spot_img
Home Blog Page 7389

ବୋହୂଙ୍କ ଟ୍ୱିଟ୍ ପରେ ଶ୍ୱଶୁରଙ୍କ ପାଖରେ ପହଞ୍ଚିଲା ଔଷଧ…

କରୋନା ମୁକାବିଲା ଦିଗରେ ବେଶ୍ ତତ୍ପରତା ପ୍ରକାଶ କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଆଉ ସରକାରଙ୍କୁ ସ୍ୱାସ୍ଥ୍ୟକର୍ମୀ, ପୋଲସ ପ୍ରଶାସନ ଯଥା ସମ୍ଭବ ସହଯୋଗ କରୁଛନ୍ତି । ଯାହାର ଏକ ଝଲକ ନୋଏଡାରେ ଦେଖିବାକୁ ମିଳିଛି।

ଉତ୍ତରପ୍ରଦେଶର ନୋଏଡା ସହରରେ ରହୁଥିବା ଜଣେ ମହିଳା କନୁପ୍ରିୟା ସୋମବାର ରାତିରେ ତାଙ୍କ ଟ୍ୱିଟ ଦ୍ୱାରା ସରକାରୀ କର୍ମଚାରୀ ଏବଂ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କନୁପ୍ରିୟା କେନ୍ଦ୍ର ମନ୍ତ୍ରୀ ହର୍ଷ ବର୍ଦ୍ଧନ, ସାଂସଦ ବରୁଣ ଗାନ୍ଧୀ ଏବଂ ରାଜ୍ୟର ମୁଖ୍ୟ ସଚିବ ତଥା ପିଲିଭୀତର ଡିଏମ ବୈଭଵ ଶ୍ରୀବାସ୍ତବଙ୍କୁ ଟ୍ୱିଟ କରିଛନ୍ତି। ତାଙ୍କ ଟ୍ଵିଟରେ ମହିଳା ଜଣକ ଲେଖିଛନ୍ତି ଯେ ତାଙ୍କ ଶ୍ୱଶୁର ପିଲିଭିତରେ ରୁହନ୍ତି ଏବଂ ସେ ଜଣେ ହୃଦଘାତ ପୀଡ଼ିତ। ମହିଳା ଜଣକ କହିଛନ୍ତି ଯେ ଏପ୍ରିଲ ୧୦ ସୁଦ୍ଧା ତାଙ୍କ ଶ୍ୱଶୁରଙ୍କ ପାଖରେ ଔଷଧ ପହଞ୍ଚିବା ଆବଶ୍ୟକ।

https://mobile.twitter.com/ladkiatrangi/status/1247223418472325126

ମହିଳାଙ୍କ ଟ୍ୱିଟକୁ ଦେଖି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସରକାରୀ କର୍ମଚାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗତ ମଙ୍ଗଳବାର ଦିନ ମହିଳାଙ୍କୁ କଣ୍ଟ୍ରୋଲ ରୁମ ସହିତ ଯୋଗାଯୋଗ କରିବାକୁ ସରକାର କହିଥିଲେ, କିନ୍ତୁ ମହିଳା ଜଣକ କହିଛନ୍ତି ଯେ କଣ୍ଟ୍ରୋଲ ରୁମ ନମ୍ବର କ୍ରମାଗତ ବ୍ୟସ୍ତ ରହୁଛି।

ଏହା ଉପରେ ପଲିଭିତ ଡିଏମ୍ ବୈଭବ ଶ୍ରୀବାସ୍ତବ ମହିଳାଙ୍କୁ ଟୁଇଟ୍ କରି ତାଙ୍କ ହ୍ଵାଟସ୍ ଆପ୍ ନମ୍ବର ପଚାରିଥିଲେ ଏବଂ ଔଷଧର ସମ୍ଭନ୍ଧରେ କିଛି ତଥ୍ୟ ମାଗିଥିଲେ। ଯେଉଁଥିରେ ମହିଳା ଜଣକ ଡିଏମଙ୍କୁ କହିଥିଲେ ଯେ ଔଷଧ କେବଳ ଲକ୍ଷ୍ନୌରେ ହିଁ ମିଳିବ।

ବୁଧବାର ଦିନ ମହିଳାଙ୍କଠାରୁ ଔଷଧ ବିଷୟରେ ସୂଚନା ପାଇବା ପରେ ଡିଏମ ବୈଭବ ଶ୍ରୀବାସ୍ତବ ଏହି ମାମଲାକୁ ଗୁରୁତର ସହ ନେଇ ସିଏମଓ ଡକ୍ଟର ସୀମା ଅଗରୱାଲଙ୍କ ଠାରୁ ଔଷଧ ବିଷୟରେ ସୂଚନା ନେଇଥିଲେ ଏବଂ ତୁରନ୍ତ ଔଷଧକୁ ମହିଳାଙ୍କ ଶ୍ୱଶୁରଙ୍କ ନିକଟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ସିଏମଓଙ୍କ ନିର୍ଦ୍ଦେଶରେ ଡକ୍ଟର ଆର.କେ ସିଂ ବୁଧବାର ଅପରାହ୍ନରେ ମହିଳାଙ୍କ ଶ୍ୱଶୁର ଘରକୁ ଯାଇ ଔଷଧ ଯୋଗାଇ ଦେଇଥିଲେ। କିଛି ସମୟ ପରେ ମହିଳା ଔଷଧ ଘରେ ପହଞ୍ଚିବା ବିଷୟରେ ଡିଏମଙ୍କୁ ଜଣାଇଥିଲେ। ଡିଏମ ବୈଭବ ଶ୍ରୀବାସ୍ତବ କହିଛନ୍ତି ଯେ ମହିଳାଙ୍କ ଟ୍ୱିଟକୁ ନେଇ ଔଷଧ ତାଙ୍କ ଘରେ ପହଞ୍ଚିଛି।

ରାଜ୍ୟରେ ଆଉ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨ ଜଣଙ୍କ ମଧ୍ୟରୁ ଜଣେ ଢେଙ୍କାନାଳର ହୋଇଥିବା ବେଳେ ଅନ୍ୟ ଜଣକ ପଶ୍ଚିମବଙ୍ଗର ମେଦିନପୁରର ।  ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିଲା ।

ରାଜ୍ୟରେ ଆଉ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨ ଜଣଙ୍କ ମଧ୍ୟରୁ ଜଣେ ଢେଙ୍କାନାଳର ହୋଇଥିବା ବେଳେ ଅନ୍ୟ ଜଣକ ପଶ୍ଚିମବଙ୍ଗର ମେଦିନପୁରର ।  ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିଲା ।

ରାଜ୍ୟରେ ଆଉ ୨ ଜଣ କରୋନା ସଂକ୍ରମିତ, ସିଲ୍‌ ହେଲା ଆକ୍ରାନ୍ତଙ୍କ ଘର

ଭୁବନେଶ୍ୱର: ରାଜ୍ୟରେ ଆଉ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨ ଜଣଙ୍କ ମଧ୍ୟରୁ ଜଣେ ଢେଙ୍କାନାଳର ହୋଇଥିବା ବେଳେ ଅନ୍ୟ ଜଣକ ପଶ୍ଚିମବଙ୍ଗର ମେଦିନପୁରର । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି ।

ଢେଙ୍କାନାଳରୁ ଜଣେ ୫୧ ବର୍ଷୀୟା ମହିଳା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଦ୍ୱିତୀୟ ବ୍ୟକ୍ତି ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ମେଦିନପୁର ଅଞ୍ଚଳର । ସେ ଭିବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ । ତାଙ୍କୁ ସିଧାସଳଖ ଆମ୍ୱୁଲାନ୍ସ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା । ଆକ୍ରାନ୍ତ ଜଣଙ୍କ ୬୯ ବର୍ଷୀୟ ପୁରୁଷ । ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି । ଢ଼େଙ୍କାନାଳରୁ ଆକ୍ରାନ୍ତ ଜଣଙ୍କ ଚିହ୍ନଟ ହେବା ପରେ ସମ୍ପୃକ୍ତ ବ୍ୟାକ୍ତିଙ୍କ ଘର ସିଲ୍ କରିଛି ସ୍ଥାନୀୟ ପ୍ରଶାସନ ।

ସତ୍ୟନଗର ତୋଷାଳି ଭବନ ଓମଫେଡକୁ ଆପଣ ଯାଇଛନ୍ତି କି ? ରୁହନ୍ତୁ କ୍ୱାରେଣ୍ଟାଇନରେ

ଅତ୍ୟାବଶକୀୟ ସାମଗ୍ରୀ କିମ୍ବା ଔଷଧ କିଣିବାକୁ ଯାଉଛନ୍ତି ଯଦି ତେବେ ମାସ୍କ ପିନ୍ଧି ଯାନ୍ତୁ.. ନହେଲେ ହାଇରାଣ ହେବେ

ଗଞ୍ଜାମ: ଆଜିଠୁ ବାଧ୍ୟତା ମୂଳକ ହୋଇଛି ମାସ୍କ । ବିନା ମାସ୍କରେ ଘରୁ ବାହାରିବାକୁ ବାରଣ କରାଯାଇଛି । ଏହି ନିଷ୍ପତ୍ତି ଯେମିତି କଡାକଡି ଭାବେ  ଗଞ୍ଜାମରେ ଲାଗୁହୁଏ ସେଥିପାଇଁ ଜିଲ୍ଲାପାଳ ତତତ୍ପରତା ପ୍ରକାଶ କରିଛନ୍ତି । ଏହାସହ ସେ ଆଉ କିଛି ନୂଆ ଆଦେଶ ମଧ୍ୟ ଦେଇଛନ୍ତି ।

ଜିଲ୍ଲାପାଳଙ୍କ ଅଫିସରୁ ଜାରି ନିର୍ଦ୍ଦେଶନାମା ଅନୁସାରେ  ମାସ୍କ ନନ୍ଧି ନଥିବା ବ୍ୟକ୍ତିଙ୍କୁ ରାସନ ସାମଗ୍ରୀ , ଫଳ କି ପନିପରିବା କିମ୍ବା ଔଷଧ ଦିଆଯିବନି । ନୋ ମାସ୍‌କ- ନୋ ଗ୍ରୋସରି, ନୋ ଭେଜିଟେବ୍‌ଲ୍‌ସ, ନୋ ଫ୍ରୁଟ୍‌ସ, ନୋ ମେଡିସିନ୍‌ । ଗଞ୍ଜାମ ଜିଲ୍ଲାପାଳଙ୍କ ଏଭଳି କଟକଣାକୁ ସ୍ୱାଗତ କରାଯାଇଛି । କୈାଣସି ଗ୍ରାହକ ମାସ୍କ ପିନ୍ଧି ନଥିଲେ ତାଙ୍କୁ କୈାଣସି ସାମଗ୍ରୀ ବିକ୍ରି ନକରିବା ପାଇଁ ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦୋକାନୀମାନେ ମଧ୍ୟ ଏନେଇ ଦୋକାନରେ ବୋର୍ଡ ଲଗାଇବାକୁ ଓ ଗ୍ରାହକମାନଙ୍କୁ ମାସ୍କ ପିନ୍ଧିବା ପାଇଁ ସଚେତନ କରିବାକୁ କୁହାଯାଇଛି । କରୋନା ସଂକ୍ରମଣ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏଭଳି ପଦକ୍ଷେପ ନେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା । ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍ ଡାଉନ ଅବଧିକ ବଢାଇବା ପାଇଁ କେନ୍ଦ୍ରକୁ ସୁପାରିସ । ଜୁନ୍ ୧୭ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ।

ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା । ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍ ଡାଉନ ଅବଧିକ ବଢାଇବା ପାଇଁ କେନ୍ଦ୍ରକୁ ସୁପାରିଶ । ଜୁନ୍ ୧୭ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ।

ଚେନ୍ନାଇରେ କରୋନା ଭାଇରସକୁ ପ୍ରାକୃତିକ ଉପାୟରେ ରୋକିବା ପାଇଁ ହେଉଛି ଚେଷ୍ଟା,ଜାଣନ୍ତୁ କେମିତି

କରୋନା, ସାରା ବିଶ୍ୱରେ ଏହି ରାକ୍ଷସର ଭୟ ଅହରହ ଲାଗିରହିଛି। ସାମାଜିକ ଦୂରତା ହେଉଛି ଏକମାତ୍ର ଉପାୟ ଏହି ଭାଇରସଠୁ ବଞ୍ଚିବା ପାଇଁ। ଯାହାକୁ ନେଇ ପୁରା ଦେଶ ଏବେ ନିଜ ନିଜ ଘରେ ଏକ ପ୍ରକାରର ବନ୍ଦୀ ଜୀବନ ବିତାଉଛନ୍ତି।

ସାରା ଦେଶରେ ସରକାର ବିଭିନ୍ନ ପ୍ରକାରର କଡ଼ା ପଦକ୍ଷେପ ମାନ ନେଇଛନ୍ତି। କରୋନା ଭାଇରସକୁ ଦୂର କରିବା ପାଇଁ ବିଭିନ୍ନ ଅଞ୍ଚଳରେ ସରକାରଙ୍କ ଦ୍ୱାରା ସାନିଟାଇଜର ସ୍ପ୍ରେ କରାଯାଉଛି। କିନ୍ତୁ ଅମିତି କିଛି ସ୍ଥାନ ରହିଛି ଯେଉଁଠି ସରକାରୀ ସାହାଯ୍ୟ କୁ ଅପେକ୍ଷାନକରୀ କିଛି ପ୍ରାକୃତିକ ଉପାୟରେ ସାନିଟାଇଜର ପ୍ରସ୍ତୁତ କରି ଚାରିଆଡେ ପକାଉଛନ୍ତି।

ତାମିଲନାଡୁର ରାଜଧାନୀ ଚେନ୍ନାଇର ଆବାସିକ ଅଞ୍ଚଳର ଲୋକମାନେ ସଂକ୍ରମଣକୁ ରୋକିବା ପାଇଁ ପ୍ରାକୃତିକ ପଦ୍ଧତି ବ୍ୟବହାର କରୁଛନ୍ତି। ଏହି କ୍ରମରେ ଲୋକମାନେ ପାଣିରେ ହଲଦୀ ଏବଂ କିଛି ଚେରମୂଳି ମିଶ୍ରଣ ପ୍ରସ୍ତୁତ କରି ରାସ୍ତାରେ ସ୍ପ୍ରେ କରୁଛନ୍ତି । ଲୋକଙ୍କ କହିବାନୁସାରେ, ଏହା ମାରାତ୍ମକ ଜୀବାଣୁ ସଂକ୍ରମଣକୁ ଦୂର କରିବାର କ୍ଷମତ ରଖେ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗୁରୁବାର ଦିନ ସକାଳ ୧୦:୩୦ ସୁଦ୍ଧା ତାମିଲନାଡୁର ମୋଟ ସଂକ୍ରମଣ ୭୩୮ରେ ପହଞ୍ଚିଛି। ଗତ ବର୍ଷ ଶେଷରେ ଚାଇନାର ୱୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାରତରେ ମୋଟ ୫୦୯୫ ମାମଲା ରହିଛି, ଯେଉଁଥିରେ ୪୭୨ ଜଣ ସୁସ୍ଥ ହୋଇ ୧୬୬ ଜଣଙ୍କର ମୃତ୍ୟୁ ଘଟିଛି।

ଅର୍ଥନୀତି ଅପେକ୍ଷା ଜୀବନ ବଡ଼, ଏପ୍ରିଲ ୩୦ ଯାଏଁ ରାଜ୍ୟରେ ଜାରି ରହିବ ଲକ୍‌ଡାଉନ୍

ଭୁବନେଶ୍ୱର: ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଲକଡାଉନ୍ ଅବଧିକୁ ବଢାଇଛି । ଏପ୍ରିଲ ୧୪ ତାରିଖରେ ସରିବାକୁ ଥିବା ଲକଡାଉନ ଏପ୍ରିଲ ୩୦ ପର୍ଯ୍ୟନ୍ତ ଜାରି ରହିବ । ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତି ନିଆଯାଇଛି । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ସନ୍ଦେଶରେ ଏସଂପର୍କରେ ସୂଚନା ଦେଇଛନ୍ତି । 

ମୁଖ୍ୟମନ୍ତ୍ରୀ ତାଙ୍କ ସନ୍ଦେଶରେ କହିଛନ୍ତି ଯେ, ଗୋଟିଏ ଶତାବ୍ଦୀ ମଧ୍ୟରେ କରୋନା ହେଉଛି ମାନବ ଜାତି ଦେଖିଥିବା ସବୁଠୁ ବଡ଼ ବିପଦ । ଆମେ ଜାଣିଛେ ଯେ, ଜୀବନ ପୂର୍ବଭଳି ନାହିଁ । ସବୁକିଛି ବଦଳି ଯାଇଛି । ତେଣୁ ଆମକୁ ସତର୍କ ରହିବାକୁ ପଡିବ । ଲକ୍ ଡାଉନ୍ ହେଉ କି ସଟ୍ ଡାଉନ୍ ରାଜ୍ୟବାସୀଙ୍କ ସହଯୋଗ ଲାଗି ସେ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଯାଇଛନ୍ତି । ଲୋକଙ୍କ ଜୀବନ ଅର୍ଥନୀତି ଅପେକ୍ଷା ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ ଲକ୍‌ଡାଉନ୍‌ ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Odisha: Here're details of establishments exempted from COVID-19 ...

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଉଦାହରଣ ଦେଇ ଲକ୍‌ଡାଉନ୍‌ର ଆବଶ୍ୟକତା ନେଇ ଲୋକଙ୍କୁ ଅବଗତ କରାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମେରିକାରେ କରୋନା ମାମଲା ୩ହଜାରରୁ ଆସି ୪ ଲକ୍ଷରେ ପହଞ୍ଚିଲାଣି । ୯/୧୧ ଆତଙ୍କୀ ଆକ୍ରମଣ ଠାରୁ ଆରମ୍ଭ କରି ବିଭିନ୍ନ ଯୁଦ୍ଧରେ ଆମେରିକାର ଯେତେ ଲୋକ ପ୍ରାଣବଳୀ ଦେଇଥିଲେ ତା’ଠାରୁ ଅଧିକ ଲୋକ କରୋନାର ଶିକାର ହୋଇଛନ୍ତି ।

What could happen as the coronavirus spreads across America ...

ତଥାପି ଆମେରିକା ସମ୍ପୂର୍ଣ୍ଣ ଭାବେ ଲକ୍‌ଡାଉନ୍ କରିନାହିଁ । ଏହି କଠିନ ପରିସ୍ଥିତିରେ ଆମକୁ ମଣିଷ ଜୀବନ ଏବଂ ଅର୍ଥନୀତି ମଧ୍ୟରେ ନିଷ୍ପତ୍ତି ନେବାକୁ ହେଇଛି । ଏହି କଠିନ ପରିସ୍ଥିତିରେ ମଣିଷ ଜୀବନକୁ ହିଁ ଅଧିକ ଗୁରୁତ୍ୱ ଦେଇ ଆମେ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି  ।

Thai Airways International | Book Flights to Bangkok, Seoul & More

ଏପ୍ରିଲ ୩୦ ଯାଏଁ ଲକ୍‌ଡାଉନ୍‌ ବଳବତ୍ତର ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ ମଧ୍ୟ କରାଯାଇଛି । ଏଥିସହିତ ଏପ୍ରିଲ୩୦ ଯାଏଁ ବିମାନ ସେବା ଓ ରେଳ ଯାତ୍ରା ବନ୍ଦ ରଖିବାକୁ ସୁପାରିସ କରିଛନ୍ତି ରାଜ୍ୟ ସରକାର ।

MGNREGA wages fall below minimum wage in 34 states out of 35 | The ...

କୃଷି କାର୍ଯ୍ୟ ପୂର୍ବ ଭଳି ଜାରି ରହିବ । ଶ୍ରମିକମାନଙ୍କ ସୁବିଧା ପାଇଁ ମନ୍‌ରେଗା କାର୍ଯ୍ୟକ୍ରମ ମଧ୍ୟ ଜାରି ରହିବ । ଅନ୍ୟ ରାଜ୍ୟରେ ଫସିରହିଥିବା ଓଡ଼ିଆ ଶ୍ରମିକଙ୍କ ଦେଖାଶୁଣା ପାଇଁ ସମ୍ପୃକ୍ତ ରାଜ୍ୟମାନଙ୍କୁ ଓଡ଼ିଶା ସରକାର ଅନୁରୋଧ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟରେ ୧ଲକ୍ଷ ରାପିଡ୍ କରୋନା ଟେଷ୍ଟିଂ କରିବା ସରକାର ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

https://www.facebook.com/nandighoshatv/videos/vb.874401445976675/525072251707484/?type=2&theater

 

ଲକ୍‌ଡାଉନ୍‌ ଅବଧିକୁ ବଢ଼ାଇବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ: ଜୁନ୍ ୧୭ ଯାଏଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ଜୁନ୍‌ ୧୭ ଯାଏଁ  ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ । ଏଥିସହିତ  ଲକ୍‌ଡାଉନ୍‌ ଅବଧିକୁ ଆଉ ୧୫ ପାଇଁ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବେ ରାଜ୍ୟ ସରକାର । ବୈଠକରେ ମୋଟ ୯ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ଏଥିମଧ୍ୟରୁ ସ୍ୱାସ୍ଥ୍ୟ ବିଭାଗର ୪ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ସୂଚନା ରହିିଛି । ଏପ୍ରିଲ ୩୦ ଯାଏଁ ଟ୍ରେନ୍ ସେବା ଓ ବିମାନ ସେବା ବନ୍ଦ ରଖିବାକୁ  କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । 

 

ରାମାୟଣ ହେବା ପାଇଁ ଲାଗିଥିଲା ୫୫୦ ଦିନ, ପ୍ରତ୍ୟେକ ଏପିସୋଡରେ ଖର୍ଚ୍ଚ ହୋଇଥିଲା ଏତିକି ଟଙ୍କା…

୩୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ପୌରାଣିକ ଟିଭି ସିରିଏଲ ରାମାୟଣ। ଯାହାକୁ ତିଆରି କରିଥିଲେ ରମାନନ୍ଦ ସାଗର। ଏହି ସିରିଏଲ ଏତେ ମାତ୍ରାରେ ଲୋକଙ୍କ ମନକୁ ଛୁଇଁଥିଲା ଯେ ଲୋକେ ଟିଭି ସାମ୍ନାରେ ବସିରହୁଥିଲେ ଏହା ଦେଖିବାପାଇଁ। ଯଦି ଘରେ ଟିଭି ନାହିଁ ତେବେ ପଡ଼ୋଶୀଙ୍କ ଘରେ ଯାଇ ଭିଡ ଯମାଉଥିଲେ ଏହା ଦେଖିବାପାଇଁ। ଲୋକମାନେ ବାସ୍ତବ ଜୀବନରେ ରାମ ଏବଂ ସୀତାଙ୍କୁ ପୂଜା କରନ୍ତି କିନ୍ତୁ ସେହି ସମୟରେ ରାମାୟଣ ଦେବା ମାତ୍ରେ ଲୋକେ ଟିଭି ସାମ୍ନାରେ ମଧ୍ୟ ପୂଜା କରିବାକୁ ଲାଗିଥିଲେ।ଏପରି ଅଲୌକିକ ଏବଂ ଚମତ୍କାର ପ୍ରଦର୍ଶନ କରି ରମାନନ୍ଦ ସାଗର ସବୁଦିନ ପାଇଁ ଅମର ହୋଇଗଲେ ।

ଆଜି ଲକଡାଉନ୍ ସମୟରେ ଏହି ଐତିହାସିକ ଶୋ ପୁଣିଥରେ ଟେଲିକାଷ୍ଟ କରାଯାଉଛି । କିନ୍ତୁ ଆପଣ କେବେ ଭାବିଛନ୍ତିକି ୮୦ ଦଶକରେ ରାମାୟଣ ପରି ଏକ ଗ୍ରାଣ୍ଡ ସୋ ତିଆରି କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥିବ। ଏହା କରିବା ପାଇଁ ରମାନନ୍ଦ ସାଗରଙ୍କ ପାଇଁ କେତେ କଷ୍ଟ ହେଇଥିବ। ଆଜି ଆମେ ଆପଣଙ୍କୁ ଏସବିଶେଷ ତଥ୍ୟ ଦେବୁ ।

ଚଳଚ୍ଚିତ୍ର ନିର୍ମାଣ କରୁଥିବା ରମାନନ୍ଦ ସାଗର। ହଠାତ୍ ରାମାୟଣ ତିଆରି କରିବାକୁ ଚିନ୍ତା କଲେ । କିନ୍ତୁ ତାଙ୍କ ସ୍ୱପ୍ନର ପ୍ରୋଜେକ୍ଟକୁ ପ୍ରାୟୋଜିତ କରିବାକୁ କେହି ପ୍ରସ୍ତୁତ ନଥିଲେ। ରମାନନ୍ଦ ସାଗର ଏବଂ ତାଙ୍କ ପୁଅ ପାଣ୍ଠି ସଂଗ୍ରହ ପାଇଁ ବହୁତ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସଫଳତା ମିଳି ନଥିଲା।

ପ୍ରେମ ସାଗରଙ୍କ କହିବା ଅନୁଯାୟୀ ତାଙ୍କ ବାପା ତଥାପି ହାର ମାନି ନଥିଲେ। ସେ ନିଜ ଭିତରେ ପୁରା ପ୍ରସ୍ତୁତ ଥିଲେ କି ’ରାମାୟଣ, କୃଷ୍ଣ ଏବଂ ଦୁର୍ଗା’ ସୋ କରିବାପାଇଁ।

ତେବେ ରାମାୟଣକୁ ସମର୍ଥନ ନକରିବାର ମୁଖ୍ୟ କାରଣ ଥିଲାକି ସେତେବେଲବ ଲୋକଙ୍କ ମଧ୍ୟରେ ଏହି ମୁଣ୍ଡ ଏବଂ ମୁକୁଟର ଚିନ୍ତାଧାରା କାମ କରିବନି ବୋଲି। ଏହି ସମୟରେ, ରମାନନ୍ଦ ସାଗର ୧୯୮୬ ରେ ବିକ୍ରମ ଏବଂ ବେତାଲ ସୋ କରିଥିଲେ। ଏହି ସୋ ଏକ ଜବରଦସ୍ତ ହିଟ୍ ହୋଇଗଲା ।
ବିକ୍ରମ ଏବଂ ବେତାଲ ହିଟ୍ ହେବା ପରେ ରମାନନ୍ଦ ସାଗରଙ୍କ କମ୍ପାନୀ ରାମାୟଣ ପାଇଁ ପ୍ରାୟୋଜକ ପାଇବା ଆରମ୍ଭ କଲା । ପ୍ରେମ ସାଗରଙ୍କ ଅନୁଯାୟୀ ବିକ୍ରମ ବେତାଲର ଏକ ଏପିସୋଡରେ ୧ ଲକ୍ଷରୁ ନିର୍ମିତ ହୋଇଥିଲା। କିନ୍ତୁ ରାମାୟଣର ପ୍ରତ୍ୟେକ ଏପିସୋଡ୍ ତିଆରି କରିବାରେ ପ୍ରାୟ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ।


ସେହି ସମୟରେ ୧ ଏପିସୋଡ ପିଛା ୯ ଲକ୍ଷ ଖର୍ଚ୍ଚ କରିବା ଏକ ବଡ଼ କଥା ଥିଲା । ରାମାୟଣକୁ ସେହି ସମୟର ସବୁଠାରୁ ମହଙ୍ଗା ଶୋ ମଧ୍ୟ କୁହାଯାଉଥିଲା।

ଲିମକା ବୁକ୍ ଅଫ୍ ରେକର୍ଡସ ୨୦୦୩ ତଥ୍ୟ ଅନୁଯାୟୀ, ରାମାୟଣର ପ୍ରଥମ ଟେଲିକାଷ୍ଟକୁ ୪୦ ମିଲିଅନ ଲୋକ ଦେଖିଥିଲେ। ୫୫ ଟି ଦେଶରେ ରାମାୟଣ ଟେଲିକାଷ୍ଟ ହୋଇଥିଲା। ବିବିସି ଅନୁଯାୟୀ, ଏହି ସୋକୁ ସାରା ବିଶ୍ୱରେ ୬୫୦ ମିଲିଅନରୁ ଅଧିକ ଲୋକ ଦେଖିଥିଲେ। ଏହା ସହିତ ରାମାୟଣ ଦୁନିଆର ସବୁଠୁ ଅଧିକ ଦେଖାଯାଉଥିବା ସୋ ହୋଇପାରିଥିଲା ।

ରାମାୟଣର ସଫଳତାକୁ ଲକ୍ଷ କରି ଏହାକୁ ୩ ଥର ବୃଦ୍ଧି କରାଯାଇଥିବାର ଆକଳନ କରାଯାଇଛି । ଗୁଜୁରାଟର ଅମ୍ବରଗାଓଁରେ ଏହାର ପୁରା ସୁଟିଂ ହୋଇଥିଲା।

ଲକଡାଉନ୍ ପାଇଁ ମେଡିସିନ୍ ମିଳୁନି କି ? ଅନଲାଇନରେ ବୁକିଂ କରନ୍ତୁ, ଘରେ ପହଂଚିବ ମେଡିସିନ୍

ଭୁବନେଶ୍ୱର: ରାଜଧାନୀବାସୀ ଘରେ ବସି ଅର୍ଡର କରିପାରିବେ ମେଡିସିନ୍‌। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ରାଜଧାନୀରେ ୧୨୧ଟି ନୂଆ ଔଷଧ ଦୋକାନ ଚିହ୍ନଟ କରାଯାଇଛି । ଅନ୍‌ଲାଇନ୍‌ରେ ବୁକିଂ କଲେ ଔଷଧ ଘରେ ପହଞ୍ଚିବ । ପ୍ରତି ଥାନା ଅଧୀନରେ ଅତିକମ୍‌ରେ ୬ଟି ଔଷଧ ଦୋକାନ ସାମିଲ କରାଯାଇଛି । ଆଜିଠୁ ଏହି ସୁବିଧା ମିଳିବା ନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଲକ୍‌ଡାଉନ୍‌ ସମୟରେ ଔଷଧ ପାଇଁ ଲୋକେ ଅନେକ ସମୟରେ ହଇରାଣ ହେଉଛନ୍ତି । ତେଣୁ ବିଏମ୍‌ସି ପକ୍ଷରୁ ଅନ୍‌ଲାଇନ୍‌ ଅର୍ଡର ମାଧ୍ୟମରେ ଲୋକଙ୍କ ପାଖରେ ଔଷଧ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି । ସେପଟେ ଭୁବନେଶ୍ୱରରେ ୪୪ଟି ଅସ୍ଥାୟୀ ମାର୍କେଟ୍‌ ଖୋଲାଯାଇଛି । ସକାଳ ୬ଟାରୁ ଦିନ ୧୧ ପର୍ଯ୍ୟନ୍ତ ମାର୍କେଟ୍‌ ଖୋଲା ରହିବ । କିଣାକିଣି ବେଳେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ କୁହାଯାଇଛି। ସେହିପରି ବିଏମ୍‌ସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବସ୍‌ ଷ୍ଟପ୍‌ରେ ଶହେଟି ଅସ୍ଥାୟୀ ଭେଣ୍ଡିଂ ସେଣ୍ଟର ରଖାଯାଇଛି । ସେଠାରେ ସକାଳ ୭ରୁ ୧୦ ଓ ଅପରାହ୍ନ ୪ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ବିକ୍ରି କରାଯିବ । ସେହିପରି ଲୋକଙ୍କ ଲକ୍‌ଡାଉନ୍‌ ସମୟରେ ଲୋକଙ୍କ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ବିଏମ୍‌ସି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ହ୍ଵାଟ୍‌ସ ଆପ୍‌ରେ ମେସେଜ୍‌ କଲେ ଲୋକଙ୍କ ଘରେ ସାମଗ୍ରୀ ପହଞ୍ଚି ପାରିବ ।