spot_img
Home Blog Page 7279

ଜଗତସିଂହପୁରରେ ଏକାଥରକେ ୪, କେନ୍ଦ୍ରାପଡ଼ାରେ ଜଣେ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ଜଗତସିଂହପୁରକୁ ବ୍ୟାପିଲା କରୋନା । ଏକାଥରକେ ୪ ଜଣଙ୍କ ସ୍ୱାବ୍‌ ରିପୋର୍ଟ ଆସିଲା ପଜିଟିଭ୍‌ । ଏନେଇ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ସ୍ୱାବ୍‌ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଥିଲା । ୪ ଜଣ ଆକ୍ରାନ୍ତଙ୍କ ମଧ୍ୟ ୩ ଜଣ ଗୋଟଏ ପରିବାରର ବୋଲି ଜଣାପଡ଼ିଛି । ତେବେ ୪ ଜଣ ଆକ୍ରାନ୍ତ ସୁରଟ ଫେରନ୍ତା ବୋଲି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେମାନଙ୍କୁ କ୍ୱରେଣ୍ଟାଇନ୍‌ରେ ରଖାଯାଇଛି । ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୪ ଜଣ ଯୁବକଙ୍କ ବୟସ ୨୬, ୩୨, ୩୦ ଓ ୪୭ ବର୍ଷ । ଜଗତସିଂହପୁରକୁ ମିଶାଇ ଏବେ ରାଜ୍ୟରେ ୧୭ଟି ଜିଲ୍ଲାକୁ କରୋନା ସଂକ୍ରମିତ ହୋଇସାରିଛି ।

ଅନ୍ୟପଟେ କେନ୍ଦ୍ରାପଡ଼ାରେ ମଧ୍ୟ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଆକ୍ରାନ୍ତ ଜଣକ ହେଉଛନ୍ତି ଜଣେ ୬୦ ବର୍ଷ ବୟସର ବୃଦ୍ଧ । ସେ କୋଲକାତା ଫେରାନ୍ତା ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ କେନ୍ଦ୍ରାପଡ଼ାରେ ଦୁଇ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ କେନ୍ଦ୍ରାପଡ଼ାରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ।

ରାଜ୍ୟର କରୋନା ଗ୍ରାଫ୍, ଜାଣନ୍ତୁ କେଉଁ ବର୍ଗ ହେଉଛନ୍ତି ଅଧିକ ସଂକ୍ରମିତ…

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୫କୁ ବୃଦ୍ଧି ପାଇଛି । ସର୍ବାଧିକ ୫୫ ଜଣ ଆକ୍ରାନ୍ତ ଯାଜପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟରେ ୪୭ ଆକ୍ରାନ୍ତଙ୍କ ସହ ରହିଛି ଖୋର୍ଦ୍ଧା ଜିଲ୍ଲା । ୨୫ ଆକ୍ରାନ୍ତଙ୍କ ସହ ତୃତୀୟରେ ବାଲେଶ୍ୱର ଥିବାବେଳେ ୨୧ ଆକ୍ରାନ୍ତଙ୍କ ସହ ଚତୁର୍ଥରେ ରହିଛି ଭଦ୍ରକ ଜିଲ୍ଲା । ସେହିଭଳି ୧୨ ଆକ୍ରାନ୍ତଙ୍କ ସହ ପଞ୍ଚମ ସ୍ଥାନରେ ରହିଛି ସୁନ୍ଦରଗଡ଼ ।ରାଜ୍ୟରେ ମୋଟ୍ ୧୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୧୩୫ ଜଣ ପୁରୁଷ ରହିଥିବା ବେଳେ ୫୦ ଜଣ ମହିଳା ଅଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଶତକଡ଼ା ୭୩ ପ୍ରତିଶତ ପୁରୁଷ ଥିବାବେଳେ ୨୭ ପ୍ରତିଶତ ମହିଳା ରହିଛନ୍ତି ।

ସେହିଭଳି ଆକ୍ରାନ୍ତଙ୍କ ମଧ୍ୟରେ ଡେଞ୍ଜର ଜୋନରେ ଅଛନ୍ତି ଯୁବବର୍ଗ । ରାଜ୍ୟର ମୋଟ ସଂକ୍ରମିତଙ୍କ ଅଧା ହେଉଛନ୍ତି ଏହି ବର୍ଗର । ୪୯.୨ ପ୍ରତିଶତ ସଂକ୍ରମିତ ୧୫ରୁ ୪୦ ବର୍ଷୀୟ । ୩୧.୯ ପ୍ରତିଶତ ସଂକ୍ରମିତଙ୍କ ବୟସ ୪୧ରୁ ୬୦ ବର୍ଷ । ୧୧.୯ ପ୍ରତିଶତ ସଂକ୍ରମିତଙ୍କ ବୟସ ୬୦ ବର୍ଷରୁ ଅଧିକ । ସେହିଭଳି ୭ ପ୍ରତିଶତ ସଂକ୍ରମିତଙ୍କ ବୟସ ଜନ୍ମରୁ ୧୪ ବର୍ଷ ।

ଜଗତସିଂହପୁର ଜିଲ୍ଲାରେ ଜାରି ହେଲା କର୍ଫ୍ୟୁ, ଘରୁ ବାହାରିଲେ କାର୍ଯ୍ୟାନୁଷ୍ଠାନ

କରୋନା ଖାତା ଖୋଲିଲା ଜଗତସିଂହପୁର, ଦିନକରେ ୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟର ୧୭ ଜିଲ୍ଲାକୁ କରୋନା ଛୁଇଁଛି । ଜଣେ ବି ସଂକ୍ରମିତ ଚିହ୍ନଟ ହୋଇନଥିବା ଜଗତସିଂହପୁରରୁ ଆଜି ଗୋଟିଏ ଦିନରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ, ଆକ୍ରାନ୍ତମାନଙ୍କ ବିଷୟରେ ସବିଶେଷ ତଥ୍ୟ ଜଣାପଡ଼ିନାହିଁ । ଅନ୍ୟପଟେ ୨ ଆକ୍ରାନ୍ତ ସୁସ୍ଥ ହେବା ପରେ କରୋନା ସଂକ୍ରମିତ ଜିଲ୍ଲା ତାଲିକାରୁ ବାଦ୍ ପଡ଼ିଥିବା କେନ୍ଦ୍ରାପଡ଼ାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।

ଏଥିସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୫କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ୧୨୨ ସକ୍ରିୟ ସଂକ୍ରମିତ ମାମଲା ରହିଛି । ୬୧ ଜଣ ଆରୋଗ୍ୟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି ।

ଜଗତସିଂହପୁର ଜିଲ୍ଲାରେ ଜାରି ହେଲା କର୍ଫ୍ୟୁ, ଘରୁ ବାହାରିଲେ କାର୍ଯ୍ୟାନୁଷ୍ଠାନ

 

ଏହି ଡକାୟତଠାରୁ ଆସିଥିଲା ସୋଲେ’ର ଲୋକପ୍ରିୟ ଡାଇଲଗ୍‌, ବେଟା ଶୋ ଯା ବରନା…

ନୂଆଦିଲ୍ଲୀ: ‘ୟାହାଁ ସେ ପଚାଷ ପଚାଷ କୋଷ ଦୂର, ଗାଓଁ ମେ’ ଜବ୍‌ ବଚ୍ଚା ରୋତା ହେ, ତୋ ମା’ କେହତି ହୈ, ଶୋ ଯା’ ବେଟା ଶୋ ଯାଓ ନେହିଁ ତୋ ଗବ୍ବର ସିଂହ ଆଯାଏଗା ।’

ଫିଲ୍ମ ସୋଲେରେ ଅମ୍‌ଜାଦ୍‌ ଖାନ୍‌ଙ୍କ ଏହି ଡାଇଲଗ୍‌ ଏବେ ବି ଲୋକଙ୍କ ମୁହଁରେ ରହିଛି । ଏମିତିବି କଥା ରହିଛି ଯେ, ସୋଲେ ଫିଲ୍ମ ଯେତେବେଳେ ରିଲିଜ୍‌ ହୋଇଥିଲା ସେତେବେଳେ ଏହି ଡାଇଲଗ୍‌ ମା’ ମାନେ ନିଜ ପିଲାଙ୍କୁ ଶୁଆଇବା ପାଇଁ କହୁଥିଲେ ।

କିନ୍ତୁ ଆପଣ ଜାଣନ୍ତି କି ସୋଲେର ଏହି ଡାଇଲଗ୍ ଚମ୍ବଲର ଯେଉଁ ସତସତିକା ଡାକୁଠାରୁ ଆସିଥିଲା ତା’ର ପ୍ରକୃତ ନାଁ ହେଉଛି ମୋହର ସିଂହ ଗୁଜ୍ଜର । ଚମ୍ବଲ ଘାଟିରେ ରବିନ୍‌ ହୁଡ୍‌ ନାଁରେ ଏହି ଡାକୁ ବେଶ୍‌ ଜଣାଶୁଣା ଥିଲେ । ମଙ୍ଗଳବାର ୯୨ ବର୍ଷ ବୟସରେ ତାଙ୍କର ପରେଲୋକ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ୧୯୮୨ରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ଫିଲ୍ମ ଚମ୍ବଲ କେ ଡାକୁରେ ମୋହର ସିଂହ ଗୁଜ୍ଜର କାମ କରିଥିଲେ ।

ତେବେ ସୋଲେ ପିଲ୍ମ ବହୁତ ବଡ଼ ସୁପରହିଟ୍‌ ହୋଇଥିଲା । ଦର୍ଶକ ଏହାକୁ ବେଶ୍‌ ଗ୍ରହଣ କରିଥିଲେ । ଏହି ଚଳଚ୍ଚିତ୍ରରେ ଅମ୍‌ଜାଦ୍‌ ଖାନ ଡାକୁ ଗବର ସିଂହ ଭାବେ ଏକ ଜୀବନ୍ତ ଅଭିନୟ କରୁଥିଲେ । ବର୍ଷ ବର୍ଷ ପରେ ମଧ୍ୟ, ତାଙ୍କ କଥିତ ସଂଳାପ ଲୋକମାନଙ୍କ ମୁହଁରେ ରହିଛି ।

୧୯୬୦ ମସିହାରେ, ଚାମ୍ବଲ ଘାଟିରେ ଡାକୁ ମୋହର ସିଂହ ବନ୍ଧୁକ ଧରି ରାଜ୍‌ କରୁଥିଲେ । ମୋହର ସିଂଙ୍କ ନାଁ ଶୁଣିଲେ ଲୋକ ଥରି ଉଠୁଥିଲେ । ମୋହର ସିଂ ୧୨ ବର୍ଷ ଧରି ଘାଟିରେ ରାଜ୍‌ କରିଥିଲେ । ସେ ୧୯୭୨ରେ ସେ ନିଜକୁ ସମର୍ପଣ କରିଦେଇଥିଲେ । ଏହା ପରେ ସେ ପରିବାର ସହିତ ରହି ଚାଷବାଷ କାମ କରୁଥିଲେ ।

ଲୋକଙ୍କ କହିବାନୁଯାୟୀ ଜମିବାଡ଼ି ମାମଲା ଯୋଗୁଁ ମୋହର ସିଂହ ବନ୍ଧୁକ ଧରି ଡକାୟତ ସାଜିଥଲା । ଜମିବାଡ଼ି ବିବାଦକୁ ନେଇ ପୋଲିସ କୌଣସି ସମାଧାନ ନକରିବାରୁ ସେ ଏଭଳି ପନ୍ଥା ଆପଣାଇଥିଲେ । ଆତ୍ମସମର୍ପଣ କରିବା ପରେ ମୋହର ସିଂ ରାଜନୀତିରେ ମଧ୍ୟ ପାଦ ଥାପି ଥିଲେ । ଆଉ ସେଥିରେ ସଫଳ ମଧ୍ୟ ହୋଇଥିଲେ । ନାଗର ପଞ୍ଚାୟତ ମେହଗାଓଁର ସଭାପତି ଭାବେ ସେ ନିର୍ବାଚିତ ହୋଇଥିଲେ ।

ଜୁନ୍‌ରେ ଯୁକ୍ତ ୩ ଫାଇନାଲ ସେମିଷ୍ଟାର ପରୀକ୍ଷା

ଭୁବନେଶ୍ୱର: ରାଜ୍ୟର  ସମସ୍ତ ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା ଯୁକ୍ତ ୩ ମହାବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ର ୬ଷ୍ଠ ସେମିଷ୍ଟାର ଫାଇନାଲ୍‌ ପରୀକ୍ଷା ଜୁନ୍‌ ୨୦ ତାରିଖ ପରେ ଆରମ୍ଭ ହୋଇ ଜୁଲାଇ ୨୪ ତାରିଖ ସୁଦ୍ଧା ଶେଷ ହେବ ଏବଂ ପରୀକ୍ଷା ଫଳ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ ।

ସେହିପରି ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତକୋତର ଶ୍ରେଣୀର ଚତୁର୍ଥ ସେମିଷ୍ଟାର ଫାଇନାଲ୍‌ ପରୀକ୍ଷା ଅଗଷ୍ଯ ୨୦ ତାରି ସୁଦ୍ଧା ଶେଷ ହେବ ଏବଂ ପରୀକ୍ଷା ଫଳ ସେପ୍ଟେମ୍ୱର ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟଗୁଡ଼ିକର କୁଳପତିମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିବା ସମ୍ପର୍କରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଏଥିସହିତ ମେ’ ୭ ତାରିଖଠାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରଶାସନିକ କାର୍ଯ୍ୟ ସମ୍ପାଦକ ନିମେନ୍ତ ଏକ ତୃତୀୟାଂଶ କର୍ମଚାରୀଙ୍କୁ ନେଇ ଖୋଲାଯିବ ପାଇଁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂ ଶାସିତ ମହାବିଦ୍ୟାଳୟଗୁଡ଼ିକ ଯୁକ୍ତ ୩ ଶ୍ରେଣୀର ୬ଷ୍ଠ ସେମିଷ୍ଟାର ପରୀକ୍ଷା ନିମନ୍ତେ ପରୀକ୍ଷା ସୂଚୀ ସ୍ଥିର କରି ଛାତ୍ରଛାତ୍ରୀମାନଙ୍କୁ ଆଗୁଆ ଜଣାଇବା  ପାଇଁ କୁହାଯାଇଛି । ସେହିପରି ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ଶ୍ରେଣୀର ଚତୁର୍ଥ ସେମିଷ୍ଟାର ପରୀକ୍ଷା ନିମନ୍ତେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟ ବିସ୍ତୃତ ପରୀକ୍ଷା ସୂଚୀ ପ୍ରକାଶ କରିବେ ।

ଅନୁଷ୍ଠିତ ବୈଠକରେ ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ, ଶାଶ୍ୱତ ମିଶ୍ର, ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସଙ୍କ ସମେତ ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଲୋକସେବା ଭବନରେ ଉପସ୍ଥିତ ଥିବା ବେଳେ ଅନ୍ୟ ବିଶ୍ୱବିଦ୍ୟାଳୟମାନଙ୍କ କୁଳପତିମାନେ ଭିଡିଓ କନ୍‌ଫରେନ୍ସଂ ମାଧ୍ୟମରେ ଯୋଗଦେଇଥିଲେ ।

ସଂକ୍ରମିତ ଅଞ୍ଚଳରୁ ଫେରୁଥିବା ଲୋକଙ୍କ ଲାଗି ରାଜ୍ୟରେ ବଢ଼ିବ କି ସଂକ୍ରମଣ ?

ଭୁବନେଶ୍ୱର: ଫେରନ୍ତା ରାଜ୍ୟରେ ବଢ଼ାଇବେ କି କରୋନା ସଂକ୍ରମଣ । ଏନେଇ ନାନା ଆଲୋଚନା ହେଉଥିବା ବେଳେ ସରକାରଙ୍କ ପକ୍ଷରୁ ସୁବ୍ରତ ବାଗଚୀ ତଥ୍ୟ ରଖିଛନ୍ତି । କରୋନା ଦ୍ୱାରା ଅତ୍ୟଧିକ ପ୍ରଭାବିତ ଦେଶ ମଧ୍ୟ ନିଜ ନାଗରିକଙ୍କୁ ଫେରାଇ ନେଇଛନ୍ତି । ସୁରତ ଫେରନ୍ତା ରାଜ୍ୟରେ ପହଞ୍ଚି କାହାକୁ ସଂକ୍ରମିତ କରିନାହାଁନ୍ତି । ପ୍ରବାସ ଫେରନ୍ତାଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ ଅନୁଚିତ୍ ।ସଭ୍ୟ ଦେଶରେ ଜନ୍ମ ନେଉଥିବା ମନ୍ୟୁଷର ସୁଠାରୁ ବଡ଼ ଅଧିକାର ସାମ୍ବିଧାନିକ ଅଧିକାର । ସେଥିରେ ସମାନତା ଓ ସ୍ୱାଧିନତାର ଅଧିକାର ରହିଛି । ଏଥିରୁ କାହାକୁ ବଞ୍ଚିତ କରାଯାଇ ପାରିବ ନାହିଁ । ମାନବିକତା ଓ ବିବେକ ଦୃଷ୍ଟିରୁ ଦେଖାଗଲେ ବି ପ୍ରବାସୀଙ୍କ ପ୍ରତି ଅବିଚାର କରାଯାଇ ପାରିବନାହିଁ ।

https://www.facebook.com/NandighoshaTV/videos/327681664870290

ବାହାରୁ ଫେରିଥିବା ଓଡ଼ିଆଙ୍କ ମଧ୍ୟରୁ କିଛି ଲୋକ ଅଶାଳୀନ ବ୍ୟବହାର ସହ ନିୟମ ଉଲ୍ଲଂଘନ କରିଛନ୍ତି । କିନ୍ତୁ, ଅତୀତରେ ଆମେ ପ୍ରାକୃତିକ ବିପର୍ଯ୍ୟୟକୁ ଯେଭଳି ମୁକାବିଲା କରିଛେ । ସେହିଭଲି କରୋନାର ମୁକାବିଲା କରିବା ।  ଆଗାମୀ ୪ ସପ୍ତାହ, ଚତୁର୍ଥ ପର୍ଯ୍ୟାୟର ସମୟ । ପ୍ରବାସ ଫେରନ୍ତାଙ୍କୁ ନେଇ କରୋନା ଯୁଦ୍ଧ ଲଢ଼ିବା ଲାଗି ବାଗଚୀ କହିଛନ୍ତି ।

ବୟଜ୍ ଲକର ରୁମ୍ କାଣ୍ଡ, ଏହାକୁ ନେଇ କାହିଁକି ରାଗିଲେ ବଲିଉଡ଼ ଷ୍ଟାର…

ନୂଆଦିଲ୍ଲୀ: ଦିଲ୍ଲୀର ବୟଜ ଲକର ରୁମ୍ ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏବେ ଏହି ଘଟଣାକୁ ନେଇ ବଲିଉଡ଼ର ଷ୍ଟାରମାନେ ପ୍ରତିକ୍ରିୟା ରଖିଛନ୍ତି । ବୟଜ ଲକର ରୁମ୍ ଘଟଣାକୁ ନେଇ ସୋନମ କପୁର, ସ୍ୱରା ଭାଷ୍କର, ସିଦ୍ଧାର୍ଥ ଚତୁର୍ବେଦୀ ଏବଂ ରିଚା ଚଡା ନିଜର ଚିନ୍ତା ପ୍ରକାଶ କରିଛନ୍ତି ।

ବୟଜ ଲକର ରୁମ୍ କ’ଣ ?

ଇଷ୍ଟାଗ୍ରାମରେ କ୍ରିଏଟ ହୋଇଥିବା ଏକ ବ୍ୟକ୍ତିଗତ ଚାଟ୍ ଗ୍ରୁପ୍ । ଏହି ବ୍ୟକ୍ତିଗତ ଚାଟ୍ ଗ୍ରୁପର ସ୍କ୍ରିନ ସଟ୍ ଲିକ୍ ହେବା ପରେ ବୟଜ୍ ଲକର ରୁମ୍ ଏବେ ମୁଖ୍ୟ ଖବର ହୋଇଯାଇଛି । ଦିଲ୍ଲୀର କିଛି ଯୁବକ ଏହି ଗ୍ରୁପରେ ଯୁବତୀଙ୍କୁ ଗ୍ୟାଙ୍ଗ ରେପ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି । ଏହି ଗ୍ରୁପରେ ଝିଅମାନଙ୍କୁ ନେଇ ବହୁ ଖରାପ ଖରାପ କଥା କୁହାଯାଇଥିବା ଏବଂ କିଛି ଝିଅମାନଙ୍କ ଅଶ୍ଳୀଳ ଫଟୋ ମଧ୍ୟ ଗ୍ରୁପରେ ସେୟାର କରାଯାଉଥିବା ସାମ୍ନାକୁ ଆସିଛି । ଏହି ସବୁ ଚାଟର ସ୍କ୍ରିନ ସଟ୍ ସାମ୍ନାକୁ ଆସିବା ପରେ ହିଁ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣା ପୋଲିସ ହସ୍ତକ୍ଷପ କରିସାରିଲାଣି ।

ବଲିଉଡ଼ର ପ୍ରତିକ୍ରିୟା

ବଲିଉଡ଼ ଷ୍ଟାର ମଧ୍ୟ ଏହି ମାମଲାକୁ ନେଇ ଚିନ୍ତା ଜଣାଇବା ସହ ଘଟଣାଟି ଅଧିକ ନିନ୍ଦନୀୟ ବୋଲି ନିଜ ସୋସିଆଲ ମିଡ଼ିଆରେ ପ୍ରକାଶ କରିଛନ୍ତି । ବଲିଉଡର ବହୁଚର୍ଚ୍ଚିତ ଅଭିନେତ୍ରୀ ସୋନମ କପୁର ଲେଖିଛନ୍ତି ଯେ, ଏହି ସବୁ ପାଇଁ ଅଭିଭାବକମାନେ ଦାୟୀ । ଏବଂ ଅଭିଭାବକମାନଙ୍କ ଦାୟିତ୍ୱ ହୀନତା ପାଇଁ ହିଁ ସେମାନଙ୍କ ପିଲାମାନେ ବିଗୁଡ଼ୁଛନ୍ତି । ଏବଂ ଅନ୍ୟପଟେ ସିଦ୍ଧାନ୍ତ ଚତୁର୍ବେଦୀ ବୟଜ ଏବଂ ଗର୍ଲଙ୍କ ଲକର ରୁମକୁ ଭାଇରସ୍ ବୋଲି କହିଛନ୍ତି ଏବଂ ଏନେଇ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ।

https://www.instagram.com/p/B_zVa1aFQpt/?utm_source=ig_web_copy_link

ରିଚା ଚଢ଼ାଙ୍କ ପ୍ରତିକ୍ରିୟା

ରିଚା ଚଢ଼ା ଲେଖିଛନ୍ତି ଯେ  ସେକ୍ସ ଶିକ୍ଷା ବିଷୟରେ ଯୁବପିଢିଙ୍କ ଚିନ୍ତାଧାରା ସତରେ ବହୁତ ବିପଦଜନକ । ଏବେକାର ଯୁବପିଢିମାନେ ପର୍ଣ୍ଣକୁ ସେକ୍ସ ଶିକ୍ଷା ଭାବୁଛନ୍ତି । ଏବେ ତ ଇଣ୍ଟରନେଟ ବି ଫ୍ରୀ । ଏହା ଆଗକୁ ବହୁତ ସମସ୍ୟା ସୃଷ୍ଟି କରିପାରେ ବୋଲି ସେ ନିଜର ଚିନ୍ତା ବ୍ୟକ୍ତ କରିଛନ୍ତି ।

https://twitter.com/RichaChadha/status/1257551313518366720

ଫାଶୀ ନୁହେଁ ମାନସିକତାକୁ ବଦଳାଇବାକୁ ପଡ଼ିବ

ଅନ୍ୟପଟେ ସ୍ୱରା ଭାସ୍କର ନାବାଳକମାନଙ୍କ ଗଣ ଦୁଷ୍କର୍ମ କରିବାର ଯୋଜନାକୁ ନେଇ ନିଜର ଚିନ୍ତା ପ୍ରକାଶ କରିଛନ୍ତି । ଏବଂ କହିଛନ୍ତି ଯେ ଦୁଷ୍କର୍ମକାରୀଙ୍କୁ ଫାଶୀ ନୁହେଁ ବରଂ ସେ ମାନସିକତାକୁ ବଦଳାଇବାକୁ ପଡ଼ିବ ଯାହା ସେମାନଙ୍କୁ ଦୁଷ୍କର୍ମକାରୀ ଭାବେ ଗଢୁଛି ।

ଏହି ଘଟଣା ପରେ ପୋଲିସ ଏହି ଗ୍ରୁପରେ ସାମିଲ ଥିବା ୨୧ଜଣ ଯୁବକଙ୍କୁ ଚିହ୍ନଟ କରିଛି ଏଥିରୁ ବହୁ ଜଣ ନାବାଳକ ଥିବା ଜଣାପଡ଼ିଛି । ଏମଧ୍ୟରୁ ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ହୋଇଥିବା ଯୁବକ ଜଣଙ୍କ ଦିଲ୍ଲୀର ଏକ ନାମୀ ସ୍କୁଲରେ ପାଠ ପଢନ୍ତି । ତେବେ ଉକ୍ତ ଘଟଣା ପରେ ସ୍କୁଲ ପିଲାଙ୍କୁ ନେଇ ଚିନ୍ତା ବଢିଛି ।

ଆମ୍ବୁଲାନ୍ସ ଆସିଲାନି, ଟ୍ରଲିରେ ଗଲେ ଗର୍ଭବତୀ

ଯାଜପୁର: କଣ୍ଟେନମେଣ୍ଟ ଜୋନରୁ ଆସିଛି ଆଉ ଅକ ଅଭାବନୀୟ ଘଟଣା । କରୋନା ସଂକ୍ରମଣ ରୋକିବାକୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଞ୍ଚଳକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରୁଛି । ଲୋକଙ୍କ ପାଖରେ ଅତ୍ୟାବଶ୍ୟକୀୟ ସେବା ସହ ସାମଗ୍ରୀ ପହଞ୍ଚା ଯାଉଥିବା କୁହାଯାଉଛି । ତେବେ, ବାସ୍ତବତା ଭିନ୍ନ । ପ୍ରସବ ବେଦନା ହେବାରୁ ଆମ୍ବୁଲାନ୍ସକୁ ଡାକିଲେ ମଧ୍ୟ କଣ୍ଟେନମେଣ୍ଟ ଜୋନ୍ ଆଳରେ ଆମ୍ବୁଲାନ୍ସ ଆସୁନି । ଫଳରେ ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ଟ୍ରଲିରେ ନିଆଯାଇଛି ।

ମାନବିକତା ସହ ପ୍ରଶାସନର ପଦକ୍ଷେପକୁ ଉପହାସ କଲା ଭଳି ଏ ଖବର ଯାଜପୁର ଜିଲ୍ଲା ବାଇଁଶିରିଆ ଗାଁର । ଗାଁର ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାର ଲୋକ ପ୍ରଥମେ ୧୦୮କୁ ଫୋନ୍ କରିଥିଲେ । ୧୦୮ ଆମ୍ବୁଲାନ୍ସ ଆସିନଥିଲା । ପରେ ୧୦୨କୁ ଯୋଗାଯୋଗ କରିଥିଲେ ପରିବାର ଲୋକ । ୧୦୨ ତ ଆସିଲା କିନ୍ତୁ ଗାଁ ଠାରୁ ୨ କିମି ଦୂରରେ ଅଟକି ରହିଲା ।

ଫଳରେ ଘର ଲୋକ ବାଧ୍ୟ ହୋଇ ମହିଳାଙ୍କୁ ଏକ ଟ୍ରଲି ଯୋଗେ ୨ କିମି ନେବା ପରେ ଆମ୍ବୁଲାନ୍ସରେ ତାଙ୍କୁ ମେଡିକାଲ ନିଆଯାଇଛି ।

ଗଣିତ ଶିକ୍ଷକରୁ କେମିତି ହିଜବୁଲ ମୁଜାହିଦ୍ଦିନ୍‌ର କମାଣ୍ଡର ସାଜିଲା ରିଆଜ୍,ଜାଣନ୍ତୁ

ଜମ୍ମୁ କଶ୍ମୀର: ଭାରତୀୟ ସୁରକ୍ଷା ବାହିନୀକୁ ବୁଧବାର ବଡ଼ ସଫଳତା ମିଳିଛି । ସୁରକ୍ଷା ବାହନୀର ଗୁଳିରେ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ରିଆଜ୍‌ ନାଇକୁ ନିହତ ହୋଇଛି । ପୁଲଓ୍ୱାମା ଜିଲ୍ଲାର ଅବନ୍ତିପଡ଼ା ଅଞ୍ଚଳରେ ହୋଇଥିବା ଏନ୍‌କାଉଣ୍ଟରରେ ରିଆଜ୍‌ ଏବଂ ତାର ଜଣେ ସହଯୋଗୀକୁ ସୁରକ୍ଷା ବାହିନୀ ହତ୍ୟା କରିଛନ୍ତି । ରିୟାଜ୍‌ ନାଇକୁ ମୁଣ୍ଡରେ ୧୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।

ଏହି ଅଞ୍ଚଳରେ ରିୟାଜ୍‌ ନାଇକୁ ମୋଷ୍ଟ ଓ୍ୱାଣ୍ଟେଡ୍‌ କ୍ରିମିନାଲ ଥିଲା । ୩୫ ବର୍ଷିୟ ନାଇକୁ ପୂର୍ବରୁ ଗଣିତ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲା । ହିଜବୁଲ ମୁଜାହିଦ୍ଦିନର ପୋଷ୍ଟରବୟ ବୁରହାନ୍‌ ୱାନିକୁ ହତ୍ୟା କରାଯିବା ପରେ ନାଇକୁ ପ୍ରଣ୍ଟଲାଇନ୍‌କୁ ଆସିଥିଲା । ଏହା ପରେ ଅନ୍ୟ ଜଣେ ଆତଙ୍କବାଦୀ ସଦ୍ଦାମ୍‌ ପୋଦ୍ଦାରକୁ ହତ୍ୟା କରାଯିବା ପରେ ତାଙ୍କୁ ସଂଗଠନର କମାଣ୍ଡର ଭାବେ ଦାୟିତ୍ୱ ଦିଆଯାଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରି ଦେଇଛନ୍ତି ।

ବୁରହାନଙ୍କ ପରି ନାୟାକୁ ମଧ୍ୟ ସୋସିଆଲ ମିଡିଆ ବ୍ୟବହାର କରୁଥିଲା । ସେନାର ହିଟଲିଷ୍ଟ୍‌ରେ ଏବେ ନାଇକୁ ଏକ ନମ୍ବରରେ ଥିଲା । ନାଇକୁ କାଶ୍ମୀର ଆତଙ୍କବାଦର ଭାରତୀୟ ଚେହେରା ଥିଲା ।

ନାଇକୁ ଦୌଡ଼ିବା ଏବଂ ଲୁଚିବାରେ ବେଶ ମାହିର ଥିଲା । ଅନେକ ଏନକାଉଣ୍ଟର ସମୟରେ ଅତି ନିକଟରେ ଥିଇ ମଧ୍ୟ ସେ ଖସିଯିବାରେ ସଫଳ ହୋଇଥିଲା । କିନ୍ତୁ ମଙ୍ଗଳବାର ରାତିରେ ବିଶେଷ ସୂତ୍ରରୁ ସୂଚନା ପାଇଁ ସୁରକ୍ଷା ବାହିନୀ ତାକୁ ଘେରି ରହିଥିଲା । ମଙ୍ଗଳବାର ରାତିରେ କର୍ଡନ୍ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା ଏବଂ ଏହା ସକାଳ ପର୍ଯ୍ୟନ୍ତ ଚାଲିଥିଲା । ପୂର୍ବାହ୍ନ ୯’ଟା ସମୟରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା ।

ମା’ର ଅସୁସ୍ଥତା ଖବର ପାଇ ନାୟାକୁ ତା’ ଗାଁକୁ ଆସିଥିଲା । ନାଇକୁ ଆଜି ପର୍ଯ୍ୟନ୍ତ ଜୀବିତ ଥିବାର କାରଣ ହେଉଛି ଯେ, ସେ ନିଜର ଅତି ଘନିଷ୍ଠ ଗୋଷ୍ଠୀ ବ୍ୟତୀତ ଅନ୍ୟ କାହାକୁ ବିଶ୍ୱାସ କରୁନଥିଲା । ୨୦୧୮-୨୦୧୯ ରେ ସୁରକ୍ଷା ବାହିନୀ ତାକୁ ଘେରିବାକୁ ଚେଷ୍ଟା କରିଥିଲା । କିନ୍ତୁ ସେ ସୁରକ୍ଷା ବାହିନୀ ସହିତ ଲୁଚକାଳି ଖେଳୁଥିଲା ।

ସୁରକ୍ଷା ବାହିନୀ ତା’ର ଅନେକ ଘନିଷ୍ଠ ସହଯୋଗୀକୁ ଟ୍ରାକ୍‌ କରିଥିଲା । ଜଣେ ଅଧିକାରୀ କହିଛନ୍ତି ଯେ ଥରେ ସେ ତା’ର ଜଣେ ସହଯୋଗୀ ନିକଟକୁ ବାର୍ତ୍ତା ପଠାଇଥିଲା, ଯେଉଁଥିରେ ସେ ଲେଖିଥିଲା, ‘ତୁମେ ମୋତେ ଚିନ୍ନାର୍‌ ଗଛକୁ ମନେ ପକାଉଛ’ । କିନ୍ତୁ ଯେତେବେଳେ ବି ଜାଲ ବିଛାଗଲା, ନାଇକୁ ଖସିଯିବାରେ ସଫଳ ହୋଇଥିଲା ।

ଏମିତି ମଧ୍ୟ ଏକ ଘଟଣା ଘଟିଥିଲା, ଯାହାକି ସେ ଜଣେ ବଡ଼ ଅଧିକାରୀଙ୍କୁ ଧୋକା ଦେଇଥିଲା । ସେ ୨୦୧୮ରେ ଆତ୍ମସମର୍ପଣ କରିବ ବୋଲି କହିଥିଲା କିନ୍ତୁ କରିନଥିଲା । ଏହା ସେ ଜାଣିସୁଣି ମିଛ କହିଥିଲା ।

ରିୟାଜ୍‌ ନାଇକୁର ମୃତ୍ୟୁ ହିଜବୁଲ ମୁଜାହିଦିନ୍‌ ପାଇଁ ଏକ ବଡ଼ ଝଟକା ହୋଇଥିବା ବେଳେ ଭାରତୀୟ ସୁରକ୍ଷାବଳ ପାଇଁ ଏକ ବଡ଼ ସଫତଳା । ନାଇକୁ ଚଳିତ ବର୍ଷ ଡଜନେରୁ ଅଧିକ ଯୁବକଙ୍କୁ ହିଜବୁଲ୍‌ ମୁଜାହିଦିନ୍‌ ଆତଙ୍କି ସଂଗଠନରେ ସାମିଲ କରିଥିଲା ।

ରେଳ ଲାଇନ୍ ଉପରେ ପଥର ଧସି ୩ ଶ୍ରମିକଙ୍କ ମୃତ୍ୟୁ

ଜୟପୁର: ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ବଡ଼ ଅଘଟଣ ଘଟିଛି । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଖଟୁଆ ନିକଟରେ ରେଳ ଲାଇନରେ କାମ ଚାଲିଥିବା ବେଳେ ପାହାଡ଼ରୁ ପଥର ଖସିବା ବେଳେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ୯ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡ଼ିଛି ।

ଲୁହାପଥର ମାଲବାହୀ ଟ୍ରେନ୍ ଯିବା ପାଇଁ ଗତକାଲି ଖସିଥିବା ମାଟି ଅତଡ଼ାକୁ ଶ୍ରମିକମାନେ ପରିଷ୍କାର କରୁଥିଲେ । ତେବେ, ଅତଡ଼ା ହଟାଇବା ବେଳେ ପୁଣି ଥରେ ପାହାଡ଼ରୁ ପଥର ଧସିବା ଫଳରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗୁରୁତର ଆହତ ଶ୍ରମିକମାନଙ୍କୁ ଚିକିତ୍ସା ପାଇଁ ବିଶାଖାପାଟଣମ ନିଆଯାଇଛି ।

ପୂର୍ବରୁ ମଧ୍ୟ ବହୁବାର ଏହି ସ୍ଥାନରେ ପଥର ଓ ମାଟି ଅତଡ଼ା ଧସିଛି । ତେବେ, ଗତକାଲି ହୋଇଥିବା ବର୍ଷା କାରଣରୁ ଅତଡ଼ା ଧସିଥିବା ଅନୁମାନ କରାଯାଉଛି । ରେଲୱେ କର୍ତ୍ତୃପକ୍ଷ ଅତଡ଼ା ହଟାଇବା ବେଳେ ବ୍ୟାରିକେଡ୍ କରିନଥିଲେ । ଫଳରେ ଅତଡ଼ା ଧସି ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।