spot_img
Home Blog Page 7413

ଓଲଟିଲା ବସ୍‌ ୨ ମୃତ, ୨୦ରୁ ଉର୍ଦ୍ଧ୍ୱ ଆହତ

0

ନବରଙ୍ଗପୁର: ପାପଡ଼ାହାଣ୍ଡି ଡିଅର ପାର୍କ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବସ୍‌ । ଦୁର୍ଘଟଣାରେ ୨ ମୃତ, ୨୦ରୁ ଉର୍ଦ୍ଧ୍ୱ ଆହତ । ଉମରକୋଟରୁ ଜୟପୁର ଯାଉଥିବାବେଳେ ଜଗାକାଳିଆ ନାମକ ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ନବରଙ୍ଗପୁର ମେଡିକାଲକୁ ଗୁରୁତରଙ୍କୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ଉଦ୍ଧାର କରାଯାଇଛି । ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ ।

ବେଆଇନ ଖଣି ଖନନ ମାମଲା କେସ୍‌ର ଶୁଣାଣି ଶେଷ, ୩ ଖଣିର ଜବତ ହେବ ସମ୍ପତ୍ତି

0

କେନ୍ଦୁଝର: ବେଆଇନ ଖଣି ଖନନ ମାମଲାର ଶୁଣାଣି । ଜବତ ହେବ ୩ ଖଣିର ସମ୍ପତ୍ତି । ୫ ଖଣି ମାଲିକଙ୍କ କେସ୍‌ର ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟ । ଆଜି ଏସଡି ଶର୍ମା, ଜିଏସଆଇ, ଅର୍ଜୁନ ଲୋଧା ଏବଂ ମେସ୍କୋର ୨ଟି ଖଣିର ଚୂଡାନ୍ତ ଶୁଣାଣି ହୋଇଛି ।

ତେବେ ଜରିମାନା ଦାଖଲ ନକରିଥିବାରୁ ଏସ୍‌ଡି ଶର୍ମା, ଜିଏସଆଇ ଏବଂ ଅର୍ଜୁନ ଲୋଧାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ  ଓ୍ୱାରେଣ୍ଟ ଜାରି କରିଛନ୍ତି  ଜିଲ୍ଲାପାଳଙ୍କ କୋର୍ଟ । ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମେସ୍କୋ ଖଣିରେ ଗଚ୍ଛିତ ଖଣିଜ ପଦାର୍ଥ ବିକ୍ରୟ କରି ଜରିମାନା ପୈଠ କରିବାକୁ ନିର୍ଦ୍ଦେଶ ହୋଇଛି ।

୩୧ ଖଣିର ୨୩ ଜଣ ଲିଜଧାରୀଙ୍କ ବିରୋଧରେ ୬୩୫୦ କୋଟି ଟଙ୍କାର ଜରିମାନା ଆଦାୟ ନେଇ ନୋଟିସ କରାଯାଇଥିଲା । ତେବେ ଏବେ ଯାଏ ୭୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା କୋର୍ଟରେ ଜମା ହୋଇସାରିଲାଣି ।

ବ୍ରହ୍ମପୁର: କେ.ସି. ପବ୍ଲିକ୍ ସ୍କୁଲରେ ଅଭାବନୀୟ ଘଟଣା । ୟୁନିଫର୍ମ ପିନ୍ଧିନଥିବା ଯୋଗୁଁ ପ୍ରଥମ ଶ୍ରେଣୀର ଛାତ୍ରୀକୁ କ୍ଳାସ ରୁମରେ ଶିକ୍ଷୟିତ୍ରୀ ଉଲଗ୍ନ କରିଥିବା ଅଭିଯୋଗ । ଅଭିଭାବକ ମହଲରେ ଅସନ୍ତୋଷ, ସ୍କୁଲରେ ଉତ୍ତେଜନା । ବୈଦ୍ୟନାଥପୁର ପୋଲିସର ତଦନ୍ତ ।

ଝାରସୁଗୁଡ଼ା: କଳ୍ପନା ଦାସ ଓ ତାଙ୍କ ଝିଅଙ୍କୁ ହତ୍ୟା ଘଟଣାରେ ଅଧିକ ତଦନ୍ତ ପାଇଁ ଛତିଶଗଡ଼ର ପୋଲିସ ଟିମ୍ ଆସିବ ଝାରସୁଗୁଡ଼ା । ପୋଲିସର ଏକ ବଡ଼ ଟିମ୍ ଆସିବା ନେଇ ଛତିଶଗଡ଼ ରାୟଗଡ଼ ଏସପି ସନ୍ତୋଷ ସିଂଙ୍କ ସୂଚନା ।

ଝାରସୁଗୁଡ଼ା: କଳ୍ପନା ଦାସ ଓ ତାଙ୍କ ଝିଅଙ୍କୁ ହତ୍ୟା ଘଟଣାରେ ଅଧିକ ତଦନ୍ତ ପାଇଁ ଛତିଶଗଡ଼ର ପୋଲିସ ଟିମ୍ ଆସିବ ଝାରସୁଗୁଡ଼ା । ପୋଲିସର ଏକ ବଡ଼ ଟିମ୍ ଆସିବା ନେଇ ଛତିଶଗଡ଼ ରାୟଗଡ଼ ଏସପି ସନ୍ତୋଷ ସିଂଙ୍କ ସୂଚନା ।

ବ୍ୟାକ୍ କରିବେ ବିଶ୍ୱ ସୁନ୍ଦରୀ: ୨୬ ବର୍ଷର ସ୍ୱପ୍ନର ଏବେ ପୂରଣ ହେବ

ମୁମ୍ବାଇ: ବଲିଉଡ଼ର ରାଣୀ ବ୍ୟାକ କରିବାକୁ ଯାଉଛନ୍ତି ବଡ଼ ପରଦାକୁ । ବେଶ କିଛି ଦିନର ବିରତି ପରେ ଏବେ ବ୍ୟାକ୍ କରିବେ ବିଶ୍ୱ ସୁନ୍ଦରୀ । ଏମିତି ଏକ ଚର୍ଚ୍ଚା ବଲିଉଡ଼ରେ ଜୋର ଧରିଛି । ବିଶ୍ୱ ସୁନ୍ଦରି ଐଶ୍ୱର୍ଯ୍ୟା ରାଏ ବଚ୍ଚନ ଏବେ ସମ୍ପୁର୍ଣ୍ଣ ନୂଆ ଚରିତ୍ର ସହ ପରଦାକୁ ଫେରୁଛନ୍ତି ବୋଲି ଶୁଣିବାକୁ ମିଳିଛି।

https://www.instagram.com/p/B6S0VoclT1-/?utm_source=ig_embed

କଳ୍କି କୃଷ୍ଣମୂର୍ତ୍ତିଙ୍କ କାଳ୍ପନିକ ଉପନ୍ୟାସ ପୋନିୟିନ ସେଲଭାନଙ୍କୁ ନେଇ ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ଫିଲ୍ମ ତିଆରି କରୁଛନ୍ତି । ଆଉ ଏଥିରେ ଏକ ଭିନ୍ନ ଭୂମିକାରେ ଐଶ୍ୱର୍ଯ୍ୟା ନଜର ଆସିବେ ବୋଲି ଜଣାପଡିଛି । ଦୀର୍ଘ ୨୬ ବର୍ଷ ପୂର୍ବରୁ ଏହି ଉପନ୍ୟାସକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ସ୍ବପ୍ନ ଦେଖିଥିବା ମଣି ରତ୍ନମଙ୍କ ସ୍ବପ୍ନ ଏବେ ପୂରଣ ହେବାକୁ ଯାଉଛି ବୋଲି କୁହାଯାଉଛି।

https://www.instagram.com/p/B3bSJnBJPPl/?utm_source=ig_embed

ମୁମ୍ବାଇ ମିରରର ରିପୋର୍ଟ ଅନୁସାରେ ଏହି ଫିଲ୍ମରେ ସୋଭିତା ଜଣେ ରାଜକୁମାରୀର ଭୂମିକାରେ ନଜର ଆସୁଥୁବା ବେଳେ ଏଶ୍ୱର୍ଯ୍ୟାଙ୍କୁ ଜଣେ ଖଳନାୟିକା ଭୂମିକାରେ  ଦେଖିବାକୁ ମିଳିବାନେଇ ସୂଚନା ମିଳିଛି ।

ସ୍ୱାଭିମାନ ଅଞ୍ଚଳରେ ମାଓ ମୁକାବିଲା ପାଇଁ କେ. ବିଜୟ କୁମାରଙ୍କ ଆଲୋଚନା

0

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ସିଆର୍‌ପିଏଫ୍‌ ସୁରକ୍ଷା ପରାମର୍ଶଦାତା କେ. ବିଜୟ କୁମାର । ସେ ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ।

ସିଆର୍‌ପିଏଫ୍‌ ସୁରକ୍ଷା ପରାମର୍ଶଦାତା କେ. ବିଜୟ କୁମାରଙ୍କ ସହିତ ଦକ୍ଷିଣ-ପଶ୍ଚିମାଞ୍ଚଳ ପୋଲିସ ଡିଆଇଜି ସଫିନ ଅହମ୍ମଦ ଖାନ୍‌, ମାଲକାନଗିରି ଏସ୍‌ପି ଋଷିକେଶ ହିଲାରି, ବିଶାଖାପାଟଣା ଏସ୍‌ପି ଏ. ବାବୁଜୀ ପ୍ରମୁଖ ସ୍ୱାଭିମାନ ଅଞ୍ଚଳକୁ ଯାଇଥିଲେ ।

ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଓ ନୂଆ ରଣନୀତି ନେଇ ଅଧିକାରୀମାନେ ସମୀକ୍ଷା କରିଛନ୍ତି ।

ଭୁବନେଶ୍ୱର: ଅନଲାଇନରେ ଇ-ଟିକେଟ ଜାଲିଆତି । ଜଣଙ୍କୁ ଗିରଫ କଲା ଆରପିଏଫ । ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଗିରଫ, ୮୦୦ରୁ ଅଧିକ ଇ-ଟିକେଟ, ୩ଟି ମୋବାଇଲ ଓ ଗୋଟିଏ ଲାପଟପ ଜବତ । ଯାତ୍ରୀ ଓ ବିଭିନ୍ନ ଲୋକଙ୍କ ନାଁରେ ୪୪ଟି ପର୍ସନାଲ ୟୁଜର ଆଇଡି ଖୋଲି ୨୦୧୬ରୁ କରୁଥିଲା ଇ-ଟିକେଟ ବ୍ୟବସାୟ ।

ନବରଙ୍ଗପୁର: ପାପଡ଼ାହାଣ୍ଡି ନିକଟ ଡିଅର ପାର୍କ ନିକଟରେ ଓଲଟିଲା ବସ୍, ୨ ମୃତ । ୨୦ରୁ ଅଧିକ ଆହତ ନବରଙ୍ଗପୁର ଓ ପାପଡ଼ାହାଣ୍ଡି ମେଡିକାଲ ସ୍ଥାନାନ୍ତର ।

ନବରଙ୍ଗପୁର: ପାପଡ଼ାହାଣ୍ଡି ନିକଟ ଡିଅର ପାର୍କ ନିକଟରେ ଓଲଟିଲା ବସ୍, ୨ ମୃତ । ୨୦ରୁ ଅଧିକ ଆହତ ନବରଙ୍ଗପୁର ଓ ପାପଡ଼ାହାଣ୍ଡି ମେଡିକାଲ ସ୍ଥାନାନ୍ତର ।

ଜେଲ୍‌ କୋଠରୀରୁ ଅପରେସନ ଥିଏଟର, କେମିତି ଥିଲା ୧୪ ବର୍ଷର ଯାତ୍ରା ?

0

କର୍ଣ୍ଣାଟକ: ସ୍ୱପ୍ନକୁ ପୂରା କରିବାର ଆଶା ଗୋଟିଏ ଦୋଷୀକୁ ମଧ୍ୟ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ । ଦୃଢ଼ ଆଶା ଓ ବାଧା ବିଘ୍ନକୁ ଏଡ଼ାଇ ଦେଇ ସଫଳତାର ଶିଡ଼ିରେ ପହଞ୍ଚାଇଥାଏ । ଏହା କହିବାର କାରଣ ହେଉଛି ଗୋଟିଏ ହତ୍ୟାକାରୀ ଏବେ ଡ଼ାକ୍ତର ହୋଉଛନ୍ତି ।

ଜେଲର କଳା କୋଠରୀ ଭିତରୁ ଧଳା ଫର ଫର ଡ଼ାକ୍ତରୀ କୋର୍ଟ ପିନ୍ଧି ବାହାରି ଆସିଛନ୍ତି

ଯେଉଁ ହାତ ଦିନେ କାହାର ଜୀବନ ନେଇଥିଲା ସେହି ହାତ ଏବେ ମଣିଷକୁ ବଞ୍ଚାଇବାର ପଣ ନେଇଛି ।

ହଁ ମର୍ଡରର ଏବେ ପାଲଟିଛନ୍ତି ଡ଼ାକ୍ତର ବାବୁ ।

ଆମେ କହୁଛୁ କର୍ଣ୍ଣାଟକ କୁଲାବୁରାଗୀ ଅଞ୍ଚଳର ସୁବାଷ ପାଟିଲଙ୍କ କଥା । ଯିଏ ଏବେ ୪୦ ବର୍ଷରେ ନିଜର ଡାକ୍ତର ହେବାର ସ୍ୱପ୍ନକୁ ପୁରା କରିଛନ୍ତି । ସୁବାଷ ଛୋଟବେଳେ ସ୍ୱପ୍ନ ଦେଖିଥିଲେ ବଡ଼ ହେଲେ ଡାକ୍ତର ହେବେ  । ସେହି ଆଶା ନେଇ ୧୯୯୭ ମସିହାରେ ଏମ୍‌ବିବିଏସ୍‌ ହେବା ପାଇଁ ପ୍ରଥମେ ସୋପାନରେ ପାଦ ଥାପିଥିଲେ । କିନ୍ତୁ ସୁବାଷଙ୍କୁ ୨୦୦୨ରେ ଏକ ମର୍ଡର କେସରେ ୧୪ ବର୍ଷ ପାଇଁ ଜେଲ ହୋଇଗଲା । ସେତେବେଳକୁ ସୁବାଷଙ୍କର ଏମ୍‌ବିବିଏସ୍‌ରେ ୩ ବର୍ଷ ପାଠ ପଢ଼ା ଚାଲିଥିଲା ।

ଜେଲ ହେଲା ପରେ ବି ସେ ତାଙ୍କର ସ୍ୱପ୍ନର ପିଛା ଛାଡ଼ିନଥିଲେ । ଜେଲରେ ଓପିଡ଼ରେ ସେ ତାଙ୍କର କାର୍ଯ୍ୟ କରିବାକୁ ଲାଗିଲେ । ତାଙ୍କର ଭଲ କାର୍ଯ୍ୟ ଏବଂ ସୁଧୁରିବାକୁ ଲକ୍ଷ କରି ୨୦୧୬ରେ ତାଙ୍କୁ ଜେଲ ଦଣ୍ଡରୁ ମୁକ୍ତ କରିଦିଆଯାଇଥିଲା । ଜେଲରୁ ମୁମୁଳିବା ପରେ ସୁବାଷ ୨୦୧୯ରେ ଡାକ୍ତରୀ ପାଠପଢ଼ା ଶେଷ କରିଥିଲେ ଏବଂ ଏହି କିଛି ମାସ ତଳେ ସୁବାଷ ତାଙ୍କା ଏକ ବର୍ଷ ଇଣ୍ଟର୍ଣ୍ଣସିପ୍‌କୁ ସମାପ୍ତ କରିଛନ୍ତି ।

ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ, ଯିଏ ସ୍ୱପ୍ନର ପିଛା ଛାଡେନି ତାକୁ ସଫଳତା ବି କେବେ ଛାଡ଼େନି ।

ଭୁବନେଶ୍ୱର: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପୁଣି ଗୃହ ଅଚଳ । ବିଧାନସଭା ସନ୍ଧ୍ୟା ୫ଟା ୩୦ ଯାଏଁ ମୁଲତବି । ଗୃହ ସୁପରିଚାଳନା ପାଇଁ ସନ୍ଧ୍ୟା ୫ଟାରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ।

ଭୁବନେଶ୍ୱର: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପୁଣି ଗୃହ ଅଚଳ । ବିଧାନସଭା ସନ୍ଧ୍ୟା ୫ଟା ୩୦ ଯାଏଁ ମୁଲତବି । ଗୃହ ସୁପରିଚାଳନା ପାଇଁ ସନ୍ଧ୍ୟା ୫ଟାରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ।