spot_img
Home Blog Page 728

ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ବ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିର ସୁରକ୍ଷା ଚିନ୍ତା। ପୁରୀ ମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ବ୍ୟବସ୍ଥା। ଏନେଇ ପୋଲିସ ସହ ଆଲୋଚନା କରିଛି ଆଇନ ବିଭାଗ। ଆଣ୍ଟିଡ୍ରୋନ ଟେକ୍ନୋଲଜି ଲାଗିଲେ ଯଦି ଡ୍ରୋନ ଉଡୁଥିବା ତେବେ ଏହାକୁ ଖସାଇ ଦିଆଯାଇପାରିବ । ଆବଶ୍ୟକ ପଡିଲେ ମନ୍ଦିର ପ୍ରଶାସନ ଅର୍ଥ ଦେବ। ଏ ନେଇ ବିଚାର ଚାଲିଥିବା କହିଛନ୍ତି ଆଇନ ମନ୍ତ୍ରୀ।

ମହାରାଷ୍ଟ୍ର ଗଡ଼ଚିରୋଲିରେ ଯବାନ-ମାଓବାଦୀ ଗୁଳିବିନିମୟ : ୪ ନକ୍ସଲ ନିପାତ

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ଗଡ଼ଚିରୋଲିରେ ଯବାନ-ମାଓବାଦୀ ଗୁଳିବିନିମୟ। ଯବାନଙ୍କ ଗୁଳିରେ ୪ ନକ୍ସଲ ନିପାତ। ମହାରାଷ୍ଟ୍ର-ଛତିଶଗଡ଼ ସୀମାରେ ହୋଇଛି ଏନକାଉଣ୍ଟର। ଗଡ଼ଚିରୋଲିର ଇନ୍ଦ୍ରାବତୀ ନଦୀ ନିକଟ କୱାନ୍ଦେ ଗ୍ରାମ ନିକଟରେ ହୋଇଛି ଏନକାଉଣ୍ଟର। ଗଡଚିରୋଲି ପୋଲିସ ଓ ସିଆରପିଏଫର ମିଳିତ ଅପରେସନରେ ଟଳିଛନ୍ତି ଲାଲକର୍ମୀ। ଗୁଇନ୍ଦା ସୂଚନା ଆଧାରରେ ଗତ ଗୁରୁବାରଠାରୁ ଆରମ୍ଭ ହୋଇଥିଲା ଅପରେସନ। ଅତିରିକ୍ତ ପୋଲିସ ଏସପି ରମେଶ ଓ ଏସପି ନୀଳୋତ୍ପଳ ତଥା ଡିଆଇଜି ଅଙ୍କିତ ଗୋୟଲଙ୍କ ନେତୃତ୍ବରେ ଚାଲିଥିଲା କମ୍ବିଂ ଅପରେସନ। ଏଥିରେ ସି୬୦ କମାଣ୍ଡୋ ଫୋର୍ସ ଓ ସିଆରପିଏଫର ମୋଟ ୩୦୦ ଯବାନ ସାମିଲ ହୋଇଥିଲେ। କୱାନ୍ଦେରୁ ନେଲଗୁଣ୍ଡା ଅଞ୍ଚଳକୁ କର୍ଡନଭୁକ୍ତ କରାଯାଇ ଆରମ୍ଭ ହୋଇଥିଲା ଅପରେସନ। ଲକ୍ଷ୍ୟଭେଦୀ ହମଲା ଜରିଆରେ ଏହି ଅପରେସନ କରାଯାଇଥିଲା ବୋଲି କହିଛନ୍ତି ମହାରାଷ୍ଟ୍ର ଆଣ୍ଟିମାଓଇଷ୍ଟ ଅପରସେନ ୟୁନିଟର ମୁଖ୍ୟ ଇନ୍ସପେକ୍ଟର ଜେନେରାଲ ସନ୍ଦୀପ ପାଟିଲ। ମାଓବାଦୀଙ୍କ ନିକଟରୁ ଅଟୋମେଟିକ ସେଲଫ ଲୋଡିଂ ରାଇଫଲ, ୨ଟି  ରାଇଫଲ, ୱାକିଟକି, କିଛି ପୁସ୍ତିକା ଆଦି ଜବତ ହୋଇଛି।

ଦୁଇ ଦିନର ନବଜାତ ଶିଶୁ ପୁତ୍ରକୁ ବିକ୍ରି କରାଯାଉଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଶିଶୁ ବିକ୍ରି ଅଭିଯୋଗ । ମାତ୍ର ଦୁଇ ଦିନର ନବଜାତ ଶିଶୁ ପୁତ୍ରକୁ ବିକ୍ରି କରୁଥିବା ବେଳେ ଉଭୟ ମାଆ ଓ ଶିଶୁକୁ ସୁରକ୍ଷିତ ଉଦ୍ଧାର କରିଛି ଜିଲ୍ଲା ଶିଶୁ ସୁରକ୍ଷା କମିଟି । ଖୈରପୁଟ ବ୍ଳକ ଅନ୍ତର୍ଗତ ଦୁମାଲିଗୁଡା ଗାଁର ସବିତା ବାଟେଙ୍କ ପୂର୍ବରୁ ଦୁଇଟି କନ୍ୟା ସନ୍ତାନ ଥିବା ବେଳେ ଗତ ଦୁଇ ଦିନ ତଳେ ଆଉ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେଥିଲେ । ହେଲେ ସବିତା ପୁଣି ଥରେ ମାଆ ହେବା ନେଇ ସ୍ବାସ୍ଥ୍ୟ ବିଭାଗ ପାଖରେ କୌଣସି ସୁଚନା ନାହିଁ । ଗର୍ଭବତୀ ହେବା ପରେ ଜଣେ ସଂପର୍କୀୟଙ୍କ ଘରେ ଆସି ତିନି ମାସ ରହିଥିଲେ ସବିତା । ଦୁଇ ଦିନ ତଳେ ସେଠାରେ ହି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ହେଲେ ସ୍ବାମି ତାଙ୍କୁ ଆଉ ଗ୍ରହଣ କରୁନଥିବା ବେଳେ ତିନି ସନ୍ତାନକୁ କେମିତି ପାଳିବେ ଭାବି ଏକ ସ୍ବେଚ୍ଛାସେବୀ ସଂସ୍ଥାର ରୋଷେୟା ସଞ୍ଜୁକ୍ତା ପାଳଙ୍କ ସହ ଆଲୋଚନା କରିବା ପରେ ଖୈରପୁଟର ଏକ ଦମ୍ପତିଙ୍କୁ ପୁତ୍ର ସନ୍ତାନ ବିକ୍ରି କରିବା ଲାଗି ସ୍ଥିର କରିଥିଲେ । ହେଲେ ଟଙ୍କା ଲେଣ ଦେଣ ଚାଲିଥିବା ବେଳେ ଘଟଣାର ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା କମିଟି ସେଠାରେ ପହଞ୍ଚି ଉଭୟ ମାଆ ଓ ଶିଶୁ କୁ ଉଦ୍ଧାର କରିଥିଲେ । ଘଟଣା ସଂପର୍କରେ ମାଥିଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟ ପଟେ ମାଆ ଓ ଶିଶୁକୁ ସ୍ବଧାର ଗୃହରେ ରଖାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି ।

 

ସହଦେଵ ନାୟକ ହତ୍ୟାକାଣ୍ଡ ମାମଲା : ଅଭିଯୁକ୍ତ ରାଜା ନାୟକର ଘର ଭାଙ୍ଗିଦେଲେ..

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ଵର ସହଦେଵ ନାୟକ ହତ୍ୟାକାଣ୍ଡ ମାମଲା। ଭଙ୍ଗାଯାଉଛି ଅଭିଯୁକ୍ତ ରାଜା ନାୟକର ଘର। କେଦାରପଲି ବସ୍ତିରେ ଅଭିଯୁକ୍ତଙ୍କ ଘର ଭାଙ୍ଗୁଛି କମିଶନରେଟ ପୋଲିସ, ବିଡ଼ିଏ ଏବଂ ବିଏମସି। ସରକାରୀ ଜମିରେ ଘର କରି ଅଭିଯୁକ୍ତ ଚଳାଇଥିଲେ ନିଶା କାରବାର । ୨୦୨୫ ଜାନୁଆରୀ ୮ରେ ସହଦେଵ ନାୟକଙ୍କ ହୋଇଥିଲା ବୀଭତ୍ସ ହତ୍ୟା। ଦୁଇଟି ଗାଡ଼ିରେ ଆସି ଗଣ୍ଡିମୁଣ୍ଡକୁ ଅଲଗା କରିଦେଇଥିଲେ ଅଭିଯୁକ୍ତ। ପୂରା ଘଟଣାରେ ସେତବେଳେ ୬ ଜଣଙ୍କୁ ଗିରଫ କରିଥିଲା ସ୍ପେଶାଲ ସ୍କ୍ବାଡ। କିନ୍ତୁ ବସ୍ତିରେ ନିଶା କାରବାରକୁ ନେଇ ଖବର ମିଳିବା ପରେ ଘର ଭାଙ୍ଗିବାକୁ ବିଡ଼ିଏକୁ ଚିଠି ଲେଖିଥିଲା କ୍ୟାପିଟାଲ ଥାନା ପୋଲିସ। ଅଭିଯୁକ୍ତ ରାଜା ନାୟକଙ୍କ ଘର ଭାଙ୍ଗିଛି ପ୍ରଶାସନ ।

ମସ୍କୋ ବିମାନ ବନ୍ଦରରେ ଡ୍ରୋନ ଆଟାକ

ନନ୍ଦିଘୋଷ ବ୍ୟୁରୋ: ମସ୍କୋ ବିମାନ ବନ୍ଦରରେ ଡ୍ରୋନ ଆଟାକ। ମସ୍କୋରେ ବିଳମ୍ବରେ ପହଞ୍ଚିଲେ ଭାରତୀୟ ସାଂସଦ ପ୍ରତିନିଧି। ଡିଏମକେ ଏମପି କାନିମୋଝିଙ୍କ ନେତୃତ୍ବରେ ପ୍ରତିନିଧିମଣ୍ଡଳ ଯାଇଥିଲେ ମସ୍କୋ। ଡ୍ରୋନ ହମଲା ହେତୁ ବିମାନବନ୍ଦର ଉପରେ ଚକ୍କର କାଟିଥିଲା ବିମାନ। ଡ୍ରୋନ ହମଲା କାରଣରୁ ସାମୟିକ ଭାବେ ବନ୍ଦ ହୋଇଥିଲା ବିମାନବନ୍ଦର। କିଛି ଘଣ୍ଟା ପରେ ବିମାନ ବନ୍ଦରରେ ଅବତରଣ କରିଥିଲା ବିମାନ।

ପାକିସ୍ତାନ ବିରୋଧରେ ମତାମତ ଯୋଗାଡ ଲାଗି ବିଦେଶ ଗସ୍ତ କରୁଛନ୍ତି ସର୍ବଦଳୀୟ ଟିମ୍। ଗତକାଲି ମସ୍କୋ ବିମାନ ବନ୍ଦରରେ ୟୁକ୍ରେନ ପକ୍ଷରୁ ଡ୍ରୋନ ହମଲା ହୋଇଥିବା ସୂଚନା ମିଳିଥିଲା। ଫଳରେ କାନିମୋଝି ଓ ଟିମ ଥିବା ବିମାନର ଅବତରଣ ଲାଗି ଅନୁମତି ମିଳି ନଥିଲା। କେଇ ଘଣ୍ଟା ପରେ ବିମାନକୁ ଅବତରଣ ଲାଗି ଅନୁମତି ଦିଆଯାଇଥିଲା। ସେଠାରେ ଭାରତୀୟ ଦୂତାବାସ ଅଧିକାରୀ ସେମାନଙ୍କୁ ସ୍ବାଗତ କରିଥିଲେ।

ମାତୃତ୍ବକାଳୀନ ଛୁଟି ଏକ ପ୍ରଜନନଗତ ଅଧିକାର, କୌଣସି ମହିଳାଙ୍କୁ ଏହି ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମାତୃତ୍ବକାଳୀନ ଛୁଟି ଏକ ପ୍ରଜନନଗତ ଅଧିକାର। କୌଣସି ମହିଳାଙ୍କୁ ଏହି ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି- ମାତୃତ୍ବକାଳୀନ ଛୁଟି ମାତୃତ୍ବଜନିତ ସୁବିଧାର ଏକ ଅବିଚ୍ଛେଦ ଅଂଶ। ତାମିଲନାଡୁର ଜଣେ ମହିଳାଙ୍କ ଆବେଦନର ଶୁଣାଣି କରି ରାୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ତାମିଲନାଡୁର ଜଣେ ସରକାରୀ ମହିଳା କର୍ମଚାରୀ ଦ୍ବିତୀୟ ବିବାହ କରିବା ପରେ ସେ ଏକ ସନ୍ତାନର ଜନନୀ ହୋଇଥିଲେ। ମାତ୍ର ତାଙ୍କୁ ମାତୃତ୍ବକାଳୀନ ଛୁଟି ପ୍ରଦାନ କରି ନଥିଲେ କର୍ତ୍ତୃପକ୍ଷ। ପୂର୍ବ ବିବାହରେ ତାଙ୍କର ଦୁଇ ଜଣ ସନ୍ତାନ ଥିବାରୁ ତାଙ୍କୁ ଆଉ ମାତୃତ୍ବକାଳୀନ ଛୁଟି ଦିଆଯାଇପାରିବ ନାହିଁ ବୋଲି କର୍ତ୍ତୃପକ୍ଷ ଅଗ୍ରାହ୍ୟ କରିଥିଲେ। ପ୍ରଥମ ଦୁଇଟି ସନ୍ତାନ କ୍ଷେତ୍ରରେ ହିଁ ମାତୃତ୍ବକାଳୀନ ଛୁଟି ମିଳିପାରିବ ବୋଲି ତାମିଲନାଡୁରେ ନିୟମ ରହିଛି। ପିଟିସନର ଅଭିଯୋଗ କରିଥିଲେ ତାଙ୍କର ପ୍ରଥମ ଦୁଇଟି ସନ୍ତାନ କ୍ଷେତ୍ରରେ ଛୁଟି ମିଳି ନଥିଲା। ଏହା ସହ ଦ୍ବିତୀୟ ବିବାହ କରିବା ପରେ ସେ ସରକାରୀ ଚାକିରି କରିଥିଲେ। ରାଜ୍ୟ ସରକାର ମହିଳାଙ୍କ ମୌଳିକ ଅଧିକାର କ୍ଷୁଣ୍ଣ କରୁଥିବା ନେଇ ଯୁକ୍ତି ଦର୍ଶାଇଥିଲେ ଆବେଦନକାରୀଙ୍କ ଓକିଲ କେ.ଭି. ମୁଥୁକୁମାର।

ନୂଆପଡ଼ା ଖଡ଼ିଆଳ ରାସ୍ତା ଓ ବ୍ରିଜ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ନୂଆପଡ଼ା: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ନୂଆପଡ଼ା ଖଡ଼ିଆଳ ରାସ୍ତା ଓ ବ୍ରିଜ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ୍ ହୋଇଛି । କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀଙ୍କ ଏକାଧିକ ଠିକଣାରେ ରେଡ୍ ।
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି। ରେଡରେ ୭ ଡିଏସପି, ୩ ଇନ୍ସପେକ୍ଟର ଓ ୧୦ ଏଏସଆଇ ସାମିଲ ।

ଭୁବନେଶ୍ଵର, ପିପିଲି, ନୂଆପଡ଼ାର ଏକାଧିକ ସ୍ଥାନରେ ଚଢାଉ । ଭୁବନେଶ୍ଵର ଲିଙ୍ଗିପୁରରେ ୩ ମହଲା କୋଠା ଠାବ । ଲିଙ୍ଗିପୁର ଗଙ୍ଗୋତ୍ରୀ ନଗରରେ ନିର୍ମାଣାଧୀନ କୋଠା । ପୁରୀ ଜିଲ୍ଲା ପିପିଲି ବିଲିପଡ଼ାରେ ଫାର୍ମ ହାଉସ । ଭୁବନେଶ୍ଵର ବ୍ରିଟ କଲୋନୀ ସମ୍ପର୍କୀୟଙ୍କ ଘରେ ରେଡ୍ । ନୂଆପଡ଼ା ସ୍ଥିତ ଅଫିସ ଓ ବାସଭବନରେ ଚଢାଉ । ଭୁବନେଶ୍ଵର କେଦାର ସାହିରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ୍ ।

 

୭୨ ଘଣ୍ଟା ଭିତରେ ପୂରଣ କରିବାକୁ ପଡ଼ିବ ହାର୍ଭାର୍ଡର ବିଦେଶୀ ଛାତ୍ରମାନଙ୍କୁ ୬ ସର୍ତ୍ତ

ନନ୍ଦିଘୋଷ ବ୍ୟୁରୋ: ଆମେରିକାର ହାର୍ଭାର୍ଡ ବିଶ୍ଵବିଦ୍ୟାଳୟରେ ନାମଲେଖା ଉପରେ ରୋକ ଲଗାଇଲା ଟ୍ରମ୍ପ ପ୍ରଶାସନ। ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ବିଦେଶୀ ଛାତ୍ରଙ୍କ ନାମ ଲେଖା ଉପରେ ରୋକ ଲଗାଇଛି। ଗୃହ ସୁରକ୍ଷା ବିଭାଗ ଦ୍ୱାରା ବିଶ୍ୱବିଦ୍ୟାଳୟ ଉପରେ ଚାଲିଥିବା ତଦନ୍ତ ଭାବରେ ଏହା କରାଯିବ ବୋଲି କହିଛନ୍ତି ଟ୍ରମ୍ପ। ଗୃହ ସୁରକ୍ଷା ସଚିବ କ୍ରିଷ୍ଟି ନୋଏମଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟକୁ ଏକ ଚିଠି ପଠାଯାଇଛି। ହାର୍ଭାର୍ଡକୁ ହିଂସା, ଇହୁଦୀ ବିରୋଧୀ ମନୋଭାବକୁ ପ୍ରୋତ୍ସାହିତ କରିବା ଏବଂ ଏହାର କ୍ୟାମ୍ପସରେ ଚୀନ୍ କମ୍ୟୁନିଷ୍ଟ ପାର୍ଟି ସହିତ ସମନ୍ୱୟ ରଖିବା ପାଇଁ ଦାୟୀ କରୁଛି ବୋଲି କହିଛି ଟ୍ରମ୍ପ ପ୍ରସାସନ।

ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରମାନଙ୍କୁ ନାମ ଲେଖାଇବା ଏହାର ବିଶେଷାଧିକାର ନୁହେଁ। ବିଦେଶୀ ଛାତ୍ରମାନଙ୍କଠାରୁ ଅଧିକ ଶିକ୍ଷା ଫି ଦ୍ଵାରା ବିଶ୍ଵବିଦ୍ୟାଳୟର ସମ୍ପତ୍ତିକୁ ବୃଦ୍ଧି ହୋଇଚାଲିଛି। ଯଦି ହାର୍ଭାର୍ଡ ଆଗାମୀ ଶିକ୍ଷାବର୍ଷ ପୂର୍ବରୁ ଛାତ୍ର ଏବଂ ପରିଦର୍ଶକ ଅଦଳବଦଳ କାର୍ଯ୍ୟକ୍ରମ ପ୍ରମାଣପତ୍ର ପୁନଃପ୍ରାପ୍ତ କରିବାକୁ ଚାହୁଁଛି, ତେବେ ସେମାନେ ୭୨ ଘଣ୍ଟା ମଧ୍ୟରେ ଆବଶ୍ୟକୀୟ ସୂଚନା ପ୍ରଦାନ କରିବା ଉଚିତ ବୋଲି କହିଛି ପ୍ରସାସନ। ଟ୍ରମ୍ପ ପ୍ରଶାସନର ଏହି ପଦକ୍ଷେପ ଯୋଗୁଁ ପୂର୍ବରୁ ଥିବା ଛାତ୍ରମାନେ ଅନ୍ୟ ଅନୁଷ୍ଠାନକୁ ସ୍ଥାନାନ୍ତରିତ ହେବେ ନଚେତ୍ ସେମାନଙ୍କର ଆଇନଗତ ସ୍ଥିତି ହରାଇବେ ବୋଲି ଗୃହ ସୁରକ୍ଷା ବିଭାଗ କହିଛି।ସେପଟେ ହାର୍ଭାର୍ଡ ବିଶ୍ଵବିଦ୍ୟାଳୟ ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରତିଶୋଧମୂଳକ କାର୍ଯ୍ୟ ବୋଲି କହିଛି।

୭୨ ଘଣ୍ଟା ଭିତରେ ପୂରଣ କରିବାକୁ ପଡ଼ିବ ୬ ସର୍ତ୍ତ। ନନ-ଇମିଗ୍ରାଣ୍ଟ ଅର୍ଥାତ ଭାରତ ସମେତ ଅନ୍ୟ ଦେଶର ଛାତ୍ରଛାତ୍ରୀଙ୍କ ଲାଗି ରଖାଯାଇଛି ସର୍ତ୍ତ। ନନ-ଇମିଗ୍ରାଣ୍ଟ ଛାତ୍ର ହେଉଛନ୍ତି ସେମାନେ ଯେଉଁମାନେ ଶିକ୍ଷା ଲାଗି ଆମେରିକାକୁ ଅସ୍ଥାୟୀ ଭାବେ ଯାଇଥାନ୍ତି। ସେମାନେ ଆମେରିକାରେ ସ୍ଥାୟୀ ଭାବେ ରହିବା ଲାଗି ଲକ୍ଷ୍ୟ ରଖିନଥାନ୍ତି।

୧. ସମସ୍ତ ରେକର୍ଡ, ଇଲେକ୍ଟ୍ରୋନିକ ରେକର୍ଡ, ଅଡିଓ, ଭିଡିଓ ଦାଖଲ
୨. ଗତ ୫ ବର୍ଷରେ ବିପଜ୍ଜନକ, ହିଂସା ଆଦି ସମ୍ପର୍କରେ ରେକର୍ଡ ଦାଖଲ
୩. ବିଶ୍ବବିଦ୍ୟାଳୟ କର୍ମଚାରୀ କିମ୍ବା ଛାତ୍ରଛାତ୍ରୀଙ୍କୁ ଧମକ ଦେବାର ରେକର୍ଡ
୪.ଅନ୍ୟର ଅଧିକାର କ୍ଷୁଣ୍ଣ ସଂକ୍ରାନ୍ତରେ ରେକର୍ଡ
୫. ସମସ୍ତ ନନ-ଇମିଗ୍ରାଣ୍ଟ ଛାତ୍ରଛାତ୍ରୀଙ୍କ ସମସ୍ତ ଶୃଙ୍ଖଳାଗତ ରେକର୍ଡ
୬. କୌଣସି ପ୍ରତିବାଦମୂଳକ କାର୍ଯ୍ଯକଳାପରେ ସାମିଲ ଥିବାର ରେକର୍ଡ

ବଦଳିଲା ସାବିତ୍ରୀ ଅମାବାସ୍ୟା ଛୁଟି: ମେ’ ୨୭ ତାରିଖ ପରିବର୍ତ୍ତେ ୨୬ ରେ ଛୁଟି ଘୋଷଣା

ଭୁବନେଶ୍ୱର: ବଦଳିଲା ସାବିତ୍ରୀ ଅମାବାସ୍ୟା ଛୁଟି। ମେ ୨୭ ତାରିଖ ପରିବର୍ତ୍ତେ ୨୬ ତାରିଖରେ ଛୁଟି । ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକୁ ମେ ୨୭ ତାରିଖ ପରିବର୍ତ୍ତେ ମେ ୨୬ ତାରିଖରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ମେ ମାସ ୨୭ ତାରିଖକୁ ସ୍ଥିରୀକୃତ ହୋଇଥିଲା। ତେବେ ପୁରୀ ମୁକ୍ତି ମଣ୍ଡପ ସହିତ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଓ ପଞ୍ଜିକା ଗଣନକାରୀ ଅନୁଷ୍ଠାନ ମାନଙ୍କ ସହିତ ଯୋଗାଯୋଗ ପରେ ଏହା ଜଣାଯାଇଛି ଯେ, ୨୬ ତାରିଖରେ ହିଁ ସାବିତ୍ରୀ ଅମାବାସ୍ୟା ପାଳନ କରାଯିବ। ତେଣୁ ଛୁଟି ତାରିଖକୁ ପରିବର୍ତ୍ତନ କରାଗଲା।

ବିପଦରେ ଥିବା ବିମାନକୁ ଏୟାରସ୍ପେସ ଦେଲାନି ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ:  ପାକିସ୍ତାନ ସରକାରଙ୍କ ନାହିଁ ମାନବିକତା। ବିପଦରେ ପଡିଥିବା ବିମାନକୁ ନିଜର ଏୟାରସ୍ପେସ ବ୍ୟବହାର କରିବାକୁ ଦେଲାନି ପାକିସ୍ତାନ। ଭାରତର ଇଣ୍ଡିଗୋ ବିମାନକୁ ଏୟାରସ୍ପେସ ବ୍ୟବହାର କରିବାକୁ ଦେଲାନି ପାକିସ୍ତାନ।

ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ବିମାନ ଆକାଶରେ ପ୍ରବଳ କୁଆପଥର ମାଡ଼ର ଶିକାର ହୋଇଥିଲା। ବିମାନରେ ୨୨୭ ଜଣ ଯାତ୍ରୀ ଥିଲେ । କୁଆପଥର ମାଡ଼ରୁ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ଲୋକଙ୍କ ଭୟ ଏଡ଼ାଇବାକୁ ପାକିସ୍ତାନର ଲାହୋର ଏୟାରଟ୍ରାଫିକକୁ ଏୟାରସ୍ପେସ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ ଇଣ୍ଡିଗୋ ବିମାନର ପାଇଲଟ। ବିମାନରେ ୨୨୭ ଯାତ୍ରୀ ଥିବାରୁ ସେମାନଙ୍କର ସୁରକ୍ଷା ନେଇ ବିମାନକୁ ପାକିସ୍ତାନର ଆକାଶରେ କିଛି ସମୟ ରଖିବାକୁ ଚାହୁଁଥିଲେ ପାଇଲଟ। ତେବେ ଏହି ଅନୁମତି ଦେଇନଥିଲା ପାକିସ୍ତାନ। ବିମାନର ସାମନା ପଟ କ୍ଷତିଗ୍ରସ୍ତ ହୋଇଥିଲା। ଏସବୁ ବାଧାବିଘ୍ନ ସତ୍ଵେ ଶେଷରେ ବିମାନ ଶ୍ରୀନଗର ବିମାନ ବନ୍ଦରରେ ଓହ୍ଲାଇଥିଲେ।

ବିମାନଟି ଏତେ କ୍ଷତିଗ୍ରସ୍ତ ହୋଇଥିଲା ଯେ ବିମାନ କମ୍ପାନୀ ଏହାକୁ ଏୟାରକ୍ରାଫ୍ଟ ଅନ୍ ଗ୍ରାଉଣ୍ଡ ଘୋଷଣା କରି ଜରୁରୀ ମରାମତି ପାଇଁ ଏହାକୁ ପଠାଇଥିଲେ।\