spot_img
Home Blog Page 7322

ନିୟମ ଉଲ୍ଲଘଂନକାରୀଙ୍କୁ କିଛି ଏଭଳି ଦଣ୍ଡ ଦେଲା ପୋଲିସ: ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍

ହାଇଦ୍ରାବାଦ/ଉତ୍ତରପ୍ରଦେଶ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହାକୁ ବ୍ୟାପିବାକୁ ରୋକିବା ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି । ଚୀନରେ କରୋନାକୁ ରୋକିବା ଲାଗି ଲକ୍ ଡାଉନ୍ ବ୍ୟବସ୍ଥା ଆପଣାଇଥିବା ବେଳେ ଏବେ ଅନ୍ୟ ଦେଶ ତଥା ରାଜ୍ୟରେ ମଧ୍ୟ ସମାନ ଷ୍ଟ୍ରାଟେଜିକୁ ଆପଣାଇଛନ୍ତି ।

ରାଜଧାନୀ ଦିଲ୍ଲୀ ସମେତ ଓଡ଼ିଶା ଭଳି ଅନ୍ୟ କିଛି ରାଜ୍ୟ ମଧ୍ୟ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି । ହେଲେ କିଛି ଖାମଖିଆଲ ମନୋଭାବର ଲୋକେ ଏହାକୁ ହାଲୁକାରେ ନେଇଛନ୍ତି ଏବଂ ଅଯଥାରେ ଘରୁ ବାହାରକୁ ଆସୁଛନ୍ତି । ଯାହା ଦ୍ୱାର ସେମାନେ ନିଜ ପାଇଁ ଅନ୍ୟମାନଙ୍କ ପାଇଁ ବିପଦକୁ ଆମନ୍ତ୍ରଣ କରୁଛନ୍ତି । ଏଭଳି ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏହା ପରେ ଏଭଳି ନିୟମ ଉଲ୍ଲଘଂନକାରୀ ଗିରଫ ମଧ୍ୟ କରାଯାଉଛି । ଆଉ କିଛି ଜାଗାରେ ପୋଲିସ ଉଲ୍ଲଂଘନକାରୀଙ୍କୁ ଭିନ୍ନ ପ୍ରକାରରେ ଦଣ୍ଡିତ କରୁଛି ଯାହା ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ନିମୟ ଉଲ୍ଲଘଂନକାରୀଙ୍କୁ ଜନ ସଚେତନତା କାର୍ଯ୍ୟରେ ଲଗାଇଛି ପୋଲିସ । ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ଘୋଷଣା କରାଯିବା ପରେ ଅଯଥାରେ ଘରୁ ବାହାରି ଆସିଥିବା ଲୋକଙ୍କୁ ଭିନ୍ନ ଭାବରେ ଦଣ୍ଡିତ କରିଛି  ହାଇଦ୍ରାବାଦ ପୋଲିସ ।  ସେମାନଙ୍କୁ ଛକ ଜାଗାରେ ପ୍ଳାକାର୍ଡ ଧରାଇ ଲୋକଙ୍କୁ ଜନ ସଚେତନତା କରାଉଛି ପୋଲିସ । ପ୍ଳାକାର୍ଡରେ ସ୍ୱଚ୍ଛତାରୁ ହିଁ ସୁରକ୍ଷାର ଆରମ୍ଭ , ମୁଁ ଲକ୍‌ ଡାଉନ୍‌କୁ ସମର୍ଥନ କରେ ଏବଂ ଅଯଥା ଘରୁ ନବାହାରିବାକୁ ବାର୍ତ୍ତା ଦିଆଯାଇଛି ।

ଅପରପକ୍ଷରେ ଉତ୍ତରପ୍ରଦେଶର ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । ଜଣେ ନିୟମ ଉଲ୍ଲଂଘନକାରୀଙ୍କୁ ହାତରେ ପ୍ଳକାର୍ଡ ଧରାଇ ସର୍ବସମ୍ମୁଖରେ ଛିଡ଼ା କରାଇଛନ୍ତି । ଯେଉଁଥିରେ ‘ମୁଁ ସମାଜର ଶତ୍ରୁ, ମୁଁ ବିନା କାମରେ ବାହାରେ ବୁଲିବି ବୋଲି ଲେଖାଯାଇଛି ।

ହାଇଦ୍ରାବାଦ ଓ ଉତ୍ତରପ୍ରଦେଶ ପରେ ଓଡ଼ିଶା ପୋଲିସ ମଧ୍ୟ ସମାନ ପନ୍ଥା ଆପଣାଇଛି ।

ଘରେ ଲକଡାଉନରେ ରହି ମାନସିକ ଚାପରେ ଅଛନ୍ତି କି ? କରନ୍ତୁ ଏହି ସବୁ କାର୍ଯ୍ୟ

ପୂରା ବିଶ୍ୱରେ ବର୍ତ୍ତମାନ ସାଢେ ୩ଲକ୍ଷରୁ ଅଧିକ ଲୋକ କରୋନା ଭୂତାଣୁର ଶୀକାର ହୋଇଛନ୍ତି । ଭାରତରେ ମଧ୍ୟ କରୋନା ସଂକ୍ରମଣ ବଢି ୫ଶହ ଟପିଛି । ଏହି ଭୂତାଣୁ ଡରରେ ସବୁ ସ୍କୁଲ, କଲେଜ ଏବଂ ବିଭିନ୍ନ କାର୍ଯ୍ୟାନୁଷ୍ଠନ ବନ୍ଦ ହୋଇଯାଇଛି । ସରକାର ଲକ୍ ଡାଉନରେ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଯାହା ଫଳରେ ଜନସାଧାରଣ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି । ତେବେ ସବୁ ବେଳେ ଘରେ ରହିବା କାରଣରୁ କେତେ ଲୋକଙ୍କଠାରେ ମାନସିକ ଚାପର ସମସ୍ୟା ବଢିବାର ସମ୍ଭାବନା ରହିଛି । ତେବେ ଏହି ସମସ୍ୟାକୁ ଦୂର କରିବାକୁ ଆସନ୍ତୁ ଜାଣିବା କିଛି ଟିପ୍ସ୍

  • ଯଦି ଆପଣ ଘରେ ରହି ବୋର ହେଉଛନ୍ତି କିମ୍ବା ଆପଣ ଷ୍ଟ୍ରେସରେ ରହୁଛନ୍ତି ତେବେ ଆପଣ ମ୍ୟୁଜିକ୍ ଶୁଣି ପାରିବେ, କୌଣସି ବହି ପଢିପାରିବେ କିମ୍ବା ଚିତ୍ର ମଧ୍ୟ ଆଙ୍କିପାରିବେ ।
  • ସକାଳ ସମୟରେ ଚାଲନ୍ତୁ ବା ମର୍ଣ୍ଣିଂ ୱାକ କରନ୍ତୁ । ଖୋଲା ପବନରେ ବିଚରଣ କରିବା ଦ୍ୱାରା ଆପଣଙ୍କ ମାନସିକ ଅବସ୍ଥା ସ୍ଥିର ରହିବ ।
  • ଘରେ ଏକା ରହୁଥିଲେ ଆପଣ ଆପଣଙ୍କ ସାଙ୍ଗମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ କଥା ହୋଇପାରିବେ । ଯାହା ଆପଣଙ୍କ ମୁଡ୍ କୁ ଭଲ ରଖିବ ।
  • ଏହାସହ ଆପଣ ଖାଲି ସମୟରେ ବ୍ୟାୟମ କରିପାରିବେ । ଯାହା ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ ।
  • କୁହାଯାଏ କି ଆପଣ ଯେଉଁପ୍ରକାର ଖାଦ୍ୟ ଖାଇବେ ଆପଣଙ୍କ ସ୍ୱଭାବ ମଧ୍ୟ ସେହି ପ୍ରକାର ହେବ । ତେଣୁ ଆପଣ ସବୁ ବେଳେ ସୁସ୍ଥ ଖାଦ୍ୟ ଖାଆନ୍ତୁ ।
  • ବ୍ୟସ୍ତ ବହୁଳ ଜୀବନରେ ଆମେ ଦେହକୁ ରେଷ୍ଟ୍ ଦେବାରେ ହେଳା କରିଥାଉ । ଏବଂ ଯେତେ ନିଦ ଲାଗୁଥିଲେ ବି ଆମେ ଅଧା ନିଦରୁ ଉଠି କାର୍ଯ୍ୟସ୍ଥଳକୁ ବାହାରି ଯାଇଥାଉ ଯାହା ଫଳରେ ଆମେ ବହୁ ପ୍ରକାର ଶାରୀରିକ ଓ ମାନସିକ ରୋଗର ଶୀକାର ହେଉ । ତେବେ ଏହି ସମୟରେ ଆପଣ ଆପଣଙ୍କୁ ନିଦ ପୂରା କରିପାରିବେ ।

ଜାଣନ୍ତୁ ଜଣେ ମହିଳାଙ୍କ ପାଇଁ କେମିତି ୫ହଜାର ଲୋକ ହେଲେ କରୋନା ସଂକ୍ରମିତ ? ଏଇଥିପାଇଁ ଜରୁରୀ ଲକଡାଉନ୍

କରୋନା ଏବେ ସାରାଦୁନିଆରେ ଏକପ୍ରକାର ହା..ହା..କାର ସୃଷ୍ଟି କରିଛି । କରୋନା ଭୂତାଣୁ ସମଗ୍ର ବିଶ୍ୱକୁ ଏବେ ଡରେଇ ରଖିଛି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭୂତାଣୁ ସଂକ୍ରମଣକୁ ଏକ ଆନ୍ତର୍ଜାତୀୟ ମହାମାରୀ ଘୋଷଣା ମଧ୍ୟ କରିଛନ୍ତି । ଏହି ରୋଗ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଏହି ବିପଦଜନକ ରୋଗର ପ୍ରସାରକୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ମଧ୍ୟ ନେଉଛନ୍ତି । କିଛି ଲୋକଙ୍କ ଅବହେଳା ହେତୁ ଏହି ରୋଗ ବଢିବାରେ ଲାଗିଛି । ଦକ୍ଷିଣ କୋରିଆରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କ ଯୋଗୁଁ ହଜାର ହଜାର ଲୋକ କରୋନା ସଂକ୍ରମିତ ହୋଇଛନ୍ତି ।

କରୋନା ଭୂତାଣୁ  ଅନୁସନ୍ଧାନ କରୁଥିବା ଦକ୍ଷିଣ କୋରିଆର ବୈଜ୍ଞାନିକମାନେ ଏମିତି ଏକ ତଥ୍ୟ ସାମ୍ନାକୁ ଆଣିଛନ୍ତି କିଭିଳି ଜଣେ ମହିଳାଙ୍କ ଅବହେଳା ହେତୁ ତାଙ୍କ ଦେଶର ହଜାର ହଜାର ଲୋକ କରୋନା ଜୀବାଣୁ ସଂକ୍ରମିତ ହୋଇଛନ୍ତି।

ସଂକ୍ରମିତ ମହିଳା ସକାଳେ ପ୍ରାର୍ଥନା କରିବା ପାଇଁ ଦକ୍ଷିଣ କୋରିଆର ସୋଞ୍ଚୋଜି ଚର୍ଚ୍ଚକୁ ଯାଇଥିଲେ। ତା’ପରେ ସେଠାରେ ଥିବା ୧୨୦୦ ଲୋକଙ୍କ ଦେହରେ କରୋନା ସଂକ୍ରମଣ ହୋଇଥିବା ଜଣାପଡିଥିଲା । ଏହା ପରେ ଫେବ୍ରୁଆରୀ ୬ରେ ଏକ ଛୋଟ ଦୁର୍ଘଟଣା ପରେ ମହିଳା ଜଣକ ଡାକ୍ତରଖାନାରେ ପହଞ୍ଚିଥିଲେ। ମହିଳା ଜଣଙ୍କ ସାମାନ୍ୟ ଜ୍ୱର ହୋଇଥିବା ବେଳେ ତାଙ୍କୁ ଅଣଦେଖା କରାଯାଇଥିଲା। ଏହା ପରେ ୧୧୯ ଜଣ ସେହି ଡାକ୍ତରଖାନାରୁ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା ।

ତେବେ ଏହି ସଂକ୍ରମଣ ଏଠରେ ବନ୍ଦ ହୋଇନଥିଲା । ଫେବୃଆରୀ ୧୪ ରେ, ଭାଲେଣ୍ଟାଇନ୍ସ ଦିନ, ଏହି ମହିଳା କ୍ୱିନ୍ ଭେଲ ହୋଟେଲରେ ଖାଇବାକୁ ଯାଇଥିଲେ । ସେଠାରେ ମଧ୍ୟ ବହୁତ ଲୋକ ତାଙ୍କ ସଂଷ୍ପର୍ଶରେ ଆସିଥିଲେ ସେମାନେ ମଧ୍ୟ କରୋନା ସଂକ୍ରମଣର ଶୀକାର ହୋଇଥିଲେ । ଏମିତି ଧିରେ ଧିରେ କେହି ଜାଣିବା ଆଗରୁ ଏହି ଭୂତାଣୁ ସାରା ଦକ୍ଷିଣ କୋରିଆରେ ବ୍ୟାପିଯାଇଥିଲା ।

ଦକ୍ଷିଣ କୋରିଆର ରାଜଧାନୀ ସିଓଲର ଏହି ମହିଳାଙ୍କ  ପାଇଁ ୫ହଜାର ଲୋକ ସଂକ୍ରମିତ ହୋଇଥିଲେ । ତେବେ ଏହି ରୋଗକୁ ଠିକ୍ ସମୟରେ ମହିଳାଙ୍କଠାରେ ଚିହ୍ନଟ କରାଯାଇପାରିଲା ନାହିଁ, ଯେଉଁଥିପାଇଁ ସେ ସାଧାରଣ ଲୋକଙ୍କ ମଧ୍ୟରେ ବୁଲିଥିଲେ । ଏବେ ଅଜାଣତରେ ସମସ୍ତଙ୍କୁ ଏହି ଭୟଙ୍କର ରୋଗକୁ ବାଣ୍ଟିଥିଲେ । ଯାହା ଫଳରେ ଜଣେ ମହିଳାଙ୍କ ପାଇଁ ଆଜି ୫ହଜାର ଲୋକଙ୍କ ଜୀବନ ସଙ୍କଟରେ । କେବଳ ଏତିକି ନୁହେଁ, ତାଙ୍କ ସଂସ୍ପର୍ଶରେ ଆସି ଅନେକ କରୋନା ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି।

ଯେତେବେଳେ ସଂକ୍ରମିତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା, ସେଠାରେ ମଧ୍ୟ କେତେ ଲୋକ ଏହି ସଂକ୍ରମଣର ଶୀକାର ହେଲେ । ଏବଂ ଲୋକଙ୍କର ମୃତ୍ୟୁ ହେଲା। ସିଓଲ ମେଟ୍ରୋପାଲିଟନ ସରକାର ଏହି ମହିଳାଙ୍କ ବିରୋଧରେ ବିନା ଉଦ୍ଦେଷ୍ୟରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏହାସହ ଲୋକଙ୍କୁ ଅଧିକରୁ ଅଧିକ ନିଜ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ।

ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଲେ ଶିବରାଜ : କରୋନା ମୁକାବିଲା ନେଇ ଅଧିକାରୀଙ୍କ ସହ କଲେ ଆଲୋଚନା

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଭାବେ ୪ର୍ଥ ଥର ପାଇଁ ଶପଥଗ୍ରହଣ କରିଛନ୍ତି ଶିବରାଜ ସିଂହ ଚୈହାନ । ମଙ୍ଗଳବାର ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି । ସୋମବାର ବିଳମ୍ୱିତ ରାତିରେ ଶପଥ ନେଇଥିଲେ ଶିବାରଜ ସିଂହ ଚୈହାନ । ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ନେଇ ୧୦୪ ସଂଖ୍ୟା ଆବଶ୍ୟକ ଥିବାବଳେ ୧୧୨ ଜଣ ବିଧାୟକଙ୍କ ସମର୍ଥନ ଦେଖେଇଥିଲା  । ପୂବରୁ ୨୨ ଜଣ ବିଧାୟକଙ୍କ ଇସ୍ତଫା ପରେ ସଂଖ୍ୟା ଗରିଷ୍ଠତା ହରାଇଥିଲା କଂଗ୍ରେସ । ଏବଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କମଳନାଥ । ବିଧାନସଭାରେ ଶିବରାଜ ସରକାରଙ୍କୁ ମୋଟ ୧୧୨ ବିଧାୟକଙ୍କ ସମର୍ଥନ ମିଳିଛି । ବିଜେପିର ୧୦୭ ବିଧାୟକଙ୍କ ସହିତ ଏସ୍‌ପି, ବିଏସ୍‌ପି ଏବଂ ନିର୍ଦଳୀୟ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ସୋମବାର ଶପଥଗ୍ରହଣ ପରେ ଶିବରାଜଙ୍କ ପକ୍ଷରୁ ବିଧାନସଭାର  ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ଯାହା ୨୭ ମାର୍ଚ୍ଚ ଯାଏଁ ଚାଲିବ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଆକ୍ସନ ମୋଡରେ ଶିବରାଜ ସିଂହ ଚୈହାନ । କରୋନା ଭାଇରସ ମୁକାବିଲା ନେଇ ରାଜ୍ୟର ବରିଷ୍ଠ ଅଧିକାରୀ ଓ କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ସହ ଜରୁରୀକାଳୀନ ବୈଠକ କରିବା ସହ ଏହାର ମୁକାବିଲା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଶପଥ ଗ୍ରହଣ ପରେ ନିଜ କାର୍ଯ୍ୟାଳୟରେ ପହଞ୍ଚି ପୂଜାର୍ଚ୍ଚନା ମଧ୍ୟ କରିଥିଲେ ।

ଏଭଳି ପରିସ୍ଥିତିରେ ସହଯୋଗର ହାତ ବଢାଇଲେ ଥାନା ଅଧିକାରୀ

କଟକ: ଲକ୍‌ ଡାଉନର ତୃତୀୟ ଦିନରେ ବିଭିନ୍ନ ସ୍ଥାନରେ ନାକାବନ୍ଦୀ ପରିସ୍ଥିତି । ଫଳରେ କଟକରେ ଆଜି ବସ୍‌ ଓ ଟ୍ରେନ୍‌ ବନ୍ଦ ହେବା ପରେ କିଛି ସ୍ଥାନରେ ମହିଳା ଓ ରୋଗୀ ସମସ୍ୟାରେ ପଡ଼ିଛନ୍ତି । ରୋଗର ଉପଚାର ପାଇଁ ଆସିଥିବା ବେଳେ ଫେରିବାକୁ କୌଣସି ସୁବିଧା ହୋଇପାରି ନଥିଲା । ଲକ୍ ଡାଉନ କାରଣରୁ ଗମନାଗମନର ସେବା ଠପ୍ ହୋଇଯାଇଛି ।

ଫଳରେ ରୋଗୀମାନେ ଘରକୁ ଫେରିବା କଷ୍ଟକର ହୋଇପଡ଼ିଛି । ଠିକ୍ ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକରେ । ଅନୁଗୁଳର ଜଣେ ମହିଳା ଚିକିତ୍ସା ପାଇଁ ଆସିଥିବା ବେଳେ ଫସିଯାଇଥିଲେ ଲକ୍ ଡାଉନର ଜାଲରେ ।

ଏଭଳି ସ୍ଥିତିରେ ଅନୁଗୁଳ ଯିବାକୁ ମହିଳାଙ୍କ ପାଖରେ ପଇସା ନଥିଲା । ପିଲାଙ୍କୁ ଧରି କୁଆଡ଼େ ଯିବେ ଭାବି ପାରିନଥିଲେ ମହିଳା ଜଣଙ୍କ । ତେବେ ଏହି ସମୟରେ ସହାୟତାର ହାତ ବଢାଇଥିଲେ ବାଦାମବାଡି ଥାନା ଅଧିକାରୀ । ସ୍ୱତନ୍ତ୍ର ଗାଡ଼ି କରି ମହିଳା ଓ ତାଙ୍କ ପିଲାମାନଙ୍କୁ ଅନୁଗୁଳ ପଠାଇଥିଲେ । ଥାନା ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ସବୁ ମହଲେ ଚର୍ଚ୍ଚା ବିଷୟ ପାଲଟିଛି ।

 

ଆଜି ମଧ୍ୟରାତ୍ରୀରୁ ୨୯ ମାର୍ଚ୍ଚ ମଧ୍ୟରାତ୍ରୀ ଯାଏଁ ୩୦ ଜିଲ୍ଲା ଲକ୍‌ ଡାଉନ୍

ଭୁବନେଶ୍ୱର: ନକ୍ ଡାଉନ୍ ପାଇଁ ଲକ୍‌ ଡାଉନ୍ । ସାରା ଓଡ଼ିଶାକୁ ଲକ୍‌ ଡାଉନ୍‌ ଘୋଷଣା କଲେ କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଆଜି ମଧ୍ୟରାତ୍ରିରୁ ସାରା ଓଡ଼ିଶା ଲକ୍‌ ଡାଉନ୍ । ୨୯ ମାର୍ଚ୍ଚ ମଧ୍ୟରାତ୍ରୀ ଯାଏଁ ବଳବତ୍ତର ରହିବ ଲକ୍‌ ଡାଉନ୍ ।

https://www.facebook.com/nandighoshatv/videos/218988032505254/

ଅତ୍ୟାବଶ୍ୟକୀୟ ସମାଗ୍ରୀ ଦୋକାନ ଖୋଲା ରହିବ । ପ୍ରଥମେ ୫ ଜିଲ୍ଲା ଓ ୮ ସହରକୁ ଲକ୍‌ ଡାଉନ ଘୋଷଣା କରିଥିଲେ ରାଜ୍ୟ ସରକାର । ସମ୍ପୃକ୍ତ ଜିଲ୍ଲାଗୁଡ଼ିକୁ ବାହାର ରାଜ୍ୟ ତଥା ଦେଶରୁ ଅଧିକ ସଂଖ୍ୟାରେ ଲୋକେ ଆସିଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିଲା । ପରେ ଅର୍ଥାତ ସୋମବାର ପାଖାପାଖି ଅଧା ଓଡ଼ିଶାକୁ ଲକ୍‌ ଡାଉନ ଘୋଷଣା କରିଥିଲେ ରାଜ୍ୟ ସରକାର ।

ତେବେ ଆଜି ଅନ୍ୟ ସମସ୍ତ ଜିଲ୍ଲାକୁ ଲକ୍ ଡାଉନ୍‌ ଘୋଷଣା କରିଛନ୍ତି । ତେବେ ପୂର୍ବଭଳି ଲକ୍ ଡାଉନ୍‌ ସମୟରେ ସମସ୍ତ ଜରୁରୀସେବା ପ୍ରଦାନକାରୀ କାର୍ଯ୍ୟାଳୟ ଖୋଲା ରହିବ ଏବଂ ସମ୍ପୃକ ସଂସ୍ଥାର କର୍ମଚାରୀ ଯିବାଆସିବା ପରିପାରିବେ । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ମଧ୍ୟ ଖୋଲା ରହିବ । କ୍ଷୀର ଦୋକାନ ଖୋଲା ରହିବ କିନ୍ତୁ ସେଠାରେ ଚା’ କିମ୍ୱା କଫି ବିକ୍ରି କରାଯାଇପାରିବ ନାହିଁ । ମାଛ,ମାସଂ ଓ ପରିବା ଦୋକାନ, ବ୍ୟାଙ୍କ, ଏଟିଏମ୍‌ ସ୍ୱାଭାବିକଭାବେ କାର୍ଯ୍ୟ କରିବ । କିନ୍ତୁ ୧୦% କର୍ମଚାରୀଙ୍କୁ ନେଇ କାମ କରିବ ବ୍ୟାଙ୍କ ।

 

ନବୀନଙ୍କ ବିପର୍ଯ୍ୟୟ ପ୍ରବନ୍ଧନ ନୀତିକୁ ଅନୁକରଣ କରୁଛି ପୂରା ଭାରତ

ଚର୍ଚ୍ଚିତ ଅଭିନେତା ଇମ୍ରାନ ହାସ୍ମିଙ୍କ ଆଜି ଜନ୍ମଦିନ

ବଲିଉଡର ଜଣେ ଚର୍ଚ୍ଚିତ ଅଭିନେତା ଇମ୍ରାନ ହାସ୍ମି। ସେ  24ମାର୍ଚ୍ଚ 1976 ମସିହାରେ ମୁମ୍ୱାଇରେ  ଜନ୍ମଗ୍ରହଣ  କରିଥିଲେ। ସେ ମୁମ୍ୱାଇର ଜମନାବାଇ ନାରସୀ ସ୍କୁଲରୁ ପାଠପଢା ଆରମ୍ଭ କରିଥିଲେ।

ଏହାପରେ ମୁମ୍ୱାଇ ୟୁନିଭର୍ସିଟିରୁ  ନିଜର ବ୍ୟାଚଲର ଡିଗ୍ରୀ ସମାପ୍ତ କରିଥିଲେ। ସେ ଫିଲ୍ମ ଜଗତରେ 2002ରେ ରିଲିଜ୍‌ ହୋଇଥିବା ହରର ଫିଲ୍ମ ରାଜ୍‌ରେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ୨୦୦୪ରେ ରିଲିଜ୍‌ ହୋଇଥିବା ମର୍ଡର ଫିଲ୍ମରେ ମୁଖ୍ୟ ଅଭିନେତା ଭାବେ ଅଭିନୟ କରି ବେଶ ଲୋକପ୍ରିୟ ହୋଇପାରିଥିଲେ।

ଏହା ଛଡା ଜେହେର, ଆଓ୍ୱାରାପନ୍,ଜନତ, ଓ୍ୱାନ୍ସ ଅପନ ଟାଇମ ଇନ୍‌ ମୁମ୍ୱାଇ, ଦ ଡାର୍ଟି ପିକଚର, ମର୍ଡର୨ ଏବଂ ରାଜ-୩  ଭଳି  ଅନେକ ଫିଲ୍ମରେ ଅଭିନୟ କରି ବେଶ ସଫଳତା ହାସଲ କରିପାରିଛନ୍ତି। ବଲିଉଡର ଏହି ପ୍ରତିଭାଶାଳୀ ଅଭିନେତାଙ୍କୁ ଆଜି ତାଙ୍କ ଜନ୍ମ ଦିନରେ ନନ୍ଦିଘୋଷ ଟିଭି ପରିବାର ତରଫରୁ ଅନେକ  ଅନେକ ଶୁଭେଚ୍ଛା।

କୈାଣସି ମିଟିଂ ଥିଲେ ସେଥିରେ ଉପସ୍ଥିତି ରୁହନ୍ତୁ, ବାପାଙ୍କ ଠାରୁ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ

ମେଷ

ଅଶ୍ୱିନୀ ମେଷ- କିଛି ଧାର୍ମିକ କାର୍ଯ୍ୟ ପାଇଁ ସମୟ ଦେବେ

ଦ୍ୱିଜା ମେଷ- ଦୂରଯାତ୍ରା କରନ୍ତୁ ନାହିଁ କଷ୍ଟ ରହିଛି

କୃତ୍ତିକା ମେଷ- ବୁଝାମଣାରେ ଭୁଲ୍‌ ରହିପାରେ

ମା’ଦୁର୍ଗାଙ୍କୁ ଲାଲ୍‌ ଚୁନୁରି ଅର୍ପଣ କରନ୍ତୁ

ବୃଷ

କୃତ୍ତିକା ବୃଷ-ଅନେକ ଦିଗରୁ ଲାଭବାନ୍‌ ହୋଇପାରନ୍ତି

ରୋହିଣୀ ବୃଷ-କେହି ଆପଣଙ୍କୁ କିଛି ଉପହାର ଦେଇପାରନ୍ତି

ମୃଗଶିରା ବୃଷ-ସବୁ କ୍ଷେତ୍ରରେ ଶୁଭ ରହିଛି

ମା’ଦୁର୍ଗାଙ୍କୁ ଲବଙ୍ଗର ମାଳ ଅର୍ପଣ କରନ୍ତୁ

ମିଥୁନ

ମୃଗଶିରା -ନୂତନ କର୍ମ ମିଳିପାରେ

ଆଦ୍ରା ମିଥୁନ-ଯାହା ବି କାମ କରିବେ ବୁଝାମଣାରେ ହିଁ କରିବେ

ପୁର୍ନବସୁ-ଯ଼ଦି କିଛି ମହତ୍‌ କାମ ପାଇଁ ପଦକ୍ଷେପ ନେବେ ନିଶ୍ଚୟ ନିଅନ୍ତୁ

ମା’ଦୁର୍ଗାଙ୍କୁ ବେଲପତ୍ରର ମାଳା ଅର୍ପଣ କରନ୍ତୁ

କର୍କଟ-

ପୁର୍ନବସୁ-ଅଫିସ୍‌ରେ ବସ୍‌ ଆପଣଙ୍କ ଉପରେ ବହୁତ ଖୁସି ରହିବେ

ପୁଷ୍ୟ। କର୍କଟ- ଯ଼ଦି କୈାଣସି ମିଟିଂ ରହିଛି ତେବେ ନିଶ୍ଚୟ ଉପସ୍ଥିତି ରୁହନ୍ତୁ

ଅଶ୍ଲେଷା- ବାପାଙ୍କ ଠାରୁ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ

ଅଶୋକାଫୁଲର ମାଳା  ମା’ଦୁଗାଙ୍କୁ ଅର୍ପଣ କରନ୍ତୁ

ସିଂହ-

ମୃଘା-ନିଜର ଖୁସି ପାଇଁ ଅନାବଶ୍ୟକ କାମ କରନ୍ତୁ ନାହିଁ

ପୂବା ଫାଲଗୁନି- ଶରୀରରେ କୈାଣସି ସ୍ଥାନରେ ସମସ୍ୟା ଦେଖାଦେଇପାରେ

ଉତ୍ତରାଫାଲ୍‌ଗୁନି- ମାନସମ୍ମାନରେ କ୍ଷତି, ସଭାରେ ସମାଲୋଚନାର ଶିକାର ହୋଇପାରନ୍ତି

ମା’ଦୁର୍ଗାଙ୍କୁ ହଳଦୀର ମାଳ ଅର୍ପଣ କରନ୍ତୁ

କନ୍ୟା-

ଉତ୍ତରାଫାଲଗୁନି- ପୂର୍ବରୁ କାହା ସହିତ ରହିଥିବା ସଂପର୍କରେ ତିକ୍ତତା ଦୂର ହେବ

ହସ୍ତା କନ୍ୟା-ନୂଆ ବ୍ୟବସାୟ ଆରମ୍ଭ କରିବେ

ଚିତ୍ରା କନ୍ୟା-ଯାହା ଭାବିଛନ୍ତି କରିବା ପାଇଁ ତାହାର ଓଲଟା ଫଳ ପାଇବେ

ମା’ଦୁର୍ଗାଙ୍କୁ ଅତର ଅର୍ପଣ କରନ୍ତୁ

ତୁଳା

ଚିତ୍ରା ତୁଳା- ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ , ସତର୍କ ରହିଥିବେ

ସ୍ୱାତୀ ତୁଳା- କୋର୍ଟ କଚେରୀ ବିବାଦରେ ଛନ୍ଦି ହୋଇଯିବେ

ବିଶାଖା ତୁଳା- ପରିଶ୍ରମ ଅଧିକ କରିବେ କିନ୍ତୁ ଫଳକୁ ଆଶା କରନ୍ତୁ ନାହିଁ

ଦୁର୍ଗା ଚାଳିଶା ପାଠ ସହ ମା’ଦୁର୍ଗାଙ୍କୁ ସୁଗନ୍ଧିତ ଫୁଲ ଅର୍ପଣ କରନ୍ତୁ

ବିଛା

ବିଶାଖା- କିଛି ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ

ଅନୁରାଧା- ବିଦ୍ୟାରେ ଉନ୍ନତି ସହ ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ

ଜ୍ୟୋଷ୍ଠା- ନୂତନ ବସ୍ତ୍ର,ଅଳଙ୍କାର ଉପହାର ସୂତ୍ରରେ ପାଇପାରନ୍ତି

ମା’ ଦୁର୍ଗାଙ୍କୁ ଅଶୋକ ପତ୍ରରେ ଓଁ ଲେଖି ଅର୍ପଣ କରନ୍ତୁ

ଧନୁ-

ମୂଳା ନକ୍ଷତ୍ର-ମା’ଙ୍କ ଠାରୁ ଆଶୀର୍ବାଦ ପାଇବେ

ପୂର୍ବଷାଢା- ଅନେକ ଦିନରୁ ବକେୟା ଥିବା କାର୍ଯ୍ୟରେ ସଫଳତା ପାଇବେ

ଉତ୍ତରାଷାଢା-ଦିନଟି ସବୁ ଦିଗରୁ ଶୁଭ ରହିବ

ମା’ଦୁର୍ଗାଙ୍କୁ ଲେମ୍ବୁର ମାଳ ଅର୍ପଣ କରନ୍ତୁ

ମକର

ଉତ୍ତରାଷାଢା- କିଛି ଗୁରୁତ୍ବପୂର୍ଣ କାର୍ଯ୍ୟରେ ଦୂର ଯାତ୍ରା କରିପାରନ୍ତି

ଶ୍ରବଣା- ଦୂରଯାତ୍ରା କରନ୍ତୁ ନାହିଁ ଅନେକ ବାଧା ରହିଛି

ଧନିଷ୍ଠା-ପଡୋଶୀଙ୍କ ସହିତକିଛି ବିବାଦ ଆସିପାରେ

କୁମ୍ଭ

ଧନିଷ୍ଠା- କଳାକାରମାନଙ୍କ ପାଇଁ ଶୁଭ ଦିନଟି

ଶତଭିଷା-ଖାଦ୍ୟ କଷ୍ଟ ରହିଥିବାରୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ

ପୂର୍ବଭାଦ୍ର – ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ

ମୀନ

ପୂର୍ବଭାଦ୍ର-କିଛି ଦୁଃଖ ଘଟଣା ରହିଥିଲେ ତାହା ଦୂର ହୋଇଯିବ

ଉତ୍ତରଭାଦ୍ର-ବ୍ୟାଙ୍କ କାରବାର କରୁଥିଲେ ଅସୁବିଧା ବହୁତ ରହିବ

ରେବତୀ- ଦାମ୍ପତ୍ୟ ଦୀବନରେ ଖୁସି ମିଳିବ, ଅବିବାହିତମାନଙ୍କ ପାଇଁ ପ୍ରସ୍ତାବ ଆସିପାରେ

ମା’ଦୁର୍ଗାଙ୍କୁ ସିନ୍ଦୁର ଓ ଘିଅରେ ଅଶୋକପତ୍ରରେ ଓଁ ଲେଖି ଅର୍ପଣ କରନ୍ତୁ

ଚତୁର୍ଥ ଥର ପାଇଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେଲେ ଶିବରାଜ ସିଂ ଚୌହାନ

ଭୋପାଳ: ଅପରେସନ୍ ଲୋଟସରେ ବିଜେପି ସଫଳ । ଭୋପାଳ ରାଜଭବନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶିବରାଜ ସିଂ ଚୌହାନ । ଚତୁର୍ଥ ଥର ପାଇଁ ଶିବରାଜ କମାଣ ସମ୍ଭାଳିଛନ୍ତି । ସୋମବାର ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ଭାବେ ଚୟନ କରାଯାଇଥିଲା । ଶିବରାଜ ମଧ୍ୟପ୍ରଦେଶର ବିକାଶ ପାଇଁ କରିବେ ବୋଲି କହିଛନ୍ତି । କିନ୍ତୁ, ବର୍ତ୍ତମାନ କୋଭିଡ୍-୧୯ ସଂକ୍ରମଣ ରୋକିବା ମୁଖ୍ୟ ଉଦ୍ଦେଶ୍ୟ ।

ବିଜେପି ସରକାର ଗଠନ କରିଥିବା ଦଳର କର୍ମୀଙ୍କୁ ଉତ୍ସବ ମନାଇବାକୁ ବାରଣ କରିଛନ୍ତି ଶିବରାଜ । ରାସ୍ତାକୁ ନଆସି ଘରେ ବସି ସରକାରଙ୍କ ପାଇଁ ପ୍ରାର୍ଥନା କରିବାକୁ ସେ କହିଛନ୍ତି । ପ୍ରଥମ ଥର ପାଇଁ ୨୦୦୫ ମସିହା ନଭେମ୍ବର ୨୯ରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ଶିବରାଜ । ୨୦୦୮ ଡିସେମ୍ବର ୧୨ରେ ଦ୍ୱିତୀୟ ଥର, ୨୦୧୩ ଡିସେମ୍ବର ୮ରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

କମଲନାଥ ଇସ୍ତଫା, ‘କମଳ’ ସରକାର ପାଇଁ ବାଟ ସଫା

କଂଗ୍ରେସର ୨୨ ବିଧାୟକ ଇସ୍ତଫା ଦେବା ପରେ କମଲନାଥ ସରକାର ଭାଙ୍ଗି ଯାଇଥିଲା । ୨୨ ବିଧାୟକଙ୍କ ଭିତରେ ୬ ଜଣ ମନ୍ତ୍ରୀ ଥିଲେ । ପରେ ଫ୍ଲୋର ଟେଷ୍ଟ ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ସଂଖ୍ୟା ଅଭାବରୁ କମଲନାଥ ଇସ୍ତଫା ଦେଇଥିଲେ ।

ଲକ୍ ଡାଉନକୁ ହାଲକାରେ ନିଅନ୍ତୁ ନାହିଁ… ବିଗିଡ଼ି ଯାଇପାରେ ସ୍ଥିତି !

ଭୁବନେଶ୍ୱର: ମହାମାରୀ କରୋନାକୁ ରୋକିବାକୁ ଅଧା ଓଡ଼ିଶା ଲକ୍ ଡାଉନ୍ । ଘରେ ବନ୍ଦ ୩ କୋଟି ଓଡ଼ିଆ । ସ୍ଥିତି ସମ୍ଭାଳିବାକୁ ମହାରାଷ୍ଟ୍ର ଓ ପଞ୍ଜାବରେ ଲାଗୁ ହୋଇଛି କର୍ଫ୍ୟୁ । କିନ୍ତୁ ଲକ୍ ଡାଉନକୁ କିଛି ଲୋକ ବେଖାତିର୍ କରି ରାସ୍ତାରେ ବୁଲୁଥିବା ଦେଖାଯାଉଛି । ରାଜଧାନୀରୁ ରାଉରକେଲା ସବୁଠି ଜନତା କର୍ଫ୍ୟୁ ପାଳନ ବେଳେ ଖାଁ ଖାଁ ଥିବା ରାସ୍ତାରେ ଲକ୍ ଡାଉନରେ ଲୋକଙ୍କୁ ଦେଖିବାକୁ ମିଳିଛି । ତେଜରାତି ଓ ପରିବା ଦୋକାନରେ ଲୋକଙ୍କ ଭିଡ଼ ଜମୁଛି ।

କାଲିଠୁ ଲକ୍ ଡାଉନ୍ ହେବ ଆଉ ୯ ଜିଲ୍ଲା, ରାଜ୍ୟରେ ଗଡ଼ିବନି ଯାତ୍ରୀବାହୀ ବସ୍

ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ଥିବା ବେଳେ ଦେଶରେ ସଂଖ୍ୟା ବଢ଼ି ଚାଲିଛି । କମ୍ୟୁନିଟି ଟ୍ରାନ୍ସମିଶନ ମାଧ୍ୟମରେ ବ୍ୟାପି ଚାଲିଛି ମହାମାରୀ କରୋନା । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଟପିଥିବା ବେଳେ ୮ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଲକ୍ ଡାଉନ୍ ବେଳେ କେହି ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କାହିଁକି ରହିବେ ଘରେ ?

ଦେଶରେ ୧୨ରୁ ଅଧିକ ଆକ୍ରାନ୍ତ ଟ୍ରେନରେ ଯାତ୍ରା କରିଛିବା ସ୍ପଷ୍ଟ ହୋଇଛି । କିଏ ଦିଲ୍ଲୀରୁ ତେଲଙ୍ଗାନା ତ ଆଉ କିଏ ଭୁବନେଶ୍ୱର ପୁଣି ଆଉ କିଏ ମୁମ୍ବାଇରୁ ଜବଲପୁର । ଟ୍ରେନ୍ ଯାତ୍ରା ସମୟରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ବହୁ ଲୋକ । ଏପରିକି ଇଟାଲୀରୁ ଦିଲ୍ଲୀ ଫେରିବା ପରେ ଜଣେ ଆକ୍ରାନ୍ତ ଟ୍ରେନରେ ଭୁବନେଶ୍ୱର ଆସିଥିଲେ । ଏବେ ସେ ଚିକିତ୍ସାଧୀନ ଅଛନ୍ତି । ତେଣୁ, ସାମାଜିକ ଦୂରତ୍ୱ ରକ୍ଷା କଲେ ହିଁ ଏଥିରୁ ବଞ୍ଚି ହେବ ।

ଚୀନ, ଇଟାଲୀ ଭୁଲ୍ ଦୋହରାଇଲେ ଅସମ୍ଭାଳ ହେବ ସ୍ଥିତି

ଆରମ୍ଭରୁ ଚୀନ କରୋନା ଭାଇରସକୁ ଗମ୍ଭୀରତାର ସହ ନେଇ ନଥିଲା । ଏପିରିକି ଲୋକଙ୍କୁ ଭୂଆଁ ବୁଲାଇ ଭାଇରସ୍ ସମ୍ପର୍କରେ ସୂଚନା ଦଇଥିବା ଡାକ୍ତରଙ୍କୁ ନିଲମ୍ବିତ କରିଥିଲା । ପରେ କରୋନା ଭାଇରସରେ ଡାକ୍ତର ଜଣଙ୍କ ମୃତ୍ୟୁ ହୋଇଥିଲା । ଆରମ୍ଭରୁ ଚୀନର ଅସାବଧନତା ଯୋଗୁଁ ଭାଇରସ୍ ଶୀଘ୍ର ବ୍ୟାପିବା ସହ ଏବେ ଦୁନିଆ ପାଇଁ ବଡ଼ ବିପଦ ଭାବେ ଛିଡ଼ା ହୋଇଛି । ପରେ ଚୀନ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲାଗୁ କରିବା ସହ ଲକ୍ ଡାଉନକୁ କଡ଼ାକଡ଼ି କରିବାରୁ ସ୍ଥିତି ନିୟନ୍ତ୍ରଣକୁ ଆସିଛି ।

ଇଟାଲୀ ବି ଆରମ୍ଭରୁ କରୋନା ଭାଇରସକୁ ଗମ୍ଭୀରତାର ସହ ନେଇ ନଥିଲା । ଫଳରେ ଇଟାଲୀ ଭଳି ଦେଶ ଆଜି ମାଟି କାମୁଡ଼ି ପଡ଼ିଛି । କରୋନା ଯୋଗୁଁ ଇଟାଲୀରେ ଏବେ ପର୍ଯ୍ୟନ୍ତ ୫୯ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୫ ହଜାର ଲୋକଙ୍କ ମୃତ୍ୟୁ ହେଲାଣି । ଭାରତ ଠାରୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବହୁ ଉନ୍ନତ ଥିବା ଇଟାଲୀର ମେଡିକାଲରେ ଏବେ ଆଉ ଜାଗା ନାହିଁ । ଜରୁରୀ ସାମଗ୍ରୀ ସହ ମେଡିକାଲରେ ଔଷଧ ଅଭାବ ଦେଖାଗଲାଣି ।

ମୁଖ୍ୟମନ୍ତ୍ରୀ ବଢ଼ାଇଲେ ସହଯୋଗର ହାତ, CMRFକୁ ଦେଲେ ୩ ମାସର ଦରମା

ଭାରତ କଥା ଚିନ୍ତା କରିବା ମୁସ୍କିଲ୍

ପୂରା ୟୁରୋପ କରୋନା ଭାଇରସ୍ ଆଗରେ ବେହୋସ୍ ହୋଇ ପଡ଼ିଛି । ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ବି ଅସହାୟ । କାନ୍ଦୁଥିବା ଚୀନର ସ୍ଥିତି ଏବେ ନିୟନ୍ତ୍ରଣ ଭିତରେ । ଏହି ସମସ୍ତ ଦେଶର ସ୍ୱାସ୍ଥ୍ୟସେବା ଭାରତ ଠାରୁ ଢେର୍ ମଜଭୁତ୍ । କରୋନା ବିରୋଧରେ ଚାଲିଥିବା ଯୁଦ୍ଧ କେବଳ ସରକାରୀ ସ୍ତରରେ ଜିତିହେବ ନାହିଁ । ଯଦି, ଏମିତି ହୋଇଥାନ୍ତା ତେବେ ବିଶ୍ୱର ବଡ଼ ବଡ଼ ଧନୀ ଓ ଶକ୍ତିଶାଳୀ ରାଷ୍ଟ୍ରଙ୍କ ଅବସ୍ଥା ଏତେ ଖରାପ ହୋଇନଥାନ୍ତା । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଘରେ ରହିବା ହିଁ ସବୁଠୁ ବଡ଼ ଦେଶଭକ୍ତି ଓ ଦେଶ ସେବା ହୋଇପାରିବ । ଯାହାକି ଆପଣଙ୍କ ସହ ବଞ୍ଚାଇପାରିବ ବହୁ ଅମୂଲ୍ୟ ଜୀବନ । ଯଦି, ନମାନିବେ ତା ହେଲେ ସମୟ ଆମ ହାତରୁ ଖସିଯିବ ଏବଂ ଅକଳ୍ପନୀୟ ମୃତ୍ୟୁର ବିଭୀଷିକାକୁ ସାମନା କରିବାକୁ ପଡ଼ିବ ।

https://www.facebook.com/nandighoshatv/videos/496784560997828