spot_img
Home Blog Page 736

ବୋମା ଫୁଟାଇ ମଦ ଦୋକାନ କର୍ମଚାରୀଙ୍କଠୁ୨ଲକ୍ଷରୁ ଅଧିକ ଟଙ୍କା ଲୁଟ୍  

ନନ୍ଦିଘୋଷ ବ୍ୟୁରୋ: ବୋମା ଫୁଟାଇ ମଦ ଦୋକାନ କର୍ମଚାରୀଙ୍କଠୁ ୨ ଲକ୍ଷ ଟଙ୍କାରୁ ଅଧିକ ଲୁଟ୍ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ସରେଇ ନିକଟରେ ବୋମା ଫୁଟାଇ ୨ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ଅଭିଯୋଗ । ଗତ ରାତିରେ କରଞ୍ଜିଆ ସରକାରୀ ବିଦେଶୀ ମଦ ଦୋକାନ ବନ୍ଦ କରି ୨ ଜଣ କର୍ମଚାରୀ ସ୍କୁଟି ଡିକିରେ ବିକ୍ରି ଟଙ୍କା ଧରି ଦୋକାନ ମାଲିକଙ୍କ ଘରକୁ ଯାଉଥିଲେ । ସରେଇ ଆମ୍ଵ ବଗିଚା ନିକଟରେ ତିନି ଜଣ ଦୃର୍ବୁତ୍ତ ବାଇକରେ ଆସି ବୋମା ମାଡ଼ କରି ଟଙ୍କା ଲୁଟିନେଇ ଫେରାର ହେଇଯାଇଥିଲେ । ପରେ ଦୋକାନ ମାଲିକ ଘଟଣା ସଂପର୍କରେ ପେlଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛନବିନ୍ ଆରମ୍ଭ କରିଛି ।

ମୁମ୍ବାଇରେ ବିଲ୍ଡିଂର ସ୍ଲାବ ଭୁଶୁଡି ୭ ଜଣଙ୍କ ମୃତ୍ୟୁ : ମୃତକଙ୍କ ମଧ୍ୟରେ ୩ ଜଣ ଗଞ୍ଜାମ ଜିଲ୍ଲାର..

ନନ୍ଦିଘୋଷ ବ୍ୟୁରୋ: ମୁମ୍ବାଇର ଥାନେ ନିକଟ କଲ୍ୟାଣ ଅଞ୍ଚଳରେ ବଡ଼ ଧରଣର ଦୁର୍ଘଟଣା । ବିଲ୍ଡିଂର ସ୍ଲାବ ଭୁଶୁଡି ଜଣେ ଶିଶୁ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଜଣ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅଞ୍ଚଳର । ଏକ ଆବାସିକ କୋଠାର ଛାତ ଭୁଶୁଡ଼ି ପଡ଼ିବାରୁ ଜଣେ ଶିଶୁ ସମେତ ଅନ୍ୟ ୬ ଜଣଙ୍କର ମୃତ୍ୟୁ ଘଟିଛି । କଲ୍ୟାଣ ଡୋମ୍ବ୍ରିଭାଲି ମ୍ୟୁନିସିପାଲ କର୍ପୋରେସନର ଅଧିକାରୀ ଦୁର୍ଘଘଟଣାର ସୂଚନା ଦେଇଛନ୍ତି । କୋଠାର ସ୍ଲାବ ଭୁଶୁଡ଼ି ପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅଧିକାରୀମାନେ କହିଛନ୍ତି । ଏବେ ବି ଜଣେ ବ୍ୟକ୍ତି ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । କୋଠାଟିକୁ ‘ବିପଜ୍ଜନକ’ ଘୋଷଣା କରାଯାଇଥିଲା । ବର୍ଷା ଋତୁ ପୂର୍ବରୁ ଘରକୁ ଖାଲି କରିବାକୁ ନୋଟିସ ଜାରି କରାଯାଇଥିଲା । ଦୁର୍ଘଟଣା ସମୟରେ ଲୋକମାନେ କୋଠାରେ ଥିଲେ। ଅନ୍ୟପକ୍ଷରେ, ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭଗ୍ନାବଶେଷ ତଳେ କେହି ପୋତି ହୋଇଛନ୍ତି କି ନାହିଁ ତାହା ଜାଣିବା ପାଇଁ ସନ୍ଧାନ କରାଯାଉଛି ।

ପାକିସ୍ତାନରେ ସ୍କୁଲ ବସ ଉପରେ ଆତଙ୍କବାଦୀ ଆକ୍ରମଣ : ୪ ଛାତ୍ର ମୃତ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନରେ ଏକ ସ୍କୁଲ ବସ୍ ଉପରେ ଆତଙ୍କବାଦୀ ହମଲା। ହମଲାରେ ୫ ଛାତ୍ର ପ୍ରାଣ ହରାଇଥିବାବେଳେ ୪୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ପାକିସ୍ତାନର ଖୁଜଦାରରେ ଘଟିଛି ଆତଙ୍କବାଦୀ ହମଲା। ଦକ୍ଷିଣ ପଶ୍ଚିମ ପାକିସ୍ତାନର ବଲୁଚିସ୍ତାନ ପ୍ରଜାତନ୍ତ୍ରରେ ଘଟିଛି ଆକ୍ରମଣ। ବଲୁଚିସ୍ତାନରେ ବିଚ୍ଛିନ୍ନତାବାଦୀ ସଂଗଠନ ବଲୁଚି ଲିବରେସନ ଆର୍ମିର ଆତଙ୍କରାଜ ଜାରି ରହିଥିବାବେଳେ ଏହି ବସ ଆକ୍ରମଣ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ବସଟି ସ୍କୁଲ ଅଭିମୁଖେ ଯାଉଥିବାବେଳେ ଏକ ଆତ୍ମଘାତୀ କାର ବସକୁ ଧକ୍କା ଦେଇ ବିସ୍ଫୋରଣ ଘଟାଇଥିଲା। ଘଟଣାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ନିନ୍ଦା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଆକ୍ରମଣ ଲାଗି କେହି ନିଜକୁ ଦାୟୀ କରିନାହାନ୍ତି।

ଛତିଶଗଡ଼ରେ ବଡ଼ ଏନକାଉଣ୍ଟର : ୩୦ରୁ ଉଦ୍ଧ୍ବ ମାଓବାଦୀ ନିହତ

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ବଡଧରଣର ନକ୍ସଲ ବିରୋଧୀ ଅପରେସନ। ନକ୍ସଲ ଓ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ, ଯବାନ ମଧ୍ୟରେ ସଂଘର୍ଷ। ନକ୍ସଲ ଅପରେସନରେ ପ୍ରାଣ ହରାଇଛନ୍ତି ୩୦ରୁ ଅଧିକ ନକ୍ସଲ। ଘଟଣାରେ ଜଣେ ଯବାନ ସହିଦ ହୋଇଛନ୍ତି।  ନାରାୟଣପୁର ଅନ୍ତର୍ଗତ ଆବୁଜମାଦ ଅଞ୍ଚଳରେ ହୋଇଛି ନକ୍ସଲ ଅପରେସନ। ଅପରସେନରେ ସାମିଲ ହୋଇଛନ୍ତି ନାରାୟଣପୁର, ବିଜାପୁର ଓ ଦାନ୍ତେୱାଡାର ଡିଆରଜି ଯବାନ। ଜଙ୍ଗଲରେ ନକ୍ସଲ ଥିବା ସୂଚନା ପାଇ ସେଠାରେ ହୋଇଥିଲା ଅପରେସନ। ମାଓବାଦୀଙ୍କ ମ୍ୟାଡ ଡିଭିଜନର କିଛି ବରିଷ୍ଠ କର୍ମକର୍ତ୍ତା ସେଠାରେ ସୂଚନା ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା। ବିଜାପୁର ଜିଲ୍ଲାରେ ଅପରେସନରେ ୧୫ ନକ୍ସଲ ନିହତ ଘଟଣା ପରେ ଏହି ବଡ଼ଧରଣର ଅପରେସନ ହୋଇଛି। ଅପରେସନରେ ବହୁ ଟପ ମାଓନେତା ପ୍ରାଣ ହରାଇଥିବା କୁହାଯାଉଛି।

ଅଜଣା ଗାଡି ଧକ୍କାରେ ଚାଲିଗଲା ୩ ଜୀବନ

ନନ୍ଦିଘୋଷ ବ୍ୟୁରୋ: ରାୟଗଡ଼ା ଜିଲ୍ଲା ଗୁଡାରି ବ୍ଲକ ବଂଶଧାରା ନଦୀ ବ୍ରିଜ ଉପରେ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ୨ ଜଣ ଓ ମେଡିକାଲରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଗୁଡ଼ାରି ବ୍ଲକ କଇଠ ପଦର ଗାଁର ବୁଲୁ ଶବର ଓ ସୁବ୍ରତ ଶବର ଏବଂ ଜଗନ୍ନାଥପୁର ଗାଁର ବାଳକୃଷ୍ଣ ଆରକା। ଯୁବକ ମାନେ କାରିଣି ଗାଁକୁ ଠାକୁରାଣୀ ଯାତ୍ରା ଦେଖିବାକୁ ଯାଉଥିବବା ବେଳେ ଏହି ଦୁର୍ଘଟଣା ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଓବିସି ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ବିଜେଡିର ଆନ୍ଦୋଳନ

ନନ୍ଦିଘୋଷ ବ୍ୟୁରୋ: ଓବିସି ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ବିଜେଡିର ଆନ୍ଦୋଳନ। ରାଜଭବନ ଆଗରେ ବିଜେଡି ପକ୍ଷରୁ ଧାରଣା ଦିଆଯାଇଛି। ବିଜେପି ସରକାର ଉପରେ ଚାପ ସୃଷ୍ଟି କରିବା ପାଇଁ ରାସ୍ତାକୁ ଓହ୍ଲାଇଛି ବିଜେଡି। ଯାହାର ସଂଖ୍ୟା ଯେତେ ତାହାର ଭାଗ ସେତେ ନ୍ୟାୟରେ OBCଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ଦାବି କରି ଆସୁଛି ବିଜେଡି। କିଛି ଦିନ ତଳେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ OBCଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଜେଡି ଏଥିରେ ପ୍ରଶ୍ନ ଉଠାଇ କହିଛି, ଯେଉଁଠି ସିଟ ଖାଲି ପଡୁଛି, ସେଠି ସଂରକ୍ଷଣ ଦିଆଯାଇଛି। ଏଥିରେ କି ଫାଇଦା ମିଳିବ। ଓବିସି ଛାତ୍ରଛାତ୍ରୀଙ୍କୁ ମେଡିକାଲ, ଇଞ୍ଜିନିୟରିଂ କ୍ଷେତ୍ରରେ ସଂରକ୍ଷଣ କେବେ ବୋଲି ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି। ଓବିସିମାନଙ୍କୁ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଦଳ ଦାବି କରିଛି । ବାରମ୍ବାର ଦାବି ହେଉଥିବା ବେଳେ, କେନ୍ଦ୍ର ସରକାର ଶୁଣୁନଥିବା ଦଳ ଅଭିଯୋଗ କରିଛି।

ଜୁନ୍ ୨୩ରେ ହେବ ପଞ୍ଚାୟତ ଉପନିର୍ବାଚନ

ନନ୍ଦିଘୋଷ ବ୍ୟୁରୋ: ଜୁନ୍ ୨୩ରେ ହେବ ପଞ୍ଚାୟତ ଉପନିର୍ବାଚନ। ରାଜ୍ୟର ୪୩ଟି ସରପଞ୍ଚ ଓ ୨୭୨ଟି ୱାର୍ଡ ମେମ୍ବର ପଦ ଲାଗି ହେବ ମତଦାନ। ଏଥିପାଇଁ ଆସନ୍ତାକାଲି ପ୍ରକାଶ ପାଇବ ବିଜ୍ଞପ୍ତି। ସକାଳ ୧୦ଟାରେ ବ୍ଳକ, ପଞ୍ଚାୟତ ଓ ନିର୍ଦ୍ଦିଷ୍ଟ ୱାର୍ଡରେ ନୋଟିସ ଜାରି କରାଯିବ। ଆସନ୍ତା ୨୬, ୨୮, ୨୯ ୩୦ ଓ ୩୧ ତାରିଖ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ। ସରପଞ୍ଚ ପାଇଁ ବ୍ଲକ ଅଫିସ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ ପଞ୍ଚାୟତ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ। ଜୁନ୍ ୨ରେ ନାମାଙ୍କନ ପତ୍ର ଯାଞ୍ଚ ପରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ସେହିପରି ଆସନ୍ତା ୪ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ତା’ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପଞ୍ଚାୟତ ଅଫିସରେ ପ୍ରକାଶ ପାଇବ। ଜୁନ୍ ୨୩ ତାରିଖ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ୨୪ ତାରିଖ ସକାଳ ୮ଟାରୁ ବ୍ଲକ ଅଫିସରେ ଭୋଟ ଗଣତି କରାଯିବ। ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହ ଉପନିର୍ବାଚନ ହେବାକୁ ଥିବା ପଞ୍ଚାୟତ ଏବଂ ଓ୍ବାର୍ଡ ଗୁଡ଼ିକରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି। ମୃତ, ଇସ୍ତଫା, ଅଯୋଗ୍ୟ ଘୋଷଣା ଆଦି କାରଣରୁ ଏହି ସବୁ ଆସନରେ ସରପଞ୍ଚ ଏବଂ ଓ୍ବାର୍ଡ ସଭ୍ୟ ପଦ ଖାଲି ପଡ଼ିଥିଲା।

ଚେନ୍ନାଇ ବିପକ୍ଷରେ ମ୍ୟାଚରେ ସୂର୍ଯ୍ୟବଂଶୀ ଏହି ଭୂମିକା ’ସୂର୍ଯ୍ୟବଂଶମ’ ଫିଲ୍ମର କାହାଣୀ ସହ ମିଶିଗଲା..

ନନ୍ଦିଘୋଷ ବ୍ୟୁରୋ: ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ’ସୂର୍ଯ୍ୟବଂଶମ’ ବେଶ ହିଟ୍ ହୋଇଥିଲା । ଦର୍ଶକେ ଏହି ଫିଲ୍ମକୁ ବେଶ ଭଲ ପାଇବା ଦେଇଥିଲେ । ଅମିତାଭଙ୍କ ଡବଲ ରୋଲ ଆଜି ମଧ୍ୟ ସମସ୍ତଙ୍କ ମନେ ଥିବ ନିଶ୍ଚୟ । ତେବେ ଠାକୁର ଭାନୁ ପ୍ରତାପ ଯେତେବେଳେ କ୍ଷେତକୁ ପାଣି ପହଞ୍ଚାଇବା ପାଇଁ ବୋହୂ ପାଖକୁ ଯାଇଥିଲେ ସେତେବେଳେ ତାଙ୍କ ବୋହୂ ଚେୟାରରେ ବସି କଲେକ୍ଟରର ଭୂମିକା ଗ୍ରହଣ କରିଥିଲେ । ଆଉ ପରେ ପାଦ ଛୁଇଁ ବୋହୂର ଭୂମିକା ନିଭାଇ ଥିଲେ । ଠିକ୍ ସେହିପରି ବୈଭବ ସୂର୍ଯ୍ୟବଂଶୀ ଚେନ୍ନାଇ ବିପକ୍ଷ ମ୍ୟାଚରେ ପ୍ରଥମେ ବିସ୍ଫୋରକ ବ୍ୟାଟିଂ କରିଥିଲେ ଆଉ ପରେ ମ୍ୟାଚ ଶେଷ ହେବା ପରେ ଧୋନୀଙ୍କ ପାଦ ଛୁଇଁଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଆଉ ୟୁଜର୍ସମାନେ ଏହା ସୂର୍ଯ୍ୟବଂଶମ ଫିଲ୍ମ ସହ ମଧ୍ୟ ତୁଳନା କରୁଥିବା ଦେଖିବାକୁ ମିଳୁଛି ।

କହି ରଖୁଛୁ କି, ମଙ୍ଗଳବାର ଚେନ୍ନାଇ-ରାଜସ୍ଥାନ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି । ସେପଟେ ଏହି ମ୍ୟାଚରେ ୫୭ ରନର ପାଳି ଖେଳିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ଯେଉଁଥିରେ ୪ ଚୌକା ଏବଂ ୪ ଛକା ରହିଛି ।

ଆଜି ବସିବ ଛତିଶା ନିଯୋଗ ବୈଠକ

ନନ୍ଦିଘୋଷ ବ୍ୟୁରୋ: ଆଜି ବସିବ ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ବସିବ। ରାଜେନ୍ଦ୍ରଭିଷେକ ଠାରୁ ଆରମ୍ଭ କରି ନୀଳିଦ୍ରି ବିଜେ ପର୍ଯ୍ୟନ୍ତ ନୀତିକାନ୍ତିର ନୀତି ନିର୍ଘଣ୍ଟ କରାଯିବ । କୌଣସି ନୀତିରେ ଯେପରି ବିଳମ୍ବ ନ ହେବ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯିବ । ସଂଧ୍ୟ୍ୟା ୫ଟାରେ ନୀଳାଦ୍ରି ଭକ୍ତ ନିବାସରେ ଛତିଶାନିଯୋଗ ଏହି ବୈଠକ ବସୁଛି। ସ୍ନାନ ପୂର୍ଣ୍ଣିମାରେ ଜଳ ଲାଗି, ହାତୀ ବେଶକୁ କିପରି ଶୃଙ୍ଖଳିତ କରାଯିବ ସେ ନେଇ ନିଆଯିବ ନିଷ୍ପତ୍ତି । ସେହିପରି ଅନବସର ନୀତି, ଶ୍ରୀଗୁଣ୍ତିଚା ଯାତ୍ରା ସହିତ ସୁନାବେଶ, ନୀଳାଦ୍ରି ବିଜେକୁ ନେଇ ମଧ୍ୟ ଆଲୋଚନା ହେବ। ରଥଯାତ୍ରା ସମୟରେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ରହିଛି ବୈଠକରେ ଫୋକସ୍ ରେ। ଏହି ବୈଠକରେ ଛତିଶାନିଯୋଗ ମହାନାୟକ, ଜିଲ୍ଲାପାଳ, ଏସପିଙ୍କ ସମେତ ସମସ୍ତ ପ୍ରାଶାସନିକ ଅଧିକାରୀ ଉପସ୍ଥିତ ରହିବେ।

ସରିଲା ବାହାର ଚନ୍ଦନ ଯାତ୍ରା : ଆଜିଠୁ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା

ନନ୍ଦିଘୋଷ ବ୍ୟୁରେ: ସରିଛି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା। ଆଜିଠାରୁ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା। ୨୧ ଦିନ ଧରି ମହାପ୍ରଭୁଙ୍କୁ ଚନ୍ଦନ ଓ ଆଲଟ ଲାଗି କରାଯିବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତଭୋଗ ସରିବା ପରେ ଭିତର ଚନ୍ଦନ ଯାତ୍ରା ନୀତି କରାଯିବ। ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳ ଷଷ୍ଠୀ ଓ ରୁକ୍ମିଣୀ ହରଣ ଏକାଦଶୀରେ ଶ୍ରୀମନ୍ଦିର ଭିତରେ ଥିବା ଜଳକ୍ରୀଡ଼ା ମଣ୍ଡପରେ ଠାକୁରଙ୍କ ଜଳକ୍ରୀଡ଼ା ନୀତି ଅନୁଷ୍ଠିତ ହେବ। ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ଅର୍ଥାତ ସ୍ନାନପୂର୍ଣ୍ଣିମା ପୂର୍ବଦିନ ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ । ପ୍ରଥମ ୨୧ ଦିନ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଓ ପଞ୍ଚପାଣ୍ଡଵ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବା ପରେ ପରବର୍ତ୍ତୀ ୨୧ ଦିନ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ।