spot_img
Home Blog Page 7265

ଆପୋଲ ହସ୍ପିଟାଲରେ ଥିଲେ ମେଦିନାପୁରର କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଥିବା ପଶ୍ଚିମବଙ୍ଗର ସଂକ୍ରମିତ ବ୍ୟକ୍ତିଙ୍କ ଯାତ୍ରା ବିବରଣୀକୁ ସରକାର ପ୍ରକାଶ କରିଛନ୍ତି । ମେଦିନାପୁର ଅଞ୍ଚଳର ୭୦ବର୍ଷୀୟ ବ୍ୟକ୍ତି ଗତ ୭ତାରିଖ ଦିନ ପଶ୍ଚିମ ମେଦିନାପୁରରୁ ଆସି ଭୁବନେଶ୍ୱରସ୍ଥିତ ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ସମୟରେ ସେ ବାଲେଶ୍ୱର ବାଇପାସ୍ ନିକଟରେ ଏକ ଚା ଦୋକାନାରେ ଓହ୍ଲାଇଥିଲେ । ତେବେ ୭ ତାରିଖ ରାତିରେ ଆପୋଲୋରେ ଭର୍ତ୍ତି ହେବା ପରେ ୮ ତାରିଖ ସକାଳୁ ଆଇସୋଲେସନ୍‌ ୱାର୍ଡକୁ ସ୍ଥାନାନ୍ତର ହୋଇଥିଲେ । ୯ ଏପ୍ରିଲ୍‌ ଅର୍ଥାତ୍‌ ଆଜି ତାଙ୍କର କୋଭିଡ୍‌ ପଜିଟିଭ୍‌ ରିପୋର୍ଟ ଆସିଥିଲା । ଏହାପରେ ତାଙ୍କୁ ତୁରନ୍ତ କିମ୍ସ ସ୍ଥିତ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

 

ସେହିପରି ଢେଙ୍କାନାଳରୁ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତ ମହିଳାଙ୍କ ବୟସ ୫୧ ବର୍ଷ । ମାର୍ଚ୍ଚ ମାସ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ସେ ଦିଲ୍ଲୀରେ ଥିଲେ । ଏହି ସମୟରେ ସେ ନିଜାମୁଦ୍ଦିନ୍ ତବିଲିଗରେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । ୧୮ ମାର୍ଚ୍ଚରୁ ୨ ଏପ୍ରିଲ୍‌ ପର୍ଯ୍ୟନ୍ତ ସେ ଢ଼େଙ୍କାନାଳ ମୀନାବଜାରସ୍ଥିତ ନିଜ ଘରେ ରହିଛନ୍ତି । ଏପ୍ରିଲ୍‌ ୩ ତାରିଖରୁ ତାଙ୍କୁ ଘରୁ ନେଇ ସରକାରୀ କ୍ୱାରେଣ୍ଟାଇନ୍‌ ସେଣ୍ଟରର ୯ ନମ୍ବର ୱାର୍ଡରେ ଭର୍ତ୍ତି କରାଯାଇଥିଲା । ସେହି ସମୟ ଭିତରେ ତାଙ୍କ ପାଖରେ କୌଣସି ଲକ୍ଷଣ ନଥିବା ସତ୍ତ୍ୱେ ପରୀକ୍ଷା ପାଇଁ ନମୁନା ପଠାଯାଇଥିଲା । ଗତକାଲି ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଅଶ୍ୱିନୀ ହସ୍ପିଟାଲସ୍ଥିତ କୋଭିଡ୍‌-୧୯ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଲକଡାଉନ୍ ବେଳେ ଗାଡ଼ି ଜବତ କରିପାରିବେନି ପୋଲିସ

କଟକ: ଲକଡାଉନ୍ ବେଳେ ଗାଡ଼ି ଜବତ କରିପାରିବେନି ପୋଲିସ । ଅଣ୍ଡରଟେକିଂ ଲେଖି ଗାଡ଼ି ଫେରାଇବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କରୋନା ଲକଡାଉନ୍ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଲକଡାଉନ୍ ବେଳେ ପୋଲିସ ମାନବିକତା ଭୁଲି ନଯାଉ ବୋଲି କହିଛନ୍ତି କୋର୍ଟ ।

ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍‌ରେ ଆଜି ସରିବ ସଟ୍‌ଡାଉନ୍‌: ବଜାର ଯାଇ ଭିଡ଼ ନକରିବାକୁ ଅନୁରୋଧ କଲେ ମୁଖ୍ୟ ଶାସନ ସଚିବ

ପାଦଚଲା ଦୂରତାରେ ଜରୁରୀ ସାମଗ୍ରୀ ସବୁଠି ମିଳୁନାହିଁ । ଏଣୁ ଜବତ କାର ଏବଂ ମୋଟର ସାଇକେଲ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଦୂରହାଟକୁ ସଉଦା କିଣି ଗଲେ ଗାଡ଼ି ଉଠାଇ ନେବ ପୋଲିସ

ଏ ନେଇ ଗାଇଡଲାଇନ ପ୍ରସ୍ତୁତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗାଇଡଲାଇନ୍ ନଆସିବା ଯାଏଁ ଗାଡ଼ି ବ୍ୟାନର ପୁନର୍ବିଚାର କରାଯାଉ । ସେହିପରି ନୋ ମାସ୍କ ନୋ ପେଟ୍ରୋଲକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

କ୍ରିକେଟ୍ ମ୍ୟାଚ୍ ନୁହେଁ କରୋନା, ମାସ୍କ ନପିନ୍ଧିଲେ ଗଣିବେ ଜରିମାନା

ଭୁବନେଶ୍ୱର: ରାଜ୍ୟ ସରକାର ଅଧ୍ୟାଦେଶ ଆଣିଛନ୍ତି । ରାଜ୍ୟ ମହାମାରୀ ନିୟମ ସଂଶୋଧନ ଅନୁସାରେ ଦଣ୍ଡକୁ ବଢ଼ାଇ ଦିଆଯାଇଛି । ନିୟମ ଉଲ୍ଲଂଘନ କଲେ ୨ ବର୍ଷ ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । କୋଭିଡ୍-୧୯ ସଂକ୍ରମଣ ରୋକିବାକୁ ଆଜିଠୁ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମାସ୍କ ନପିନ୍ଧିଲେ ଜରିମାନା ଦେବାକୁ ପଡ଼ିବ । ପ୍ରଥମ ୩ ଥର ପାଇଁ ୨୦୦ ଟଙ୍କା ଲେଖାଏଁ ଜରିମାନା । ତୃତୀୟ ଥର ସମାନ ଭୁଲ୍ କଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ଏହାକୁ ସାରା ରାଜ୍ୟରେ ଲାଗୁ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଜରୁରୀକାଳୀନ ପାଣ୍ଠିକୁ ୨ ହଜାର କୋଟିକୁ ବୃଦ୍ଧି କରାଯାଇଛି ।

ରାଜ୍ୟର ୧୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି । ରାଜ୍ୟରେ ୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋଭିଡ୍-୧୯ ଦିନିକିଆ କ୍ରିକେଟ୍ ମ୍ୟାଚ୍ ନୁହେଁ । ଦୟାକରି ପ୍ରତି ବଲ୍ ଭଳି ତଥ୍ୟ ଖୋଜନ୍ତୁ ନାହିଁ । ଆବେଗ ନୁହେଁ ଏହା ପ୍ରତ୍ୟୟର ସମୟ । ପ୍ରତିଦିନ ଆମେ ବ୍ୟବହାର୍ଯ୍ୟ ତଥ୍ୟ ସଠିକ୍ ସମୟରେ ପହଞ୍ଚାଇବୁ ।

ଘଟଣାଟି ଘଟିବା କ୍ଷଣି ସବୁ ଖବର ଦିଆଯାଇ ପାରିବ ନାହିଁ । ଜନହିତରେ କୌଣସି ଆକ୍ରାନ୍ତଙ୍କ ବିବରଣୀ ଦେବା ଦରକାର ଥିଲେ ଦିଆଯିବ । ଜନହିତ ପ୍ରତି ଆଶଙ୍କା ନଥିଲେ ବ୍ୟକ୍ତିଗତ ବିବରଣୀ ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । କୋଭିଡ୍-୧୯ ଯୁଦ୍ଧ କେବଳ ସରକାରଙ୍କ ଯୁଦ୍ଧ ନୁହେଁ, ଏହା ସାମୁହିକ ଯୁଦ୍ଧ । ସମସ୍ତଙ୍କୁ ଶକ୍ତି ସଞ୍ଚୟ କରିବାକୁ ପଡ଼ିବ ।

‘ରାଜ୍ୟରେ କରୋନା ଟେଷ୍ଟିଂ କିଟ୍ ଆବଶ୍ୟକ ପରିମାଣର ଅଛି’

ଭୁବନେଶ୍ୱର: ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ଅନ୍ୟରାଜ୍ୟ ଅପେକ୍ଷା ଓଡ଼ିଶାରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ସଂଖ୍ୟା ଅଧିକ । ଆମେ ପ୍ରାୟ ୬ ହଜାର ବେଡ୍ କୋଭିଡ୍ ହସ୍ପିଟାଲ ପାଇଁ ନିଷ୍ପତ୍ତି ନେଇଛୁ । ସେଥିରୁ ୭ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏଥିରେ ୧୫୦୦ ବେଡ୍ ରହିଛି ।

https://www.facebook.com/nandighoshatv/videos/675505243208876

ରାଜ୍ୟରେ କରୋନା ଟେଷ୍ଟିଂ କିଟ୍ ଆବଶ୍ୟକ ପରିମାଣର ଅଛି । ଭାରତରୁ ଓ ଭାରତ ବାହାରୁ ଆମଦାନୀ କରୁଛୁ । ଅନ୍ୟ ଉପକରଣ ସର୍ଜିକାଲ ମାସ୍କ, ମେଡିସିନ୍ ମଧ୍ୟ ଆମ ପାଖରେ ୪ରୁ ୮ ମାସ ପାଇଁ ମଦଜୁଦ୍ ରହିଛି । ମାସକ ପାଇଁ ପିପିଇ ମହଜୁଦ୍ ରହିଛି । ଭାରତ ଓ ଭାରତ ବାହାରୁ ଆମଦାନୀ ଜାରି ରଖିଛୁ । ମ୍ୟାନ ପାୱାର ମ୍ୟାନେଜମେଣ୍ଟ ପାଇଁ ଆୟୁଷ ଡାକ୍ତରଙ୍କୁ ଟ୍ରେନିଂ, ଏମବିବିଏସର ଚତୁର୍ଥ ଓ ପଞ୍ଚମ ବର୍ଷ ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ଦିଆଯାଇଛି । ଘରୋଇ ଡାକ୍ତରମାନଙ୍କୁ ମଧ୍ୟ ଟ୍ରେନିଂ ଦେବା ଆରମ୍ଭ ହୋଇଛି ।

https://www.facebook.com/nandighoshatv/videos/690869288354106

ଜିଲ୍ଲାପାଳ ଓ ମ୍ୟୁନିସିପାଲିଟିକୁ କ୍ଷମତା ଦେଇଛୁ । ସେମାନେ ଆବଶ୍ୟକ ସମୟରେ ଘରୋଇ ଡାକ୍ତରଙ୍କୁ ନିୟୋଜିତ କରିପାରିବେ । ଆଣ୍ଟି ବଡି ବେସଡ୍ ରାପିଡ୍ ଡାଇଗ୍ନୋଷ୍ଟିକ ଟେଷ୍ଟ ପାଇଁ ୧ ଲକ୍ଷ କିଟ୍ କିଣାଯିବ । ଏହାଦ୍ୱାରା ଶୀଘ୍ର ଟେଷ୍ଟ ହୋଇପାରିବ । କେରଳ ଓ ଦିଲ୍ଲୀରେ ଏବେ ଆଣ୍ଟି ବଡି ବେସଡ୍ ରାପିଡ୍ ଡାଇଗ୍ନୋଷ୍ଟିକ ଟେଷ୍ଟ ଚାଲିଛି । ହସ୍ପିଟାଲ ଗୁଡ଼ିକରେ ଆହାର କେନ୍ଦ୍ର ଜାରି ରହିଛି । ଦୈନିକ ୩୦ ହଜାର ଲୋକ ଏହାର ସୁବିଧା ନେଉଛନ୍ତି ।

କରୋନା ମହାଯୁଦ୍ଧ: ୨୦୨୪ ପର୍ଯ୍ୟନ୍ତ ଚାଲିବ ସଂଘର୍ଷ ! ମହାମାରୀ ସହ ଲଢିବା ପାଇଁ ମୋଦି ସରକାରଙ୍କ ତିନି ପର୍ଯ୍ୟାୟର ରଣନୀତି

ନୂଆଦିଲ୍ଲୀ:  ଦେଶରେ କ୍ରମାଗତ ଭାବରେ କରୋନାର ପ୍ରଭାବ ବଢିବାରେ ଲାଗିଛି । କରୋନାର ମୁକାବିଲା ପାଇଁ ମୋଦି ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି । ବର୍ତ୍ତମାନ କରୋନା ଭୂତାଣୁ ମହାମାରୀ ସହ ଲଢିବା ପାଇଁ ନରେନ୍ଦ୍ର ମୋଦୀ ସରକାର ତିନି ପର୍ଯ୍ୟାୟର ରଣନୀତି ପ୍ରସ୍ତୁତ କରିଛନ୍ତି।

କେନ୍ଦ୍ର କୋଭିଡ-୧୯ ବିରୋଧରେ ଲଢେଇ ପାଇଁ ରାଜ୍ୟମାନଙ୍କୁ ଏକ ପ୍ୟାକେଜ ଜାରି କରିଛି । ଏହି ପ୍ୟାକେଜର ନାମ ଏମରଜେନ୍ସି ରେସପନ୍ସ ଏବଂ ହେଲଥ ସିସଷ୍ଟମ ପ୍ରିପାରେସନ ପ୍ୟାକେଜ୍ ଦିଆଯାଇଛି । ଏହି ପ୍ୟାକେଜ୍ ଶହେ ପ୍ରତିଶତ କେନ୍ଦ୍ର ଦ୍ୱାରା ଅନୁଦାନ ରହିବ । କୋଭିଡ-୧୯ ବିରୋଧରେ ଲଢେଇ ଅଧିକ ଦିନ ଚାଲିବ ବୋଲି କେନ୍ଦ୍ର ପୂର୍ବାନୁମାନ କରିଛି । ଏହାସହ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଯାଇଥିବା ଏହି ଚିଠି ଅନୁଯାୟୀ କରୋନା ବିରୋଧୀ ଯୁଦ୍ଧ ତିନୋଟି ପର୍ଯ୍ୟାୟରେ ଲଢାଯିବ ।

ଲକଡାଉନ୍ ହଟାଇବା ରଣନୀତି ତିଆରି କରୁଛନ୍ତି ମୋଦି ସରକାର

ପ୍ରଥମ ପର୍ଯ୍ୟାୟ – ଜାନୁଆରୀ ୨୦୨୦ରୁ ଜୁନ୍ ୨୦୨୦

ଦ୍ୱିତୀୟ ପର୍ଯ୍ୟାୟ – ଜୁଲାଇ ୨୦୨୦ ରୁ ମାର୍ଚ୍ଚ ୨୦୨୧

ତୃତୀୟ ପର୍ଯ୍ୟାୟ – ଏପ୍ରିଲ୍ ୨୦୨୧ ରୁ ମାର୍ଚ୍ଚ ୨୦୨୪

ପ୍ରଥମ ପର୍ଯ୍ୟାୟରେ, କୋଭିଡ -୧୯ ଡାକ୍ତରଖାନାର ବିକାଶ, ଆଇସୋଲେସନ ବ୍ଲକର ନିର୍ମାଣ, ଭେଣ୍ଟିଲେଟର ସୁବିଧାଥିବା ଆଇସିୟୁ ନିର୍ମାଣ, ପିପିଏ – N95 ମାସ୍କ – ଭେଣ୍ଟିଲେଟର ଉପଲବ୍ଧତା ଉପରେ ଧ୍ୟାନ ଦିଆଯିବ ।

ଏହାସହ ଲ୍ୟାବ ନେଟୱାର୍କ ଏବଂ ଡାଇଗ୍ନୋଷ୍ଟିକ୍ ସୁବିଧା ଉପରେ ଧ୍ୟାନ ଦିଆଯିବ । ଏହି ପାଣ୍ଠି ସର୍ବେକ୍ଷଣ, ମହାମାରୀ ବିରୋଧରେ ସଚେତନତା ସୃଷ୍ଟି ପାଇଁ ମଧ୍ୟ ବ୍ୟବହୃତ ହେବ । ଏବଂ ପାଣ୍ଠିର ଆଇ ଏକ ଅଂଶ ଡାକ୍ତରଖାନା, ସରକାରୀ କାର୍ଯ୍ୟାଳୟ, ଜନସାଧାରଣଙ୍କ ସୁବିଧା ଏବଂ ଆମ୍ବୁଲାନ୍ସକୁ ସଂକ୍ରମଣମୁକ୍ତ କରିବା ପାଇଁ ମଧ୍ୟ ଖର୍ଚ୍ଚ ହେବ ।

କେନ୍ଦ୍ର ଏବଂ ରାଜ୍ୟ ସହ ଅନେକ ଥର କଥାବାର୍ତ୍ତା ପରେ ଏହି ବିକଳ୍ପ ବାହାରିଛି । କୋଭିଡ -୧୯ ମହାମାରୀ ବିରୁଦ୍ଧରେ ଲଢିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ପ୍ୟାକେଜ୍ କ୍ରମାଗତ ଭାବରେ ଦାବି କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ସମୟରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା।

ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ କ’ଣ କରାଯିବ, ତାହା ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । କୁହାଯାଇଛି ଯେ, ଏହି ଦୁଇ ପର୍ଯ୍ୟାୟ ସେତେବେଳେର ପରିସ୍ଥିତି ଦେଖି ନିଆଯିବା ।

ବିରୋଧୀ ଦଳ ନେତାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ସରକାର ନେଇଥିବା ପଦକ୍ଷେପ ବାବଦରେ ଦେଲେ ସୂଚନା

ଯଦି କରୋନା ରିପୋର୍ଟ ନେଗେଟିଭ୍ ଆସୁଛି ତେବେ ଭାବନ୍ତୁନି କି ଆପଣ କରୋନା ସଂକ୍ରମିତ ନୁହଁନ୍ତି !

କରୋନା ରିପୋର୍ଟ ଯଦି ନେଗେଟିଭ୍ ଆସୁଛି ତେବେ ଆପଣ ଭାବନ୍ତୁନି କି ଆପଣ କରୋନା ସଂକ୍ରମିତ ନୁହଁନ୍ତି । କାରଣ ଏମିତି ଅନେକ ଘଟଣା ଘଟିଲାଣି ଯେଉଁଥିରେ ରୋଗୀ ସଂକ୍ରମିତ ହୋଇଥିଲେ ମଧ୍ୟ ପ୍ରାରମ୍ଭିକ ଅନୁସନ୍ଧାନରେ ଏହା ଜଣାପଡ଼ୁ ନାହିଁ। ସମଗ୍ର ବିଶ୍ୱରେ ଏପରି ଅନେକ ରୋଗୀ ଅଛନ୍ତି, ଯେଉଁମାନେ କାଶ, ନିଶ୍ୱାସ ପ୍ରଶ୍ୱାସ ଏବଂ  ଜ୍ୱର ଭଳି କୋଭିଡ -19ର ଲକ୍ଷଣରେ ପୀଡିତ ଥିଲେ ଏବଂ ପରୀକ୍ଷଣ ସମୟରେ ରିପୋର୍ଟଗୁଡିକ ନକାରାତ୍ମକ ବୋଲି ଜଣାପଡିଥିଲା ।

ଡାକ୍ତରମାନେ ତାଙ୍କୁ ଘରେ ରହିବାକୁ କହିଥିଲେ ହେଁ ଲକ୍ଷଣ ବଢିବା ପରେ ସେମାନଙ୍କୁ ପୁଣିଥରେ ଫେରି ଆସିବାକୁ ପରାମର୍ଶ ଦେଇଥିଲେ। ଡାକ୍ତରମାନେ ପୁଣି ସେମାନଙ୍କର ପରୀକ୍ଷା ପାଇଁ ନମୁନା ନେଇଥିଲାବେଳେ କିଛି ସମୟ ପରେ ରିପୋର୍ଟ ପୁଣି ନେଗେଟିଭ୍ ଆସିଥିଲା ।

ଏହାର ଏକ କାରଣ ହେଉଛି ନମୁନା ନେବାବେଳେ ନାକ ଭିତରୁ ଶ୍ରାବ ନିଆଯାଇଥାଏ । ଏଥିପାଇଁ ସ୍ୱାବକୁ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ନାକରେ ବୁଲାଇବାକୁ ପଡ଼ିଥାଏ । ଯାନ୍ତ୍ରିକ ତ୍ରୁଟି ମଧ୍ୟ ରିପୋର୍ଟ ନେଗେଟିଭ୍ ଆସିବାର କାରଣ ହୋଇପାରେ । ଏହି ଧାରାରେ ଯେଉଁ ମାମଲାଗୁଡ଼ିକ ପ୍ରଥମେ ନେଗେଟିଭ୍ ଥିଲା, ତା’ପରେ ପଜେଟିଭ୍ ଆସିଥାଏ ଏବଂ ଯେଉଁମାନେ ସଂକ୍ରମିତ ଥିଲେ ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା ଏହାକୁ ଫଲ୍ସ ନେଗେଟିଭ୍ କୁହାଯାଏ ।

ସଂକ୍ରମଣ ଆରମ୍ଭ ହୋଇନାହିଁ 

ବର୍ତ୍ତମାନ, ପ୍ରଚଳିତ କରୋନାର ପରୀକ୍ଷା ପଦ୍ଧତି ଦ୍ୱାରା ସଂକ୍ରମଣ ଧରାପଡି ନପାରେ ।  । ତେଣୁ ପଲିମେରେଜ୍ ଚେନ୍ ପ୍ରତିକ୍ରିୟା ବା RT-PCR ଦ୍ୱାରା ଅନୁସନ୍ଧାନ କରାଯାଉଛି । ଏହା ମାଧ୍ୟମରେ, ସଂକ୍ରମଣର ଆରମ୍ଭରୁ ନିଶ୍ୱାସରେ ଉପସ୍ଥିତ ଭୂତାଣୁ କଣିକାକୁ  ଧରାଯାଇଥାଏ । ଆମେରିକୀୟ ସଂସ୍ଥା ସିଡିସି କହିଛି ଯେ, ଯଦି କାହାର ରିପୋର୍ଟ ନେଗେଟିଭ ଆସୁଛି ଏବଂ ପରେ ସେ ପଜିଟିଭ୍ ବୋଲି ଜଣାପଡ଼ୁଛି ତେବେ ଏମିତି ହୋଇପାରିଥାଏ ଯେ, ନମୂନା ନେବା ସମୟରେ ସେହି ଲୋକଟି ସଂକ୍ରମଣ ଆରମ୍ଭ ହୋଇନଥିବ ।

ଏପରି ପରିସ୍ଥିତିରେ, ପରୀକ୍ଷା ରିପୋର୍ଟ ନେଗେଟିଭ୍ ହିଁ ଆସିବ । ଦୁର୍ଭାଗ୍ୟବଶତ ଏହିପରି ଲୋକଙ୍କ ପାଇଁ କୌଣସି ତଥ୍ୟ ସଂଗ୍ରହ କରାଯାଇ ପାରୁନାହିଁ । ତେଣୁ ଚାଇନାର ବିଶେଷଜ୍ଞମାନେ କହିଛନ୍ତି ଯେ, କରୋନା ସଂକ୍ରମଣର 30 ପ୍ରତିଶତ ରିପୋର୍ଟ ଫଲ୍ସ ନେଗେଟିଭ୍ ହୋଇପାରେ । ଅନେକ ଦେଶରେ ଡାକ୍ତରମାନେ ପୂର୍ବାନୁମାନ କରିଛନ୍ତି ଯେ ଫଲ୍ସ ନେଗେଟିଭ୍ ଅଧିକ ସଂଖ୍ୟାରେ ମଧ୍ୟ ହୋଇପାରେ ।

କେବଳ ଗୋଟିଏ ପରୀକ୍ଷା କରିବା ମୂର୍ଖାମୀ

ଯେକୌଣସି ପରୀକ୍ଷା ରିପୋର୍ଟ ଅନ୍ୟ ଏକ ରିପୋର୍ଟ ସହ ମେଳ ଖାଇବା ଉଚିତ୍ । କେବଳ ଅନୁସନ୍ଧାନ ରିପୋର୍ଟକୁ ଅନୁମାନ କରିବା ସମ୍ପୂର୍ଣ୍ଣ ଭୁଲ ଅଟେ । ଅନ୍ୟ ଡାକ୍ତରମାନଙ୍କ ଠାରୁ ପରାମର୍ଶ କରିବା ସହ ପରୀକ୍ଷା ମୂଳକ ଭାବେ ନିଜର ଲକ୍ଷଣ ସହିତ ତୁଳନା କରିବା ଉଚିତ୍ । ତେବେ ଏହା ଭାବି ଚାଲନ୍ତୁ କି ଆମଠାରୁ ଆଉ କାହାକୁ ମଧ୍ୟ ସଂକ୍ରମିତ ହୋଇପାରିବ, ଆପଣଙ୍କର ରିପୋର୍ଟ ନେଗେଟିଭ୍ ଆସିଥାଉ ନା କାହିଁକି ।

ଚୀନର ୮୦ ପ୍ରତିଶତ ସଂକ୍ରମିତ ହୋଇଥିଲେ ଯେଉଁମାନଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇନଥିଲା ।

କରୋନା କବଳରେ ୮୦ ପ୍ରତିଶତ ଲୋକ ସେହି ଲୋକଙ୍କ ଦ୍ୱାରା ପ୍ରଭାବିତ ହୁଅନ୍ତି ଯେଉଁମାନଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନଥାଏ । ସାଂଘାଇ ସ୍ଥିତ ଜିଆଓ ଟୋଙ୍ଗ ସ୍କୁଲ୍ ଅଫ୍ ମେଡିସିନର ବୈଜ୍ଞାନିକମାନେ ମଧ୍ୟ ଜାଣିବାକୁ ପାଇଛନ୍ତି ଯେ ଜଣେ ବ୍ୟକ୍ତି ହାରାହାରି ୩.୮ ଦିନରେ ଅନ୍ୟକୁ ସଂକ୍ରମିତ କରିପାରନ୍ତି ।

ବୈଜ୍ଞାନିକମାନେ କହିଛନ୍ତି ଯେ କରୋନାକୁ ମୂଳପୋଚ୍ଛ କରିବାକୁ ହେଲେ ଆଇସୋଲେସନର ରହିବା ସହ ନିର୍ଭୁଲ ପରୀକ୍ଷଣର ଆବଶ୍ୟକତା ରହିଛି ଯାହା ଫଳରେ ଏହି ଭୂତାଣୁକୁ ଧରାଯାଇପାରିବ ।

ଏକ ରିପୋର୍ଟରୁ ଜଣା ଯାଇଛି ଯେ, ଯେତେବେଳେ ପ୍ରଥମ ସଂକ୍ରମିତ ହେବାର ଜଣା ଯାଏ ସେତବଳ ପର୍ଯ୍ୟନ୍ତ ଦ୍ୱିତୀୟ ବ୍ୟକ୍ତି ସଂକ୍ରମିତ ହୋଇଯାଇଥାଏ । ୱୁହାନ ରୋଗୀଙ୍କ ଉପରେ ହୋଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ଅଧିକାଂଶ ଲୋକ ଯେଉଁମାନେ ସୁସ୍ଥ ଦେଖାଯାଉଥିଲେ କିନ୍ତୁ ସଂକ୍ରମିତ ହୋଇଥିଲେ ସେମାନଙ୍କ ଠାରୁ ଅଧିକ ଲୋକେ ସଂକ୍ରମିତ ହୋଇସାରିଥିଲେ ।

ଆରପାରିରେ ରାମାୟଣର ଅଭିନେତା ସୁଗ୍ରିବ,ମନେ ପକାଇଲେ ରାମ-ଲକ୍ଷ୍ମଣ

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ରାମାୟଣରେ ସୁଗ୍ରିବ ଭୂମିକାରେ ଅଭିନୟ କରିଥିବା ଅଭିନେତା ଶ୍ୟାମ ସୁନ୍ଦରଙ୍କର ଦେହାନ୍ତ ହୋଇଛି । ଶ୍ୟାମ ସୁନ୍ଦର କିଛି ଦିନ ହେବ କର୍କଟ ରୋଗରେ ପୀଡିତ ଥିଲେ ।  ୬ ଏପ୍ରିଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସୂଚନାନୁସାରେ, କଙ୍ଗ୍ରାଠାରେ ଶ୍ୟାମ ସୁନ୍ଦରଙ୍କର ମୃତ୍ୟୁ ହୋଇଛି ।

‘ରାମାୟଣ’ରେ ରାମ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲ ଏବଂ ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଥିବା ଅଭିନେତା ସୁନୀଲ ଲାହିରୀ ଟ୍ୱିଟ୍ କରି ଶ୍ୟାମଙ୍କ ଆତ୍ମାର ​​ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ଶ୍ୟାମ ସୁନ୍ଦର ରାମାୟଣରୁ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଯଦିଓ ଏହପରେ ତାଙ୍କ  ଅଭିନୟ ଜୀବନ ବହୁ ଦୂର ପର୍ଯ୍ୟନ୍ତ ଯାଇପାରି ନଥିଲା । ରାମାୟଣକୁ ଭାରତୀୟ ଟେଲିଭିଜନ ଇତିହାସରେ ସବୁଠାରୁ ସଫଳ ସିରିଏଲ ଭାବେ ବିବେଚନା କରାଯାଏ । ୧୯୮୭ରେ ରାମାୟଣ ପ୍ରଥମେ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା । ସେତେବେଳେ ଏହି ସିରିଏଲଟି ଟେଲିଭିଜନରେ ରେକର୍ଡ ସୃଷ୍ଟି କରିଥିଲା । ବର୍ତ୍ତମାନ ଦେଶରେ କରୋନା ପାଇଁ ଚାଲିଥିବା ଲକ୍ ଡାଉନ ଯୋଗୁଁ ରାମାୟଣ ପୁଣିଥରେ ଦୂରଦର୍ଶନରେ ପ୍ରସାରିତ କରାଯାଇଛି ।

ଡାକ୍ତରଙ୍କ ପରାମର୍ଶ ନେଇ ଖାଆନ୍ତୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍

ନୂଆଦିଲ୍ଲୀ: କରୋନା ପାଇଁ ଭ୍ୟାକ୍ସିନ ବାହାରି ନଥିବା ବେଳେ ସଂକ୍ରମଣରୁ ବର୍ତ୍ତିବା ପାଇଁ ସମସ୍ତେ ଔଷଧ ଖୋଜୁଛନ୍ତି । ଆମେରିକା ଭାରତ ଠାରୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ମେଡିସିନ୍ ମାଗିବା ପରେ ଦେଶରେ ଏହି ଔଷଧର ଡିମାଣ୍ଡ ବଢ଼ିଯାଇଛି । କିଛି ହୋଇନଥିଲେ ବି ଲୋକ ମେଡିସିନ୍ ଷ୍ଟୋରକୁ ଯାଇ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଟାବଲେଟ୍ସ ମାଗୁଛନ୍ତି ।

ବଦଳିଲା ଟ୍ରମ୍ପଙ୍କ ସ୍ୱର: ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟଙ୍କୁ ଜଣାଇଲେ ଧନ୍ୟବାଦ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହା ଉପରେ ସୂଚନା ରଖିଛି । ନିୟ ଅନୁସାରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଟାବଲେଟ୍ସ ଖାଇବାକୁ କୁହାଯାଉଛି । ଏହି ଔଷଧ ହୃଦରୋଗ ଜନିତ ସମସ୍ୟା ସୃଷ୍ଟି କରିଥାଏ । ତେଣୁ, ମନ ଇଛା ଏହି ଔଷଧକୁ କେହି ଖାଆନ୍ତୁ ନାହିଁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେବନ କରନ୍ତୁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ।

ଏଥିସହ ପିପିଇ, ମାସ୍କ ଓ ଭେଣ୍ଟିଲେଟର ଆସିବା ଆରମ୍ଭ ହୋଇଯାଇଛି । ୧.୭ କୋଟି ପିପିଇ ଓ ୪୯ ହଜାରପ ଭେଣ୍ଟିଲେଟର ପାଇଁ କେନ୍ଦ୍ର ସରକାର ଦେଇଥିବା ସେ କହିଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୭୩୪କୁ ବୃଦ୍ଧି ପାଇଛି । ୪୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୪ ଘଣ୍ଟାରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ: କରୋନା ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରେସମିଟ୍ । ଗତ ୨୪ ଘଣ୍ଟାରେ ୫୪୦ ସଂକ୍ରମଣ ମାମଲା ଆସିଛି । ୧୭ ଜଣଙ୍କର ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ: କରୋନା ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରେସମିଟ୍ । ଗତ ୨୪ ଘଣ୍ଟାରେ ୫୪୦ ସଂକ୍ରମଣ ମାମଲା ଆସିଛି । ୧୭ ଜଣଙ୍କର ମୃତ୍ୟୁ ହୋଇଛି ।

ମୁକେଶ ଖନ୍ନାଙ୍କୁ ଅଫର ହୋଇଥିଲା ଏକତାଙ୍କ ମହାଭାରତରେ ରୋଲ୍, ଏହି କାରଣ ପାଇଁ କରିଥିଲେ ରିଜେକ୍ଟ

ମୁମ୍ବାଇ: ମୁକେଶ ଖନ୍ନାଙ୍କ ଅଭିନୀତ ଶକ୍ତିମାନ ଏବେ ପୁଣି ଟେଲିକାଷ୍ଟ ହେଉଛି । ଏହି ଶୋ’ ବୟସ୍କ ଲୋକଙ୍କଠାରୁ ଆରମ୍ଭ କରି ପିଲାଛୁଆ ସମସ୍ତେ ଦେଖିବାକୁ ଭଲ ପାଆନ୍ତି ।ତେବେ ନିକଟରେ ଅଭିନେତା ମୁକେଶ ଖନ୍ନା ଏକ ସାକ୍ଷାତକାରରେ ଏକତା କପୁରଙ୍କୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ, ମହାଭାରତ ଭଳି ଆଇକନିକ୍ ଶୋ’ ତିଆରି କରି ଏକତା ଏହାର ସତ୍ୟାନାଶ କରିଥିଲେ ।  ମୁକେଶଙ୍କର ଏଭଳି କଥା ପଛରେ ନିହାତି  କାରଣ ରହିଛି । ତେବେ ଗୋଟିଏ କଥା ଶୁଣିଲେ ଆପଣ  ଆଶ୍ଟର୍ଯ୍ୟ ହେବେ ଯେ, ଏକତା ତାଙ୍କ ଶୋ ମହାଭାରତରେ ମୁକେଶ ଖାନ୍ନାଙ୍କୁ ଏକ ଭୂମିକା ଅଫର କରିଥିଲେ। ଯାହାକୁ ପିତାମାହ ରିଜେକ୍ଟ କରିଥିଲେ ।

ଏକତାଙ୍କ ରୋଲ୍ ଅଫର ଉପରୁ ପରଦା ହଟାଇଛନ୍ତି ଖୋଦ ମୁକେଶ ।   ମୁକେଶ ଖନ୍ନା କହିଛନ୍ତି ଯେ, ଏକତା ତାଙ୍କୁ ନିଜ ମହାଭାରତର ଏକ ଭୂମିକା ପାଇଁ ଅଫର କରିଥିଲେ । କିନ୍ତୁ ସେ ଏହା କରିବାକୁ ମନା କରିଦେଇଥିଲେ। ବି.ଆର ଚୋପ୍ରାଙ୍କ ମହାଭାରତରେ ଭୀଷ୍ମ ପିତାମାହଙ୍କ ଭୂମିକାରେ ଅଭିନୟ କରିଥିବା ମୁକେଶ ଖନ୍ନାଙ୍କ ଅନୁସାରେ,ଏକତା କପୁର ପ୍ରଡକ୍ସନ ହାଉସରୁ ତାଙ୍କୁ କାମ କରିବା ପାଇଁ କଲ ଆସିଥିଲା । ଏକତା ତାଙ୍କୁ ଶାନ୍ତନୁଙ୍କ ଭୂମିକା ଅଫର କରିଥିଲେ ।

ଏନେଇ ମୁକେଶ ତାଙ୍କୁ କହିଥିଲେ ଯେ, ଭୀଷ୍ମ ଭୂମିକାରେ ଅଭିନୟ କରିବା ପରେ ସେ ଶାନ୍ତନୁଙ୍କ ଚରିତ୍ରରେ ଅଭିନୟ କରିବେ ବୋଲି ସେମାନେ କେମିତି ଭାବିଲେ । ଏକତା କପୁର ମହାଭାରତକୁ ସମାଲୋଚନା କାହିଁକି ସେ କରିଥିଲେ ? ଏହି ପ୍ରଶ୍ନର ଉତ୍ତରରେ ସେ  କହିଛନ୍ତି ଯେ,  ଏକତା ଡେଲି ସୋପ୍ କଳାକାରଙ୍କୁ ନେଇ ମହାଭାରତ ତିଆରି କରିଥିଲେ । ସେମାନେ ସବୁ ଟାଟୁ ଏବଂ ସିକ୍ସ ପ୍ୟାକ୍ ଦେଖାଉଥିଲେ । ମହାଭାରତ କୌଣସି ଖେଳ ନୁହେଁ । ତେବେ ଏହି ସବୁ ପାଇଁ ଏକତା ତାଙ୍କ ଉପରେ ନିହାତି ରାଗିବେ କାରଣ ସେ ତାଙ୍କ କଣ୍ଟେଟ୍ କୁ ନେଇ ଅନେକ କଥା କହିଛନ୍ତି । ମୁକେଶ ଏହା ମଧ୍ୟ କହିଛନ୍ତି ଯେ, ଏକତା ନିଜ ଶୋ’ରେ ମହିଳାମାନଙ୍କୁ ଯେମିତି ଦେଖାନ୍ତି ତାହାକୁ ସେ ଜମା ପସନ୍ଦ କରନ୍ତି ନାହିଁ ।

ମୁକେଶ ଖନ୍ନା ଏହା ମଧ୍ୟ କହିଛନ୍ତି ଯେ, ଏକତା ଭୀଷ୍ମଙ୍କ ଭୂମିକା ପାଇଁ ରୋନିତ୍ ରୟଙ୍କୁ ବାଛିଥିଲେ । ସେମାନେ ସିକ୍ସ ପ୍ୟାକ୍ ଦେଖାଉଥିଲେ । ଦ୍ରୌପଦୀ ଏବଂ ଅନ୍ୟାନ୍ୟ ମହିଳା ଭୂମିକା ପାଇଁ ସେ ଲୋକପ୍ରିୟ ଅଭିନେତ୍ରୀଙ୍କୁ ଚୟନ କରିଥିଲେ । ଭୀଷ୍ମ ଭୂମିକାରେ ଅଭିନୟ କରିବା ପୂର୍ବରୁ ସେ ୧୫ଟି ଫିଲ୍ମ କରିଥିଲେ। ଦାଢି ଓ ନିଶ ସହ ସେ ଅଡିସନ ଦେଇଥିଲେ । ତା’ପରେ ଅଡିସନରେ ସେ ସିଲେକ୍ଟ ହୋଇଥିଲେ । ଏକତା ମହାଭାରତର ସତ୍ୟନାସ କରିଦେଇଥିଲେ ବୋଲି କହିଛନ୍ତି ମୁକେଶ ।

ଏହାପୂର୍ବରୁ ଏକ ସାକ୍ଷାତକାରରେ ମୁକେଶ ଖାନ୍ନା ଶକ୍ତିମ୍ୟାନର ସିକ୍ୱେଲ ବିଷୟରେ କହିଥିଲେ। ସେ କହିଥିଲେ- ଶକ୍ତିମାନର ରିମେକ ପାଇଁ ସେ ଯୋଜନା କରୁଛନ୍ତି ।  କରୋନା ପାଇଁ ସେ ଏହି ବିଷୟରେ ଏବେ ଘୋଷଣା କରୁ ନାହାନ୍ତି । ତେବେ ସେହି କରୋନା ପାଇଁ ଲକଡାଉନ୍ ଯୋଗୁଁ ଶକ୍ତିମାନ ଟିଭିରେ ପୁଣି ଟେଲିକାଷ୍ଟ ହେଉଛି । ଏହା ତାଙ୍କ ପାଇଁ କୌଣସି ଚମତ୍କାରରୁ କମ ନୁହେଁ । ଏହା ସହ ମୁକେଶ କହିଛନ୍ତି ଯେ, ଶକ୍ତିମାନର ନୂଆ ଭର୍ସନ ଏକତା କପୁରଙ୍କ ମହାଭାରତ ଭଳି ହେବ ନାହିଁ  ।