spot_img
Home Blog Page 7414

ଆରଟିଓ ଅଫିସରେ ଲାଞ୍ଚୁଆ ବାବୁ, ୭ଶହ ଟଙ୍କାରେ ଡ୍ରାଇଭିଂ ଟେଷ୍ଟିଙ୍ଗରେ କରାଯାଉଛି ପାସ୍

0

ନୟାଗଡ଼: ୭ଶହ ଟଙ୍କା ଦେଲେ, ଡ୍ରାଇଭିଂ ଟେଷ୍ଟିଙ୍ଗରେ ପାସ୍ । ଗାଡ଼ି ଚଲାଇ ଶିଖିଥାନ୍ତୁ ବା ନଥାନ୍ତୁ ଟଙ୍କା ଦେଲେ ଚୁଟକିରେ ପାସ୍ ହୋଇଯିବେ ଆପଣ । ନୟାଗଡ଼ ଆରଟିଓ ଅଫିସରେ ଚାଲିଛି ଏଭଳି କଳା କାରନାମା । ଆଉ ଏଥିରେ ସାମିଲ ଅଛନ୍ତି ଖୋଦ ଆରଟିଓ ଅଫିସର ଲାଞ୍ଚୁଆ ବାବୁ । ଫୋନ କରି ଖୁଲମଖୁଲା ମାଗୁଛନ୍ତି ଟଙ୍କା । ଟଙ୍କା ଦେଲେ ହିଁ ଡ୍ରାଇଭିଂ ପରୀକ୍ଷାରେ ପାସ୍ ହୋଇପାରିବେ ।

ଅଫିସରେ ଲାଞ୍ଚୁଆ ବାବୁ ଏବଂ ଅଫିସ ବାହାରେ ଦଲାଲଙ୍କ ଜାଲରେ ପଡୁଛନ୍ତି ଆବେଦନକାରୀ । ପ୍ରଶାସନିକ ନିୟମକୁ ବେଖାତିର କରି ଆବେଦନକାରୀଙ୍କ ଠାରୁ ଚାଲିଛି ଲୁଟପାଟ । ଏନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିବା ପରେ, ଦଲାଲରାଜକୁ କୈାଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି । ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ବ୍ଲୁ ହ୍ୱେଲ୍ ପରେ ଚିନ୍ତା ବଢ଼ାଇଲାଣି ‘ସ୍କଲ୍ ବ୍ରେକର’

ନୂଆଦିଲ୍ଲୀ: ଜମ୍ପିଂକୁ ନେଇ ଚ୍ୟାଲେଞ୍ଜ । ଡିଆଁ ନେଉଛି ଜୀବନ । ସୋସିଆଲ ମିଡିଆରେ ଏବେ ଏମିତି ଚ୍ୟାଲେଞ୍ଜ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିପାଇଁ କେତେ ଲୋକଙ୍କ ଜୀବନ ମଧ୍ୟ ଗଲାଣି । ଅନେକ ଗୁରୁତର ଭାବେ ଆହତ ହୋଇ ମେଡିକାଲ ବେଡରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଏହାକୁ ‘ଟ୍ରିମ୍ପିଂ ଜମ୍ପ’ ବା ‘ସ୍କଲ୍ ବ୍ରେକର’ କୁହାଯାଉଛି ।ଏହି ‘ସ୍କଲ୍ ବ୍ରେକର’ ଚ୍ୟାଲେଞ୍ଜ ଭାବେ ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଅନେକ ଲୋକଙ୍କ ହାତଗୋଡ଼ ଭାଙ୍ଗି ଯାଇଛି । ବ୍ଲୁ ହ୍ୱେଲ, ମମୋ ଚ୍ୟାଲେଞ୍ଜ ପରେ ଏହା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ବିଶେଷ କରି ଛୋଟ ପିଲା ଓ ଯୁବପିଢ଼ି ଏହାର ମାୟାରେ ପଡ଼ିଛନ୍ତି । ଟିକଟକରେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଯୁବପିଢ଼ି ଭିଡିଓ ଅପଲୋଡ୍ କରୁଛନ୍ତି ।ଦକ୍ଷିଣ ଆମେରିକାରୁ ଆରମ୍ଭ ହୋଇଥିବା ଏହି ଚ୍ୟାଲେଞ୍ଜ ଏବେ ସାରା ବିଶ୍ୱକୁ ବ୍ୟାପିଗଲାଣି । ବିଶେଷକରି କଲେଜ ଛାତ୍ରଛାତ୍ରୀ ଓ ସ୍କୁଲ୍ ପିଲା ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ମୃତ୍ୟୁମୁଖରେ ପଡ଼ୁଛନ୍ତି । ଗମ୍ଭୀରତାକୁ ଦେଖି ସ୍କୁଲ ଓ କଲେଜରେ ସଚେତନତା ସୃଷ୍ଟି ପାଇଁ ଅଭିଭାବକ ମାନେ ଦାବି କରିଛନ୍ତି ।ତେବେ, ବର୍ତ୍ତମାନ ଯାଏଁ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି କେତେଜଣଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ । କିନ୍ତୁ, ଅନେକ ହାତଗୋଡ଼ ହରାଇ ମେଡିକାଲ ବେଡରେ ମରଣ ସହ ଜମ୍ପିଂର ମୁହୂର୍ତ୍ତକୁ ଭାବି ପାରୁନାହାଁନ୍ତି ।

ଶୌଚାଳୟ ନାଁରେ ୫୪୦କୋଟି ଟଙ୍କା ହଡ଼ପ

0

ମୋଦି ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଜାନକୁ ଫୁ । ଦେଶକୁ ସ୍ୱଚ୍ଛ ଆଉ ସୁନ୍ଦର ରଖିବାକୁ ଘରେ ଘରେ ଶୌଚାଳୟ କରିଦେବାକୁ ଯେଉଁ ସଂକଳ୍ପ ହୋଇଥିଲା ତା ଉପରୁ ଏବେ ପରଦା ଉଠିଛି  । ଶୌଚାଳୟ ନାଁରେ ଦେଶରେ ୫୪୦ କୋଟି ଟଙ୍କାର ଭ୍ରଷ୍ଟାଚାର ହୋଇଛି ।

ପ୍ରଧାନମନ୍ତ୍ରୀଙ୍କ ସବୁଠୁ ବଡ ଆଉ ଦେଶର ସବୁଠୁ ଜରୁରୀ ସ୍ୱଚ୍ଛ, ଭାରତ ଅଭିଜାନକୁ ଫୁ । ଘଟଣାଟି ହେଉଛି ମଧ୍ୟପ୍ରଦେଶ ଯେଉଁଠି ଏମିତି ଭ୍ରଷ୍ଟାଚାର ଦେଖିବାକ ମିଳିଛି ।

ଏଠାରେ ୫ଲକ୍ଷଟି ଶୌଚାଳୟ କରାଯାଇଛି କିନ୍ତୁ ତାହା କାର୍ଯ୍ୟକାରୀ ନୁହେଁ । ବାହାରୁ ତ ସେ ଶୌଚାଳୟ ଗୁଡ଼ିକ ଠିକ ଠାକ୍ ଲାଗୁଛି କିନ୍ତୁ ଭିତର ଦେଖିଲେ ଆପଣଙ୍କ ହୋସ ଉଡ଼ିଯିବ ନିଶ୍ଚୟ । କାରଣ ବାହାରୁ ଠିକ୍ ଲାଗୁଥିବା ଏହି ଶୌଚାଳୟର ଭିତରେ ଭରି ରହିଛି ଅଳିଆ, କାଠ, କୁଟା । କେବଳ ସେତିକି ନୁହେଁ ସାଢେ ୪ଲକ୍ଷ ଶୌଚାଳୟ କେବଳ କାଗଜରେ ରହିଛି କିନ୍ତୁ ବାସ୍ତବରେ ନୁହେଁ ଏମିତି କରି ସରକାରଙ୍କ ୫୪୦କୋଟି ଟଙ୍କା ହଡ଼ପ କରାଯାଇଛି ।

ମାର୍ଚ୍ଚ ୩୧ ପରେ ଆଉ କାମ ଦେବନି ପ୍ୟାନ କାର୍ଡ

ଭୁବନେଶ୍ୱର: ଟ୍ୟାକ୍ସ ପେୟରଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ ଖବର । ମାର୍ଚ୍ଚ ୩୧ ପରେ କାମ ଦେବନି ପ୍ୟାନ କାର୍ଡ । ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଯଦି ଆପଣ ନିଜ ଆଧାର କାର୍ଡ ସହ ପ୍ୟାନ କାର୍ଡ ଲିଙ୍କ ନକାରାଉଛନ୍ତି ତେବେ ଆପଣଙ୍କ ପ୍ୟାନ କାର୍ଡ ଆଉ କାମ ଦେବ ନାହିଁ ।

ଆୟକର ବିଭାଗ ଏଭଳି ଏକ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ପ୍ୟାନ କାର୍ଡକୁ ଆଧାର ସହିତ ସଂଯୋଗ କରିବା ଲାଗି ଅନେକ ଥର ଡେଡ୍ ଲାଇନ ଘୁଞ୍ଚା ଯାଇଥିବାବେଳେ ଏଥର ମାର୍ଚ୍ଚ ୩୧ ରହିଛି ଶେଷ ଡେଡ୍ ଲାଇନ ।

ତେବେ ଜାନୁୟାରୀ ୨୦୨୦ ସୁଦ୍ଧା ୩୦ କୋଟି ୭୫ ଲକ୍ଷ ପ୍ୟାନ କାର୍ଡ ଧାରୀ ଆଧାର ସହ ପ୍ୟାନ ଲିଙ୍କ କରାଇଛନ୍ତି । ଏବେବି ଆହୁରି ୧୭କୋଟିରୁ ଉର୍ଦ୍ଧ୍ୱ ପ୍ୟାନ କାର୍ଡ ଧାରୀ ଅଛନ୍ତି ଯେଉଁମାନେ ପ୍ୟାନକୁ ଆଧାର ସହ ସଂଯୋଗ କରି ନାହାନ୍ତି । ତୁରନ୍ତ ସେମାନଙ୍କୁ ପ୍ୟାନ ଆଧାର ସଂଯୋଗ ଲାଗି ଅନୁରୋଧ କରାଯାଇଛି ।

ଦେଶରେ ବଢ଼ୁଛନ୍ତି ଦାଗୀ ନେତା, ଅପରାଧିକ ମାମଲାରେ ଜଡ଼ିତ ସାଂସଦଙ୍କ ସଂଖ୍ୟା ୧୫ ବର୍ଷରେ ଦୁଇଗୁଣା ବୃଦ୍ଧି: ରିପୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ ଲଢ଼ିବାକୁ ହେଲେ ଦାଖଲ କରିବାକୁ ପଡ଼ିବ ଅପରାଧିକ ମାମଲାର ସବୁ ତଥ୍ୟ । ରାଜନୀତିକ ଦଳଗୁଡ଼ିକୁ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ୪୮ ଘଣ୍ଟା ମଧ୍ୟରେ ଏହିଭଳି ପ୍ରାର୍ଥୀଙ୍କ ତଥ୍ୟ ପ୍ରଦାନ କରିବାକୁ ରାଜନୀତିକ ଦଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିସହ ଏହିଭଳି ପ୍ରାର୍ଥୀଙ୍କୁ ନିର୍ବାଚନରେ କାହିଁକି ଛିଡ଼ା କରାଯାଉଛି ସେନେଇ ମଧ୍ୟ ତଥ୍ୟ ଦେବାକୁ ପଡ଼ିବ ।ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ADR)ର ତଥ୍ୟ ଅନୁସାରେ ବିଗତ ୧୫ ବର୍ଷ ମଧ୍ୟରେ ଅପରାଧିକ ମାମଲା ଚାଲୁଥିବା ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇଛି । ADR ରିପୋର୍ଟ ଅନୁସାରେ ଦେଶରେ ଦାଗୀ ସାଂସଦଙ୍କ ସଂଖ୍ୟାରେ ସବୁଠୁ ଆଗରେ ରହିଛି ଜେଡିୟୁ । ଦ୍ୱିତୀୟରେ ଶିବ ସେନା ଓ ତୃତୀୟରେ କଂଗ୍ରେସ । ଜେଡିୟୁର ୧୬ ସାଂସଦଙ୍କ ମଧ୍ୟରୁ ୧୩ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେହିଭଳି ଶିବ ସେନାର ୧୮ରୁ ୧୧, କଂଗ୍ରେସର ୫୨ରୁ ୩୦, ବିଏସପିର ୧୦ରୁ ୫ଜଣ ସାଂସଦଙ୍କ ନାଁରେ ରହିଛି ଅପରାଧିକ ମାମଲା ।ସିପିଆଇଏମର ୬ରୁ ୩, ଡିଏମକେର ୨୪ରୁ ୧୧, ୱାଇଏସଆରସିପିର ୨୨ରୁ ୧୦, ଟିଏମସିର ୨୨ରୁ ୯, ଏସପିର ୫ରୁ ୨, ବିଜେପିର ୩୦୨ରୁ ୧୧୭, ଟିଆରଏସର ୯ରୁ ୩ଜଣ ସାଂସଦ ଦାଗୀ । କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିରେ ୧୨ଜଣରୁ ଜଣେ ସାଂସଦଙ୍କ ନାଁରେ ଅପରାଧିକ ମାମଲା ରହିଛି । ଏପରିକି କଂଗ୍ରେସ, ଶିବ ସେନା ଓ ଜେଡିୟୁର ଅଧାରୁ ଅଧିକ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ଅଛି ।ସେହିପରି ସାଂସଦ ପ୍ରାର୍ଥୀଭାବେ ଜେଡିୟୁ ଅଧିକ ଦାଗୀ ନେତାଙ୍କୁ ନିର୍ବାଚନରେ ଛିଡ଼ା କରାଇଛି । ଜେଡିୟୁ ୨୧ରୁ ୧୮ଜଣ ଦାଗୀ ନେତାଙ୍କୁ ଟିକେଟ୍ ଦେଇଥିବା ବେଳେ ଏସପି ୪୯ରୁ ୨୬, ୱାଇଏସଆରସିପି ୨୫ରୁ ୧୩, ଡିଏମକେ ୨୪ରୁ ୧୧, ବିଜେପି ୪୩୫ରୁ ୧୭୬, କଂଗ୍ରେସ ୪୨୦ରୁ ୧୬୫, ସିପିଆଇଏମ୍ ୧୫୮ରୁ ୬୨, ଶିବସେନା ୯୭ରୁ ୩୪, ଟିଏମସି ୬୨ରୁ ୨୦, ଟିଆରଏସ ୧୭ରୁ ୫, ବିଏସପି ୩୮୦ରୁ ୮୫, ଏଆଇଏଡିଏମକେ ୨୨ରୁ ୩ଜଣ ଅପରାଧିକ ମାମଲା ଥିବା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି । ବିଜେପି ଟିକେଟ୍ ଦେଇଥିବା ୨୧ ଜଣଙ୍କ ମଧ୍ୟରେ ଜଣେ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି ।ପ୍ରାର୍ଥୀଙ୍କ ସଂଖ୍ୟା ଦେଖିଲେ ବିଜେପି ଓ କଂଗ୍ରେସ ସବୁଠୁ ଅଧିକ ଅପରାଧିକ ମାମଲାରେ ଜଡ଼ିତ ନେତାଙ୍କୁ ନିର୍ବାଚନରେ ଛିଡ଼ା କରାଇଛି । ଏଥିରେ ସବୁଠୁ ତଳେ ରହିଛି ବିଏସପି । ଯିଏ କି କମ୍ ଦାଗୀ ନେତାଙ୍କୁ ଟିକେଟ୍ ଦେଇଛି ।

ଭୁବନେଶ୍ୱର: ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ବି ଚାଲିପାରିଲାନି ଗୃହ । ପୁଣି ଗୃହରେ ବିରୋଧୀଙ୍କ ହଟ୍ଟଗୋଳ । ବିଧାନସଭା ଅପରାହ୍ଣ ୩ଟା ଯାଏଁ ମୁଲତବି ।

ଭୁବନେଶ୍ୱର: ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ବି ଚାଲିପାରିଲାନି ଗୃହ । ପୁଣି ଗୃହରେ ବିରୋଧୀଙ୍କ ହଟ୍ଟଗୋଳ । ବିଧାନସଭା ଅପରାହ୍ଣ ୩ଟା ଯାଏଁ ମୁଲତବି ।

ଭାଲେଣ୍ଟାଇନ ଡେ’ରେ ଶିଶୁପାଳ ହେଲା ବର, ପୋଲିସ ଆସିଯିବାରୁ…

0

ବାହାଘର ପାଇଁ ଭାରତରେ ଏକ ନିର୍ଦ୍ଧିଷ୍ଟ ବୟସ ସୀମା ରହିଛି । ତେବେ ଏହା ଯୁବକ ମାନଙ୍କ ପାଇଁ ୨୧ ଥିବା ବେଳେ ଯୁବତୀ ମାନଙ୍କର ୧୮ ରହିଛି । ଏହି ବୟସ ସୀମାରୁ କମ୍ ଥିଲେ ସେମାନେ ଆମ ସମ୍ବିଧାନିକ ନିୟମ ଅନୁଯାୟୀ ବିଭାଘର ଯୋଗ୍ୟ ନୁହଁନ୍ତି । ତେବେ ନିକଟରେ ଏହି କାରଣରୁ ଏକ ବର ନିଜ ବିଭାଘର ପାଇଁ ଆସି ଶିଶୁପାଳ ହୋଇଥିବା ଦେଖାଯାଇଛି ।

ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଭାଲେଣ୍ଟାଇନ ଡେ’ରେ ଶିଶୁପାଳ ହୋଇଛି ବର । କନ୍ୟା ନାବାଳିକା ଥିବାରୁ ବାହା ନହୋଇ ବର ଫେରିଛି ଘରକୁ ।

ଖଇରା ଥାନା ତୁଡିଗଡିଆ ପଞ୍ଚାୟତର ଶରତ ମହାରଣା ବାହାନଗାର ଜଣେ ନାବାଳିକାକୁ ବାହା ହେବା ପାଇଁ ଯାଇଥିଲେ । ଖବରପାଇ ଶିଶୁ ସୁରକ୍ଷାର ୫ ଜଣିଆ ସଦସ୍ୟ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାହାଘର ନକରିବାକୁ କହିଥିଲେ । ବିଳମ୍ବିତ ରାତିରେ ବର ଏବଂ ବରଯାତ୍ରୀ ପ୍ରସେସନ କରି ଆସିଥିବା ବେଳେ ଗୋପାଳପୁର ବଜାରରେ ପୋଲିସକୁ ଦେଖି ଫେରାର ହୋଇଥିଲେ ।

ଆଜିଠୁ ଆରମ୍ଭ  ହୋଇଯାଇଛି ସିବିଏସଇ ବୋର୍ଡ ପରୀକ୍ଷା

0

ଭୁବନେଶ୍ୱର: ଆଜିଠୁ ସିବିଏସଇ ବୋର୍ଡ ପରୀକ୍ଷା ଆରମ୍ଭ  ହୋଇଯାଇଛି । ଉଭୟ ଦଶମ ଓ ଦ୍ଵାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଛନ୍ତି । ତେବେ ଗୋଟିଏ ତାରିଖରେ ଉଭୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେଉଥିଲେ ହେଁ ଦଶମ ଶ୍ରେଣୀ ମାର୍ଚ୍ଚ ୨୦ ଓ ଦ୍ଵାଦଶ ପରୀକ୍ଷା ମାର୍ଚ୍ଚ ୩୦ରେ ଶେଷ ହେବ । ୧୪ଟି ବିଷୟରେ ପରୀକ୍ଷା ଦେବେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ।

Image result for cbse-board-examination-starts-from-today

ମାର୍ଚ୍ଚ ୨୦ ତାରିଖରେ କମ୍ପ୍ୟୁଟର ଆପ୍ଲିକେସନ୍‌ ଓ ଇନଫରମେସନ୍‌ ଆଣ୍ଡ କମ୍ୟୁନିକେସନ୍‌ ଟେକ୍ନୋଲୋଜି ବିଷୟରେ ପରୀକ୍ଷା ଦେବେ । ଫେବୃୟାରୀ ୨୪ରେ ଓଡ଼ିଆ କିମ୍ବା ଅନ୍ୟାନ୍ୟ ଭାଷାର ପରୀକ୍ଷା ଥିବା ବେଳେ ୨୬ ତାରିଖରେ ଇଂରାଜୀ, ୨୯ରେ ହିନ୍ଦୀ, ମାର୍ଚ୍ଚ ୪ରେ ବିଜ୍ଞାନ ପରୀକ୍ଷା ହେବ । ସେହିପରି ମାର୍ଚ୍ଚ ୭ ତାରିଖରେ ସଂସ୍କୃତ ଓ ଗଣିତ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ । ୧୦ଟା ୩୦ରୁ ଆରମ୍ଭ ହେବ ପରୀକ୍ଷା ।

 

୧୦ଟା ସୁଦ୍ଧା ସମସ୍ତ ପରୀକ୍ଷାର୍ଥି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ଚଳିତ ବର୍ଷ ଓଡ଼ିଶାରୁ ଦଶମ ଶ୍ରେଣୀରେ ୧୯ ହଜାର ଓ ଦ୍ଵାଦଶ ଶ୍ରେଣୀରେ ୧୪ ହଜାରରୁ ଅଧିକ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଥିବା ନେଇ ସୂଚନା ରହିଛି ।

ଝାରସୁଗୁଡ଼ା: ପୋଲିସ କବଜାରେ ଅନୁପ ସାଏଙ୍କ ଡ୍ରାଇଭର ବର୍ମନ ଟପ୍ପୋ । ରାଜପୁର ବଗରାଚକା ଭଡ଼ା ଘରୁ ଉଠାଇ ନେଇଥିବା ପରିବାର ଲୋକଙ୍କ ସୂଚନା । ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଛି ପୋଲିସ ।

ଝାରସୁଗୁଡ଼ା: ପୋଲିସ କବଜାରେ ଅନୁପ ସାଏଙ୍କ ଡ୍ରାଇଭର ବର୍ମନ ଟପ୍ପୋ । ରାଜପୁର ବଗରାଚକା ଭଡ଼ା ଘରୁ ଉଠାଇ ନେଇଥିବା ପରିବାର ଲୋକଙ୍କ ସୂଚନା । ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଛି ପୋଲିସ ।

ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ଗୃହର ମଧ୍ୟ ଭାଗରେ ବିରୋଧୀଙ୍କ ହଟ୍ଟଗୋଳ । ଗତକାଲି ବାଚସ୍ପତି ଦେଇଥିବା ରୁଲିଂକୁ ବିରୋଧ କରି କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା । ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି ରଖିଲେ ବାଚସ୍ପତି ।

ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ଗୃହର ମଧ୍ୟ ଭାଗରେ ବିରୋଧୀଙ୍କ ହଟ୍ଟଗୋଳ । ଗତକାଲି ବାଚସ୍ପତି ଦେଇଥିବା ରୁଲିଂକୁ ବିରୋଧ କରି କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା । ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି ରଖିଲେ ବାଚସ୍ପତି ।