତାହେ ମଧ୍ୟରେ ବାକିଥିବା ସମସ୍ତ ଆଇନଗତ ବିକଳ୍ପର ବ୍ୟବହାର କରନ୍ତୁ । ପୂର୍ବରୁ ଜାନୁଆରୀ ୩୧ ତାରିଖରେ ଟ୍ରାଏଲ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ କେନ୍ଦ୍ର ଓ ଦିଲ୍ଲୀ ସରକାର । ଯେଉଁଥିରେ କୋର୍ଟ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୩ ଦୋଷୀଙ୍କ ଫାଶୀ ଉପରେ ରୋକ ଲଗାଇଥିଲେ । ବର୍ତ୍ତମାନ ଦୋଷୀ ଅକ୍ଷୟ ଠାକୁର, ମୁକେଶ ସିଂ ଓ ବିନୟ ଶର୍ମାଙ୍କ କ୍ୟୁରେଟିଭ ପିଟିସନ ଓ କ୍ଷମା ଆବେଦନ ଖାରଜ ହୋଇସାରିଛି । କେବଳ ଦୋଷୀ ପବନଙ୍କ ନିକଟରେ ଆଇନଗତ କ୍ୟୁରେଟିଭ ପିଟିସନ ଓ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନର ବିକଳ୍ପ ବାକି ରହିଛି ।