spot_img
Home Blog Page 737

ଦେଶରେ ହୁ ହୁ ହୋଇ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା

ନନ୍ଦିଘୋଷ ବ୍ୟୁରୋ: ଦେଶରେ ହୁ ହୁ ହୋଇ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ତେବେ କେଉଁ ରାଜ୍ୟରେ କେତେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାହାର ରିପୋର୍ଟ ପ୍ରକାଶ ପାଇଛି । ଦେଶର ଏପର୍ଯ୍ୟନ୍ତ ୨୭୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେରଳରେ ସର୍ବାଧିକ ୧୧୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ୪୨୪, ଦିଲ୍ଲୀରେ ୨୯୪, ଗୁଜରାଟରେ ୨୨୩, ତାମିଲନାଡୁ ଓ କର୍ଣ୍ଣାଟକ-ରେ ୧୪୮ ଲେଖାଏଁ, ପଶ୍ଚିମବଙ୍ଗରେ ୧୧୬,  ଆନ୍ଧ୍ର ପ୍ରଦେଶରେ ୧୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେହିପରି ରାଜସ୍ଥାନରେ ୫୧, ଉତ୍ତରପ୍ରଦେଶରେ ୪୨, ପୁଡୁଚେରୀରେ ୩୫, ହରିୟାଣାରେ ୨୦, ମଧ୍ୟପ୍ରଦେଶରେ ୧୦, ଓଡ଼ିଶା ଓ ଗୋଆରେ ୭ ଲେଖାଏଁ, ଜାମୁକାଶ୍ମୀର ଓ ପଞ୍ଜାବରେ ୪ ଲେଖାଏଁ, ଅରୁଣାଚଳ ଓ ଛତିଶଗଡ଼ ଓ ତେଲେଙ୍ଗାନାରେ ୩ ଲେଖାଏଁ, ଆସାମ ଓ ମିଜୋରାମରେ୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

ମୃତ୍ୟୁ ସଂଖ୍ୟା- ୭

ମହାରାଷ୍ଟ୍ର-୨

ତାମିଲନାଡୁ-୧

ଦିଲ୍ଲୀ- ୧

ଗୁଜରାଟ-୧

କର୍ଣ୍ଣାଟକ-୧

ପଞ୍ଜାବ-୧

ପାକିସ୍ତାନ ସୀମାନ୍ତ ୪ ରାଜ୍ୟ ସହ ୨ କେନ୍ଦ୍ରଶାସିତ ଅଂଚଳରେ ସିଭିଲ ଡିଫେନ୍ସ ମକଡ୍ରିଲ

ନନ୍ଦିଘୋଷ ବ୍ୟୁରୋ: ପୁଣି ଥରେ ବଢ଼ିଲା କି ଯୁଦ୍ଧ ଆଶଙ୍କା ? ପାକିସ୍ତାନ ଉପରେ ପୁଣି ଆକ୍ରମଣ କରିପାରେ କି ଭାରତ ? ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁଯାୟୀ ଅପରେସନ୍ ସିଲ୍ଡ ଅଧୀନରେ ପାକିସ୍ତାନ ସୀମାନ୍ତ ୪ ରାଜ୍ୟ ସହ ୨ କେନ୍ଦ୍ରଶାସିତ ଅଞ୍ଚଳରେ ସିଭିଲ ଡିଫେନ୍ସ ମକଡ୍ରିଲ ମକଡ୍ରିଲ । ଜମ୍ମୁ-କଶ୍ମୀର,  ପଞ୍ଜାବ, ଚଣ୍ଡିଗଡ଼, ହରିଆଣା,  ରାଜସ୍ଥାନ ଓ ଗୁଜରାଟରେ ହେବ ମକଡ୍ରିଲ । ଯୁଦ୍ଧ ସମୟରେ ଏୟାର ଷ୍ଟ୍ରାଇକରୁ ବର୍ତ୍ତିବାକୁ ନେଇ ମକଡ୍ରିଲ ଆୟୋଜନ କରାଯିବ । ଭାରତ-ପାକିସ୍ତାନ ଲଢ଼େଇ ବେଳେ ଡ୍ରୋନ ଓ ମିସାଇଲ ଆକ୍ରମଣରେ ଶିକାର ହୋଇଥିବା ରାଜ୍ୟଗୁଡ଼ିକରେ ପୁଣି ମକଡ୍ରିଲ ହେବ। ମକଡ୍ରିଲ ସମୟରେ ଲୋକଙ୍କୁ ସତର୍କ ରହିବାକୁ କୁହାଯିବ । ଅପରେସନ ସିନ୍ଦୂରର କିଛି ଘଣ୍ଟା ପୂର୍ବରୁ ମେ’ ୭ ତାରିଖରେ ସମଗ୍ର ଦେଶରେ ଅପରେସନ ଅଭ୍ୟାସ ନାଁରେ ମକଡ୍ରିଲ ଆୟୋଜନ ହୋଇଥିଲା । ଅପରେସନ ସିନ୍ଦୂର ବେଳେ ପାକିସ୍ତାନର ସୀମାନ୍ତ ଅଞ୍ଚଳକୁ ଲାଗିରହିଥିବା ପଞ୍ଜାବର ସମସ୍ତ ସୀମାନ୍ତ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଥିଲା। ପାକିସ୍ତାନ ସହ ବିବାଦକୁ ଦୃଷ୍ଟିରେ ରଖି ଦେଶର ୬ ସୀମାନ୍ତ ରାଜ୍ୟରେ ପୁଣି ମକଡ୍ରିଲ ଆୟୋଜିତ ହେବାକୁ ଯାଉଛି । ତେବେ ଗତ ମେ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମକଡ୍ରିଲ ପ୍ରଶାସନିକ କାରଣରୁ ସ୍ଥଗିତ ରଖାଯାଇଥିଲା ।

ଛେଣ୍ଡିପଦା ବନାଞ୍ଚଳରେ ଥମୁନି ହାତୀ ଉପଦ୍ରବ : ଯୁବକଙ୍କୁ କଚାଡ଼ି ମାରିଲା..

ନନ୍ଦିଘୋଷ ବ୍ୟୁରୋ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ଥମୁନି ହାତୀ ଉପଦ୍ରବ । ଆଉ ଏକ ମୁଣ୍ଡ ନେଲା ଦନ୍ତା । କଣଲୋଇ ଭଗମୁଣ୍ଡା ଗାଁରେ ଜଣେ ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ମାରିଲା ଦନ୍ତାହାତୀ । ମୃତକ ଜଣଙ୍କ ହେଲେ ପ୍ରସନ୍ନ ନାଏକ । ଘର ପାଖ ଜଙ୍ଗଲରେ ଆମ୍ବ ଗୋଟାଉଥିବା ବେଳେ ହାତୀ ଆକ୍ରମଣର କରିଥିଲା । ଖବରପାଇ ବନବିଭାଗ କର୍ମଚାରୀ ମାନେ ସେଠାରେ ପହଞ୍ଚି ଦନ୍ତା ହାତୀକୁ ଘଉଡ଼ାଇଥିଲେ । ନରହନ୍ତା ଦନ୍ତା ହାତୀ ଆକ୍ରମଣରେ ୨ ମାସ ମଧ୍ୟରେ ପ୍ରାୟ ୬ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଆଜି ପୁଣି ଜଣଙ୍କର ଜୀବନ ଯାଇଛି l କିଛି ଦିନ ତଳେ ଏହି ନରହନ୍ତା ଦନ୍ତା ହାତୀଟି ଗାଁକୁ ପଶି ଏକ ବଳଦକୁ ମାରିଥିଲା । ଦୀର୍ଘ ଏକ ମାସ ହେବ ଦନ୍ତାହାତୀ କଣଲୋଇ ଅଞ୍ଚଳରେ ଘୁରି ବୁଲୁଥିବା ବେଳେ ବନ ବିଭାଗ ହାତୀକୁ ଘଉଡେଇବାରେ ବିଫଳ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଶୀତଳଷଷ୍ଠୀ ଭଳି ଦିନରେ ବନ୍ଦ ରହିଛି ଲିଙ୍ଗରାଜ ମହାପ୍ରଭୁଙ୍କ ନିତିକାନ୍ତି

ନନ୍ଦିଘୋଷ ବ୍ୟୁରୋ: ବନ୍ଦ ହେଲା ଲିଙ୍ଗରାଜ ମହାପ୍ରଭୁଙ୍କ ନିତିକାନ୍ତି। ଶୀତଳଷଷ୍ଠୀ ଭଳି ଦିନରେ ନିତିକାନ୍ତି ବନ୍ଦ ରହିଛି। ଅବକାଶ ପରେ ମଙ୍ଗଳ ଆଳତୀ ନକରି ସିଧା ସାହାଣମେଲା ଦର୍ଶନ କରିବାରୁ ବଡୁ ନିଯୋଗ ଓ ପୂଜାପଣ୍ଡାଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହାକୁ ନେଇ ନୀତିକାନ୍ତି ବନ୍ଦ ରହିଛି। ମନ୍ଦିରରେ ନୀତି ବନ୍ଦ ଯୋଗୁଁ କେଦାରଗୌରୀ ମନ୍ଦିରରେ ଥିବା ପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମାଙ୍କ ମଧ୍ୟ ନୀତି ବନ୍ଦ ରହିଛି। ଗତକାଲି ମଧ୍ୟରାତ୍ରୀରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଓ ମା ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ବର ବେଶରେ ସଜେଇ ହୋଇ ବିରାଟ ଶୋଭାଯାତ୍ରାରେ ଲିଙ୍ଗରାଜ ମହାପ୍ରଭୁ ମା’ ପାର୍ବତୀଙ୍କ କେଦାର ଗୌରୀ ମନ୍ଦିରରେ ପହଞ୍ଚିଥିଲେ ।

୫ ମାସର ଶିଶୁକନ୍ୟାକୁ ଛାଡ଼ି ଝୁଲିପଡ଼ିଲେ ଦମ୍ପତି

ନନ୍ଦିଘୋଷ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ସଦର ଥାନା ଯୋଗୀମଠ ଗାଁରେ ଅଭାବନୀୟ ଘଟଣା । ୫ ମାସର ଶିଶୁକନ୍ୟାକୁ ଛାଡ଼ି ଝୁଲିପଡ଼ିଲେ ଦମ୍ପତି । ଗଛରେ ଝୁଲନ୍ତା ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର । ମୃତକ ସ୍ଥାନୀୟ ଯୋଗୀମଠ ଗାଁର ରଇବୁ ମୁଣ୍ଡା ଓ ଗୌରୀ ମୁଣ୍ଡା । ଘର ନିକଟରେ ଥିବା ଆକାଶିଆ ଜଙ୍ଗଲରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି । ପାରିବାରିକ କଳହକୁ ନେଇ ଦମ୍ପତ୍ତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।

ଅଟକ ବିଧାୟକ ଓ ଗ୍ରାମବାସୀଙ୍କୁ ଏପର୍ଯ୍ୟନ୍ତ ଛାଡ଼ିନାହିଁ ପୋଲିସ

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲାରେ ଅଟକ ବିଧାୟକ ଓ ଗ୍ରାମବାସୀଙ୍କୁ ଏପର୍ଯ୍ୟନ୍ତ ଛାଡ଼ିନାହିଁ ପୋଲିସ । ବରପାଲି ସାଇଡିଂରେ ବେଆଇନ କୋଇଲା ପରିବହନକୁ ବିରୋଧ କରି ବିଜେଡି ବିଧାୟକ ଯୋଗେଶ ସିଂ ଓ ଗ୍ରାମବାସୀ ଧାରଣାରେ ବସିଥିବା ବେଳେ ଗତକାଲି ଉଠାଇ ନେଇଥିଲା ପୋଲିସ । ଗତ ୪ ମାସରୁ ଆନ୍ଦୋଳନ ଚାଲିଛି । ଗତ ୩ ତାରିଖରେ ମଧ୍ୟ ବିଧାୟକ ଯୋଗେଶ ସିଂ ଓ ଗ୍ରାମବାସୀଙ୍କୁ ଅଟକ ରଖି ରେଳ ଯୋଗେ କୋଇଲା ପରିବହନ କରାଯାଇଥିଲା । ଗତକାଲି ପୁଣି ବିଧାୟକ ଓ ଗ୍ରାମବାସୀଙ୍କୁ ଅଟକ ରଖି ପୋଲିସ ସୁରକ୍ଷାରେ ରେଳ ସାଇଡିଂକୁ କୋଇଲା ଅଣାଯାଇଥିଲା ।

ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ପୁଣି ବଡ଼ ବୟାନ ଦେଲେ ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଣି ବଡ଼ ବୟାନ। କହିଲେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଅଟକାଇଲୁ ଆମେ। ଦୁଇ ଦେଶ ସହ କଥା ହେଲୁ ଏବଂ ସେମାନେ ଅଟକିଗଲେ। ପରସ୍ପରକୁ ଆକ୍ରମଣରୁ ବର୍ତ୍ତିଗଲେ ଦୁଇ ପରମାଣୁ ଶକ୍ତିସମ୍ପନ୍ନ ଦେଶ। ଭାରତ ଏବଂ ପାକିସ୍ତାନର ନେତାମାନେ ଏହା ବୁଝିପାରିଲେ । ସେମାନେ ଏହି ପ୍ରସ୍ତାବରେ ରାଜି ହେଲେ ଏବଂ ଏସବୁ ବନ୍ଦ ହୋଇଗଲା।ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ପୁଣିଥରେ ଶ୍ରେୟ ନେବାକୁ ଚେଷ୍ଟା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କିଛି ଦିନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିରେ ତାଙ୍କର କୌଣସି ଭୂମିକା ନାହିଁ। ଏବେ ଟ୍ରମ୍ପ କହିଛନ୍ତି ଯେ ଆମେ ଭାରତ ଏବଂ ପାକିସ୍ତାନ ଯୁଦ୍ଧ ରୋକିଛୁ। ଏହା ଏକ ପରମାଣୁ ବିପର୍ଯ୍ୟୟର କାରଣ ହୋଇପାରିଥାନ୍ତା। ସେଥିଲାଗି ଭାରତ ଏବଂ ପାକିସ୍ତାନକୁ ଧନ୍ୟବାଦ ଦେଇଛନ୍ତି। କହିଥିଲେ ଦୁଇ ଦେଶ ସହ ବାଣିଜ୍ୟ ବିଷୟରେ କଥା ହେଲେ।ଏପରି ଲୋକଙ୍କ ସହିତ ବାଣିଜ୍ୟ କରିପାରିବୁ ନାହିଁ ଯେଉଁମାନେ ପରସ୍ପର ଉପରେ ଗୁଳି ଚାଳନା କରୁଛନ୍ତି ଏବଂ ସମ୍ଭାବ୍ୟ ଭାବରେ ପରମାଣୁ ଅସ୍ତ୍ର ବ୍ୟବହାର କରୁଛନ୍ତି। ଏହା ଭାରତ ଏବଂ ପାକିସ୍ତାନର ନେତାମାନେ ବୁଝିପାରିଲେ ଏବଂ ସେମାନେ ରାଜି ହେଲେ। ଆମେ ଅନ୍ୟମାନଙ୍କୁ ଲଢ଼ିବାରୁ ମଧ୍ୟ ବାରଣ କରୁଛୁ ବୋଲି କହିଛନ୍ତି ଟ୍ରମ୍ପ।…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର R&B ବିଭାଗ AEE ଦିଲୀପ କୁମାର ଚୌଧୁରୀ

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଯନ୍ତ୍ରୀ। ବ୍ରହ୍ମପୁର R&B ବିଭାଗ AEE ଦିଲୀପ କୁମାର ଚୌଧୁରୀ । ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲୀପ କୁମାର ଚୌଧୁରୀଙ୍କ ଘରେ ରେଡ୍। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍। ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଚଢ଼ାଉ। ବ୍ରହ୍ମପୁର ଓ ଭୁବନେଶ୍ଵରରେ ଚଢ଼ାଉ ଜାରି ରହିଛି। ବ୍ରହ୍ମପୁର ସ୍ଥିତ ଅଫିସ ଓ ବାସଭବନରେ ରେଡ୍ କରୁଛି ଭିଜିଲାନ୍। ଭୁବନେଶ୍ଵର ସ୍ଥିତ ବାସଭବନରେ ରେଡ୍ ଚାଲିଛି। ରେଡରେ ୩ ଡିଏସପି, ୭ ଇନ୍ସପେକ୍ଟର ସାମିଲ । ଚଢ଼ାଉରୁ ବିଭିନ୍ନ ସ୍ଥାନରେ ଯନ୍ତ୍ରୀଙ୍କ ସମ୍ପତ୍ତି ଠାବ  ହୋଇଛି। ବ୍ରହ୍ମପୁର ଧର୍ମନଗରରେ ଏକ ଫ୍ଲାଟ୍, ବ୍ରହ୍ମପୁର ମୟୂରୀ ବିହାରରେ ଦୁଇ ମହଲା କୋଠା  ଓ ଭୁବନେଶ୍ଵର ସହିଦନଗରରେ ଫ୍ଲାଟ୍ ଠାବ ହୋଇଛି।

 

ପୋଲତଳୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ: ଅନୁଗୁଳ ଛେଣ୍ଡିପଦା ଥାନା ବାଲିପଟା ଗାଁ ନିକଟସ୍ଥ ତେଲିପୋଲ ତଳୁ ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ମୃତ ଯୁବକ ହାଣ୍ଡପା ଥାନା କଣ୍ଟେଇକୁଳିଆ ଗାଁର ଦୀପକ ବାଘ  । ମୃତଦେହଟି ଶଢ଼ୀ ଯାଇଥିବା ବେଳେ ପାରିପାର୍ଶ୍ଵିକ ସ୍ଥିତିକୁ ନେଇ ଏହା ହତ୍ୟା ନା ଦୁର୍ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଛେଣ୍ଡିପଦାରୁ ଜରପଡ଼ା ପୂର୍ତ୍ତ ବିଭାଗ ରାସ୍ତାର ବାଲିପଟା ଗାଁ ନିକଟସ୍ଥ ତେଲିପୋଲ ନିକଟରେ ଦୁର୍ଗନ୍ଧ ହେବାରୁ ଯୁବକଙ୍କ ଗଳିତ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ମୃତଦେହ ଠାରୁ କିଛି ଦୂରରେ ଏକ ବାଇକ ପଡିଥିବାରୁ ଏହା ହତ୍ୟା ନା ଦୁର୍ଘଟଣା ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି l ଖବର ପାଇ ଛେଣ୍ଡିପଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ଵିକ ସ୍ଥିତିକୁ ଅନୁଧ୍ୟାନ କରି ଘଟଣାର ତଦନ୍ତ ଚଳାଇଛି । ମୃତ ଯୁବକ ଜଣକ ୫ରୁ ୬ ଦିନ ହେବ ନିଖୋଜ ଥିବା ପୋଲିସ ଜାଣିବାକୁ ପାଇଛି । ନିଖୋଜ ଯୁବକ ଜଣଙ୍କ ଛେଣ୍ଡିପଦା ଅଞ୍ଚଳକୁ କାହିଁକି ଆସିଥିଲେ ଜଣାପଡ଼ିନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଦୁର୍ଘଟଣା ଜଣାପଡିବ ବୋଲି ପୋଲିସ କହିଛି ।

ସମ୍ବଲପୁର ଶୀତଳ ଷଷ୍ଠୀ : ଆଜି ବିଳମ୍ବିତ ରାତିରେ ମାତା ପାର୍ବତୀଙ୍କ ହାତ ଧରିବେ ମହାଦେବ

ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାରେ ହନୁମାନ ନିଉତା ପରେ ଆଜି ଦେବ ବିବାହ । ଆଜି ବିଳମ୍ବିତ ରାତିରେ ଜଗତ ଜନନୀ ମା ପାର୍ବତୀଙ୍କ ହାତ ଧରିବେ ଦେବ ଦେବ ମହାଦେବ ସେଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଲାଣି ସମଗ୍ର ସମ୍ବଲପୁର ସହରl ଆଜି ପ୍ରଥମେ ଗଣ୍ଠାଳ ଫିଟା କାର୍ଯ୍ୟକ୍ରମ ପରେ ଚଳିତ ବର୍ଷର କନ୍ୟା ପିତାମାତା ମନ୍ଦିର ଆସି ମା ପାର୍ବତୀଙ୍କୁ ଘରକୁ ନେବେ। ଏହାପରେ କନ୍ୟା ପିତା ମାତାଙ୍କ ଘରେ ଜମିବ ତେଲ ହଳଦୀ କାର୍ଯ୍ୟକ୍ରମ। ତାପରେ ଆରମ୍ଭ ହେବ ଉତ୍ସବର ପରିବେଶ। ହଜାର ହଜାର କଳାକାରଙ୍କ ଭିଡ଼ରେ ପ୍ରକମ୍ପିତ ହେବ ସମ୍ବଲପୁର ସହର ।