ଅନୁଗୁଳ: ମହିଳା ଫରେଷ୍ଟରଙ୍କୁ ଦୁଷ୍କର୍ମ ଅଭିଯୋଗ । ଘଟଣାରେ ସମ୍ପୃକ୍ତ ଫରେଷ୍ଟ ରେଞ୍ଜର୍ସ କଲେଜ କିରାଣିଙ୍କୁ ଗିରଫ କରାଯାଇଛି । ମହିଳା ଜଣଙ୍କ ତାଲିମ ପାଇଁ ଆସିଥିବା ବେଳେ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରେଞ୍ଜର୍ସ କଲେଜରେ କିରାଣି ଭାବେ କାର୍ଯ୍ୟରତ ବିଶ୍ୱଜିତ ନାୟକଙ୍କୁ ଗିରଫ କରିଛି ଅନୁଗୁଳ ପୋଲିସ ।
ଜାଣନ୍ତୁ କେଉଁ ଦିଗକୁ ମୁଣ୍ଡ କରି ଶୋଇଲେ କ’ଣ ହୁଏ ?
ସୁସ୍ଥ ରହିବାକୁ ହେଲେ ଦରକାର ମୁତାବକ ନିଦ୍ରା ଶରୀର ପୀଇଁ ନିହାତି ଆବଶ୍ୟକ । ସୁସ୍ଥ ଓ ନିରୋଗ ରହିବା ପାଇଁ ଜଣକୁ ଦୈନିକ ୮ଘଣ୍ଟା ଶୋଇବା ଉଚିତ ବୋଲି ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଥାଆନ୍ତି । ସେହପରି ଆବଶ୍ୟକ ଅନୁଯାୟୀ ନିଦ୍ରା ନ ହେଲେ ତାହା ବିଭିନ୍ନ ରୋଗର କାରଣ ହୋଇଥାଏ ।

ତେବେ ବାସ୍ତୁଶାସ୍ତ୍ର ଅନୁସାରେ, ଶୋଇବାର ଦିଗ ମଧ୍ୟ ଶରୀର ଉପରେ ପ୍ରଭାବ ପକାଇଥାଏ । ଭିନ୍ନ ଭିନ୍ନ ଦିଗକୁ ମୁଣ୍ଡ କରି ଶୋଇଲେ ଶରୀର ଉପରେ ଅନେକ ପ୍ରଭାବ ପଡ଼ିଥାଏ । ତେଣୁ ଶୋଇବା ସମୟରେ ଦିଗ ପ୍ରତି ଧ୍ୟାନ ଦେବା ଉଚିତ । ଆସନ୍ତୁ ଜାଣିବା କେଉଁ ଦିଗକୁ ମୁଣ୍ଡ କରି ଶୋଇଲେ ଶରୀର ଉପରେ କି ପ୍ରଭାବ ପଡ଼େ –
ଚାରି ଦିଗରୁ ମୁଖ୍ୟତଃ ଦକ୍ଷିଣ ଓ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇଲେ ସବୁଠାରୁ ଭଲ ଫଳ ମିଳିଥାଏ । ଉତ୍ତର ଓ ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇଲେ ସ୍ୱାସ୍ଥ୍ୟ ପ୍ରତି ଖରାପ ହୋଇଥାଏ ।

ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ଶରୀର ପ୍ରତି ବେଶ୍ ଲାଭଦାୟକ । କାରଣ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସର୍ବଦା ଦକ୍ଷିଣରୁ ଉତ୍ତର ଦିଗକୁ ପ୍ରବାହିତ ହୋଇଥାଏ । ଯଦି କେହି ବ୍ୟକ୍ତି ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଥାନ୍ତି, ସେହି ସମୟରେ ଏହି ଶକ୍ତି ମୁଣ୍ଡରୁ ପ୍ରବେଶ ହୋଇ ଗୋଡ଼ ବାଟେ ବାହାରି ଯାଇଥାଏ । ଫଳରେ ସକାଳୁ ଉଠିବା ପରେ ବ୍ୟକ୍ତିଙ୍କୁ ତାଜାପଣ ଓ ଫୁର୍ତ୍ତି ଅନୁଭବ ହୋଇଥାଏ ।

ସେହିପରି ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଖରାପ ବୋଲି କୁହାଯାଇଥାଏ ।

ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଫଳପ୍ରଦ ହୋଇଥାଏ । କାରଣ ସୂର୍ଯ୍ୟ ପୂର୍ବ ଦିଗରୁ ଉଦୟ ହେଉଥିବାରୁ ମୁଣ୍ଡରେ ନୂଆ ଶକ୍ତି ସଞ୍ଚାର ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଏହା ଶରୀର ପାଇଁ ବେଶ୍ ଲାଭଦାୟକ ।

ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇଲେ ଏହାର ବିପରୀତ ଫଳ ମିଳିଥାଏ ।
ଓଡ଼ିଶା ଗସ୍ତରେ ଛତିଶଗଡ଼ ଜଳସଂପଦ ବିଭାଗର ସ୍ୱତନ୍ତ୍ର ଟିମ୍, ପ୍ରଥମ ଦିନରେ ଭିତରକନିକା ଗସ୍ତ
ଭୁବନେଶ୍ୱର: ଆଜିଠୁ ୫ ଦିନ ବ୍ୟାପୀ ଓଡ଼ିଶାର ବିବାଦୀୟ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବେ ଛତିଶଗଡ଼ରୁ ଆସିଥିବା ଜଳସଂପଦ ବିଭାଗର ଟିମ୍ । ଛତିଶଗଡ ଏବଂ ଓଡ଼ିଶା ମଧ୍ୟରେ ଲାଗିଥିବା ମହାନଦୀ ଜଳ ବିବାଦକୁ ନେଇ ଟିମ୍, ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଥିଲେ ଟିମର ସଦସ୍ୟ । ଟିମ୍ରେ ବୈଷୟିକ ଅଧିକାରୀ, ପ୍ରଶାସନିକ ଅଧିକାରୀ ଓ ଆଇନ୍ ବିଷାରଦ ସାମିଲ ଅଛନ୍ତି । ଗସ୍ତର ପ୍ରଥମ ଦିନରେ ଟିମ୍ ଭିତରକନିକା ଅଞ୍ଚଳ ଗସ୍ତ କରିବେ ବୋଲି ଜଣାପଡ଼ିଛି । ଦ୍ୱିତୀୟ ଦିନରେ ସେମାନେ ସାତପଡ଼ା ଅଞ୍ଚଳ ପରିଦର୍ଶନରେ ଯିବେ ।

ପ୍ରଥମେ ସାତପଡ଼ା ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ, ବର୍ଷା ଯୋଗୁଁ କାର୍ଯ୍ୟକ୍ରମ ପହରଦିନକୁ ଘୁଞ୍ଚିଛି । ସେହିଭଳି ଗସ୍ତର ତୃତୀୟ ଦିନରେ ଅନୁଗୁଳ ଓ ଚତୁର୍ଥ ଦିନରେ ସମ୍ବଲପୁର ଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ଜାନୁଆରୀ ୧୬ ତାରିଖରେ ଓଡ଼ିଶା ଟିମ୍ ଛତିଶଗଡ଼ ପରିଦର୍ଶନରେ ଯିବ ବୋଲି ସ୍ଥିର ହୋଇଛି ।

ଗତ ଡିସେମ୍ବର ୧୪ ତାରିଖରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅନୁମତି କ୍ରମେ ଏହି ଗସ୍ତ ଚୁଡ଼ାନ୍ତ ହୋଇଛି । ଗସ୍ତ ପରେ କମିଟି ଫେବୃଆରୀ ୧ ତାରିଖରେ ଟ୍ରିବ୍ୟୁନାଲରେ ମାମଲା ଶୁଣାଣି ବେଳେ ରିପୋର୍ଟ ପ୍ରଦାନ କରିବ ବୋଲି ସୂଚନା ମିଳିଛି ।
ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା କୋତପଲି ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ମୃତ, ଜଣେ ଗୁରୁତର ।
ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା କୋଟପଲି ଗ୍ରାମ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ମୃତ ଜଣେ ଗୁରୁତର ।
ଇଂଜିନରେ ତ୍ରୁଟି ଯୋଗୁଁ ବିଳମ୍ବରେ ଚାଲିଲା ତପସ୍ୱିନୀ ଏକ୍ସପ୍ରେସ୍, ଟ୍ୱିଟ୍ କରି କ୍ଷୋଭ ପ୍ରକାଶ କଲେ ଜୁଏଲ ଓରାମ
ରାଉରକେଲା: ଇଂଜିନରେ ତ୍ରୁଟି ଯୋଗୁଁ ସାଢ଼େ ୫ ଘଣ୍ଟା ବିଳମ୍ବରେ ଚାଲିଲା ତପସ୍ୱିନୀ ଏକ୍ସପ୍ରେସ୍ । ନୂଆ ଇଂଜିନ ଖଞ୍ଜିବା ପରେ ଅନୁଗୋଳ ଜିଲ୍ଲା ବାମୁର ଷ୍ଟେସନରେ ଅଟକିଥିବା ଟ୍ରେନ ରାଉରକେଲା ଅଭିମୁଖେ ବାହାରିଛି ।

ଅନ୍ୟପଟେ ରେଳ ଚଳାଚଳ ବିଳମ୍ବ ନେଇ ରେଳବାହିନୀ ଉପରେ ବର୍ଷି ଛନ୍ତି ବିଜେପି ସାଂସଦ ଜୁଏଲ ଓରାମ । ରେଳ ଚଳାଚଳ ବିଳମ୍ବ ନେଇ ରେଳବାହୀ ଉପରେ ଟ୍ୱିଟ କରି କ୍ଷୋଭ ପ୍ରକାଶ କରିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ । କହିଛନ୍ତି ରେଳବିଭାଗର ଅବହେଳା ଯୋଗୁଁ ଏଭଳି ସ୍ଥିତି ଉପଜୁଛି ।

ଯେଉଁ କର୍ମଚାରୀ ଅବହେଳାରେ ସମ୍ପୃକ୍ତ ତାଙ୍କ ଉପରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ଜୁଏଲ୍ ।
ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର, ୫ମୃତ
ଗଜପତି: ପୋଲ ତଳକୁ ଖସିଲା କାର । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା କୋଟପଲି ଗ୍ରାମ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ସକାଳ ପ୍ରାୟ ୭ ସମୟରେ ଏକ କାର ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଛି ।

କୋତପାଲି ଗ୍ରାମ ନିକଟରେ ଥିବା ମୋହେନ୍ଦ୍ରତନାୟ ତଳକୁ କାରଟି ଖସିପଡ଼ିଥିବା ସୂଚନା ମିଳିଛି । କାରରେ ମୋଟ ୬ଜଣ ଯାତ୍ରୀ ଯାଉଥିବା ବେଳେ ସେମାନଙ୍କ ମଧ୍ୟରେ ୫ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ଜଣକର ଅବସ୍ଥା ଗୁରୁତର ଅଛି ।

ତେବେ ଗୁରୁତର ଜଣକୁ ପଲସା ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ଶିଶୁ ଥିବା ଜଣାପଡିଛି । ପ୍ରାଥମିକ ତଦନ୍ତରୁ ସମସ୍ତ ଯାତ୍ରୀ ବ୍ରହ୍ମପୁରର ବୋଲି ଜଣାପଡିଛି ।
ଖୁଲମଖୁଲା ବୁଲୁଛନ୍ତି ୩ ଭାଲୁ
ନୂଆପଡ଼ା: ନୂଆପଡ଼ା ସହରରେ ପୁଣି ଭାଲୁ ଆତଙ୍କ । ଶୁକ୍ରବାର ସଂଧ୍ୟାରେ ନୂଆପଡ଼ା ନେସନାଲ କଲେଜ ପରିସରରେ ଆତଙ୍କ ଖେଳାଇଥିଲା ଭାଲୁ । କଲେଜ ନିକଟ ସାଲିହା ପାହାଡ଼ରୁ ୩ଟି ଭାଲୁ ଆସି ଦୀର୍ଘ ସମୟ ଧରି କଲେଜ ପରିସରରେ ବୁଲୁଥିଲେ ।

ପରେ ଭାଲୁ ଜଙ୍ଗଲକୁ ପଳାଇଥିଲା । କିଛି ଦିନ ତଳେ ଖରିଆର ରୋଡ ସହରରେ ଏକ ଭାଲୁ ଦୀର୍ଘ ସମୟ ଧରି ସହରରେ ଆତଙ୍କ ଖେଳାଥିଲା ।

ପରେ ବନବିଭାଗ ବହୁ କଷ୍ଟରେ ଭାଲୁକୁ ଆୟତ କରି ଜଙ୍ଗଲରେ ଛାଡିଥିଲା ।
ଅସ୍ଥିର ହେଉଛି ଅନ୍ତର୍ଜାତୀୟ ସୁନା ବଜାର, ଭାରତରେ ୪୦ ହଜାର ଟପିଲା ଦର
ନୂଆଦିଲ୍ଲୀ : ବଢିଲା ସୁନା ଦର । ନୂଆବର୍ଷ ପରେ ଆଶା ଥିଲା ଦର କମିବ ଏବଂ ଗ୍ରାହକମାନେ କିଛିଟା ଆଗ୍ରହ ପ୍ରକାଶ କରିଥିଲେ କିଣିବାକୁ । କିନ୍ତୁ ବିଶ୍ୱ ବଜାରରେ ଅସ୍ଥିରତା ଏବଂ ସୁନାକୁ ନେଇ କିଛି ନିର୍ଦ୍ଦିଷ୍ଟ ଦେଶର ଦାଦାଗିରି ଏବେ ପୁରା ବଜାରକୁ ପ୍ରଭାବିତ କରିଛି । ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା କାରଣରୁ ଭାରତରେ ମଧ୍ୟ ଏହାର ପ୍ରଭାବ ଜାନୁଆରୀ ପ୍ରଥମ ସପ୍ତାହରୁ ଦେଖିବାକୁ ମିଳିଲାଣି । ସୁନା ଦର ନୂଆ ବର୍ଷ ପୂର୍ବରୁ ୧୦ ଗ୍ରାମକୁ ୩୯ ହଜାର ଟଙ୍କା ଥିବା ବେଳେ ଏବେ ଏହା ୪୦ ହଜାର ଟପିଛି ।
ବର୍ତ୍ତମାନ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ଦେଖାଦେବା ପରେ ଆଗକୁ ଯୁଦ୍ଧ ହେବାର ଆଶଙ୍କା ସୃଷ୍ଟି ହୋଇଛି । ନିବେଶକମାନେ ବିପୁଳ ମାତ୍ରାରେ ସୁନା କିଣିବା ଆରମ୍ଭ କରିଦେଇଛନ୍ତି । ସୁନା ଗଚ୍ଛିତ ରଖିବା କାରଣରୁ ଦରରେ ବୃଦ୍ଧି ପରିଲକ୍ଷିତ ହୋଇଛି ।
ଆକାଶ ମାର୍ଗରୁ ଆମେରିକାର ଏୟାର ଷ୍ଟ୍ରାଇକ୍ ପରେ ଇରାନର ମୁଖ୍ୟ କମାଣ୍ଡର ନିହତ ହେବା ଘଟଣା ପ୍ରଚାରିତ ହେବା ପରେ ସୁନା ବଜାରରେ ଅସ୍ଥିରତା ପରିଲକ୍ଷିତ ହୋଇଛି । ସୁନାର ଆଉନ୍ସ ପିଛା ଦର ହଠାତ୍ ୧୮.୨୦ ଡଲାର ବୃଦ୍ଧି ପାଇ ୧,୫୪୭ ଡଲାର ହୋଇଯାଇଛି । ତେବେ ଟଙ୍କାରେ ହିସାବ କରିବାକୁ ଗଲେ ନୂଆଦିଲ୍ଲୀରେ ୧୦ ଗ୍ରାମ ପିଛା ସୁନା ୭୫୨ଟଙ୍କା ବୃଦ୍ଧି ପାଇ ଏବେ ୪୦, ୬୫୨ ଟଙ୍କା ହୋଇଯାଇଛି ।

ଏହାସହ ରୁପା ଦର ମଧ୍ୟ କିଲୋପିଛା ୯୬୦ଟଙ୍କା ବୃଦ୍ଧି ପାଇ ୪୮,୮୭୦ ଟଙ୍କା ହୋଇଛି । ଭାରତରେ ୭୦୦ରୁ ଅଧିକ ଟଙ୍କା ଗ୍ରାମ୍ ପ୍ରତି ସୁନା ବଢିବା ପରେ ଗ୍ରାହକ ଚିନ୍ତାରେ ଅଛନ୍ତି । ତେବେ ଆଗକୁ ଦର ଅଧିକ ବଢ଼ିବା ନେଇ ମାର୍କେଟ୍ ବିଶେଷଜ୍ଞ ମତ ରଖୁଛନ୍ତି । ଏବେ ଗଢ଼ା ମଜୁରୀରେ କିଛି ଦୋକାନୀ ରିହାତି ଦେଉଥିବା ବେଳେ ଆଗକୁ ଦର ବଢିଲେ ଏଥିରେ ମଧ୍ୟ ରିହାତି କମ୍ ହୋଇପାରେ ବୋଲି ଚର୍ଚ୍ଚା ହେଲାଣି ।

