ଭୁବନେଶ୍ୱର: କେନ୍ଦ୍ରର ବଜେଟ ଉପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷି ଉଡାନ, କୃଷି ରେଳ, କୁସୁମ ଯୋଜନା, ଆୟକରରେ ପରିବର୍ତ୍ତନ ଏବଂ ଶିକ୍ଷା କ୍ଷେତ୍ରରେ ନିଆଯାଇଥିବା ନିଷ୍ପତିକୁ ନବୀନ ସ୍ୱାଗତ କରିଥିବା ବେଳେ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାକୁ ଅବହେଳା କରାଯାଇଥିବା ସେ କହିଛନ୍ତି ।
ସାଧାରଣ ବସ ଭଡ଼ା ସହ କମିଲା ଏକ୍ସପ୍ରେସ, ଡିଲକ୍ସ ଓ ସୁପର ଡିଲକ୍ସ ବସ ଭଡ଼ା
ଭୁବନେଶ୍ୱର: ଯାତ୍ରୀଙ୍କ ପାଇଁ ଖୁସି ଖବର । ସାଧାରଣ ବସ ଭଡ଼ା କିଲୋମିଟର ପିଛା ୭୦ ପଇସାରୁ ୬୯ ପଇସା ହୋଇଛି । ସେହିପରି ଏକ୍ସପ୍ରେସ ବସ ଭଡ଼ା ୭୩ ପଇସାରୁ ଏକ ପଇସା କମି ୭୨ ପଇସା ହୋଇଛି ।
ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା ୧ ଟଙ୍କା ୧ ପଇସାରୁ କମି ୯୯ ପଇସା ହୋଇଛି । ସୁପର ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା ୧ ଟଙ୍କା ୨୩ ପଇସାରୁ କମି ୧ଟଙ୍କା ୨୧ ପଇସା ହୋଇଛି । ତେବେ ତେଲ ଦର ହ୍ର।ସ ପରେ କମିଛି ବସ ଭଡ଼ା ।
ଭାରତରେ ସରକାରୀ ଚାକିରିର ଲୋଭ ଦେଖାଯାଉଥିଲା ଆଉ ତାପରେ…
ଭୁବନେଶ୍ୱର: ରାଜଧାନୀରେ ଖୋଲୁଛି ବାଂଲାଦେଶୀ ସେକ୍ସ ରାକେଟର ଗୁମର । ଦେହ ଦଲାଲ ଦିଦି ଓ ଇବ୍ରାହିମଙ୍କ ଠାରୁ ଦୁଇ ଦିନିଆ ରିମାଣ୍ଡରେ ଏସଟିଏଫକୁ ମିଳିଛ ବଡ ଲିଡ୍ । ସେହି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଆଧାର କରି ବାଂଲାଦେଶରୁ ଓଡିଶା କିଭଳି ଆସୁଥିଲେ, କିଭଳି ଚାଲିଥିଲା ଦେହ ବ୍ୟବସାୟ, ତାକୁ ନେଇ ଖୋଳତାଡ କରୁଛି ଏସଟିଏଫ ।
ସେକ୍ସ ସିଣ୍ଡକେଟର ହବ୍ ଥିଲା ବାଂଲାଦେଶ । ମୋବାଇଲ ଫୋନ, ସେକ୍ସ ୱେବସାଇଟ ଓ ହ୍ଵାଟସଆପରେ ହେଉଛି ଦେହର ସଉଦା । ଦେହ ଦଲାଲ ଦିଦି ଓ ଇବ୍ରାହିମଙ୍କ ଠାରୁ ଦୁଇ ଦିନିଆ ରିମାଣ୍ଡରେ ଏସଟିଏଫକୁ ମିଳିଛ ଭାଇଟାଲ କ୍ଲୁ । ବାଂଲାଦେଶରୁ ଭାରତକୁ ଯୁବତୀ ଚାଲାଣ ପଛରେ ଅଛି ଦିଦିର ବଡ ଭଉଣୀ । ବାଂଲାଦେଶର ଦେହ, ଭୁବନେଶ୍ୱରରେ ବେପାର । ବାଂଲାଦେଶୀରୁ ଯୁବତୀ ଚାଲାଣର ଥିଲା ସିକ୍ରେଟ ରୁଟ୍ । ବାଂଲାଦେଶୀର ଜୈଶର ଜିଲ୍ଲା ବେନାପୁଲ ବର୍ଡର ଦେଇ ଭାରତକୁ ଏଣ୍ଟ୍ରି କରାଉଥିଲେ ଦଲାଲ । ବାଂଲାଦେଶୀରୁ ଓଡିଶା ଯାଏଁ ସବୁଠି ଥିଲେ ପୁଞ୍ଜା ପୁଞ୍ଜା ଏଜେଣ୍ଟ । ବାଂଲାଦେଶୀରୁ ଯୁବତୀ ପାର ପାଇଁ ମୋଟା ଅଙ୍କର କମିଶନ ନେଉଥିଲେ ଏଜେଣ୍ଟ ।
ଭାରତରେ ସରକାରୀ ଚାକିରୀ ଲୋଭ ଦେଖାଇ ଦଲାଲ ଆଣୁଛନ୍ତି ଯୁବତୀ । ଭୁବନେଶ୍ୱରରେ ବାଂଲାଦେଶୀ ସେକ୍ସ ରାକେଟ ଲିଙ୍କରେ ଧରା ପଡିଥିବା ୭ ଯୁବତୀ ଫେକ୍ ଆଧାର କାର୍ଡରେ ଭୁବନେଶ୍ୱର ଆସିଥିଲେ । ଫେକ୍ ଆଧାର କାର୍ଡ ପିପିଲି ଅଞ୍ଚଳର ୫ରୁ ଅଧିକ ଯୁବକ ତିଆରି କରୁଥିଲେ । ଆଧାର କାର୍ଡ ବାବାଦରେ ଖୋଳତାଡ ପାଇଁ ହାଇଦ୍ରାବାଦକୁ ଏସଟିଏଫ ଚିଠି ଲେଖିଥିବା ଜଣା ପଡିଛି । ଅନ୍ୟପଟେ ଉଦ୍ଧାର ହୋଇଥିବା ବଙ୍ଗୀୟ ଯୁବତୀମାନଙ୍କୁ ଜେରା କରିଛି ଏସଟିଏଫ । ବାଂଲାଦେଶୀରୁ କେବଳ ଭୁବନେଶ୍ୱରର ନୁହେଁ ମୁମ୍ବାଇ, ପୁନେ ଓ ବାଙ୍ଗାଲୋରକୁ ଦେହ ବ୍ୟବସାୟ ପାଇଁ ଯୁବତୀ ହେଉଥିଲା ଚାଲାଣ । ଦିଦି ଭଳି ଆହୁରି ୫ରୁ ଅଧିକ ଦଲାଲ ଭୁବନେଶ୍ୱରରେ ସକ୍ରିୟ ଅଛନ୍ତି । ଅନ୍ୟପଟେ ଦେହ ଦଲାଲ ଦିଦି ଓ ଇବ୍ରାହିମ ମୁହଁ ଖୋଲିଛନ୍ତି । ସେମାନଙ୍କୁ ଉମାକାନ୍ତ ଫସେଇ ଦେଇଥିବା କଥା କହିଛି ଇବ୍ରାହିମ । ଅନ୍ୟପଟେ ଉମା ଓରଫ ସମ୍ବିତ ଓରଫ ପୁଅକୁ ଜେରା କରୁଛି ଏସଟିଏଫ ।
ଗଞ୍ଜେଇ ବେପାରରେ ଭାଇ-ଭଉଣୀ
ଭୁବନେଶ୍ୱର: ଗଞ୍ଜେଇ କାରବାରରେ ଭାଇ ଭଉଣୀ। ବିକ୍ରି କରିବା ପୂର୍ବରୁ ମାଡି ବସିଲା ଖଣ୍ଡଗିରି ପୋଲିସ । ଫୁଲବାଣୀରୁ ଭୁବନେଶ୍ୱର ଆଣୁଥିବା ବେଳେ ଖଣ୍ଡଗିରି ଅଞ୍ଚଳରୁ ଦୁଇ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ସେମାନଙ୍କ ଠାରୁ ୫୨ କେଜି ଗଞ୍ଜେଇ ଓ ଚାରି ଚକିଆ ଜବତ କରିଛି ପୋଲିସ । ୫୨ କେଜି ଗଞ୍ଜେଇର ମୂଲ୍ୟ ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ । ଦୁଇ ଜଣଙ୍କର ଘର ଫୁଲବାଣୀ ହୋଇଥିବା ବେଳେ, ଦୁଇ ଜଣଙ୍କର ଶିକ୍ଷାଗତ ଯୋଗ୍ୟାତ +୨ । କେବେ ଠାରୁ କାରବାର କରୁଥିଲେ ସେ ନେଇ ଖୋଳତାଡ କରୁଛି ପୋଲିସ ।
କରୋନା ଭାଇରସ୍କୁ ନେଇ ପାରାଦୀପ ବନ୍ଦରରେ ହାଇ ଆଲର୍ଟ
ପାରାଦୀପ: କରୋନା ଭାଇରସ୍ ନେଇ ପାରାଦୀପ ବନ୍ଦରରେ ହାଇ ଆଲର୍ଟ । ଗତ ତିନି ଦିନ ମଧ୍ୟରେ ବନ୍ଦରକୁ ଚୀନ, ହଂକଂ ଓ ସିଙ୍ଗାପୁରରୁ ୭ଟି ଜାହାଜ ଆସିଛି । ଜାହାଜଗୁଡ଼ିକୁ ଏପର୍ଯ୍ୟନ୍ତ ବନ୍ଦରର ବର୍ଥକୁ ଛଡ଼ାଯାଇନାହିଁ ।

ବନ୍ଦର ପ୍ରଶାସନ ପକ୍ଷରୁ ଜାହାଜଗୁଡ଼ିକ ଉପରେ ରୋକ ଲଗାଯାଇଛି । ଏହାସହ କରୋନା ପାଇଁ ସ୍ୱତନ୍ତ୍ର ଓ୍ୱାର୍ଡ଼ ଖୋଲାଯାଇ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା କରାଯାଇଛି । ଜାହାଜରେ ଥିବା କର୍ମଚାରୀମାନଙ୍କ ଉପରେ କଡ଼ା ନଜର ରଖାଯାଇଛି ।

ସମସ୍ତଙ୍କ ରକ୍ତ ଓ କଫ ସଂଗ୍ରହ କରାଯାଇ ପରୀକ୍ଷା କରାଯିବାର ବ୍ୟବସ୍ଥା କରାଯାଉଛି । କର୍ମଚାରୀମାନଙ୍କ ତନ୍ନ ତନ୍ନ ପରୀକ୍ଷା କରାଯିବା ପରେ ବନ୍ଦର ମଧ୍ୟକୁ ପ୍ରବେଶ ଅନୁମତି ଦିଆଯାଉଛି । ସେହିଭଳି ଅନ୍ୟ ଜାହାଜଗୁଡ଼ିକରେ ଆସୁଥିବା କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଏବଂ ବନ୍ଦରର ୪ନମ୍ବର ଗେଟ୍ରେ ଲାଗିଥିବା ସ୍କାନର ଦ୍ଵାରା ଭଲଭାବେ ଯାଞ୍ଚ କରାଯାଉଛି ।

ନିର୍ମଳାଙ୍କ ବଜେଟରେ ସେନାକୁ ମିଳିଲା ବଡ଼ ଅନୁଦାନ
ନୂଆଦିଲ୍ଲୀ: ଆହୁରି ଶସକ୍ତ ହେବ ସେନା । ବଜେଟରେ ମିଳିଲା ବଡ଼ ଅନୁଦାନ । ସେନାର ଆଧୁନିକୀକରଣ ସହ ନୂତନ ଅସ୍ତ୍ରଶସ୍ତ୍ର ପାଇଁ ବଜେଟରେ ବ୍ୟୟବରାଦ ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିରକ୍ଷା ବିଭାଗକୁ ବଡ଼ ଭେଟି ଦେଇଛନ୍ତି ।
ଗତବର୍ଷ ବଜେଟ୍ ଅପେକ୍ଷା ଚଳିତଥର ପ୍ରତିରକ୍ଷା ବିଭାଗକୁ ଅଧିକ ଅନୁଦାନ ମିଳିଛି । ଚଳିତଥର ପ୍ରତିରକ୍ଷା ବିଭାଗକୁ ୧ ଲକ୍ଷ ୧୦ ହଜାର ୭୩୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଗତବର୍ଷ ବଜେଟ୍ ତୁଳନାରେ ୧୦ ହଜାର ୩୪୦ କୋଟି ଟଙ୍କା ଅଧିକ ଘୋଷଣା ହୋଇଛି ।
ସେହିପରି ପ୍ରତିରକ୍ଷା ପେନସନ ବଜେଟରେ ଅଭିବୃଦ୍ଧି କରାଯାଇଛି । ପେନସନ ପାଇଁ ୧.୩୩ ଲକ୍ଷ କୋଟି ବ୍ୟୟ ବରାଦ ହୋଇଛି । ଗତବର୍ଷ ପ୍ରତିରକ୍ଷା ପେନସନ ପାଇଁ ୧.୧୭ ଲକ୍ଷ କୋଟି ମିଳିଥିଲା । ପ୍ରତିରକ୍ଷା ବିଭାଗ ପାଇଁ ହୋଇଥିବା ବର୍ଦ୍ଧିତ ବ୍ୟୟବରାଦ ଠାରୁ ପେନସନ୍ ବ୍ୟୟବରାଦ ଅଧିକ ବୃଦ୍ଧି ହୋଇଛି ।
ନୂଆଦିଲ୍ଲୀ: ଡିଫେନ୍ସ ପେନସନ ବଜେଟରେ ଅଭିବୃଦ୍ଧି । ପେନସନ ପାଇଁ ୧.୩୩ ଲକ୍ଷ କୋଟି ବ୍ୟୟ ବରାଦ । ଗତବର୍ଷ ମିଳିଥିଲା ୧.୧୭ ଲକ୍ଷ କୋଟି । ପ୍ରତିରକ୍ଷା ବିଭାଗ ପାଇଁ ହୋଇଥିବା ବର୍ଦ୍ଧିତ ବ୍ୟୟବରାଦ ଠାରୁ ଏହା ଅଧିକ ।
ନୂଆଦିଲ୍ଲୀ: ଡିଫେନ୍ସ ପେନସନ ବଜେଟରେ ଅଭିବୃଦ୍ଧି । ପେନସନ ପାଇଁ ୧.୩୩ ଲକ୍ଷ କୋଟି ବ୍ୟୟ ବରାଦ । ଗତବର୍ଷ ମିଳିଥିଲା ୧.୧୭ ଲକ୍ଷ କୋଟି । ପ୍ରତିରକ୍ଷା ବିଭାଗ ପାଇଁ ହୋଇଥିବା ବର୍ଦ୍ଧିତ ବ୍ୟୟବରାଦ ଠାରୁ ଏହା ଅଧିକ ।
ନୂଆଦିଲ୍ଲୀ: ସେନାର ଆଧୁନିକୀକରଣ ଓ ଅସ୍ତ୍ରଶସ୍ତ୍ର ପାଇଁ ୧ ଲକ୍ଷ ୧୦ ହଜାର ୭୩୪ କୋଟି ଟଙ୍କାର ବ୍ୟୟବରାଦ । ଗତବର୍ଷ ବଜେଟ୍ ତୁଳନାରେ ୧୦ ହଜାର ୩୪୦ କୋଟି ଟଙ୍କା ଅଧିକ ଘୋଷଣା ।
ନୂଆଦିଲ୍ଲୀ: ସେନାର ଆଧୁନିକୀକରଣ ଓ ଅସ୍ତ୍ରଶସ୍ତ୍ର ପାଇଁ ୧ ଲକ୍ଷ ୧୦ ହଜାର ୭୩୪ କୋଟି ଟଙ୍କାର ବ୍ୟୟବରାଦ । ଗତବର୍ଷ ବଜେଟ୍ ତୁଳନାରେ ୧୦ ହଜାର ୩୪୦ କୋଟି ଟଙ୍କା ଅଧିକ ଘୋଷଣା ।
ଇତିହାସର ଲମ୍ବା ବଜେଟରେ ଯୋଜନା ଶୂନ୍: ରାହୁଲ ଗାନ୍ଧି
ନୂଆଦିଲ୍ଲୀ: ବଜେଟକୁ ନୈରାଶଜନକ କହିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ଦେଶରେ ବେରୋଜଗାରୀ, ବେକାରୀ ସ୍ଥିତି ଉଦବେଗଜନକ ରହିଛି । ବଜେଟରେ ରୋଜଗାର ସୃଷ୍ଟି ପାଇଁ କୌଣସି ଯୋଜନା ନାହିଁ । ସବୁ କଥା ବଢେଇ କୁହନ୍ତି, ଲୋକ ଦେଖାଣିଆ । କିଛି ଘଟୁନାହିଁ ବୋଲି ରାହୁଲ କହିଛନ୍ତି ।
ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟ୍ ଲମ୍ବା ହୋଇ ଥାଇପାରେ । କିନ୍ତୁ, ବଜେଟ୍ ଭାଷଣରେ ସେମିତି କିଛି ଚମକ ନାହିଁ । ସରକାର ବାସ୍ତବତା ଉପରେ ଧ୍ୟାନ ନ ଦେଇ ସ୍ୱପ୍ନରେ ଉଡ଼ୁଥିବା ରାହୁଲ ଗାନ୍ଧି କହିଛନ୍ତି ।
ବ୍ୟକ୍ତିଗତ ଟିକସ୍ ଉପରେ ରିହାତି: ଏଣିକି ୫ଲକ୍ଷ ପର୍ଯ୍ୟନ୍ତ ଆୟକାରୀଙ୍କୁ ଦେବାକୁ ପଡ଼ିବନି ଟ୍ୟାକ୍ସ
ନୂଆଦିଲ୍ଲୀ: ବ୍ୟକ୍ତିଗତ ଟିକସ ଉପରେ ରିହାତି ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଇନକମ୍ ଟ୍ୟାକ୍ସ ସ୍ଳାବ୍ରେ କରାଯାଇଛି ପରିବର୍ତ୍ତନ । ଏଣିକି ୫ଲକ୍ଷ ପର୍ଯ୍ୟନ୍ତ ଆୟକାରୀଙ୍କୁ ଦେବାକୁ ପଡ଼ିବନି ଟ୍ୟାକ୍ସ । ୫ଲକ୍ଷରୁ ୭.୫ଲକ୍ଷ ଆୟକାରୀଙ୍କୁ ଦେବାକୁ ପଡ଼ିବ ୧୦% ଟ୍ୟକ୍ସ । ପୂର୍ବରୁ ୨୦%ର ଟ୍ୟାକ୍ସ ଦେବାକୁ ପଡ଼ୁଥିଲା । ୭.୫ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟକାରୀଙ୍କୁ ୧୫% ଟ୍ୟାକ୍ସ ଦେବାକୁ ପଡ଼ିବ । ୧୦ଲକ୍ଷରୁ ୧୨.୫ ଲକ୍ଷ ଆୟକାରୀଙ୍କୁ ୨୦% ଟ୍ୟାକ୍ସ ଦେବାକୁ ପଡ଼ିବ । ପୂର୍ବରୁ ୩୦% ଟ୍ୟାକ୍ସ ଦେବାକୁ ପଡ଼ୁଥିଲା ।

