ଭୁବନେଶ୍ୱର: ବାହାର ରାଜ୍ୟରୁ ଓଡ଼ିଶା ଆସୁଥିବା ପ୍ରବାସୀଙ୍କୁ କ୍ୱାରେଣ୍ଟାଇନ ମାନିବାକୁ ମୁଖ୍ୟମନ୍ତ୍ରୀ ତାଗିଦ କରିଛନ୍ତି । ଆମପାଇଁ ପ୍ରତ୍ୟେକଟି ଜୀବନ ମୂଲ୍ୟବାନ, ଏହାକୁ ସୁରକ୍ଷିତ ରଖିବା ସମସ୍ତଙ୍କ ଦାୟିତ୍ୱ । ତେଣୁ ସମସ୍ତେ କ୍ୱାରେଣ୍ଟାଇନ ନିୟମ ଉଲ୍ଲଂଧନ କରୁଥିବା ବ୍ୟକ୍ତିଙ୍କୁ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି । ଏହି ବାବଦରେ ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି । ପ୍ରଥମ ଟ୍ୱିଟରେ ସେ କହିଛନ୍ତି ଯେ, ‘ରାଜ୍ୟକୁ ଫେରୁଥିବା ପ୍ରତ୍ୟେକ ଓଡ଼ିଆ ଆମ ନିଜର। ବର୍ତ୍ତମାନସମୟରେ ସାମାନ୍ୟ ଅସାବଧାନତା ଅନେକଙ୍କୁ ବିପଦରେ ପକାଇବ। ପ୍ରତ୍ୟେକଟି ଜୀବନର ସୁରକ୍ଷା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସହ କ୍ୱାରେଣ୍ଟିନର ବ୍ୟବସ୍ଥା ହୋଇଛି।‘
ରାଜ୍ୟକୁ ଫେରୁଥିବା ପ୍ରତ୍ୟେକ ଓଡ଼ିଆ ଆମ ନିଜର। ବର୍ତ୍ତମାନ ସମୟରେ ସାମାନ୍ୟ ଅସାବଧାନତା ଅନେକଙ୍କୁ ବିପଦରେ ପକାଇବ। ପ୍ରତ୍ୟେକଟି ଜୀବନର ସୁରକ୍ଷା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସହ କ୍ୱାରେଣ୍ଟିନର ବ୍ୟବସ୍ଥା ହୋଇଛି। #OdishaCares
— Naveen Patnaik (@Naveen_Odisha) May 4, 2020
ଏହାପରେ ଅନ୍ୟ ଗୋଟିଏ ଟ୍ୱିଟ କରି ସେ ଲେଖିଥିଲେ, ‘ ବର୍ତ୍ତମାନ ଓଡ଼ିଶା ଭଲ ସ୍ଥିତିରେ ଅଛି। ଏଥିପାଇଁ ଲକ୍ଷ ଲକ୍ଷ ଲୋକ ଦିନରାତି ନିରନ୍ତର କାର୍ଯ୍ୟ କରୁଛନ୍ତି। ବହୁ ଓଡ଼ିଆ ନିଜ କର୍ମରୁ ଉର୍ଦ୍ଧ୍ବକୁ ଯାଇ ତ୍ୟାଗ ମନୋଭାବ ନେଇ ଏହି ଅଭୂତପୂର୍ବ ପରିସ୍ଥିତିକୁ ସାମ୍ନା କରୁଛନ୍ତି। ଯେଉଁମାନେ ଓଡ଼ିଶା ଫେରୁଛନ୍ତି ସେମାନେ ମଧ୍ୟ ସେହି ତ୍ୟାଗ ସହ ନିଜ ଉତ୍ତରଦାୟିତ୍ୱ ନିର୍ବାହ କରନ୍ତୁ।‘
ବର୍ତ୍ତମାନ ଓଡ଼ିଶା ଭଲ ସ୍ଥିତିରେ ଅଛି। ଏଥିପାଇଁ ଲକ୍ଷ ଲକ୍ଷ ଲୋକ ଦିନରାତି ନିରନ୍ତର କାର୍ଯ୍ୟ କରୁଛନ୍ତି। ବହୁ ଓଡ଼ିଆ ନିଜ କର୍ମରୁ ଉର୍ଦ୍ଧ୍ବକୁ ଯାଇ ତ୍ୟାଗ ମନୋଭାବ ନେଇ ଏହି ଅଭୂତପୂର୍ବ ପରିସ୍ଥିତିକୁ ସାମ୍ନା କରୁଛନ୍ତି। ଯେଉଁମାନେ ଓଡ଼ିଶା ଫେରୁଛନ୍ତି ସେମାନେ ମଧ୍ୟ ସେହି ତ୍ୟାଗ ସହ ନିଜ ଉତ୍ତରଦାୟିତ୍ୱ ନିର୍ବାହ କରନ୍ତୁ।
— Naveen Patnaik (@Naveen_Odisha) May 4, 2020
ତୃତୀୟ ଟ୍ୱିଟରେ ସେ କ୍ୱାରେଣ୍ଟିନ ନିୟମ ଭଙ୍ଗକାରୀଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ‘ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆମାନେ ନିଜ ତଥା ନିଜ ପରିବାରର ଜୀବନ ସୁରକ୍ଷା ପାଇଁ କ୍ୱାରେଣ୍ଟିନରେ ରହିବା ସହ ସରକାରଙ୍କ ସମସ୍ତ ନିୟମ କଡ଼ାକଡ଼ି ପାଳନ କରନ୍ତୁ। ଏହାର ଉଲ୍ଲଂଘନ କ୍ଷେତ୍ରରେ ସରପଞ୍ଚମାନେ ତୁରନ୍ତ ପ୍ରଶାସନକୁ ଅବଗତ କରିବେ। ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।‘
ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆମାନେ ନିଜ ତଥା ନିଜ ପରିବାରର ଜୀବନ ସୁରକ୍ଷା ପାଇଁ କ୍ୱାରେଣ୍ଟିନରେ ରହିବା ସହ ସରକାରଙ୍କ ସମସ୍ତ ନିୟମ କଡ଼ାକଡ଼ି ପାଳନ କରନ୍ତୁ। ଏହାର ଉଲ୍ଲଂଘନ କ୍ଷେତ୍ରରେ ସରପଞ୍ଚମାନେ ତୁରନ୍ତ ପ୍ରଶାସନକୁ ଅବଗତ କରିବେ। ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। #OdishaCares
— Naveen Patnaik (@Naveen_Odisha) May 4, 2020







ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା କୋଲକାତା ଫେରନ୍ତାଙ୍କ ଭିଡିଓ ଭାଇରାଲ୍ ହୋଇଛି । ସଂଗରୋଧରେ ଥିବା କୋଲକାତା ଫେରନ୍ତାମାନେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଟିକଟିକ୍ ଭିଡିଓ କରି ମସ୍ତି କରୁଛନ୍ତି । କିଏ ଝାଡ଼ୁ ଧରିଛି ତ କିଏ ଥାଳି ଓ ଆଉ କିଏ ବାଲଟି । ଥାଳି, ବାଲଟି ବାଡ଼େଇ କୋଲକାତା ଫେରନ୍ତାମାନେ ସଂଘରୋଧରେ ସଂକୀର୍ତ୍ତନ କରିଛନ୍ତି ।
ଏହି କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ୯ ଜଣ କୋଲକାତା ଫେରନ୍ତା ଅଛନ୍ତି । ଟିକଟିକ୍ ଭିଡିଓ ଭାଇରାଲ୍ ହେବା ପରେ ଫେରନ୍ତାଙ୍କ ନାଁରେ ସରପଞ୍ଚ ସ୍ୱର୍ଣ୍ଣମୟୀ ଜେନା ଏତଲା ଦେଇଛନ୍ତି । ତିହିଡ଼ି ଥାନାରେ ସରପଞ୍ଚ, ୯ ଫେରନ୍ତାଙ୍କ ମଧ୍ୟରୁ ୭ ଜଣଙ୍କ ନାଁରେ ଏତଲା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । ଗତକାଲି ମୁଖ୍ୟ ଶାସନ ସଚିବ ଫେରନ୍ତା କୌଣସି ନିୟମ ଉଲ୍ଲଂଘନ କଲେ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ ।

ରାଜ୍ୟରେ ସକାଳ ୯ଟାରୁ ସନ୍ଧ୍ୟା ୭ଟା ଯାଏଁ ମଦ ଦୋକାନ ଖୋଲା ରହିବ । ସକାଳୁ ସକାଳୁ ହୁବଲି ସହରର ମଦ ଦୋକାନ ଆଗରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ମାସେରୁ ଅଧିକ ସମୟ ହେବ ମଦ ଦୋକାନ ବନ୍ଦ ଥିବାରୁ ଲୋକେ ଲାଇନ୍ ଲଗାଇଛନ୍ତି । କିଛି ଲୋକ ଦୋକାନ ଖୋଲିବା ପୂର୍ବରୁ ମଧ୍ୟ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା ।
କର୍ଣ୍ଣାଟକ ଧାରୱାଡ଼ ଜିଲ୍ଲାରେ ରହିଛି ହୁବଲି ସହର । ବର୍ତ୍ତମାନ ଯାଏଁ ଧାରୱାଡ଼ ଜିଲ୍ଲାରେ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ଅରେଞ୍ଜ ଜୋନରେ ରହିଛି ।

