ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା । କୌଣସି ମୁହୂର୍ତ୍ତରେ ବି ହୋଇପାରେ ବଡ଼ ଆକ୍ରମଣ । ପ୍ରାୟ ସପ୍ତାହେ ହେଲା ଆମେରିକା-ଇରାନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଯଦି, ୨ ଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଭାରତ ବେଶୀ ପ୍ରଭାବିତ ହେବ । କାରଣ, ଇରାନ୍ ଉପରେ ଭାରତ ତେଲ ପାଇଁ ନିର୍ଭର କରେ ।
ଇରାନ ଠାରୁ ତୈଳ ଆମଦାନୀ କରୁଥିବା ଦେଶ ମାନଙ୍କ ମଧ୍ୟରେ ଭାରତ ଦ୍ୱିତୀୟ ଦେଶ, ଯିଏ ଅଧିକ ତୈଳ ଆମଦାନୀ କରେ । ଭାରତ ଆବଶ୍ୟକ କରୁଥିବା ତେଲର ୩୯ ପ୍ରତିଶତ ସାଉଦି ଆରବ ଓ ଇରାନରୁ ଆମଦାନୀ କରାଯାଇ ଥାଏ । ତେଣୁ, ଯୁଦ୍ଧ ହେଲେ ତେଲ ନେଇ ଆସୁଥିବା ଜାହାଜ ଅଧାବାଟରେ ଅଟକିପାରେ । ଏପରି ହେଲେ ଭାରତ ସମେତ ଅନ୍ୟ କେତକ ଦେଶର ତେଲର ଦାମ ଅଚାନକ ବଢ଼ିଯିବ ।
କଚ୍ଚା ବା ଅଶୋଧିତ ତୈଳ ଦର ବୃଦ୍ଧି ଘଟିଲେ ଡିଜେଲ, ପେଟ୍ରୋଲ ଆଦିର ଦାମ ବଢ଼ିବ । ଫଳରେ ଦେଶରେ ନିତିଦିନିଆ ସାମଗ୍ରୀର ଦରଦାମ ବଢ଼ିବ । କାରଣ ଡିଜେଲ, ପେଟ୍ରୋଲ ମହଙ୍ଗା ହେଲେ ସାମଗ୍ରୀ ପରିବହନ ଖର୍ଚ୍ଚ ବ୍ୟୟବହୁଳ ହୋଇଯିବ ।
ଆମେରିକା-ଇରାନ୍ ମଧ୍ୟରେ ଯୁଦ୍ଧ ହେଲେ ଏସିଆ ମହାଦେଶରେ ଅଧିକ ପ୍ରଭାବିତ ହେବ ଭାରତ । ଭାରତର କୂଟନୀତିକ ଓ ରାଜନୀତିକ ସ୍ଥିତି ଉପରେ ଏହାର ଖରାପ ପ୍ରଭାବ ପଡ଼ିବ । ଭାରତ ସହ ଆମେରିକା ଓ ଇରାନ ୨ ଦେଶର ଭଲ ସମ୍ପର୍କ ରହିଛି । ରାଜନୀତିକ ଦୃଷ୍ଟିକୋଣରୁ ଭାରତ ପାଇଁ ଇରାନ୍ ବହୁତ ଜରୁରୀ ଅଟେ । ଏଭଳି ସ୍ଥିତିରେ ଭାରତ ଗୋଟିଏ ଦେଶ ପାଇଁ ଛିଡ଼ା ହେଲେ ଅନ୍ୟଜଣକ ସହ ସମ୍ପର୍କ ଖରାପ ହେବା ଥୟ ।
ଇରାନ ଜେନେରାଲ କାସେମ ସୋଲେମାନିଙ୍କୁ ହତ୍ୟା କରିବାକୁ ଡୋନାଲ୍ଡ ଟ୍ରମ୍ଫ ଦେଇଥିଲେ ନିର୍ଦ୍ଦେଶ !


ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଥିବା ଏହି ଫେୟାରରେ ୨୦ଟି ଇରାନ କମ୍ପାନୀ ଏବଂ ୧୦ଟି ବାଂଲାଦେଶ କମ୍ପାନୀର ପ୍ରତିନିଧି ଯୋଗ ଦେଇଛନ୍ତି । ସେମାନେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ନିମନ୍ତେ ଓଡ଼ିଶାର ଉଦ୍ୟୋଗୀ ମାନଙ୍କ ସହିତ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।
ଟ୍ରେଡ୍ ଫେୟାରରେ MSME ଉତ୍ପାଦ ପାଇଁ ମୋଟ ୨୮୦ ଟି ଷ୍ଚଲ ରହିଛି । ୩୨ଟି ଷ୍ଟଲ ଟେକ୍ନୋଲୋଜି ଡେମୋନଷ୍ଟ୍ରେସନ, ସରକାରୀ ବିଭାଗ, ଅନ୍ତର୍ଜାତୀୟ ଅଂଶଗ୍ରହଣକାରୀ ଏବଂ ପିଏସୟୁ ପାଇଁ ୨୮ ଟି ଷ୍ଟଲ ରହିଛି । ୧୫ଟି ଷ୍ଟଲ ଫୁଡ୍ କୋଟ ପାଇଁ ରହିଛି ।
ଏହି ମେଳା ରେ ଶିଳ୍ପ, ଶକ୍ତି, MSME, ଓ ଗୃହ ବିଭାଗୀୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧକ୍ଷ, ଚିନ୍ମୟ ସାହୁ, MSME ବିଭାଗୀୟ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ରହି ମେଳାର ଉଦଘାଟନ କରିବା ସହ ଲୋଗୋ ଓ ବୁକଲେଟ ଉନ୍ମୋଚନ କରିଥିଲେ I
ଏବେ ମଧ୍ୟପ୍ରାଚ୍ୟରେ ପାଖାପାଖି ୧ କୋଟି ଭାରତୀୟ ବସବାସ କରୁଛନ୍ତି । ଇରାନରେ ମାତ୍ରାଧିକ ଭାରତୀୟ ନଥିଲେ ସେଠାରେ ସେମାନଙ୍କ ସଂଖ୍ୟା ପ୍ରାୟ ୮ଶହରୁ ୧୨୦୦ ହେବ । କିନ୍ତୁ, ଯୁଦ୍ଧ ହେଲେ ମଧ୍ୟପ୍ରାଚ୍ୟ ଦେଶରେ ରହୁଥିବା ବହୁ ସଂଖ୍ୟକ ଭାରତୀୟ କାମଧନ୍ଦା ଛାଡ଼ି ଦେଶକୁ ଫେରିବା ଥୟ ।
ଇରାନ ପରେ ସବୁଠୁ ଅଧିକ ସିୟା ମୁସଲମାନ ଭାରତରେ ରୁହନ୍ତି । କିନ୍ତୁ, ଯୁଦ୍ଧ ହେଲେ ସମସ୍ତେ ପ୍ରଭାବିତ ହେବେ । ମଧ୍ୟପ୍ରାଚ୍ୟରେ ରହୁଥିବା ୧ କୋଟି ଭାରତୀୟ ସଙ୍କଟରେ ପଡ଼ିବେ । ୧୯୯୦ ଯୁଦ୍ଧ ବେଳେ ୧.୭୫ ଲକ୍ଷ ଭାରତୀୟ ନାଗରିକଙ୍କୁ ଏୟାର ଲିଫ୍ଟିଂ କରି ଦେଶକୁ ଅଣାଯାଇଥିଲା ।









