ମାଲକାନଗିରି: କୋରାପୁଟ ସୀମାରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ପୂଜାରୀଗୁଡ଼ା ଜଙ୍ଗଲରେ ଗୁଳିବିନିମୟ । ଡିଭିଏଫ-ଏସଓଜି ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ସୂଚନା ।
ପ୍ରାକ୍ ବଜେଟ୍ ବୈଠକ, ପାଣ୍ଠି ସଂଗ୍ରହ ଉପରେ ଗୁରୁତ୍ୱ
ଭୁବନେଶ୍ୱର: ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ଅନୁଦାନ କାଟ କରିବାର ସମ୍ଭାବନା ଦେଖାଦେଇଛି । ଯାହାର ପ୍ରଭାବ ଆସନ୍ତା ବଜେଟରେ ପଡ଼ିବ । କିପରି ପାଣ୍ଠି ସଂଗ୍ରହ ହେବ, ସେ ନେଇ ଆଜି ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରାକ୍ ବଜେଟ୍ ବୈଠକରେ ଅଭିଜ୍ଞଙ୍କଠାରୁ ମତାମତ ଲୋଡ଼ାଯାଇଛି । ମୁଖ୍ୟତଃ ଅନାଦାୟ ଟିକସ ସଂଗ୍ରହ ଉପରେ ଦିଆଯିବ ଗୁରୁତ୍ୱ । ରାଜସ୍ୱ ବୃଦ୍ଧି ପାଇଁ ସମୀକ୍ଷକଙ୍କ କ୍ଷେତ୍ର ପରିଦର୍ଶନ ଉପରେ ଦିଆଯିବ ଗୁରୁତ୍ୱ ।
ଗୋଟିଏ ପଟେ ମାନ୍ଦାବସ୍ଥା ଯୋଗୁ କେନ୍ଦ୍ରର ଅନୁଦାନ ହ୍ର।ସ ଘୋଷଣା ତ ଅନ୍ୟପଟେ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିର ଯୋଜନା ପାଇଁ ଅର୍ଥର ଆବଶ୍ୟକତା । ଗତ ଥର ରାଜ୍ୟ ବଜେଟ ଥିଲା ୧ ଲକ୍ଷ ୩୯ ହଜାର କୋଟି ଟଙ୍କା । ଯାହା ଆସନ୍ତା ଥର ୧ ଲକ୍ଷ ୫୫ ହଜାର କୋଟି ଟଙ୍କାକୁ ଟପିବାର ସମ୍ଭାବନା ରହିଛି । ବିନା ଟିକସ ବୃଦ୍ଧିରେ କିପରି ପାଣ୍ଠି ସଂଗ୍ରହ ହେବ, ସେ ନେଇ ପ୍ରାକ୍ ବଜେଟ୍ ବୈଠକରେ ଆଲୋଚନା ହୋଇଛି । ବିଭିନ୍ନ ସ୍ତରରୁ ଆସିଥିବା ମତାମତ ଉପରେ ଆସନ୍ତୁ ଦୃଷ୍ଟି ପକାଇବା ।
– ପଞ୍ଚାୟତକୁ ଦିଆଯାଉ ବିଦ୍ୟୁତ୍ ବିଲ୍ ଆଦାୟ କ୍ଷମତା
– ଶିଳ୍ପାନୁଷ୍ଠାନଙ୍କଠାରୁ ବକେୟା ଟିକସ ଆଦାୟ
– ବେଆଇନ୍ ଖଣି କାରବାରରୁ ଫାଇନ ଆଦାୟ । ଶାହା କମିସନ ୬୮ହଜାର କୋଟି ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ, ହେଲେ ଆଦାୟ ହୋଇଛି କେବଳ ୧୭ ହଜାର କୋଟି
– ଶିକ୍ଷା ଅଧିକାର ଆଇନ୍ ଜରିଆରେ ଶିକ୍ଷକ ନିଯ଼ୁକ୍ତି
ଅଭିଜ୍ଞସଂପନ୍ନ ବ୍ୟକ୍ତିଙ୍କ ମତାମତକୁ ନୋଟ୍ କରାଯାଇଛି । ଯାହାକୁ ସମୀକ୍ଷା କରାଯିବ ପରେ ପ୍ରସ୍ତୁତ ହେବ ରାଜ୍ୟ ବଜେଟ୍ । ଫୋକସରେ ରହିବ ରାଜସ୍ୱ ବୃଦ୍ଧି ପାଇଁ ପନ୍ଥା। ରାଜ୍ୟରେ ଅଭିବୃଦ୍ଧି ହାର ବଢିଥିବାରୁ ମାନ୍ଦାବସ୍ଥା ସେତେଟା ପ୍ରଭାବ ପକାଇ ନାହିଁ । ହେଲେ, ମୁଦ୍ରାସ୍ଫୀତି ଯୋଗୁ ଭବିଷ୍ୟତରେ ଏହା ରାଜ୍ୟ ରାଜକୋଷକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ।
ଦିଗପହଣ୍ଡି: ପୂର୍ବ ଶତ୍ରୁତାରୁ ଖଣ୍ଡାରେ ଆକ୍ରମଣ । ଗାଁ ଦୋକାନ ନିକଟରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ଅଭିଯୋଗ । ଗୁରୁତର ଅଜିତ ନାୟକ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ।
ଦିଗପହଣ୍ଡି: ପୂର୍ବ ଶତ୍ରୁତାରୁ ଖଣ୍ଡାରେ ଆକ୍ରମଣ । ଗାଁ ଦୋକାନ ନିକଟରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ଅଭିଯୋଗ । ଗୁରୁତର ଅଜିତ ନାୟକ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ।
ଖୁବଶୀଘ୍ର ଦାୟିତ୍ୱ ନେବେ ରାଜ୍ୟ ବିଜେପିର ନୂଆ ନେତୃତ୍ୱ
ଭୁବନେଶ୍ୱର: କିଏ ହେବ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ ? କାହା ନେତୃତ୍ୱରେ ବିଜେପି ସଜାଡିବ ଘର ? ଦୀର୍ଘ ଦିନ ଧରି ଏ ନେଇ ଚାଲିଥିବା ଚର୍ଚ୍ଚାର ଅବସାନ ଘଟିବାକୁ ଯାଉଛି । ୩୬ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ୩୪ଟିରେ ସଭାପତି ନିର୍ବାଚନ ସରିଛି । ବାକି ୨ଟିରେ ସଭାପତି ଚୟନ ପାଇଁ ଦ୍ୱନ୍ଦ୍ୱ ଲାଗି ରହିଛି । ସେପଟେ ଆସନ୍ତା ୧୭ରେ ରାଜ୍ୟ ସଙ୍ଗଠନର ନୂଆ ମଙ୍ଗୁଆଳ ନିର୍ବାଚନକୁ ମିଳିଛି ସବୁଜ ସଙ୍କେତ ।
ଖୁବଶୀଘ୍ର ବିଜେପି ପାଇବ ନୂଆ ସଭାପତି । ଆସନ୍ତା ଶୁକ୍ରବାର ସ୍ପଷ୍ଟ ହେବାକୁ ଯାଉଛି ନାଁ । ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ କିଏ ହେବେ ତାକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଥିବା ବେଳେ ଖୁବଶୀଘ୍ର ଦାୟିତ୍ୱ ନେବେ ନୂଆ ନେତୃତ୍ୱ । ଆସନ୍ତା ୧୭ ତାରିଖରେ ହେବ ନିର୍ବାଚନ । ଏଥିପାଇଁ ୧୬ ତାରିଖରେ ରେସରେ ଥିବା ପ୍ରାର୍ଥୀମାନେ ଅପରାହ୍ଣ ୩ଟା ସୁଦ୍ଧା ଦାଖଲ କରିବେ ନାମାଙ୍କନପତ୍ର । ସାଢେ ୪ଟାରୁ ସାଢେ ୫ଟା ମଧ୍ୟରେ ନାମାଙ୍କନପତ୍ର ଯାଞ୍ଚ ହେବ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ସମୟ ରହିଛି ସନ୍ଧ୍ୟା ୭ଟା । ୧୭ ତାରିଖ ପୂର୍ବାହ୍ନ ୧୦ଟାରୁ ଗୋଟାଏ ଭିତରେ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ । ଅପରାହ୍ଣ ସାଢେ ଗୋଟାଏରେ ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ । ସେହିଦିନ ରାଜ୍ୟର ୨୧ଟି ଲୋକସଭା ଆସନରୁ ୨୧ ଜଣଙ୍କୁ ରାଷ୍ଟ୍ରୀୟ ପରିଷଦଙ୍କ ନାଁ ମଧ୍ୟ ଘୋଷଣା ହେବ ।
ଯଦି ଏକାଧିକ ପ୍ରାର୍ଥୀ ନାମାଙ୍କନ ନ ଭରନ୍ତି ତେବେ ୧୧ଟାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସିଧାସଳଖ ନୂଆ ସଭାପତିଙ୍କ ନାଁ ଘୋଷଣା କରାଯିବ । ଏଥିପାଇଁ ଗଠିତ ପର୍ଯ୍ୟବେକ୍ଷକ ଟିମ୍ରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ସାଂସଦ ରାଜୀବ ପ୍ରତାପ, ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ରହିଛନ୍ତି ।
ରାଜ୍ୟ ବିଜେପି ସଭାପତି ରେସ୍ରେ ଅନେକ ନେତା ଥିବାବେଳେ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସବୁଠୁ ଆଗରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟ ବିଜେପି ସଭାପତି କେ ଭି ସିଂହ ଦେଓ, ଉପସଭାପତି ସମୀର ମହାନ୍ତି ବି ରେସ୍ରେ ଅଛନ୍ତି ।
ଭୁବନେଶ୍ୱର: ଠିକ୍ ସମୟରେ ପଦୋନ୍ନତି ପାଇଁ ବସିବ ଅଦାଲତ । ଆସନ୍ତା ୨୮, ୨୯ ଓ ୩୧ ତାରିଖରେ ପଦୋନ୍ନତି ଅଦାଲତ ବସିବ । ଯୋଗ୍ୟ ଥାଇ ପଦୋନ୍ନତି ପାଇନଥିବା କର୍ମଚାରୀ ଜାନୁଆରୀ ୨୩ ସୁଦ୍ଧା [email protected] ମେଲ୍ ଆଇଡିରେ ଆବେଦନ କରିପାରିବେ ।
ଭୁବନେଶ୍ୱର: ଠିକ୍ ସମୟରେ ପଦୋନ୍ନତି ପାଇଁ ବସିବ ଅଦାଲତ । ଆସନ୍ତା ୨୮, ୨୯ ଓ ୩୧ ତାରିଖରେ ପଦୋନ୍ନତି ଅଦାଲତ ବସିବ । ଯୋଗ୍ୟ ଥାଇ ପଦୋନ୍ନତି ପାଇନଥିବା କର୍ମଚାରୀ ଜାନୁଆରୀ ୨୩ ସୁଦ୍ଧା [email protected] ମେଲ୍ ଆଇଡିରେ ଆବେଦନ କରିପାରିବେ ।
ଫାସଟାଗ୍ ଗେଟରେ ଟଙ୍କା ଦେଇ ବି ଯାଇପାରିବେ
ଭୁବନେଶ୍ୱର: ଆଜିଠାରୁ ସାରାଦେଶରେ ଲାଗୁ ହୋଇଛି ଫାସଟାଗ୍ ବ୍ୟବସ୍ଥା । ଟୋଲ୍ ପ୍ଲାଜାରେ ଫାସଟାଗ୍ ଗେଟ୍ ଦେଇ କ୍ରସ୍ କଲେ ସ୍ୱୟଂ ଆପଣଙ୍କ ଆକାଉଣ୍ଟରୁ କଟିଯିବ ଟଙ୍କା । ଯଦି, ଆପଣଙ୍କ ଗାଡ଼ିରେ ଫାସଟାଗ୍ ଲାଗିନାହିଁ ଆଉ ଆପଣ ଫାସଟାଗ୍ ଗେଟ୍ ଦେଇ ଅତିକ୍ରମ କରୁଛନ୍ତି । ତେବେ, ଆପଣଙ୍କୁ ଏହା ମହଙ୍ଗା ସାବ୍ୟସ୍ତ ହୋଇପାରେ । ମାନେ ଦେବାକୁ ଥିବା ଦେୟର ଦୁଇଗୁଣା ଅର୍ଥ ଗଣିବାକୁ ପଡ଼ିବ ।
ତେବେ, NHAI ବା ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ ଦେଶର ୬୫ଟି ଟୋଲ୍ ପ୍ଲାଜାରେ କ୍ୟାସ୍ କାରବାରକୁ ଅନୁମତି ଦେଇଛନ୍ତି । ମାନେ ଆପଣ ଦେଶର ୬୫ଟି ଫାସଟାଗ୍ ଗେଟରେ ମଧ୍ୟ ଦେୟ କ୍ୟାସ୍ ବା ଟଙ୍କା ଆକାରରେ ପୈଠ କରିପାରିବେ । ଅତ୍ୟଧିକ ଟଙ୍କା ଦେଣନେଣ ଯୋଗୁ NHAI କର୍ତ୍ତୃପକ୍ଷ ନିୟମକୁ ମାସେ ପାଇଁ କୋହଳ କରିଛନ୍ତି । ଏହା ଆଜିଠାରୁ ମାସେ ଯାଏଁ ଦେଶର ୬୫ଟି ଟୋଲ ପ୍ଲାଜାରେ ବଳବତ୍ତର ରହିବ ।
ଏହି ସବୁ ଟୋଲଗେଟରେ ଅତ୍ୟଧିକ ଟଙ୍କା କାରବାର ହେଉଥିବାରୁ NHAI ଏଭଳି ନିଷ୍ପତ୍ତି ନେଇଛି । ରାଜ୍ୟରେ ଥିବା ବିଭିନ୍ନ ଟୋଲପ୍ଲାଜା ମଧ୍ୟରୁ କଟକର ମଙ୍ଗୁଳି ଟୋଲଗେଟର ଫାସଟାଗ ଗେଟରେ ଟଙ୍କା ଦେଇ ଗାଡ଼ି ଯାଇପାରିବ । ଏନେଇ ବିଭାଗ ପକ୍ଷରୁ ସମ୍ପୃକ୍ତ ଆରଓଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ, ମନେ ରଖନ୍ତୁ ଏହା ଆଜିଠାରୁ ମାସେଯାଏଁ ଚଳିବ ।
ଆପଣଙ୍କର ଗାଡ଼ି ଅଛି କି ? ଫାସଟାଗ୍ କଣ ଜାଣନ୍ତୁ, ନହେଲେ ଡିସେମ୍ୱର ୧ରୁ ଟୋଲ୍ ଗେଟରେ ଦେବେ ୨ ଗୁଣା ନଗଦ
ଭାରତଠୁ ଆଶା ପ୍ରକାଶ କଲା ଇରାନ୍, ବ୍ୟର୍ଥ ହେବ କି ଟ୍ରମ୍ପଙ୍କ ଗସ୍ତ !
ନୂଆଦିଲ୍ଲୀ: ଆମେରିକା-ଇରାନ ମଧ୍ୟରେ ଟଳୁନି ଯୁଦ୍ଧ ସ୍ଥିତି । ଇରାନର ଟପ୍ ନେତା କାସିମ୍ ସୁଲେମାନିଙ୍କୁ ଆମେରିକା ଏୟାର ଷ୍ଟ୍ରାଇକ୍ କରି ନିହତ କରିବା ପରେ ଉତ୍ତେଜନା ଲାଗି ରହିଛି । ଆମେରିକା ଠାରୁ ପ୍ରତିଶୋଧ ନେବା ପାଇଁ ପ୍ରାଣେ ପ୍ରାଣେ ପାଦ ଥାପୁଛି ଇରାନ୍ । ଗତ ସପ୍ତାହ ମଧ୍ୟରେ ଇରାକରେ ଥିବା ଆମେରିକାର ବିଭିନ୍ନ ଏୟାରବେସ୍ ଓ ସେନା କ୍ୟାମ୍ପରେ ଲଗାତାର ରକେଟ୍ ଓ ମିସାଇଲ୍ ମାଡ଼ କରୁଛି ଇରାନ୍ । ଏହାରି ଭିତରେ ଗତକାଲି ଠାରୁ ଭାରତ ଗସ୍ତରେ ଆସିଛନ୍ତି ଇରାନ୍ ବୈଦେଶିକ ମନ୍ତ୍ରୀ ଜାଭଦ ଜରିଫ ।
ଇରାନ କୂଟନୈତିକ ସ୍ତରରେ ଆମେରିକାକୁ ଘେରିବାକୁ ଉଦ୍ୟମ କରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ଆଶା ପ୍ରକାଶ କରିଛି ଇରାନ୍ । ଭାରତ ହସ୍ତକ୍ଷେପ କଲେ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନା ଥମିପାରେ । ଭାରତ ଗସ୍ତରେ ଆସିଥିବା ଇରାନ ବୈଦେଶିକ ମନ୍ତ୍ରୀ ଜାଭଦ ଜରିଫ, ମୋଦିଙ୍କୁ ଭେଟିବା ପରେ ମଧ୍ୟପ୍ରାଚ୍ୟ ପାଇଁ ଭାରତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ଭାରତ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ପ୍ରଶମିତ କରିବାରେ ବଡ଼ ଭୂମିକା ତୁଲାଇବ ବୋଲି ଇରାନ ଆଶା ବାନ୍ଧିଛି ।
ଇରାନ ଜେନେରାଲ କାସେମ ସୋଲେମାନିଙ୍କୁ ହତ୍ୟା କରିବାକୁ ଡୋନାଲ୍ଡ ଟ୍ରମ୍ଫ ଦେଇଥିଲେ ନିର୍ଦ୍ଦେଶ !
ଦକ୍ଷିଣ ଏସିଆର ପ୍ରଥମ ରାଷ୍ଟ୍ର ଭାବେ ଭାରତକୁ ମଧ୍ୟସ୍ଥି ପାଇଁ ଇରାନ୍ ଏକ ପ୍ରକାର ଆମନ୍ତ୍ରଣ ଦେଇଛି । ଭାରତ ଶାନ୍ତି ପ୍ରତିଷ୍ଠା ଦିଗରେ ଯାହା ପଦକ୍ଷେପ ଇରାନ୍ ତାକୁ ସ୍ୱାଗତ କରିବ । ଏହା ପୂର୍ବରୁ ବୈଦେଶିକ ମନ୍ତ୍ରୀ ଫୋନ୍ ଯୋଗେ ଜାଭଦ ଜରିଫଙ୍କୁ ଶାନ୍ତି ପାଇଁ କହିଥିଲେ । ଅନ୍ୟପଟେ ଆସନ୍ତା ଫେବ୍ରୁଆରୀ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିବାର ଅଛି । ତା ଛଡ଼ା ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ତେଣୁ, ଟ୍ରମ୍ପ ଭାରତର ସମର୍ଥନ ହାସଲ ପାଇଁ ଉଦ୍ୟମ କରିବା ଥୟ ।
#Breaking ନୂଆଦିଲ୍ଲୀ: ଆମେରିକା ସହ ତିକ୍ତତାକୁ ନେଇ ଭାରତରେ ଅବସ୍ଥାପିତ ଇରାନ୍ ଆମ୍ବାସଡରଙ୍କ ପ୍ରତିକ୍ରିୟା । ଆମେ ଯୁଦ୍ଧ ଚାହୁଁନାହୁଁ । ଆମେ ଭାରତ ସମେତ ସବୁ ଦେଶ ସହ ଶାନ୍ତିରେ ବଞ୍ଚିବାକୁ ଚାହୁଁ । ଭାରତ ଶାନ୍ତି ପାଇଁ କୌଣସି ପଦକ୍ଷେପ ନେଲେ ଆମେ ସ୍ୱାଗତ କରିବୁ । #IranvsUSA #India #NandighoshaTv pic.twitter.com/NdFa90qlhF
— NandighoshaTV (@NandighoshaTV) January 8, 2020
ଆମେରିକା, ଇରାନ୍ ସହ ଭାରତର ଭଲ ସମ୍ପର୍କ ରହିଛି । ଉଭୟ ରାଷ୍ଟ୍ର ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେବେ, ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଲାଗି ରହିଥିବା ବେଳେ ଭାରତ ଜଣକୁ ସମର୍ଥନ କଲେ ଅନ୍ୟ ଜଣଙ୍କ ସମ୍ପର୍କ ଖରାପ ହୋଇପାରେ । ତେଣୁ, ଭାରତ ଉଭୟ ଦେଶ ସହ ସମ୍ପର୍କ ମଜଭୁତ୍ ରହିଲା ଭଳି ପଦକ୍ଷେପ ନେବ । ଯାହାକି କୂଟନୈତିକ ସ୍ତରରେ ଭାରତକୁ ଆହୁରି ଶକ୍ତିଶାଳୀ କରିବ ।
ରାଉରକେଲା: RSPକୁ ବେଆଇନ୍ ଭାବେ ଟ୍ରକ୍ ଓ ଟ୍ରେଲର ଜବତ ଘଟଣା । ଚୋରି ରାକେଟରେ ସମ୍ପୃକ୍ତ ଥିବା ୫ ଜଣ ଗିରଫ । ମୁଖ୍ୟ ଜଣେ ସ୍କ୍ରାପ୍ ମାଫିଆଙ୍କ ସହ ମୋଟ ୫ ଜଣ ଗିରଫ ।
ରାଉରକେଲା: RSPକୁ ବେଆଇନ୍ ଭାବେ ଟ୍ରକ୍ ଓ ଟ୍ରେଲର ଜବତ ଘଟଣା । ଚୋରି ରାକେଟରେ ସମ୍ପୃକ୍ତ ଥିବା ୫ ଜଣ ଗିରଫ । ମୁଖ୍ୟ ଜଣେ ସ୍କ୍ରାପ୍ ମାଫିଆଙ୍କ ସହ ମୋଟ ୫ ଜଣ ଗିରଫ ।
ଭୁବନେଶ୍ୱର: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର ମହିଳା ଏଣ୍ଟରପ୍ରିନିୟରସିପ୍ କମିଟିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କମିଟିରେ ଅଛନ୍ତି ୪୦ ଜଣ ମହିଳା ଉଦ୍ୟୋଗୀ ।
ଭୁବନେଶ୍ୱର: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର ମହିଳା ଏଣ୍ଟରପ୍ରିନିୟରସିପ୍ କମିଟିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କମିଟିରେ ଅଛନ୍ତି ୪୦ ଜଣ ମହିଳା ଉଦ୍ୟୋଗୀ ।
ଭୁବନେଶ୍ୱର: ଦେଶର ୬୫ଟି ଟୋଲ୍ ପ୍ଲାଜାରେ ଫାସଟାଗ୍ ବ୍ୟବସ୍ଥାରେ କୋହଳ । ଅତ୍ୟଧିକ ଟଙ୍କା କାରବାର ଯୋଗୁ ମାସେ ପାଇଁ ନିୟମ କୋହଳ କଲା NHAI । ରାଜ୍ୟର ମଙ୍ଗୁଳି ଟୋଲ୍ ପ୍ଲାଜାରେ ମଧ୍ୟ କ୍ୟାସ୍ ବ୍ୟବସ୍ଥା ଆଗାମୀ ମାସେ ଯାଏଁ ଜାରି ରହିବ ।
ଭୁବନେଶ୍ୱର: ଦେଶର ୬୫ଟି ଟୋଲ୍ ପ୍ଲାଜାରେ ଫାସଟାଗ୍ ବ୍ୟବସ୍ଥାରେ କୋହଳ । ଅତ୍ୟଧିକ ଟଙ୍କା କାରବାର ଯୋଗୁ ମାସେ ପାଇଁ ନିୟମ କୋହଳ କଲା NHAI । ରାଜ୍ୟର ମଙ୍ଗୁଳି ଟୋଲ୍ ପ୍ଲାଜାରେ ମଧ୍ୟ କ୍ୟାସ୍ ବ୍ୟବସ୍ଥା ଆଗାମୀ ମାସେ ଯାଏଁ ଜାରି ରହିବ ।

