spot_img
Home Blog Page 7282

ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ଯାଏଁ ବର୍ଷା

ଭୁବନେଶ୍ୱର: ଆସନ୍ତା କାଲିଠାରୁ ରାଜ୍ୟରେ ଦୁଇ ଦିନ ଯାଏଁ ବର୍ଷା ହେବ । ପଶ୍ଚିମବଙ୍ଗରୁ ଆଭ୍ୟନ୍ତରୀଣ ଓଡ଼ିଶା ଉପର ଦେଇ ଆନ୍ଧ୍ର ପ୍ରଦେଶ ପର୍ଯ୍ୟନ୍ତ ଏକ ଟ୍ରପ ଲାଇନ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୧ ଓ ୨ ତାରିଖରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଏହାପରେ ଆସନ୍ତା ୩ ତାରିଖରୁ ପାଗ ଶୁଖିଲା ରହିବା ସହ ତାପମାତ୍ରାରେ ବୃଦ୍ଧି ଘଟିବ । ଗତକାଲି ମଧ୍ୟ ରାଜ୍ୟରେ କିଛି ସ୍ଥାନରେ ଘଡଘଡି ସହ ବର୍ଷା ରେକର୍ଡ କରାଯାଇଛି । ପୁରୀରେ ସର୍ବାଧିକ ୨ ମିଲିମିଟର ବର୍ଷା ହୋଇଥିବା ବେଳେ ଚାନ୍ଦବାଲିରେ ୧ ମିଲିମିଟର ବର୍ଷା ହୋଇଛି ।

ତାରାତାରିଣୀ ପୀଠରେ 5ଟି ସଚିବ: ମନ୍ଦିରର ବିଭିନ୍ନ ସମସ୍ୟା ବିଷୟରେ ସେବାୟତଙ୍କ ସହ କଲେ ଆଲୋଚନା

ଗଞ୍ଜାମ: ଗଞ୍ଜାମର ପ୍ରସିଦ୍ଧ ଦେବୀ ପୀଠ ତାରାତାରିଣୀ ଅଚାନକ ଗସ୍ତ କରିଛନ୍ତି 5ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ । ଆଜି ପୂର୍ବାହ୍ନରେ ମାଆ ତାରାତାରିଣୀଙ୍କ ଗସ୍ତ କରିବା ସହ ପୀଠର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ସରକାର ରାଜ୍ୟର ବିଭିନ୍ନ ଐତିହ ଏବଂ ସଂସ୍କୃତି ସଂପନ୍ନ ମନ୍ଦିରର ବିକାଶ ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା କରୁଛନ୍ତି । ସେ ମଧ୍ୟରେ ତାରାତାରିଣୀ ପୀଠ ମଧ୍ୟ ସାମିଲ ହୋଇଛି ।

ପୀଠକୁ ଅଧିକରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ଚାଲିଥିବା ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିସହ ମନ୍ଦିରରେ ଥିବା ବିଭିନ୍ନ ସମସ୍ୟା ନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି 5-ଟି ସଚିବ ।

ଏ ଅବସରରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ପିଡି ଡିଆରଡିଏ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ବିଶ୍ରାମ ନେଉଥିବା ବେଳେ ଆକ୍ରମଣ କଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ରାଜରାସ୍ତାରେ ଲୁଟେରାଙ୍କ ଆତଙ୍କ ରାଜ୍‌ । ଟ୍ରକ୍‌ ଡ୍ରାଇବରଙ୍କୁ ଧାରୁଆ ଅସ୍ତ୍ରରେ ଲହୁ ଲୁହାଣ କଲେ ଅଭିଯୁକ୍ତ । ଦୁଇ ଗୁରୁତର କଟକ ଏସ୍‌ସିବିକୁ ସ୍ଥାନାନ୍ତର । ଖୋର୍ଦ୍ଧା ଚମ୍ପାଗଡ ନିକଟରେ ଭୋର ୫ଟା ବେଳେ ଘଟିଛି ଏହି ଅଭାବନୀୟ ଘଟଣା ।  ରାତିରେ ବିଶ୍ରାମ ନେବାପାଇଁ ରାସ୍ତା କଡରେ ଦୁଇଟି ଟ୍ରକର ଡ୍ରାଇଭର ଅଟକି ଥିଲେ ।

ଭୋରରୁ ଦୁଇ ଦର୍ବୃତ୍ତ ବାଇକ୍‌ରେ ଆସି ଡ୍ରାଇଭରମାନଙ୍କୁ ବଟି ମାଗିଥିଲେ । ହେଲେ ଟଙ୍କା ନଦେବାରୁ ଦୁଇ ଡ୍ରାଇଭରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ଗାଡିକୁ ଭଙ୍ଗା ରୁଜା କରିଛନ୍ତି ଦୁର୍ବୃତ୍ତ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଦୁଇ ଆହତଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥା ଗରୁତର ହେବାରୁ ଦୁହିଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଚାନ୍ଦପୁର ନିକଟରେ ପୋଲିସର ପେଟ୍ରୋଲଂ ଅଭାବରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟବାସୀ ।

ଏଥର ନିଶ୍ଚିନ୍ତରେ ଖାଇପାରିବେ ଚିକେନ ଓ ଅଣ୍ଡା

ଭୁବନେଶ୍ୱର: ଚିକେନ ଓ ଅଣ୍ଡା ଖାଇବାରେ ଆଉ ନାହିଁ କଟକଣା । କାରଣ ରାଜ୍ୟରେ ଆଉ ନାହିଁ ବାର୍ଡ ଫ୍ଲୁ ଟେନସନ । ୩ ଦିନ ଧରି ଓୟୁଏଟିରେ କୁକୁଡା ମରା ଅଭିଯାନ ପରେ ଏହା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ମତ୍ସ୍ୟ ଓ ପଶୁସଂପଦ ସଚିବ । ଓୟୁଏଟିରେ ସେଣ୍ଟ୍ରାଲ ଟିମ ସହିତ ଆଲୋଚନା ପରେ ଏହା କହିଛନ୍ତି ସଚିବ ଆର୍‌.ରଘୁପ୍ରସାଦ । ବର୍ତ୍ତମାନ ସୁଦ୍ଧା ୧୪ ହଜାର ସାମ୍ପୁଲ ଟେଷ୍ଟ କରାଯାଇଥିବା ବେଳେ ସେଥିରୁ କେବଳ ଗୋଟିଏରେ ପଜିଟିଭ ବାହାରିଥିଲା ।

ବାର୍ଡଫ୍ଲୁ ସଂକ୍ରମଣ ନ ବ୍ୟାପିବା ପାଇଁ ଓୟୁଏଟି ପରିସର ସଫା ରଖାଯିବା ସହ ବ୍ଲିଚିଂ ପକାଯାଉଛି । ତେବେ ନଭେମ୍ବରରୁ ଫେବୃଆରୀ ମଧ୍ୟରେ ଓଡ଼ିଶାକୁ ସାଇବେରିଆନ କଣ୍ଟ୍ରିଂରୁ ବିଦେଶାଗତ ପକ୍ଷୀ ଆଗମନ ଥିବାରୁ ଏଭଳି ସ୍ଥିତି ଉପୁଜିଥିବା କହିଛନ୍ତି ପ୍ରାଣୀ ସଂପଦ ବିଭାଗ ସଚିବ । ସେପଟେ ୩ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ସ୍ପଟ ଭେରିଫିକେସନ କରିଛନ୍ତି । ପ୍ରଫେସର ଅଂଶୁମାନ ଶ୍ରୀବାସ୍ତବ, ପ୍ରଫେସର ଆଲୋକ ବାଜପେଇ ଓ ଡାକ୍ତର ଦେବାଶିଷ ଭଟ୍ଟ।ଚାର୍ଯ୍ୟଙ୍କୁ  ନେଇ ଗଠିତ ଟିମ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସ୍ପଟ ଭେରିଫିକେସନ ପରେ ପ୍ରତିକ୍ରିୟା ରଖିଛି ଟିମ । ବାର୍ଡଫ୍ଲୁ ସୀମିତ ଯାଗାରେ ହୋଇଥିବାରୁ ସାଧାରଣ ଲୋକ ଭୟଭିତ ନହେବାକୁ ପରାମର୍ଶ ଦେଇଛି ଟିମ୍‌ ।

ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ବଜେଟ୍‌ ଅଧିବେଶନ। ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବ। ଆଜି ଦିନ ୧୧ଟା ବେଳେ ସଂସଦର ସେଣ୍ଟ୍ରାଲ ହଲରେ ଯୁଗ୍ମ ଅଧିବେଶନ ହେବ । ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ । ତେବେ ଗୃହରେ ପ୍ରଶ୍ନକାଳ ହେବ ନାହିଁ । ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍‌ ଆଗତ କରିବେ ।

ଚଳିତ ବଜେଟ୍‌ ଅଧିବେଶନରେ ମୋଟ୍‌ ୩୧ଟି କାର୍ଯ୍ୟଦିବସ ରହିଛି । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୧ରେ ସରିବ। ଏଥିରେ ୯ଟି କାର୍ଯ୍ୟଦିବସ ରହିଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୨ରୁ ଏପ୍ରିଲ ୩ ଯାଏଁ ୨୨ଟି କାର୍ଯ୍ୟଦିବସ ରହିଛି। ଅଧିବେଶନରେ ରାଜ୍ୟର ସାଂସଦମାନେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉଠାଇବେ । ଅନ୍ତଃରାଜ୍ୟ ଜଳ ବିବାଦ, କ୍ଲିନ୍‌ ଏନର୍ଜିସ, ଜାତୀୟ ଜନଗଣନାରେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସଂଖ୍ୟା ଗଣନା ପ୍ରସଙ୍ଗ ଉଠାଇବେ ବିଜେଡି ସାଂସଦ ।

ହାତୀ ଆକ୍ରମଣରେ ଜଣେ ମୃତ

ନୂଆପଡା: ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଅନ୍ତର୍ଗତ ଦରଗାଁ ନିକଟରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଟାଙ୍ଗରିପଡା ଗାଁର ବିଷ୍ଣୁ ଦଳ । ମୃତକ ଜଣକ ନିକଟସ୍ଥ ଦରଗାଁକୁ ବାହାଘର ଭୋଜିରେ ଯୋଗ ଦେଇ ନିଜ ଗାଁକୁ ଫେରୁଥିବା ସମୟରେ ଦରଗାଁ ନିକଟରେ ଥିବା କେନାଲ ନିକଟରେ ହାତୀ ସମ୍ମୁଖରେ ପଡିଯାଇଥିଲେ ।

ହାତୀ ବିଷ୍ଣୁ ଦଳକୁ ପାଦରେ କଚାଡି ମାରିଥିଲା । ଗୁରୁତର ଅବସ୍ଥାରେ ବିଷ୍ଣୁଙ୍କୁ ଗାଁ ଲୋକେ ବୋଡେ଼ନ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ କିନ୍ତୁ ସେଠାରେ ବିଷ୍ଣୁ ଦଳଙ୍କ ମୃତ୍ୟୁ ହୋଇଥିଲା । ଆଜି ସକାଳୁ ଗୋଟିଏ ହାତୀ ଆସି ଲୋୟର ଇନ୍ଦ୍ର ପ୍ରକଳ୍ପରୁ ଯାଇଥିବା କେନାଲ ଠାରେ ଘୁରି ବୁଲୁଥିବାର ଦେଖିବାକୁ ମିଳିଛି । ହାତୀ ଜଣଙ୍କ ଜୀବନ ନେବାପରେ ବନବିଭାଗ ହାତୀକୁ ଘଉଡାଇବା ପାଇଁ ଉଦ୍ୟମ ଜରିରଖିଛି ।

ନିଆଳି: ଫୁଲନଖରା-ନିଆଳି ରାସ୍ତାର ଡିପିଏସ୍ କଳିଙ୍ଗ ଛକ ନିକଟରେ ଶିକ୍ଷୟିତ୍ରୀଙ୍କ ଠାରୁ ଲୁଟ୍ । ରାସ୍ତାରେ ଧକ୍କା ମାରି ଚେନ୍ ଲୁଟିନେଲେ ଲୁଟେରା ।

ନିଆଳି: ଫୁଲନଖରା-ନିଆଳି ରାସ୍ତାର ଡିପିଏସ୍ କଳିଙ୍ଗ ଛକ ନିକଟରେ ଶିକ୍ଷୟିତ୍ରୀଙ୍କ ଠାରୁ ଲୁଟ୍ । ରାସ୍ତାରେ ଧକ୍କା ମାରି ଚେନ୍ ଲୁଟିନେଲେ ଲୁଟେରା ।

ଅତ୍ୟାଧୁନିକ ପ୍ରଣାଳୀରେ ଚାଷ: ହଳଦୀ, ଅଦା ଓ ତୁଳସୀରୁ ପ୍ରସ୍ତୁତି ହେଉଛି ସୁଗନ୍ଧିତ ତୈଳ

ଗଜପତି: ଚାଷକୁ ନେଇ ବ୍ୟବସାୟ । ଏହାଦ୍ଵାରା ଅଧିକରୁ ଅଧିକ ଯ଼ୁବଗୋଷ୍ଠୀ ସ୍ୱାବଲମ୍ୱୀ ହୋଇପାରୁଛନ୍ତି । ଏଭଳି ଜଣେ ସଫଳ ଯ଼ୁବକ ହେଲେ  ଗଜପତି ଜିଲ୍ଲା କାଶୀନଗର ବ୍ଲକ ଲକ୍ଷ୍ମୀପୁର ଗାଁର ଅଶ୍ୱିନୀ ନାଏକ । ସରକାରୀ ସହଯୋଗରେ ସେ ତିଆରି କରିଛନ୍ତି ନୀଳାଚଳ ଏରୋମା ହରବାଲ ପ୍ଲାଣ୍ଟ ।

ଗଜପତି ଜିଲ୍ଲା କାଶୀନଗର ବ୍ଲକ୍‌ ଲକ୍ଷ୍ମୀପୁର ଗାଁର ଅଶ୍ୱିନୀ ନାଏକ । ଯୁବଗୋଷ୍ଠୀଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି । ନିଜ ଚେଷ୍ଟା ଏବଂ ସରକାରୀ ସହଯୋଗରେ ତିଆରି କରିଛନ୍ତି ନୀଳାଚଳ ଏରୋମା ହର୍ବାଲ ପ୍ଲାଣ୍ଟସନ । ଉଦ୍ୟାନ ବିଭାଗ ସହଯୋଗରେ ଅଶ୍ୱିନୀ କରିଥିବା ଏହି ପ୍ରକଳ୍ପରୁ ଭଲ ବ୍ୟବସାୟ କରୁଛନ୍ତି ।

ହଳଦୀ, ଅଦା, ଗୋଲ ମରିଚ, ଗନ୍ଧଶୁଣ୍ଠି, ତୁଳସୀ ଆଦିରୁ ଅତ୍ୟାଧୁନିକ ପ୍ରଣାଳୀରେ ସୁଗନ୍ଧିତ ତୈଳ ପ୍ରସ୍ତୁତ କରାଯାଉଛି । ସରକାରୀ ଯୋଜନାରେ ତାଙ୍କୁ ସବସିଡି ମାଧ୍ୟମରେ ଆର୍ଥିକ ସହାୟତା ମିଳିଛି । ଏହି ଯୋଜନାରେ ଅନ୍ୟ ଯ଼ୁବକଙ୍କୁ ମଧ୍ୟ ସାମିଲ କରି ସ୍ୱାବଲମ୍ବୀ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । —

ଅନୁଗୁଳରେ ସାମୁହିକ ବିବାହ: ଜାତି, ଜାତକ ଓ ଯୌତୁକ ବିନା ପଡ଼ିଲା ହାତଗଣ୍ଠି

ଅନୁଗୁଳ: ଗୋଟିଏ ଦିନରେ ଗୋଟିଏ ମଞ୍ଚରେ ବିବାହ । ଏଠି ନା ଥିଲା ଜାତି ଧର୍ମର ଭେଦଭାବ, ନା ରହିଛି ଜାତକର ଆବଶ୍ୟକତା ।  ବିନା ଯୌତୁକରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏମାନେ । ପ୍ରାଦେଶିକ ମାରଓ୍ୱାଡ଼ି  ସଂଘ ପକ୍ଷରୁ ଅନୁଗୁଳରେ ଗଣବିବାହ ଅନୁଷ୍ଠିତ ହୋଇ ଯାଇଛି । ୩୧ଟି ଯୋଡ଼ିଙ୍କୁ ସଂଘ ପକ୍ଷରୁ ବିବାହ କରାଯାଇଛି ।

ନାଲି ଶାଢୀ, ନାଲି ଚୁଡ଼ି ପିନ୍ଧି ସଜେଇ ହୋଇଛି କନିଆ । ବ୍ରାହ୍ମଣର ମନ୍ତ୍ର ଉଚ୍ଚାରଣରେ କମ୍ପୁଛି ପୂରା ପରିବେଶ । ବୈଦିକ ରୀତି ନିତି ଅନୁସାରେ ଚାଲିଛି ବିବାହ । କିନ୍ତୁ ଟିକେ ନିଆରା । ପ୍ରାଦେଶିକ ମାରଓ୍ୱାଡ଼ି  ସଂଘ ପକ୍ଷରୁ ଅନୁଗୁଳରେ ଗଣବିବାହ ଅନୁଷ୍ଠିତ ହୋଇ ଯାଇଛି ।

ଜାତି, ଜାତକ, ଯୌତୁକ ବିନା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏମାନେ ।  ବିନା ବାଜା ଓ ରୋଷଣୀରେ ବର ଆସି କନିଆର ହାତ ଧରିଛି । ପରସ୍ପରକୁ ଫୁଲମାଳ ପିନ୍ଧାଇ ସାତ ଜନ୍ମର ସାଥୀ ହେବାକୁ ଉଭୟ ଉଭୟେଙ୍କୁ କଥା ଦେଇଛନ୍ତି । ଆର୍ଥିକ ଅନଗ୍ରସର ପୁଅ ଝିଅଙ୍କୁ ସଂଘ ପକ୍ଷରୁ ବିବାହ କରାଯାଇଥିବାରୁ ବର-କନ୍ୟା ଉଭୟେ ନିଜ ଖୁସି ବ୍ୟକ୍ତ କରିଛନ୍ତି ।

ସେପଟେ କନ୍ୟାଦାନ କରି ପୁଣ୍ୟ ଅର୍ଜନ କରିଥିବାରୁ କନ୍ୟାପିତା ମଧ୍ୟ ବେଶ ଖୁସି । ବିବାହ ପରେ ସଂଘ ପକ୍ଷରୁ ଭୋଜି ଭାତର ଆୟୋଜନ କରାଯାଇଥିଲା । ଏହାସହ ନବ ଦମ୍ପତ୍ତିଙ୍କୁ ଉପହାର ସ୍ୱରୂପ ଘର କରଣା ସାମଗ୍ରୀ ଦିଆ ଯାଇଥିଲା ।  କାର୍ଯ୍ୟକ୍ରମରେ ଉପବାଚସ୍ପତି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସଂଘର ଏଭିଳି ପ୍ରୟାସକୁ ପ୍ରଶଂସା କରିଥିଲେ ।

ଠିକା ସଂସ୍ଥାର ମନମାନୀ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଆଳରେ ଚାଲିଛି ମନଇଚ୍ଛା ଗଛକଟା ସାଙ୍ଗକୁ ପଥର ବ୍ଳାଷ୍ଟିଂ

ବୌଦ୍ଧ: ଠିକା ସଂସ୍ଥାର ଦାଦାଗିରି । ମନଇଚ୍ଛା କାମ କରୁଛି ଠିକାସଂସ୍ଥା । ଗଛ କାଟିବା ସହିତ ଗୋଚର ଜମିରେ ଖୋଳା ଖୋଳି ଓ ବ୍ଲ।ଷ୍ଟିଂ କରାଯାଉଛି । ଫଳରେ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ବୌଦ୍ଧ ଜିଲ୍ଲା ହରଭଙ୍ଗା ତିରଡ଼ ଗାଁରେ ଉଠା ଜଳସେଚନ ପ୍ରକଳ୍ପ କାମରେ ଏଭଳି ଦେଖିବାକୁ ମିଳୁଛି ।  ବୌଦ୍ଧ ହରଭଙ୍ଗା ତିରଡ଼ ଗାଁରେ ଉଠା ଜଳସେଚନ ପ୍ରକଳ୍ପ କାମ ଆରମ୍ଭ ହୋଇଛି । କାମ କରୁଛି ଆନ୍ଧ୍ରର ଏକ ଠିକାସଂସ୍ଥା ।

ମନଇଚ୍ଛା ସଂସ୍ଥା ଗଛ କାଟିବା ସହିତ ଗାଁର ପୋଖରୀ ପୋତି ଦେଇଛି । ଗୋଚର ଜମି ଉପରେ କାମ  କରାଯାଉଥିବାରୁ ଲୋକ ବିରୋଧ କରିଛନ୍ତି । ହେଲେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଥିବା କହି ଗ୍ରାମବାସୀଙ୍କୁ ଧମକାଯାଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ଜନବସତି ନିକଟରେ ପଥର ବ୍ଲ।ଷ୍ଟିଂ କରାଯାଉଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍କୁଲକୁ ଲାଗିଥିବା ଖେଳ ପଡିଆକୁ ମଧ୍ୟ ଖୋଳାଯିବା ସହ ଏହା ନିକଟରେ ବ୍ୟାରିକେଡ ନିର୍ମାଣ କରାଯାଇଛି ।

ଘଟଣା ନେଇ ତଦନ୍ତ କରାଗଲା ପରେ କାଯ୍ୟ।ନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ପ୍ରକଳ୍ପ ପାଇଁ ଲୋକଙ୍କ ଭିତରେ ଉତ୍ସାହ ଥିଲେ ବି ଠିକାସଂସ୍ଥାର ମନଇଚ୍ଛା କାମକୁ ବିରୋଧ କରାଯାଉଛି ।