ମୁମ୍ବାଇ: ମହାରାଷ୍ଟ୍ର ଉଦ୍ଧବ ସରକାରରେ ବିଭାଗ ବଣ୍ଟନ । ମହା ବିକାଶ ଅଘାଡ଼ି ନେତା ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଭାଗ ବଣ୍ଟନ କରିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ୍ ପାୱାରଙ୍କୁ ଅର୍ଥମନ୍ତ୍ରୀ ପଦ ମିଳିଛି । ଏନସିପି ନେତା ଅନିଲ ଦେଶମୁଖଙ୍କୁ ଗୃହ ମନ୍ତ୍ରାଳୟ ସହ ମିଳିଛି । ଅର୍ଥ, ଜଳ ସେଚନ, ଗ୍ରାମୀଣ ବିକାଶ, ଅବକାରୀ ଓ ସମବାୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଏନସିପି ହାତରେ ପଡ଼ିଛି ।
ସର୍ବଦା କୃଷିକୁ ନେଇ ଚର୍ଚ୍ଚାରେ ରହୁଥିବା ମହାରାଷ୍ଟ୍ରରେ ଶିବସେନା କୃଷି ବିଭାଗକୁ ନିଜ ପାଖରେ ରଖିଛି । ଯେତେବେଳେ କି କଂଗ୍ରେସର ଅଧିକାଂଶ ବିଧାୟକ ଗାଁ ଅଞ୍ଚଳରୁ ନିର୍ବାଚିତ ହୋଇଛନ୍ତି । ତେବେ, ଗାଁ ସହିତ ସମ୍ପର୍କ ଅଧିକ ବିଭାଗ ପାଇବାକୁ କଂଗ୍ରେସ ଆଶା ରଖିଥିବା ବେଳେ ନିରାଶ ହେବାକୁ ପଡ଼ିଛି । ମନ୍ତ୍ରୀ ମଣ୍ଡଳରେ ଆଦିତ୍ୟ ଠାକରେଙ୍କୁ ପର୍ଯ୍ୟଟନ ବିଭାଗ ମିଳିଛି ।
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ଉଦ୍ଧବ ସେନାରେ ଏବେ ୪୩ ମନ୍ତ୍ରୀ ଅଛନ୍ତି । ୨୮ ନଭେମ୍ବରକୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେତେବେଳେ ଶିବସେନା, କଂଗ୍ରେସ ଓ ଏନସିପିରୁ ୨ ଜଣ ଲେଖାଏଁ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
ଶିବାଜୀ ପାର୍କରେ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀର ଶପଥ ନେଲେ ଉଦ୍ଧବ ଠାକରେ






୩ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଦେଖାଦେବ ଘନ କୁହୁଡ଼ି । ଶୀତଋତୁରେ ୨ ଦିନ ଧରି ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା । ତାଳଚେରରେ ସର୍ବାଧିକ ୫୮ ମିଲିମିଟର, ବାଲେଶ୍ୱରରେ ୨୨, କେନ୍ଦୁଝରରେ ୧୫ ଓ ଭୁବନେଶ୍ୱରରେ ୧୨ମିଲିମିଟର ବର୍ଷା ହୋଇଛି ।
ଆସନ୍ତା ୬ ତାରିଖଠାରୁ ରାଜ୍ୟର ଉପାନ୍ତରୁ ଉପକୂଳ, ସବୁଠି ଶୀତ ଅନୁଭୂତ ହେବ । ସାରା ଓଡ଼ିଶାକୁ ଥରାଇବ ହାଡ଼ଭଙ୍ଗା ଶୀତ । ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା ହ୍ରାସ ପାଇବ । କୋହଲା ପାଗ ସାଙ୍ଗକୁ ଥଣ୍ଡା ପବନ ବହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଆହତରୁ ଦଳକୁ କମବ୍ୟାକ କରିଛନ୍ତି ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏବଂ ଓପନର ଶିଖର ଧୱନ । ତେବେ ଆଜିର ମ୍ୟାଚରେ ରୋହିତ ଶର୍ମା ଖେଳୁନଥିବାରୁ ଧୱନ ଇନିଂସ ଓପନ କରିପାରନ୍ତି । ସେପଟେ ଆହତ କାରଣରୁ ଭୁବନେଶ୍ୱର କୁମାର ଓ ଦୀପକ ଚହର ଦଳରୁ ବାଦ୍ ପଡ଼ିଛନ୍ତି ।
ସେହିପରି ମହମଦ ସାମିଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । ଅନ୍ୟପକ୍ଷେ ଶ୍ରୀଲଙ୍କା ବିଜୟରୁ ତାର ୨୦୨୦ ଟି-୨୦ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ସେହିପରି ଲସିତ ମାଲିଙ୍ଗାଙ୍କ ସହ ଆଞ୍ଜେଲା ମାଥ୍ୟୁସଙ୍କ ଭଳି ବରିଷ୍ଠ ଖେଳାଳି ଥିବାରୁ ଦଳ ଭଲ ପ୍ରଦର୍ଶନ ନେଇ ଆଶାବାଦୀ ରହିଛି ।
ପ୍ରଶାସନ ଚଢ଼ାଉ କରି ଘର ଆଗରେ ୨ଟି ଟ୍ରକରେ ଲୋଡ ହୋଇଥିବା ୩୪୦ ବସ୍ତା ଚାଉଳ ଜବତ କରିଥିଲା । ପରେ ଚାଉଳ ଗଛିତ ହୋଇ ରହୁଥିବା ଘରକୁ ଯାଞ୍ଚ କରିଥିଲା । ଘର ଭିତରୁ ୫୦୦ରୁ ଊର୍ଦ୍ଧ୍ୱ ବସ୍ତା ଚାଉଳ ଜବତ କରାଯାଇଛି । ବ୍ୟକ୍ତିଗତ ଘରେ ଗଚ୍ଛିତ ଚାଉଳ ଅଙ୍ଗନୱାଡ଼ିର ହୋଇଥିବା ଜଣାପଡ଼ିଛି ।
ପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ସିଡିପିଓ ପହଞ୍ଚି ଚାଉଳ ଗଛିତ ଥିବା ଘରକୁ ସିଲ୍ କରିଛନ୍ତି । ଚାଉଳ ଲୋଡ୍ ଥିବା ୨ଟି ଟ୍ରକକୁ ପୋଲିସ ଜବତ କରିଛି । ତେବେ, ଏତେ ପରିମାଣର ସରକାରୀ ଚାଉଳ ବ୍ୟକ୍ତିଗତ ଘରେ କାହିଁକି ଷ୍ଟକ ରଖାଯାଇଥିଲା । ଏହା ପଛରେ କିଏ ଅଛି ? ଏନେଇ ତଦନ୍ତ ଚାଲିଛି, ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।