spot_img
Home Blog Page 7418

ରୋଷେଇ ଘରେ ପଡ଼ିଲା ଗ୍ୟାସ୍‌ ଚଡ଼କ

ପୁଣି ବଢିଲା ରୋଷେଇ ଗ୍ୟାସ୍‌ ଦର । ଗ୍ୟାସ୍‌ ଦର ସିଲିଣ୍ଡର ପିଛା ୧୪୪ ଟଙ୍କାରୁ ୧୪୯ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଦେଶର ସବୁ ମହାନଗର ନିଗମରେ ଆଜିଠୁ ଏହି ନୂଆ ଦର ଲାଗୁ ହୋଇଛି ।

ଫଳରେ ଏବେ ଗ୍ରାହକଙ୍କୁ ଇଣ୍ଡିଆନ୍‌ ଗ୍ୟାସ୍‌ କିଣିବାକୁ ହେଲେ ପୂର୍ବ ଅପେକ୍ଷା ଅଧିକ ୧୪୪ ଟଙ୍କାରୁ ୧୪୯ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ ।  ଫଳରରେ ଅଣ ସବସିଡିଯୁକ୍ତ ସିଲିଣ୍ଡର ମୂଲ୍ୟ ପୂର୍ବରୁ ୭୪୬.୫୦ଟଙ୍କା ଥିବାବେଳେ ବର୍ତ୍ତମାନ ଏହାର ମୂଲ୍ୟ ୮୯୫ ଟଙ୍କା ହୋଇଯିବ । ଏହା ପୂର୍ବରୁ୨୦୨୦ ଜାନୁଆରୀ ୧ ରେ ଗ୍ୟାସ୍‌ ଦର ବୃଦ୍ଧି କରାଯାଇଥିଲା ।

ତେବେ ଏହି ଦର ବୃଦ୍ଧି ପରେ ଦିଲ୍ଲୀରେ ୮୫୮.୫୦ ଟଙ୍କା ଦେଇ ଗ୍ରାହକଙ୍କୁ ଘରୋଇ ଗ୍ୟାସ୍‌ କିଣିବାକୁ ପଡ଼ିବ । ସେହିଭଳି କୋଲକତାରେ ମଧ୍ୟ ଗ୍ରାହକଙ୍କୁ ଏବେ ୮୨୯.୫୦ଟଙ୍କା ଦେଇ କିଣିବାକୁ ପଡିବ । ଇଣ୍ଡିଆନ ଅଏଲ ରିପୋର୍ଟ ମୁତାବକ ପୁରା ଭାରତରେ ୩୦ ଲକ୍ଷ ଇଣ୍ଡେନ୍‌ ଗ୍ୟାସ୍‌ ସିଲିଣ୍ଡର ବ୍ୟବହୃତ ହୋଇଥାଏ ।

ପୋଲରେ ଝୁଲୁଛି ଧାନ ବୋଝେଇ ଟ୍ରକ୍‌

0

ସମ୍ବଲପୁର: ପୋଲରେ ଝୁଲିଛି ଧାନ ବୋଝେଇ ଟ୍ରକ୍‌, ଯାତାୟତ ଠପ୍‌ । ରେଢାଖୋଲ ପଟୁ ଏକ ଧାନ ବୋଝେଇ ଟ୍ରକ୍‌ ସମ୍ବଲପୁର ଯାଉଥିଲା । ତେବେ ରେଢାଖୋଲ ଓ ଚାରମାଲ ମଝିରେ ଥିବା ସିଙ୍ଗଲ ବ୍ରିଜ ଉପରେ ଟ୍ରକଟି ଝୁଲନ୍ତା ଅବସ୍ଥାରେ ରହିଛି ।

ଫଳରେ ଜାତୀୟ ରାଜପଥରେ ଗତକାଲି ରାତି ୧୧ଟାରୁ ଯାତାୟତ ସଂପୂର୍ଣ୍ଣ ବନ୍ଦ ରହିଛି । ବ୍ରିଜର ଉଭୟ ପାଖରେ ଶହ ଶହ ବସ ଓ ଟ୍ରକ ଅଟକି ରହିଛି । ରାସ୍ତା ଦେଇ ବରଗଡ଼, ସମ୍ବଲପୁର, ଝାରସୁଗୁଡା, ରାଉରକେଲା, ସୁନ୍ଦରଗଡ଼ ପରି ବିଭିନ୍ନ ସହରରୁ ନାଇଟ୍‌ କୋଚ ବସ ଯାତାୟତ କରେ । ତେବେ କାଲିଠୁ ଗାଡ଼ି ଚଳାଚଳ ମଧ୍ୟ ଅଚଳ ରହିଛି ।

ଅପରାହ୍ନ ୪ଟାରୁ ୪ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

0

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକ ଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପରେ ଅପରାହ୍ନ ୪ଟାରୁ ରାତି ଆଠଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ଗୁପ୍ତନୀତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ଓ ସିଂହାରୀ ସେବକ ମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ଏହି ନୀତି ବେଳେ ଶ୍ରୀଜିଉଙ୍କର ପାରମ୍ପରିକ ରଙ୍ଗ, ହିଙ୍ଗୁଳ, ହରିତାଳ, କର୍ପୁର, କସ୍ତୁରୀ ଇତ୍ୟାଦି ବ୍ୟବହାର କରାଯାଇ ଶୃଙ୍ଗାର କରାଯିବ । ଏହି ଗୁପ୍ତନୀତି ପାଇଁ ସଂଧ୍ୟା ୪ଟାରୁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ରାତି ଆଠଟା ପରେ ଦର୍ଶନ ସ୍ୱାଭାବିକ ହେବ ବୋଲି  ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଦିଲ୍ଲୀରେ ଆପ୍‌ର ହାଟ୍ରିକ୍ ବିଜୟ, ଆଜି ଉପରାଜ୍ୟପାଳଙ୍କୁ ଭେଟିବେ କେଜ୍ରିଓ୍ୱାଲ୍

0

ନୂଆଦିଲ୍ଲୀ: ଦିଲ୍ଲୀର ଦିଲ୍‌ ଜିତିଛି ଆମ ଆଦମୀ ପାର୍ଟି । ୬୨ ଆସନ ଜିତି କ୍ଷମତାର ହ୍ୟାଟ୍ରିକ୍‌ ଲଗାଇଛି। ଆଜି ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲଙ୍କୁ ଭେଟିବେ ଅରବିନ୍ଦ କେଜ୍ରିଓ୍ୱାଲ୍‌ । ନିର୍ବାଚନରେ ବିପୁଳ ବିଜୟ ପରେ ଔପଚାରିକ ସାକ୍ଷାତକାର ହେବ ।

ଏହାପରେ ନବନିର୍ବାଚିତ ବିଧାୟକଙ୍କ ସହ ନିଜ ବାସଭବନରେ ବୈଠକ କରିବେ କେଜ୍ରିଓ୍ୱାଲ୍‌  । ସେଠାରେ ତାଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯିବ। ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜ୍ରିଓ୍ୱାଲ୍‌ । ଶପଥ ତାରିଖ ସମ୍ପର୍କରେ ଆଜି ବରିଷ୍ଠ ନେତା ମନୀଷ ସିସୋଦିଆ ସୂଚନା ଦେବେ ।

ସେପଟେ ପରାଜୟ ନେଇ ସମୀକ୍ଷା କରିବ ବିଜେପି । ଦଳୀୟ ଅଧ୍ୟକ୍ଷ ଜେପି ନଡ୍ଡ। ପରାଜୟର ସମୀକ୍ଷା ପାଇଁ ଆଜି ଅପରାହ୍ନରେ ବିଜେପି ନେତାଙ୍କ ବୈଠକ ଡାକିଛନ୍ତି ।

ଏଥିରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗଦେବେ । ସେପଟେ ପରାଜୟ ପରେ ଇସ୍ତଫା ଦେଇଛନ୍ତି ଦିଲ୍ଲୀ କଂଗ୍ରେସ ମୁଖ୍ୟ ସୁଭାଷ ଚୋପ୍ରା । ପରାଜୟ ପାଇଁ ନିଜକୁ ଦାୟୀ କରି ସେ ପଦରୁ ଇସ୍ତଫା ଦେଇଛନ୍ତି ।

ରୋଷେଇ କରୁଥିବା ବେଳେ ଜଳିଗଲେ ସ୍ୱାମୀ ସ୍ତ୍ରୀ

ଭଦ୍ରକ: ରୋଷେଇ କରୁଥିବା ବେଳେ ଜଳିଗଲେ ଦମ୍ପତ୍ତି । ବିଦ୍ୟୁତ ସର୍ଟସର୍କିଟ୍‌ ଫଳରେ ପୁରା ଘରେ ଲାଗିଗଲା ନିଆଁ । ଏଥିରେ ମହିଳା ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏଭଳି ଦୁଖଦ ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ସେରପୁର ଗାଁରେ ଘଟିଛି ।

ଏଥିରେ ୩ ବଖରା ଘର ସହ ଆସବାବପତ୍ର ପୋଡ଼ିଯାଇଛି । ମୃତା ମହିଳା ହେଲେ ସରୋଜିନୀ ପରିଡ଼ା। ତାଙ୍କ ସ୍ୱାମୀ ଅନ୍ତର୍ଯାମୀ ପରିଡ଼ା ଗୁରୁତର ଅବସ୍ଥାରେ ତିହିଡ଼ି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ଭୋରୁ ସରୋଜିନୀ ରୋଷେଇ ଘରେ ରୋଷେଇ କରୁଥିଲେ । କୌଣସି କାରଣରୁ ହଠାତ ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ଘରେ ନିଆଁ ଲାଗିଯାଇଥିଲା । ନିଆଁର ଯୋର ଏତେ ମାତ୍ରାରେ ଥିଲାଯେ କେହି କିଛି ବୁଝିବା ଆଗରୁ ସବୁ କିଛି ସରିଯାଇଥିଲା ।

ଘଟଣାସ୍ଥଳରେ ସରୋଜିନୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ସ୍ୱାମୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତିହିଡ଼ି ମେଡିକାଲରେ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଉଥିବା ଜଣାଯାଇଛି।

କୁହୁଡ଼ି ଯୋଗୁ ଆମ୍ବୁଲାନ୍ସକୁ ପିଟିଲା ଆମ୍ବୁଲାନ୍ସ, ୨ ରୋଗୀଙ୍କ ସହ ୪ ଆହତ

0

ଭଦ୍ରକ: କୁହୁଡ଼ି ଯୋଗୁ ଆମ୍ବୁଲାନ୍ସକୁ ପିଟିଲା ଆମ୍ବୁଲାନ୍ସ । ୨ ରୋଗୀଙ୍କ ସହ ୪ ଆହତ । ଆଜି ଭୋରରୁ ଭଦ୍ରକ ଡାହାଣୀଗଢିଆ ନିକଟରେ ଦୁର୍ଘଟଣା ଘଟିଛି। ଘନ କୁହୁଡ଼ି ଯୋଗୁ ଆମ୍ବୁଲାନ୍ସ ଡ୍ରାଇଭର ଆଗକୁ ଦେଖିନପାରିବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । କୋଲକତା ଦେବଡାରୁ ଦୁଇ ଜଣ ରୋଗୀଙ୍କୁ ନେଇ କଟକ ଆସୁଥିଲା ଆମ୍ବୁଲାନ୍ସ । ହେଲେ ଡାହାଣୀଗଢିଆ ନିକଟରେ ଏକ ଟ୍ରଲରକୁ ସାଇଡ୍‌ ଦେବା ବେଳେ କୁହୁଡି ଯୋଗୁ ଆଗକୁ ଦେଖିପାରିନଥିଲା।

ଫଳରେ ଆଗରେ ଯାଉଥିବା ଆଉ ଏକ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଦୁଇ ଜଣ ରୋଗୀଙ୍କ ସହ ୪ ଜଣ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛି ।

ଓଡ଼ିଶା ଝାଡ଼ଖଣ୍ଡ ମଧ୍ୟରେ ଆଜି ହେବ ରଣ୍‌ଜୀ ମୁକାବିଲା

0

କଟକ: ଆଜି ଓଡ଼ିଶା ଝାଡ଼ଖଣ୍ଡ ରଣ୍‌ଜୀ ମୁକାବିଲା । ଚଳିତ ସିଜିନର ଏହା ଶେଷ ତଥା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ । କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ ଓଡ଼ିଶା ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି । ଶେଷ ମ୍ୟାଚରେ ଝାଡ଼ଖଣ୍ଡକୁ ବଡ଼ ବ୍ୟବଧାନରେ ହରାଇଲେ ଓଡ଼ିଶା ରଣଜୀ ଦଳ ପରବର୍ତ୍ତେ ପର୍ଯ୍ୟାୟକୁ ଯିବ । ପୁରା ସିଜିନରେ ଏଲିଟ ଗ୍ରୁପ-ସିରେ ଭଲ କରି ୩୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା ।

Image result for today-odisha-jharkhand-ranji-match

ଏହା ଉପରକୁ ୩୯ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି ଜମ୍ମୁ କାଶ୍ମୀର । ୩୪ ପଏଣ୍ଟ ସହ ତଳକୁ ରହିଛି ସର୍ଭେସେସ୍‌ । ତେଣୁ ଏହି ମ୍ୟାଚ ଓଡ଼ିଶା ପାଇଁ ଗରୁତ୍ୱପୂର୍ଣ୍ଣ ରହିଛି । ସେପଟେ ଝାଡ଼ଖଣ୍ଡ ବିପକ୍ଷ ମ୍ୟାଚରେ ଖେଳାଳିଙ୍କ ଭଲ ପ୍ରଦର୍ଶନ ନେଇ ଆଶାବାଦୀ ଅଛନ୍ତି ଓଡ଼ିଶା ରଣଜୀ ଟିମର ଅଧିନାୟକ । ଅନ୍ୟପଟେ ଘରୋଇ ପରିବେଶ ଓଡ଼ିଶା ଟିମ ପାଇଁ ସହାୟକ ହେବ ବୋଲି ଆକଳନ କରିଛନ୍ତି କ୍ରୀଡାପ୍ରେମୀ ।

ଧାନ ବୋଝେଇ ଟ୍ରକକୁ ପିଟିଲା ତୀର୍ଥଯାତ୍ରୀ ବସ, ୨ମୃତ, ୧୫ଜଣ ଗୁରୁତର

ଜାତୀୟ ରାଜପଥ କଡରେ ଛିଡା ହୋଇଥିବା ଧାନ ବୋଝେଇ ଟ୍ରକକୁ ସାମନା ପଟୁ ପିଟିଲା ତୀର୍ଥଯାତ୍ରୀ ବସ । ଏଥିରେ ୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି । ୧୫ଜଣ ଗୁରୁତର ଅଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଉତ୍ତରପ୍ରଦେଶ ଗୋରଖପୁରରୁ ତୀର୍ଥଯାତ୍ରୀ ଚାରିଧାନ ଯାତ୍ରାରେ ବାହାରିଥିଲେ । ଅଯୋଧ୍ୟାରୁ ପୁରୀ ଯାଉଥିବା ବେଳେ ୧୬ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ।

ପୂର୍ବରୁ ଏକ ଧାନ ବୋଝେଇ ଟ୍ରକ ଜାତୀୟ ରାଜପଥ କଡରେ ଛିଡା ହୋଇଥିଲା । ତୀର୍ଥଯାତ୍ରୀ ବସଟି ଧାନ ବୋଝେଇ ଟ୍ରକର ସାମନା ପଟୁ ଧକ୍କା ଦେଇଥିଲା ।

ଦୁର୍ଘଟଣାରେ ଶିକାର ତୀର୍ଥଯାତ୍ରୀଙ୍କୁ ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ଉଦ୍ଧାର କରାଯାଇଥିଲା।

ଲିକ୍ ହେଲା ଗ୍ୟାସ୍, ସ୍ୱାମୀ ସ୍ତ୍ରୀ ଗୁରୁତର

0

ନୟାଗଡ଼: ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ସ୍ୱାମୀ ସ୍ତ୍ରୀ ଗୁରୁତର । ନୟାଗଡ଼ ଶରଣକୂଳ ଥାନା ଗୋଲଗାଁରେ ଏଭଳି ଘଟଣା ସାମନାକୁ ଆସିଛି । ଗତକାଲି ରାତିରେ ଗାଁର ରଶ୍ମିତା ଦଳବେହେରା ରୋଷେଇ ପାଇଁ ଗ୍ୟାସ୍ ଲଗାଇଥିଲେ । ତେବେ ଗ୍ୟାସ ଲିକ ହୋଇ ନିକଟରେ ଥିବା କିରୋସିନ ଜାରରେ ଲାଗିଯାଇଥିଲା ।

ରଶ୍ମିତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ୱାମୀ ମଧ୍ୟ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ପ୍ରଥମେ ନୟାଗଡ଼ ଓ ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

ନିର୍ବାଚନ କମିଶନଙ୍କ ପକ୍ଷରୁ ଦିଲ୍ଲୀ ଫଳାଫଳ ଔପଚାରିକ ଭାବେ ଘୋଷଣା । ଆମ୍ ଆଦମୀ ପାର୍ଟି (ଆପ) ୬୨ ଓ ବିଜେପି ୮ଟି ଆସନରେ ବିଜୟୀ । ୭୦ ଆସନରୁ କୌଣସି ଗୋଟିଏ ଆସନ ଦଖଲ କରିପାରିଲାନି କଂଗ୍ରେସ ।

ନିର୍ବାଚନ କମିଶନଙ୍କ ପକ୍ଷରୁ ଦିଲ୍ଲୀ ଫଳାଫଳ ଔପଚାରିକ ଭାବେ ଘୋଷଣା । ଆମ୍ ଆଦମୀ ପାର୍ଟି (ଆପ) ୬୨ ଓ ବିଜେପି ୮ଟି ଆସନରେ ବିଜୟୀ । ୭୦ ଆସନରୁ କୌଣସି ଗୋଟିଏ ଆସନ ଦଖଲ କରିପାରିଲାନି କଂଗ୍ରେସ ।