spot_img
Home Blog Page 7416

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି, ଗତ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ

ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ପାଇଁ ଡବଲ୍‌ ଖୁସି ଖବର । କର୍ମଚାରୀମାନଙ୍କୁ ସେମାନଙ୍କ ବକେୟା ଦରମାର ୧୦ ପ୍ରତିଶତ ପ୍ରଦାନ କରିବାକୁ ରାଜ୍ୟ ସରକାର ଗତକାଲି ନିଷ୍ପତ୍ତି ନେଇଥିଲେ । ତେବେ ଆଜି ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି କରାଯାଇଛି । ବର୍ଦ୍ଧିତ ୫ ପ୍ରତିଶତ ମହଙ୍ଗା ଭତ୍ତା ଗତ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ ।

Image result for dearnessallowence

ରାଜ୍ୟ ସରକାର ଗତକାଲି ଘୋଷଣା କରିଥିଲେ ଯେ, ସପ୍ତମ ବେତନ କମିଶନଙ୍କ ସୁପାରିଶ ଲାଗୁ ପରେ ବାକିଥିବା ୬୦ ପ୍ରତିଶତ ବକେୟା ଦରମାରୁ ୧୦ ପ୍ରତିଶତ ଏବେ ଦିଆଯିବ । ସପ୍ତମ ବେତନ କମିଶନଙ୍କ ସୁପାରିଶ୍‌ ଲାଗୁ ପରେ ୨୦୧୬ ଜାନୁଆରୀରୁ ୨୦୧୭ ଅଗଷ୍ଟ ପର୍ଯ୍ୟନ୍ତ ସରକାରୀ କର୍ମଚାରୀମାନେ ସେମାନଙ୍କ ବକେୟା ଦରମାରୁ ୪୦ ପ୍ରତିଶତ ପାଇଛନ୍ତି । ଆଉ ୬୦ ପ୍ରତିଶତ ବାକି ଥିଲା । ଏବେ ଏଥିରୁ ୧୦ ପ୍ରତିଶତ ପ୍ରଦାନ ମିଳିବ । ବକେୟା ୧୦ ପ୍ରତିଶତ ଦରମା ସହିତ ୫ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ପାଇଁ ଖୁସି ଆଣିଛି ।

କୋରାପୁଟରେ ଅଜଣା ରୋଗ!, ୨ ମୃତ

0

କୋରାପୁଟ: କୋରାପୁଟକୁ ଘାରିଛି ଅଜଣା ରୋଗ ଆତଙ୍କ । ଲମତାପୁଟ ବ୍ଲକର ଗନେଲ ଗାଁରେ ୨ ଜଣଙ୍କ ଜୀବନ ଯାଇଛି । ସେପଟେ ଜଣେ ଆକ୍ରାନ୍ତଙ୍କୁ ଭୟରେ ଅନ୍ୟତ୍ର ପଠାଯାଇଛି ।

ସୂଚନା ଅନୁସାରେ ଗତକିଛିଦିନ ହେବ ଗାଁର ଭଗବନ ଖିଲ ଓ ରାଧିକା ବଡ଼ନାୟକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଲମତାପୁଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ ।

ତେବେ ଡାକ୍ତର କୈାଣସି କାରଣ ନ ଦର୍ଶାଇ ରୋଗୀଙ୍କୁ ଘରକୁ ନେଇଯିବାକୁ କହିଥିଲେ । ସେପଟେ ଆକ୍ରାନ୍ତ ଲଇଖନ ହନ୍ତାଲଙ୍କୁ ଗ୍ରାମବାସୀ ଭୟରେ ଅନ୍ୟତ୍ର ପଠାଇଦେଇଥିବା ଅଭିଯୋଗ ହୋଇଛି ।

ପ୍ରେମର ଦିବସରେ ରକ୍ତରଞ୍ଜିତ ହୋଇଥିଲା ପୁଲୱାମା, ଆଜି ବି ଶହୀଦଙ୍କୁ ଝୁରୁଛନ୍ତି ଦେଶବାସୀ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଆଜି ବର୍ଷେ ପୁରିଛି । ପ୍ରେମର ଦିବସରେ ରକ୍ତରଞ୍ଜିତ ହୋଇଥିଲା ପୁଲୱାମା । ତିନି ଦଶକରେ ଭାରତରେ ସବୁଠୁ ବଡ଼ ଆତ୍ମଘାତୀ ହମଲା । ଯାହା ସାରା ଦେଶକୁ ଦୋହଲାଇ ଦେଇଥିଲା । ସିଆରପିଏଫ ଯବାନଙ୍କ ଗାଡ଼ି ସହ ମାଡ଼ ହୁଏ ବିସ୍ଫୋରକ ଭର୍ତ୍ତି ଗାଡ଼ି । ଯେଉଁଥିରେ ଉଠିଥିବା ଧୂଆଁ ଛାଡ଼ିବା ବେଳକୁ ଆମର ୪୦ ବୀର ଯବାନ ସହିଦ ହୋଇସାରିଥିଲେ । ଘଟଣାକୁ ବର୍ଷେ ବିତିଜାଇଥିଲେ ବି ଦେଶବାସୀ ଭୁଲିନାହାନ୍ତି ଶହୀଦ୍‌ ଯବାନଙ୍କୁ।

 

ଏ ଭୀରୁ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ ଜୈସ-ଏ-ମହମ୍ମଦ । ବର୍ଷେ ତଳେ ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିଲେ ୪୦ ଯବାନ । ଯେଉଁଥିରେ ଥିଲେ ଓଡ଼ିଶାର ମନୋଜ କୁମାର ବେହେରା ଓ ପି.କେ ସାହୁ ।  ସେହି ସହିଦଙ୍କ ସ୍ମୃତିରେ ଲେଥପୋରା କ୍ୟାମ୍ପରେ ସହିଦ ସ୍ମାରକ । ଯେଉଁଥିରେ ସହିଦ ଯବାନଙ୍କ ନାଁ ସହ ଫଟୋ ମଧ୍ୟ ରହିବ । ପୁଲୱାମା ଆକ୍ରମଣରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ଆତଙ୍କବାଦୀ ଷଡ଼ଯନ୍ତ୍ର ଅନୁସାରେ ସିଆର୍‌ପିଏଫ୍‌ ଯବାନଙ୍କ ବସ୍‌ ସହିତ ବିସ୍ଫୋରକ ଭର୍ତ୍ତି କାରକୁ ଧକ୍କା କରାଯାଇଥିଲା। ରାଜରାସ୍ତା କ୍ଷଣିକ ମଧ୍ୟରେ ଶହୀଦ୍‌ ରକ୍ତରେ ଜୁଡୁବୁଡୁ ହୋଇଯାଇଥିଲା। ତାପରେ ବି ବି ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀଙ୍କ ମନ ଶାନ୍ତ ହୋଇ ନ ଥିଲା। ସେମାନେ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହି ଆକ୍ରମଣ ପରେ ଭାରତ ପକ୍ଷରୁ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ କରାଯାଇ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିରକୁ ଧ୍ୱଂସ କରାଯାଇଥିଲା।

ବଲାଙ୍ଗିର ମେଡିକାଲ କଲେଜ ହସ୍ପିଟାଲରେ ମହିଳା ଆଟେଣ୍ଡାଣ୍ଟଙ୍କୁ ମାଡ଼ ମାରିଲେ ରୋଗୀଙ୍କ ସଂପର୍କୀୟ

ବଲାଙ୍ଗିର: ବଲାଙ୍ଗିର ମେଡିକାଲ କଲେଜ ହସ୍ପିଟାଲରେ ମହିଳା ଆଟେଣ୍ଡାଣ୍ଟଙ୍କୁ ମାଡ଼ ମାରିଲେ ରୋଗୀଙ୍କ ସଂପର୍କୀୟ। ଚିକିତ୍ସାରେ ଅବହେଳା ଦର୍ଶାଇ ୨ଜଣ ନିଶାଶକ୍ତ ଯ଼ୁବକ ମହିଳାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ମହିଳା କର୍ମଚାରୀ ଗୁରୁତର ହୋଇଛନ୍ତି। ତାଙ୍କ ମୁହଁ, ଆଖି ଓ ମୁଣ୍ଡରେ ଆଘାତ ଲାଗିଛି।

ଆହତ ମହିଳା କର୍ମଚାରୀ ହେଉଛନ୍ତି ପ୍ରତିମା ପ୍ରଧାନ। ଅନ୍ୟ ଜଣେ ପୁରୁଷ କର୍ମଚାରୀଙ୍କୁ ମଧ୍ୟ ମାଡ଼ ମାରିଛନ୍ତି। ଉଭୟଙ୍କୁ ଚିକିତ୍ସା ପାଇଁ ୱାର୍ଡରେ ଭର୍ତ୍ତି କରାଯାଇଛି। ତେବେ ମାଡ଼ ମାରିଥିବା ୨ଯୁବକ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତକୁ ଗିରଫ ଦାବିରେ ହସ୍ପିଟାଲର ନର୍ସ ଓ ଅନ୍ୟ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ମେଡିକାଲ କଲେଜ ଅଧୀକ୍ଷକ, ହସ୍ପିଟାଲ ମ୍ୟାନେଜର ଓ ଟାଉନ୍‌ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମାଡ଼ ମାରିଥିବା ଯ଼ୁବକ କଂସାରିପଡାର ବୋଲି ପୋଲିସ ଚିହ୍ନଟ କରିଛି। ତେବେ ସେମାନଙ୍କୁ ଗିରଫ କରାଯାଇନି।

ପୁରୁଣା ମେଡିକାଲ ବିଲଡ଼ିଂକୁ ସିଟି ହସ୍ପିଟାଲ ମାନ୍ୟତା ଦାବିରେ ଆଜି ୧୨ଘଣ୍ଟିଆ ଢେଙ୍କାନାଳ ବନ୍ଦ

ଢେଙ୍କାନାଳ: ଜୋର ଧରିଲା ଢେଙ୍କାନାଳ ପୁରୁଣା ମେଡିକାଲ ବିଲଡ଼ିଂକୁ ସିଟି ହସ୍ପିଟାଲ ମାନ୍ୟତା ଦାବି କରି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ ।ବନ୍ଦକୁ ସମର୍ଥନ କରୁଛି ଢେଙ୍କାନାଳ ଓକିଲ ସଂଘ, ମିଳିତ ବଜାର ପୂଜା କମିଟି, ବଣିକ ସଂଘ ଓ ରାଜନୈତିକ ଦଳ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ସ୍କୁଲ, କଲେଜ ଓ ଦୋକାନ ବଜାର ବନ୍ଦ ରହିବ ।

ଗାଡ଼ି ମୋଟର ଚଳାଚଳ ମଧ୍ୟ ବନ୍ଦ ରହିବ । ତେବେ ଏହି ବନ୍ଦକୁ ଓକିଲ, ବ୍ୟବସାୟୀ, ବରିଷ୍ଠ ନାଗରିକ ସଂଘ ସହ ବିଭିନ୍ନ ଅନୁଷ୍ଠାନ ନିଜ ସମର୍ଥନ ଜଣାଇଛନ୍ତି ।

ସରକାର ଦାବି ପୂରଣ କଲେ ଆନ୍ଦୋଳନ ସ୍ଥଗିତ ରହିବବୋଲି କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଆଜିଠୁ ବିଧାନସଭାର ବଜେଟ ଅଧିବେଶନ

0

ଭୁବନେଶ୍ୱର: ଆଜିଠୁ ବିଧାନସଭାର ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ୍‌ ଅଧିବେଶନ ଆରମ୍ଭ ହେବ । ଚଳିତ ଅଧିବେଶନରେ ମୋଟ ୩୧ଟି କାର୍ଯ୍ୟଦିବସ ରହିଛି । ୧୪ ଦିନ ବଜେଟ ଉପରେ ଆଲୋଚନା ହେବ । ୪ ଦିନ ସରକାରୀ ଓ ୪ ଦିନ ବେସରକାରୀ ଦିବସ ରହିଛି । ଅଧିବେଶନ ସମୟରେ ସବୁ ବିଧାୟକଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି ।

ଅନ୍ୟପଟେ ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ବସିଥିଲା ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ,  କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରମୁଖ ଯୋଗଦେଇଥିଲେ ।

ଏଥିସହ ବିଜେଡି, ବିଜେପି, କଂଗ୍ରେସ ଓ ଅନ୍ୟ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ  । ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବିଧାନସଭାକୁ ପେପରଲେସ୍‌ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି । ଏଥିସହ ଉପସ୍ଥାନ ବଢ଼ିବା ସହ ଗୃହକୁ ସ୍ୱାଭାବିକ ଭାବେ ସୁପରିଚାଳନା କରିବା ପାଇଁ ଆଲୋଚନା ହୋଇଛି ।

ଭାଲେଣ୍ଟାଇନ ଡେ’ କୁ ବିରୋଧ କରିବନି ବଜରଙ୍ଗ ଦଳ

0

ଆଜି ଭାଲେଣ୍ଟାଇନ ଡେ’ । ପ୍ରେମ ଦିବସକୁ ଧୁମଧାମରେ ପାଳିବାକୁ ପ୍ରସ୍ତୁତ ପ୍ରେମୀ ଯୁଗଳ । ଏପଟେ ଲଭବାର୍ଡଙ୍କ ସେଲିବ୍ରେସନରେ ବାଧା ଦେବାକୁ ସଜବାଜ ହୋଇଛି କଳିଙ୍ଗ ସେନା । ଅସଂଜତ ଅବସ୍ଥାରେ ଥିଲେ ପ୍ରେମୀ ଯୁଗଳଙ୍କୁ ଗିରଫ କରିବା ପାଇଁ ପୋଲିସ କମିଶନରଙ୍କୁ ପୂର୍ବରୁ କଳିଙ୍ଗ ସେନା ପକ୍ଷରୁ ଦାବିପତ୍ର ଦିଆଯାଇଛି । କଳିଙ୍ଗ ସେନାର କହିବା କଥା, ପାର୍କ, ମଲ, ହୋଟେଲ ଓ ରେସ୍ତୋରାଁରେ ପ୍ରେମୀ ଯୁଗଳଙ୍କ କାରନାମା ସମାଜ ଉପରେ ଖରାପ ପ୍ରଭାବ ପକାଉଛି ।

Image result for valentine-day-vs-bajrang-dal

ଅପରପକ୍ଷେ ଭାଲେଣ୍ଟାଇନ ଡେ’ କୁ ବିରୋଧ କରିବନି ବୋଲି କହିଛି ବଜରଙ୍ଗ ଦଳ । ପ୍ରେମୀ ଯୁଗଳଙ୍କ ପ୍ରେମ ସପ୍ତାହରେ ବାଧା ସାଜିବନି ଦଳ । ଯଦି କୈାଣସ ସଂଗଠନ କିମ୍ବା ଯୁବକ, ବଜରଙ୍ଗ ଦଳ ନାଁରେ ଭାଲେଣ୍ଟଇନ ଡେରେ ଅସମାଜିକ କାର୍ଯ୍ୟ କରେ, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ କହିଛନ୍ତି ।

ହାତ ଲଗାନ୍ତୁ କିମ୍ବା ନଲଗାନ୍ତୁ ଗଡ଼ିଚାଲିବ ନନ୍ଦିଘୋଷ : ରାଜ୍ୟପାଳ ଗଣେଶୀ ଲାଲ

0

ଭୁବନେଶ୍ୱର: ଓଡ଼ିଶା ଗଣମାଧ୍ୟମ ଜଗତରେ ସୃଷ୍ଟି ହୋଇଛି ନୂଆ ଅଧ୍ୟାୟ। ୨୪ ଘଣ୍ଟିଆ ଫ୍ରି ଟୁ ଏୟାର ଟେଲିଭିଜନ୍‌ ଚ୍ୟାନେଲ୍‌ ନନ୍ଦିଘୋଷ ଟିଭିର ଲୋକାର୍ପଣ ସ୍ଥାନୀୟ ମେ ଫେୟାର କନଭେନସନରେ ଅନୁଷ୍ଠିତ ହୋଇଛି। FIRST-FAST ଓ FACTକୁ ଗୁରୁତ୍ୱ ଦେଉଥିବା ଏହି ଚ୍ୟାନେଲ ସାଧାରଣ ଲୋକଙ୍କ ସ୍ୱର ହେଉ ବୋଲି ସମସ୍ତେ ମତବ୍ୟକ୍ତ କହିଥିଲେ ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥକୁ କେହି ହାତ ଲଗାନ୍ତୁ କିମ୍ବା ନଲଗାନ୍ତୁ ଏହା ଗଡ଼ି ଚାଲିବ । ଗଣମାଧ୍ୟମ ବାସ୍ତବରେ ଲୋକଙ୍କର ସ୍ୱର ହେବା ଉଚିତ୍‌। ହୁଂକାରକୁ ଯିଏ ଓଙ୍କାରରେ ପରିଣତ କରିପାରିବ, ବଞ୍ଚିତ ଅବହେଳିତଙ୍କୁ ସଂଚିତ ସାର୍ଥ୍ୟବାନ୍‌ କରିବାରେ ସାହାଯ୍ୟ କରିବା ସେ ହିଁ ବାସ୍ତବ ଗଣମାଧ୍ୟମର ଧର୍ମ ନିଭାଇବ ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ।

ସେ ଆହୁରି କହିଥିଲେ ଯେ, ମାନସିକ ଅପେକ୍ଷା ଆମେ ଶାରିରିକ ପରିଶ୍ରମ ଅଧିକ କରୁଛନ୍ତି। ତେବେ ଏ ସବୁଠାରୁ ଅଧିକ ମାନବିକତା ଉପରେ ଗଣମାଧ୍ୟମ ଫୋକସ କରିବା ଦରକାର। ବାଧ୍ୟ ବାଧକତା କି ଚାପରେ ନୁହେଁ ବରଂ ସବୁ ଖବରକୁ ସମାନ ଢଙ୍ଗରେ ଦେଖିବା ହିଁ ଚ୍ୟାନେଲର ବଡ଼ ଧର୍ମ ହେବା ଉଚିତ ।

ସେହିପରି ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ନନ୍ଦିଘୋଷ ଟିଭିକୁ ଏହି ଅବସରରେ ଶୁଭେଚ୍ଛା ଜଣାଇଥିଲେ । ଜନତା ଓ ସରକାରଙ୍କ ମଧ୍ୟରେ ଗଣମାଧ୍ୟମ ସେତୁ ସାଜିଛି । ନନ୍ଦିଘୋଷ ସେପରି ଏକ ଦୃଢ ସେତୁ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଗଣତନ୍ତ୍ରର କିଛି ସ୍ତମ୍ବ ଭୁଶୁଡ଼ି ପଡିଲାଣି, ଆଉ କିଛି ଭୁଶୁଡ଼ିବାକୁ ଯାଉଛି । ଚତୁର୍ଥ ସ୍ତମ୍ବକୁ ସବଳ କରିବାକୁ ନନ୍ଦିଘୋଷ ସହାୟକ ହେବ ବୋଲି କହିଥିଲେ କଂଗ୍ରେସ ନେତା ନରସିଂହ ମିଶ୍ର । ଅନ୍ୟପଟେ ନନ୍ଦିଘୋଷ ସାଧାରଣ ଜନତାଙ୍କ ପାଇଁ କାମ କରିବ ବୋଲି ପରାମର୍ଶ ଦେଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ଲୋକାର୍ପଣ ଉତ୍ସବରେ ସ୍ୱାଗତ ଭାଷଣ ଉପସ୍ଥାପନ କରିବା ସହ ନନ୍ଦିଘୋଷ ଟିଭିର ଆଭିମୂଖ୍ୟ ସଂପର୍କରେ ସୂଚନା ଦେଇଥିଲେ ଚ୍ୟାନେଲର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜବର ସିଂହ ପନୱାର । ଚ୍ୟାନେଲର ସମ୍ପାଦକ ଶିଶିର କୁମାର ଭଟ୍ଟମିଶ୍ର ନିଜ ଅଭିଭାଷଣରେ କହିଥିଲେ ଯେ, ନନ୍ଦିଘୋଷ ଟିଭି ଅନ୍ୟ ଗଣମାଧ୍ୟମ ସହ ପ୍ରତିଦ୍ୱନ୍ଦିତା କରିବନି । TRP ଚକ୍କରରେ ପଥଭ୍ରଷ୍ଟ ହେବନି ନନ୍ଦିଘୋଷ ଟିଭି । ନିରପେକ୍ଷ ଓ ନିଡ଼ର ହୋଇ ସମସ୍ତ ଘଟଣାକୁ ଲୋକଙ୍କ ସାମ୍ନାକୁ ଆଣିବାକୁ ଯଥାସମ୍ଭବ ଚେଷ୍ଟା କରିବ।

ଏହି ଲୋକାର୍ପଣ ସମାରୋହରେ ଓଡ଼ିଶାର କ୍ରୀଡା, ରାଜନୀତି, ଗଣମାଧ୍ୟମ, ସାମାଜିକ ଓ ଅର୍ଥନୀତି କ୍ଷେତ୍ରର ବହୁ ବ୍ୟକ୍ତି ବିଶେଷ ଏଥିରେ ସାମିଲ ହୋଇ ଲୋକାର୍ପଣ ଉତ୍ସବର ଗରିମା ମଣ୍ଡନ କରିଥିଲେ। ଭବ୍ୟ ସମାରୋହରେ ଶକ୍ତି ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ସମ୍ବାଦର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା, ଓଡ଼ିଶା ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ, ବରିଷ୍ଠ ନେତା ଅରୂପ ପଟ୍ଟନାୟକ, ପ୍ରିୟଦର୍ଶୀ ମିଶ୍ର, ଭିନ୍ନକ୍ଷମ କମିଶନର ସୂଲଚନା ଦାସ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପୋଲିସ କମିଶନର ସୁଧାଂସୁ ଷଡ଼ଙ୍ଗୀ, ଅତିରିକ୍ତ ପୋଲିସ କମିଶନର ଅନୁପ ସାହୁ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।

ଶେଷରେ ମୁମ୍ବାଇରୁ ଆସିଥିବା କୁମାର ସତ୍ୟମ୍‌ ଗ୍ରୁପ୍‌ ପକ୍ଷରୁ ଗଜଲ୍‌ ପରିବେଷଣ କରାଯାଇଥିଲା। ନନ୍ଦିଘୋଷ ଟିଭି ଲୋକାର୍ପିତ ହେବା ସହ ବିଭିନ୍ନ ଡିଟିଏଚ୍‌ ପ୍ଲାଟଫର୍ମରେ ଉପଲବ୍ଧ ହୋଇଛି । ବିଶେଷକରି ଟାଟା ସ୍କାଏ, ଡିସ୍‌ ଟିଭି, ଏୟାରଟେଲ୍‌, ଭିଡିଓକନ୍‌, ହାଥୱେ, ଅରଟେଲ୍‌, ଇଏମ୍‌ ଡିଜିଟାଲ, ସିଟି କେବୁଲ୍‌ ଆଦି ବିଭିନ୍ନ ପ୍ଲାଟଫର୍ମରେ ଉପଲବ୍ଧ ହେଉଥିବାରୁ ଦର୍ଶକ ଏହି ଚ୍ୟାନେଲକୁ ଦେଖିବାର ସୁବିଧା ପାଇବେ।

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଜନସାଧାରଣଙ୍କ ପାଖରେ ପହଞ୍ଚିବାର ନିଆରା ପ୍ରୟାସ

0

ଭୁବନେଶ୍ୱର: ଫେବ୍ରୁଆରୀ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ “ମୋ ସରକାର”ରେ ଆନୁଷ୍ଠାନିକଭାବେ ଅର୍ନ୍ତଭୁକ୍ତ କରିଥିଲେ । ବିଭାଗୀୟ ମନ୍ତ୍ରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ସିଧାସଳଖ ସାମାଜିକ ଗଣମାଧ୍ୟମରେ ଜନସାଧାରଣଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି । ଆଜି ଫେସବୁକ୍ ଏବଂ ଟ୍ୱିଟର ଜରିଆରେ ମନ୍ତ୍ରୀ ଲୋକଙ୍କ ବିଭିନ୍ନ ପ୍ରଶ୍ନର ସିଧାସଳଖ ଉତ୍ତର ରଖିବାସହ ସରକାରଙ୍କ ଅନ୍ୟାନ୍ୟ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।

ଏହାପୂର୍ବରୁ ଏଥି ନିମନ୍ତେ ଗତ ୧୧ ତାରିଖ ମଧ୍ୟରେ ସାଧାରଣ ଲୋକମାନେ #AskOdishaFoodMinister ହ୍ୟାସଟ୍ୟାଗକୁ ବ୍ୟବହାର କରି ଫେସବୁକ ଏବଂ ଟୁଇଟର ମାଧ୍ୟମରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ, ଯାହାର ଉତ୍ତର ଆଜି ମନ୍ତ୍ରୀ ଅପରାହ୍ନରେ ସିଧାସଳଖ ଦେଇଛନ୍ତି । ସୀମିତ ସମୟ ହେତୁ ସମସ୍ତ ପ୍ରଶ୍ନ ଗୁଡିକର ଉତ୍ତର ଦେବା ସମ୍ଭବ ହୋଇପାରିନଥିବାରୁ ବଳକା ରହିଯାଇଥିବା ପ୍ରଶ୍ନ ଗୁଡ଼ିକର ଉତ୍ତର ଫେସବୁକ୍ ଏବଂ ଟୁଇଟର ମାଧ୍ୟମରେ ଲୋକଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

ଓଡ଼ିଶାରେ ପ୍ରଥମଥର ପାଇଁ ଏହି ବିଭାଗ ପକ୍ଷରୁ କରାଯାଇଥିବା ପ୍ରୟାସ ଲୋକେ ଖୁବ ପସନ୍ଦ କରିଛନ୍ତି । ଏହିସବୁ ପ୍ରଶ୍ନ ଗୁଡ଼ିକ ମଧ୍ୟରେ ଚାଷୀ ମାନଙ୍କଠାରୁ ସରକାରଙ୍କର ଧାନ ସଂଗ୍ରହ ମୁଖ୍ୟ ପ୍ରସଙ୍ଗ ରହିଥିବାବେଳେ ଏହାର ଉତ୍ତରଦେଇ ମନ୍ତ୍ରୀ କହିଛନ୍ତି ଯେ, ଏଥିରେ ଥିବା ସମସ୍ୟାକୁ ଯଥାଶୀଘ୍ର ସମାଧାନ କରାଯିବ । ଏଥିସହ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କ ଉନ୍ନତିକୁ ମୁଖ୍ୟ ପ୍ରାଥମିକତା ପ୍ରଦାନ କରାଯାଇଥିବାବେଳେ ସୁଲଭ ବଣ୍ଟନ ତଥା ଏହାର ବିକାଶ ଦିଗରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଧାନ ସଂଗ୍ରହ କ୍ଷେତ୍ରରେ ପ୍ରକୃତ ଚାଷୀଙ୍କୁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଟୋକନ୍ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏତଦ୍ ବ୍ୟତୀତ ଏହିପରି କାର୍ଯ୍ୟକ୍ରମକୁ ଓଡ଼ିଶାର ଜନସାଧାରଣ ବିପୁଳ ସମର୍ଥନ କରିଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଅନୁପ ସାଏଙ୍କୁ ରାଜ୍ୟ ପଣ୍ୟାଗାର ଅଧ୍ୟକ୍ଷ ପଦରୁ ନିଲମ୍ବିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଅନୁପ ସାଏ ପୋଲିସ ଦ୍ଵାରା ଅଟକ । ଛତିଶଗଡ଼ ପୋଲିସ ତାଙ୍କୁ ରାୟଗଡ଼ରେ ଅଟକ ରଖି ପଚରାଉଚରା କରୁଛି । ଏକ ହତ୍ୟା ମାମଲାରେ ସଂପୃକ୍ତି ଅଭିଯୋଗରେ ଅନୁପ ସାଏଙ୍କୁ ଅଟକ ରଖିଛି ଛତିଶଗଡ଼ ପୋଲିସ । ଅନୁପ ତିନି ତିନିଥର ବ୍ରଜରାଜନଗର ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ ବିଜେଡିରେ ଯୋଗଦେଇଥିଲେ । ତାଙ୍କୁ ଛତିଶଗଡ଼ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଝାରସୁଗୁଡ଼ା ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

ହତ୍ୟା ମାମଲାରେ ଛତିଶଗଡ଼ ପୋଲିସ ଦ୍ଵାରା ଅଟକ ପରେ ଅନୁପ ସାଏଙ୍କୁ ରାଜ୍ୟ ସରକାର ପଣ୍ୟାଗାର ନିଗମର ଅଧ୍ୟକ୍ଷ ପଦରୁ ବହିଷ୍କାର କରିଛନ୍ତି । ଏଥିସହିତ ତାଙ୍କୁ ବିଜେଡି ସଭ୍ୟ ପଦରୁ ମଧ୍ୟ ବହିଷ୍କାର କରାଯାଇଛି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।