spot_img
Home Blog Page 7297

ଚର୍ମ କର୍କଟର ସଂକେତ ଦିଏ ଏହି ସବୁ ଲକ୍ଷଣ: ଭୁଲରେ ବି ଅଣଦେଖା କରନ୍ତୁ ନାହିଁ

କର୍କଟ ରୋଗ ନାଁ ଶୁଣିଲେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୁଏ । ଏଣୁ ଏହା ଯେଭଳି ନହେବ ସେଥିପ୍ରତି ଧ୍ୟାନ ଦେଇଥାନ୍ତି ।  ଅଧିକାଂଶ ଲୋକ ସ୍ତନ କ୍ୟାନସର ଓ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଅଳ୍ପେ ବହୁତ ଏଥିପ୍ରତି ଲୋକେ ସଚେତନ ମଧ୍ୟ ଥାଆନ୍ତି । କିନ୍ତୁ ଏହାସହିତ ଅନେକ ପ୍ରକାର କର୍କଟ ରୋଗ ରହିଛି ଯାହା ଆପଣଙ୍କ ଜୀବନ ନେଇପାରେ । ସେହିଭଳି ଏକ କ୍ୟାନସର ହେଉଛି ଚର୍ମ କର୍କଟ ।

ସୂର୍ଯ୍ୟ କିରଣ ସିଧାସଳଖ ଶରୀର ସମ୍ପର୍କରେ ଆସିଲେ କର୍କଟ ରୋଗ ହେବାର ଆଶଙ୍କା ଅଧିକ ହୋଇଯାଏ । ଚର୍ମ କର୍କଟ ହେବା ଯୋଗୁଁ ତ୍ୱଚାର କୋଷିକା ଅସ୍ୱାଭାବିକଭାବେ ବଢ଼ିଥାଏ । ଚର୍ମ କର୍କଟ ହୋଇଥିଲେ ଏହାର ପ୍ରଭାବ ତ୍ୱଚା ଉପରେ ଦେଖାଯାଏ । କିନ୍ତୁ ଅଧିକଂଶ ଲୋକେ ଏହାକୁ ଅଣଦେଖା କରିଦିଅନ୍ତି । ଯେଉଁଥିଲାଗି ଗମ୍ଭୀର ସମସ୍ୟା ଦେଖାଯାଏ । ଏବେ ଏଭଳି କିଛି ଲକ୍ଷଣ ଉପରେ ନଜର ପକାଇବା ଯାହା ଚର୍ମ କର୍କଟ ହେବା ଯୋଗୁଁ ହୋଇଥାଏ ।

ଜଳାପୋଡ଼ା ଅନୁଭବ କରିବେ:

ବହୁ ସମୟରେ ଆମେ ବହାରୁ ଆସିଲାପରେ ବେକ, ମାଥା, ଆଖି ଆଖପାଖରେ ହଠାତ୍‌ ଜଳାପୋଡା ଅନୁଭବ କରିଥାଉ । ସାଧାରଣତଃ ଲୋକେ ଏହାକୁ ଅଣଦେଖା କରିଥାନ୍ତି । ଯଦି ଏଭଳି ଜଳାପୋଡ଼ା ଲଗାତାର ବଢ଼େ ତା’ହେଲେ ଏହା ଚର୍ମ କର୍କଟର ଲକ୍ଷଣ ହୋଇପାରେ ।

ଷ୍ଟ୍ରେଚ୍‌ ମାର୍କ: ଏହା ଏକ ବହୁତ ବଡ଼ ଲକ୍ଷଣ ଅଟେ । ଯାହା କି ଆପଣଙ୍କୁ ଚର୍ମ କର୍କଟ ବିଷୟରେ ସଂକେତ ଦେଇଥାଏ । ସ୍କିନ୍‌ କ୍ୟାନସେର ହେବା ଯୋଗୁଁ ତ୍ୱଚାର କୋଷିକା ଗୁଡ଼ିକରେ ପରିବର୍ତ୍ତନ ହୋଇଥାଏ । ଏହାଦ୍ୱାର ଆପଣଙ୍କ ଶରୀରରେ ଥିବା ଷ୍ଟ୍ରେଚ୍‌ମାର୍କରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ । ଆପଣଙ୍କ ଷ୍ଟ୍ରେଚ୍‌ ମାର୍କରେ ପରିବର୍ତ୍ତନ ଦେଖାଯିବା ସହ ସେଥିରେ ଯଦି କୁଣ୍ଡି ଆ ହୁଏ ତା’ହେଲେ ଆପଣ ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।   

କଳାଜାଇର ଆକାର ବଦଳିବା:

ଚର୍ମ କର୍କଟର କାରଣ ହେଉଛି ତ୍ୱଚାରେ ଥିବା କୋଷିକା ଗୁଡ଼ିକ ଅସ୍ୱାଭାବିକଭାବେ ବଢ଼ିବା । ଏହାଦ୍ୱାରା କଳାଜାଇର ଆକାରରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ । ଏହାର ଆକାର ସହିତ ରଙ୍ଗରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ । ଏଭଳି ହେଉଥିଲେ ଏହାକୁ ଜମାରୁ ଅଣଦେଖା ନକରି ଡାକ୍ତରଙ୍କ ସହ ସମ୍ପର୍କ କରିବାର ଆବଶ୍ୟକତା ରହିଛି  । ପ୍ରାୟତଃ ଶରୀରରେ ଦାଗ ଦେଖାଗଲେ ଏହାକୁ ମଧ୍ୟ ଅଣଦେଖା କରିଦେଉଥାଉ କିନ୍ତୁ ଏହା ବି ଚର୍ମ କର୍କଟ ହୋଇଥାଇପାରେ ।

ଅନ୍ୟ ଲକ୍ଷଣ:

ଏସବୁ ସତ୍ତ୍ୱେ ଏଭଳି ବି କିଛି ଲକ୍ଷଣ ରହିଛି ଯାହା ଦେଖିବାକୁ ସାମାନ୍ୟ ଚର୍ମ ସମସ୍ୟା ଭଳି ଲାଗିଥାଏ । କିନ୍ତୁ ବାସ୍ତବରେ ଚର୍ମ କର୍କଟର ଲକ୍ଷଣ ହୋଇଥାଇପାରେ । ଯଦି ଆପଣଙ୍କ ଚର୍ମରେ ବ୍ରଣ ରହିଛି ଆଉ ଏହାର ଆକାର ଅଚାନକଭାବେ ବଢ଼ିଯାଏ ଆଉ ଏହାର ରଙ୍ଗରେ ପରିବର୍ତ୍ତନ ଦେଖାଯାଏ ତା‘ହେଲେ ଏହା ଚର୍ମ କର୍କଟର ଲକ୍ଷଣ ହୋଇପାରେ ।  ଏହାସହିତ ଖରାରେ ରହିବା ଯୋଗୁଁ ଯଦି ଆପଣଙ୍କୁ କୁଣ୍ଡିଆ ଅନୁଭବ କରୁଛନ୍ତି ତା’ହେଲେ ଏହା ମଧ୍ୟ ର୍କଟରର ଲକ୍ଷ୍ୟଣ ହୋଇପାରେ ।  ଏକ୍ଜିମା ହେବା ପରେ ବି ଅସାବଧାନା ଅବଲମ୍ୱନ କରିବା ଉଚିତ ନୁହେଁ କାହିକି ନାଁ ଏକ୍‌ଜିମା ଚର୍ମ କର୍କଟର ଆଉ ଏକ ଲକ୍ଷଣ ।

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ପୋଲିସକୁ ଠେଲାପେଲା, ଜଣେ ଅଟକ

ବଲାଙ୍ଗିର: ବଲାଙ୍ଗିର କଣ୍ଟାବାଞ୍ଝି ଥାନାରେ ପୋଲିସ ଏସ୍‌ଆଇଙ୍କୁ ଠେଲାପେଲା । ପୋଲିସ ଉପସ୍ଥିତିରେ ଯୁବକଙ୍କୁ ମାଡ଼ ଅଭିଯୋଗ। ଗତକାଲି କଣ୍ଟାବାଞ୍ଝି ରେଲଓ୍ୱେ ପଡ଼ିଆରେ ସାଧାରଣତନ୍ତ୍ର ପରେଡ୍‌ ଦେଖିବାକୁ ଯାଇଥିବା ଜଣେ ଯୁବକଙ୍କୁ କିଛି ଯ଼ୁବକ ମାଡ଼ ମାରିଥିଲେ ।

ଏନେଇ ଯୁବକ ଜଣକ ସମ୍ପର୍କୀୟଙ୍କୁ ଡ଼ାକି ଥାନାରେ ଅଭିଯୋଗ କରୁଥିଲେ । ତେବେ ଏହି ସମୟରେ ଅନ୍ୟ ଗୋଷ୍ଠୀର ଯୁବକ ଥାନା ଭିତରକୁ ପଶି ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ଡ୍ୟୁଟିରେ ଥିବା ପୋଲିସ SIଙ୍କୁ ଠେପାପେଲା ଓ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି ।

ମଝି ଆକାଶରୁ ଖସିପଡ଼ିଲା ବାସ୍କେଟ୍‌ ବଲ୍‌ ଖେଳାଳିଙ୍କ ହେଲିକପ୍ଟର

ବ୍ୟୁରୋ ରିପୋର୍ଟ: ବାସ୍କେଟ୍‌ ବଲ କିମ୍ବଦନ୍ତୀ କୋବୀ ବ୍ରାଏଣ୍ଟଙ୍କର ହେଲିକପ୍‌ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । କାର୍ଲିଫର୍ଣ୍ଣିଆର କେଲାବେସସରେ ହୋଇଥିବା ହେଲିକପ୍‌ଟ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ବ୍ରାଏଣ୍ଟଙ୍କ ୧୩ ବର୍ଷର ଝିଅ ସମେତ ମୋଟ୍‌ ୯ଜଣଙ୍କ ମୃତ୍ୟୁ ହୋଇଛି ।

ଲସ୍‌ ଆଞ୍ଜେଲସଠାରୁ ୬୫ କିଲୋମିଟର ଦୂରରେ କୋବୀଙ୍କ ପ୍ରାଇଭେଟ୍‌ ହେଲିକପ୍‌ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍‌ଟରଟି ଉଡୁଥିବା ବେଳେ ଏଥିରେ ନିଆଁ ଲାଗିଯାଇଥିଲା । ଫଳରେ ଏହା ତଳେ ଖସିପଡିଥିଲା । ତେବେ ହେଲିକପ୍‌ଟରରେ କେମିତି ନିଆଁ ଲାଗିଲା ସେନେଇ ସ୍ପଷ୍ଟ ହୋଇନି ।

ଦୁର୍ଘଟଣା ନେଇ ତଦନ୍ତ କରାଯାଉଛି । ଲୋକପ୍ରିୟ ନାସନାଲ ବାସ୍କେଟ୍‌ବଲ ଆସୋସିଏସନ୍‌ରେ କୋବୀ ୨୦ ବର୍ଷ ଧରି ରହିଥିଲେ । ଏହି ସମୟରେ ୫ଥର ଚାମ୍ପିଅନ୍‌ ହୋଇଥିଲେ । ତାଙ୍କ ମୃତ୍ୟୁରେ ପ୍ରଶଂସକ ଶୋକ ପ୍ରକାଶ କରିଛନ୍ତି ।

ଶୀତ ବଢ଼ିବା ସହ ଆଗକୁ ବର୍ଷାର ସମ୍ଭାବନା

ଭୁବନେଶ୍ୱର: ପୁଣି ଫେରିଲା ଶୀତ । ରାଜ୍ୟର ୩ ଜିଲ୍ଲାକୁ କୋଲ୍ଡ ଓ୍ୱେଭ୍‌ ସତର୍କତା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ବିଶେଷକରି ଅନୁଗୁଳ, ସୋନପୁର ଓ ବଲାଙ୍ଗିର ଜିଲ୍ଲାକୁ ଏହି ଓ୍ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ୨୮ ଓ ୨୯ ତାରିଖରେ ଉତ୍ତର ଓଡ଼ିଶା ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ ।

ଏଥିସହ ଦକ୍ଷିଣ ଓଡ଼ିଶାର ମଧ୍ୟ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ ବୋଲି ପୁର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବିଶେଷକରି ୨୮ ତାରିଖରେ କଟକ, ଅନୁଗୁଳ, ଢ଼େଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୁରଭଞ୍ଚ ଓ କେନ୍ଦୁଝର ରେ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ୨୯ ତାରିଖରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ରେ ଘଡ଼ଘଡ଼ି ସହ ବର୍ଷା ହେବ ।

ସହିଦ ରଘୁ ଦିବାକର ସଂସ୍କୃତି ଭବନ ଉପରକୁ ଦୁର୍ବୃତ୍ତଙ୍କ ଗୁଳିମାଡ଼, କାରଣ ଅସ୍ପଷ୍ଟ

ନୟାଗଡ଼: ନୟାଗଡ଼ ଟାଙ୍ଗୀ ସହିଦ ରଘୁ ଦିବାକର ସଂସ୍କୃତି ଭବନରେ ଗୁଳିକାଣ୍ଡ । ଗତକାଲି ବିଳମ୍ବିତ ରାତ୍ରିରେ ଗୁଳିକାଣ୍ଡ ଘଟିଥିବା ବେଳେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି । ୨ ରାଉଣ୍ଡ ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ସୂଚନା ଅନୁସାରେ ପ୍ରତିଦିନ ଭଳି କିଛି ଯ଼ୁବକ ସଂସ୍କୃତି ଭବନ ପରିସରରେ ଶୋଇଥିଲେ ।

ରାତି ପ୍ରାୟ ୨ଟା ପାଖାପାଖିରେ କିଛି ଦୁର୍ବୃତ୍ତ ମଟରସାଇକଲରେ ଆସି ଗ୍ରୀଲ୍‌ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ତେବେ ଏହି ସମୟରେ କିଛି ଜଣ ଉଠି ବାହାରକୁ ଦେଖିବାକୁ ଆସିଥିବା ବେଳେ ଦୁର୍ବୃତ୍ତ ଗୁଳିମାଡ କରି ଫେରାର ହୋଇଯାଇଥିଲେ ।

ଅନ୍ୟପଟେ ଖବର ପାଇ ଚାନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି । ଘଟଣାସ୍ଥଳରୁ ଦୁଇଟି ଖୋକା ଜବତ କରିଛି ପୋଲିସ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଭାଇରସ୍‌ ପାଇଁ ଜାରି ହେଲା ଟୋଲ୍‌ ଫ୍ରି ନମ୍ବର

ଭୁବନେଶ୍ୱର: କରୋନା ଭାଇରସ୍‌ ସତର୍କତା ପାଇଁ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଯଦି କେହି ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରନ୍ତି, ତାହେଲେ ରାଜ୍ୟ ଜନସ୍ୱାସ୍ଥ୍ୟ ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ରାଜ୍ୟ ଜନସ୍ୱାସ୍ଥ୍ୟ ନିୟନ୍ତ୍ରଣ କକ୍ଷ ପକ୍ଷରୁ ଏଥିପାଇଁ ଦୁଇଟି ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି ।  ନମ୍ବର ହେଲା – ୦୬୭୪- ୨୩୯୦୪୬୬୬ ଏବଂ ୯୪୩୯୯୯୪୮୫୭ । ଦୁଇଟି ନମ୍ବର ୨୪ ଘଣ୍ଟା ଖୋଲା ରହିବ । କରୋନା ଭାଇରସ୍‌ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍‌ଭାଇଜରି ଜାରି କରାଯାଇଥିଲା ।

କାୟା ବିସ୍ତାର କରୁଛି ଭୟଙ୍କର କରୋନା ଭାଇରସ, ବିପଦରେ ୮ ଦେଶ

କରୋନାର ବଢୁଛି କରାଳ ରୂପ । ସାଂଘାତିକ ଭାଇରସର ଡେଞ୍ଜର ଜୋନରେ ରହିଛି ୮ଟି ଦେଶ । ରାତାରାତି ବଢିଚାଲିଛି କରୋନା ଭାଇରସର ଆତଙ୍କ । ଡେଇଁ ଚାଲିଛି ଗୋଟିଏ ପରେ ଗୋଟିଏ ଦେଶ   । ୮୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି, ୧୨ଶହରୁ ଅଧିକ ଲୋକ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଚୀନରୁ ଥାଇଲାଣ୍ଡ, ଆମେରିକା, ତାଇଓ୍ୱାନ, ଭିଏତନାମ୍‌, ସିଙ୍ଗାପୁର ପରେ ଏବେ ଇଉରୋପରେ ନିଜର କାୟା ବିସ୍ତାର କଲାଣି ।

ଭାରତରେ ଏହାର ପ୍ରଭାବ ମଧ୍ୟ ଗମ୍ଭୀର ହେଲାଣି । ବିଶେଷ କରି କେରଳରେ ଏହି ଭାଇରସର ଶୀକାର ୮ ଜଣ ଲୋକଙ୍କୁ ଚିହ୍ନଟ କରାଗଲାଣି । ଚୀନରେ କରୋନା ବ୍ୟାପିବା ଭୟରେ ସେମାନେ ଭାରତକୁ ଫେରିଆସିଥିବା ବେଳେ ଡାକ୍ତରୀ ଯାଞ୍ଚରେ ସେମାନଙ୍କ ଶରୀରରେ ଭାଇରସ ଥିବା ଜଣାପଡ଼ିଛି । ସେମାନଙ୍କୁ କେରଳର ବିଭିନ୍ନ ଡାକ୍ତରଖାନାର ସ୍ୱତନ୍ତ୍ର ଓ୍ୱାର୍ଡରେ ରଖାଯାଇଛି ।

ଭାରତର ବିଭିନ୍ନ ବିମାନବନ୍ଦରରେ ଭାଇରସ ଚିହ୍ନଟ ପାଇଁ କଡ଼ାକଡ଼ି ଯାଞ୍ଚ କରାଯାଉଛି । ଚୀନରେ ଥିବା ଆମେରିକୀୟ ମାନଙ୍କୁ ଆଜି ଏକ ସ୍ୱତନ୍ତ୍ର ବିମାନରେ ଆମେରିକା ଫେରାଇ ନେଇଛି । ଏପଟେ ବେଜିଂରେ ଭାଇରସ ବ୍ୟାପିବା ଆଶଙ୍କାରେ ଭାରତୀୟ ମାନଙ୍କୁ ସତର୍କ ରହିବାକୁ ଦୁତାବାସ ତରଫରୁ କୁହାଯାଇଛି ।

ମାଲକାନଗିରି: ଯୋଡ଼ଆମ୍ବରେ ଗ୍ରାମବାସୀ-ମାଓବାଦୀ ମୁହାଁମୁହିଁ ଘଟଣା । କୁକୁତୁପଡେ କ୍ୟାମ୍ପରେ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଆଶ୍ରୟ ନେଇଛନ୍ତି ଗ୍ରାମବାସୀ । ଯୋଡ଼ାଆମ୍ବ ଗାଁ ଜନଶୂନ୍ୟ । ପଞ୍ଚାୟତକୁ ଚାରିପଟୁ ଘେରି ରହିଛନ୍ତି ପୋଲିସ, ଏସଓଜି ଓ ବିଏସଏଫ ଯବାନ । କମ୍ବିଂ ଅପରେସନ୍ ଜୋରଦାର୍ ।

ମାଲକାନଗିରି: ଯୋଡ଼ଆମ୍ବରେ ଗ୍ରାମବାସୀ-ମାଓବାଦୀ ମୁହାଁମୁହିଁ ଘଟଣା । କୁକୁତୁପଡେ କ୍ୟାମ୍ପରେ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଆଶ୍ରୟ ନେଇଛନ୍ତି ଗ୍ରାମବାସୀ । ଯୋଡ଼ାଆମ୍ବ ଗାଁ ଜନଶୂନ୍ୟ । ପଞ୍ଚାୟତକୁ ଚାରିପଟୁ ଘେରି ରହିଛନ୍ତି ପୋଲିସ, ଏସଓଜି ଓ ବିଏସଏଫ ଯବାନ । କମ୍ବିଂ ଅପରେସନ୍ ଜୋରଦାର୍ ।

କଟକ ବଡ଼ ମେଡିକାଲ ଚାରିପଟୁ ଉଚ୍ଛେଦ ପାଇଁ ପ୍ରସ୍ତୁତି ଆରମ୍ଭ

କଟକ: ବଦଳିବ ଏସସିବିର ଭିତ୍ତିଭୂମି, ବଢ଼ିବ ପରିସୀମା । ମିଳିବ ଉନ୍ନତ ମାନର ସେବା । ଏମ୍ସ ପ୍ଲସ ହସ୍ପିଟାଲର ରୂପରେଖ ଚିନ୍ତା କରି ରାଜ୍ୟ ସରକାର ଏସସିବି ଲାଗି ନେଉଛନ୍ତି ଗୋଟିଏ ପରେ ଗୋଟିଏ ବଡ଼ ପଦକ୍ଷେପ । ଏସସିବିକୁ ବର୍ଦ୍ଧିତ କରିବା ଲାଗି ଉଚ୍ଛେଦ ହେବ ମେଡିକାଲ ଆଖପାଖ ଓ ପରିସରରେ ଥିବା ବିଭିନ୍ନ ବସ୍ତି, ସରକାରୀ ବାସଭବନ ଓ ଦୋକାନ ଘର । ଯାହାକୁ ନେଇ ବଢ଼ୁଛି ଉଚ୍ଛେଦ ସ୍ଥାନରେ ରହୁଥିବା ଲୋକଙ୍କ ଚିନ୍ତା । ପିଢି ପରେ ପିଢି ବସବାସ କରୁଥିଲେ ମଧ୍ୟ ସରକାରଙ୍କ ନୂଆ ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ସରକାର ଘର ବଦଳରେ ଘର ଦେଲେ ହିଁ ନିଜ ଭିଟ୍ଟାମାଟି ଛାଡ଼ିବେ ବୋଲି କହିଛନ୍ତି ସ୍ଥାନୀୟ ଲୋକ ।SCBଏସସିବିର ନବ ନିର୍ମାଣ ପାଇଁ ଏହାର ଆଖପାଖରେ ଥିବା ୧୬୦ଟି ସରକାରୀ କ୍ୱାଟର, ୫ଟି ବସ୍ତି ଓ ଅନେକ ବେସରକାରୀ ଘର, ଦୋକାନ ଗୃହ ଏବଂ ମନ୍ଦିରଗୁଡିକୁ ଉଚ୍ଛେଦ କରାଯିବ । ଏହି ଉଚ୍ଛେଦ ଦ୍ୱାରା ପ୍ରାୟ ୮ ଶହ ପରିବାର ପ୍ରଭାବିତ ହେବା ଅନୁମାନ କରାଯାଉଛି । ପିଲାମାନଙ୍କ ପରୀକ୍ଷା ମୁଣ୍ଡ ଉପରେ ଥିବାରୁ କିପରି ସ୍ଥାନାନ୍ତରିତ ହେବେ ତାକୁ ନେଇ ଲୋକଙ୍କ ଚିନ୍ତା ବଢ଼ିଛି ।ଆଗକୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବାରୁ ଉଚ୍ଛେଦ ବାବଦରେ ଜିଲ୍ଲା ପ୍ରଶାସନ ସତର୍କ ରହିଥିବା କହିଛନ୍ତି ଜିଲ୍ଲାପାଳ । ନିର୍ଦ୍ଦେଶ ଆସିବା ପରେ ଉଚ୍ଛେଦ ଲାଗି ସମସ୍ତ ପକ୍ରିୟା ଆରମ୍ଭ ହୋଇଛି । ତେବେ, ଆସନ୍ତାକାଲି କୌଣସି ଉଚ୍ଛେଦ କରାଯିବ ନାହିଁ । କେବଳ ଉଚ୍ଛେଦ ସ୍ଥାନ ମାନଙ୍କରେ ମାଇକ୍ ଯୋଗେ ପ୍ରଚାର କରାଯିବ । ସ୍ୱତଃପବୃତ ଭାବେ ସ୍ଥାନ ଛାଡ଼ିବା ଲାଗି କୁହାଯିବ । ସେହି ପରିବାରଙ୍କୁ କଟକ ନିମପୁର ଓ ଯୋବ୍ରା ଅଞ୍ଚଳରେ ଥଇଥାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାର୍ଚ୍ଚରୁ ଆରମ୍ଭ ହେବ SCB ଦ୍ୱିତୀୟ କ୍ୟାମ୍ପସ୍ କାମ

ଏସସିବି ସମ୍ପ୍ରସାରଣ ପାଇଁ ପ୍ରାୟ ୨୫ ଏକର ଜମି ଆବଶ୍ୟକ । ତେଣୁ, ମେଡିକାଲର ଉଭୟ ପାର୍ଶ୍ୱରେ ଥିବା ଜମି ସମେତ ଆଖପାଖ ଜମି ଏପରିକି ବୋଷ ଖେଳ ପଡ଼ିଆ ମଧ୍ୟ ସ୍ଥାନାନ୍ତର ହୋଇପାରେ ।

https://www.facebook.com/nandighoshatv/videos/652473211985093/

ପୁରୀ ସତ୍ୟବାଦୀ ସୁଆଣ୍ଡୋ ଗାଁରେ ୫-ଟି ସଚିବ ଭି.କେ ପାଣ୍ଡିଆନ

ପିପିଲି: ପୁରୀ ସତ୍ୟବାଦୀ ସୁଆଣ୍ଡୋ ଗାଁରେ 5-T ସଚିବ ଭି.କେ ପାଣ୍ଡିଆନ । ଗୋପବନ୍ଧୁଙ୍କ ଜନ୍ମମାଟିର ବିକାଶ ନେଇ ଅନୁଧ୍ୟାନ କରିବା ସହ ଗୋପବନ୍ଧୁଙ୍କର ଷଠି ଘର ବୁଲି ଦେଖିଲେ 5-T ସଚିବ । ତାଙ୍କ ସହିତ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ମଧ୍ୟ ଉପସ୍ଥିତ ଥିଲେ ।

ସୁଆଣ୍ଡୋର ବିକାଶ ନେଇ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିବା ବେଳେ ଆଜି 5-T ସଚିବଙ୍କର ସୁଆଣ୍ଡୋକୁ ଅଚାନକ ଗସ୍ତ ସୁଆଣ୍ଡୋର ବିକାଶ ନେଇ ଲୋକଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି ।