spot_img
Home Blog Page 7267

ଚେନ୍ନାଇରେ କରୋନା ଭାଇରସକୁ ପ୍ରାକୃତିକ ଉପାୟରେ ରୋକିବା ପାଇଁ ହେଉଛି ଚେଷ୍ଟା,ଜାଣନ୍ତୁ କେମିତି

କରୋନା, ସାରା ବିଶ୍ୱରେ ଏହି ରାକ୍ଷସର ଭୟ ଅହରହ ଲାଗିରହିଛି। ସାମାଜିକ ଦୂରତା ହେଉଛି ଏକମାତ୍ର ଉପାୟ ଏହି ଭାଇରସଠୁ ବଞ୍ଚିବା ପାଇଁ। ଯାହାକୁ ନେଇ ପୁରା ଦେଶ ଏବେ ନିଜ ନିଜ ଘରେ ଏକ ପ୍ରକାରର ବନ୍ଦୀ ଜୀବନ ବିତାଉଛନ୍ତି।

ସାରା ଦେଶରେ ସରକାର ବିଭିନ୍ନ ପ୍ରକାରର କଡ଼ା ପଦକ୍ଷେପ ମାନ ନେଇଛନ୍ତି। କରୋନା ଭାଇରସକୁ ଦୂର କରିବା ପାଇଁ ବିଭିନ୍ନ ଅଞ୍ଚଳରେ ସରକାରଙ୍କ ଦ୍ୱାରା ସାନିଟାଇଜର ସ୍ପ୍ରେ କରାଯାଉଛି। କିନ୍ତୁ ଅମିତି କିଛି ସ୍ଥାନ ରହିଛି ଯେଉଁଠି ସରକାରୀ ସାହାଯ୍ୟ କୁ ଅପେକ୍ଷାନକରୀ କିଛି ପ୍ରାକୃତିକ ଉପାୟରେ ସାନିଟାଇଜର ପ୍ରସ୍ତୁତ କରି ଚାରିଆଡେ ପକାଉଛନ୍ତି।

ତାମିଲନାଡୁର ରାଜଧାନୀ ଚେନ୍ନାଇର ଆବାସିକ ଅଞ୍ଚଳର ଲୋକମାନେ ସଂକ୍ରମଣକୁ ରୋକିବା ପାଇଁ ପ୍ରାକୃତିକ ପଦ୍ଧତି ବ୍ୟବହାର କରୁଛନ୍ତି। ଏହି କ୍ରମରେ ଲୋକମାନେ ପାଣିରେ ହଲଦୀ ଏବଂ କିଛି ଚେରମୂଳି ମିଶ୍ରଣ ପ୍ରସ୍ତୁତ କରି ରାସ୍ତାରେ ସ୍ପ୍ରେ କରୁଛନ୍ତି । ଲୋକଙ୍କ କହିବାନୁସାରେ, ଏହା ମାରାତ୍ମକ ଜୀବାଣୁ ସଂକ୍ରମଣକୁ ଦୂର କରିବାର କ୍ଷମତ ରଖେ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗୁରୁବାର ଦିନ ସକାଳ ୧୦:୩୦ ସୁଦ୍ଧା ତାମିଲନାଡୁର ମୋଟ ସଂକ୍ରମଣ ୭୩୮ରେ ପହଞ୍ଚିଛି। ଗତ ବର୍ଷ ଶେଷରେ ଚାଇନାର ୱୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାରତରେ ମୋଟ ୫୦୯୫ ମାମଲା ରହିଛି, ଯେଉଁଥିରେ ୪୭୨ ଜଣ ସୁସ୍ଥ ହୋଇ ୧୬୬ ଜଣଙ୍କର ମୃତ୍ୟୁ ଘଟିଛି।

ଅର୍ଥନୀତି ଅପେକ୍ଷା ଜୀବନ ବଡ଼, ଏପ୍ରିଲ ୩୦ ଯାଏଁ ରାଜ୍ୟରେ ଜାରି ରହିବ ଲକ୍‌ଡାଉନ୍

ଭୁବନେଶ୍ୱର: ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଲକଡାଉନ୍ ଅବଧିକୁ ବଢାଇଛି । ଏପ୍ରିଲ ୧୪ ତାରିଖରେ ସରିବାକୁ ଥିବା ଲକଡାଉନ ଏପ୍ରିଲ ୩୦ ପର୍ଯ୍ୟନ୍ତ ଜାରି ରହିବ । ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତି ନିଆଯାଇଛି । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ସନ୍ଦେଶରେ ଏସଂପର୍କରେ ସୂଚନା ଦେଇଛନ୍ତି । 

ମୁଖ୍ୟମନ୍ତ୍ରୀ ତାଙ୍କ ସନ୍ଦେଶରେ କହିଛନ୍ତି ଯେ, ଗୋଟିଏ ଶତାବ୍ଦୀ ମଧ୍ୟରେ କରୋନା ହେଉଛି ମାନବ ଜାତି ଦେଖିଥିବା ସବୁଠୁ ବଡ଼ ବିପଦ । ଆମେ ଜାଣିଛେ ଯେ, ଜୀବନ ପୂର୍ବଭଳି ନାହିଁ । ସବୁକିଛି ବଦଳି ଯାଇଛି । ତେଣୁ ଆମକୁ ସତର୍କ ରହିବାକୁ ପଡିବ । ଲକ୍ ଡାଉନ୍ ହେଉ କି ସଟ୍ ଡାଉନ୍ ରାଜ୍ୟବାସୀଙ୍କ ସହଯୋଗ ଲାଗି ସେ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଯାଇଛନ୍ତି । ଲୋକଙ୍କ ଜୀବନ ଅର୍ଥନୀତି ଅପେକ୍ଷା ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ ଲକ୍‌ଡାଉନ୍‌ ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Odisha: Here're details of establishments exempted from COVID-19 ...

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଉଦାହରଣ ଦେଇ ଲକ୍‌ଡାଉନ୍‌ର ଆବଶ୍ୟକତା ନେଇ ଲୋକଙ୍କୁ ଅବଗତ କରାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମେରିକାରେ କରୋନା ମାମଲା ୩ହଜାରରୁ ଆସି ୪ ଲକ୍ଷରେ ପହଞ୍ଚିଲାଣି । ୯/୧୧ ଆତଙ୍କୀ ଆକ୍ରମଣ ଠାରୁ ଆରମ୍ଭ କରି ବିଭିନ୍ନ ଯୁଦ୍ଧରେ ଆମେରିକାର ଯେତେ ଲୋକ ପ୍ରାଣବଳୀ ଦେଇଥିଲେ ତା’ଠାରୁ ଅଧିକ ଲୋକ କରୋନାର ଶିକାର ହୋଇଛନ୍ତି ।

What could happen as the coronavirus spreads across America ...

ତଥାପି ଆମେରିକା ସମ୍ପୂର୍ଣ୍ଣ ଭାବେ ଲକ୍‌ଡାଉନ୍ କରିନାହିଁ । ଏହି କଠିନ ପରିସ୍ଥିତିରେ ଆମକୁ ମଣିଷ ଜୀବନ ଏବଂ ଅର୍ଥନୀତି ମଧ୍ୟରେ ନିଷ୍ପତ୍ତି ନେବାକୁ ହେଇଛି । ଏହି କଠିନ ପରିସ୍ଥିତିରେ ମଣିଷ ଜୀବନକୁ ହିଁ ଅଧିକ ଗୁରୁତ୍ୱ ଦେଇ ଆମେ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି  ।

Thai Airways International | Book Flights to Bangkok, Seoul & More

ଏପ୍ରିଲ ୩୦ ଯାଏଁ ଲକ୍‌ଡାଉନ୍‌ ବଳବତ୍ତର ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ ମଧ୍ୟ କରାଯାଇଛି । ଏଥିସହିତ ଏପ୍ରିଲ୩୦ ଯାଏଁ ବିମାନ ସେବା ଓ ରେଳ ଯାତ୍ରା ବନ୍ଦ ରଖିବାକୁ ସୁପାରିସ କରିଛନ୍ତି ରାଜ୍ୟ ସରକାର ।

MGNREGA wages fall below minimum wage in 34 states out of 35 | The ...

କୃଷି କାର୍ଯ୍ୟ ପୂର୍ବ ଭଳି ଜାରି ରହିବ । ଶ୍ରମିକମାନଙ୍କ ସୁବିଧା ପାଇଁ ମନ୍‌ରେଗା କାର୍ଯ୍ୟକ୍ରମ ମଧ୍ୟ ଜାରି ରହିବ । ଅନ୍ୟ ରାଜ୍ୟରେ ଫସିରହିଥିବା ଓଡ଼ିଆ ଶ୍ରମିକଙ୍କ ଦେଖାଶୁଣା ପାଇଁ ସମ୍ପୃକ୍ତ ରାଜ୍ୟମାନଙ୍କୁ ଓଡ଼ିଶା ସରକାର ଅନୁରୋଧ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟରେ ୧ଲକ୍ଷ ରାପିଡ୍ କରୋନା ଟେଷ୍ଟିଂ କରିବା ସରକାର ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

https://www.facebook.com/nandighoshatv/videos/vb.874401445976675/525072251707484/?type=2&theater

 

ଲକ୍‌ଡାଉନ୍‌ ଅବଧିକୁ ବଢ଼ାଇବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ: ଜୁନ୍ ୧୭ ଯାଏଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ଜୁନ୍‌ ୧୭ ଯାଏଁ  ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ । ଏଥିସହିତ  ଲକ୍‌ଡାଉନ୍‌ ଅବଧିକୁ ଆଉ ୧୫ ପାଇଁ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବେ ରାଜ୍ୟ ସରକାର । ବୈଠକରେ ମୋଟ ୯ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ଏଥିମଧ୍ୟରୁ ସ୍ୱାସ୍ଥ୍ୟ ବିଭାଗର ୪ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ସୂଚନା ରହିିଛି । ଏପ୍ରିଲ ୩୦ ଯାଏଁ ଟ୍ରେନ୍ ସେବା ଓ ବିମାନ ସେବା ବନ୍ଦ ରଖିବାକୁ  କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । 

 

ରାମାୟଣ ହେବା ପାଇଁ ଲାଗିଥିଲା ୫୫୦ ଦିନ, ପ୍ରତ୍ୟେକ ଏପିସୋଡରେ ଖର୍ଚ୍ଚ ହୋଇଥିଲା ଏତିକି ଟଙ୍କା…

୩୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ପୌରାଣିକ ଟିଭି ସିରିଏଲ ରାମାୟଣ। ଯାହାକୁ ତିଆରି କରିଥିଲେ ରମାନନ୍ଦ ସାଗର। ଏହି ସିରିଏଲ ଏତେ ମାତ୍ରାରେ ଲୋକଙ୍କ ମନକୁ ଛୁଇଁଥିଲା ଯେ ଲୋକେ ଟିଭି ସାମ୍ନାରେ ବସିରହୁଥିଲେ ଏହା ଦେଖିବାପାଇଁ। ଯଦି ଘରେ ଟିଭି ନାହିଁ ତେବେ ପଡ଼ୋଶୀଙ୍କ ଘରେ ଯାଇ ଭିଡ ଯମାଉଥିଲେ ଏହା ଦେଖିବାପାଇଁ। ଲୋକମାନେ ବାସ୍ତବ ଜୀବନରେ ରାମ ଏବଂ ସୀତାଙ୍କୁ ପୂଜା କରନ୍ତି କିନ୍ତୁ ସେହି ସମୟରେ ରାମାୟଣ ଦେବା ମାତ୍ରେ ଲୋକେ ଟିଭି ସାମ୍ନାରେ ମଧ୍ୟ ପୂଜା କରିବାକୁ ଲାଗିଥିଲେ।ଏପରି ଅଲୌକିକ ଏବଂ ଚମତ୍କାର ପ୍ରଦର୍ଶନ କରି ରମାନନ୍ଦ ସାଗର ସବୁଦିନ ପାଇଁ ଅମର ହୋଇଗଲେ ।

ଆଜି ଲକଡାଉନ୍ ସମୟରେ ଏହି ଐତିହାସିକ ଶୋ ପୁଣିଥରେ ଟେଲିକାଷ୍ଟ କରାଯାଉଛି । କିନ୍ତୁ ଆପଣ କେବେ ଭାବିଛନ୍ତିକି ୮୦ ଦଶକରେ ରାମାୟଣ ପରି ଏକ ଗ୍ରାଣ୍ଡ ସୋ ତିଆରି କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥିବ। ଏହା କରିବା ପାଇଁ ରମାନନ୍ଦ ସାଗରଙ୍କ ପାଇଁ କେତେ କଷ୍ଟ ହେଇଥିବ। ଆଜି ଆମେ ଆପଣଙ୍କୁ ଏସବିଶେଷ ତଥ୍ୟ ଦେବୁ ।

ଚଳଚ୍ଚିତ୍ର ନିର୍ମାଣ କରୁଥିବା ରମାନନ୍ଦ ସାଗର। ହଠାତ୍ ରାମାୟଣ ତିଆରି କରିବାକୁ ଚିନ୍ତା କଲେ । କିନ୍ତୁ ତାଙ୍କ ସ୍ୱପ୍ନର ପ୍ରୋଜେକ୍ଟକୁ ପ୍ରାୟୋଜିତ କରିବାକୁ କେହି ପ୍ରସ୍ତୁତ ନଥିଲେ। ରମାନନ୍ଦ ସାଗର ଏବଂ ତାଙ୍କ ପୁଅ ପାଣ୍ଠି ସଂଗ୍ରହ ପାଇଁ ବହୁତ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସଫଳତା ମିଳି ନଥିଲା।

ପ୍ରେମ ସାଗରଙ୍କ କହିବା ଅନୁଯାୟୀ ତାଙ୍କ ବାପା ତଥାପି ହାର ମାନି ନଥିଲେ। ସେ ନିଜ ଭିତରେ ପୁରା ପ୍ରସ୍ତୁତ ଥିଲେ କି ’ରାମାୟଣ, କୃଷ୍ଣ ଏବଂ ଦୁର୍ଗା’ ସୋ କରିବାପାଇଁ।

ତେବେ ରାମାୟଣକୁ ସମର୍ଥନ ନକରିବାର ମୁଖ୍ୟ କାରଣ ଥିଲାକି ସେତେବେଲବ ଲୋକଙ୍କ ମଧ୍ୟରେ ଏହି ମୁଣ୍ଡ ଏବଂ ମୁକୁଟର ଚିନ୍ତାଧାରା କାମ କରିବନି ବୋଲି। ଏହି ସମୟରେ, ରମାନନ୍ଦ ସାଗର ୧୯୮୬ ରେ ବିକ୍ରମ ଏବଂ ବେତାଲ ସୋ କରିଥିଲେ। ଏହି ସୋ ଏକ ଜବରଦସ୍ତ ହିଟ୍ ହୋଇଗଲା ।
ବିକ୍ରମ ଏବଂ ବେତାଲ ହିଟ୍ ହେବା ପରେ ରମାନନ୍ଦ ସାଗରଙ୍କ କମ୍ପାନୀ ରାମାୟଣ ପାଇଁ ପ୍ରାୟୋଜକ ପାଇବା ଆରମ୍ଭ କଲା । ପ୍ରେମ ସାଗରଙ୍କ ଅନୁଯାୟୀ ବିକ୍ରମ ବେତାଲର ଏକ ଏପିସୋଡରେ ୧ ଲକ୍ଷରୁ ନିର୍ମିତ ହୋଇଥିଲା। କିନ୍ତୁ ରାମାୟଣର ପ୍ରତ୍ୟେକ ଏପିସୋଡ୍ ତିଆରି କରିବାରେ ପ୍ରାୟ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ।


ସେହି ସମୟରେ ୧ ଏପିସୋଡ ପିଛା ୯ ଲକ୍ଷ ଖର୍ଚ୍ଚ କରିବା ଏକ ବଡ଼ କଥା ଥିଲା । ରାମାୟଣକୁ ସେହି ସମୟର ସବୁଠାରୁ ମହଙ୍ଗା ଶୋ ମଧ୍ୟ କୁହାଯାଉଥିଲା।

ଲିମକା ବୁକ୍ ଅଫ୍ ରେକର୍ଡସ ୨୦୦୩ ତଥ୍ୟ ଅନୁଯାୟୀ, ରାମାୟଣର ପ୍ରଥମ ଟେଲିକାଷ୍ଟକୁ ୪୦ ମିଲିଅନ ଲୋକ ଦେଖିଥିଲେ। ୫୫ ଟି ଦେଶରେ ରାମାୟଣ ଟେଲିକାଷ୍ଟ ହୋଇଥିଲା। ବିବିସି ଅନୁଯାୟୀ, ଏହି ସୋକୁ ସାରା ବିଶ୍ୱରେ ୬୫୦ ମିଲିଅନରୁ ଅଧିକ ଲୋକ ଦେଖିଥିଲେ। ଏହା ସହିତ ରାମାୟଣ ଦୁନିଆର ସବୁଠୁ ଅଧିକ ଦେଖାଯାଉଥିବା ସୋ ହୋଇପାରିଥିଲା ।

ରାମାୟଣର ସଫଳତାକୁ ଲକ୍ଷ କରି ଏହାକୁ ୩ ଥର ବୃଦ୍ଧି କରାଯାଇଥିବାର ଆକଳନ କରାଯାଇଛି । ଗୁଜୁରାଟର ଅମ୍ବରଗାଓଁରେ ଏହାର ପୁରା ସୁଟିଂ ହୋଇଥିଲା।

ଲକଡାଉନ୍ ପାଇଁ ମେଡିସିନ୍ ମିଳୁନି କି ? ଅନଲାଇନରେ ବୁକିଂ କରନ୍ତୁ, ଘରେ ପହଂଚିବ ମେଡିସିନ୍

ଭୁବନେଶ୍ୱର: ରାଜଧାନୀବାସୀ ଘରେ ବସି ଅର୍ଡର କରିପାରିବେ ମେଡିସିନ୍‌। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ରାଜଧାନୀରେ ୧୨୧ଟି ନୂଆ ଔଷଧ ଦୋକାନ ଚିହ୍ନଟ କରାଯାଇଛି । ଅନ୍‌ଲାଇନ୍‌ରେ ବୁକିଂ କଲେ ଔଷଧ ଘରେ ପହଞ୍ଚିବ । ପ୍ରତି ଥାନା ଅଧୀନରେ ଅତିକମ୍‌ରେ ୬ଟି ଔଷଧ ଦୋକାନ ସାମିଲ କରାଯାଇଛି । ଆଜିଠୁ ଏହି ସୁବିଧା ମିଳିବା ନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଲକ୍‌ଡାଉନ୍‌ ସମୟରେ ଔଷଧ ପାଇଁ ଲୋକେ ଅନେକ ସମୟରେ ହଇରାଣ ହେଉଛନ୍ତି । ତେଣୁ ବିଏମ୍‌ସି ପକ୍ଷରୁ ଅନ୍‌ଲାଇନ୍‌ ଅର୍ଡର ମାଧ୍ୟମରେ ଲୋକଙ୍କ ପାଖରେ ଔଷଧ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି । ସେପଟେ ଭୁବନେଶ୍ୱରରେ ୪୪ଟି ଅସ୍ଥାୟୀ ମାର୍କେଟ୍‌ ଖୋଲାଯାଇଛି । ସକାଳ ୬ଟାରୁ ଦିନ ୧୧ ପର୍ଯ୍ୟନ୍ତ ମାର୍କେଟ୍‌ ଖୋଲା ରହିବ । କିଣାକିଣି ବେଳେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ କୁହାଯାଇଛି। ସେହିପରି ବିଏମ୍‌ସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବସ୍‌ ଷ୍ଟପ୍‌ରେ ଶହେଟି ଅସ୍ଥାୟୀ ଭେଣ୍ଡିଂ ସେଣ୍ଟର ରଖାଯାଇଛି । ସେଠାରେ ସକାଳ ୭ରୁ ୧୦ ଓ ଅପରାହ୍ନ ୪ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ବିକ୍ରି କରାଯିବ । ସେହିପରି ଲୋକଙ୍କ ଲକ୍‌ଡାଉନ୍‌ ସମୟରେ ଲୋକଙ୍କ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ବିଏମ୍‌ସି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ହ୍ଵାଟ୍‌ସ ଆପ୍‌ରେ ମେସେଜ୍‌ କଲେ ଲୋକଙ୍କ ଘରେ ସାମଗ୍ରୀ ପହଞ୍ଚି ପାରିବ ।

ବିଶ୍ୱରେ କରୋନା କହର । ଆମେରିକାରେ ଗୋଟିଏ ଦିନରେ ୨ହଜାର ମୃତ, କେବଳ ନ୍ୟୁୟର୍କରେ ଗଲା ୭ଶହରୁ ଅଧିକ ଜୀବନ । ଇଟାଲୀ, ଫ୍ରାନ୍ସ, ସ୍ପେନ୍‌ରେ ବି ସ୍ଥିତି ସଂଗୀନ । ଲକ୍ଷେ ଟପିଲା ସଂକ୍ରମିତ ସଂଖ୍ୟା ।

ବିଶ୍ୱରେ କରୋନା କହର । ଆମେରିକାରେ ଗୋଟିଏ ଦିନରେ ୨ହଜାର ମୃତ, କେବଳ ନ୍ୟୁୟର୍କରେ ଗଲା ୭ଶହରୁ ଅଧିକ ଜୀବନ । ଇଟାଲୀ, ଫ୍ରାନ୍‌ସ, ସ୍ପେନ୍‌ରେ ବି ସ୍ଥିତି ସଂଗୀନ । ଲକ୍ଷେ ଟପିଲା ସଂକ୍ରମିତ ସଂଖ୍ୟା ।

ଦେଶରେ କରୋନା ସ୍ଥିତି ସାଂଘାତିକ, ୫ ହଜାର ୯ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, କେବଳ ମହାରାଷ୍ଟ୍ରରେ ୧୧ ଶହ ପାର୍ । ତାମିଲନାଡୁ, ଦିଲ୍ଲୀରେ ସ୍ଥିତି ଅଣାୟତ୍ତ, ୨୪ ଘଣ୍ଟାରେ ଆସିଲା ୭ଶହରୁ ଅଧିକ ନୂଆ ମାମଲା ।

ଦେଶରେ କରୋନା ସ୍ଥିତି ସାଂଘାତିକ, ୫ ହଜାର ୯ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, କେବଳ ମହାରାଷ୍ଟ୍ରରେ ୧୧ ଶହ ପାର୍‌ । ତାମିଲନାଡୁ, ଦିଲ୍ଲୀରେ ସ୍ଥିତି ଅଣାୟତ୍ତ, ୨୪ ଘଣ୍ଟାରେ ଆସିଲା ୭ଶହରୁ ଅଧିକ ନୂଆ ମାମଲା ।

ଲକ୍ ଡାଉନ୍ ବେଳେ ଅନଲାଇନରେ ଅର୍ଡର କଲେ ଘରେ ପହଞ୍ଚିବ ଔଷଧ । ବିଏମ୍‌ସି ପକ୍ଷରୁ ଭୁବନେଶ୍ୱରରେ ୧୨୧ଦୋକାନ ଚିହ୍ନଟ । ସେପଟେ ଖୋଲିଛି ୪୪ଟି ଅସ୍ଥାୟୀ ମାର୍କେଟ୍, କିଣାକିଣି ବେଳେ ସାମାଜିକ ଦୂରତାକୁ ଗୁରୁତ୍ୱ ।

ଲକ୍‌ ଡାଉନ୍‌ ବେଳେ ଅନଲାଇନରେ ଅର୍ଡର କଲେ ଘରେ ପହଞ୍ଚିବ ଔଷଧ । ବିଏମ୍‌ସି ପକ୍ଷରୁ ଭୁବନେଶ୍ୱରରେ ୧୨୧ଦୋକାନ ଚିହ୍ନଟ । ସେପଟେ ଖୋଲିଛି ୪୪ଟି ଅସ୍ଥାୟୀ ମାର୍କେଟ୍‌, କିଣାକିଣି ବେଳେ ସାମାଜିକ ଦୂରତାକୁ ଗୁରୁତ୍ୱ ।

ମାସ୍କ ବିନା ଘରୁ ବାହାରିବା ମନା । କରୋନା ସଂକ୍ରମଣ ରୋକିବାକୁ ଆଜିଠୁ ନିୟମ କଡ଼ାକଡ଼ି । ସେପଟେ ଗଞ୍ଜାମ ଜିଲ୍ଲାରେ ମାସ୍କ ନିପନ୍ଧିଲେ ମିଳିବନି ରାସନ କି ପରିବା । ଟ୍ୱିଟ୍ କରି ସୂଚନା ଦେଲେ ଜିଲ୍ଲାପାଳ ।

ମାସ୍କ ବିନା ଘରୁ ବାହାରିବା ମନା । କରୋନା ସଂକ୍ରମଣ ରୋକିବାକୁ ଆଜିଠୁ ନିୟମ କଡ଼ାକଡ଼ି । ସେପଟେ ଗଞ୍ଜାମ ଜିଲ୍ଲାରେ ମାସ୍କ ନିପନ୍ଧିଲେ ମିଳିବନି ରାସନ କି ପରିବା । ଟ୍ୱିଟ୍‌ କରି ସୂଚନା ଦେଲେ ଜିଲ୍ଲାପାଳ ।

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍‌ସିଂରେ ଆଲୋଚନା । ବିଧାୟକଙ୍କ ହାତପାଣ୍ଠି ୨ବର୍ଷ ସ୍ଥଗିତ ରଖିବାକୁ ହୋଇପାରେ ନିଷ୍ପତ୍ତି । କରୋନା ମୁକାବିଲା ନେଇ ଚର୍ଚ୍ଚା ।

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍‌ସିଂରେ ଆଲୋଚନା । ବିଧାୟକଙ୍କ ହାତପାଣ୍ଠି ୨ବର୍ଷ ସ୍ଥଗିତ ରଖିବାକୁ ହୋଇପାରେ ନିଷ୍ପତ୍ତି । କରୋନା ମୁକାବିଲା ନେଇ ଚର୍ଚ୍ଚା ।