spot_img
Home Blog Page 7304

ଭାରତରେ ବ୍ୟାପୁଛି କରୋନା, ୨୪ ଘଣ୍ଟାରେ ୭୩ ସଂକ୍ରମିତ ମୃତ

ନୂଆଦିଲ୍ଲୀ: ଥମୁନି କରୋନା ସଂକ୍ରମଣ । ଦିନକୁ ଦିନ କୋଭିଡ୍-୧୯ ବ୍ୟାପିବା ସହ ଦେଶର କରୋନା ଗ୍ରାଫ୍ ବଢ଼ିବାରେ ଲାଗିଛି । ଦିଲ୍ଲୀ, ମହାରାଷ୍ଟ୍ର ଓ ଗୁଜରାଟ ସ୍ଥିତି ଉଦବେଗଜନକ ରହିଛି । ଗତ ୨୪ ଘଣ୍ଟାରେ ଦେଶରେର ୭୩ ଜଣ କରୋନା ସଂକ୍ରମିତ ଆଖି ବୁଜିଛନ୍ତି । ୧୯୯୩ ଜଣ ନୂଆ କରୋନା ଆକ୍ରାନ୍ତ ଦେଶରେ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୫ ହଜାର ୪୩ରେ ପହଞ୍ଚିଛି । ମୋଟ ୧୧୪୭ ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଲେ ୮ ହଜାର ୮୮୯ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଲକଡାଉନ୍ ୨.୦ ଆସନ୍ତା ୩ ତାରିଖରେ ସରୁଛି । ସଂକ୍ରମଣ ସ୍ଥିତି ଭୟାନକ ସ୍ଥିତିରେ ଥିବା ବେଳେ ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଜୋନକୁ ଦେଖି ଲକଡାଉନ୍ କଟକଣା କୋହଳ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଦେଶରେ ୧୦ ହଜାର ୪୯୮ ସଂକ୍ରମିତଙ୍କ ସହ ଉପରେ ରହିଛି ମହାରାଷ୍ଟ୍ର । ଦ୍ୱିତୀୟରେ ୪ ହଜାର ୩୯୫ ଜଣଙ୍କ ସହ ଗୁଜରାଟ ରହିଥିବା ବେଳେ ୩ ହଜାର ୫୧୫ ସଂକ୍ରମିତଙ୍କ ସହ ତାଲିକାର ତୃତୀୟ ସର୍ବାଧିକ ସଂକ୍ରମିତ ରାଜ୍ୟରେ ଦିଲ୍ଲୀ ରହିଛି ।

ପ୍ଲାଜମା ଥେରାପିକୁ ନେଇ କୌଣସି ପ୍ରମାଣ ନାହିଁ,ଏବେ କେବଳ ଟ୍ରାଏଲ ଚାଲିଛି : କେନ୍ଦ୍ର

ରାଜ୍ୟରେ କରୋନା ସଂକ୍ରମଣ ବଢ଼ାଉଛନ୍ତି ବଙ୍ଗ ଫେରନ୍ତା

ଭୁବନେଶ୍ୱର: ଆଜି ବାଲେଶ୍ୱରରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭଙ୍କ ଜଣଙ୍କ ପଶ୍ଚିମବଙ୍ଗ ଫେରନ୍ତା । ସେ ନିକଟରେ କୋଲକାତାରୁ ଫେରିଥିଲେ । ୫୮ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି । ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ପ୍ରଶାସନ ପକ୍ଷରୁ ଜାରି ରହିଛି ।

ବାଲେଶ୍ୱରରେ ଆଜି ଜଣେ ପଜିଟିଭ୍ ଚିହ୍ନଟ ହେବା ସହ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି । ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୧୪୩ ହୋଇଛି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ରାଜ୍ୟରେ ୧୦୧ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ବିଶେଷକରି ପଶ୍ଚିମବଙ୍ଗ ଫେରନ୍ତାଙ୍କ ଠାରେ କରୋନା ଲକ୍ଷଣ ନଥିବା ବେଳେ ସେମାନେ ସଂକ୍ରମିତ ହୋଇଥିବା ଜଣାପଡ଼ୁଛି । ୨୪ ଘଣ୍ଟାରେ ଯାଜପୁରରୁ କେବଳେ ୧୭ ଜଣ ବଙ୍ଗ ଫେରନ୍ତାଙ୍କ କରୋନା ପଜିଟିଭ୍ ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମସ୍ତ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ କୋଭିଡ୍ ଟେଷ୍ଟ କରାଇବାକୁ କହିଛି ।

ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୨୮କୁ ବୃଦ୍ଧି

ଲୁଚନ୍ତୁ ନାହିଁ, କୋଭିଡ୍ ଟେଷ୍ଟ କରି ସଂକ୍ରମଣ ରୋକନ୍ତୁ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ବଢ଼ାଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା । ୨୪ ଘଣ୍ଟାରେ ଯାଜପୁରରୁ ୧୭ ପଜିଟିଭ୍ ଚିହ୍ନଟ ପରେ ଚିନ୍ତା ବଢ଼ିଛି । ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିବା ପରେ ପୁଣିଥରେ ସ୍ୱାସ୍ଥ୍ୟ ବିଭାଗ ଅପିଲ୍ କରିଛି । ଯେ କେହିବି ପଶ୍ଚିମବଙ୍ଗରୁ ଫେରିଥିଲେ, ଲକ୍ଷଣ ଥାଉ ବା ନଥାଉ ଲୁଚାନ୍ତୁ ନାହିଁ । ପ୍ରଶାସନକୁ ଜଣାଇବା ସହ ଅନ୍ୟକୁ ସଂକ୍ରମିତ କରିବାରୁ ରୋକନ୍ତୁ ।

‘ବଙ୍ଗ’ ଫେରନ୍ତା ସୁସ୍ଥ ଅନୁଭବ କରୁଥିଲେ ମଧ୍ୟ ସେମାନଙ୍କ ଦେହରେ କରୋନା ଭୂତାଣୁ ଲୁଚି ଥାଇପାରେ । ସେମାନେ କାହାରିକୁ ଅପେକ୍ଷା ନକରି ଜଣାନ୍ତୁ ଏବଂ କୋଭିଡ୍ ଟେଷ୍ଟ କରନ୍ତୁ । ସେମାନେ ଲୁଚି ରହିଲେ କରୋନା ସଂକ୍ରମଣ ବଢ଼ିବ, ଅଧିକ ଲୋକ ଆକ୍ରାନ୍ତ ହେବେ । ତେଣୁ, ସେମାନେ ଲୁଚାନ୍ତୁ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ଏଥିସହ ଘରୋଇ କ୍ୱାରେଣ୍ଟାଇନ୍ ଅବା ସରକାରୀ କ୍ୱାରେଣ୍ଟାଇନରେ ପଶ୍ଚିମବଙ୍ଗ ଫେରନ୍ତା ରହିବା ପାଇଁ ସ୍ଥାନୀୟ ବିଡିଓ, ତହସିଲଦାର କିମ୍ବା ସରପଞ୍ଚଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି । କରୋନା ପରୀକ୍ଷା ମାଗଣାରେ ସରକାର କରୁଛନ୍ତି । କେହି ବି ଫ୍ଲୁ ଲକ୍ଷଣ ଜନିତ ଅସୁସ୍ଥତା ଅନୁଭବ କଲେ ୧୦୪କୁ କଲ୍ କରିବାକୁ କହିଛି ସ୍ୱାସ୍ଥ୍ୟ ବିଭାଗ ।

ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୨୮କୁ ବୃଦ୍ଧି

ସୀମାନ୍ତରେ ଆବଶ୍ୟକ ନାହିଁ ପାସ୍‌‌, କେନ୍ଦ୍ର ଗୃହମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ: ବିନାଦ୍ୱିଧାରେ ଏଣିକି ଆନ୍ତଃରାଜ୍ୟରେ ଚଳାଚଳ କରିପାରିବ ଟ୍ରକ୍‌ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍‌ ପାଇଁ କୈାଣସି ପାସ୍‌ର ଆବଶ୍ୟକ ନାହିଁ । ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲାଙ୍କ ଚିଠି ମାଧ୍ୟମରେ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡ୍‌ ଲାଇନ୍‌ ଅନୁସାରେ ପାସ୍‌ର ଆବଶ୍ୟକ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଚେନ୍‌ରେ ବିଭ୍ର।ଟ ନଆସିବାକୁ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

ଦେଶରେ ୧୨ ଦିନରେ ଦୁଇ ଗୁଣା କରୋନା ଆକ୍ରାନ୍ତ, ୩୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

କିଛି ଆନ୍ତଃରାଜ୍ୟ ସୀମାରେ ଗାଡି ପାସ୍‌ ମଗାଯାଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ସ୍ପଷ୍ଟୀକରଣ ଦେଇ ସବୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ଅଜୟ ଭାଲାଙ୍କ । ତେବେ ମାର୍ଚ ୨୫ ପ୍ରଥମ ପର୍ଯ୍ୟାୟ ଲକ୍‌ଡ଼ାଉନ ବେଳେ କେବଳ ମାଲବାହି ଟ୍ରକ୍‌ ଗୁଡ଼ିକୁ ଅନ୍ୟ ରାଜ୍ୟକୁ ଯିବାପାଇଁ ପରମିଟ୍‌ ଦିବଯାଇଥିଲା । କିନ୍ତୁ ଏବେ ଖାଲି ଟ୍ରକ ମଧ୍ୟ ବିନା ଲାଇସେନ୍ସରେ ଅନ୍ୟ ରାଜ୍ୟକୁ ବିନା ଦ୍ୱିଧାରେ ଯାହାୟତ କରିପାରିବେ ।

ଦେଶରେ ୧୨ ଦିନରେ ଦୁଇ ଗୁଣା କରୋନା ଆକ୍ରାନ୍ତ, ୩୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଚିନ୍ତା ବଢାଉଛି  କରୋନା । ଦେଶରେ ୩୪ ହଜାର ପାରକରିଛି  କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ବି ୧୧୦୦ ପାର କରି ସାରିଛି । କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ପ୍ରତିଶତ ରହିଛି ୨୫.୧୯ । ଦେଶରେ ୧୧ ଦିନରେ ଦୁଇ ଗୁଣା ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୧ ହଜାରରୁ ଅଧିକ ଜଣଙ୍କ ପଜିଟିଭ ରିପୋର୍ଟ ଆସଛି । ସେପଟେ ମହାରାଷ୍ଟ୍ରରେ ପତିଦିନ  ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏଠାରେ ୯ ହଜାର ୯ ଶହ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗୁଜରାଟରେ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ୩୧୪ରୁ ଅଧିକ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

କରୋନା ରୋଗୀଙ୍କୁ କାଟୁ କଲାନି ପ୍ଲାଜମା ଥେରାପି, ବୁଜିଲେ ଆଖି

ଏଠାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୩୯୫ ପାରକରିଥିବା ବେଳେ  ୨୧୪ ଜଣଙ୍କ ମୃତ୍ୟୁ ହୋଇସାରିଛି । ଦିଲ୍ଲୀରେ କିନ୍ତୁ  କରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ  କୈାଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଏବେବି ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୪୩୯ ରହିଛି । ସେପଟେ ରାଜସ୍ଥାନରେ ୨ ହଜାର ୫ ଶହ ପାରକରିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍‌ ମୃତ୍ୟୁ ସଂଖ୍ୟା ୫୮ ରହିଛି ।

ତେବେ ଦେଶର ବିଭିନ୍ନ ସ୍ଥାନରୁ ଏବେ ପ୍ରବାସୀ ମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ନେବା ପାଇଁ ବସ୍‌ ଏବଂ ଟ୍ରେନ ଚଳାଚଳ ପାଇଁ ଅନୁମତି ଦିଆଯାଇଛି । ଏହି ସମୟରେ ସାମାଜିକ ଦୂରତାକୁ ନଜରରେ ରଖିବାକୁ କେନ୍ଦ୍ର ପରାମର୍ଶ ଦେଇଛି । ପ୍ରବାସୀ ମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ସହ କ୍ୱାରେଣ୍ଟାଇନରେ ରଖିବା ପାଇଁ ଗୃହମନ୍ତ୍ର।ଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ରାଜ୍ୟ ସରକାରଙ୍କୁ ଯଥେଷ୍ଟ ପରିମାଣରେ ଟେଷ୍ଟ କିଟ୍‌ ଓ ପିପିଇ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ହୋଇଛି ।

ସୁରତରୁ ସ୍ୱତନ୍ତ୍ର ବସରେ ନୟାଗଡ଼ ପହଞ୍ଚିଲେ ୪୬ ଜଣ ପ୍ରବାସୀ ଓଡ଼ିଆ

ନୟାଗଡ଼: ରାଜ୍ୟ ସରକାରଙ୍କ ପଦକ୍ଷେପ ପରେ ବାହାର ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆ ଘରକୁ ଫେରୁଛନ୍ତି । ୨ଟି ଦଫାରେ ଗଞ୍ଜାମ ଜିଲ୍ଲାକୁ ଗୁଜରାଟରୁ ୩୦୦ରୁ ଅଧିକ ପ୍ରବାସୀ ଫେରିଥିବା ବେଳେ ନୟାଗଡ଼ରେ ପହଞ୍ଚିଛନ୍ତି ୪୬ ଜଣ । ୨ ଦିନ ତଳେ ସୁରତରୁ ସ୍ୱତନ୍ତ୍ର ବସ୍ ୪୬ ଜଣ ପ୍ରବାସୀଙ୍କୁ ନେଇ ଓଡ଼ିଶା ଅଭିମୁଖେ ବାହାରିଥିଲା ।

ଗୁରବାର ରାତିରେ ବସ୍ ଓଡ଼ଗାଁ ଥାନା ସାକେରିରେ ପହଞ୍ଚିଥିଲା । ପ୍ରଶାସନ ପକ୍ଷରୁ ସମସ୍ତ ଫେରନ୍ତାଙ୍କୁ ରାହାସ ବିଦ୍ୟାପୀଠ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି । ଫେରିଥିବା ୪୬ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଜଣେ ରହିଛନ୍ତି । କ୍ୱାରେଣ୍ଟାଇନରେ କେନ୍ଦ୍ରରେ ଫେରନ୍ତାଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସରପଞ୍ଚ ସୂଚନା ଦେଇଛନ୍ତି ।

ସୁରତରୁ ବସ୍‌ରେ ଫେରିଲେ ୨୨୮ ଜଣ ପ୍ରବାସୀ ଓଡ଼ିଆ

ଧାର୍ମିକ କାମ ପ୍ରତି ଆଗ୍ରହ ବଢ଼ିବ, ଶୁଭ ଖବର ପାଇବେ

ମେଷ

ଅଶ୍ୱିନୀ ମେଷ-ଭଲ ଚିନ୍ତା ଭାବନା ଆପଣଙ୍କ ପାଇଁ ଭଲ ରହିବ

ଦ୍ୱିଜା ମେଷ-ସନ୍ତାନଙ୍କ ସ୍ୱାସ୍ଥ୍ୟକୁ ନେଇ ପରିବାରରେ ଚିନ୍ତା ବଢିବ

କୃତ୍ତିକା ମେଷ-ଅଟକି ଥିବା କାର୍ଯ୍ୟରେ ସୁଧାର ଆସିବ,ପିତାମାତାଙ୍କ ସହଯୋଗ ପାଇବେ

ବ୍ରାହ୍ମଣଙ୍କୁ ପ୍ରଣାମ କରି ଆଶୀର୍ବାଦ୍‌ ନିଅନ୍ତୁ

ବୃଷ

କୃତ୍ତିକା- ସ୍ୱାସ୍ଥ୍ୟ ଠିକ୍‌ ରହିବା ସହ ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ

ରୋହିଣୀ-ନିଜ ଯୋଜନାକୁ ସଫଳ କରିବା କ୍ଷେତ୍ରରେ ବାଧା ରହିବ

ମୃଗଶିରା-ଦାମ୍ପତ୍ୟ ଜୀବନରେ ଖୁସି ପାଇବେ

ମା’ଲକ୍ଷ୍ମୀଙ୍କୁ ହଳଦୀ ଅର୍ପଣ କରନ୍ତୁ

ମିଥୁନ

ମୃଗଶିରା-କୈାଣସି ସୂତ୍ରରୁ ଶୁଭ ଖବର ପାଇବେ

ଆଦ୍ରା ମିଥୁନ-ଜୀବନସାଥୀଙ୍କ ସହ ସହଯୋଗ ମିଳିବା ଦ୍ଵାରା ମନରେ ଉତ୍ସାହ ବଢିବ

ପୁର୍ନବସୁ-ଛୋଟକଥାକୁ ନେଇ ବନ୍ଧୁଙ୍କ ସହ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ

ନିଜ ପୂଜା ଗହରେ ଗୋଟିଏ ଦୀପ ଜାଳନ୍ତୁ

କର୍କଟ

ପୁର୍ନବସୁ-ସାମାଜିକ ସ୍ତରରେ ନିଜ କାର୍ଯ୍ୟ ପାଇଁ ଲୋକପ୍ରିୟତା ବଢିବ

ପୁଷ୍ୟ। କର୍କଟ-କାର୍ଯ୍ୟକ୍ଷେତ୍ରରେ ଧ୍ୟାନ ଦେଇ କାମ କରନ୍ତୁ

ଅଶ୍ଲେଷା-ପ୍ରତିଟି କାମ ଧ୍ୟାନ ପୂର୍ବକ କରିବା ଆପଣଙ୍କ ପାଇଁ ଭଲ ରହିବ

ମା’ଦୁର୍ଗାଙ୍କୁ ଲାଲଫୁଲ ଅର୍ପଣ କରନ୍ତୁ

ସିଂହ

ମୃଘା-କୈାଣସି ସଂପର୍କୀୟଙ୍କ ଠାରୁ ସହଯୋଗ ପାଇପାରନ୍ତି

ପୂର୍ବାଫାଲଗୁନି-ସ୍ୱାସ୍ଥ୍ୟ ଜନିତ ସମସ୍ୟା ରହିଛି, ତେଣୁ ନିଜ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ

ଉତ୍ତରାଫାଲଗୁନି-ସଂଯମ ଓ ଧୈର୍ଯ୍ୟଦ୍ଵାରା ଆଗକୁ ବଢିବେ

ମଥାରେ ହଳଦୀ ତିଳକ ଧାରଣ କରନ୍ତୁ

କନ୍ୟା

ଉତ୍ତରାଫାଲଗୁନି-ଆର୍ଥିକ ସ୍ଥିତିରେ କିଛିଟା ପରିବର୍ତ୍ତନ ଆସିବ

ହସ୍ତା କନ୍ୟା-ନିଜ ଯୋଜନାକୁ ସଫଳ କରିବା ପାଇଁ ବିଫଳ ହେବେ

ଚିତ୍ରା କନ୍ୟା-ବନ୍ଧୁଙ୍କ ପରାମର୍ଶ ହିଁ କାମରେ ସଫଳତା ଆଣିଦେବ

ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ

ତୁଳା

ଚିତ୍ରା -ନୂଆ କାର୍ଯ୍ୟ ପାଇଁ ସମୟ ଅନୁକୁଳ ରହିଛି,

ସ୍ୱାତୀ ନକ୍ଷତ୍ର-ନକରାତ୍ମକ ଭାବନା ଠାରୁ ଦୁରେଇ ରୁହନ୍ତୁ

ବିଶାଖା ନକ୍ଷତ୍ର-ପରିବାରର ସଦସ୍ୟଙ୍କ ଇଛାକୁ ପୁରା କରିବାରେ ସଫଳ ହେବେ

ଓଁ ବୈଷ୍ଣବେ ନମଃ ମନ୍ତ୍ରକୁ ୨୧ ଥର ପାଠ କରନ୍ତୁ

ବିଛା

ବିଶାଖା-ଧାର୍ମିକ କାମ ପ୍ରତି ଆଗ୍ରହ ବଢିବ

ଅନୁରାଧା-ନିଜ ପରିବାରରେ କାହାର ସ୍ୱାସ୍ଥ୍ୟ ଖରାପ ଥିଲେ ସେଥିରେ ସୁଧାର ଆସିବ

ଜ୍ୟେଷ୍ଠା-ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ, ବିପଦରେ ପଡିପାରନ୍ତି

ଗାୟତ୍ରୀ ମନ୍ତ୍ର ୧୧ ଥର ପାଠ କରନ୍ତୁ

ଧନୁ

ମୂଳା ନକ୍ଷତ୍ର-କୈାଣସି ବି କାର୍ଯ୍ୟ ଶୁଭାରମ୍ଭ କରନ୍ତୁ ସଫଳତା ପାଇବେ

ପୂର୍ବାଷାଢା-ଚାକିରୀ କିମ୍ବା ବ୍ୟବସାୟକୁ ନେଇ ଦୁଃଶ୍ଚିନ୍ତା ବଢିବ

ଉତ୍ତରାଷାଢା-ଜୀବନସାଥୀଙ୍କ ସହ ସଂପର୍କରେ ସୁଧାର ଆସିବ

ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅର୍ପଣ କରନ୍ତୁ

ମକର

ଉତ୍ତରାଷାଢା-ଧାର୍ମିକ ଭାବନା ଆପଣଙ୍କ ଆତ୍ମ ବିଶ୍ୱାସକୁ ବୃଦ୍ଧି କରିବ

ଶ୍ରବଣା-କୈାଣସି ଦୁଃଖଦ ଘଟଣା ମନୋବଳକୁ ଦୁର୍ବଳ କରିଦେବ

ଧନିଷ୍ଠା-କୈାଣସି ବି କାର୍ଯ୍ୟ କରନ୍ତୁ ସଫଳତା ପାଇବେ

ମା’ତାରିଣୀଙ୍କୁ ନଡିଆ ଅର୍ପଣ କରନ୍ତୁ

କୁମ୍ଭ

ଧନିଷ୍ଠା-ପୁରା ଦିନଟି ହସଖୁସିରେ କଟିବ

ଶତଭିଷା-ସମାଜରେ ଲୋକପ୍ରିୟତା ବଢିବ,କର୍ମକ୍ଷେତ୍ରରେ ପାରିବାରିକ ସ୍ଥିତି ସୁଦୃଢ ରହିବ

ପୂର୍ବଭାଦ୍ରପଦ-ଋଣ ପରିଶୋଧକୁ ନେଇ ଚିନ୍ତା ବଢିବ

ହନୁମାନ ଚାଳିଶା ୫ ଥର ପାଠ କରନ୍ତୁ

ମୀନ

ପୂର୍ବଭାଦ୍ରପଦ-ବନ୍ଧୁଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ରହିବ

ଉତ୍ତରଭାଦ୍ରପଦ-କିଛି ଶୁଭ ଖବର ପାଇପାରନ୍ତି

ରେବତୀ-ଭାବପ୍ରବଣତାରେ କୈାଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ବିପଜରେ ପଡିବେ

ବେଲ ପତ୍ରରେ ଓଁ ନମଃ ଶିବାୟ ମନ୍ତ୍ର ଲେଖି ମହାଦେବଙ୍କୁ ଅର୍ପଣ କରନ୍ତୁ

ଜ୍ୟୋତିର୍ବିଦ୍‌ ଡ.ଶ୍ୟାମସୁନ୍ଦର ବାଗ୍

ଯୋଗାଯୋଗ- 9938571935

ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା, ବାଲେଶ୍ୱରରୁ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ପଜଟିଭ୍ ସଂଖ୍ୟା ୧୪୩କୁ ବୃଦ୍ଧି ।

ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା, ବାଲେଶ୍ୱରରୁ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ପଜଟିଭ୍ ସଂଖ୍ୟା ୧୪୩କୁ ବୃଦ୍ଧି ।

ବାଲେଶ୍ୱରରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ସଂଖ୍ୟା ୧୪୩କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲକ୍‌ଡାଉନର ଅବଧି ସରିବା ଉପରେ । କିନ୍ତୁ ଏପଟେ ଥମିବାର ନାଁ ଧରୁନି କରୋନା ସଂକ୍ରମଣ । ଗତ କାଲି ଯାଜପୁରରୁ ଏକାଥରକେ ୧୭ ଜଣଙ୍କ କରୋନା ପଜିଟିଭ ବାହାରିବା ପରେ ସାରା ରାଜ୍ୟ ସଙ୍କଟରେ ରହିଛି । ସେପଟେ ଆଜି ପୁଣି ଥରେ କରୋନା ପଜିଟିଭ ଚିହ୍ନଟ ହୋଇଛି ।

ଏହି ପଜିଟିଭ ଜଣକ ବାଲେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଜିଲ୍ଲାରେ କରୋନାଙ୍କ ସଂଖ୍ୟା ୨୦ କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୪୩କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ୍ୱେବସାଇଟ୍‌ରେ ଏନେଇ ସୂଚନା ଦିଆଯାଇଛି । ଏହା ସହ ରାଜ୍ୟରେ ୧୦୧ ଆକ୍ଟିଭ କେସ୍‌ ରହିଥିବା ବେଳେ ୪୧ଜଣ ସୁସ୍ଥ ହୋଇଛନ୍ତି । ତେବେ ବାଲେଶ୍ୱରରେ ପ୍ରଥମ ଆକ୍ରାନ୍ତ ଏପ୍ରିଲ ୧୮ ତାରିଖରେ ୫୮ ପର୍ଷୀୟ ପୁରୁଷ ଚିହ୍ନଟ ହୋଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଆକ୍ରାନ୍ତ ସୁସ୍ଥ ହୋଇନାହାନ୍ତି ।

ସ୍ୱତନ୍ତ୍ର ବସରେ ଫେରୁଛନ୍ତି ପ୍ରବାସୀ, ଦ୍ୱିତୀୟ ଦଫାରେ ୩ଟି ବସରେ ପହଞ୍ଚିଲେ ୧୧୪ ଜଣ

ଆସିକା: ଭିଟାମାଟିକୁ ବାହୁଡ଼ୁଛନ୍ତି ପ୍ରବାସୀ ଓଡ଼ିଆ । କରୋନା ସଂକ୍ରମଣ ପରେ ଲକଡାଉନ୍ ହୋଇଯାଇଥିବାରୁ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ପ୍ରଥମ ଦଫାରେ ଗୁଜରାଟରୁ ୪ଟି ବସ୍ ଯୋଗେ ଗଞ୍ଜାମକୁ ୨୧୭ ଜଣ ଫେରିଥିଲେ । ବୁଧବାର ରାତିରେ ଏମାନେ ପହଞ୍ଚିଥିଲେ । ଗୁରୁବାର ରାତିରେ ଅନ୍ୟ ୩ଟି ବସ୍ ଯୋଗେ ଗୁଜରାଟରୁ ଫେରିଥିବା ୧୧୪ ଜଣ ଗଞ୍ଜାମରେ ପହଞ୍ଚିଛନ୍ତି ।

ଫେରିଥିବା ୧୧୪ ଜଣଙ୍କ ମଧ୍ୟରେ ୯୮ ଜଣ ପୁରୁଷ, ୧୦ ଜଣ ମହିଳା ଓ ୬ ଜଣ ଶିଶୁ ଅଛନ୍ତି । ସମସ୍ତଙ୍କ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଆସିକା ଡିପଲ ସ୍କୁଲ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି । ବିଳମ୍ବିତ ରାତିରେ ୩ଟି ବସ୍ ଆସିକାର ବରଙ୍ଗା ପଞ୍ଚାୟତ କଲେଜ ଛକ ନିକଟରେ ପହଞ୍ଚିଥିଲା । ପହଞ୍ଚିବା ପରେ ବସ୍ ଗୁଡ଼ିକୁ ପ୍ରଶାସନ ପକ୍ଷରୁ ସାନିଟାଇଜ୍ କରାଯାଇଛି । ସମସ୍ତଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବ ।

ସୁରତରୁ ବସ୍‌ରେ ଫେରିଲେ ୨୨୮ ଜଣ ପ୍ରବାସୀ ଓଡ଼ିଆ